• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ ସଂରକ୍ଷଣ

ହେନ୍ତାଳ ମାନବ ହେମନ୍ତ

No Comments
September 5, 2022
3 Mins read
416 Views
Hemant-Kumar-Rout

ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ହେମନ୍ତ କୁମାର ରାଉତ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବରାହପୁର ଗାଁ ରେ ତାଙ୍କ ଘର । ହେନ୍ତାଳବନ ଲାଗି ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଠୁ ଅନତିଦୂରରେ ତାଙ୍କରଏଇ ଛୋଟ ଗାଁଟି। ତେଣୁ ହେତୁ’ ପାଇଲା ଦିନରୁ ଏ ଅଞ୍ଚଳର ନିଆରା ଜୈବ ବିବିଧତା, ଲୁଣା ନଦୀ ଓ ହେନ୍ତାଳ ବଣ ସାଙ୍ଗରେ ତାଙ୍କର ସମ୍ପୃକ୍ତି । ଏ ଅଞ୍ଚଳର ଅନେକ ଅବକ୍ଷୟପ୍ରାପ୍ତ ହେନ୍ତାଳ ବଣ ଆଜି ତାଙ୍କରି ଉଦ୍ୟମରେ ପୁଣିଥରେ ସବୁଜ ପାଲଟିଛି ।

ବିଗତ ୫୦ ବର୍ଷ ଭିତରେ କେନ୍ଦ୍ରାପଡ଼ା ଜିଲ୍ଲା ର ଜଗନ୍ନାଥପୁର, ବରାହପୁର, କାଙ୍କଡିଆ ଓ କୋଇଲିପୁର ଅଞ୍ଚଳର ଅନାବାଦି ସ୍ଥାନରେ ୪ ଟି ନୂଆ ହେନ୍ତାଳ ଜଙ୍ଗଲ ସୃଷ୍ଟିର ମାଧ୍ୟମ ହୋଇ ସେ ଜଙ୍ଗଲ ସୁରକ୍ଷାର ଊଦାହରଣ ସାଜିଛନ୍ତି । ସମଗ୍ର ଭିତରକନିକା ଅଞ୍ଚଳରେ ସେ ତେଣୁ ପରିଚିତ ‘ହେନ୍ତାଳ ହେମନ୍ତ’ ଭାବରେ।

“ମୋ ହେନ୍ତାଳ ସୁରକ୍ଷାର କାହାଣୀ ଆରମ୍ଭ ହେଇଥିଲା ୧୯୭୧ ମସିହାରେ । ସେଇ ବର୍ଷପ୍ରବଳ ବାତ୍ୟାରେ କେନ୍ଦ୍ରାପାଡ଼ା ଜିଲ୍ଲା ଉପକୂଳ ଅଞ୍ଚଳ ସମ୍ପୂର୍ଣ ଛାରଖାର ହୋଇ ଯାଇଥିଲା । କିନ୍ତୁ ଯେଉଁ ଗାଁଗୁଡିକ ହେନ୍ତାଳ ବଣର ଆଶ୍ରାରେ ରହିଥିଲେ ସେଗୁଡିକ ରକ୍ଷା ପାଇ ଯାଇଥିଲା । ସେଥିପାଇଁ ମୁଁ ଚିନ୍ତା କଲି ଯଦି ଉପକୂଳ ଅଞ୍ଚଳରେ ଥିବା ଗାଁ ସବୁ ପାଖରେ ହେନ୍ତାଳ ଜଙ୍ଗଲ ବିସ୍ତାରହୁଏ, ତେବେ ବାରମ୍ବାର ହେଉଥିବା ବାତ୍ୟାର ପ୍ରଭାବ ଅନେକଟା କମିଯିବ ଏବଂ ଆଖପାଖର ଲୋକେ ବି ଜଙ୍ଗଲ ଦ୍ଵାରା ଉପକୃତ ହୋଇ ପାରିବେ ।“

ଏଇ ଚିନ୍ତାଧାରାକୁ ସାକାର କରିବା ପାଇଁ ସେ ହେନ୍ତାଳର ବିଭିନ୍ନ ପ୍ରଜାତି ଯେମିତିକି ସିଂଦୁକା, ବନି, ହବାଳି, ପୀତାମ୍ବରୀ ଆଦି ବିହନ ସଂଗ୍ରହ କରି ପ୍ରଥମେ ସେ ବରୁଣେଇ ମୁହାଣରୁ ବୃକ୍ଷରୋପଣ ଆରମ୍ଭ କଲେ । ଧୀରେ ଧୀରେ ନିଜ ଗାଁ ବରାହପୁର ସାଙ୍ଗକୁ ଭିତରକନିକା ଆଖପାଖ ଅଞ୍ଚଳ ଯେମିତିକି  ଜଗନ୍ନାଥପୁର, କୋଇଲିପୁର, ତଣ୍ଟିଆପାଳ ଦେଇ ଯାଉଥିବା ନଇ କୂଳେ-କୂଳେ ଥିବା ଖାଲିସ୍ଥାନ ଓ ଚାରଣଭୂମିରେ ଗଛ ଲଗେଇଲେ। ତାଛଡା ଗାଁ ରାସ୍ତା ଓ ପୋଖରୀ ଦାଢସବୁରେ ସେ ବରଗଛ , ଅଶ୍ଵସ୍ତ, ଲିମ୍ବ, ବାଉଁଶ ଭଳି ଉପକାରୀ ଗଛ ବି ଲଗାଇଲେ।

ବରାହପୁର ସ୍ଵପନେଶ୍ଵର ଉଚ୍ଚବିଦ୍ୟାଳୟରେ ଶିକ୍ଷକ ଭାବେ କାମ କରୁଥିବା ହେତୁ ଅଧିକରୁ ଅଧିକ ପିଲା ଓ ଅଭିଭାବକ ମାନଙ୍କ ଭିତରେ ହେନ୍ତାଳ ବଣର ସୁରକ୍ଷା ସାଙ୍ଗକୁ ନୂଆ ଜଙ୍ଗଲ ସୃଷ୍ଟି ପାଇଁ ସଚେତନତା ସୃଷ୍ଟି ଲାଗି ହେମନ୍ତଙ୍କୁ ମଉକା ମିଳିଥିଲା । ଆଗୁରୁ ଲୋକମାନେ ହେନ୍ତାଳ  ବୃକ୍ଷରୋପଣ ପାଇଁ ଏତେ ସଚେତନ ନଥିଲେ ପୁଣି ଅନେକ କାଠ ମାଫିଆ ଏବଂ ଶିକାରୀ ମାନଙ୍କ ପ୍ରଭାବରୁ ଜଙ୍ଗଲ ସୁରକ୍ଷା ପାଇଁ କାମ କରିବା ଏତେ ସହଜ ନଥିଲେ ​​| ଏହା ସତ୍ତ୍ୱେ ସେ ନିଜର ଉଦ୍ୟମ ଜାରି ରଖିଥିଲେ ଏବଂ ସଭା-ସମିତି ମାଧ୍ୟମରେ ହେନ୍ତାଳ ଜଙ୍ଗଲର ସୁରକ୍ଷା ଓ ବିସ୍ତାର ପାଇଁ ଲୋକ ମାନଙ୍କୁ ସଚେତନ କରାଉଥିଲେ । ଧୀରେ ଧୀରେ ସ୍ଥାନୀୟ ଲୋକେ ବି ବୁଝିଲେ ହେମନ୍ତଙ୍କର ନିସ୍ଵାର୍ଥପର ଉଦ୍ୟମର ମହତ୍ଵ ।

କ୍ରମେ ସ୍ଥାନୀୟ ଲୋକମାନେ ବି ଆଗକୁ ଆସି ହେମନ୍ତଙ୍କର ହେନ୍ତାଳ ସୁରକ୍ଷା ଅଭିଯାନରେ ସାମିଲ ହେବା ଆରମ୍ଭ କଲେ। ସେମାନେ ନା’ ନିଜେ ଗଛ କାଟିଲେ ନା’ କାହାକୁ ଗଛ କାଟିବାକୁ ଦେଲେ । ଅନେକେ ବି ହେନ୍ତାଳ ବଣ ସୃଷ୍ଟି ପାଇଁ ନିଜ ପଞ୍ଜୀକୃତ ଜମି ଦାନ କଲେ ।

କାଠ ମଫିଆ ଏବଂ ଶିକାରୀ ମାନଙ୍କ ଦାଦାଗିରି କୁ କମେଇବା ତଥା ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସେ ଗଠନ କଲେ ‘ଗହୀରମଥା କଇଁଛ ସଂରକ୍ଷଣ କମିଟି’ । ଏପରି ଉଦ୍ୟମର ସୁଫଳ ଏବେ ଦେଖିବା କୁ ମିଳୁଛି । ଅନେକ ପରିମାଣରେ ହେନ୍ତାଳ ଜଙ୍ଗଲରୁ କାଠକଟା ଉପରେ ରୋକ ଲାଗିଛି ଏବଂ ଗହୀରମଥା କଇଁଛଙ୍କ ସୁରକ୍ଷା ଦିଗରେ କାମ ଆଗେଇ ଚାଲିଛି । ଏପରି ମିଳିତ ଉଦ୍ୟମର ଫଳସ୍ୱରୂପ ଆଜି ଭିତରକନିକା ଆଖପାଖରେ ପ୍ରାୟ ୧୦୦ ଏକର ଜମିରେ ନୂଆ ହେନ୍ତାଳ ବଣ ଏବେ ହସିବାରେ ଲାଗିଛି ।

ହେନ୍ତାଳ ବଣର ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି ପାଇଁ ହେନ୍ତାଳ ପ୍ରେମୀ ହେମନ୍ତ’ ଅସଂଖ୍ୟ କବିତା ବି ଲେଖିଛନ୍ତି । ତାଙ୍କ ଦ୍ଵାରା ପ୍ରକାଶିତ ହେଉଛି ‘ଦି ହେନ୍ତାଳ’ (ଇଙ୍ଗ୍ରାଜି ଭାଷାରେ) ଏବଂ ‘ଶିଶୁ ହେନ୍ତାଳ’ (ସ୍କୁଲ ପିଲାମାନଙ୍କ ପାଇଁ ଓଡିଆ ଭାଷାରେ) ନାମକ ଦୁଇଟି ସାପ୍ତାହିକ ପତ୍ରିକା । ଏଇ ଦୁଇ ପତ୍ରିକା ଶିଶୁ, ବୟସ୍କ ଓ ଭିତରକନିକା ଭ୍ରମଣରେ ଆସୁଥିବା ପର୍ଯ୍ୟଟକ ମାନଙ୍କ ଭିତରେ ହେନ୍ତାଳ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବାରେ ସଫଳ ହୋଇଛି । ପରିବେଶ ଏବଂ ହେନ୍ତାଳ ବଣର ସୁରକ୍ଷା ଦିଗରେ ନିରବଛିନ୍ନ ଉଦ୍ୟମ ପାଇଁ ତାଙ୍କୁ ମିଳିଛି ବିଜୁ ପଟ୍ଟନାୟକ ପୁରସ୍କାର ।

“ଯେଉଁଭଳି ଭାବରେ ପ୍ରକୃତି- ପରିବେଶ ଓ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି, ମତେ ଲାଗୁଛି ଖୁବ୍ ଶୀଘ୍ର ଏ ପୃଥିବୀ ବନ୍ଧ୍ୟା ହୋଇଯିବ । ତେଣୁ ଆମେ ସମସ୍ତେ ଏ ପୃଥିବୀର ସୁରକ୍ଷା ଲାଗି ମିଳିତ ଉଦ୍ୟମ କରିବାର ଏବେ ସମୟ ଆସିଛି। ଆମେ ନିଜେ ତ ଗଛ ଲଗାଇବା, ତା ସାଙ୍ଗରେ ଆମର ପିଲାମାନଙ୍କୁ ଗଛ ଲଗାଇବା ପାଇଁ, ପରିବେଶ ସୁରକ୍ଷା ପାଇଁ ସଚେତନ କରାଇବା । ତା’ହେଲେ ଆସନ୍ତାକାଲି ହୁଏତ ଏକ ସବୁଜ, ସୁନ୍ଦର ପୃଥିବୀ ଓ ଭଲ ଭବିଷ୍ୟତ ପାଇଁ ଆମେ ଆଶା କରିପାରିବା ।”

ହେନ୍ତାଳପ୍ରିୟ ହେମନ୍ତଙ୍କୁ ଆମର ଅଜସ୍ର ସାଧୁବାଦ!

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ପିଲାମାନଙ୍କ ଭବିଷ୍ୟତ ଗଢିବା ପାଇଁ ଉଦ୍ୟମ କରିଚାଲିଛନ୍ତି ଶାନ୍ତାକାର

Next Post

ମିସନ ସ୍ମାଇଲ ଫର କ୍ୟାନ୍ସର ପେସେଣ୍ଟ

You might also like
manas
ସଂରକ୍ଷଣ

ଦେଶୀ ବିହନର ସଂରକ୍ଷଣ ମାନସଙ୍କ ଅଭିଯାନ

2 Mins read
December 6, 2024

ପରିବର୍ତ୍ତନଶୀଳ ଯୁଗରେ ଯେଉଁଠାରେ ପାରମ୍ପରିକ କୃଷି ପ୍ରଥା ଲୋପ ପାଇଚାଲିଛି, କଳାହାଣ୍ଡି ଜିଲ୍ଲାର ୪୫ ବର୍ଷୀୟ ମାନସ ରଂଜନ ସାହୁ ଦେଶୀ ବିହନର ରକ୍ଷାକର୍ତ୍ତା ଭାବେ ଏକ ଅଭିଯାନ ବଜାୟ ରଖିଛନ୍ତି । ମାନସ ରଂଜନ ସଂଗ୍ରହ କରିଛନ୍ତି ମୋଟ ୧,୭୫୬ ପ୍ରକାରର ଦୁର୍ଲଭ ଦେଶୀ ବିହନ ଏବଂ ଏହି ବିହନଗୁଡିକର ସଂରକ୍ଷଣ କରିବା ସହ ଅନେକ ଚାଷୀଙ୍କୁ ଦେଶୀ ବିହନ ଓ ଜୈବିକ ଚାଷର ଜ୍ଞାନ ଦେବାକୁ ତାଙ୍କର ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ତାଙ୍କର ଏହି …

ramjit-sanali-digitization
ଅସାଧାରଣ

ସାନ୍ତାଳି ଭାଷାର ଡିଜିଟାଇଜେସନରେ ସମର୍ପିତ ରାମଜିତ

3 Mins read
October 22, 2024

ଭାଷା କେବଳ ଏକ ଯୋଗାଯୋଗର ମାଧ୍ୟମ ନୁହେଁ; ଏହା ସଂସ୍କୃତି, ଆବେଗ, ଏବଂ ସାମୁଦାୟିକ ଇତିହାସର ମଧ୍ୟ ବାହକ। କିନ୍ତୁ କାଳଗର୍ଭରେ ଅନେକ ପୁରାତନ ଜନଜାତିଙ୍କ ଭାଷା ଧୀରେ ଧୀରେ ବିଲୁପ୍ତ ହେବାକୁ ଲାଗିଛି, ସେଥିପାଇଁ ସେଗୁଡ଼ିକୁ ସୁରକ୍ଷିତ ରଖିବାର ଆବଶ୍ୟକତା ବଢିଛି । ଏହାର ଗୁରୁତ୍ୱକୁ ଉପଲବ୍ଧି କରିପାରି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଗୋବିନ୍ଦପୁରର ୨୮ ବର୍ଷୀୟ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ରାମଜିତ ଟୁଡୁ ସାନ୍ତାଳି ଭାଷାକୁ ଡିଜିଟାଲ୍ ଯୁଗରେ ମଧ୍ୟ ବଂଚାଇ ରଖିବା ପାଇଁ …

gadget
ଅସାଧାରଣ

ଉଦ୍ଭାବନ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବାର ସଙ୍କଳ୍ପ ନେଇଛନ୍ତି ଆଶିଷ

1 Min read
October 8, 2024

ଜୀବନଟା କେତେ ଲମ୍ବା ହେବ ତା ଆମ ହାତରେ ନାହିଁ କିନ୍ତୁ ଜୀବନଟା କେମିତି ହେବ ତା ଆମ ହାତରେ ଅଛି । ଇଶ୍ୱରଙ୍କ ସୃଷ୍ଟିରେ ନିଜକୁ ଶ୍ରେଷ୍ଠ ବୋଲାଉଥିବାଆମେ ମଣିଷମାନେ ଆଜିର ଦିନରେ ନିଜ ସ୍ୱାର୍ଥ ସାଧନରେ ଲାଗିପଡ଼ିଛନ୍ତି । କ୍ୱଚିତ୍ ଲୋକ ଅଛନ୍ତି ଯେଉଁମାନେ ନିଜସହ ମଣିଷ ସମାଜର କଥା ଭାବନ୍ତି, ଆଉନିଜର ବଳିଷ୍ଠ ଯୋଗଦାନ ମାଧ୍ୟମରେ ଅନେକଙ୍କର ଜୀବନକୁ କରିଦିଅନ୍ତି ସହଜ । ଏମିତି ଜଣେ ବିକ୍ତିତ୍ୱ ହେଲେ ଆଶିଷ ମାହାନା, ପେଷାରେ ଜଣେ ଇଂଜିନିୟର ଭାବେ କାମ କରୁଥିବା ଆଶିଷଙ୍କ ନିଶା କିନ୍ତୁ ନୂଆ ନୂଆ ଉଦ୍ଭାବନ, ଯାହା ଅନ୍ୟରଜୀବନକୁ ସହଜ କରିବାରେ ସାହାଯ୍ୟ କରିବ । ପେଶାରେ ରହି ନିଜ ଉଦ୍ଭାବନ ପାଇଁ ଉପଯୁକ୍ତ ସମୟ ଦେଇନପାରିବାରୁ ଇଂଜିନିୟରିଂରୁ ସନ୍ୟାସ ନେଲେଆଷିଶ । ତାଙ୍କଦ୍ୱାରା ନିକଟରେ ପ୍ରସ୍ତୁତ ହୋଇଥିବା ସ୍ମାର୍ଟ ଷ୍ଟିକ୍ ଦୃଷ୍ଟିହୀନ ଲୋକଙ୍କ ପାଇଁ ବରଦାନ କହିଲେ ଅତ୍ୟୁ୍‌କ୍ତି ହେବନାହିଁ । ଏହାକୁ ଏମିତି ଭାବେଡ଼ିଜାଇନ୍ କରାଯାଇଛି ଯେ ଜଣେ ଦୃଷ୍ଟିହୀନ ଲୋକ ପାଇଁ ଏହା ଗାଇଡ଼୍ ଭଳି ସହାଯ୍ୟ କରିବ ଫଳରେ ଯିବାଆସିବା ପାଇଁ ଏମାନଙ୍କ ଆଉ ଅନ୍ୟ ଉପରେ ନିର୍ଭରକରିବାକୁ ପଡ଼ିବ ନାହିଁ । ପିଲାବେଳୁ ବିଜ୍ଞାନ ପ୍ରତି ମୋର ଅହେତୁକ ଆଗ୍ରହ ଥିଲା, ତେଣୁ ମୋ ପକେଟ୍‌ରେ ସବୁବେଳେ ଗୋଟେ ଟେଷ୍ଟର ଓ ସ୍କ୍ରୁ ଡ଼୍ରାଇଭର ରଖିବାକୁ ମୁଁ ପସନ୍ଦ କରୁଥିଲି ।ମୋତେ ମିଳୁଥିବା ପକେଟ୍ ମନିରୁ ମୁଁ ମୋଟର, ଫିତା, ତାର ଭଳି ଉପକରଣ ଆଣି ନୂଆ ନୂଆ ଉଦ୍ଭାବନ ପାଇଁ ଚେଷ୍ଟା କରୁଥିଲି । କମ୍ ଖର୍ଚ୍ଚରେ ଏହାକୁ ପ୍ରସ୍ତୃତକରିବାକୁ ବିଭିନ୍ନ ସ୍ଥାନରୁ ସଗୃହିତ ପୁରୁଣା ପାର୍ଟସ୍ ଗୁଡ଼ିକ ବ୍ୟବହାର କରେ, ଅନେକ ସମୟରେ ସଫଳ ମଧ୍ୟ ହୁଏ ବୋଲି ଆଶିଷ କୁହନ୍ତି । ୪୬ ବର୍ଷ ବୟଷ୍କ ଆଶିଷ ମାହାନା  ସମ୍ବଲପୁର ଜିଲ୍ଳା, ସଲଦ୍ ପଞ୍ଚାୟତ ଅର୍ନଗତ ନୂଆ ରାମ୍ପେଲା ଗାଁର ଅଧିବାସୀ । ଅପରେସନାଲ୍ ମେନେଜମେଣ୍ଟରେ ଏମବିଏ୍  କରିବା ସହ ଟେଲି କମ୍ୟୁନିକେସନ୍‌, ଇଲେକଟ୍ରୋନିକ୍ସ, କମ୍ପୁଟର ହାର୍ଡ଼ୱେୟାର ବିଷୟ ଗୁଡ଼ିକରେ ଡ଼ିପ୍ଲୋମା ମଧ୍ୟ କରିଛନ୍ତି । ହିଣ୍ଡାଲକୋ ଇଣ୍ଡଟ୍ରିଜ୍‌ରେ ଆସିଷ୍ଟାଣ୍ଡଇଂଜିନିୟର ଭାବେ ଉତ୍ତମ ବେତନରେ ଚାକିରି କରୁଥିଲେ ହେଁ ଦୃଷ୍ଟିହୀନ ଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ତଆରି କରିବାର ନିଶା ପାଇଁ ୨୦୨୩ ରେ ଚାକିରିରୁସନ୍ୟାସ ନେଇଥିଲେ ଆଶିଷ । ଆଉ ତାପରେ ନିଜ ଉଦ୍ଭାବନା ପାଇଁ ଅବିରତ ଚେଷ୍ଟାରେ ଲାଗିପଡ଼ିଛନ୍ତି ସେ । ଆଉ ପଳସ୍ୱରୁପ ତାଙ୍କର ସ୍ୱପ୍ନର ପ୍ରକଳ୍ପ ଦୃଷ୍ଟିହୀନଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ବନେଇବାରେ ସଫଳ ହୋଇଛନ୍ତି ସେ ।   ୨୦୦୯ ମସିହାର କଥା ମୁଁ ଯେତେବେଳେ ମୋ କାମରେ ବାହାରିଥାଏ ମୁଁ ଦେଖିବାକୁ ପାଇଲି ଜଣେ ଦୃଷ୍ଟିହୀନ ବ୍ୟକ୍ତି ରାସ୍ତା ପାରିହେବାକୁ ଅନେକ ସଂଘର୍ଷକରୁଛନ୍ତି ଯାହା ମୋତେ ଆନ୍ଦୋଳିତ କରିଥିଲା, ମୁଁ ତାଙ୍କୁ ରାସ୍ତା ପାର ହେବାରେ ସାହାଯ୍ୟ କଲି ସତ କିନ୍ତୁ ଏ ଘଟଣା ପରଠୁ ଦୃଷ୍ଟିହୀନ ଲୋକଙ୍କୁ ମୁଁ କେମିତିସାହାଯ୍ୟ କରିପାରିବି ସେ ପ୍ରଚେଷ୍ଟାରେ ଲାଗିପଡ଼ିଲି । ଆଉ ଫଳସ୍ୱରୁପ ଏକ ସ୍ମାର୍ଟ ସ୍ଟିକ୍ ତିଆରି କରିବାରେ ସଫଳ ହେଲି ଯାହା ଦୃଷ୍ଟହୀନ ଲୋକଙ୍କୁ ବିନାକାହାର ସାହାଯ୍ୟରେ ରାସ୍ତାରେ ଚଳପ୍ରଚଳ କରିବାକୁ ସାହାଯ୍ୟ କରିବ । ଏଇ ସ୍ମାର୍ଟ ଷ୍ଟିକ୍ ତିଆରି କରିସାରିବା ପରେ ମୁଁ ପ୍ରଥମେ ଏହାକୁ ନିଜ ସହରର ଜଣେଦୃଷ୍ଟିହୀନ ବ୍ୟକ୍ତିଙ୍କୁ ବ୍ୟବହାର ପାଇଁ ଦେଲି ଓ ତାଙ୍କ ମତାମତ ଆଧାରରେ ଏଥିରେ ପରିବର୍ତ୍ତନ କରି ଏଥିରେ ରହୁଥିବା ତ୍ରୃଟିକୁ ସଜାଡ଼ିଲି, ଏହା ଏବେ ବ୍ୟବହାରପାଇଁ ପୁରା ପ୍ରସ୍ତୃତ ବୋଲି ଆଶିଷ କୁହନ୍ତି । ଆଶିଷ ମାହାନା ଦୃଷ୍ଟିହୀନ ବ୍ୟକ୍ତିଙ୍କ ଚଳପ୍ରଚଳକୁ ସହଜ କରିବା ପାଇଁ ଉଭୟ ଇନ୍‌ଡ଼ୋର ଓ ଆଉଟ୍ ଡ଼ୋର୍ ଡ଼ିଭାଇସ୍ ପ୍ରସ୍ତୃତ କରିଛନ୍ତି । ଆଉଟ୍‌ଡ଼ୋର୍ ପାଇଁପ୍ରସ୍ତୃତ ହୋଇଥିବା ସ୍ମାର୍ଟ ସ୍ଟିକ୍‌ଟି ଜି.ପି.ଏସ୍ ଦ୍ୱାରା ପରିଚାଳିତ ଯାହା ୫ ଫୁଟ୍ ଦୁରରୁ ଆସୁଥିବା ବାଧା ବିଷୟରେ ସୁଚନା ଦେବ ଭାଇବ୍ରେସନ୍ ମାଧ୍ୟମରେ ।ସେହିଭଳି ଇନ୍‌ଡ଼ୋର୍‌ରେ ମଧ୍ୟ ଏକ ମଲ୍ଟି ସେନ୍ସର ଡ଼ିଭାଇସ୍ ପ୍ରସ୍ତୃତ ହୋଇଛି ଯାହା ଦୃଷ୍ଟିହୀନ ବ୍ୟକ୍ତିଙ୍କ ସୁରକ୍ଷିତ ଚଳପ୍ରଚଳ ପାଇଁ ବିଶେଷ ଭାବରେ ସାହାଯ୍ୟକରିବ  ଏବଂ କବାଟ ଓ ଝରକା ଥିବା ସ୍ଥାନ ସମ୍ପର୍କରେ ସୁଚନା ଦେବ । ମାହାନାଙ୍କର ଏଇ ଉଦ୍ଭାବନ ସମ୍ବଲପୁର ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ସତପଥିଙ୍କ ଦୃଷ୍ଟି ଆକର୍ଷଣ କଲା ସେ ମଧ୍ୟ ଏଇ ପ୍ରଚେଷ୍ଟାକୁ ବେଶ୍ ପ୍ରଶଂସାକରିଛନ୍ତି । ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ କାର୍ଯ୍ୟାଳୟ ଏଇ ପାଇଲଟ୍ ପ୍ରକଳ୍ପକୁ ଅନୁମୋଦନ କରିଛି ଫଳରେ ଏହାକୁ ସ୍ଥାନୀୟ ବିଦ୍ୟାଳୟର୧୦ ଜଣ ଛାତ୍ରଙ୍କୁ ଏଇ ଷ୍ଟିକ୍ ପ୍ରଦାନ କରାଯାଇଛି, ଯାହାର ଫଳାଫଳ ଭଲ ଆସିଲେ ଆଗାମୀ ଦିନମାନଙ୍କରେ ଏହାର ବ୍ୟାପକ ବ୍ୟବହାର ପାଇଁ ଚିନ୍ତାକରାଯାଇପାରିବ । ରାଜ୍ୟର ପ୍ରଥମ ଦୃଷ୍ଟିହୀନ ଓଏସ୍  ଅଫିସର ସଞ୍ଜୟ ବେହେରା ଏହାକୁ ବ୍ୟବହାର କରି ଖୁସୀଥିବା କଥା ତାଙ୍କ ଟ୍ୱିଟରରେ ପ୍ରକାଶ କରିଛନ୍ତି । ପ୍ରତିଦିନ ମୁଁ ଉଦ୍ଭାବନ ଗୁଡ଼ିକର ବିକାଶ ପାଇଁ କାମକରେ, ଆଗକୁ ମୋର ଲକ୍ଷ୍ୟ ରହିଛି ପତିରକ୍ଷା,ଅନୁସନ୍ଦାନ ସଂସ୍ଥା ଡ଼ିଆରଡ଼ିଓ ସହ କାମକରିବି ଫଳରେଦେଶପାଇଁ ମୁଁ କିଛି ଯୋଗଦାନ ଦେଇପାରିବି ବୋଲି ଆଶିଷ କୁହନ୍ତି ।   ୧୯୯୨ ମସିହାରୁ ଆଶିଷ ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଉଦ୍ଭାବନ ଯାହା ଲୋକଙ୍କ ହିତରେ ଲାଗିସାରିଛି ଓ ଏହାପାଇଁ ତାଙ୍କୁ ଅନେକଥର ସମ୍ମାନିତ ମଧ୍ୟ କରାଯାଇଛି। ଏବେ ସେ ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ତାଙ୍କୁ ନିମନ୍ତ୍ରଣ ଆସୁଛି ଫଳରେ ସେ ତାଙ୍କ ଉଦ୍ଭାବନ ସମ୍ପର୍କରେ ପିଲାଙ୍କୁ ସଚେତନ ମଧ୍ୟ କରୁଛନ୍ତି । ସମାଜ ପାଇଁତାଙ୍କର ଏଇ ଉଦ୍ଭାବନ ସବୁଯେ ବେଶ୍ ସହାୟକ ଏଥିରେ ସନ୍ଦେହର ଅବକାଶ ନାହିଁ । ଆଶିଷ ମାହାନାଙ୍କୁ ଆମ ତରଫରୁ ଅନେକ ଅନେକ ସାଧୁବାଦ ।  

As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!Stay tuned... Tap the link.https://www.youtube.com/watch?v=_gUgr_dedKw#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
A tribal girl Kuni Dehury proved her unmatched ski A tribal girl Kuni Dehury proved her unmatched skill as a silk reeler at the national level & revamped the life of 500 women through Silk.A brilliant example of woman empowerment.#MakeInIndia #ministryoftextiles #mankibaat #PMOIndia #naveen #skillIndia #silkdesign #OdishaSilkCopy the link belowhttps://inspiringodisha.com/dreams-of-survival-through-silk/
The popular Naraj Peacock valley is just 15kms awa The popular Naraj Peacock valley is just 15kms away from Nandankanan Zoo in the capital city Bhubaneswar. The panoramic beauty of the valley is a reflection of Pannu Behera's love for peacocks. But for Kanhu (the grandson of Pannu) it's not just the love for peacocks but also a tribute to the last wish of his grandpa.🦚🦚We believe stories can be an effective tool of motivation. DM us to cover yours. We'll get you covered...#narajpeacockvalley #lighthouse .https://inspiringodisha.com/a-tradition-of-love-that.../
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
Ever heard of Hair donation? Harapriya Nayak, a s Ever heard of Hair donation? Harapriya Nayak, a social activist in the Jatni block of Khordha district, donates her hair to poor cancer patients. In the form of wigs, she gifts them to women cancer fighters who lost their hair and confidence as well during treatment. She hopes for a day when just like blood donation, people would come forward for hair donation too.so, what motivated her to stand for cancer patients?#Missionsmileoncancerpatient #SOPVA #harapriyanayak #PMNarendraModi #fightagainstcancer #ManKiBaat #liveforachangehttps://inspiringodisha.com/gift-of-wigs-to-cancer-fighters/
Tike Khusi is a way to pour happiness in the faces Tike Khusi is a way to pour happiness in the faces of people. Through the small initiative, Ranjan Kumar Patra Patra is creating a series of memory with a mere touch of surprise and happiness. And this work in return gives him immense contentment.A yoga teacher by profession and a cameraholic by passion only aim his work would able to curtail the amount of stress in the lives of people.📸#lighthousehttps://inspiringodisha.com/tike-khusi-the-gift-of-joy/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies