• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ ସଂରକ୍ଷଣ

ହେନ୍ତାଳ ମାନବ ହେମନ୍ତ

No Comments
September 5, 2022
3 Mins read
54 Views
Hemant-Kumar-Rout

ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ହେମନ୍ତ କୁମାର ରାଉତ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବରାହପୁର ଗାଁ ରେ ତାଙ୍କ ଘର । ହେନ୍ତାଳବନ ଲାଗି ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଠୁ ଅନତିଦୂରରେ ତାଙ୍କରଏଇ ଛୋଟ ଗାଁଟି। ତେଣୁ ହେତୁ’ ପାଇଲା ଦିନରୁ ଏ ଅଞ୍ଚଳର ନିଆରା ଜୈବ ବିବିଧତା, ଲୁଣା ନଦୀ ଓ ହେନ୍ତାଳ ବଣ ସାଙ୍ଗରେ ତାଙ୍କର ସମ୍ପୃକ୍ତି । ଏ ଅଞ୍ଚଳର ଅନେକ ଅବକ୍ଷୟପ୍ରାପ୍ତ ହେନ୍ତାଳ ବଣ ଆଜି ତାଙ୍କରି ଉଦ୍ୟମରେ ପୁଣିଥରେ ସବୁଜ ପାଲଟିଛି ।

ବିଗତ ୫୦ ବର୍ଷ ଭିତରେ କେନ୍ଦ୍ରାପଡ଼ା ଜିଲ୍ଲା ର ଜଗନ୍ନାଥପୁର, ବରାହପୁର, କାଙ୍କଡିଆ ଓ କୋଇଲିପୁର ଅଞ୍ଚଳର ଅନାବାଦି ସ୍ଥାନରେ ୪ ଟି ନୂଆ ହେନ୍ତାଳ ଜଙ୍ଗଲ ସୃଷ୍ଟିର ମାଧ୍ୟମ ହୋଇ ସେ ଜଙ୍ଗଲ ସୁରକ୍ଷାର ଊଦାହରଣ ସାଜିଛନ୍ତି । ସମଗ୍ର ଭିତରକନିକା ଅଞ୍ଚଳରେ ସେ ତେଣୁ ପରିଚିତ ‘ହେନ୍ତାଳ ହେମନ୍ତ’ ଭାବରେ।

“ମୋ ହେନ୍ତାଳ ସୁରକ୍ଷାର କାହାଣୀ ଆରମ୍ଭ ହେଇଥିଲା ୧୯୭୧ ମସିହାରେ । ସେଇ ବର୍ଷପ୍ରବଳ ବାତ୍ୟାରେ କେନ୍ଦ୍ରାପାଡ଼ା ଜିଲ୍ଲା ଉପକୂଳ ଅଞ୍ଚଳ ସମ୍ପୂର୍ଣ ଛାରଖାର ହୋଇ ଯାଇଥିଲା । କିନ୍ତୁ ଯେଉଁ ଗାଁଗୁଡିକ ହେନ୍ତାଳ ବଣର ଆଶ୍ରାରେ ରହିଥିଲେ ସେଗୁଡିକ ରକ୍ଷା ପାଇ ଯାଇଥିଲା । ସେଥିପାଇଁ ମୁଁ ଚିନ୍ତା କଲି ଯଦି ଉପକୂଳ ଅଞ୍ଚଳରେ ଥିବା ଗାଁ ସବୁ ପାଖରେ ହେନ୍ତାଳ ଜଙ୍ଗଲ ବିସ୍ତାରହୁଏ, ତେବେ ବାରମ୍ବାର ହେଉଥିବା ବାତ୍ୟାର ପ୍ରଭାବ ଅନେକଟା କମିଯିବ ଏବଂ ଆଖପାଖର ଲୋକେ ବି ଜଙ୍ଗଲ ଦ୍ଵାରା ଉପକୃତ ହୋଇ ପାରିବେ ।“

ଏଇ ଚିନ୍ତାଧାରାକୁ ସାକାର କରିବା ପାଇଁ ସେ ହେନ୍ତାଳର ବିଭିନ୍ନ ପ୍ରଜାତି ଯେମିତିକି ସିଂଦୁକା, ବନି, ହବାଳି, ପୀତାମ୍ବରୀ ଆଦି ବିହନ ସଂଗ୍ରହ କରି ପ୍ରଥମେ ସେ ବରୁଣେଇ ମୁହାଣରୁ ବୃକ୍ଷରୋପଣ ଆରମ୍ଭ କଲେ । ଧୀରେ ଧୀରେ ନିଜ ଗାଁ ବରାହପୁର ସାଙ୍ଗକୁ ଭିତରକନିକା ଆଖପାଖ ଅଞ୍ଚଳ ଯେମିତିକି  ଜଗନ୍ନାଥପୁର, କୋଇଲିପୁର, ତଣ୍ଟିଆପାଳ ଦେଇ ଯାଉଥିବା ନଇ କୂଳେ-କୂଳେ ଥିବା ଖାଲିସ୍ଥାନ ଓ ଚାରଣଭୂମିରେ ଗଛ ଲଗେଇଲେ। ତାଛଡା ଗାଁ ରାସ୍ତା ଓ ପୋଖରୀ ଦାଢସବୁରେ ସେ ବରଗଛ , ଅଶ୍ଵସ୍ତ, ଲିମ୍ବ, ବାଉଁଶ ଭଳି ଉପକାରୀ ଗଛ ବି ଲଗାଇଲେ।

ବରାହପୁର ସ୍ଵପନେଶ୍ଵର ଉଚ୍ଚବିଦ୍ୟାଳୟରେ ଶିକ୍ଷକ ଭାବେ କାମ କରୁଥିବା ହେତୁ ଅଧିକରୁ ଅଧିକ ପିଲା ଓ ଅଭିଭାବକ ମାନଙ୍କ ଭିତରେ ହେନ୍ତାଳ ବଣର ସୁରକ୍ଷା ସାଙ୍ଗକୁ ନୂଆ ଜଙ୍ଗଲ ସୃଷ୍ଟି ପାଇଁ ସଚେତନତା ସୃଷ୍ଟି ଲାଗି ହେମନ୍ତଙ୍କୁ ମଉକା ମିଳିଥିଲା । ଆଗୁରୁ ଲୋକମାନେ ହେନ୍ତାଳ  ବୃକ୍ଷରୋପଣ ପାଇଁ ଏତେ ସଚେତନ ନଥିଲେ ପୁଣି ଅନେକ କାଠ ମାଫିଆ ଏବଂ ଶିକାରୀ ମାନଙ୍କ ପ୍ରଭାବରୁ ଜଙ୍ଗଲ ସୁରକ୍ଷା ପାଇଁ କାମ କରିବା ଏତେ ସହଜ ନଥିଲେ ​​| ଏହା ସତ୍ତ୍ୱେ ସେ ନିଜର ଉଦ୍ୟମ ଜାରି ରଖିଥିଲେ ଏବଂ ସଭା-ସମିତି ମାଧ୍ୟମରେ ହେନ୍ତାଳ ଜଙ୍ଗଲର ସୁରକ୍ଷା ଓ ବିସ୍ତାର ପାଇଁ ଲୋକ ମାନଙ୍କୁ ସଚେତନ କରାଉଥିଲେ । ଧୀରେ ଧୀରେ ସ୍ଥାନୀୟ ଲୋକେ ବି ବୁଝିଲେ ହେମନ୍ତଙ୍କର ନିସ୍ଵାର୍ଥପର ଉଦ୍ୟମର ମହତ୍ଵ ।

କ୍ରମେ ସ୍ଥାନୀୟ ଲୋକମାନେ ବି ଆଗକୁ ଆସି ହେମନ୍ତଙ୍କର ହେନ୍ତାଳ ସୁରକ୍ଷା ଅଭିଯାନରେ ସାମିଲ ହେବା ଆରମ୍ଭ କଲେ। ସେମାନେ ନା’ ନିଜେ ଗଛ କାଟିଲେ ନା’ କାହାକୁ ଗଛ କାଟିବାକୁ ଦେଲେ । ଅନେକେ ବି ହେନ୍ତାଳ ବଣ ସୃଷ୍ଟି ପାଇଁ ନିଜ ପଞ୍ଜୀକୃତ ଜମି ଦାନ କଲେ ।

କାଠ ମଫିଆ ଏବଂ ଶିକାରୀ ମାନଙ୍କ ଦାଦାଗିରି କୁ କମେଇବା ତଥା ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସେ ଗଠନ କଲେ ‘ଗହୀରମଥା କଇଁଛ ସଂରକ୍ଷଣ କମିଟି’ । ଏପରି ଉଦ୍ୟମର ସୁଫଳ ଏବେ ଦେଖିବା କୁ ମିଳୁଛି । ଅନେକ ପରିମାଣରେ ହେନ୍ତାଳ ଜଙ୍ଗଲରୁ କାଠକଟା ଉପରେ ରୋକ ଲାଗିଛି ଏବଂ ଗହୀରମଥା କଇଁଛଙ୍କ ସୁରକ୍ଷା ଦିଗରେ କାମ ଆଗେଇ ଚାଲିଛି । ଏପରି ମିଳିତ ଉଦ୍ୟମର ଫଳସ୍ୱରୂପ ଆଜି ଭିତରକନିକା ଆଖପାଖରେ ପ୍ରାୟ ୧୦୦ ଏକର ଜମିରେ ନୂଆ ହେନ୍ତାଳ ବଣ ଏବେ ହସିବାରେ ଲାଗିଛି ।

ହେନ୍ତାଳ ବଣର ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି ପାଇଁ ହେନ୍ତାଳ ପ୍ରେମୀ ହେମନ୍ତ’ ଅସଂଖ୍ୟ କବିତା ବି ଲେଖିଛନ୍ତି । ତାଙ୍କ ଦ୍ଵାରା ପ୍ରକାଶିତ ହେଉଛି ‘ଦି ହେନ୍ତାଳ’ (ଇଙ୍ଗ୍ରାଜି ଭାଷାରେ) ଏବଂ ‘ଶିଶୁ ହେନ୍ତାଳ’ (ସ୍କୁଲ ପିଲାମାନଙ୍କ ପାଇଁ ଓଡିଆ ଭାଷାରେ) ନାମକ ଦୁଇଟି ସାପ୍ତାହିକ ପତ୍ରିକା । ଏଇ ଦୁଇ ପତ୍ରିକା ଶିଶୁ, ବୟସ୍କ ଓ ଭିତରକନିକା ଭ୍ରମଣରେ ଆସୁଥିବା ପର୍ଯ୍ୟଟକ ମାନଙ୍କ ଭିତରେ ହେନ୍ତାଳ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବାରେ ସଫଳ ହୋଇଛି । ପରିବେଶ ଏବଂ ହେନ୍ତାଳ ବଣର ସୁରକ୍ଷା ଦିଗରେ ନିରବଛିନ୍ନ ଉଦ୍ୟମ ପାଇଁ ତାଙ୍କୁ ମିଳିଛି ବିଜୁ ପଟ୍ଟନାୟକ ପୁରସ୍କାର ।

“ଯେଉଁଭଳି ଭାବରେ ପ୍ରକୃତି- ପରିବେଶ ଓ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି, ମତେ ଲାଗୁଛି ଖୁବ୍ ଶୀଘ୍ର ଏ ପୃଥିବୀ ବନ୍ଧ୍ୟା ହୋଇଯିବ । ତେଣୁ ଆମେ ସମସ୍ତେ ଏ ପୃଥିବୀର ସୁରକ୍ଷା ଲାଗି ମିଳିତ ଉଦ୍ୟମ କରିବାର ଏବେ ସମୟ ଆସିଛି। ଆମେ ନିଜେ ତ ଗଛ ଲଗାଇବା, ତା ସାଙ୍ଗରେ ଆମର ପିଲାମାନଙ୍କୁ ଗଛ ଲଗାଇବା ପାଇଁ, ପରିବେଶ ସୁରକ୍ଷା ପାଇଁ ସଚେତନ କରାଇବା । ତା’ହେଲେ ଆସନ୍ତାକାଲି ହୁଏତ ଏକ ସବୁଜ, ସୁନ୍ଦର ପୃଥିବୀ ଓ ଭଲ ଭବିଷ୍ୟତ ପାଇଁ ଆମେ ଆଶା କରିପାରିବା ।”

ହେନ୍ତାଳପ୍ରିୟ ହେମନ୍ତଙ୍କୁ ଆମର ଅଜସ୍ର ସାଧୁବାଦ!

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ପିଲାମାନଙ୍କ ଭବିଷ୍ୟତ ଗଢିବା ପାଇଁ ଉଦ୍ୟମ କରିଚାଲିଛନ୍ତି ଶାନ୍ତାକାର

Next Post

ମିସନ ସ୍ମାଇଲ ଫର କ୍ୟାନ୍ସର ପେସେଣ୍ଟ

You might also like
soundarya-blind-chess-player
ଅସାଧାରଣ

ଦୃଷ୍ଟିଶକ୍ତି ଠୁ ଶକ୍ତିଶାଳୀ ସୌନ୍ଦର୍ଯ୍ଯଙ୍କ ଇଛାଶକ୍ତି

3 Mins read
October 29, 2022
native-livestock-prof-susant-odisha
ଅସାଧାରଣ ଭିଡିଓ କାହାଣୀ

ପ୍ରତିଶ୍ରୁତିବଦ୍ଧ ପ୍ରଫେସର୍ ସୁଶାନ୍ତ

2 Mins read
May 3, 2022
bipin-panda
ଅସାଧାରଣ

ମାନସିକ ରୋଗୀଙ୍କ ଉଦ୍ଧାର ପାଇଁ କର୍ତ୍ତବ୍ୟନିଷ୍ଠ ବିପିନ ବିହାରୀ

2 Mins read
December 30, 2022
A tribal girl Kuni Dehury proved her unmatched ski A tribal girl Kuni Dehury proved her unmatched skill as a silk reeler at the national level & revamped the life of 500 women through Silk.
A brilliant example of woman empowerment.
#MakeInIndia #ministryoftextiles #mankibaat #PMOIndia #naveen #skillIndia #silkdesign #OdishaSilk
Copy the link below
https://inspiringodisha.com/dreams-of-survival-through-silk/
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.

https://inspiringodisha.com/last-comrade-of-unclaimed-souls/
An animal geneticist has been investigating the na An animal geneticist has been investigating the native livestock breeds of Odisha for the last two decades. His research laid 8 native breeds to get registered and secure their Intellectual Property (IP) rights. 
 #people #innovation #newideas #savenativebreeds #OUAT #animalGenetics #CMOOdisha #PMOIndia

https://inspiringodisha.com/an-effort-to-make-native.../
Change is coming! People are getting aware of the Change is coming! People are getting aware of the negative impact of deforestation and the importance of mangroves in the coastal region.
A small group of people from the Kendrapada district of Odisha have donated their registered land willingly to the forest department for the mangrove plantation.
Be it Dilip, Satyabrat or any other, the names on the list are going up day by day. So, to acknowledge their unique work to save the Hental range the Bhitarkanika forest officials call such people ‘Mangrove Mitra’.
 CMO Odisha Bikram Keshari Arukha PMO India
#Mankibaatpmmodi #SaveHentalMangroves #Odishaforestdepartment
#Bhitarkanikawildlifesanctury #DFOBhitarkanika
https://inspiringodisha.com/friends-of-mangrove-offer.../
The popular Naraj Peacock valley is just 15kms awa The popular Naraj Peacock valley is just 15kms away from Nandankanan Zoo in the capital city Bhubaneswar. The panoramic beauty of the valley is a reflection of Pannu Behera's love for peacocks. But for Kanhu (the grandson of Pannu) it's not just the love for peacocks but also a tribute to the last wish of his grandpa.🦚🦚
We believe stories can be an effective tool of motivation. DM us to cover yours. We'll get you covered.
.
.
#narajpeacockvalley #lighthouse 
.
https://inspiringodisha.com/a-tradition-of-love-that.../
Tike Khusi is a way to pour happiness in the faces Tike Khusi is a way to pour happiness in the faces of people. Through the small initiative, Ranjan Kumar Patra Patra is creating a series of memory with a mere touch of surprise and happiness. And this work in return gives him immense contentment.
A yoga teacher by profession and a cameraholic by passion only aim his work would able to curtail the amount of stress in the lives of people.📸
#lighthouse
https://inspiringodisha.com/tike-khusi-the-gift-of-joy/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies