• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ

ପିଲାମାନଙ୍କ ଭବିଷ୍ୟତ ଗଢିବା ପାଇଁ ଉଦ୍ୟମ କରିଚାଲିଛନ୍ତି ଶାନ୍ତାକାର

No Comments
August 24, 2022
3 Mins read
110 Views
a person sitting on a road side pillar with hills and sky in the background

ଚେଲ୍ଲାପିଲ୍ଲା ଶାନ୍ତାକାର । କୋରାପୁଟ ସହରର ପୂଜାରିପୁଟରେ ଘର ତାଙ୍କର । ଜଣେ ସୁଦକ୍ଷ ସାମ୍ବାଦିକ ଭାବରେ ବେଶ ନା’ଡାକ ରହିଛି ତାଙ୍କର ସ୍ଥାନୀୟ ଅଞ୍ଚଳରେ। ତେବେ ଶ୍ରୀ ମା’ ଶ୍ରୀ ଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ଶାନ୍ତକାରଙ୍କର ପ୍ରଥମ ପ୍ରେମ ହେଉଛି ପ୍ରକୃତି, ପରିବେଶ ଆଉ କୋରାପୁଟ । ଆଉ ସମାଜ ସେବା ବିଶେଷକରି ଆମର ଆସନ୍ତାକାଲିର ଭବିଷ୍ୟତ କୁନି କୁନି ପିଲାଙ୍କର ବୌଦ୍ଧିକ ବିକାଶ, ସାମଗ୍ରିକ ଚେତନାର ଉନ୍ମେଷକୁ ନିଜର ଏକମାତ୍ର ଧର୍ମ ଭାବରେ ବରିନେଇଛନ୍ତି ସେ । କୋରାପୁଟ ଅଞ୍ଚଳରେ କୋମଳମତି ପିଲାମାନଙ୍କ ଭବିଷ୍ୟତ ଗଢିବା ପାଇଁ  ନିରବଛିନ୍ନ ଭାବେ ସେ ନିଷ୍ଠାପର ଉଦ୍ୟମ କରିଚାଲିଛନ୍ତି । ବିଗତ ପ୍ରାୟ ତିରିଶ ବର୍ଷ ଧରି ସେ କରି ଚାଲିଥିବା ଏଇ ପ୍ରୟାସ  କେବଳ କୋରାପୁଟ ଜିଲ୍ଲା ନୁହେଁ ସାରା ରାଜ୍ୟ ଓ ରାଜ୍ୟ ବାହାରେ ଅନେକ କୋମଳମତି ଶିଶୁଙ୍କ ଭିତରେ ସୃଷ୍ଟି କରିପାରିଛି ଦୃଢ ଆତ୍ମବିଶ୍ଵାସ, ସହଭାଗୀତା ଏବଂ ସାରା ଜଗତ ସାଥିରେ ନିଜ ଚେତନାର ସମ୍ପୃକ୍ତି । ଅନ୍ତର୍ନିହିତ ଭାବନାକୁ ସକାରାତ୍ମକ ଭାବେ ଉଜାଗର ନିମନ୍ତେ ସେ ପିଲା ମାନଙ୍କୁ ପ୍ରେରିତ କରିବାରେ ଅନେକଟା ସଫଳ ହେଇ ପାରିଛନ୍ତି ।

କିନ୍ତୁ ସଫଳତା ପାଇବା ପୂର୍ବରୁ  ଆନେକ ଝଡଝଞ୍ଜାର ମୁକାବିଲା କରିବାକୁ ପଡିଛି ଶାନ୍ତକାରଙ୍କୁ ।  ସମ୍ବାଦିକତା ର ପେଶା ତାଙ୍କୁ  ସଚେତନ କରାଇଥିଲା ନିଜ ଅଞ୍ଚଳରେ ଅନେକ ସାମାଜିକ ସମସ୍ୟା ସମ୍ବନ୍ଧରେ । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଅଞ୍ଚଳରେ ବିଶେଷକରି ଆଦିବାସୀ ବାଳକ-ବାଳିକା ମାନଙ୍କର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କ୍ଷେତ୍ରରେ ଥିବା ଦୋଷ ତ୍ରୁଟି ତାଙ୍କୁ ମର୍ମାହତ କରିଥିଲା । ଗ୍ରାମାଞ୍ଚଳରେ ତ ଅନେକ ପିଲା ଅଳ୍ପ କେଇଦିନ ସ୍କୁଲ ଯାଇ ପାଠ ପଢା ହିଁ ଛାଡି ଦେଉଥିଲେ । ନିଜ ଅଞ୍ଚଳର ପିଲାଙ୍କଲାଗି ଆନନ୍ଦଦାୟକ ଆଦର୍ଶ ପ୍ରାଥମିକ ଶିକ୍ଷାବ୍ୟବସ୍ଥା କ୍ଷେତ୍ରରେ ନିଜର ଛୋଟ ଯୋଗଦାନ ଦେବାକୁ ୧୯୯୩ ମସିହାରେ ନିଜସ୍ଵ ଉଦ୍ୟମରେ ସେ ଆରମ୍ଭ କରିଥିଲେ ସ୍କୁଲଟିଏ । ପିଲାଏ ପ୍ରଥମଥର ସ୍କୁଲ ଆସିବା ପରେ ଚିରାଚରିତ ଶୈଳୀରେ ପାଠପଢା ପ୍ରତି ଅନେକ ପିଲାଙ୍କର ଅନାଗ୍ରହଭାବ, ଶ୍ରେଣୀକକ୍ଷରେ ଶିକ୍ଷକ-ପିଲାମାନଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନରେ ଥିବା ସମସ୍ୟା, ନିଜ ମନକଥା ବ୍ୟକ୍ତ କରିବାରେ ଅକ୍ଷମତା, ଶ୍ରେଣୀକକ୍ଷରେ ପାଠପଢା ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପିଲାଙ୍କର ଉଚିତ ଭାଗୀଦାରୀ ଲାଗି ଅନାଗ୍ରହ ଇତ୍ୟାଦି ଅନେକ ବୌଦ୍ଧିକ ତଥା ମାନସିକ ସମସ୍ୟା ତାଙ୍କ ନଜରକୁ ଆସିଲା । ଆଉ ଏଇ ସମସ୍ୟା ସବୁର ସମାଧାନ ପାଇଁ ଶିକ୍ଷାଦାନ ପଦ୍ଧତିର କିଛି ନୂଆ ବିକଳ୍ପ ଖୋଜିବାରେ ଲାଗିଲେ ସେ ।

ସାମ୍ବାଦିକତା ପେଶାର ଅନୁଭବ ତାଙ୍କୁ ଏ କାମରେ ଏକ ନୂଆ ଦିଗଦର୍ଶନ ଦେଲା। “ଜାଣିବା ଏବଂ ଜଣେଇବା – ଏ ହେଉଛି ସାମ୍ବାଦିକତା ର ମୂଳ ମନ୍ତ୍ର  ଆଉ ଏ ମନ୍ତ୍ର କୁ ସେ ପିଲାଙ୍କର ଭବିଷ୍ୟତ ସଜାଡିବା କାମରେ ବି ପ୍ରୟୋଗ କଲେ । ଶିଶୁ ମନର ଚିନ୍ତାଧାରା,ଭାବନା,ଅନୁଭୂତି, ସୃଜନଶୀଳତା ସବୁ କିଛିକୁ ଲେଖା ମାଧ୍ୟମରେ ପ୍ରକାଶ କରିବାକୁ ସ୍କୁଲ ସ୍କୁଲ ବୁଲି ପିଲାଙ୍କୁ ଉତ୍ସାହିତ କଲେ । ଶାନ୍ତାକାରଙ୍କ ପ୍ରଚେଷ୍ଟାରେ ପ୍ରକାଶ ପାଇଲା  ଶିଶୁ ସାମ୍ବାଦିକଙ୍କର ହସ୍ତଲିଖିତ ପତ୍ରିକା ‘ଅଙ୍କୁରୋଦଗମ’। କୋରାପୁଟର କୁନି କୁନି ସ୍କୁଲ ପିଲାଙ୍କ ଅନ୍ତର୍ନିହିତ ସୃଜନଶୀଳତା କୁ ନୂଆ ରାହା ଦେଲା ଏଇ ପତ୍ରିକା।

୨୦୦୫ ମସିହା ରେ ‘ ନିଜ ସ୍କୁଲ ଦାଇତ୍ଵରୁ ଅବ୍ୟାହିତି ନେଇ ‘ଶିଶୁ ସମ୍ବାଦିକତା’ କାର୍ଯକ୍ରମକୁ ସୁଦୂରପ୍ରସାରି କରିବାରେ ଲାଗିଲେ ଶାନ୍ତାକାର । ଏଥିରେ ତାଙ୍କୁ UNICEF ଏବଂ କୋରାପୁଟ କୃଷକ ସଂଗଠନ ର ସହଯୋଗ ମଧ୍ୟ ମିଳିଲା । ପିଲାଙ୍କପାଇଁ କାମ କରିବାକୁ ଶାନ୍ତାକାରଙ୍କ ଉଦ୍ୟମରେ କୋରାପୁଟର ସ୍କୁଲ ଶିକ୍ଷକ ଓ ଅଭିଭାବକମାନଙ୍କୁ ନେଇ ଗଠିତ ହୋଇଛି ‘PGCD’ ବା ‘Peoples Group For Children’s Development’ ।

ଶିକ୍ଷକ ଓ ମାତା-ପିତା ଙ୍କୁ କିପରି ଶିଶୁ ଅନୁକୂଳ ପରିବେଶ ଯୋଗାଇହେବ, ଶିକ୍ଷାଦାନ ପଦ୍ଧତିକୁ କିପରି ରୋଚକ ଓ ଆନନ୍ଦଦାୟକ କରାଯାଇପାରିବ, ପିଲାମାନଙ୍କୁ ନିଜ ପରିସର ପରିବେଶ ସହ ବର୍ତ୍ତମାନର ଦୁନିଆ ସହିତ ପରିଚିତ କରାଇବା ସହ ସେମାନଙ୍କ ସୃଜନଶୀଳତା ଓ ସାମଗ୍ରିକ ବୌଦ୍ଧିକ ବିକାଶ କିପରି ହୋଇପାରିବ, ଯାହାକି ସେମାନଙ୍କର ଭବିଷ୍ୟତକୁ ସଠିକ ଭାବରେ ଗଢି ପାରିବ ସେ ଦିଗରେ ଆମେ PGCD’ ମାଧ୍ୟମରେ ନିରନ୍ତର ଉଦ୍ୟମ କରିଚାଲିଛୁ।

ବର୍ଷବର୍ଷ ଧରି ଶାନ୍ତାକାରଙ୍କ ନିଷ୍ଠାପର ପ୍ରୟାସର ସୁଫଳ ଏବେ କୋରାପୁଟର ସୀମା ସରହଦ ଡେଇଁ ସାରା ରାଜ୍ୟରେ ତଥା ରାଜ୍ୟ ବାହାରେ ମଧ୍ୟ ଅନୁଭୂତ ହେଲାଣି। ତାଙ୍କର ‘ଶିଶୁ ସମ୍ବାଦିକତା କାର୍ଯ୍ୟକ୍ରମ’ କୁ ରାଜ୍ୟ ସକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଦ୍ଵାରା ଅନୁମୋଦିତ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ଦେଇଛନ୍ତି। କେବଳ ଓଡିଶା ନୁହେଁ ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଏବଂ ଦିଲ୍ଲୀର ଅନେକ ସ୍କୁଲରେ ଶାନ୍ତାକରଙ୍କ ଶିଶୁ ସମ୍ବାଦିକତା କାର୍ଯ୍ୟକ୍ରମ’ ଆଦୃତ  ହେବା ସାଙ୍ଗକୁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଛି।
ଶାନ୍ତକାରଙ୍କ ଅଭିଭାବକତାରେ କୋରାପୁଟ ର ମଫସଲ ଅଞ୍ଚଳର ଆଦିବାସୀ ପିଲାଏ ବେଜିଂଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଶିଶୁ ସମ୍ମିଳନୀରେ ସକ୍ରିୟ ଅଂଶଗ୍ରହଣ କରି ନିଜର ଅନୁଭୂତି ଏବଂ ଚିନ୍ତାଧାରା ବ୍ୟକ୍ତ କରିବା ଏକ ବଡ ଉପଲବ୍ଧି ନିଶ୍ଚୟ।

No child of Mine can Be Zero’ –   କୌଣସି ବି ପିଲା କେବେ ବିଚାରଶୂନ୍ୟ ନ ଥାଏ’ – ଶ୍ରୀ ମା’ ଶ୍ରୀ ଅରବିନ୍ଦଙ୍କ ଏଇ କଥା ମତେ ସବୁବେଳେ ପ୍ରଭାବିତ କରିଆସିଛି। ସେମମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବୁଝି ସ୍ବୀକୃତି ଦେବାର ଆବଶ୍ୟକତା ରହିଛି। ଶିଶୁମାନଙ୍କୁ  ସେମମାନଙ୍କ ୫ ଇନ୍ଦ୍ରିୟକୁ ବ୍ୟବହାର କରି ପଢିବା, ଲେଖିବା, ଏବଂ ଅଧିକଠୁ  ଅଧିକ ପ୍ରଶ୍ନ ପଚାରିବା ପାଇଁ ପ୍ରେରଣ। ଦେବା ଜରୁରୀ । ଜିଜ୍ଞାଷା  ଶିଶୁଙ୍କୁ ଆହୁରି ଗଭୀର ଜ୍ଞାନ ଦିଏ ଏବଂ ନିଜ ଆଖ-ପାଖରେ ଘଟୁଥିବା ଘଟଣା ବିଷୟରେ ବୁଝିକି ସମସ୍ତଙ୍କ ସାମନାରେ ନିଜ ପ୍ରତିକ୍ରିୟା ବ୍ୟକ୍ତକଲେ ସେମାନଙ୍କର ଆତ୍ମବିଶ୍ଵାସ ଦୃଢ ହୋଇଥାଏ। ଆଜି ପଞ୍ଚାବନ ବର୍ଷ ବୟସରେ ମଧ୍ୟ ମୁଁ ପିଲାଙ୍କ ମଝିରେ ପିଲାଟିଏ ହେଇ କାମ କରୁଛି ।

ମୁଁ ଚାହେଁ ‘ଶିଶୁ ସମ୍ବାଦିକତା’ କାର୍ଯକ୍ରମର ଲାଭ ଗାଁ ମଫସଲର ପ୍ରତ୍ୟେକଟି  ପିଲାକୁ ମିଳୁ । ମୁଁ ଏମତି ଏକ ଦୁନିଆର ସ୍ଵପ୍ନ ଦେଖୁଛି ଯେଉଁଠି ପିଲାମାନଙ୍କର ସବୁ କଥାକୁ ବଡମାନେ ଧର୍ଯ୍ୟ ଓ ସମ୍ବେଦନଶୀଳତା ସହ ଶୁଣିବେ ଏବଂ ପିଲାଙ୍କର ସାମଗ୍ରିକ ମାନସିକ ବୌଦ୍ଧିକ ବିକାଶ ପାଇଁ ଚେଷ୍ଟା କରିବେ ।

ଶାନ୍ତକାରଙ୍କ ସ୍ଵପ୍ନ ସାର୍ଥକ ହେଉ । ସେ ଆମ ସବୁରି ପ୍ରେରଣା ତାଙ୍କୁ ଆମର ହୃଦୟଭରା ସାଧୁବାଦ !!
 
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଅସ୍ତରଙ୍ଗର ଗଛ ମାଷ୍ଟ୍ରେ

Next Post

ହେନ୍ତାଳ ମାନବ ହେମନ୍ତ

You might also like
soundarya-blind-chess-player
ଅସାଧାରଣ

ଦୃଷ୍ଟିଶକ୍ତି ଠୁ ଶକ୍ତିଶାଳୀ ସୌନ୍ଦର୍ଯ୍ଯଙ୍କ ଇଛାଶକ୍ତି

3 Mins read
October 29, 2022

ଜୀବନର ସବୁ ବାଧା ବିଘ୍ନକୁ ଦୂର କରିବାରେ ଦୃଷ୍ଟିଶକ୍ତି ଠୁ ଶକ୍ତିଶାଳୀ ସୌନ୍ଦର୍ଯ୍ଯଙ୍କ ଇଛାଶକ୍ତି ସାହସିକତା, ଜୀବନ ପ୍ରତି ତାଙ୍କର ଆଶାବାଦୀ ଦୃଷ୍ଟିକୋଣ ଏବଂ ଅବିଶ୍ୱସନୀୟ କାର୍ଯ୍ୟ ତାଙ୍କୁ ଆଜି ଭାରତର ତିନି ଶ୍ରେଷ୍ଠ ଦୃଷ୍ଟିହୀନ ଚେସ ଖେଳାଳିଙ୍କ ମଧ୍ୟରେ ସ୍ଥାନିତ କରିପାରିଛି

meena-koraput0
ଅସାଧାରଣ ଭିଡିଓ କାହାଣୀ

ସେବା, ସାଧନା ଓ ସମର୍ପଣର ମୂର୍ତ୍ତି – ମୀନାରାଣୀ

3 Mins read
September 21, 2022

ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ବା ANM ଭାବରେ କୋରାପୁଟର ଦଶମନ୍ତପୁର ପରି ଦୁର୍ଗମ ଓ ଆଦିବାସୀବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟସମ୍ବନ୍ଧୀୟ ସଚେତନତା, ସରକାରୀ ଯୋଜନାମାନଙ୍କର ସୂଚନା, ବିଭିନ୍ନ ରୋଗବୈରାଗର ଚିକିତ୍ସା ବାର୍ତ୍ତା ଓ ଔଷଧ ବିତରଣ କରୁଥିବା ମୀନାରାଣୀ ବେହେରା ଗ୍ରାମବାସୀଙ୍କ ପାଇଁ ହୋଇଛନ୍ତି ଆଶା ଭରଷା ଓ ଜିଣିଛନ୍ତି ସ୍ନେହ ଆତ୍ମୟୀତା

saviour-of-the-bahanaga-train-mishap-gobinda
ଅସାଧାରଣ

ବାହାନଗା ରେଳ ଦୁର୍ଘଟଣାପୀଡିତଙ୍କ ପୁନର୍ଜୀବନ ପାଇଁ ପ୍ରୟାସରେ ମଗ୍ନ ଗୋବିନ୍ଦ ବଲ୍ଲଭ

3 Mins read
August 5, 2023

“ସେ ସମୟରେ ସମ୍ପୂର୍ଣ୍ଣ ଅନ୍ଧାର ଥିଲା । ଆମର କିଛି ସ୍ୱେଚ୍ଛାସେବୀଙ୍କ ସହ ଯେତେବେଳେ ମୁଁ ଦୁର୍ଘଟଣା ସ୍ଥଳରେ ପହଞ୍ଚିଲି ସେ ଦୁଃଖଦ ଦୃଶ୍ୟ ସତରେ ଶବ୍ଦରେ ବର୍ଣ୍ଣନା କରି ହେବନି। ପୀଡ଼ିତ ମାନଙ୍କରୟନ୍ତ୍ରଣା ଆଉ କରୁଣ ଚିତ୍କାର;କାହାର ଗୋଟିଏ ହାତ ଏଠାରେ ପଡିଛି ତ, ସେଠାରେ ଆଉ କାହାର ଗୋଡ଼;ଏପରିକି କାହାର କାହାର ଚେହେରା ବିକୃତ ହୋଇଯାଇଥିଲା। ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ର ଭଗ୍ନାବଶେଷରୁ ସ୍ଥାନୀୟ ଲୋକେ କୌଣସି ଉପାୟରେ କିଛି ମୃତଦେହ ଉଦ୍ଧାର କରି ରଖିଥିଲେ। …

It's a proud moment for us that PM Shri Narendra M It's a proud moment for us that PM Shri Narendra Modi cited the name of Odia Boy- @RahulMaharana and appreciated his effort for 'plastic-free Beach' in the #MannkiBaat recently. 30kms away from the capital city of Odisha, this 22-year-old disposed of over 1-ton garbage from the Hental Mangrove forest in Astaranga. He has undertaken beach cleaning activities on more than 60 occasions and is also looking for others to join him.

Improper disposal of garbage is the result of our negligence. We should understand the fact that mother earth may suffer its direct burden but its faraway impact will be on us.
So, let's join hands for a clean world.

#Joinhandsforcleanliness #RahulMaharana #lighthouse #BhitarkanikaWildlifeDivision #OdishaForestDepartment #CMOOdisha� #NaveenPatnaik #PMOIndia #MannkiBaat
#MinistryofEnvironmentForestandClimateChange

https://inspiringodisha.com/a-solo-endeavor-for-a-plastic-free-marine-stretch/
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.
click here⬇️⬇️
https://inspiringodisha.com/battled-covid-to-be-a-mother/
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.

https://inspiringodisha.com/last-comrade-of-unclaimed-souls/
Amrita Das left her job at Thomson Reuters Corpora Amrita Das left her job at Thomson Reuters Corporation in Banglore to address the issues of plastic pollution in nearby parameters. While finding the solution to it, she came to Odisha, became a social entrepreneur, and is now the owner of Odissi Earth. She is sharing the portion of Odia tradition, culture, and pristine forest resources of Odisha through her body care products. Her endeavour is aiding at least 25 individuals and many other tribal farmers to become more aware, trained, and self-reliant human beings.

#inspiringOdisha #odissiearth #odiamaati #changemaker #startupbusiness #Ecoodisha #Odishabiodiversity
Copy the link to know more:
https://inspiringodisha.com/empowering-lives-through-sustainable-path/
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../

Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.

Know about his story of lone dedication and perseverance by clicking on the link above.
Blindness is not an inefficacy. This fact is prove Blindness is not an inefficacy. This fact is proven by 23-year-old Soundarya Kumar Pradhan of Boden in the Sambalpur district of Odisha over and over again in his life. This international chess player withstood each obstacle with courage and excelled both in his academics and career with shining colors.
Learn more about this young talent of Odisha. Click the link below: 
Soundarya Pradhan Prachurya Pradhan
PM Narendra Modi Naveen Patnaik 
#vishwanathananad #sportsministryofindia
Link to the whole story: https://inspiringodisha.com/blind-chess-player-soundarya/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies