• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ସଂରକ୍ଷଣ

ଦେଶୀ ବିହନର ସଂରକ୍ଷଣ ମାନସଙ୍କ ଅଭିଯାନ

No Comments
December 6, 2024
2 Mins read
187 Views
manas

ପରିବର୍ତ୍ତନଶୀଳ ଯୁଗରେ ଯେଉଁଠାରେ ପାରମ୍ପରିକ କୃଷି ପ୍ରଥା ଲୋପ ପାଇଚାଲିଛି, କଳାହାଣ୍ଡି ଜିଲ୍ଲାର ୪୫ ବର୍ଷୀୟ ମାନସ ରଂଜନ ସାହୁ ଦେଶୀ ବିହନର ରକ୍ଷାକର୍ତ୍ତା ଭାବେ ଏକ ଅଭିଯାନ ବଜାୟ ରଖିଛନ୍ତି ।

ମାନସ ରଂଜନ ସଂଗ୍ରହ କରିଛନ୍ତି ମୋଟ ୧,୭୫୬ ପ୍ରକାରର ଦୁର୍ଲଭ ଦେଶୀ ବିହନ ଏବଂ ଏହି ବିହନଗୁଡିକର ସଂରକ୍ଷଣ କରିବା ସହ ଅନେକ ଚାଷୀଙ୍କୁ ଦେଶୀ ବିହନ ଓ ଜୈବିକ ଚାଷର ଜ୍ଞାନ ଦେବାକୁ ତାଙ୍କର ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ତାଙ୍କର ଏହି ପ୍ରେରଣାଦାୟୀ ପଦକ୍ଷେପ- ‘କଳାହାଣ୍ଡି ବିହନ ବ୍ୟାଙ୍କ’ ମାଧ୍ୟମରେ ସେ ଦୁର୍ଲଭ ବୀଜ ସବୁକୁ ନିଶ୍ଚିହ୍ନ ହେବାରୁ ବଞ୍ଚାଇ ରଖିବା ସହ ଆଗାମୀ ପିଢ଼ି ପାଇଁ ଏହାକୁ ଲୋକପ୍ରିୟ କରିବାରେ ସଫଳ ହୋଇଛନ୍ତି।

ମାନସଙ୍କ ଯାତ୍ରା ୨୦୦୯ ମସିହାରେ ଆରମ୍ଭ ହୋଇଥିଲା, ଯେବେ ସେ ତାଙ୍କ ଜନ୍ମସ୍ଥାନ ଧର୍ମଗଡ଼ର ବାଟୁଲ ଗାଁରେ ଏକର ଜମିରେ ୬୨ ପ୍ରକାରର ଦେଶୀ ବିହନର ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ଷ ପରେ ବର୍ଷ ତାଙ୍କର ଉତ୍ସାହ ତ ବଢିଛି, ତା’ସହ ବଢ଼ି ଚାଲିଛି ତାଙ୍କର ବ୍ୟାଙ୍କରେ ବିହନ ସଂଖ୍ୟା । କୋକସରା ବ୍ଲକର ଗୋଟମୁଣ୍ଡା ଗାଁରେ ଥିବା ବ୍ୟକ୍ତିଗତ ଜମିକୁ ମିଶାଇ ଆଜି ସେ ତାଙ୍କର ପ୍ରୟାସକୁ ୧୦ ଏକର ଜମିକୁ ବିସ୍ତାରିତ କରିଛନ୍ତି । ଏଠାରେ ସେ ଧାନ, ପରିବା, ଡ଼ାଲି, ମାଣ୍ଡିଆ ଓ ତେଲଯୁକ୍ତ ବିହନ ଉତ୍ପାଦନ କରିବା ସହ ଚାଷ କାମରେ ନିଜକୁ ନିୟୋଜିତ କରିଛନ୍ତି । ମାନସଙ୍କ ବିହନ ବ୍ୟାଙ୍କରେ ସର୍ବମୋଟ ୮୧୬ ପ୍ରକାରର ଧାନ ବିହନ ରହିଛି ଯାହା ମଧ୍ୟରେ ୧୦୦ ପ୍ରକାରର ବାସୁମତୀ ଧାନ, ୧୭ ପ୍ରକାରର କଳା ଧାନ, ୩ ପ୍ରକାରର ସବୁଜ ଧାନ ଓ ୮୦ ପ୍ରକାରର ପୋଷଣଯୁକ୍ତ ଲାଲ ଧାନ ସାମିଲ। ଏହା ସହିତ ଦୁଇ ପ୍ରକାରର କୁହୁକ ଧାନ ରହିଛି, ଯାହାକୁ ରୋଷେଇ ନକରି କେବଳ ପାଣିରେ ଭିଜାଇ ଖିଆଯାଇପାରିବ । କିନ୍ତୁ ମାନସଙ୍କ ବିହନ ବ୍ୟାଙ୍କ କେବଳ ଧାନରେ ସୀମିତ ନୁହେଁ । ତାଙ୍କ ବ୍ୟାଙ୍କରେ ୭୩୦ ପ୍ରକାରର ପରିବା, ୧୬୦ ପ୍ରକାରର ମାଣ୍ଡିଆ, ୪୨ ପ୍ରକାରର ଡ଼ାଲି ଓ ୮ ପ୍ରକାରର ତେଲଯୁକ୍ତ ବିହନ ବି ସଂଗ୍ରହ ହୋଇ ଅଛନ୍ତି ।

 “ହଜାର ହଜାର ଦେଶୀ ବିହନ କେବଳ ଅବହେଳା ଓ ହାଇ ଇଲ୍ଡ ବିହନ ଉପରେ ନିର୍ଭରଶୀଳତା ପାଇଁ ନିଶ୍ଚିହ୍ନ ହୋଇଗଲେ । ମୋ ଅନୁଭବରେ ସବୁଜ ବିପ୍ଳବ ଦ୍ୱାରା ଆସିଥିବା ପରିବର୍ତ୍ତନ, ଯଦିଓ ପ୍ରାରମ୍ଭରେ ଲାଭଦାୟକ ଥିଲା, ତାହାର ଦୀର୍ଘକାଳୀନ ପରିଣାମ ଥିଲା ମୃର୍ତ୍ତିକା ଅବକ୍ଷୟ, କୀଟ ପ୍ରାଦୁର୍ଭାବ ବୃଦ୍ଧି ଏବଂ ଚାଷୀଙ୍କ ଖର୍ଚ୍ଚ ବୃଦ୍ଧି । ଏବେ ସମୟ ଆସିଛି, ଆମେ ପୁଣି ଦେଶୀ ବୀଜ ଓ ପ୍ରାକୃତିକ ଚାଷ ପ୍ରକ୍ରିୟାକୁ ଫେରାଇ ଆଣିବା, ଯାହା ପରିବେଶ ପାଇଁ ଅନୁକୂଳ, ଶସ୍ତା ଓ ରୋଗ ପ୍ରତିରେଧକ।”

ମାନସଙ୍କ ଉଦ୍ୟମ ଏବେ ସେ ଅଂଚଳର ଅନେକ ଚାଷୀଙ୍କୁ ପ୍ରଭାବିତ କରୁଛି ଯେଉଁମାନେ ଦେଶୀ ବୀଜର ସଂରକ୍ଷଣ କରିବା ସହ ଏବଂ ଜୈବିକ ଚାଷ ପ୍ରତି ଆକର୍ଷିତ ହେଉଛନ୍ତି । ଏହା ସହ ଘଇଈଇଜଊ ଅଧିକାରୀ, ଛାତ୍ର ଓ ଗବେଷକମାନେ ମଧ୍ୟ ତାଙ୍କ ବୀଜ ବ୍ୟାଙ୍କକୁ ବିଭିନ୍ନ ଗବେଷଣା ପାଇଁ ଆସିବାର ଦେଖାଯାଉଛି ।

ତାଙ୍କର ଏଇ ପ୍ରୟାସ ପାଇଁ ମାନସ ୨୦୧୫ ଏବଂ ୨୦୧୭ରେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ପାଇଥିଲେ ‘ଜିନ ସେଭିଅର ଆୱାର୍ଡ’ ଏବଂ ୨୦୨୩ରେ ପ୍ରମେୟ ନ୍ୟୁଜ ମଧ୍ୟ ତାଙ୍କୁ ସମ୍ମାନିତ କରିଥିଲା । କିନ୍ତୁ ତାଙ୍କ ପଦକ୍ଷେପ ଦ୍ୱାରା ଆଗାମୀ ପିଢି ଲାଭବାନ ହୋଇପାରିବା ଓ ଭବିଷ୍ୟତରେ କୃଷିରେ ଉନ୍ନତି ଆସିପାରିବା ହିଁ ତାଙ୍କ ପାଇଁ ପ୍ରକୃତ ପୁରସ୍କାର ହେବ ବୋଲି ମାନସଙ୍କ ବିଶ୍ୱାସ ।

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ସାନ୍ତାଳି ଭାଷାର ଡିଜିଟାଇଜେସନରେ ସମର୍ପିତ ରାମଜିତ

You might also like
Guardian of endangered Blackbucks
ଭିଡିଓ କାହାଣୀ ସଂରକ୍ଷଣ

ବିଲୁପ୍ତପ୍ରାୟ କୃଷ୍ଣସାର ମୃଗଙ୍କ ସୁରକ୍ଷାରେ ଅମୂଲ୍ୟ

2 Mins read
January 11, 2024

Amulya Upadhyay works tirelessly for the protection of Blackbucks in the Balipadar-Bhetnoi and nearby regions of Ganjam District

farmer
ସଂରକ୍ଷଣ

ମହୁଆ ମିଟୁ – ମହୁଚାଷୀଙ୍କ ଦିଗଦର୍ଶକ

2 Mins read
July 10, 2023

ମହୁମାଛି ପାଳନ ଆଉ ମହୁ ଚାଷ ମହୁଆ ମିଟୁଙ୍କର ପେଶା ନିଶା ଓ ଜୀବନ ଜୀବିକାର ମନ୍ତ୍ର

Hemant-Kumar-Rout
ଅସାଧାରଣ ସଂରକ୍ଷଣ

ହେନ୍ତାଳ ମାନବ ହେମନ୍ତ

3 Mins read
September 5, 2022

ହେତୁ’ ପାଇଲା ଦିନରୁ ଏ ଅଞ୍ଚଳର ନିଆରା ଜୈବ ବିବିଧତା, ଲୁଣା ନଦୀ ଓ ହେନ୍ତାଳ ବଣ ସାଙ୍ଗରେ ହେମନ୍ତ କୁମାର ରାଉତଙ୍କର ସମ୍ପୃକ୍ତି । ଏ ଅଞ୍ଚଳର ଅନେକ ଅବକ୍ଷୟପ୍ରାପ୍ତ ହେନ୍ତାଳ ବଣ ଆଜି ତାଙ୍କରି ଉଦ୍ୟମରେ ପୁଣିଥରେ ସବୁଜ ପାଲଟିଛି

As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!Stay tuned... Tap the link.https://www.youtube.com/watch?v=_gUgr_dedKw#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
An animal geneticist has been investigating the na An animal geneticist has been investigating the native livestock breeds of Odisha for the last two decades. His research laid 8 native breeds to get registered and secure their Intellectual Property (IP) rights.  #people #innovation #newideas #savenativebreeds #OUAT #animalGenetics #CMOOdisha #PMOIndiahttps://inspiringodisha.com/an-effort-to-make-native.../
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.Know about his story of lone dedication and perseverance by clicking on the link above.
Blindness is not an inefficacy. This fact is prove Blindness is not an inefficacy. This fact is proven by 23-year-old Soundarya Kumar Pradhan of Boden in the Sambalpur district of Odisha over and over again in his life. This international chess player withstood each obstacle with courage and excelled both in his academics and career with shining colors.Learn more about this young talent of Odisha. Click the link below: Soundarya Pradhan Prachurya PradhanPM Narendra Modi Naveen Patnaik #vishwanathananad #sportsministryofindiaLink to the whole story: https://inspiringodisha.com/blind-chess-player-soundarya/
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
It's a proud moment for us that PM Shri Narendra M It's a proud moment for us that PM Shri Narendra Modi cited the name of Odia Boy- @RahulMaharana and appreciated his effort for 'plastic-free Beach' in the #MannkiBaat recently. 30kms away from the capital city of Odisha, this 22-year-old disposed of over 1-ton garbage from the Hental Mangrove forest in Astaranga. He has undertaken beach cleaning activities on more than 60 occasions and is also looking for others to join him.Improper disposal of garbage is the result of our negligence. We should understand the fact that mother earth may suffer its direct burden but its faraway impact will be on us.So, let's join hands for a clean world.#Joinhandsforcleanliness #RahulMaharana #lighthouse #BhitarkanikaWildlifeDivision #OdishaForestDepartment #CMOOdisha� #NaveenPatnaik #PMOIndia #MannkiBaat#MinistryofEnvironmentForestandClimateChangehttps://inspiringodisha.com/a-solo-endeavor-for-a-plastic-free-marine-stretch/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies