• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ସଂରକ୍ଷଣ

ମହୁଆ ମିଟୁ – ମହୁଚାଷୀଙ୍କ ଦିଗଦର୍ଶକ

No Comments
July 10, 2023
2 Mins read
336 Views
farmer

ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଡୁଗୁଡୁଗା ଗାଁ ରେ ଘର ଯୁବ ଚାଷୀ ରାଜେଶ ବିଶ୍ଵାଳଙ୍କର। ତେବେ ଆଖପାଖ ଅଞ୍ଚଳରେ ସମସ୍ତେ ଆଦରରେ ତାଙ୍କୁ ଡାକନ୍ତି ‘’ମହୁଆ ମିଟୁ‘’ କାରଣ ମହୁମାଛି ପାଳନ ଆଉ ମହୁ ଚାଷ ତାଙ୍କର ପେଶା ନିଶା ଓ ଜୀବନ ଜୀବିକାର ମନ୍ତ୍ର। ନିଜର ଦୁଇ ଏକର ଜମିରେ ୭୦ରୁ ଉର୍ଦ୍ଧ୍ଵ ମହୁ ବାକ୍ସ ବସାଇ ସେ ନିଜେତ ମହୁଚାଷ କରନ୍ତି ତା’ସହିତ କିଛି ସ୍ଥାନୀୟ ଚାଷୀଙ୍କୁ ରୋଜଗାର ବି ଯୋଗାଇ ଦେଇପାରୁଛନ୍ତି। ମହୁମାଛି ପାଳନରେ ତାଙ୍କର ଅଧ୍ୟବସାୟ ଓ ଅନୁଭୂତି ଆଜି ଅନେକ ଚାଷୀଙ୍କର ଜୀବନ ଜୀବିକା କୁ ସଫଳତାର ଏକ ନୂଆ ମୋଡ ଦେବାରେ ସହାୟକ ହୋଇଛି । ଲାଭଜନକ ମହୁଚାଷରେ ଆଗ୍ରହୀ ଚାଷୀଙ୍କ ପାଇଁ ସାରା ଓଡିଶାର ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ଉନ୍ନତ ମହୁମାଛି ପାଳନ ର ପ୍ରଶିକ୍ଷଣ ଦେଇଥାନ୍ତି ରାଜେଶ ।ଏଯାବତ ୨୦୦ରୁ  ଉର୍ଦ୍ଧ୍ଵ  ଆଗ୍ରହୀ ଚାଷୀଙ୍କୁ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ସଫଳ ମହୁଚାଷୀ ଭାବେ ଗଢି ପରିଛନ୍ତି।

ଚାଷ ଆମର କୌଳିକ ବୃତ୍ତି ତେଣୁ ବିଭିନ୍ନ ଚାଷ କାମରୁ ମତେ ଆନଦ ହିଁ ମିଳିଥାଏ। ତେବେ ମହୁ ଚାଷରେ ମୋର ଅନୁଭବ ମତେ ସୁଯୋଗ ଦେଇଛି ଅନେକଙ୍କ ଜୀବନ ଜୀବିକାର କଲ୍ୟାଣ କରିବା ପାଇଁ । ୧୦ମ ଶ୍ରେଣୀ ପାଠପଢା ସାରିବା ପରେ ମୋର ପରିସ୍ଥିତି ମତେ ବାଧ୍ୟକରିଥିଲା ସୁଦୂର ତାମିଲିନାଡୁ ଯାଇ ଏକ କମ୍ପାନୀରେ ଛୋଟିଆ ଚାକିରିଟିଏ କରିବାପାଇଁ ତେବେ ନିଜ ପାଇଁ ନିଜ ମାଟି ପାଇଁ କିଛି କରିବା ଉଦେଶ୍ୟରେ ମୁଁ ଫେରିଆସିଲି ଘରକୁ । ଆଉ ଅନେକ ପ୍ରତିକୂଳ ପରିସ୍ଥିତି ଝଡାଝଞ୍ଜା ଭିତରେ ବି ୨୦୧୧ ମସିହାରୁ ମହୁମାଛି ପାଳନ କରି ମହୁଚାଷ କରୁଛି । ଆମ ସାକ୍ଷୀଗୋପାଳରେ ଥିବା ଉଦ୍ୟାନ ବିଭାଗ ସହାୟତାରେ ମୁଁ ଏଥିପାଇଁ ପ୍ରଥମେ ପ୍ରଶିକ୍ଷଣ ନେଇଥିଲି । ଏଇ ସମୟରେ ଭୁବନେଶ୍ଵର ଓୟୁଏଟିର  ମହୁଚାଷୀ ବିଜ୍ଞାନୀ ଡାଃ ବିକାଶ ପାତ୍ରଙ୍କ ସହ ପରିଚୟ ହୁଏ । ସେ ହିଁ ମୋତେ ଉନ୍ନତ ଧରଣର ମହୁମାଛି ଚାଷ  କେମିତି ସୁରୁଖୁରୁରେ କରି ପାରିବା ସହିତ କିଭଳି ଅଧିକ ପରିମାଣର ମହୁ ସଂଗ୍ରହ କରି ବଜାରରେ ବିକ୍ରି କରିପାରିବା ସେ ଦିଗରେ ପରାମର୍ଶ ଦେଇଥିଲେ ।

ଓୟୁଏଟି ରେ ପ୍ରଶିକ୍ଷଣ ପାଇ ରାଜେଶ ସଫଳତ ହେଲେ, ପ୍ରକାରାନ୍ତରେ ନିଜର ଆଗ୍ରହ ଅଧ୍ୟବସାୟ ବଳରେ ନିଜେ ଜଣେ ପ୍ରଶିକ୍ଷକ ମଧ୍ୟ ବନିଗଲେ।  କଳାହାଣ୍ଡି , ନବରଙ୍ଗପୁର ,ଫୁଲବାଣୀ ,ଭୁବନେଶ୍ବର ,ଆଠଗଡ , ମୟୂରଭଞ୍ଜ , ଆଦି ଓଡିଶା ର ବିଭିନ୍ନ ପ୍ରାନ୍ତ ରେ ରାଜେଶଙ୍କ ପ୍ରଶିକ୍ଷଣ ଓ ପରାମର୍ଶ ନେଇ ମହୁ ଚାଷରୁ ଲାଭବାନ ହେଉଛନ୍ତି । ମହୁଚାଷରେ ବ୍ୟବହାର ପାଇଁ ଆବଶ୍ୟକ ହେଉଥିବା ଉପକରଣ ସବୁ ମଧ୍ୟ ପ୍ରସ୍ତୁତ କରି ସେ ଯୋଗାଇ ଥାନ୍ତି  ଆଗ୍ରହୀ ଚାଷୀଙ୍କୁ। ସଫଳ ମହୁଚାଷର ପ୍ରଶିକ୍ଷଣ ପାଇଁ ରାଜ୍ୟ ଉଦ୍ୟାନ ବିଭାଗ, ଓୟୁଏଟି,ଆଦି ବିଭିନ୍ନ ଅନୁଷ୍ଠାନ ତରଫରୁ ରାଜେଶ ପୁରସ୍କୃତ ବି ହୋଇଛନ୍ତି। ।

ଚାଷବାଷ କରି ଆଜିକାଲି ବଞ୍ଚିବା କଷ୍ଟ ବୋଲି ଅନେକେ କହନ୍ତି, ସେଥିପାଇଁ ଜମିବାଡି ଥିଲେ ବି ଚାଷ ପାଇଁ ଆମ ଯୁବପିଢୀ ଆଗ୍ରହ ରଖୁନାହାନ୍ତି। ମତେ କିନ୍ତୁ ଲାଗେ ଚାଷ କାମ ଯାହାର କେତେ ସୁଖ ତାହାର । ଚାଷ ପରି ଆନନ୍ଦ ଦାୟକ ଜୀବିକା ଆଉ କୌଣସି କାମରୁ ମିଳିବନି । ଗତ ଫନି ବାତ୍ୟାରେ ମହୁମାଛି ବାକ୍ସ ଉପରେ ବଡବଡ ଗଛ ପଡିଯିବା ସହିତ ମୋର ମହୁ ବାକ୍ସ ସବୁ ନଷ୍ଟ ହୋଇଯାଇଥିଲା ସେହି  ସମୟରେ ମତେ ବହୁତ ଆର୍ଥିକ ଚାପର ସାମ୍ନା କରିବାକୁ ପଡିଥିଲା। କିନ୍ତୁ ମନବଳକୁ ଦୃଢ ରଖି  ପୁଣିଥରେ ମହୁମାଛି ଚାଷ ଆରମ୍ଭ କରିଥିଲି। ଏବେ ମହୁରୁ ମୁଁ ଭଲ ଦି ପଈଷା ରୋଜଗାର କରିପାରୁଛି। ପୁଣି ବିଭିନ୍ନ ବିଭିନ୍ନ ଫଳ, ନଡିଆ, ପନିପରିବା ମୁଁ ଚାଷ କରି ସଫଳତା ପାଇଛି।ଥାଇଲାଣ୍ଡ ଅପୁଲ, ଜାତିଆ ପିଜୁଳି, ସବୁ ପନିପରିବା ଆପଣ ପାଇ ପାରିବେ ମୋ ବିଲରେ। ତିନୋଟି ପୋଖରୀ ରେମାଛଚାଷ ବି କରୁଛି । ଏ ସବୁରୁ ମୁଁ ନିଜେ ରୋଜଗାର ତ କରୁଛି କିଛି ଲୋକଙ୍କ ର ଅନ୍ନ ସଂସ୍ଥାନ ଯୋଗାଡ ହେଇ ପାରୁଛି।

ଖାଲି ମହୁଚାଷ ନୁହେଁ ସାମଗ୍ରିକ ଭାବେ କୃଷି କର୍ମକୁ ଜୀବନ ର ବ୍ରତ କରି ନିଜ ଜୀବିକା ସମ୍ଭାଳିବା ସହିତ କୃଷି କର୍ମ ବିମୁଖ ଆଜିର ପିଢୀକୁ ଚାଷବାସ ଦିଗରେ ପ୍ରେରିତ କରି ଚାଲିଥିବା ମହୁଆ ମିଟୁ (ରାଜେଶ ବିଶ୍ଵାଳ)ଙ୍କୁ ଆମର ହୃଦୟଭରା ଶୁଭକାମନା ।

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଖବର କାଗଜ ଓ ପତ୍ର ପତ୍ରିକା ସଂଗ୍ରହ କରିବା ନିଶାରେ ରାଜକିଶୋର

Next Post

ବାହାନଗା ରେଳ ଦୁର୍ଘଟଣାପୀଡିତଙ୍କ ପୁନର୍ଜୀବନ ପାଇଁ ପ୍ରୟାସରେ ମଗ୍ନ ଗୋବିନ୍ଦ ବଲ୍ଲଭ

You might also like
manas
ସଂରକ୍ଷଣ

ଦେଶୀ ବିହନର ସଂରକ୍ଷଣ ମାନସଙ୍କ ଅଭିଯାନ

2 Mins read
December 6, 2024

ପରିବର୍ତ୍ତନଶୀଳ ଯୁଗରେ ଯେଉଁଠାରେ ପାରମ୍ପରିକ କୃଷି ପ୍ରଥା ଲୋପ ପାଇଚାଲିଛି, କଳାହାଣ୍ଡି ଜିଲ୍ଲାର ୪୫ ବର୍ଷୀୟ ମାନସ ରଂଜନ ସାହୁ ଦେଶୀ ବିହନର ରକ୍ଷାକର୍ତ୍ତା ଭାବେ ଏକ ଅଭିଯାନ ବଜାୟ ରଖିଛନ୍ତି । ମାନସ ରଂଜନ ସଂଗ୍ରହ କରିଛନ୍ତି ମୋଟ ୧,୭୫୬ ପ୍ରକାରର ଦୁର୍ଲଭ ଦେଶୀ ବିହନ ଏବଂ ଏହି ବିହନଗୁଡିକର ସଂରକ୍ଷଣ କରିବା ସହ ଅନେକ ଚାଷୀଙ୍କୁ ଦେଶୀ ବିହନ ଓ ଜୈବିକ ଚାଷର ଜ୍ଞାନ ଦେବାକୁ ତାଙ୍କର ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ତାଙ୍କର ଏହି …

Guardian of endangered Blackbucks
ଭିଡିଓ କାହାଣୀ ସଂରକ୍ଷଣ

ବିଲୁପ୍ତପ୍ରାୟ କୃଷ୍ଣସାର ମୃଗଙ୍କ ସୁରକ୍ଷାରେ ଅମୂଲ୍ୟ

2 Mins read
January 11, 2024

Amulya Upadhyay works tirelessly for the protection of Blackbucks in the Balipadar-Bhetnoi and nearby regions of Ganjam District

Hemant-Kumar-Rout
ଅସାଧାରଣ ସଂରକ୍ଷଣ

ହେନ୍ତାଳ ମାନବ ହେମନ୍ତ

3 Mins read
September 5, 2022

ହେତୁ’ ପାଇଲା ଦିନରୁ ଏ ଅଞ୍ଚଳର ନିଆରା ଜୈବ ବିବିଧତା, ଲୁଣା ନଦୀ ଓ ହେନ୍ତାଳ ବଣ ସାଙ୍ଗରେ ହେମନ୍ତ କୁମାର ରାଉତଙ୍କର ସମ୍ପୃକ୍ତି । ଏ ଅଞ୍ଚଳର ଅନେକ ଅବକ୍ଷୟପ୍ରାପ୍ତ ହେନ୍ତାଳ ବଣ ଆଜି ତାଙ୍କରି ଉଦ୍ୟମରେ ପୁଣିଥରେ ସବୁଜ ପାଲଟିଛି

During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
It doesn't demand an extraordinary skill to save a It doesn't demand an extraordinary skill to save a dying person in a road accident rather than standing as a mere spectator. Instead, it requires humane emotion to save the person who is swinging between life and death. A truck driver from Jagatsinghpur of Odisha saved more than 400 lives because being a human being he is aware of his duties. Click the link below to read more about him..⬇⬇https://inspiringodisha.com/a-truck-driver-saved-more.../
It's a proud moment for us that PM Shri Narendra M It's a proud moment for us that PM Shri Narendra Modi cited the name of Odia Boy- @RahulMaharana and appreciated his effort for 'plastic-free Beach' in the #MannkiBaat recently. 30kms away from the capital city of Odisha, this 22-year-old disposed of over 1-ton garbage from the Hental Mangrove forest in Astaranga. He has undertaken beach cleaning activities on more than 60 occasions and is also looking for others to join him.Improper disposal of garbage is the result of our negligence. We should understand the fact that mother earth may suffer its direct burden but its faraway impact will be on us.So, let's join hands for a clean world.#Joinhandsforcleanliness #RahulMaharana #lighthouse #BhitarkanikaWildlifeDivision #OdishaForestDepartment #CMOOdisha� #NaveenPatnaik #PMOIndia #MannkiBaat#MinistryofEnvironmentForestandClimateChangehttps://inspiringodisha.com/a-solo-endeavor-for-a-plastic-free-marine-stretch/
Blindness is not an inefficacy. This fact is prove Blindness is not an inefficacy. This fact is proven by 23-year-old Soundarya Kumar Pradhan of Boden in the Sambalpur district of Odisha over and over again in his life. This international chess player withstood each obstacle with courage and excelled both in his academics and career with shining colors.Learn more about this young talent of Odisha. Click the link below: Soundarya Pradhan Prachurya PradhanPM Narendra Modi Naveen Patnaik #vishwanathananad #sportsministryofindiaLink to the whole story: https://inspiringodisha.com/blind-chess-player-soundarya/
The popular Naraj Peacock valley is just 15kms awa The popular Naraj Peacock valley is just 15kms away from Nandankanan Zoo in the capital city Bhubaneswar. The panoramic beauty of the valley is a reflection of Pannu Behera's love for peacocks. But for Kanhu (the grandson of Pannu) it's not just the love for peacocks but also a tribute to the last wish of his grandpa.🦚🦚We believe stories can be an effective tool of motivation. DM us to cover yours. We'll get you covered...#narajpeacockvalley #lighthouse .https://inspiringodisha.com/a-tradition-of-love-that.../
A country will be prosperous when its women folk a A country will be prosperous when its women folk also get empowered. An odia homemaker, Durga Priyadarshini of Bargarh district of Odisha rolled out organic paint made out of Cowdung in the market. With the sale of over 10,000 litres till now, her Gaumaya Paintspaint is an eco-friendly alternative to plastic paints and is highly praised by the natives in and out of state.Click the link to know more about her inspiring journey.#ecofriendlyproducts #GaumayaPaints #housepainting #letsturntoecoproducts #dairyfarm #startupodisha #PMOIndia #CMOOdishahttps://inspiringodisha.com/odisha-homemaker-makes-eco-friendly-paints-from-cowdung-generates-employment/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies