• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ

ବାହାନଗା ରେଳ ଦୁର୍ଘଟଣାପୀଡିତଙ୍କ ପୁନର୍ଜୀବନ ପାଇଁ ପ୍ରୟାସରେ ମଗ୍ନ ଗୋବିନ୍ଦ ବଲ୍ଲଭ

No Comments
August 5, 2023
3 Mins read
292 Views
saviour-of-the-bahanaga-train-mishap-gobinda

“ସେ ସମୟରେ ସମ୍ପୂର୍ଣ୍ଣ ଅନ୍ଧାର ଥିଲା । ଆମର କିଛି ସ୍ୱେଚ୍ଛାସେବୀଙ୍କ ସହ ଯେତେବେଳେ ମୁଁ ଦୁର୍ଘଟଣା ସ୍ଥଳରେ ପହଞ୍ଚିଲି ସେ ଦୁଃଖଦ ଦୃଶ୍ୟ ସତରେ ଶବ୍ଦରେ ବର୍ଣ୍ଣନା କରି ହେବନି। ପୀଡ଼ିତ ମାନଙ୍କରୟନ୍ତ୍ରଣା ଆଉ କରୁଣ ଚିତ୍କାର;କାହାର ଗୋଟିଏ ହାତ ଏଠାରେ ପଡିଛି ତ, ସେଠାରେ ଆଉ କାହାର ଗୋଡ଼;ଏପରିକି କାହାର କାହାର ଚେହେରା ବିକୃତ ହୋଇଯାଇଥିଲା। ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ର ଭଗ୍ନାବଶେଷରୁ ସ୍ଥାନୀୟ ଲୋକେ କୌଣସି ଉପାୟରେ କିଛି ମୃତଦେହ ଉଦ୍ଧାର କରି ରଖିଥିଲେ। ସେହି ପ୍ରଥମ କିଛି ଘଣ୍ଟା କେତେ ଗୁରୁତ୍ୱପୂର୍ଣ୍ଣ ଥିଲା ସତରେ ଆଉ ସେଇ ସମୟର ପୂରା ଦୃଶ୍ୟ ଛାତି ଥରେଇ ଦେଉଥିଲା।”

ଜୁନ୍ ୨ ତାରିଖ୨୦୨୩ର ସନ୍ଧ୍ୟାଘଟିଥିଲା ଦଶନ୍ଧିର ସବୁଠାରୁ ଭୟଙ୍କର ଟ୍ରିପଲ୍ ଟ୍ରେନ୍ ଦୁର୍ଘଟଣା ।ଖବର ପାଇ ସମାଜସେବୀ ଗୋବିନ୍ଦ ବଲ୍ଲଭ ଦଳାଇ ଓ ତାଙ୍କ ସ୍ଵଚ୍ଛାସେବୀ ସାଥିମାନେଅବିଳମ୍ବେ ଆସି ପହଞ୍ଚିଥିଲେ ଦୁର୍ଘଟଣା ସ୍ଥଳ ବାଲେଶ୍ୱରର ବାହାନଗା ଠାରେ ।

ଗୋବିନ୍ଦ ଓ ତାଙ୍କ ଟିମ୍ ଉଦ୍ଧାର କାର୍ଯ୍ୟକରିବାରେସ୍ଥାନୀୟ ଲୋକଙ୍କ ସାମର୍ଥ୍ୟ ବଢ଼ାଇଥିଲେ। ଟ୍ରେନ ଭଗ୍ନାବଶେଷ ଭିତରୁ ସେମାନେ ୧୦୦ରୁ ଅଧିକ ପୀଡ଼ିତଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ ସେମାନେ। ଆଇଆରସିଟିସିଠାରୁ ଯାତ୍ରା କରୁଥିବା ଲୋକଙ୍କ ସଠିକ ସଂଖ୍ୟା ନିର୍ଦ୍ଧାରଣ କରିବା ପାଇଁ ବୋର୍ଡିଂ ଲିଷ୍ଟ ହାସଲ କରିବା ସହ ବଞ୍ଚିଥିବା ଏବଂ ମୃତ ଯାତ୍ରୀଙ୍କ ଡାଟାବେସ୍ ପ୍ରସ୍ତୁତ କରିଥିଲେ ଗୋବିନ୍ଦ। ପରବର୍ତ୍ତୀ ସମୟରେଏହି ଡାଟାବେସ୍ ଅନ୍ୟ ଅନୁଷ୍ଠାନଗୁଡ଼ିକୁ ରିଲିଫ୍ ଯୋଗାଇବା ଏବଂ ଅଧିକ ଜୀବନ ବଞ୍ଚାଇବାରେ ମଧ୍ୟ ସହାୟକ ହୋଇଥିଲା। ଏଇ ଡାଟାବେସ୍ ବ୍ୟବହାର କରି ପୀଡ଼ିତମାନଙ୍କୁ ତିନୋଟି ଗୋଷ୍ଠୀରେ ବିଭକ୍ତ କରାଯାଇଥିଲା ଯଥା- ସାମାନ୍ୟ ଆଘାତ ପାଇଥିବା ବଞ୍ଚିଥିବା ବ୍ୟକ୍ତି, ଗୁରୁତର ଆଘାତପ୍ରାପ୍ତ ବଞ୍ଚିଥିବା ବ୍ୟକ୍ତି ଏବଂ ମୃତକ। ଅତ୍ୟାବଶ୍ୟକ ସାମଗ୍ରୀ ନେଇ ସୁରକ୍ଷିତ ଯାତ୍ରୀଙ୍କୁ ନିଜ ଘରକୁ ଫେରାଇ ଆଣିବାରେ ସହାୟତା ସାଙ୍ଗକୁ ଗୋବିନ୍ଦ ଓତାଙ୍କ ସ୍ୱେଚ୍ଛାସେବୀ ସାଥୀମାନେ ଆହତମାନଙ୍କର ସେବା ଯତ୍ନ କରି ସେମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା ବ୍ୟବସ୍ଥା କରିଥିଲେ। ଡାକ୍ତରଖାନାରେ ବଞ୍ଚିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେମାନେ ପୀଡ଼ିତମାନଙ୍କ ସମ୍ପର୍କୀୟଙ୍କୁ ସୂଚନା ମଧ୍ୟ ଦେଇଥିଲେ। ସେହି ଦିନ ଗୋବିନ୍ଦ ଓ ତାଙ୍କ ସାଥିମାନେ ଏହି ଆଭିଯାନର ନାମକରଣ କରିଥିଲେ “ପୁନର୍ଜୀବନ”। ଆଉ ଏଇ ଅଭିଯାନର କାମ ଦୁର୍ଘଟଣା ଘଟିବାର କିଛି ଦିନ ଅବଧି ପରେ ସରି ଯାଇ ନଥିଲା। ଆଜି ବି ଜାରି ରହିଛି ତାର କାମ।

ଦୁର୍ଘଟଣା ପୀଡିତମାନେ ଘରକୁ ଫେରିବା ପରେ ତାଙ୍କର ସ୍ଥାୟୀ ଆଘାତର ଯନ୍ତ୍ରଣାକୁ କମ୍ କରିବା,ଆହତଙ୍କୁ ଘରେ ଘରେ ନର୍ସିଂ ଯୋଗାଇ ଦେଉଥିବା ଡାକ୍ତରଙ୍କୁ ନିଯୁକ୍ତ କରିବା, ମୃତକଙ୍କ ସମ୍ପର୍କୀୟଙ୍କୁ ମୃତ୍ୟୁ ପ୍ରମାଣପତ୍ର ଏବଂ ସରକାରୀ କ୍ଷତିପୂରଣ ପାଇବାରେ ସାହାଯ୍ୟ କରିବା ସାଙ୍ଗକୁ ଅଙ୍ଗ ହରାଇଥିବା ବ୍ୟକ୍ତିମାନଙ୍କର ଆତ୍ମବିଶ୍ୱାସ ଫେରାଇ ଆଣିବା ପୁଣିଆବଶ୍ୟକସ୍ଥଳେ କିପରି ଦକ୍ଷତା ଅନୁଯାୟୀ ସେମାଙ୍କର କର୍ମ ସଂସ୍ଥାନ ବ୍ୟବସ୍ଥା ହୋଇପାରିବ ସେଦିଗରେ ଏବେବି ନିଜର ପ୍ରୟାସ ଜାରି ରଖିଛନ୍ତି ଗୋବିନ୍ଦ ଓ ତାଙ୍କ ସାଥୀମାନେ। ଏହି ଦୁର୍ଭାଗ୍ୟଜନକ ଦୁର୍ଘଟଣାରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କର ସେମାନେ ଯଥାସାଧ୍ୟ ଯତ୍ନ ଓ ଥଇଥାନ ର ବ୍ୟବସ୍ଥା ବି ଲାଗିଛନ୍ତି ସେମାନେ।

“ଆମେ ମୃତକଙ୍କୁ ଫେରାଇ ତ ଆଣିପାରିବା ନାହିଁ, କିନ୍ତୁ ଅନ୍ତତଃ ଆମେ ସେମାନଙ୍କ ପ୍ରିୟଜନଙ୍କ ସହ ଠିଆ ହୋଇପାରିବା ଏବଂ ସେମାନଙ୍କ ଦୁଃଖକୁ କମ୍ କରିପାରିବା । ‘ପୁନର୍ଜୀବନ’ ଆଭିଯାନ ସହାୟତାରେ ଓଡ଼ିଶା, ବିହାର ଓ ପଶ୍ଚିମବଙ୍ଗରେ ରହୁଥିବା ୨୦୦ରୁ ଅଧିକ ପୀଡ଼ିତଙ୍କ ସମ୍ପର୍କୀୟଙ୍କ ସହ ଆମର ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଛି। ଏହି ଦୁଃଖଦ ଦୁର୍ଘଟଣାରେ ପୀଡିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ପୂର୍ବ ଭଳି ନିୟମିତ ଓ ସ୍ୱାଭାବିକ ଜୀବନ ଯାପନ ଯେପରି କରିପାରିବେ ସେ ଦିଗରେ ଆମେ ଏହି ପ୍ରୟାସ ଜାରି ରଖିବୁ।”

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର କାନପୁର ବାସିନ୍ଦା ଗୋବିନ୍ଦ ବଲ୍ଲଭ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଗାଁକୁ ଫେରିଆସି ସମାଜସେବାରେ ନିଯୋଜିତ କରିଥିଲେ ନିଜକୁ। ସମଭାବାପର୍ଣ୍ଣ ଯୁବକଙ୍କର ଏକ ଛୋଟ ଗୋଷ୍ଠୀକୁ ନେଇ’ଯୁବ ବିକାଶ ଟ୍ରଷ୍ଟ’ ନାମକ ଏକ ଯୁବ ସ୍ଵେଚ୍ଛାସେବୀ ସଂଗଠନ ପ୍ରତିଷ୍ଠା କରିଥିଲେ ସେ।। ଗୋବିନ୍ଦଙ୍କ ଉଦ୍ୟମରେ ନିଜ ଗାଁରେ ହିଁ ୨୦୧୦ ମସିହାରେ  ଗଢିଉଠିଥିଲା ମୟୂରଭଞ୍ଜ ପବ୍ଲିକ୍ ସ୍କୁଲ ନାମକ ଏକ ଗୋଷ୍ଠୀ ବିଦ୍ୟାଳୟ ଯେଉଁଠି ଆଦିବାସୀ ଓ ଗରିବ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ ବ୍ୟବସ୍ଥା ହୋଇଛି। ଚଳିତ ବର୍ଷ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପୀଡ଼ିତଙ୍କ କିଛି ପିଲାମାନଙ୍କୁ ମଧ୍ୟ ଏଇ ସ୍କୁଲରେ ଶିକ୍ଷା ଦେବାର ବ୍ୟବସ୍ଥା ହୋଇଛି।

ପ୍ରଖ୍ୟାତ ଗାନ୍ଧୀବାଦୀ ଆନ୍ନା ହଜାରେଙ୍କୁ ନିଜର ଆଦର୍ଶ ଭାବେ ବରିନେଇଥିବା ଗୋବିନ୍ଦ ଯୁବକମାନଙ୍କୁ ଚାଷବାସ ମାଧ୍ୟମରେ ଅଥବା ନିଜସ୍ଵ  ଉଦ୍ୟୋଗ ପାଇଁ ଉତ୍ସାହିତ କରି ଚାଲିଛନ୍ତି।କିପରି ବ୍ୟବସାୟ ଆରମ୍ଭ କରିହେବ, କିପରି ଉନ୍ନତ ପ୍ରଣାଳୀରେ ଚାଷ କାମ ,ବିହନ ସଂଗ୍ରହ କରିହେବ,ସ୍ଵାବଲମ୍ବୀ ହୋଇ କେମିତି ନିଜ ଗୋଡରେ ନିଜେ ଛିଡା ହେଇପାରିବ ଏସବୁ ଦିଗରେ ଯୁବକ ମାନଙ୍କୁ ଉଚିତ ମାର୍ଗ ଦର୍ଶନ,ପ୍ରୋତ୍ସାହନ ଓ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ତାଙ୍କରି ଉଦ୍ୟମରେ ଗଢି ଉଠିଛି ଓଡ଼ିଶା ଯୁବ ଜାଗରଣ ଯାତ୍ରା ନାମକ ଏକ ଟ୍ରଷ୍ଟ। ସୃଜନଶୀଳ ସମାଧାନର ଉପଯୋଗ କରି ଓ ଯୁବପିଢ଼ିଙ୍କୁ ସାମିଲ କରି ଓଡ଼ିଶାର ଅନୁନ୍ନତ ଅଂଚଳରେ ଜୀବନଧାରଣର ମାନ ରେ ଉନ୍ନତି ଆଣିବା ପାଇଁ ସେ ଯଥାସମ୍ଭବ ପ୍ରୟାସ କରି ଚାଲିଛନ୍ତି ଗୋବିନ୍ଦ।

ସମାଜ ସେବା କ୍ଷେତ୍ରରେ ଗୋବିନ୍ଦଙ୍କର ନିରବଚ୍ଛିନ୍ନ ଉଦ୍ୟମକୁ ବିଭିନ୍ନ ମହଲରୁ ମିଳିଛି ସାଧୁବାଦ। ବିଶେଷ କରି ବାହାନଗା ଟ୍ରେନ ଦୁର୍ଘଟଣା ପ୍ରପୀଡିତ ଙ୍କ ସହାୟତା ପାଇଁ ଗୋବିନ୍ଦ ଓ ତାଙ୍କ ସାଥୀ ମାନଙ୍କର ଆଭିଯାନ “ପୂର୍ଣ୍ଣଜୀବନ”କୁ  ବିବିସି ଏବଂ ଦୈନିକ ଭାସ୍କର ଭଳି ପ୍ରସିଦ୍ଧ ସମ୍ବାଦ ସଂସ୍ଥା ମଧ୍ୟ ଉଚ୍ଛ୍ଵସିତ ପ୍ରଶଂସା କରିଛନ୍ତି।

“ପାଖାପାଖି ୩୦୦ ଲୋକଙ୍କ ଜୀବନ ନେଇଥିବା ବାହାନଗା ଟ୍ରେନ୍ ବିପର୍ଯ୍ୟୟ ଓଡ଼ିଶାବାସୀଙ୍କର ଉପରେ ଏକ ଅଭୂଲା ଦୁଃଖର ଛାପ ଛାଡ଼ିଛି। ମୁଁ ସେହି ସମସ୍ତ ଦୟାଳୁ ବ୍ୟକ୍ତିଙ୍କ ପାଖରେ ବିଶେଷ କୃତଜ୍ଞ ଯେଉଁମାନଙ୍କର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଅନେକ ମୂଲ୍ଯବାନ ଜୀବନ ବଞ୍ଚାଇବାରେ ସହାୟକ ହୋଇଥିଲା । ଭବିଷ୍ୟତରେ ବି ଏଭଳି ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ସହାୟତା କରିବାକୁ ଆମେ ସବୁବେଳେ ପ୍ରସ୍ତୁତ।”

ନିଃସ୍ଵାର୍ଥ ସମାଜ ସେବାକୁ ଜୀବନର ବ୍ରତରୂପେ ବରି ନେଇଥିବା ଗୋବିନ୍ଦ ବଲ୍ଲଭଙ୍କୁ ଆମର ଅଜସ୍ର ଶୁଭକାମନା !

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ମହୁଆ ମିଟୁ – ମହୁଚାଷୀଙ୍କ ଦିଗଦର୍ଶକ

Next Post

କର୍କଟ ଆକ୍ରାନ୍ତଙ୍କୁ ସାହାସ ବାଣ୍ଟୁଛନ୍ତି “ଦି ଫାଇଟର୍ସ ଗ୍ରୁପ୍ ଟ୍ରଷ୍ଟ”

You might also like
ramjit-sanali-digitization
ଅସାଧାରଣ

ସାନ୍ତାଳି ଭାଷାର ଡିଜିଟାଇଜେସନରେ ସମର୍ପିତ ରାମଜିତ

3 Mins read
October 22, 2024

ଭାଷା କେବଳ ଏକ ଯୋଗାଯୋଗର ମାଧ୍ୟମ ନୁହେଁ; ଏହା ସଂସ୍କୃତି, ଆବେଗ, ଏବଂ ସାମୁଦାୟିକ ଇତିହାସର ମଧ୍ୟ ବାହକ। କିନ୍ତୁ କାଳଗର୍ଭରେ ଅନେକ ପୁରାତନ ଜନଜାତିଙ୍କ ଭାଷା ଧୀରେ ଧୀରେ ବିଲୁପ୍ତ ହେବାକୁ ଲାଗିଛି, ସେଥିପାଇଁ ସେଗୁଡ଼ିକୁ ସୁରକ୍ଷିତ ରଖିବାର ଆବଶ୍ୟକତା ବଢିଛି । ଏହାର ଗୁରୁତ୍ୱକୁ ଉପଲବ୍ଧି କରିପାରି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଗୋବିନ୍ଦପୁରର ୨୮ ବର୍ଷୀୟ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ରାମଜିତ ଟୁଡୁ ସାନ୍ତାଳି ଭାଷାକୁ ଡିଜିଟାଲ୍ ଯୁଗରେ ମଧ୍ୟ ବଂଚାଇ ରଖିବା ପାଇଁ …

gadget
ଅସାଧାରଣ

ଉଦ୍ଭାବନ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବାର ସଙ୍କଳ୍ପ ନେଇଛନ୍ତି ଆଶିଷ

1 Min read
October 8, 2024

ଜୀବନଟା କେତେ ଲମ୍ବା ହେବ ତା ଆମ ହାତରେ ନାହିଁ କିନ୍ତୁ ଜୀବନଟା କେମିତି ହେବ ତା ଆମ ହାତରେ ଅଛି । ଇଶ୍ୱରଙ୍କ ସୃଷ୍ଟିରେ ନିଜକୁ ଶ୍ରେଷ୍ଠ ବୋଲାଉଥିବାଆମେ ମଣିଷମାନେ ଆଜିର ଦିନରେ ନିଜ ସ୍ୱାର୍ଥ ସାଧନରେ ଲାଗିପଡ଼ିଛନ୍ତି । କ୍ୱଚିତ୍ ଲୋକ ଅଛନ୍ତି ଯେଉଁମାନେ ନିଜସହ ମଣିଷ ସମାଜର କଥା ଭାବନ୍ତି, ଆଉନିଜର ବଳିଷ୍ଠ ଯୋଗଦାନ ମାଧ୍ୟମରେ ଅନେକଙ୍କର ଜୀବନକୁ କରିଦିଅନ୍ତି ସହଜ । ଏମିତି ଜଣେ ବିକ୍ତିତ୍ୱ ହେଲେ ଆଶିଷ ମାହାନା, ପେଷାରେ ଜଣେ ଇଂଜିନିୟର ଭାବେ କାମ କରୁଥିବା ଆଶିଷଙ୍କ ନିଶା କିନ୍ତୁ ନୂଆ ନୂଆ ଉଦ୍ଭାବନ, ଯାହା ଅନ୍ୟରଜୀବନକୁ ସହଜ କରିବାରେ ସାହାଯ୍ୟ କରିବ । ପେଶାରେ ରହି ନିଜ ଉଦ୍ଭାବନ ପାଇଁ ଉପଯୁକ୍ତ ସମୟ ଦେଇନପାରିବାରୁ ଇଂଜିନିୟରିଂରୁ ସନ୍ୟାସ ନେଲେଆଷିଶ । ତାଙ୍କଦ୍ୱାରା ନିକଟରେ ପ୍ରସ୍ତୁତ ହୋଇଥିବା ସ୍ମାର୍ଟ ଷ୍ଟିକ୍ ଦୃଷ୍ଟିହୀନ ଲୋକଙ୍କ ପାଇଁ ବରଦାନ କହିଲେ ଅତ୍ୟୁ୍‌କ୍ତି ହେବନାହିଁ । ଏହାକୁ ଏମିତି ଭାବେଡ଼ିଜାଇନ୍ କରାଯାଇଛି ଯେ ଜଣେ ଦୃଷ୍ଟିହୀନ ଲୋକ ପାଇଁ ଏହା ଗାଇଡ଼୍ ଭଳି ସହାଯ୍ୟ କରିବ ଫଳରେ ଯିବାଆସିବା ପାଇଁ ଏମାନଙ୍କ ଆଉ ଅନ୍ୟ ଉପରେ ନିର୍ଭରକରିବାକୁ ପଡ଼ିବ ନାହିଁ । ପିଲାବେଳୁ ବିଜ୍ଞାନ ପ୍ରତି ମୋର ଅହେତୁକ ଆଗ୍ରହ ଥିଲା, ତେଣୁ ମୋ ପକେଟ୍‌ରେ ସବୁବେଳେ ଗୋଟେ ଟେଷ୍ଟର ଓ ସ୍କ୍ରୁ ଡ଼୍ରାଇଭର ରଖିବାକୁ ମୁଁ ପସନ୍ଦ କରୁଥିଲି ।ମୋତେ ମିଳୁଥିବା ପକେଟ୍ ମନିରୁ ମୁଁ ମୋଟର, ଫିତା, ତାର ଭଳି ଉପକରଣ ଆଣି ନୂଆ ନୂଆ ଉଦ୍ଭାବନ ପାଇଁ ଚେଷ୍ଟା କରୁଥିଲି । କମ୍ ଖର୍ଚ୍ଚରେ ଏହାକୁ ପ୍ରସ୍ତୃତକରିବାକୁ ବିଭିନ୍ନ ସ୍ଥାନରୁ ସଗୃହିତ ପୁରୁଣା ପାର୍ଟସ୍ ଗୁଡ଼ିକ ବ୍ୟବହାର କରେ, ଅନେକ ସମୟରେ ସଫଳ ମଧ୍ୟ ହୁଏ ବୋଲି ଆଶିଷ କୁହନ୍ତି । ୪୬ ବର୍ଷ ବୟଷ୍କ ଆଶିଷ ମାହାନା  ସମ୍ବଲପୁର ଜିଲ୍ଳା, ସଲଦ୍ ପଞ୍ଚାୟତ ଅର୍ନଗତ ନୂଆ ରାମ୍ପେଲା ଗାଁର ଅଧିବାସୀ । ଅପରେସନାଲ୍ ମେନେଜମେଣ୍ଟରେ ଏମବିଏ୍  କରିବା ସହ ଟେଲି କମ୍ୟୁନିକେସନ୍‌, ଇଲେକଟ୍ରୋନିକ୍ସ, କମ୍ପୁଟର ହାର୍ଡ଼ୱେୟାର ବିଷୟ ଗୁଡ଼ିକରେ ଡ଼ିପ୍ଲୋମା ମଧ୍ୟ କରିଛନ୍ତି । ହିଣ୍ଡାଲକୋ ଇଣ୍ଡଟ୍ରିଜ୍‌ରେ ଆସିଷ୍ଟାଣ୍ଡଇଂଜିନିୟର ଭାବେ ଉତ୍ତମ ବେତନରେ ଚାକିରି କରୁଥିଲେ ହେଁ ଦୃଷ୍ଟିହୀନ ଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ତଆରି କରିବାର ନିଶା ପାଇଁ ୨୦୨୩ ରେ ଚାକିରିରୁସନ୍ୟାସ ନେଇଥିଲେ ଆଶିଷ । ଆଉ ତାପରେ ନିଜ ଉଦ୍ଭାବନା ପାଇଁ ଅବିରତ ଚେଷ୍ଟାରେ ଲାଗିପଡ଼ିଛନ୍ତି ସେ । ଆଉ ପଳସ୍ୱରୁପ ତାଙ୍କର ସ୍ୱପ୍ନର ପ୍ରକଳ୍ପ ଦୃଷ୍ଟିହୀନଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ବନେଇବାରେ ସଫଳ ହୋଇଛନ୍ତି ସେ ।   ୨୦୦୯ ମସିହାର କଥା ମୁଁ ଯେତେବେଳେ ମୋ କାମରେ ବାହାରିଥାଏ ମୁଁ ଦେଖିବାକୁ ପାଇଲି ଜଣେ ଦୃଷ୍ଟିହୀନ ବ୍ୟକ୍ତି ରାସ୍ତା ପାରିହେବାକୁ ଅନେକ ସଂଘର୍ଷକରୁଛନ୍ତି ଯାହା ମୋତେ ଆନ୍ଦୋଳିତ କରିଥିଲା, ମୁଁ ତାଙ୍କୁ ରାସ୍ତା ପାର ହେବାରେ ସାହାଯ୍ୟ କଲି ସତ କିନ୍ତୁ ଏ ଘଟଣା ପରଠୁ ଦୃଷ୍ଟିହୀନ ଲୋକଙ୍କୁ ମୁଁ କେମିତିସାହାଯ୍ୟ କରିପାରିବି ସେ ପ୍ରଚେଷ୍ଟାରେ ଲାଗିପଡ଼ିଲି । ଆଉ ଫଳସ୍ୱରୁପ ଏକ ସ୍ମାର୍ଟ ସ୍ଟିକ୍ ତିଆରି କରିବାରେ ସଫଳ ହେଲି ଯାହା ଦୃଷ୍ଟହୀନ ଲୋକଙ୍କୁ ବିନାକାହାର ସାହାଯ୍ୟରେ ରାସ୍ତାରେ ଚଳପ୍ରଚଳ କରିବାକୁ ସାହାଯ୍ୟ କରିବ । ଏଇ ସ୍ମାର୍ଟ ଷ୍ଟିକ୍ ତିଆରି କରିସାରିବା ପରେ ମୁଁ ପ୍ରଥମେ ଏହାକୁ ନିଜ ସହରର ଜଣେଦୃଷ୍ଟିହୀନ ବ୍ୟକ୍ତିଙ୍କୁ ବ୍ୟବହାର ପାଇଁ ଦେଲି ଓ ତାଙ୍କ ମତାମତ ଆଧାରରେ ଏଥିରେ ପରିବର୍ତ୍ତନ କରି ଏଥିରେ ରହୁଥିବା ତ୍ରୃଟିକୁ ସଜାଡ଼ିଲି, ଏହା ଏବେ ବ୍ୟବହାରପାଇଁ ପୁରା ପ୍ରସ୍ତୃତ ବୋଲି ଆଶିଷ କୁହନ୍ତି । ଆଶିଷ ମାହାନା ଦୃଷ୍ଟିହୀନ ବ୍ୟକ୍ତିଙ୍କ ଚଳପ୍ରଚଳକୁ ସହଜ କରିବା ପାଇଁ ଉଭୟ ଇନ୍‌ଡ଼ୋର ଓ ଆଉଟ୍ ଡ଼ୋର୍ ଡ଼ିଭାଇସ୍ ପ୍ରସ୍ତୃତ କରିଛନ୍ତି । ଆଉଟ୍‌ଡ଼ୋର୍ ପାଇଁପ୍ରସ୍ତୃତ ହୋଇଥିବା ସ୍ମାର୍ଟ ସ୍ଟିକ୍‌ଟି ଜି.ପି.ଏସ୍ ଦ୍ୱାରା ପରିଚାଳିତ ଯାହା ୫ ଫୁଟ୍ ଦୁରରୁ ଆସୁଥିବା ବାଧା ବିଷୟରେ ସୁଚନା ଦେବ ଭାଇବ୍ରେସନ୍ ମାଧ୍ୟମରେ ।ସେହିଭଳି ଇନ୍‌ଡ଼ୋର୍‌ରେ ମଧ୍ୟ ଏକ ମଲ୍ଟି ସେନ୍ସର ଡ଼ିଭାଇସ୍ ପ୍ରସ୍ତୃତ ହୋଇଛି ଯାହା ଦୃଷ୍ଟିହୀନ ବ୍ୟକ୍ତିଙ୍କ ସୁରକ୍ଷିତ ଚଳପ୍ରଚଳ ପାଇଁ ବିଶେଷ ଭାବରେ ସାହାଯ୍ୟକରିବ  ଏବଂ କବାଟ ଓ ଝରକା ଥିବା ସ୍ଥାନ ସମ୍ପର୍କରେ ସୁଚନା ଦେବ । ମାହାନାଙ୍କର ଏଇ ଉଦ୍ଭାବନ ସମ୍ବଲପୁର ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ସତପଥିଙ୍କ ଦୃଷ୍ଟି ଆକର୍ଷଣ କଲା ସେ ମଧ୍ୟ ଏଇ ପ୍ରଚେଷ୍ଟାକୁ ବେଶ୍ ପ୍ରଶଂସାକରିଛନ୍ତି । ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ କାର୍ଯ୍ୟାଳୟ ଏଇ ପାଇଲଟ୍ ପ୍ରକଳ୍ପକୁ ଅନୁମୋଦନ କରିଛି ଫଳରେ ଏହାକୁ ସ୍ଥାନୀୟ ବିଦ୍ୟାଳୟର୧୦ ଜଣ ଛାତ୍ରଙ୍କୁ ଏଇ ଷ୍ଟିକ୍ ପ୍ରଦାନ କରାଯାଇଛି, ଯାହାର ଫଳାଫଳ ଭଲ ଆସିଲେ ଆଗାମୀ ଦିନମାନଙ୍କରେ ଏହାର ବ୍ୟାପକ ବ୍ୟବହାର ପାଇଁ ଚିନ୍ତାକରାଯାଇପାରିବ । ରାଜ୍ୟର ପ୍ରଥମ ଦୃଷ୍ଟିହୀନ ଓଏସ୍  ଅଫିସର ସଞ୍ଜୟ ବେହେରା ଏହାକୁ ବ୍ୟବହାର କରି ଖୁସୀଥିବା କଥା ତାଙ୍କ ଟ୍ୱିଟରରେ ପ୍ରକାଶ କରିଛନ୍ତି । ପ୍ରତିଦିନ ମୁଁ ଉଦ୍ଭାବନ ଗୁଡ଼ିକର ବିକାଶ ପାଇଁ କାମକରେ, ଆଗକୁ ମୋର ଲକ୍ଷ୍ୟ ରହିଛି ପତିରକ୍ଷା,ଅନୁସନ୍ଦାନ ସଂସ୍ଥା ଡ଼ିଆରଡ଼ିଓ ସହ କାମକରିବି ଫଳରେଦେଶପାଇଁ ମୁଁ କିଛି ଯୋଗଦାନ ଦେଇପାରିବି ବୋଲି ଆଶିଷ କୁହନ୍ତି ।   ୧୯୯୨ ମସିହାରୁ ଆଶିଷ ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଉଦ୍ଭାବନ ଯାହା ଲୋକଙ୍କ ହିତରେ ଲାଗିସାରିଛି ଓ ଏହାପାଇଁ ତାଙ୍କୁ ଅନେକଥର ସମ୍ମାନିତ ମଧ୍ୟ କରାଯାଇଛି। ଏବେ ସେ ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ତାଙ୍କୁ ନିମନ୍ତ୍ରଣ ଆସୁଛି ଫଳରେ ସେ ତାଙ୍କ ଉଦ୍ଭାବନ ସମ୍ପର୍କରେ ପିଲାଙ୍କୁ ସଚେତନ ମଧ୍ୟ କରୁଛନ୍ତି । ସମାଜ ପାଇଁତାଙ୍କର ଏଇ ଉଦ୍ଭାବନ ସବୁଯେ ବେଶ୍ ସହାୟକ ଏଥିରେ ସନ୍ଦେହର ଅବକାଶ ନାହିଁ । ଆଶିଷ ମାହାନାଙ୍କୁ ଆମ ତରଫରୁ ଅନେକ ଅନେକ ସାଧୁବାଦ ।  

kamala-pujari
ଅସାଧାରଣ

ଜୈବିକ କୃଷିରେ ଅବଦାନ ପାଇଁ ସର୍ବଦା ମନେ ରହିବେ କମଳା ପୂଜାରୀ

3 Mins read
July 27, 2024

୨୦ ଜୁଲାଇ ୨୦୨୪ , ୭୬ ବର୍ଷର ଘଟଣା ବହୁଳ ଜୀବନଯାତ୍ରା ସାରି କମଳା ମା’ ଚାଲିଗଲେ ଆରପାରିକୁ, କିନ୍ତୁ ପଛରେ ଛାଡି ଦେଇଯାଇଛନ୍ତି ଜୈବିକ କୃଷିକୁ ନେଇ ଭବିଷ୍ୟତ ପିଢୀ ପାଇଁ ଅଜସ୍ର ପ୍ରେରଣା । ତାଙ୍କ ଗ୍ରାମ ପାତ୍ରପୁଟ ଆଜି ନିରବି ଯାଇଛି । ତାଙ୍କ ବିୟୋଗରେ ଗ୍ରାମବାସୀ କାନ୍ଦି ଉଠିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ବୟସାଧିକ କାରଣରୁ କିଡନୀ ଜନିତ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ । ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ …

https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.Know about his story of lone dedication and perseverance by clicking on the link above.
As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!Stay tuned... Tap the link.https://www.youtube.com/watch?v=_gUgr_dedKw#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
Tike Khusi is a way to pour happiness in the faces Tike Khusi is a way to pour happiness in the faces of people. Through the small initiative, Ranjan Kumar Patra Patra is creating a series of memory with a mere touch of surprise and happiness. And this work in return gives him immense contentment.A yoga teacher by profession and a cameraholic by passion only aim his work would able to curtail the amount of stress in the lives of people.📸#lighthousehttps://inspiringodisha.com/tike-khusi-the-gift-of-joy/
Blindness is not an inefficacy. This fact is prove Blindness is not an inefficacy. This fact is proven by 23-year-old Soundarya Kumar Pradhan of Boden in the Sambalpur district of Odisha over and over again in his life. This international chess player withstood each obstacle with courage and excelled both in his academics and career with shining colors.Learn more about this young talent of Odisha. Click the link below: Soundarya Pradhan Prachurya PradhanPM Narendra Modi Naveen Patnaik #vishwanathananad #sportsministryofindiaLink to the whole story: https://inspiringodisha.com/blind-chess-player-soundarya/
The popular Naraj Peacock valley is just 15kms awa The popular Naraj Peacock valley is just 15kms away from Nandankanan Zoo in the capital city Bhubaneswar. The panoramic beauty of the valley is a reflection of Pannu Behera's love for peacocks. But for Kanhu (the grandson of Pannu) it's not just the love for peacocks but also a tribute to the last wish of his grandpa.🦚🦚We believe stories can be an effective tool of motivation. DM us to cover yours. We'll get you covered...#narajpeacockvalley #lighthouse .https://inspiringodisha.com/a-tradition-of-love-that.../
A country will be prosperous when its women folk a A country will be prosperous when its women folk also get empowered. An odia homemaker, Durga Priyadarshini of Bargarh district of Odisha rolled out organic paint made out of Cowdung in the market. With the sale of over 10,000 litres till now, her Gaumaya Paintspaint is an eco-friendly alternative to plastic paints and is highly praised by the natives in and out of state.Click the link to know more about her inspiring journey.#ecofriendlyproducts #GaumayaPaints #housepainting #letsturntoecoproducts #dairyfarm #startupodisha #PMOIndia #CMOOdishahttps://inspiringodisha.com/odisha-homemaker-makes-eco-friendly-paints-from-cowdung-generates-employment/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies