ଜୀବନରେ ଦୁଃଖକଷ୍ଟ ଦେଖିଥିବା ଲୋକ ହିଁ ଉପଲବ୍ଧି କରିପାରେ ଅନ୍ୟର ଜନ୍ତ୍ରଣାକୁ,ଏଇ ଲୋକମାନେ ସାହାଯ୍ୟର ହାତ ବଢ଼ାନ୍ତି ଅସୁବିଧାରେ ପଡ଼ିଥିବା ହଜାର ହଜାର ଲୋକଙ୍କୁ ଆଉ ତାଙ୍କ ଜୀବନକୁ କରିଦିଅନ୍ତି ସହଜ । ଆଜି ଆମେଏମିତି ଏନୁଷ୍ଠାନ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଜୀବନର ଯୁଦ୍ଧରେ ଶିଖିନାହାନ୍ତି ହାରିବା ଆଉ ଅନ୍ୟମାନଙ୍କୁ ବାଣ୍ଟୁଛନ୍ତି ସାହାସ, ନାଁ ତାଙ୍କର “ଦିଫାଇଟର୍ସ ଗ୍ରୁପ୍ ଟ୍ରଷ୍ଟ” ।
![](https://inspiringodisha.com/wp-content/uploads/2023/10/1695298015787-1024x768.jpg)
୨୦୧୭ ମସିହାରେ ଆରମ୍ଭ ହୋଇଥିବା “ଦି ଫାଇଟର୍ସ ଗ୍ରୁପ୍ ଟ୍ରଷ୍ଟ” ବରଗଡ଼ ଜିଲ୍ଲାର କର୍କଟ ରୋଗ ବିଜୟୀ ଲୋକଙ୍କ ଦ୍ୱାରା ଗଠନ କରାଯାଇଛି, ଯାହାର ମୁଖ୍ୟ ଲକ୍ଷ୍ୟ ଲୋକଙ୍କୁ ସଚେତନ କରିବା । ରିପୋର୍ଟ ଅନୁସାରେ ବରଗଡ଼ ଜିଲ୍ଲାରେ କ୍ୟାସନର୍ରେ ଆକ୍ରାନ୍ତଙ୍କ ସଂଖ୍ୟା ସାରା ରାଜ୍ୟରେ ଅଧିକ ।ବରଗଡ଼ରେ ବଢ଼ୁଥିବା କ୍ୟାନ୍ସର ଆକ୍ରାନ୍ତଙ୍କ ସଂଖ୍ୟାକୁ ଆଖି ଆଗରେ ରଖି କିଛି କ୍ୟାନସର ବିଜୟୀ ବ୍ୟକ୍ତି ୨୦୧୭ ମେଁ ୮ ରେ ଗଠନ କଲେ “ଦି ଫାଇଟର୍ସ ଗ୍ରୁପ୍ଟ୍ରଷ୍ଟ” ।
ଆମେ ଚାହୁଁନୁ କ୍ୟାନସରରେ ଆକ୍ରନ୍ତ ବ୍ୟକ୍ତିମାନେ ଏମିତି ହଇରାଣ ହରକତ ହୁଅନ୍ତୁ ଯାହା ଆମେ ହେଇଛୁ- କହିଛନ୍ତି ଟ୍ରଷ୍ଟର ଯୁଗ୍ମ ସଚିବ ଅର୍ଜୁନ ସେଠ୍ ।
ଫାଇଟର୍ସ ଗ୍ରୁପ୍ର ସଦସ୍ୟଙ୍କ ଦ୍ୱାରା ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଉଛି ସଚେତନତା ଶିବିର,ଫଳରେ କ୍ୟାନସର ଆକ୍ରାନ୍ତଙ୍କ ସହ ସଚେତନ ହେଉଛନ୍ତି ସାଧାରଣ ଜନତା । ଏହାଛଡ଼ା ପ୍ରତି ବର୍ଷ ଜାତୀୟ କ୍ୟାନସର ସଚେତନତା ଦିବସରେ ଜିଲ୍ଲାର ଭିନ୍ନ ଭିନ୍ନ ବ୍ଲକ୍ରେ ଆୟୋଜନ କରାଯାଉଛି କ୍ୟାନସର ସ୍କିନିଂ ଟେଷ୍ଟର । ସ୍ତନ କର୍କଟ ଆକ୍ରାନ୍ତଙ୍କ ବଢ଼ୁଥିବା ସଂଖ୍ୟକୁ ଆଖି ଆଗରେ ରଖି ପ୍ରତିବର୍ଷ ଅକ୍ଟୋବର ୧ ରେ ଡ଼ିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ମହିଳାମାନଙ୍କୁ କରାଯାଉଛି ସଚେତନ । ଆଉ ଏବେ ସାରା ରାଜ୍ୟ ତଥା ଭାରତବର୍ଷର ଶହ ଶହ ମହିଳାଙ୍କ ଯୋଗଦାନ ଦେଖିବାକୁ ମିଳୁଛି । କ୍ୟାନସର ବିଜୟୀଙ୍କ ଉତ୍ସାହ ବୃଦ୍ଧିକରିବା ପାଇଁ ପ୍ରତିବର୍ଷ ନେସନାଲ୍ କ୍ୟାନ୍ସର ସରଭାଇଭର ଡ଼େ ମଧ୍ୟ ଆୟୋଜିତ ହେଉଛି ବେଶ୍ ଧୁମ୍ଧାମରେ ।
ଦାରିଦ୍ୟ୍ର ଓ ଅର୍ଥ ଅଭାବ ଓ ଲୋକଲଜ୍ୟାକୁ ଡ଼ରି ଅନେ୍ କର୍କଟ ଆକ୍ରାନ୍ତ ରୋଗକୁ ଲୁଚାଇ ରଖି ନିଜର ଜୀବନ ହାରନ୍ତି ତେଣୁ ଫାଇଟର୍ସ ଗ୍ରୁପ୍ ଦ୍ୱାରା କର୍କଟ ସମ୍ବନ୍ଧୀୟ ସୁଚନା ଓ ସଚେତନତା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୁଚନା, ଗବେଷଣାରରିପୋର୍ଟ , ସୁସ୍ଥ ଜୀବନ ଜାପନର ମନ୍ତ୍ର, ରୋଗୀର ଅଧିକାର, ସଚେତନତାଶିବିର, ଭିନ୍ନ ଭିନ୍ନ କର୍କଟ ରୋଗ ସମ୍ପର୍କରେ ସୂବନା , ସହଭାଗୀତା ଓ ସହଯୋଗ ଆଦି ବିଷୟରେ କର୍କଟ ଆକ୍ରାନ୍ତ ମାନଙ୍କୁ କରାଯାଉଛି ସଚେତନ ।
![](https://inspiringodisha.com/wp-content/uploads/2023/10/1695298015940-1024x461.jpg)
![](https://inspiringodisha.com/wp-content/uploads/2023/10/1695298015866-1024x461.jpg)
![](https://inspiringodisha.com/wp-content/uploads/2023/10/1695298015828-1024x768.jpg)
ଅମେ କର୍କଟ ରୋଗ ବିଜୟୀ ହୋଇଥିବାରୁ ଆମେ ଏଥିରେ ଆକ୍ରାନ୍ତ ତାଙ୍କ ପରିବାରର କଷ୍ଟକୁ ଭଲଭାବରେ ବୁଝୁ, କେମିତି ଜଣେ ଆକ୍ରାନ୍ତ ଶାରୀରିକ ମାନସିକ ଓ ଆର୍ଥିକ ଭାବେ ଭାଙ୍ଗିପଡ଼େ ତେଣୁ ଆମେ ସ୍ୱେଚ୍ଛାକୃତ ଭାବେ କର୍କଟ ଆକ୍ରାନ୍ତଙ୍କ ଯଥାସମ୍ଭବ ସାହାର୍ଯ୍ୟ କରିବାକୁ ଆଗେଇ ଆସୁ । ଆମେ ଲୋକଙ୍କୁ ବୁଝାଉ ଯେ କ୍ୟାନସର୍ ରୋଗ ଏବେ ଆଉ ଅସାଧ୍ୟ ରୋଗ ହେଇ ରହିନାହିଁ , ଠିକ୍ସମୟରେ ଚିକିତ୍ସା କଲେ ଏଥିରୁ ଆରୋଗ୍ୟ ଲାଭ କରିହେବ – କହିଛନ୍ତି ଟ୍ରଷ୍ଟରସାଧାରଣ ସମ୍ପାଦକ ବିଶ୍ୱଜିତ ବାରିକ ।
ଆମେ କର୍କଟରେ ଆକ୍ରାନ୍ତଙ୍କୁ ଆର୍ଥିକ ସହାୟତା ସହ ତାଙ୍କ ଚିକିତ୍ସା ସହଜ ରେକରାଇବା ପାଇଁ ମୁମ୍ବାଇର ଟାଟା ମେମୋରିୟଲ୍ ହସ୍ପିଟାଲ୍, କଟକରେ ଅଚାର୍ଯ୍ୟ ହରିହର କ୍ୟାନସର ହସପିଟାଲ ,ଭୁବନେଶ୍ୱରର ଏମସ୍ ହସ୍ପିଟାଲ ସହ ଯୋଗାଯୋଗ କରି ତାଙ୍କ ଚିକିତ୍ସାରେ ଯଥା ସମ୍ଭବ ସାହାର୍ଯ୍ୟ କରିଥାଉ, ଆଉ ଏଥି ପାଇଁ ସ୍ୱାଚ୍ଛାକୃତ ଭାବେ କିିଛି ଲୋକ ଆମକୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଅନ୍ତି – କହିଛନ୍ତି ଟ୍ରଷ୍ଟର ସଭାପତି ପ୍ରଶନ୍ନ ମିଶ୍ର ।
ବରଗଡ଼ ଜିଲ୍ଲାରେ କ୍ୟାନସର୍ ଆକ୍ରାନ୍ତଙ୍କ ବଢ଼ୁଥିବା ସଂଖ୍ୟାକୁ ଆଖି ଆଗରେ ରଖି“ଦି ଫାଇଟର୍ସ ଗ୍ରୁପ୍ ଟ୍ରଷ୍ଟ” ଏଠାରେ ଏକ କ୍ୟାନସର ହସ୍ପିଟାଲ ଖୋଲିବାକୁ ସରକାରଙ୍କ ଆଗରେ ପ୍ରସ୍ତାବ ରଖିଥିଲେ । ଫଳରେ ଲୋଙ୍କଙ୍କୁ ଆଉ ଚିକିତ୍ସା କରିବାକୁ ଦୁରକୁ ଯାଇ ହଇରାଣ ହରକତ ହେବାକୁ ପଡ଼ିବନି । ପରବର୍ତ୍ତୀ ସମୟରେ ଏହାକୁ ସମର୍ଥନ ଦେଇ ସବୁ ରାଜନୌତିକ ଦଳ ଓ ସ୍ୱାଚ୍ଛାସେବୀ ଅନୁଷ୍ଠାନ ଏଇ ଆନ୍ଦୋଳନକୁ ତିବ୍ରତର କରିଥିଲେ । ଫଳସ୍ୱରୁପ ୨୦୨୧ ସରକାର ବରଗଡ଼ରେ କ୍ୟାନସର୍ ହସ୍ପିଟାଲର ପ୍ରସ୍ତାବ ଗ୍ରହଣ କରିବା ସହ ଖୁବ୍ ଶିଘ୍ର ଏହାର ସ୍ଥାପନା ପାଇଁ ଦେଇଥିଲେ ପ୍ରତିଶୃତି ।
![](https://inspiringodisha.com/wp-content/uploads/2023/10/1695298016004.jpg)
![](https://inspiringodisha.com/wp-content/uploads/2023/10/1695298015641-1024x768.jpg)
![](https://inspiringodisha.com/wp-content/uploads/2023/10/1695298015975-1024x461.jpg)
ଏବେ ଏଇ କ୍ୟାନସର ହସ୍ପିଟାଲ ନିର୍ମାଣଧୀନ ଅବସ୍ଥାରେ ଥିବା ବେଳେ ଖୁବଶିଘ୍ର ଏହା ପୁରଣ ହେଇ ଲାଗିବ ଲୋକଙ୍କ ହୀତରେ, ଯ।।ହା ଆମ ଅଞ୍ଚଳ ପାଇଁ ବେଶଖୁସୀର ଖବର, ଲାଗୁଛି ଯେମି୍ତି ଆମ ସ୍ୱପ୍ନ ନେବାକୁ ଯାଉଛି ବାସ୍ତବତାର ରୂପ – କହିଛନ୍ତି ଟ୍ରଷ୍ଟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦରଜୀ ।
ଆମେ ଆମ କାମ ଏମିତି ଆଗକୁ ମଧ୍ୟ ଜାରୀ ରଖିବୁ , ଆଶା ଏହା କିଛି ଲୋକଙ୍କ ଜୀବନରେ ନିଶ୍ଚିତ ଭାବେ ପରିବର୍ତ୍ତନ ଆଣିବ – କହିଛନ୍ତି ଟ୍ରଷ୍ଟର ଉପସଭାପତି ମୀନତି ପତି ।
ସେବା ଓ ସମର୍ପଣ ଭାବ ନେଇ କାମ କରୁଛନ୍ତି “ଦି ଫାଇଟର୍ସ ଗ୍ରୁପ୍ ଟ୍ରଷ୍ଟ”, କର୍କଟ ରୋଗଯେ ଏବେ ଆଉ ଅସାଧ୍ୟ ହୋଇ ରହିନାହିଁ ସେ ବିଷୟରେ ଲୋକଙ୍କୁ କରୁଛନ୍ତି ସଚେତନ । ବିଶେଷକରି କର୍କଟରେ ଆକ୍ରାନ୍ତଙ୍କ ପାଇଁ ଏମାନେ ସାଜିଛନ୍ତି ଦେବଦୁତ । ଏମାନଙ୍କର ଏଇ ପ୍ରୟାସ ଯେ ସମାଜର ଏକ ବଡ଼ପରିବର୍ତ୍ତନ ଆଣିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଆମ ଟିମ୍ ତରଫରୁ “ଦିଫାଇଟର୍ସ ଗ୍ରୁପ୍ ଟ୍ରଷ୍ଟ”ର ଅବିନବ ପ୍ରୟାସକୁ ସାଧୁବାଦ ଜରାଉଛୁ ଓ ଆପଣମାନଙ୍କୁ ମଧ୍ୟ ଅନୁରୋଧ କରୁଛୁ ସେମାନଙ୍କ ଯଥାସମ୍ଭବ ଆପଣଙ୍କ ସହାୟତାର ହାତ ବଢ଼ାନ୍ତୁ ।