• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ

ଦେବଦୂତ ପାଲଟିଛନ୍ତି ଡ୍ରାଇଭର୍‌ ଭାଇ

No Comments
December 28, 2021
2 Mins read
112 Views
pankaj-tarai-saviour

ଗତ 16 ବର୍ଷ ମଧ୍ୟରେ ସଡକ ଦୁର୍ଘଟଣାରେ 400 ରୁ ଅଧିକ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି ୩୮ ବର୍ଷୀୟ ପଙ୍କଜ

ସ୍ବାର୍ଥ ନ ଥିଲେ ଆଜିର ଦୁନିଆରେ କେହି କାହାକୁ ଖୋଜୁନାହାନ୍ତି। ବର୍ତ୍ତମାନର ପିଢ଼ି ଏ ସମ୍ପର୍କର ମୂଲ୍ୟବୋଧକୁ ଏକରକମ ପାଶୋରି ଗଲାଣି। ଜ୍ଞାତି, ପରିଜନଙ୍କୁ ଅସୁବିଧାରେ ସାହାଯ୍ୟ କରିବା ପୂର୍ବରୁ ଆମକୁ ଭାବିବାକୁ ପଡ଼ୁଛି। ଏପରି ସ୍ଥିତିରେ ଅଜଣା ଲୋକଟେ ପାଇଁ  ଦରଦ ଆସିବ କିପରି । ଏକବିଂଶ ଶତାବ୍ଦୀର ସ୍ମାର୍ଟ ଯୁଗର ବଡ଼ବଡ଼ିଆଙ୍କ ପାଇଁ ଏକ ଆଖିଦୃଶିଆ ଉଦାହରଣ ପାଲଟିଛନ୍ତି ପଙ୍କଜ କୁମାର ତରାଇ।

ଜଗତସିଂହପୁର କୁଜଙ୍ଗ ବ୍ଲକ୍‌ସ୍ଥିତ ହସିନା ଗ୍ରାମର ବାସିନ୍ଦା ହେଲେ ୩୮ ବର୍ଷୀୟ ପଙ୍କଜ। ବୃତ୍ତିରେ ଜଣେ ଟ୍ରକ୍ ଚାଳକ, ସମସ୍ତଙ୍କର ସେ ହେଲେ ପ୍ରିୟ ଡ୍ରାଇଭର୍‌ ଭାଇ। ଏଇ ନାଁଟିରେ ପାଖଆଖ ୧୦ ଖଣ୍ଡ ଗାଁରେ ପଙ୍କଜ ଲୋକପ୍ରିୟ। ସୁନା ହୃଦୟର ମଣିଷଟେ। ଜଗତସିଂହପୁରର ଯେ କୌଣସି ଅଞ୍ଚଳରେ ରାସ୍ତା ଦୁର୍ଘଟଣା ହେଲେ, କିଛି ସମୟ ମଧ୍ୟରେ ପଙ୍କଜଙ୍କ ପାଖେ ଖବର ପହଞ୍ଚିଯାଏ। ଏଇ ଯୁବକଜଣକ ଖବର ପାଇବା ମାତ୍ରକେ ନିଜ ତତ୍ପରତା ଦେଖାନ୍ତି। ସାଙ୍ଗେସାଙ୍ଗେ ନିଜେ ପହଞ୍ଚିବାକୁ ଚେଷ୍ଟା କରନ୍ତି, ନଚେତ୍ ଯୋଗାଯୋଗ କରି ଅନ୍ୟ କାହାକୁ ପଠାଇ ଦିଅନ୍ତି। ଦୁର୍ଘଟଣାରେ ଆହତ ଲୋକଟି ଯେପରି ଶୀଘ୍ର ଚିକିତ୍ସା ସେବା ପାଉ, କେବଳ ସେହି ଗୋଟିଏ ଲକ୍ଷ୍ୟ ପଙ୍କଜଙ୍କର ଥାଏ। ଜଗତସିଂହପୁରର ପ୍ରିୟ ଡ୍ରାଇଭର୍ ଭାଇନା ଏଇ କାମ ଆଜିକାଲି ଆରମ୍ଭ କରିନାହାନ୍ତି। ୧୬ ବର୍ଷ ହେଲା ସେ ଏହି ମାନବସେବା କରିଆସୁଛନ୍ତି। 

୨୦୦୫ରେ କଟକ-ପାରାଦୀପ ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା। ପଙ୍କଜଙ୍କ ଆଖି ସାମ୍ନାରେ ଏସବୁ ଘଟିଥିଲା। ଆହତ ଲୋକଙ୍କ ଉଦ୍ଧାର ପାଇଁ କେହି ନିଜନିଜ ଗାଡ଼ିରୁ ଓହ୍ଲାଇନଥିଲେ। ସେମାନଙ୍କ ପ୍ରାଣବାୟୁ ଉଡ଼ିଗଲା ସତ କିନ୍ତୁ ଦେଖଣାହାରୀ ଏସବୁରୁ ଦୂରେଇରହିବାକୁ ଚାହିଁଲେ। ଏହି ଘଟଣାଟି ପଙ୍କଜଙ୍କ ମନରେ ଗଭୀର ରେଖାପାତ କଲା। ଅସ୍ଥିର, ଅଥୟ ହୋଇଗଲେ ସେ।

ଏଇ କ’ଣ ଦୁନିଆ, ଯେଉଁଠି କାହା ପାଇଁ କାହାର ମୋହ ଟିକେ ନାହିଁ। ଛଟପଟ ହୋଇ ଆହତ ଲୋକମାନେ ପ୍ରାଣ ହରାଉଛନ୍ତି କିନ୍ତୁ ଅନ୍ୟମାନେ ବିପଦରେ ନ ପଡ଼ିବାକୁ ଭାବି ନୀରବଦ୍ରଷ୍ଟା ହୋଇ ସେସବୁ ଦେଖୁଛନ୍ତି। ଅନ୍ୟ କାହାଠାରୁ ବୃଥା ଆଶା କରିବା ପରିବର୍ତ୍ତେ ସେ ନିଜେ ପ୍ରଥମେ ଆଗକୁ ବଢ଼ିଲେ। ରାସ୍ତାଘାଟରେ ତାଙ୍କ ଆଖି ସାମ୍ନାରେ ଦୁର୍ଘଟଣା ହେବା ମାତ୍ରକେ ପଙ୍କଜ ଆଗପଛ ବିଚାର କଲେନି। ସଙ୍ଗେସଙ୍ଗେ ଆଶୁଚିକିତ୍ସାର ବ୍ୟବସ୍ଥା କରି ଆହତଙ୍କୁ ଡାକ୍ତରଖାନା ପହଞ୍ଚାଇଲେ। ଗଲା ୧୬ ବର୍ଷ ମଧ୍ୟରେ ୪୦୦ଜଣ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ସେ ଡାକ୍ତରଖାନାରେ ପହଞ୍ଚାଇଥିବାବେଳେ ୩୦୦ଜଣଙ୍କ ଜୀବନ ରକ୍ଷା କରିପାରିଛନ୍ତି। ସାଧାରଣ ଟ୍ରକ୍ ଡ୍ରାଇଭର୍ ଜଣେ ସେ, କିନ୍ତୁ ମନ ତାଙ୍କର ଭାରି ବଡ଼। ନିଜ ରୋଜଗାରର ୨୫% ସେ ଏହି ଦୁର୍ଘଟଣାଗ୍ରସ୍ତ ଆହତଙ୍କ ସେବା ଚିକିତ୍ସାରେ ଖର୍ଚ୍ଚ କରନ୍ତି।

ରାସ୍ତାଘାଟରେ ଏହି ଅପରିଚିତ ଲୋକଙ୍କ ଦୁର୍ଘଟଣା ସମୟରେ ରକ୍ଷା କରିବାର ଦାୟିତ୍ବ ପଙ୍କଜ ପକ୍ଷେ ଏକା ସମ୍ଭାଳିବା ସହଜ କଥା ନଥିଲା। ଧୀରେଧୀରେ ସେ ଲୋକଙ୍କୁ ଏସବୁ ବାବଦରେ ଜଣାଇ ଏକ ଛୋଟ ସଙ୍ଗଠନଟେ ଗଢ଼ିଛନ୍ତି। ସଙ୍ଗଠନର ନାମ ‘ଦେବଦୂତ ସଙ୍ଗଠନ’ ରଖାଯାଇଛି। ଏ ଭିତରେ ୨୫ଜଣ ଲୋକ ସଦସ୍ୟ ହୋଇସାରିଲେଣି। ଏତେ ବର୍ଷ ମଧ୍ୟରେ ଡ୍ରାଇଭର୍ ଭାଇନାଙ୍କର ଲୋକ ସମ୍ପର୍କ ମଧ୍ୟ ବଢ଼ିଛି। ଆଜିର ସ୍ମାର୍ଟ ଯୁଗରେ ଜଗତସିଂହପୁର ବାସିନ୍ଦାଙ୍କ ପାଇଁ ସ୍ବତନ୍ତ୍ର ହ୍ବାଟସ୍‌ ଆପ୍ ଗ୍ରୁପ୍ ମଧ୍ୟ ରହିଛି। କେଉଁଠି ଛୋଟ, ବଡ଼ ଦୁର୍ଘଟଣା ହେଲା ମାତ୍ରକେ ପଙ୍କଜ କିମ୍ବା ଅନ୍ୟ ଜଣେ ସହଯୋଗୀ ଯଥା ଶୀଘ୍ର ଦୂତ ଭଳି ପହଞ୍ଚିଯାନ୍ତି।

ସତରେ ସାଧାରଣ ଡ୍ରାଇଭର୍‌ ଜଣେ, କିନ୍ତୁ ସମସ୍ତଙ୍କୁ ଏକ ସୁନ୍ଦର ଶିକ୍ଷା ଦେଇପାରିଛନ୍ତି, ‘ଏଇ ତ…ଜୀବନ…….’।

ଅସାଧାରଣ ଉଦାହରଣ ଟ୍ରକ୍ ଚାଳକ ମାନବସେବା
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ବିରଜା କ୍ଷେତ୍ରର ଚାଷୀ ଝିଅ ସୁଭଦ୍ରା

Next Post

ଦେଶୀ ବିହନର ସଂଗ୍ରାମୀ ଦେବଲ୍ ଦେବ

You might also like
soundarya-blind-chess-player
ଅସାଧାରଣ

ଦୃଷ୍ଟିଶକ୍ତି ଠୁ ଶକ୍ତିଶାଳୀ ସୌନ୍ଦର୍ଯ୍ଯଙ୍କ ଇଛାଶକ୍ତି

3 Mins read
October 29, 2022
meena-koraput0
ଅସାଧାରଣ ଭିଡିଓ କାହାଣୀ

ସେବା, ସାଧନା ଓ ସମର୍ପଣର ମୂର୍ତ୍ତି – ମୀନାରାଣୀ

3 Mins read
September 21, 2022
puja-ambuj-story-covid
ଅସାଧାରଣ ଭିଡିଓ କାହାଣୀ

ଜଣେ ଗର୍ଭବତୀ ମା’ର କୋଭିଡ୍ କାହାଣୀ

2 Mins read
January 10, 2022
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.
click here⬇️⬇️
https://inspiringodisha.com/battled-covid-to-be-a-mother/
It's a proud moment for us that PM Shri Narendra M It's a proud moment for us that PM Shri Narendra Modi cited the name of Odia Boy- @RahulMaharana and appreciated his effort for 'plastic-free Beach' in the #MannkiBaat recently. 30kms away from the capital city of Odisha, this 22-year-old disposed of over 1-ton garbage from the Hental Mangrove forest in Astaranga. He has undertaken beach cleaning activities on more than 60 occasions and is also looking for others to join him.

Improper disposal of garbage is the result of our negligence. We should understand the fact that mother earth may suffer its direct burden but its faraway impact will be on us.
So, let's join hands for a clean world.

#Joinhandsforcleanliness #RahulMaharana #lighthouse #BhitarkanikaWildlifeDivision #OdishaForestDepartment #CMOOdisha� #NaveenPatnaik #PMOIndia #MannkiBaat
#MinistryofEnvironmentForestandClimateChange

https://inspiringodisha.com/a-solo-endeavor-for-a-plastic-free-marine-stretch/
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../

Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.

Know about his story of lone dedication and perseverance by clicking on the link above.
Blindness is not an inefficacy. This fact is prove Blindness is not an inefficacy. This fact is proven by 23-year-old Soundarya Kumar Pradhan of Boden in the Sambalpur district of Odisha over and over again in his life. This international chess player withstood each obstacle with courage and excelled both in his academics and career with shining colors.
Learn more about this young talent of Odisha. Click the link below: 
Soundarya Pradhan Prachurya Pradhan
PM Narendra Modi Naveen Patnaik 
#vishwanathananad #sportsministryofindia
Link to the whole story: https://inspiringodisha.com/blind-chess-player-soundarya/
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.

https://inspiringodisha.com/last-comrade-of-unclaimed-souls/
Ever heard of Hair donation? Harapriya Nayak, a s Ever heard of Hair donation? 
Harapriya Nayak, a social activist in the Jatni block of Khordha district, donates her hair to poor cancer patients. In the form of wigs, she gifts them to women cancer fighters who lost their hair and confidence as well during treatment. 
She hopes for a day when just like blood donation, people would come forward for hair donation too.
so, what motivated her to stand for cancer patients?
#Missionsmileoncancerpatient #SOPVA #harapriyanayak #PMNarendraModi #fightagainstcancer #ManKiBaat #liveforachange

https://inspiringodisha.com/gift-of-wigs-to-cancer-fighters/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies