• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ସଶକ୍ତିକରଣ

ବିରଜା କ୍ଷେତ୍ରର ଚାଷୀ ଝିଅ ସୁଭଦ୍ରା

No Comments
December 25, 2021
2 Mins read
498 Views
Subhadra-Mohanty-Breaking-Down-The-Patriarchal-Prejudice-Inspiring-Odisha

ସଫଳ ହେବା ପାଇଁ କ’ଣ ଦରକାର…..ଆଜିର ପିଢ଼ି କିଏ କହେ ଉଚ୍ଚଶିକ୍ଷା ତ’ ଆଉ କାହାର ଯୁକ୍ତି ହେଲା ଉନ୍ନତ ଜ୍ଞାନ କୌଶଳ ଦରକାର। ମେଟ୍ରୋ ସହରର ଯୁବପିଢ଼ିଙ୍କ ଧାରଣା ଯେ ଗାଁଗହଳିରେ ରହି ସଫଳ ହେବା ଅସମ୍ଭବ। ଏହି ଧାରଣାକୁ ଭୁଲ୍ ପ୍ରମାଣିତ କରିଛନ୍ତି ବିରଜା କ୍ଷେତ୍ର ଯାଜପୁରର ଝିଅ ସୁଭଦ୍ରା ମହାନ୍ତି। 

ଯାଜପୁରର ବନ୍ଦୋଳ ଗାଁ ବାସିନ୍ଦା ଅଜୟ ମହାନ୍ତି। ଚାଷବାସରେ ତାଙ୍କ ଘର ଚଳେ। ପରିବାର କହିଲେ ୪ ପ୍ରାଣୀର କୁଟୁମ୍ବ। ସେ, ତାଙ୍କ ପତ୍ନୀ, ଝିଅ ଓ ପୁଅ। ନିଜେ ଜଣେ କୃଷକ କିନ୍ତୁ ପିଲାଙ୍କ ପାଠପଢ଼ାକୁ ସେ ଆଦୌ ଅଣହେଳା କରୁନଥିଲେ। ପୁଅର ଇଂଜିନିୟରିଂ ପାଠ ପଢ଼ା ପାଇଁ ଅଜୟଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ନଥିଲା। ଗାଁର ଜଣେ ଚିହ୍ନା ପରିଚିତଙ୍କ ପାଖରୁ ୫୦ହଜାର ଟଙ୍କା କରଜ କରି ଆଣିଲେ। ମନରେ ଦମ୍ଭ ଥିଲା, ଅମଳରୁ ହେଉଥିବା ଲାଭ ଟଙ୍କାରେ ସେ ନିଶ୍ଚୟ ଏହି ଋଣ ପରିଶୋଧ କରିବେ। ଦଇବ କିନ୍ତୁ ଯେମିତି ଦାଉ ସାଧିଲା। ସେଇ ବର୍ଷ ଫସଲ ଭଲ ନ ହେବାରୁ ଖୁବ୍ କ୍ଷତି ହେଲା। ବିଚରା ଅଜୟ ମୁଣ୍ଡରେ ହାତ ଦେଇ ବସିପଡ଼ିଲେ। ଘର ଚଳାଇବା କାଠିକର ହୋଇଗଲା। କେବଳ ଯାହା ଖିର ବ୍ୟବସାୟରୁ ଅଳ୍ପ କିଛି ଟଙ୍କା ମିଳୁଥାଏ। ଏପାଖେ ଋଣ ଟଙ୍କାର ସୁଧ ବଢ଼ିଚାଲିଲା। ଘରର ଏହି ଶୋଚନୀୟ ପରିସ୍ଥିତିକୁ ସୁଧାରିବାକୁ ସୁଭଦ୍ରା ସ୍ଥିର କଲେ। ବାପାଙ୍କ କାନ୍ଧର ବୋଝକୁ ନିଜେ ନେଲେ। ୨୧ ବର୍ଷର ଝିଅ ସୁଭଦ୍ରା, ଯୁକ୍ତ ୨ କଳାର ଛାତ୍ରୀ ସେ। ବୁଦ୍ଧି ପାଞ୍ଚିଲା। ଘର ପାଖ ପିଲାଙ୍କୁ ଟ୍ୟୁସନ୍ ଆରମ୍ଭ କଲେ। ମାସ କେଇଟାରେ ସେଇ ପିଲାଙ୍କ ସଂଖ୍ୟା ବଢ଼ି ୪୦ରେ ପହଞ୍ଚିଲା। ଏହି ଟ୍ୟୁସନ୍‌ ଆୟରୁ ଧୀରେଧୀରେ ସେ ବାପାଙ୍କ ହାତ ଉଧାରି ସୁଝିଦେଲେ। ଏହା ପରେ ସେ ଆଉ ହାତ ଧରି ବସିଲେନି। ଆଗକୁ ବଢ଼ିବାର ପରବର୍ତ୍ତୀ ଯୋଜନା କ​‌ଲେ। ଚାଷବାସ କରିବା ସହ ଏକ ଅଟାର ଛୋଟ କଳଟେ ତିଆରି କଲେ। ସେସବୁ କାମ କରିବା ସହ ଛତୁ ଫାର୍ମର ଆରମ୍ଭ କଲେ।

ଭୋର ୫ଟାରୁ ସୁଭଦ୍ରାଙ୍କ ଦିନର ଆରମ୍ଭ ହୁଏ। ନିତ୍ୟକର୍ମ ସାରି ଚାଷକ୍ଷେତକୁ ଆଗେ ଧାଇଁଯାନ୍ତି। ସେଠି ଦିନ ୯ଟା ଯାଏଁ ଦେଖାରଖା କରି ଘରକୁ ଫେରନ୍ତି। ଏହା ପରେ ଘରର ଯାବତୀୟ କାମ ସାରି ପାଖଆଖ ୪ ଖଣ୍ଡ ଗାଁରୁ ଖିର ସଂଗ୍ରହ କରି ନିକଟସ୍ଥ ଡାଏରୀ ଫାର୍ମରେ ପହଞ୍ଚାଇବାର ଦାୟିତ୍ବ ସେ ନେଇଛନ୍ତି। ଏସବୁ ସରିଲା ପରେ ଦ୍ବିପହର ଖାଇବା , ଆଉ ତା’ ସଙ୍ଗେ ଅଟା କଳରେ ଦେଖାରଖା ଓ ଛତୁ ଫାର୍ମର ମଧ୍ୟ କାମ ଚାଲେ। ଏତେ ସବୁ କାମ ସରିବାବେଳକୁ ସନ୍ଧ୍ୟା ୬ଟା। ତା’ ପରେ ସୁଭଦ୍ରାଙ୍କ ଟ୍ୟୁସନ୍‌ ପର୍ବ ଚାଲେ। ରାତି ୯ଟାବେଳକୁ ଇଞ୍ଜିନ୍‌ ଭଳି କାମ କରୁଥିବା ଏହି ଝିଅଟିକୁ ବିଶ୍ରାମ ମିଳେ। ଦିନମାନର ଏଇ ଧାଁଧଉଡ଼ରେ ତାଙ୍କୁ ଥକ୍କା ଲାଗେନି ବରଂ ଆତ୍ମସନ୍ତୋଷ ମିଳେ। ଏତେ ସବୁ କାମ କରି ମାସକୁ ୩୦ହଜାର ଟଙ୍କାର ଲାଭ ସେ କରିପାରୁଛନ୍ତି। ଭାଇର ଇଂଜିନିୟରିଂ ପାଠପଢ଼ା ସରିଲାଣି। ସେ ଚାକିରିର ଅନ୍ବେଷଣରେ। ଆଗ ଭଳି ଆର୍ଥିକ ଅସୁବିଧା କି ଋଣର ଚାପ ନାହିଁ ଏହି ପରିବାର ଉପରେ। ବାପା ଅଜୟ ମହାନ୍ତି ଏସବୁର ଶ୍ରେୟ ଝିଅକୁ ହିଁ ଦେଉଛନ୍ତି।

ସତରେ, ବର୍ତ୍ତମାନ ପିଢ଼ିର ପୁଅ-ଝିଅ ମଧ୍ୟରେ ଆଉ କିଛି ତଫାତ୍ ନାହିଁ। ନିଜ ପରିଶ୍ରମ, ନିଷ୍ଠାରେ ସୁଭଦ୍ରା ଘରର ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରିଛନ୍ତି। କେବଳ ଯେ ଉଚ୍ଚଶିକ୍ଷିତ ହେଲେ କିମ୍ବା ଦେଶବିଦେଶରେ ବଡ଼ ଚାକିରି କରି ଜଣେ ସଫଳ ହୋଇପାରିବ, ଏଭଳି ଧାରଣାକୁ ଭୁଲ ପ୍ରମାଣିତ କରିଛନ୍ତି ଆମ ବିରଜା କ୍ଷେତ୍ରର ଝିଅ ସୁଭଦ୍ରା। ଭବିଷ୍ୟତରେ ଜଣେ ସଫଳ ଉଦ୍ୟୋଗୀ ହେବାର ଲକ୍ଷ୍ୟ ରଖିଥିବା ସୁଭଦ୍ରା ଗାଁରେ ଗୋଟିଏ ଅନାଥାଶ୍ରମ ଓ ବୃଦ୍ଧାଶ୍ରମ କରିବାର ଯୋଜନା ରଖିଛନ୍ତି। ଈଶ୍ବର ତାଙ୍କୁ ସଫଳ କରନ୍ତୁ।

Cultivation Mushroom Patriarchal society women empowerment
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଫୋବର୍ସ ନାୟିକା ମାତିଲଦା

Next Post

ଦେବଦୂତ ପାଲଟିଛନ୍ତି ଡ୍ରାଇଭର୍‌ ଭାଇ

You might also like
Diya-2IO-story
ସଶକ୍ତିକରଣ

ରୁଢିବାଦୀ ଚିନ୍ତାଧାରାକୁ ହରାଇ ଗାଁ ଝିଅମାନଙ୍କ ପରିଚୟ ଗଢୁଛନ୍ତି ଦିୟା

2 Mins read
July 18, 2024

ଆଜିବି ଆମ ଦେଶରେ ତଥା ରାଜ୍ୟରେ କ୍ରୀଡା ସାଧାରଣତଃ ପୁରୁଷ ପ୍ରଧାନ । କ୍ରୀଡା ପ୍ରତି ଆମର ରକ୍ଷଣଶୀଳ ସାମାଜିକ ମନୋଭାବ ଲାଗି ଯେତେ ଇଚ୍ଛା ଥିଲେ ବି ଆମ ଝିଅମାନେ ସେମାଙ୍କ ପ୍ରତିଭା ପ୍ରଦର୍ଶନରୁ ବଞ୍ଚିତ ହୁଅନ୍ତି । ବୟସ ଅଠର ବର୍ଷ ନହେଉଣୁ ବିବାହ ହୋଇଯାଏ ଆଉ ତାପରେ ଘର ଭିତରେ ସବୁଦିନ ପାଇଁ ସୀମିତ ହୋଇ ରହିଯାନ୍ତି ସେମାନେ । ବିଶେଷକରି ଆମର ଅଧିକାଂଶ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରରେ ଏହା ଏକ ସାଧାରଣ କଥା । ଏଭଳି ଏକ ରୂଢିବାଦୀ ଚିନ୍ତାଧାରାକୁ …

muni
ଭିଡିଓ କାହାଣୀ ସଶକ୍ତିକରଣ

କୋୟା ଜନଜାତିଙ୍କୁ ଖୁସି ବାଣ୍ଟୁଛନ୍ତି ମୁନି ମାଡକାମୀ 

2 Mins read
June 18, 2024

ମୁନି ମାଡକାମୀ- ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୋୟା ଜନଜାତିର ଝିଅଟିଏ । ଜିଲ୍ଲାର ପଡିଆ ବ୍ଲକର କାଲଦାପଲ୍ଲୀ ଗ୍ରାମ ପଞ୍ଚାୟତର କୁର୍ତ୍ତୀ ଗ୍ରାମରେ ତାଙ୍କର ଘର। ବୟସ ମାତ୍ର ୧୮ ବର୍ଷ । କିନ୍ତୁ ତାଙ୍କ କାମ ଆଉ ସଫଳତା ସମ୍ମୁଖରେ ତାଙ୍କ ବୟସ ଆଜି କେବଳ ଏକ ସଂଖ୍ୟା । କୃଷି କ୍ଷେତ୍ରରେ ମୁନିଙ୍କର ଉପଲବ୍ଧି ଏବଂ ମାର୍ଗଦର୍ଶନ ତାଙ୍କ ଅଞ୍ଚଳର ପ୍ରାୟ ଅନେକ ଚାଷୀଙ୍କୁ କୃଷି ପ୍ରତି ପୁନଃଆକର୍ଷିତ କରିଛି । ଏକଦା ଏଇ ଚାଷୀମାନେ ରୋଜଗାର ଅନ୍ଵେଷଣରେ ଅନ୍ୟ ରାଜ୍ୟକୁ ଯିବାପାଇଁ ବାଧ୍ୟ ହେଉଥିଲେ । ନିଜ …

Seema-Mishra
ସଶକ୍ତିକରଣ

ସମନ୍ଵିତ କୃଷି ମାଧ୍ୟମରେ ଜୀବନ ଜୀବିକାର ପଥ ପ୍ରଦର୍ଶିକା 

4 Mins read
January 18, 2024

ଜଳ, ସ୍ଥଳ ଓ ଆକାଶର ତତ୍ଵକୁ ଖୁବ ଗଭୀର ଭାବରେ ନିଜର କରି ତା ଭିତରେ ଜୀବନ କାଟିବାର ସ୍ଵପ୍ନ ସେ ଦେଖିଥିଲେ ପିଲାଦିନୁ ।  ଆଉ ନିଜର ଏଇ ସ୍ଵପ୍ନ କୁ ସାକାର କରିବା ପାଇଁ ଦିଲ୍ଲୀ ଇଉନିଭର୍ସିଟି ରେ MBA ପାଠ୍ୟକ୍ରମ ପରେ କିଛି ବର୍ଷର କର୍ପୋରେଟ ଚାକିରି, ଉଚ୍ଚ ପଦବୀ ଭଲ ଦରମା ଓ ଦିଲ୍ଲୀ ସହରର ଅତ୍ୟାଧୁନିକ ଜାକ ଜମକ ସବୁକିଛିକୁ ପଛରେ ପକାଇ ଦିନେ ନିଜ ଗାଁକୁ ଫେରିଆସିଥିଲେ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ଶାସନ ରେଣ୍ଡିଓ ଗାଁର ଝିଅ ସୀମା …

Change is coming! People are getting aware of the Change is coming! People are getting aware of the negative impact of deforestation and the importance of mangroves in the coastal region.A small group of people from the Kendrapada district of Odisha have donated their registered land willingly to the forest department for the mangrove plantation.Be it Dilip, Satyabrat or any other, the names on the list are going up day by day. So, to acknowledge their unique work to save the Hental range the Bhitarkanika forest officials call such people ‘Mangrove Mitra’. CMO Odisha Bikram Keshari Arukha PMO India#Mankibaatpmmodi #SaveHentalMangroves #Odishaforestdepartment#Bhitarkanikawildlifesanctury #DFOBhitarkanikahttps://inspiringodisha.com/friends-of-mangrove-offer.../
'Sarojini Vana' a small green patch in Bonai is na 'Sarojini Vana' a small green patch in Bonai is named after its caretaker. This governmental plantation project constitutes around 3200 floras. However, the success of this project is credited to Sarojini, whose love and care for the plants turned this barren land into a lush green patch. Now, this green patch became the abode for many birds and a relishing ground for the passersby.Follow the link below to know more....#sarojinivan #DFOBonai #environmentalist #odishatourism #odishaforestdepartment https://inspiringodisha.com/sarojini-vana-an-example-for-denuded-forest-lands/
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
The popular Naraj Peacock valley is just 15kms awa The popular Naraj Peacock valley is just 15kms away from Nandankanan Zoo in the capital city Bhubaneswar. The panoramic beauty of the valley is a reflection of Pannu Behera's love for peacocks. But for Kanhu (the grandson of Pannu) it's not just the love for peacocks but also a tribute to the last wish of his grandpa.🦚🦚We believe stories can be an effective tool of motivation. DM us to cover yours. We'll get you covered...#narajpeacockvalley #lighthouse .https://inspiringodisha.com/a-tradition-of-love-that.../
A country will be prosperous when its women folk a A country will be prosperous when its women folk also get empowered. An odia homemaker, Durga Priyadarshini of Bargarh district of Odisha rolled out organic paint made out of Cowdung in the market. With the sale of over 10,000 litres till now, her Gaumaya Paintspaint is an eco-friendly alternative to plastic paints and is highly praised by the natives in and out of state.Click the link to know more about her inspiring journey.#ecofriendlyproducts #GaumayaPaints #housepainting #letsturntoecoproducts #dairyfarm #startupodisha #PMOIndia #CMOOdishahttps://inspiringodisha.com/odisha-homemaker-makes-eco-friendly-paints-from-cowdung-generates-employment/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies