• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ସଶକ୍ତିକରଣ

ସମନ୍ଵିତ କୃଷି ମାଧ୍ୟମରେ ଜୀବନ ଜୀବିକାର ପଥ ପ୍ରଦର୍ଶିକା 

1 Comment
January 18, 2024
4 Mins read
327 Views
Seema-Mishra

ଜଳ, ସ୍ଥଳ ଓ ଆକାଶର ତତ୍ଵକୁ ଖୁବ ଗଭୀର ଭାବରେ ନିଜର କରି ତା ଭିତରେ ଜୀବନ କାଟିବାର ସ୍ଵପ୍ନ ସେ ଦେଖିଥିଲେ ପିଲାଦିନୁ ।  ଆଉ ନିଜର ଏଇ ସ୍ଵପ୍ନ କୁ ସାକାର କରିବା ପାଇଁ ଦିଲ୍ଲୀ ଇଉନିଭର୍ସିଟି ରେ MBA ପାଠ୍ୟକ୍ରମ ପରେ କିଛି ବର୍ଷର କର୍ପୋରେଟ ଚାକିରି, ଉଚ୍ଚ ପଦବୀ ଭଲ ଦରମା ଓ ଦିଲ୍ଲୀ ସହରର ଅତ୍ୟାଧୁନିକ ଜାକ ଜମକ ସବୁକିଛିକୁ ପଛରେ ପକାଇ ଦିନେ ନିଜ ଗାଁକୁ ଫେରିଆସିଥିଲେ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ଶାସନ ରେଣ୍ଡିଓ ଗାଁର ଝିଅ ସୀମା ମିଶ୍ର ।

“ଯଦିଓ ମୁଁ ଏମିତି ଏକ ସମୟର ମଣିଷ ଯେତେବେଳେ ବିଶେଷ କରି ଆମ ରାଜ୍ୟ ଓଡିଶାର ଅଧିକାଂଶ ଯୁବକ ଯୁବତୀ ଦୌଡିବାରେ ଲାଗିଛନ୍ତି ଗାଁ ରୁ ଅତ୍ୟାଧୁନିକ ସହର କୁ । ଯେତେ ଜମି ବାଡି ଥିଲେବି ଚାଷବାସ ଛାଡି ବଡ ବଡ ସାହରେ ବଡ ବଡ ଚାକିରି କରିବାରେ ସ୍ଵପ୍ନ ସମସ୍ତଙ୍କର । ଦିଲ୍ଲୀରେ ମୋର ଚାକିରି କାଳ ଭିତରେ ଏହି ଧାରା ଭାଙ୍ଗିବାର ଇଚ୍ଛା ମୋ ଭିତରେ ପ୍ରବଳ ହୋଇଥିଲା । ଆମ ପରିବାରର ପୈତୃକ ଜମି ଜମାକୁ ଖୁବ ସୁନ୍ଦର ଭାବରେ ସମ୍ଭାଳୁଥିଲେ ମୋର ଜେଜେବାପା ଆଉ ସେ ଥିଲେ ସାରା ପରିବାର ଭିତରେ ମୋର ସବୁଠୁ ପ୍ରିୟ । ୨୦୧୫ରେ ସେ ଯେତେବେଳେ ଆମକୁ ଛାଡି ଚାଲିଗଲେ ମୋ ଜୀବନର ଧାରା ବଦଳିଗଲା । ଚାକିରି ବାକିରି ସବୁ ଛାଡି ଫେରି ଆସିଲି ଗାଁକୁ । ଚେଷ୍ଟା ରହିଲା ପୈତୃକ ଜମିଜମା ର ଉପଯୋଗ କରି କେମିତି ଜୀବନ ଜୀବିକା ସମ୍ଭାଳିବା ସହ କିଛି ଅଭାବି ପରିବାରକୁ ବି ବଞ୍ଚିବାର ରାହା ଯୋଗାଇ ପାରିବି। ପ୍ରକୃତି ପରିବେଶ କୁ ସାଥିରେ ନେଇ ଆତ୍ମ ସନ୍ତୋଷ ଓ ଲୋକ କଲ୍ୟାଣ ର ଜୀବନ ଜିଇବି ।କାମ ଆରମ୍ଭ କରିବା ପୂର୍ବରୁ କୃଷି, ପଶୁପାଳନ,ମତ୍ସ୍ୟ ଚାଷ,ମହୁ ଚାଷ ଆଦିରେ କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞ ମାନଙ୍କ ଠାରୁ ପ୍ରଶିକ୍ଷଣ ଓ ଜ୍ଞାନ ଆହରଣ କରିବାକୁ ପଡିଥିଲା ।ଆଜିର ପ୍ରଦୂଷିତ ବାତାବରଣ ସାଙ୍ଗକୁ ମାତ୍ରାଧିକ ରାସାଯନିକ ସାର ଏବଂ କୀଟନାଶକ ଆଦିର ବ୍ୟବହାର ଲାଗି ଯେ ଉର୍ବର ଚାଷଜମି ନଷ୍ଟ ହେବାରେ ଲାଗିଛି ଆଉ ଭବିଷ୍ୟତ ପିଢୀର ଖାଦ୍ୟ ସୁରକ୍ଷା ଯେ ସଙ୍କଟଜନକ ମୋଡକୁ ଯାଉଛି ଏକଥା ବିବ୍ରତ କରୁଥିଲା ମୋତେ। ସେଥିପାଇଁ ଛୋଟ ଉଦାହରଣଟିଏ ସୃଷ୍ଟି କରିବାର ଆଗ୍ରହ ନେଇ ସଂପୂର୍ଣ୍ଣ ଜୈବିକ ପଦ୍ଧହତିରେ ସମନ୍ଵିତ କୃଷି କୁ ନେଇ କିପରି ସଫଳ ଜୀବନ ଜୀବିକା ସମ୍ଭାଳି ହେବ; ଭଲ ଦିପଇଷା ଆୟ କରି ହେବ ସେ ନେଇ ଆରମ୍ଭ ହୋଇଥିଲା ମୋର ପରୀକ୍ଷା ନିରୀକ୍ଷା । ସହଜ ନଥିଲା ରାସ୍ତା;  କିନ୍ତୁ ମୋ ଭିତରର ଆତ୍ମବିଶ୍ଵାସ ମୋର ସବୁଠୁ ବଡ ପୁଞ୍ଜି ।ଆଉ ଚ୍ୟାଲେଞ୍ଜସ ନେବାକୁ ଭଲ ଲାଗେ ମତେ ।’’

ଅନେକ ବିଫଳତା ସଫଳତା, ଘାତ ପ୍ରତିଘାତ ପରେ କିନ୍ତୁ ଆଜି ସଂପୂର୍ଣ୍ଣ ଜୈବିକ ପଦ୍ଧତିରେ ଇଣ୍ଟିଗ୍ରେଟେଡ ଫାର୍ମିଙ୍ଗ ବା ସମନ୍ଵିତ କୃଷିକୁ ନେଇ ସୀମାଙ୍କର ଛୋଟ ଉଦାହରଣଟିଏ ପ୍ରସ୍ତୁତ କରିବାର ଏଇ ପ୍ରୟାସ ହୋଇପାରିଛି ବେଶ ବଡ ପଥ ପ୍ରଦର୍ଶକ । ୨୨ ଏକର ପରିମିତ ସୀମାଙ୍କର କୃଷି କ୍ଷେତ୍ର । ଏଠି ଧାନ ,ମୁଗ,ବିରି ଆଦି ଚାଷ ହୁଏ । ତେବେ ଏ କେବଳ ଏକ କୃଷି କ୍ଷେତ୍ର ନୁହେଁ;ଏଥିରୁ ୧୦ ଏକର ପରିମିତ କ୍ଷେତ୍ର ଅର୍ଥକାରୀ ସମନ୍ଵିତ କୃଷିକୁ ନେଇ ଜୀବନ ଜୀବିକାର ଉଦାହରଣ ସୃଷ୍ଟିକାରୀ ଏକ ପ୍ରୟୋଗ ଶାଳା । କୁକଡା ଓ ଛେଳି ପାଳନ,ଗୋ ପାଳନ, ମାଛ ଚାଷ,ମହୁ ଚାଷ,ଫୁଲ ଚାଷ,ଉଦ୍ୟାନ କୃଷି ପରି ୧୩ ତିରୁ ଊର୍ଦ୍ଧ୍ଵ ଭିନ୍ନ ଭିନ୍ନ କିଶମର ଭଲ ରୋଜଗାର ଦେଉଥିବା କାର୍ଯ୍ୟଧାରା ବେଶ ସଫଳତାର ସହ ସମ୍ଭବ ହୋଇଛି ଏଠି। ସୀମାଙ୍କର ପରିବାରର ସମସ୍ତେ ଏସବୁ କାମରେ ସହଯୋଗ ତ ଦେଇଥାନ୍ତି ତାସାଙ୍ଗକୁ ଗାଁର ୫ଟି ଅଭାବି ପରିବାରକୁ ଏଠି ମିଳିଯାଇଛି ଭଲ ଦିପାଇଷା ରୋଜଗାର କରି ବଞ୍ଚିଯିବାର ମାଧ୍ୟମ । ପୁଣି ଆଖପାଖର ଅନେକ ଶ୍ରମଜୀବୀଙ୍କ ଲାଗି କର୍ମ ସଂସ୍ଥାନ ର କ୍ଷେତ୍ର  ସାଜିଛି ସୀମାଙ୍କର ଏଇ ଫାର୍ମ ।

ଆମ ଫାର୍ମ ର ନାମ ଦେଇଛୁ ‘ବାମ୍ବୁ ବ୍ରିଜ ହେରିଟେଜ ଫାର୍ମ ଲ୍ୟାଣ୍ଡ ( Bamboo Bridge Heritage Firm Land)’ଓୟୁଏଟି,ରୋଟାରୀ କ୍ଲବ,ଏପିକୋଲ,ଓପଲୋଫେଡ,ଆଇସିଏଆର- ସିଫା,କୃଷିବିଜ୍ଞାନ କେନ୍ଦ୍ର ସାଙ୍ଗକୁ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସହିତ ସହଯୋଗର ସମ୍ପର୍କ ଯୋଡିଛୁ ଆମେ । ସମନ୍ଵିତ କୃଷିର ଛୋଟ ବଡ ଦିଗ, ସମସ୍ଯା ଆଉ ତାର ସମାଧାନର ରାସ୍ତା ପାଇବାରେ ଏ ସମ୍ପର୍କ ମତେ ସହାୟକ ହୋଇଛି। ତା ସାଙ୍ଗକୁ ଆମ ଏଇ କୃଷି ଉଦ୍ୟୋଗରୁ ଉତ୍ପାଦିତ ବିବିନ୍ନ ଉତ୍ପାଦ ପାଇଁ ସଠିକ ବଜାର ବ୍ୟବସ୍ଥା ମଧ୍ୟ ଅନେକଟା ସମ୍ଭବ ହୋଇପାରୁଛି ତେବେ Bamboo Bridge Heritage Firm land ର ଉଦ୍ଦେଶ୍ୟ କେବଳ ସମନ୍ଵିତ କୃଷି ରୁ ଭଲ ଆୟ ବା ଲାଭ ନୁହେଁ । ଆମର ସାମାଜିକ ଦାୟିତ୍ୱବୋଧ କୁ ଏକ ଉତ୍ତର ଦାଇତ୍ଵ ଭାବରେ ଗ୍ରହଣ କରେ ମୁଁ । କେବଳ ଚାକିରି ବା ଅନ୍ୟାନ୍ୟ ବ୍ୟବସାୟ ବା ଉଦ୍ୟୋଗ ନୁହେଁ  ସଠିକ ଉଦ୍ୟମ କଲେ ପ୍ରକୃତି ସାଥିରେ ରହି ଜୈବିକ ଉପାୟ ରେ ସମନ୍ଵିତ କୃଷି କର୍ମରୁ ବି ଜୀବନ ଜୀବିକାର ସଫଳ ସୁନ୍ଦର ବ୍ୟବସ୍ଥା କରିହେବ ଏକଥା ଆଜିକାଲି କୃଷି ବିମୁଖୀ ଚାଷୀ ଭାଇ ଓ ଆଜିର ଯୁବ ପିଢୀ ନିହାତି ହୃଦୟଙ୍ଗମ କରିବା ନିହାତି ଦରକାର । ଏକଥା’ ଆଜିର ସମୟର ଆହ୍ଵାନ । ତେଣୁ ସମୟକ୍ରମେ Bamboo Bridge Heritage Firm Land କୁ ଜୈବିକ ସମନ୍ଵିତ କୃଷିର ଏକ ପାଠଶାଳା ବା ପ୍ରଶିକ୍ଷଣ କେନ୍ଦ୍ର ରୂପେ ଗଢି ତୋଳିବାର ପ୍ରୟାସ ଆମେ ଜାରି ରଖିଛୁ।

Bamboo Bridge Heritage Firm Land ଏବେ ଅନେକ ଆଗ୍ରହୀ ଯୁବଚାଷୀଙ୍କ ଲାଗି ପ୍ରେରଣାର ଏକ ଉତ୍ସ । ବିଭିନ୍ନ ଅନୁଷ୍ଠାନ, ଆଗ୍ରହୀ କୃଷି ଉଦ୍ୟୋଗୀ ଏବଂ ଯୁବ ଚାଷୀଙ୍କପାଇଁ ଅନୁଭୂତି ସଂଗ୍ରହ ଓ ଦକ୍ଷତା ବିକାଶର ପ୍ରଶିକ୍ଷଣ ଲାଗି ସମୟୋପୋଯୋଗୀ କ୍ଷେତ୍ରଟିଏ ଭାବେ ପ୍ରତିଷ୍ଠିତ ହୋଇପାରିଛି ସୀମାଙ୍କର ଏଇ ଫାର୍ମ । ଏଯାବତ ୨୫ ରୁ ଉର୍ଦ୍ଧ୍ଵ ପ୍ରଶିକ୍ଷଣ କାର୍ଯକ୍ରମ ସଂଗଠିତ ହୋଇସାରିଲାଣି ଏଠି । ନିକଟରେ Bamboo Bridge Heritage Firm Land ରେ ଯୋଡି ହୋଇଛି ଏକ ନିଆରା ଫର୍ଦ୍ଦ । କୃଷି ଉଦ୍ୟୋଗ ରେ ଆଗ୍ରହୀ ବ୍ୟକ୍ତି, ଆଜିର ତଥାକଥିତ ଆଧୁନିକ ବାତାବରଣ ସହର ବଜାର ଭିତରେ ଅଣନିଶ୍ଵାସୀ ହୋଇ କିଛି ସମୟ ନିଜ ଲାଗି ଏକାନ୍ତ ସହଜ ସାବଲୀଳ ମୁହୁର୍ତ୍ତ ମାନଙ୍କୁ  ସାଉଁଟିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ଲାଗି ଏଠାରେ ରହଣି ବ୍ୟବସ୍ଥା ହୋଇଛି । ଖାଲି ଆମ ରାଜ୍ୟ ବା ଭାରତୀୟ ନୁହେଁ ଅନେକ ବିଦେଶୀ ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଷିତ କରୁଛି ‘Bamboo Bridge Heritage Firm Land’।

ଛୋଟ ହେଉ ବା ବଡ ପ୍ରତି ବର୍ଷ ଆମ Bamboo Bridge Heritage Firm Land ରେ ଆମେ ନୂଆ କିଛି କରିବାର ଚେଷ୍ଟା କରିଥାଉ ଯେଉଥିରୁ କିଛି ଆୟ ହେଇ ପାରିବ ପୁଣି ଉପଭୋକ୍ତା ବି ଉପକୃତ ହେଇପାରିବେ । ସେଇ କ୍ରମରେ Eco –Agro tourism ବା କୃଷି ପର୍ଯ୍ୟଟନ ର ପଦକ୍ଷେପ । ଆମ ଚିନ୍ତାଧାରା ରେ Firm to plate ବା ବିଲ ରୁ ସିଧା ହାଣ୍ଡିଶାଳ ଦେଇ ଭୋଜନ ଥାଳି ଠୁ ଭଲ ଅନୁଭବ ଆଊ କଣ ଅଛି । ସବୁ ଆବଶ୍ୟକୀୟ ସୁବିଧା ଯୁକ୍ତ ଛୋଟ ଗାଉଁଲି କୁଡିଆ ଶୈଳୀର ପାରମ୍ପରିକ ରହଣି ବ୍ୟବସ୍ଥା, ବିଲବାଡି ତୋଟାମାଳର ସୁନ୍ଦର ଶୁଦ୍ଧ ଅମ୍ଳଜାନ ଯୁକ୍ତ ପରିବେଶ ପୁଣି ସୁଆଦିଆ ଦେଶୀ ଖାଦ୍ୟ ର ବ୍ୟବସ୍ଥା ଆମର ଏଠି ରହିଛି । ଯାହା ବି ଅତିଥିଙ୍କୁ ଆମେ ପରଶିଥାଉ ସେସବୁ ଆମରି ଏଇଠିକାର ସଦ୍ୟ ଅମଳ । ପ୍ରକୃତି, ପରମ୍ପରା, ଜନଜୀବନ ଆଉ ପର୍ଯ୍ୟଟନରେ ଆଗ୍ରହୀ ଲୋକଙ୍କୁ କିଛି ବିଶେଷ ଅନୁଭବ ଆଣିଦେବା ଆମର ଲକ୍ଷ୍ୟ ।

ଅନେକ ଘାତ ପ୍ରତିଘାତ ଉତ୍ତଥାନ ପତ୍ତନ ଭିତରେ ନିରଳସ ସାଧନା ଭିତରେ ଜାରି ରହିଥିବା ସୀମାଙ୍କର କାର୍ଯ୍ୟ ଧାରା ଆଜି ଅନେକଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି; ଅନୁପ୍ରାଣିତ କରୁଛି ଯୁବପିଢୀକୁ । ତାଙ୍କ ସଫଳତା ସୀମାଙ୍କୁ ଆଣି ଦେଇଛି ଅନେକ ପ୍ରଶଂସା, ସରକାରୀ ବେସରକାରୀ ପୁରସ୍କାର । ଗୋଟିଏ ଚାକିରି ଛାଡି ସୀମା ଆଜି ସଫଳତାର ସହ ଅନେକ ଭୂମିକା ତୁଲାଉଛନ୍ତି – ଜଣେ ସଫଳ ଚାଷୀ,ଜଣେ ସଫଳ ଉଦ୍ୟୋଗୀ, ଜଣେ ଦକ୍ଷ ପ୍ରଶିକ୍ଷକ, ପ୍ରବକ୍ତା, ସଂଗଠକ ଆଉ ସବୁଠୁ ଉପରେ ପ୍ରକୃତି ପରିବେଶର କଲ୍ୟାଣ ପାଇଁ କାମ କରୁଥିବା ଏକ ଅନୁଭୂତିସମ୍ପନ୍ନ ପ୍ରେରଣା ।

ସୀମାଙ୍କ ସାଧନା କୁ ଆମର ହୃଦୟଭରା ଶୁଭେଚ୍ଛା  !! 

Shares
1 Comment
  1. Dr Pravas Acharya

    January 19, 2024 7:46 am

    Seema is a perfect example of new thoughts and power of our new generation.
    She has shown exemplary farming in her Bamboo bridge dream project.
    Most important to mention here that she is A Dadhichi of Odisha by pledging to donate her Body and Organ to SCB Medical Colleges and hospital. My blessings and good wishes to the hard working entrepreneur.
    Dr Pravas Acharya
    National Secretary
    Servants of the People Society
    New Delhi

    Reply
Leave a Reply Cancel reply

Your email address will not be published. Required fields are marked *

Previous Post

ବିଲୁପ୍ତପ୍ରାୟ କୃଷ୍ଣସାର ମୃଗଙ୍କ ସୁରକ୍ଷାରେ ଅମୂଲ୍ୟ

Next Post

କର୍କଟ ରୋଗୀଙ୍କୁ ମାଗଣା ସେବା ଯୋଗାଇ ଆସୁଛନ୍ତି ଅମ୍ରିତ ଧାରା

You might also like
Diya-2IO-story
ସଶକ୍ତିକରଣ

ରୁଢିବାଦୀ ଚିନ୍ତାଧାରାକୁ ହରାଇ ଗାଁ ଝିଅମାନଙ୍କ ପରିଚୟ ଗଢୁଛନ୍ତି ଦିୟା

2 Mins read
July 18, 2024

ଆଜିବି ଆମ ଦେଶରେ ତଥା ରାଜ୍ୟରେ କ୍ରୀଡା ସାଧାରଣତଃ ପୁରୁଷ ପ୍ରଧାନ । କ୍ରୀଡା ପ୍ରତି ଆମର ରକ୍ଷଣଶୀଳ ସାମାଜିକ ମନୋଭାବ ଲାଗି ଯେତେ ଇଚ୍ଛା ଥିଲେ ବି ଆମ ଝିଅମାନେ ସେମାଙ୍କ ପ୍ରତିଭା ପ୍ରଦର୍ଶନରୁ ବଞ୍ଚିତ ହୁଅନ୍ତି । ବୟସ ଅଠର ବର୍ଷ ନହେଉଣୁ ବିବାହ ହୋଇଯାଏ ଆଉ ତାପରେ ଘର ଭିତରେ ସବୁଦିନ ପାଇଁ ସୀମିତ ହୋଇ ରହିଯାନ୍ତି ସେମାନେ । ବିଶେଷକରି ଆମର ଅଧିକାଂଶ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରରେ ଏହା ଏକ ସାଧାରଣ କଥା । ଏଭଳି ଏକ ରୂଢିବାଦୀ ଚିନ୍ତାଧାରାକୁ …

muni
ଭିଡିଓ କାହାଣୀ ସଶକ୍ତିକରଣ

କୋୟା ଜନଜାତିଙ୍କୁ ଖୁସି ବାଣ୍ଟୁଛନ୍ତି ମୁନି ମାଡକାମୀ 

2 Mins read
June 18, 2024

ମୁନି ମାଡକାମୀ- ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୋୟା ଜନଜାତିର ଝିଅଟିଏ । ଜିଲ୍ଲାର ପଡିଆ ବ୍ଲକର କାଲଦାପଲ୍ଲୀ ଗ୍ରାମ ପଞ୍ଚାୟତର କୁର୍ତ୍ତୀ ଗ୍ରାମରେ ତାଙ୍କର ଘର। ବୟସ ମାତ୍ର ୧୮ ବର୍ଷ । କିନ୍ତୁ ତାଙ୍କ କାମ ଆଉ ସଫଳତା ସମ୍ମୁଖରେ ତାଙ୍କ ବୟସ ଆଜି କେବଳ ଏକ ସଂଖ୍ୟା । କୃଷି କ୍ଷେତ୍ରରେ ମୁନିଙ୍କର ଉପଲବ୍ଧି ଏବଂ ମାର୍ଗଦର୍ଶନ ତାଙ୍କ ଅଞ୍ଚଳର ପ୍ରାୟ ଅନେକ ଚାଷୀଙ୍କୁ କୃଷି ପ୍ରତି ପୁନଃଆକର୍ଷିତ କରିଛି । ଏକଦା ଏଇ ଚାଷୀମାନେ ରୋଜଗାର ଅନ୍ଵେଷଣରେ ଅନ୍ୟ ରାଜ୍ୟକୁ ଯିବାପାଇଁ ବାଧ୍ୟ ହେଉଥିଲେ । ନିଜ …

prachurya0
ସଶକ୍ତିକରଣ

ଦୃଷ୍ଟିହୀନ କିନ୍ତୁ ସକ୍ଷମରୁ ବି ଆହୁରି ସକ୍ଷମ

3 Mins read
November 25, 2022

ଜନ୍ମାନ୍ଧ ପ୍ରାଚୁର୍ଯ୍ୟ ନିଜର ବିଲକ୍ଷଣ ପ୍ରତିଭା ଏବଂ ଇଛାଶକ୍ତି ବଳରେ ପ୍ରଶାସନିକ ସେବା ସଫଳତାର ସହ ଉତିର୍ଣ୍ଣ ହୋଇଛନ୍ତି

It doesn't demand an extraordinary skill to save a It doesn't demand an extraordinary skill to save a dying person in a road accident rather than standing as a mere spectator. Instead, it requires humane emotion to save the person who is swinging between life and death. A truck driver from Jagatsinghpur of Odisha saved more than 400 lives because being a human being he is aware of his duties. Click the link below to read more about him..⬇⬇https://inspiringodisha.com/a-truck-driver-saved-more.../
Blindness is not an inefficacy. This fact is prove Blindness is not an inefficacy. This fact is proven by 23-year-old Soundarya Kumar Pradhan of Boden in the Sambalpur district of Odisha over and over again in his life. This international chess player withstood each obstacle with courage and excelled both in his academics and career with shining colors.Learn more about this young talent of Odisha. Click the link below: Soundarya Pradhan Prachurya PradhanPM Narendra Modi Naveen Patnaik #vishwanathananad #sportsministryofindiaLink to the whole story: https://inspiringodisha.com/blind-chess-player-soundarya/
"I remember how my father used to take my sister a "I remember how my father used to take my sister and me to the movie hall. So, my passion for film developed from an early age. I just want to suggest that keep your motivation the same and give 100% effort whether it's a 2-minute video or a 2-hour movie."Inspiring Talks, a new series in #inspiringodisha feeling excited to share with you all the person who gave his fullest to make this breakthrough odia movie #DAMaN, a super hit.Meet the dedicated co-director and writer of DAMaN, Vishal Mourya.Tap the link above to know about his inspiring journey.https://www.youtube.com/watch?v=BPqUk4LQzPE#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal
Amrita Das left her job at Thomson Reuters Corpora Amrita Das left her job at Thomson Reuters Corporation in Banglore to address the issues of plastic pollution in nearby parameters. While finding the solution to it, she came to Odisha, became a social entrepreneur, and is now the owner of Odissi Earth. She is sharing the portion of Odia tradition, culture, and pristine forest resources of Odisha through her body care products. Her endeavour is aiding at least 25 individuals and many other tribal farmers to become more aware, trained, and self-reliant human beings.#inspiringOdisha #odissiearth #odiamaati #changemaker #startupbusiness #Ecoodisha #OdishabiodiversityCopy the link to know more:https://inspiringodisha.com/empowering-lives-through-sustainable-path/
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies