• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ସଶକ୍ତିକରଣ

ଦୃଷ୍ଟିହୀନ କିନ୍ତୁ ସକ୍ଷମରୁ ବି ଆହୁରି ସକ୍ଷମ

No Comments
November 25, 2022
3 Mins read
43 Views
prachurya0

ଜନ୍ମରୁ ଅନ୍ଧ ସତ କିନ୍ତୁ କୌଣସି ଦିଗ ରୁ ବି ଅକ୍ଷମ ନୁହଁନ୍ତି ସେ ବରଂ ନିଜ ସ୍ୱପ୍ନକୁ ସତ କରିବାର ସାମର୍ଥ୍ୟ ରଖୁଥିବା ପ୍ରାଚୁର୍ଯ୍ୟ ପ୍ରଧାନ ଅନେକ ସକ୍ଷମଙ୍କଠୁ ବି ଅଧିକ ସକ୍ଷମ । ଜନ୍ମାନ୍ଧ ପ୍ରାଚୁର୍ଯ୍ୟ, ନିଜର ବିଲକ୍ଷଣ ପ୍ରତିଭା ଏବଂ ଇଛାଶକ୍ତି ବଳରେ କେବଳଯେ ଅନ୍ତରାଷ୍ଟ୍ରୀୟ ଚେସ୍ ଗ୍ରାଣ୍ଡମାଷ୍ଟର ହୋଇ ପାରିଛନ୍ତି ତାନୁହେଁ, ସମ୍ମାନଜନକ ଓଡିଶା ପ୍ରଶାସନିକ ସେବା (ଓଏଏସ) 2022 ପରୀକ୍ଷାରେ ପ୍ରଥମ ଚେଷ୍ଟାରେ ହିଁ  ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । କେବଳ 25 ବର୍ସ ବୟସରେ ପ୍ରାଚୁର୍ଯ୍ୟ ଆମ ସମାଜର ଭିନ୍ନକ୍ଷମଙ୍କ ପ୍ରତି ଥିବା ହୀନମନ୍ୟତା ଏବଂ ଚିନ୍ତାଧାରାକୁ ବଦଳାଇ ଦେବାରେ ସଫଳ ହୋଇଛନ୍ତି । 

“ମୁଁ ଜନ୍ମରୁ ଚକ୍ଷୁହୀନ, କିନ୍ତୁ ମୁଁ ନିଜର ଏଇ ଅକ୍ଷମତାକୁ ସର୍ବଦା ଏକ ଆହ୍ଵାନ ବୋଲି ଗ୍ରହଣ କରେ । ଏଇ ଆହ୍ୱାନ ସବୁବେଳେ ମୋ ଜୀବନର ଅସମ୍ପୂର୍ଣତାକୁ ସମ୍ପୂର୍ଣ କରିବା ପାଇଁ ପ୍ରେରଣା ଦେଇଛି । ମୁଁ ସମ୍ମୁଖୀନ ହୋଇଥିବା ପ୍ରତିଟି ପ୍ରତିକୂଳ ସ୍ଥିତି ମୋ ମନକୁ ଆହୁରି ସୁଦୃଢ କରିଛି । ସ୍ୱପ୍ନର ତ ସୀମା ନଥାଏ ଆଉ ସେଇଥିପାଇଁ ମୁଁ କହିବାକୁ ଚାହେଁ, ସମସ୍ତେ ବଡ-ବଡ ସ୍ଵପ୍ନ ଦେଖନ୍ତୁ ଯେମତି ମୁ ଦେଖେ, ଆଉ ଏଇ ସ୍ଵପ୍ନ ସବୁକୁ ସତ କରିବା ପାଇଁ ବାଟ ଖୋଜନ୍ତୁ, ଯେମିତି ମୁଁ ଖୋଜିଛି ।”

ପଶ୍ଚିମ ଓଡିଶାର ନୂଆପଡା ଜିଲ୍ଲା ବୋଡେନ ଗାଁ’ର ପୁଅ ପ୍ରାଚୁର୍ଯ୍ୟଙ୍କୁ ଜଣେ ସୁନାମଧନ୍ୟ ଚେସ୍ ଖେଳାଳି ଭାବରେ ସଭିଏଁ ଜାଣନ୍ତି । ଚେସ୍ ପାଇଁ ଦେଶ-ବିଦେଶରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି ସେ । ମାତ୍ର ୧୦ବର୍ଷ ବୟସରେ ଚେସ୍ ଖେଳ ଆରମ୍ଭ କରିଥିବା ପ୍ରାଚୁର୍ଯ୍ୟ ଓଡିଶାର ପ୍ରଥମ ଚକ୍ଷୁହୀନ ଚେସ୍ ଖେଳାଳି ଯାହାଙ୍କୁ ଅନ୍ତରାଷ୍ଟ୍ରୀୟ FIDE ରେଟିଙ୍ଗ ମିଲିଚି । ଇଣ୍ଡୋନେସିଆର ଜାକର୍ତ୍ତାରେ ୨୦୧୮ରେ ଅନୁଷ୍ଠିତ ତୃତୀୟ ଏସିଆନ ପାରା ଗେମ୍ସ B1 ପୁରୁଷ ରାପିଡ ଟିମ ଚେସରେ ସିଲଭର ମେଡାଲ ଜିତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଉଚ୍ଚପ୍ରଶଂସିତ ହୋଇଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ‘ଷ୍ଟେଟ ଆୱାର୍ଡ ଫର ଇଣ୍ଡିଭିଜୁଆଲ ଏକ୍ସେଲେନ୍ସ’ ୨୦୧୨ରେ ସମ୍ମାନିତ କରିଥିଲେ। 

କିନ୍ତୁ ଏତିକି ନୁହେଁ ପ୍ରାଚୁର୍ଯ୍ୟ ନିଜ ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ଉପଲବ୍ଧି ହାସଲ କରିଛନ୍ତି । ଓଡିଶାରେ ତୃତୀୟ ସର୍ବାଧିକ ନମ୍ବର ରଖି ସେ ଦଶମ ପାସ କରିଥିଲେ ଆଉ B.Com ଓ M.Com ସାରି ଏବେ ରେଭେନ୍ସା ୟୁନିଭର୍ସିଟିରେ P.hd ମଧ୍ୟ କରୁଛନ୍ତି । ପୁଣି NET ଓ JRF ପରୀକ୍ଷା ଉତ୍ତୀର୍ଣ୍ଣ ହେବା ସହ ଚାଟାର୍ଡ ଆକାଉଣ୍ଟେଣ୍ଟ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସବୁଠୁ ବଡ କଥା ହେଲା ମାତ୍ର ୬ ମାସ ପ୍ରସ୍ତୁତିକରି ୨୦୨୨ ଓଏଏସ ପରୀକ୍ଷାରେ ସେ ପ୍ରଥମ ଚେଷ୍ଟାରେ ହିଁ ୨୯୨ ରାଙ୍କରେ ଉତ୍ତୀର୍ଣ୍ଣ ହୋଇ ନିଜର ପ୍ରବଳ ଆତ୍ମବିଶ୍ଵାସକୁ ପ୍ରମାଣିତ କରିଛନ୍ତି ।

ମୋ ପାଇଁ ଗୋଟେ ଭଲ ସ୍କୁଲରେ ପାଠ ପଢିବା ଏବଂ ଚେସ ବିଷୟରେ ଜାଣିବା ଏତେ ସହଜ ନଥିଲା । ମୁଁ ଏମତି ଗୋଟେ ପଛୁଆ ଗାଁ ରୁ ଆସିଛି ଯେଉଁଠି ଚାଲିବା ପାଇଁ ନା ପକ୍କା ରାସ୍ତା ଥିଲା, ନଥିଲା ଚେସ ବିଷୟରେ ଜାଣିବା ପାଇଁ ଭଲ ଇଣ୍ଟରନେଟସୁବିଧା । କିନ୍ତୁ ସେ ସମୟରେ ମୋ ଆତ୍ମବିଶ୍ୱାସ ବଢାଇ ଥିଲେ ମୋ ମା-ବାପା । ଘର ପାଖରେ ଥିବା ସାଧାରଣ ସ୍କୁଲରେ ମତେ ମୋ ଅକ୍ଷମତା ପାଇଁ ଏଡମିଶନ ମିଳୁନଥିଲା । ତେବେ ବାପା ବଡ କଷ୍ଟରେ ଏକ ଦୂର ସ୍କୁଲରେ ଏଡମିଶନ କରାଇଥିଲେ । ସେଇ ବିଦ୍ୟାଳୟରେ ମତେ ପାଠପଢା ସାଙ୍ଗକୁ ଚେସ ଖେଳ ଶିଖିବାର ସୁଯୋଗ ମିଳିଥିଲା । ଚେସ ଖେଳ ଆମ ପରିବାର ପାଇଁ ନୂଆ କଥା ନଥିଲା କାରଣ ମୋର ବଡବାପା ରବିରଞ୍ଜନ ପ୍ରଧାନ ଜଣେ ଭଲ ଚେସ ଖେଳାଳି ଥିଲେ । ସିଏହିଁ ମତେ ପ୍ରଥମେ ଚେସ ଖେଳିବାର କୌଶଳ ଶିଖାଇଥିଲେ । ବିରୋଧୀଙ୍କ ଚେସ ଗୋଟିର ସ୍ଥାନ ଚିହ୍ନିକି କେମତି ବିଜୟ ପାଇଁ ରଣନୀତି ବନେଇହବ ସେ କଳା ବି ତାଙ୍କଠୁ ମୁଁ ଶିଖିଛି । ଖାଲି ସମୟରେ ନିଜ ସାନଭାଇ ସୌନ୍ଦର୍ଯ୍ୟ ସହ ଚେସ ଅଭ୍ୟାସ କରେ । ମୋ ବାପା ମଧ୍ୟ ବିଭିନ୍ନ ଅନ୍ତରାଷ୍ଟ୍ରୀୟ ଚେସ ବହିପଢି ମତେ ଚେସର ରଣକୌଶଳ ବିଷୟରେ ଜ୍ଞାନ ଦଉଥିଲେ ।

ଦ୍ରୁତ ଇଣ୍ଟରନେଟ୍ ସେବା ଆସିବା ପରେ ଦୁଇ ଭାଇ ପ୍ରାଚୁର୍ଯ୍ୟ ଓ ସୌନ୍ଦର୍ଯ୍ୟ ଏକାଠି ଚେସ-ବେସ୍, ଫ୍ରିଚେସ୍.ଓଆରଜି, ଫ୍ରିଜ୍ ଏବଂ ଅନ୍ୟାନ୍ୟ ଅନଲାଇନ୍ ଚେସ୍ ପ୍ଲାଟଫର୍ମ ମାଧ୍ୟମରେ ସାରା ବିଶ୍ୱର ଦୃଷ୍ଟିହୀନ ଚେସ୍ ଖେଳାଳିଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିଲେ | ବିଭିନ୍ନ ରାଜ୍ୟ ତଥା ଇଣ୍ଟର-ଷ୍ଟେଟ ଚେସ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରି ସେମାନେ ଦକ୍ଷତା ହାସଲ କରିଥିଲେ । ସମୟକ୍ରମେ ପ୍ରାଚୁର୍ଯ୍ୟ ବିଭିନ୍ନ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରିୟ ଖେଳରେ ସୁନାମ ହାସଲ କାଲେ । ଚେସ୍ ତାଙ୍କୁ ତାଙ୍କର ଧୀଶକ୍ତି ଓ ସ୍ମରଣଶକ୍ତିକୁ ଆହୁରି ସଶକ୍ତ କଲା । କୋଭିଡ୍ ସମୟରେ ଉଭୟ ଭାଇ ଇଣ୍ଡିକ ଆର (ଚକ୍ଷୁହୀନ ମାନଙ୍କୁ ଚେସ ଶିଖାଇବା ପାଇଁ ଏକ ଅନଲାଇନ୍ ପ୍ଲାଟଫର୍ମ) ରେ ଛାତ୍ରମାନଙ୍କୁ ତାଲିମ ଦେବାର ସୁଯୋଗ ପାଇଥିଲେ | ଦେଶ-ବିଦେଶର ଅନେକ ଆଗ୍ରହୀ ପିଲାଙ୍କୁ ଚେସର 2-3 ମାସର କ୍ରାସ୍ ପାଠ୍ୟକ୍ରମ ପ୍ରଦାନ କରିଥିଲେ। ଏବେ ମଧ୍ୟ ପ୍ରାଚୁର୍ଯ୍ୟ ଅନଲାଇନ୍ କ୍ଲାସ୍ ମାଧ୍ୟମରେ ଅନେକ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ମାଗଣା ଚେସ ପ୍ରଶିକ୍ଷଣ ଦେଉଛନ୍ତି । 

ଚେସ୍ ମୋର ଏବଂ ମୋ ସାନାଭାଇ ସୌନ୍ଦର୍ଯ୍ୟ ପ୍ରଧାନଙ୍କ ଜୀବନର ଏକ ଅଂଶ, କାରଣ ଏହା ଆମ ଜୀବନକୁ ସଂପୂର୍ଣ୍ଣ ବଦଳାଇ ଦେଇଛି। ଚେସ ଆମ ଜୀବନରେ ଆଗକୁ ବଢିବା ପାଇଁ ଆବଶ୍ୟକ ହେଉଥିବା ସବୁକିଛି ଦେଇଛି। ଆମର ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଏବଂ ଗ୍ରାଣ୍ଡମାଷ୍ଟର ବିଶ୍ବନାଥନ ଆନନ୍ଦ  ମୋର ଆଦର୍ଶ । ସେମାନଙ୍କ ଜୀବନ ଦର୍ଶନ ମତେ ଆଶାବାଦୀ କରିଛି ଏବଂ ଜୀବନରେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇଛି ।ଜଣେ ଶାରୀରିକ ଭାବେ ବିକଳାଙ୍ଗ ହୋଇପାରେ କିନ୍ତୁ ତାର ମନ ସୁଦୃଢଥିଲେ ସେ ବ୍ୟକ୍ତି ନିଜର ଭାଗ୍ୟକୁ ନିଜ କର୍ମ ଦ୍ଵାରା ବଦଳାଇ ଦେଇ ପାରିବ ।

ବର୍ତ୍ତମାନ ଭୁବନେଶ୍ୱରର ଓଡିଶା ଖଣି ନିଗମ (ଓଏମସି) ରେ ଆସିଷ୍ଟାଣ୍ଟ ମ୍ୟାନେଜର (ଫାଇନାନ୍ସ) ଭାବରେ କାର୍ଯ୍ୟରତ ପ୍ରାଚୁର୍ଯ୍ୟ ଓ ଖୁବଶୀଘ୍ର ସେ ଓଏଏସ ଅଫିସର ଭାବରେ ନିଜକୁ ଲୋକସେବାରେ କରିବେ ନିୟୋଜିତ। ଜୀବନର ସମସ୍ତ ଆହ୍ଵାନକୁ ସାହସର  ସହିତ ସାମ୍ନାକରି ନିଜ ବିଲକ୍ଷଣ ଯୋଗ୍ୟତାକୁ ଦୁନିଆ ଆଗରେ ପ୍ରମାଣିତ କରିପାରିଥିବା ପ୍ରାଚୁର୍ଯ୍ୟ ଆମ ସମସ୍ତଙ୍କ  ପାଇଁ ପ୍ରେରଣାର ଉତ୍ସ, ପ୍ରାଚୁର୍ଯ୍ୟଙ୍କୁ ଆମର ହୃଦୟାଭରା ଶ୍ରଦ୍ଧା ଓ ସମ୍ମାନ !! 

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଅବିନାଶଙ୍କର ଚାଟଶାଳୀ ଗରିବ ଛୁଆମାନଙ୍କ ପାଇଁ ଶିକ୍ଷାର ଆଲୋକ

Next Post

ଦିବ୍ୟାଙ୍ଗ ପ୍ରମିଳା ସାଜିଛନ୍ତି ପିଡିତଙ୍କ ଆଶାର ବାଡି

You might also like
milkman
ଭିଡିଓ କାହାଣୀ ସଶକ୍ତିକରଣ

କ୍ୟାରିୟର ପାଇଁ ମେଟ୍ରୋରୁ ଗାଁ ଯାତ୍ରା

2 Mins read
December 31, 2021
sarojini-vana
ପରିବେଶ ସଶକ୍ତିକରଣ

ସ୍ନେହ ଓ ଶ୍ରମର ସୁଫଳ – ସରୋଜିନୀ ବନ

2 Mins read
April 12, 2022
woman feeding grass to cow
ସଶକ୍ତିକରଣ

ଗୋବର ପେଣ୍ଟରୁ ଆତ୍ମନିର୍ଭର ହୋଇପାରିଛନ୍ତି ଓଡିଆ ଗୃହଣୀ

2 Mins read
August 6, 2022
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.
click here⬇️⬇️
https://inspiringodisha.com/battled-covid-to-be-a-mother/
It's a proud moment for us that PM Shri Narendra M It's a proud moment for us that PM Shri Narendra Modi cited the name of Odia Boy- @RahulMaharana and appreciated his effort for 'plastic-free Beach' in the #MannkiBaat recently. 30kms away from the capital city of Odisha, this 22-year-old disposed of over 1-ton garbage from the Hental Mangrove forest in Astaranga. He has undertaken beach cleaning activities on more than 60 occasions and is also looking for others to join him.

Improper disposal of garbage is the result of our negligence. We should understand the fact that mother earth may suffer its direct burden but its faraway impact will be on us.
So, let's join hands for a clean world.

#Joinhandsforcleanliness #RahulMaharana #lighthouse #BhitarkanikaWildlifeDivision #OdishaForestDepartment #CMOOdisha� #NaveenPatnaik #PMOIndia #MannkiBaat
#MinistryofEnvironmentForestandClimateChange

https://inspiringodisha.com/a-solo-endeavor-for-a-plastic-free-marine-stretch/
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../

Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.

Know about his story of lone dedication and perseverance by clicking on the link above.
Blindness is not an inefficacy. This fact is prove Blindness is not an inefficacy. This fact is proven by 23-year-old Soundarya Kumar Pradhan of Boden in the Sambalpur district of Odisha over and over again in his life. This international chess player withstood each obstacle with courage and excelled both in his academics and career with shining colors.
Learn more about this young talent of Odisha. Click the link below: 
Soundarya Pradhan Prachurya Pradhan
PM Narendra Modi Naveen Patnaik 
#vishwanathananad #sportsministryofindia
Link to the whole story: https://inspiringodisha.com/blind-chess-player-soundarya/
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.

https://inspiringodisha.com/last-comrade-of-unclaimed-souls/
Ever heard of Hair donation? Harapriya Nayak, a s Ever heard of Hair donation? 
Harapriya Nayak, a social activist in the Jatni block of Khordha district, donates her hair to poor cancer patients. In the form of wigs, she gifts them to women cancer fighters who lost their hair and confidence as well during treatment. 
She hopes for a day when just like blood donation, people would come forward for hair donation too.
so, what motivated her to stand for cancer patients?
#Missionsmileoncancerpatient #SOPVA #harapriyanayak #PMNarendraModi #fightagainstcancer #ManKiBaat #liveforachange

https://inspiringodisha.com/gift-of-wigs-to-cancer-fighters/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies