• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ

ଦିବ୍ୟାଙ୍ଗ ପ୍ରମିଳା ସାଜିଛନ୍ତି ପିଡିତଙ୍କ ଆଶାର ବାଡି

No Comments
December 13, 2022
2 Mins read
353 Views
pramila

କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କଇଥା ପଞ୍ଚାୟତ ଗୌଡପାଟଣା ଗାଁର ଗୋପାଳ ଚରଣ ସିଂହ ଓ ମାତାଜୀ ସିଂହଙ୍କ ସାନ ଝିଅ ଭାରି ଖୁସିବାସିଆ ପରୋପକାରୀ ଝିଅଟିଏ – ସୁଶ୍ରୀ ପ୍ରମିଳା ସିଂହ । ପିଲାଟିବେଳୁ ଗରିବ ଦୁଃଖୀ-ପୀଡିତଙ୍କ ପାଇଁ କିଛି କରିବାରେ ସେ ସଦା ଆଗଭର ଥିଲେ । ତେବେ ଭାଗ୍ୟ ତାଙ୍କପାଇଁ ରଖିଥିଲା ବିଡମ୍ବନା ।୨୦୦୯ ମସିହାରେ ସ୍କୁଲ ଯିବା ସମୟରେ ଗୋଟେ ସଡକ ଦୁର୍ଘଟଣା ତାଙ୍କ ଜୀବନକୁ ସମ୍ପୂର୍ଣ ଓଲଟପାଲଟ କରିଦେଲା । ମେରୁଦଣ୍ଡରେ ଲାଗିଲା ଆଘାତ ଆଉ ସାରା ଜୀବନ ପାଇଁ ହ୍ଵିଲଚେୟାର ଉପହାର ମିଳିଲା ତାଙ୍କୁ । ହସଖୁସିର ସହଜ ସରଳ ଜୀବନ ଟି ତାଙ୍କର ହୋଇପଡିଲା ଦୁର୍ବିସହ । ତେବେ ପୀଡିତଙ୍କୁ ସାହାଯ୍ୟ କରିବାର ଇଚ୍ଛା ମନରେ ଥିଲେ ପଙ୍ଗୁ ମଧ୍ୟ ଶଶକ୍ତ ହୋଇପାରେ ପରୋପକାରର ଏଇ ଇଚ୍ଛା ହିଁ ପ୍ରମିଳାଙ୍କୁ ଦେଲା ପୁଣିଥରେ ବଞ୍ଚିବାର ରାହା ।

“ଦୁର୍ଘଟଣା ମୋତେ ପଙ୍ଗୁ କରି ଦେଇଥିଲା। ମୋର ସବୁ ଆଶା ଓ ଖୁସି ନଷ୍ଟ ହୋଇଯାଇ ଥିଲା । ଚିହ୍ନାଜଣା ଲୋକାମାନେ ମଧ୍ୟ କହୁଥିଲେ ଏପରି ଜୀବନ ଥାଇ କିବା ଲାଭ ! ମୋ ଜୀବନ ଯେମିତି ଅନ୍ଧକାରରେ ଭରି ଯାଇଥିଲା । ଅବସ୍ଥା ଏମିତିଥିଲାଯେ ମୁଁ ବାହାରକୁ ଯିବା ବନ୍ଦ କରି ନିଜକୁ ଗୋଟେ ରୁମରେ ବନ୍ଦ କରି ରଖୁଥିଲି। ଏମତିରେ ୬ ବର୍ଷ କଟିଗଲା। ମତେ ଦିନେ ହୃଦବୋଧ ହେଲା ସତରେଏମତି ଜୀବନ ବଞ୍ଚିକି କି ଲାଭ ଯାହା ଅନ୍ୟମାନଙ୍କ କାମରେ ଲାଗି ପାରିବନି ! ମୋ ଜୀବନର ଦୁଃଖ ମୋ ନିଜକୁ ହିଁ କମ କରିବାକୁ ପଡିବ । ମତେ ଲାଗିଲା ଲୋକମାନଙ୍କ ଦୁଃଖକୁ ନିଜର କରି ଯଦି ମୁ ତାଙ୍କ ପାଇଁ କିଛି ବି କରି ପାରିଲି ତେବେ ସମ୍ଭବତଃ ମୋ ନିକ ଦୁଃଖ ବି କମି ଯାଇ ପାରିବ ।”

୨୦୧୩ ରେ ପ୍ରମିଳା ଗାଁର ଉନ୍ନତି ପାଇଁ ଛୋଟ ମୋଟ କାମ କରିବା ଆରମ୍ଭ କଲେ। କେବେ ଗାଁର ଗରିବ ଲୋକ ମାନଙ୍କ ପାଇଁ ଡାଳିଚାଉଳ ଆଣି ଦେବା ତ କେବେ କୌଣସି ଦିବ୍ୟାଙ୍ଗକୁ ହ୍ଵିଲଚେୟାର ଦାନ କରିବା ପୁଣି କେବେ ପଞ୍ଚୟାତରେ ବସି ଗ୍ରାମକଲ୍ୟାଣ ନିମନ୍ତେ କିଛି ସମସ୍ୟା ସମାଧାନର ସୂତ୍ର ଖୋଜିବା । ସେ ନିଜ ଟ୍ରାଇସାଇକିଲରେ ଜାଗା ଜାଗା ବୁଲି ତାଙ୍କ ଦ୍ଵାରା ଯେତେ ସମ୍ଭବ ଲୋକ କଲ୍ୟାଣ କାମରେ ନିଜକୁ ଉତ୍ସର୍ଗ କରିବାରେ ଲାଗିଲେ ପ୍ରମିଳା। ପ୍ରମିଳାଙ୍କ ପରି ଝିଆଟିଏର ଏଇ ଲୋକ କଲ୍ୟାଣ କାମ ଲୋକଲୋଚନକୁ ବି ଆସିଲା ସମୟକ୍ରମେ । ଯେଉଁମାନେ ଦିନେ ପ୍ରମିଳାଙ୍କ ଭାଗ୍ୟକୁ ନିନ୍ଦୁଥିଲେ ସେମାନେ ଏବେ ତାଙ୍କସହ ହାତ ମିଳାଇ ଆଗକୁ ବଢିବା ଲାଗି ସହାୟତା ପାଇଁ ଆଗଭର ହେଲେ ।  

ନିଜର କିଛି ବନ୍ଧୁଙ୍କ ଠାରୁ ପ୍ରେରଣାପାଇ ୨୦୧୯ ରେ ପ୍ରମିଳା ଆରମ୍ଭକଲେ ‘’ସମ୍ଭବ ଚେରିଟେବଲ ଟ୍ରଷ୍ଟ’’ । ସମ୍ଭବ ତାଙ୍କ କର୍ମର ପରିଧୀକୁ ଆହୁରି ବ୍ୟାପକ କରିଦେଲା । ଦିବ୍ୟାଙ୍ଗ ମାନଙ୍କୁ ଯଥାସମ୍ଭବ ଶଶକ୍ତ କରିବାର ଲକ୍ଷ୍ୟ ନେଇ ନିରନ୍ତର କାମ କରିଚାଲିଛି ‘’ସମ୍ଭବ ଚେରିଟେବଲ ଟ୍ରଷ୍ଟ’’। ତା ସାଙ୍ଗକୁ ଗରିବ ପିଲାଙ୍କୁ ପାଠ ପଢାଇବା, ମହିଳାଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ସଚେତନତା, କର୍କଟ ରୋଗୀମାନଙ୍କୁ ସାହାଯ୍ୟ, ଅଭାବିଙ୍କୁ ଖାଦ୍ୟ-ବସ୍ତ୍ର ବଣ୍ଟନ, ପ୍ରକୃତି ପରିବେଶର ସୁରକ୍ଷା ପାଇଁ ସଚେତନତା, ବୃକ୍ଷରୋପଣ ଆଦି ସମାଜ କଲ୍ୟାଣର କାମ ଚାଲିଛି । ପ୍ରମିଳାଙ୍କ ଉଦ୍ୟମରେ କୋରୋନା ଲୋକଡାଉନ ସମୟରେ ମଧ୍ୟ ସୁରକ୍ଷା ଗାଇଡ ଲାଇନ ବିଷୟରେ ସଚେତନ କରାଇବା ଏବଂ ଜରୁରୀ ମେଡିକାଲ ସୁବିଧା ଓ ସୁରକ୍ଷା ଉପକରଣ ଗରିବ ଲୋକମାନଙ୍କୁ ଯୋଗାଇବା କାମ ବେଶ ସଫଳତାର ସହ କରିଛି ସମ୍ଭବ । ପ୍ରମିଳା ଓ ତାଙ୍କର ୨୦ ବନ୍ଧୁଙ୍କର ସଂପୂର୍ଣ୍ଣ ନିଜସ୍ଵ ଆର୍ଥିକ ଅନୁଦାନରେ କାର୍ଯ୍ୟ କରୁଥିବା ସମ୍ଭବର କାମ ଧୀରେ ଧୀରେ ଅନ୍ୟ ସ୍ଵେଛାସେବୀଙ୍କ ନଜରକୁ ଆସିଲାଣି, ଅନେକେ ବଢାଇଲେଣି ସହାୟତାର ହାତ ଆଉ ସବୁ ପ୍ରତିକୂଳ ଅନୁକୂଳ ସ୍ଥିତି ଭିତରେ ପ୍ରମିଳା ମଗ୍ନ ନିଜର ନିସ୍ଵାର୍ଥପର ନିରଳସ ସମାଜ ସେବାର ସାଧନାରେ । ନିଜ ସାଧନାର ସ୍ଵୀକୃତି ସ୍ୱରୂପ ପ୍ରମିଳାଙ୍କୁ ଅନେକ ସଂଗଠନ ତରଫରୁ ର ମିଳିଛି ଶ୍ରଦ୍ଧା ଓ ସମ୍ମାନ ।

“ମୁଁ ଜୀବନରେ ଉଭୟ ସକ୍ଷମତାର ଖୁସି ଓ ଅକ୍ଷମତାର ଦୁଃଖ ଅନୁଭବ କରିଛି । ମୁଁ ଦେଖିଛି ଜଣେ ଭିନ୍ନକ୍ଷମକୁ ସମାଜ କେମତି ଭିନ୍ନ ଦୃଷ୍ଟିରେ ଦେଖେ, କେମିତି ତାଙ୍କୁ ଦୟାର ଭାବନା ଦେଖାଏ । ଆଉ ଏ କଥା ଭିନ୍ନକ୍ଷମଟିଏର ଆତ୍ମବିଶ୍ଵାସକୁ ଭାଙ୍ଗି ଦେଇଥାଏ । ମୁଁ ଭାବୁଛି ପ୍ରତୀଟି ଭିନ୍ନକ୍ଷମଙ୍କ ପାଇଁ ତାଙ୍କର ସକ୍ଷମତା ଅନୁଯାଇ ତାଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯାଇ ପାରିଲେ ସେମାନଙ୍କର ପ୍ରକୃତ ଶଶକ୍ତିକରଣ ସମ୍ଭବ ହୋଇପାରିବ ଏବଂ ସମାଜରେ ତାଙ୍କୁ ଉଚିତ ସ୍ଥାନ ମିଳି ପାରିବ।”

ପ୍ରମିଳାଙ୍କ ‘ସମ୍ଭବ’ ଅଧିକରୁ ଅଧିକ ଭିନ୍ନକ୍ଷମ ଓ ଗରିବ ଲୋକମାନଙ୍କ ଜୀବନକୁ ରାହା ଦେଖାଇ ପାରୁ ଏଇ ଆମର ଆଶା । ପ୍ରମିଳାଙ୍କୁ ଆମର ହୃଦୟଭରା ସମ୍ମାନ ଓ ଶ୍ରଦ୍ଧା ।

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଦୃଷ୍ଟିହୀନ କିନ୍ତୁ ସକ୍ଷମରୁ ବି ଆହୁରି ସକ୍ଷମ

Next Post

ମାନସିକ ରୋଗୀଙ୍କ ଉଦ୍ଧାର ପାଇଁ କର୍ତ୍ତବ୍ୟନିଷ୍ଠ ବିପିନ ବିହାରୀ

You might also like
ramjit-sanali-digitization
ଅସାଧାରଣ

ସାନ୍ତାଳି ଭାଷାର ଡିଜିଟାଇଜେସନରେ ସମର୍ପିତ ରାମଜିତ

3 Mins read
October 22, 2024

ଭାଷା କେବଳ ଏକ ଯୋଗାଯୋଗର ମାଧ୍ୟମ ନୁହେଁ; ଏହା ସଂସ୍କୃତି, ଆବେଗ, ଏବଂ ସାମୁଦାୟିକ ଇତିହାସର ମଧ୍ୟ ବାହକ। କିନ୍ତୁ କାଳଗର୍ଭରେ ଅନେକ ପୁରାତନ ଜନଜାତିଙ୍କ ଭାଷା ଧୀରେ ଧୀରେ ବିଲୁପ୍ତ ହେବାକୁ ଲାଗିଛି, ସେଥିପାଇଁ ସେଗୁଡ଼ିକୁ ସୁରକ୍ଷିତ ରଖିବାର ଆବଶ୍ୟକତା ବଢିଛି । ଏହାର ଗୁରୁତ୍ୱକୁ ଉପଲବ୍ଧି କରିପାରି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଗୋବିନ୍ଦପୁରର ୨୮ ବର୍ଷୀୟ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ରାମଜିତ ଟୁଡୁ ସାନ୍ତାଳି ଭାଷାକୁ ଡିଜିଟାଲ୍ ଯୁଗରେ ମଧ୍ୟ ବଂଚାଇ ରଖିବା ପାଇଁ …

gadget
ଅସାଧାରଣ

ଉଦ୍ଭାବନ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବାର ସଙ୍କଳ୍ପ ନେଇଛନ୍ତି ଆଶିଷ

1 Min read
October 8, 2024

ଜୀବନଟା କେତେ ଲମ୍ବା ହେବ ତା ଆମ ହାତରେ ନାହିଁ କିନ୍ତୁ ଜୀବନଟା କେମିତି ହେବ ତା ଆମ ହାତରେ ଅଛି । ଇଶ୍ୱରଙ୍କ ସୃଷ୍ଟିରେ ନିଜକୁ ଶ୍ରେଷ୍ଠ ବୋଲାଉଥିବାଆମେ ମଣିଷମାନେ ଆଜିର ଦିନରେ ନିଜ ସ୍ୱାର୍ଥ ସାଧନରେ ଲାଗିପଡ଼ିଛନ୍ତି । କ୍ୱଚିତ୍ ଲୋକ ଅଛନ୍ତି ଯେଉଁମାନେ ନିଜସହ ମଣିଷ ସମାଜର କଥା ଭାବନ୍ତି, ଆଉନିଜର ବଳିଷ୍ଠ ଯୋଗଦାନ ମାଧ୍ୟମରେ ଅନେକଙ୍କର ଜୀବନକୁ କରିଦିଅନ୍ତି ସହଜ । ଏମିତି ଜଣେ ବିକ୍ତିତ୍ୱ ହେଲେ ଆଶିଷ ମାହାନା, ପେଷାରେ ଜଣେ ଇଂଜିନିୟର ଭାବେ କାମ କରୁଥିବା ଆଶିଷଙ୍କ ନିଶା କିନ୍ତୁ ନୂଆ ନୂଆ ଉଦ୍ଭାବନ, ଯାହା ଅନ୍ୟରଜୀବନକୁ ସହଜ କରିବାରେ ସାହାଯ୍ୟ କରିବ । ପେଶାରେ ରହି ନିଜ ଉଦ୍ଭାବନ ପାଇଁ ଉପଯୁକ୍ତ ସମୟ ଦେଇନପାରିବାରୁ ଇଂଜିନିୟରିଂରୁ ସନ୍ୟାସ ନେଲେଆଷିଶ । ତାଙ୍କଦ୍ୱାରା ନିକଟରେ ପ୍ରସ୍ତୁତ ହୋଇଥିବା ସ୍ମାର୍ଟ ଷ୍ଟିକ୍ ଦୃଷ୍ଟିହୀନ ଲୋକଙ୍କ ପାଇଁ ବରଦାନ କହିଲେ ଅତ୍ୟୁ୍‌କ୍ତି ହେବନାହିଁ । ଏହାକୁ ଏମିତି ଭାବେଡ଼ିଜାଇନ୍ କରାଯାଇଛି ଯେ ଜଣେ ଦୃଷ୍ଟିହୀନ ଲୋକ ପାଇଁ ଏହା ଗାଇଡ଼୍ ଭଳି ସହାଯ୍ୟ କରିବ ଫଳରେ ଯିବାଆସିବା ପାଇଁ ଏମାନଙ୍କ ଆଉ ଅନ୍ୟ ଉପରେ ନିର୍ଭରକରିବାକୁ ପଡ଼ିବ ନାହିଁ । ପିଲାବେଳୁ ବିଜ୍ଞାନ ପ୍ରତି ମୋର ଅହେତୁକ ଆଗ୍ରହ ଥିଲା, ତେଣୁ ମୋ ପକେଟ୍‌ରେ ସବୁବେଳେ ଗୋଟେ ଟେଷ୍ଟର ଓ ସ୍କ୍ରୁ ଡ଼୍ରାଇଭର ରଖିବାକୁ ମୁଁ ପସନ୍ଦ କରୁଥିଲି ।ମୋତେ ମିଳୁଥିବା ପକେଟ୍ ମନିରୁ ମୁଁ ମୋଟର, ଫିତା, ତାର ଭଳି ଉପକରଣ ଆଣି ନୂଆ ନୂଆ ଉଦ୍ଭାବନ ପାଇଁ ଚେଷ୍ଟା କରୁଥିଲି । କମ୍ ଖର୍ଚ୍ଚରେ ଏହାକୁ ପ୍ରସ୍ତୃତକରିବାକୁ ବିଭିନ୍ନ ସ୍ଥାନରୁ ସଗୃହିତ ପୁରୁଣା ପାର୍ଟସ୍ ଗୁଡ଼ିକ ବ୍ୟବହାର କରେ, ଅନେକ ସମୟରେ ସଫଳ ମଧ୍ୟ ହୁଏ ବୋଲି ଆଶିଷ କୁହନ୍ତି । ୪୬ ବର୍ଷ ବୟଷ୍କ ଆଶିଷ ମାହାନା  ସମ୍ବଲପୁର ଜିଲ୍ଳା, ସଲଦ୍ ପଞ୍ଚାୟତ ଅର୍ନଗତ ନୂଆ ରାମ୍ପେଲା ଗାଁର ଅଧିବାସୀ । ଅପରେସନାଲ୍ ମେନେଜମେଣ୍ଟରେ ଏମବିଏ୍  କରିବା ସହ ଟେଲି କମ୍ୟୁନିକେସନ୍‌, ଇଲେକଟ୍ରୋନିକ୍ସ, କମ୍ପୁଟର ହାର୍ଡ଼ୱେୟାର ବିଷୟ ଗୁଡ଼ିକରେ ଡ଼ିପ୍ଲୋମା ମଧ୍ୟ କରିଛନ୍ତି । ହିଣ୍ଡାଲକୋ ଇଣ୍ଡଟ୍ରିଜ୍‌ରେ ଆସିଷ୍ଟାଣ୍ଡଇଂଜିନିୟର ଭାବେ ଉତ୍ତମ ବେତନରେ ଚାକିରି କରୁଥିଲେ ହେଁ ଦୃଷ୍ଟିହୀନ ଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ତଆରି କରିବାର ନିଶା ପାଇଁ ୨୦୨୩ ରେ ଚାକିରିରୁସନ୍ୟାସ ନେଇଥିଲେ ଆଶିଷ । ଆଉ ତାପରେ ନିଜ ଉଦ୍ଭାବନା ପାଇଁ ଅବିରତ ଚେଷ୍ଟାରେ ଲାଗିପଡ଼ିଛନ୍ତି ସେ । ଆଉ ପଳସ୍ୱରୁପ ତାଙ୍କର ସ୍ୱପ୍ନର ପ୍ରକଳ୍ପ ଦୃଷ୍ଟିହୀନଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ବନେଇବାରେ ସଫଳ ହୋଇଛନ୍ତି ସେ ।   ୨୦୦୯ ମସିହାର କଥା ମୁଁ ଯେତେବେଳେ ମୋ କାମରେ ବାହାରିଥାଏ ମୁଁ ଦେଖିବାକୁ ପାଇଲି ଜଣେ ଦୃଷ୍ଟିହୀନ ବ୍ୟକ୍ତି ରାସ୍ତା ପାରିହେବାକୁ ଅନେକ ସଂଘର୍ଷକରୁଛନ୍ତି ଯାହା ମୋତେ ଆନ୍ଦୋଳିତ କରିଥିଲା, ମୁଁ ତାଙ୍କୁ ରାସ୍ତା ପାର ହେବାରେ ସାହାଯ୍ୟ କଲି ସତ କିନ୍ତୁ ଏ ଘଟଣା ପରଠୁ ଦୃଷ୍ଟିହୀନ ଲୋକଙ୍କୁ ମୁଁ କେମିତିସାହାଯ୍ୟ କରିପାରିବି ସେ ପ୍ରଚେଷ୍ଟାରେ ଲାଗିପଡ଼ିଲି । ଆଉ ଫଳସ୍ୱରୁପ ଏକ ସ୍ମାର୍ଟ ସ୍ଟିକ୍ ତିଆରି କରିବାରେ ସଫଳ ହେଲି ଯାହା ଦୃଷ୍ଟହୀନ ଲୋକଙ୍କୁ ବିନାକାହାର ସାହାଯ୍ୟରେ ରାସ୍ତାରେ ଚଳପ୍ରଚଳ କରିବାକୁ ସାହାଯ୍ୟ କରିବ । ଏଇ ସ୍ମାର୍ଟ ଷ୍ଟିକ୍ ତିଆରି କରିସାରିବା ପରେ ମୁଁ ପ୍ରଥମେ ଏହାକୁ ନିଜ ସହରର ଜଣେଦୃଷ୍ଟିହୀନ ବ୍ୟକ୍ତିଙ୍କୁ ବ୍ୟବହାର ପାଇଁ ଦେଲି ଓ ତାଙ୍କ ମତାମତ ଆଧାରରେ ଏଥିରେ ପରିବର୍ତ୍ତନ କରି ଏଥିରେ ରହୁଥିବା ତ୍ରୃଟିକୁ ସଜାଡ଼ିଲି, ଏହା ଏବେ ବ୍ୟବହାରପାଇଁ ପୁରା ପ୍ରସ୍ତୃତ ବୋଲି ଆଶିଷ କୁହନ୍ତି । ଆଶିଷ ମାହାନା ଦୃଷ୍ଟିହୀନ ବ୍ୟକ୍ତିଙ୍କ ଚଳପ୍ରଚଳକୁ ସହଜ କରିବା ପାଇଁ ଉଭୟ ଇନ୍‌ଡ଼ୋର ଓ ଆଉଟ୍ ଡ଼ୋର୍ ଡ଼ିଭାଇସ୍ ପ୍ରସ୍ତୃତ କରିଛନ୍ତି । ଆଉଟ୍‌ଡ଼ୋର୍ ପାଇଁପ୍ରସ୍ତୃତ ହୋଇଥିବା ସ୍ମାର୍ଟ ସ୍ଟିକ୍‌ଟି ଜି.ପି.ଏସ୍ ଦ୍ୱାରା ପରିଚାଳିତ ଯାହା ୫ ଫୁଟ୍ ଦୁରରୁ ଆସୁଥିବା ବାଧା ବିଷୟରେ ସୁଚନା ଦେବ ଭାଇବ୍ରେସନ୍ ମାଧ୍ୟମରେ ।ସେହିଭଳି ଇନ୍‌ଡ଼ୋର୍‌ରେ ମଧ୍ୟ ଏକ ମଲ୍ଟି ସେନ୍ସର ଡ଼ିଭାଇସ୍ ପ୍ରସ୍ତୃତ ହୋଇଛି ଯାହା ଦୃଷ୍ଟିହୀନ ବ୍ୟକ୍ତିଙ୍କ ସୁରକ୍ଷିତ ଚଳପ୍ରଚଳ ପାଇଁ ବିଶେଷ ଭାବରେ ସାହାଯ୍ୟକରିବ  ଏବଂ କବାଟ ଓ ଝରକା ଥିବା ସ୍ଥାନ ସମ୍ପର୍କରେ ସୁଚନା ଦେବ । ମାହାନାଙ୍କର ଏଇ ଉଦ୍ଭାବନ ସମ୍ବଲପୁର ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ସତପଥିଙ୍କ ଦୃଷ୍ଟି ଆକର୍ଷଣ କଲା ସେ ମଧ୍ୟ ଏଇ ପ୍ରଚେଷ୍ଟାକୁ ବେଶ୍ ପ୍ରଶଂସାକରିଛନ୍ତି । ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ କାର୍ଯ୍ୟାଳୟ ଏଇ ପାଇଲଟ୍ ପ୍ରକଳ୍ପକୁ ଅନୁମୋଦନ କରିଛି ଫଳରେ ଏହାକୁ ସ୍ଥାନୀୟ ବିଦ୍ୟାଳୟର୧୦ ଜଣ ଛାତ୍ରଙ୍କୁ ଏଇ ଷ୍ଟିକ୍ ପ୍ରଦାନ କରାଯାଇଛି, ଯାହାର ଫଳାଫଳ ଭଲ ଆସିଲେ ଆଗାମୀ ଦିନମାନଙ୍କରେ ଏହାର ବ୍ୟାପକ ବ୍ୟବହାର ପାଇଁ ଚିନ୍ତାକରାଯାଇପାରିବ । ରାଜ୍ୟର ପ୍ରଥମ ଦୃଷ୍ଟିହୀନ ଓଏସ୍  ଅଫିସର ସଞ୍ଜୟ ବେହେରା ଏହାକୁ ବ୍ୟବହାର କରି ଖୁସୀଥିବା କଥା ତାଙ୍କ ଟ୍ୱିଟରରେ ପ୍ରକାଶ କରିଛନ୍ତି । ପ୍ରତିଦିନ ମୁଁ ଉଦ୍ଭାବନ ଗୁଡ଼ିକର ବିକାଶ ପାଇଁ କାମକରେ, ଆଗକୁ ମୋର ଲକ୍ଷ୍ୟ ରହିଛି ପତିରକ୍ଷା,ଅନୁସନ୍ଦାନ ସଂସ୍ଥା ଡ଼ିଆରଡ଼ିଓ ସହ କାମକରିବି ଫଳରେଦେଶପାଇଁ ମୁଁ କିଛି ଯୋଗଦାନ ଦେଇପାରିବି ବୋଲି ଆଶିଷ କୁହନ୍ତି ।   ୧୯୯୨ ମସିହାରୁ ଆଶିଷ ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଉଦ୍ଭାବନ ଯାହା ଲୋକଙ୍କ ହିତରେ ଲାଗିସାରିଛି ଓ ଏହାପାଇଁ ତାଙ୍କୁ ଅନେକଥର ସମ୍ମାନିତ ମଧ୍ୟ କରାଯାଇଛି। ଏବେ ସେ ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ତାଙ୍କୁ ନିମନ୍ତ୍ରଣ ଆସୁଛି ଫଳରେ ସେ ତାଙ୍କ ଉଦ୍ଭାବନ ସମ୍ପର୍କରେ ପିଲାଙ୍କୁ ସଚେତନ ମଧ୍ୟ କରୁଛନ୍ତି । ସମାଜ ପାଇଁତାଙ୍କର ଏଇ ଉଦ୍ଭାବନ ସବୁଯେ ବେଶ୍ ସହାୟକ ଏଥିରେ ସନ୍ଦେହର ଅବକାଶ ନାହିଁ । ଆଶିଷ ମାହାନାଙ୍କୁ ଆମ ତରଫରୁ ଅନେକ ଅନେକ ସାଧୁବାଦ ।  

kamala-pujari
ଅସାଧାରଣ

ଜୈବିକ କୃଷିରେ ଅବଦାନ ପାଇଁ ସର୍ବଦା ମନେ ରହିବେ କମଳା ପୂଜାରୀ

3 Mins read
July 27, 2024

୨୦ ଜୁଲାଇ ୨୦୨୪ , ୭୬ ବର୍ଷର ଘଟଣା ବହୁଳ ଜୀବନଯାତ୍ରା ସାରି କମଳା ମା’ ଚାଲିଗଲେ ଆରପାରିକୁ, କିନ୍ତୁ ପଛରେ ଛାଡି ଦେଇଯାଇଛନ୍ତି ଜୈବିକ କୃଷିକୁ ନେଇ ଭବିଷ୍ୟତ ପିଢୀ ପାଇଁ ଅଜସ୍ର ପ୍ରେରଣା । ତାଙ୍କ ଗ୍ରାମ ପାତ୍ରପୁଟ ଆଜି ନିରବି ଯାଇଛି । ତାଙ୍କ ବିୟୋଗରେ ଗ୍ରାମବାସୀ କାନ୍ଦି ଉଠିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ବୟସାଧିକ କାରଣରୁ କିଡନୀ ଜନିତ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ । ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ …

Change is coming! People are getting aware of the Change is coming! People are getting aware of the negative impact of deforestation and the importance of mangroves in the coastal region.A small group of people from the Kendrapada district of Odisha have donated their registered land willingly to the forest department for the mangrove plantation.Be it Dilip, Satyabrat or any other, the names on the list are going up day by day. So, to acknowledge their unique work to save the Hental range the Bhitarkanika forest officials call such people ‘Mangrove Mitra’. CMO Odisha Bikram Keshari Arukha PMO India#Mankibaatpmmodi #SaveHentalMangroves #Odishaforestdepartment#Bhitarkanikawildlifesanctury #DFOBhitarkanikahttps://inspiringodisha.com/friends-of-mangrove-offer.../
"I remember how my father used to take my sister a "I remember how my father used to take my sister and me to the movie hall. So, my passion for film developed from an early age. I just want to suggest that keep your motivation the same and give 100% effort whether it's a 2-minute video or a 2-hour movie."Inspiring Talks, a new series in #inspiringodisha feeling excited to share with you all the person who gave his fullest to make this breakthrough odia movie #DAMaN, a super hit.Meet the dedicated co-director and writer of DAMaN, Vishal Mourya.Tap the link above to know about his inspiring journey.https://www.youtube.com/watch?v=BPqUk4LQzPE#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.Know about his story of lone dedication and perseverance by clicking on the link above.
Our society needs people like Benudhar Swain who a Our society needs people like Benudhar Swain who are conscious of the forest and its relevance. The 86-years-old farmer is planting trees and promoting afforestation in his native place at Betanati block, Mayurbhanj. His life lies in trees and rears them just like his own children...If every one of us shares the same feeling as Benudhar, the mother earth can be saved from being BARREN...#SAVETREESSAVELIFE #GREEENINITIATIVE #GREENEARTHhttps://inspiringodisha.com/the-trees-are-giving-me-life/
"The Bloodman of Odisha" Dhirendra Thakur of Bhuba "The Bloodman of Odisha"Dhirendra Thakur of Bhubaneswar is saving people's lives irrespective of time and place. He not only donates blood but avails all kinds of possible help to the needy 24x7. His selfless effort is really an inspiration for all of us.😇#DOANTEBLOODSAVELIFE https://inspiringodisha.com/blood-man-of-odisha/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies