• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ

ମାନସିକ ରୋଗୀଙ୍କ ଉଦ୍ଧାର ପାଇଁ କର୍ତ୍ତବ୍ୟନିଷ୍ଠ ବିପିନ ବିହାରୀ

No Comments
December 30, 2022
2 Mins read
317 Views
bipin-panda

ରାସ୍ତାରେ ଆମେ ମାନସିକ ରୋଗୀଙ୍କୁ ବୁଲୁଥିବା, ପାଟି କରୁଥିବା ବା ଅଜବ ଅଜବ କାର୍ଯ୍ୟ କରୁଥିବା ଦେଖିଥାଉ । ଲୋକମାନେ ତାଙ୍କୁ ଦେଖି ହସନ୍ତି ଆଉ ପାଗଳ କହି ଆଗକୁ ବଢିଯାନ୍ତି, ହେଲେ ବିପିନ ବିହାରୀ ପଣ୍ଡା ସମସ୍ତଙ୍କଠୁ ଟିକେ ଭିନ୍ନ । ଏମତି ବେସାହାରା ମାନସିକ ରୋଗୀ ମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ସୁରକ୍ଷିତ ଘର ଦେବା ସହ ନେଉଛନ୍ତି ତାଙ୍କର ସମ୍ପୂର୍ଣ ଦାୟିତ୍ଵ । ଆଉ ଯଦି ସମ୍ଭବ ହେଉଛି ତାହେଲେ ସେମାନଙ୍କ ପରିବାର ସହ ଯୋଗାଯୋଗ କରାଉଛନ୍ତି ।

ବିପିନ ନିଜ ପରିବାର ସହିତ ସମ୍ବଲପୁର ଜିଲ୍ଲା ହୀରାକୁଦ ବ୍ଲକ ସ୍ଥିତ ହିଣ୍ଡାଲକୋ କଲୋନୀରେ ରୁହନ୍ତି । ତେବେ ହିଣ୍ଡାଲକୋ କମ୍ପାନିରେ ଜଣେ ସାଧାରଣ ଅପରେଟର ଭାବେ କାମ କରୁଥିବା ବିପିନଙ୍କ ଜୀବନରେ ଏମତି କଣ ଘଟିଲା ଯାହା ତାଙ୍କୁ ଏମତି ମାନସିକ ରୋଗୀଙ୍କ ଉଦ୍ଧାର ପାଇଁ ପ୍ରେରିତ କଲା ?

“ଥରେ କାମରୁ ଫେରୁଥିବା ସମୟରେ ମୋର ନଜର ପଡିଲା ନଳା ପାଖରେ ବସିଥିବା ଜଣେ ପିଲା ଉପରେ । ଚିରା-ମଇଳା କପଡା ପିନ୍ଧି ଅତି ଦୟନୀୟ ଅବସ୍ଥାରେ ସେ ପିଲା ସେଠାରେ ବସି ନଳାପାଣି ପିଉଥିଲା । ଏଇ ହୃଦୟ ବିଦାରକ ଦୃଶ୍ୟ ମୋତେ ଭାରାକ୍ରାନ୍ତ କରି ପକାଇଲା, ଇଚ୍ଛା ହେଲା ତା ପାଇଁ କିଛି କରିବି, କିନ୍ତୁ କରିବି କଣ?। ଏଇ ସମୟରେ ମୁଁ ସମାଜ ପତ୍ରିକା ପାଇଁ କାମ କରୁଥିବା ପ୍ରଭାସ ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କଲି ଓ ସେ ପିଲା ବିଷୟରେ କହିଲି । ତାଙ୍କ ପରାମର୍ଶ ଅନୁଯାଇ ମୁଁ ସେ ପିଲାକୁ ନୂଆ କପଡା ପିନ୍ଧାଇ, ଧୁଆଧୋଇ କରି କଟକ ଆଣିଲି ଏବଂ ତାକୁ ହସ୍ପିଟାଲରେ ଦାଖଲ କରେଇଲି। ଏହା ମଧ୍ୟରେ ପ୍ରଭାସ ଆଚାର୍ଯ୍ୟ ସେ ପିଲା ବିଷୟରେ ଖବର କାଗଜରେ ବିଜ୍ଞାପନ ଦେଇଥିଲେ ଫଳରେ ସେ ପିଲାର ମାତା-ପିତା ଆମକୁ ଯୋଗାଯୋଗ କଲେ ଆଉ ନିଜ ପିଲକୁ ୧୪ ବର୍ଷ ପରେ ଫେରିପାଇ ତାଙ୍କର ଖୁସିର ସୀମା ନଥିଲା । ତାପରେ ଅନୁଭବ କଲି ମୋର ଏଇ ଛୋଟ ସାହାଯ୍ୟ ଏ ଅଞ୍ଚଳର ସମସ୍ତ ମାନସିକ ରୋଗୀଙ୍କୁ ମିଳିଲେ ସେ ମାନଙ୍କର ମଧ୍ୟ ଉଦ୍ଧାର ହୋଇପାରିବ, ୟାଠାରୁ ବଡ ସମାଜସେବା କଣ ବା ହୋଇପାରେ ।”

ସମ୍ବଲପୁର ରାସ୍ତା- ଘାଟରେ ବା କୌଣସି ଖବର କାଗଜରେ ବିପିନଙ୍କୁ ଯଦି ଏମତି ମାନସିକ ରୋଗୀଙ୍କର ଖବର ମିଳେ, ତାହାଲେ ସେ ତାଙ୍କୁ ସହଯୋଗ ଓ ସହାୟତାର ହାତ ବଢାଇବାରେ ଜମାରୁ ହେଳା କରନ୍ତି ନାହିଁ । ଗାଧୋଇ ପାଧୋଇ ଦେଇ, ନୂଆ ଲୁଗା ପିନ୍ଧାଇ ତାଙ୍କୁ ସେ ନିକଟତ୍ତମ ସେଲ୍ଟର ହୋମରେ ଦାଖଲ କରି ଦିଅନ୍ତି । ଯଦି ନିଜର ଠିକଣା ବତେଇବାକୁ କିଏ ଯଦି ସମର୍ଥ ଥାଏ, ତାହାଲେ ସେ ନିଜ ହାତରୁ ଟଙ୍କା ଖରଚ କରି ତାଙ୍କୁ ତାଙ୍କ ଘରେ ପହଞ୍ଚାଇ ଦିଅନ୍ତି । ୨୦୧୫ ମସିହାରୁଏଇ କାମରେ ଲାଗିଛନ୍ତି ବିପିନ ବିନା କିଛି ପ୍ରତିଦାନ ବା ପ୍ରୋତ୍ସାହନ ଆଶାରେ ।

କ୍ରମେ ବିପିନଙ୍କ ମହତ କାମ ସ୍ଥାନୀୟ ଲୋକମାନଙ୍କ ଠୁ ଆରମ୍ଭ କରି ପ୍ରଶାସନର ମଧ୍ୟ ନଜରକୁ ଆସିଲା । ତାଙ୍କ କାମର ମହତ୍ତ୍ଵ ବୁଝି ପ୍ରଶାସନ ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି। ଅଧିକ ରୁ ଅଧିକ ମାନସିକ ରୋଗୀଙ୍କୁ ଖୋଜି ପାଇଁ, ତାଙ୍କ ସେବାଯତ୍ନଠୁ ଆରମ୍ଭ କରି ସେଲ୍ଟର ହୋମ ପହଞ୍ଚେଇବା କ୍ଷେତ୍ରରେ ବିପିନଙ୍କର ସହାୟତା କରୁଛନ୍ତି । ମାନସିକ ରୋଗୀଙ୍କ ପାଇଁ ବିପିନଙ୍କ ସେବା ଓଡିଶା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୋକପ୍ରିୟ ହେଲା ପରେ, ତାଙ୍କ ସହିତ ସମ୍ବଲପୁର ବାହାରେ ମଧ୍ୟ ଲୋକମାନେ ଜଡିତ ହୋଇଛନ୍ତି; ଏବଂ ତାଙ୍କ କାମ ପାଇଁ କେହି କେହି ବାଦାନ୍ୟ ବ୍ୟକ୍ତିଙ୍କ ଠାରୁ ଆର୍ଥିକ ସାହାୟତାବି ମିଳୁଛି ।

୨୦୧୯ ଅଗଷ୍ଟ ରେ ବିପିନ  ୨୫ ଜଣ ସହୃଦୟ ବ୍ୟକ୍ତିଙ୍କୁ ନେଇ ‘ପରିଚୟ’ ନାମକ  ଏକ ଟ୍ରଷ୍ଟ  ଗଢିଛନ୍ତି ।ସେବେଠାରୁ  ଆଜି ଭିତରେ  ପରିଚୟ’ମାଧ୍ୟମରେ  ପାଖାପାଖି ୪୦୦ ମାନସିକ ରୋଗୀଙ୍କୁ ଉଦ୍ଧାର ସମ୍ଭବ  ହୋଇଛି । ଲୋକମାନଙ୍କର ବା ପ୍ରଶାସନ ର ଫୋନ ମାଧ୍ୟମରେ, ବା ସୋସିଆଲ ମିଡିଆ, ଖବର କାଗଜ ମାଧ୍ୟମରେ ମାନସିକ ରୋଗୀଙ୍କର  କିଛି ବି ଖବର ମିଳିଲେ ଯଥା ଶୀଘ୍ର ସେମାନଙ୍କ  ଉପଚାର କରି ସେଲ୍ଟର ହୋମ ପଠାଇବାର ବ୍ୟବସ୍ଥା ହେଉଛି । ବିପିନଙ୍କର ମହତ ସେବା କାର୍ଯ୍ୟର ସ୍ୱୀକୃତି ସ୍ବରୂପ ନିକଟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୬ ତମ ଫାଉଣ୍ଡେସନ ଦିବସରେ ବିଶ୍ୱବିଦ୍ୟାଳୟ ତରଫରୁ  ତାଙ୍କୁ ସମ୍ମାନିତ କରାଯାଇଛି  | 

“ଲୋକ ମାନଙ୍କର ସହଯୋଗ ଦେଖି ମୁଁ ଭାବୁଛି ନିଜେ ଏକ ନିଜର ସେଲ୍ଟର ହୋମ ଖୋଲିବାକୁ ଯାହା ଦ୍ଵାରା ଆମେ ମାନସିକ ରୋଗୀମାନଙ୍କୁ ଗୋଟେ ସୁଖୀ ଏବଂ ସୁରକ୍ଷିତ ଜୀବନ ଦେଇପାରିବା ସମ୍ଭବ ହେବ । ମୁଁ ସଭିଁଙ୍କୁ ଏମତି ମାନସିକ ରୋଗୀଙ୍କ ପାଇଁ ଆହୁରି ସମ୍ବେଦନଶୀଳ ହେବାକୁ ବିନମ୍ର ନିବେଦନ କରୁଛି । ଯଦି ଆମ ତରଫରୁ ଟିକେ ଉଦାରତା ଏବଂ ଭଲପାଇବା ଦେଇପାରିବା ତେବେ ଏଇ ମାନସିକ ରୋଗୀମାନଙ୍କ ବିଷାଦଗ୍ରସ୍ତ ଉଦାସ ଜୀବନରେ  ହୁଏତ ଏକ ନୂଆ ସୁସ୍ଥ ସୁନ୍ଦର ସମ୍ଭାବନାର ମୋଡ ଆସିବା ସମ୍ଭବ ।”

ବିପିନଙ୍କୁ ଆମର ହୃଦୟଭରା ସାଧୁବାଦ ଏବଂ ଶୁଭେଚ୍ଛା !!

ମହତ ସେବା
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଦିବ୍ୟାଙ୍ଗ ପ୍ରମିଳା ସାଜିଛନ୍ତି ପିଡିତଙ୍କ ଆଶାର ବାଡି

Next Post

ଗରିବ ରୋଗୀମାନଙ୍କ କ୍ଷୁଧା ମେଣ୍ଟାଉଛନ୍ତି ରାମଦାସ

You might also like
ramjit-sanali-digitization
ଅସାଧାରଣ

ସାନ୍ତାଳି ଭାଷାର ଡିଜିଟାଇଜେସନରେ ସମର୍ପିତ ରାମଜିତ

3 Mins read
October 22, 2024

ଭାଷା କେବଳ ଏକ ଯୋଗାଯୋଗର ମାଧ୍ୟମ ନୁହେଁ; ଏହା ସଂସ୍କୃତି, ଆବେଗ, ଏବଂ ସାମୁଦାୟିକ ଇତିହାସର ମଧ୍ୟ ବାହକ। କିନ୍ତୁ କାଳଗର୍ଭରେ ଅନେକ ପୁରାତନ ଜନଜାତିଙ୍କ ଭାଷା ଧୀରେ ଧୀରେ ବିଲୁପ୍ତ ହେବାକୁ ଲାଗିଛି, ସେଥିପାଇଁ ସେଗୁଡ଼ିକୁ ସୁରକ୍ଷିତ ରଖିବାର ଆବଶ୍ୟକତା ବଢିଛି । ଏହାର ଗୁରୁତ୍ୱକୁ ଉପଲବ୍ଧି କରିପାରି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଗୋବିନ୍ଦପୁରର ୨୮ ବର୍ଷୀୟ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ରାମଜିତ ଟୁଡୁ ସାନ୍ତାଳି ଭାଷାକୁ ଡିଜିଟାଲ୍ ଯୁଗରେ ମଧ୍ୟ ବଂଚାଇ ରଖିବା ପାଇଁ …

gadget
ଅସାଧାରଣ

ଉଦ୍ଭାବନ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବାର ସଙ୍କଳ୍ପ ନେଇଛନ୍ତି ଆଶିଷ

1 Min read
October 8, 2024

ଜୀବନଟା କେତେ ଲମ୍ବା ହେବ ତା ଆମ ହାତରେ ନାହିଁ କିନ୍ତୁ ଜୀବନଟା କେମିତି ହେବ ତା ଆମ ହାତରେ ଅଛି । ଇଶ୍ୱରଙ୍କ ସୃଷ୍ଟିରେ ନିଜକୁ ଶ୍ରେଷ୍ଠ ବୋଲାଉଥିବାଆମେ ମଣିଷମାନେ ଆଜିର ଦିନରେ ନିଜ ସ୍ୱାର୍ଥ ସାଧନରେ ଲାଗିପଡ଼ିଛନ୍ତି । କ୍ୱଚିତ୍ ଲୋକ ଅଛନ୍ତି ଯେଉଁମାନେ ନିଜସହ ମଣିଷ ସମାଜର କଥା ଭାବନ୍ତି, ଆଉନିଜର ବଳିଷ୍ଠ ଯୋଗଦାନ ମାଧ୍ୟମରେ ଅନେକଙ୍କର ଜୀବନକୁ କରିଦିଅନ୍ତି ସହଜ । ଏମିତି ଜଣେ ବିକ୍ତିତ୍ୱ ହେଲେ ଆଶିଷ ମାହାନା, ପେଷାରେ ଜଣେ ଇଂଜିନିୟର ଭାବେ କାମ କରୁଥିବା ଆଶିଷଙ୍କ ନିଶା କିନ୍ତୁ ନୂଆ ନୂଆ ଉଦ୍ଭାବନ, ଯାହା ଅନ୍ୟରଜୀବନକୁ ସହଜ କରିବାରେ ସାହାଯ୍ୟ କରିବ । ପେଶାରେ ରହି ନିଜ ଉଦ୍ଭାବନ ପାଇଁ ଉପଯୁକ୍ତ ସମୟ ଦେଇନପାରିବାରୁ ଇଂଜିନିୟରିଂରୁ ସନ୍ୟାସ ନେଲେଆଷିଶ । ତାଙ୍କଦ୍ୱାରା ନିକଟରେ ପ୍ରସ୍ତୁତ ହୋଇଥିବା ସ୍ମାର୍ଟ ଷ୍ଟିକ୍ ଦୃଷ୍ଟିହୀନ ଲୋକଙ୍କ ପାଇଁ ବରଦାନ କହିଲେ ଅତ୍ୟୁ୍‌କ୍ତି ହେବନାହିଁ । ଏହାକୁ ଏମିତି ଭାବେଡ଼ିଜାଇନ୍ କରାଯାଇଛି ଯେ ଜଣେ ଦୃଷ୍ଟିହୀନ ଲୋକ ପାଇଁ ଏହା ଗାଇଡ଼୍ ଭଳି ସହାଯ୍ୟ କରିବ ଫଳରେ ଯିବାଆସିବା ପାଇଁ ଏମାନଙ୍କ ଆଉ ଅନ୍ୟ ଉପରେ ନିର୍ଭରକରିବାକୁ ପଡ଼ିବ ନାହିଁ । ପିଲାବେଳୁ ବିଜ୍ଞାନ ପ୍ରତି ମୋର ଅହେତୁକ ଆଗ୍ରହ ଥିଲା, ତେଣୁ ମୋ ପକେଟ୍‌ରେ ସବୁବେଳେ ଗୋଟେ ଟେଷ୍ଟର ଓ ସ୍କ୍ରୁ ଡ଼୍ରାଇଭର ରଖିବାକୁ ମୁଁ ପସନ୍ଦ କରୁଥିଲି ।ମୋତେ ମିଳୁଥିବା ପକେଟ୍ ମନିରୁ ମୁଁ ମୋଟର, ଫିତା, ତାର ଭଳି ଉପକରଣ ଆଣି ନୂଆ ନୂଆ ଉଦ୍ଭାବନ ପାଇଁ ଚେଷ୍ଟା କରୁଥିଲି । କମ୍ ଖର୍ଚ୍ଚରେ ଏହାକୁ ପ୍ରସ୍ତୃତକରିବାକୁ ବିଭିନ୍ନ ସ୍ଥାନରୁ ସଗୃହିତ ପୁରୁଣା ପାର୍ଟସ୍ ଗୁଡ଼ିକ ବ୍ୟବହାର କରେ, ଅନେକ ସମୟରେ ସଫଳ ମଧ୍ୟ ହୁଏ ବୋଲି ଆଶିଷ କୁହନ୍ତି । ୪୬ ବର୍ଷ ବୟଷ୍କ ଆଶିଷ ମାହାନା  ସମ୍ବଲପୁର ଜିଲ୍ଳା, ସଲଦ୍ ପଞ୍ଚାୟତ ଅର୍ନଗତ ନୂଆ ରାମ୍ପେଲା ଗାଁର ଅଧିବାସୀ । ଅପରେସନାଲ୍ ମେନେଜମେଣ୍ଟରେ ଏମବିଏ୍  କରିବା ସହ ଟେଲି କମ୍ୟୁନିକେସନ୍‌, ଇଲେକଟ୍ରୋନିକ୍ସ, କମ୍ପୁଟର ହାର୍ଡ଼ୱେୟାର ବିଷୟ ଗୁଡ଼ିକରେ ଡ଼ିପ୍ଲୋମା ମଧ୍ୟ କରିଛନ୍ତି । ହିଣ୍ଡାଲକୋ ଇଣ୍ଡଟ୍ରିଜ୍‌ରେ ଆସିଷ୍ଟାଣ୍ଡଇଂଜିନିୟର ଭାବେ ଉତ୍ତମ ବେତନରେ ଚାକିରି କରୁଥିଲେ ହେଁ ଦୃଷ୍ଟିହୀନ ଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ତଆରି କରିବାର ନିଶା ପାଇଁ ୨୦୨୩ ରେ ଚାକିରିରୁସନ୍ୟାସ ନେଇଥିଲେ ଆଶିଷ । ଆଉ ତାପରେ ନିଜ ଉଦ୍ଭାବନା ପାଇଁ ଅବିରତ ଚେଷ୍ଟାରେ ଲାଗିପଡ଼ିଛନ୍ତି ସେ । ଆଉ ପଳସ୍ୱରୁପ ତାଙ୍କର ସ୍ୱପ୍ନର ପ୍ରକଳ୍ପ ଦୃଷ୍ଟିହୀନଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ବନେଇବାରେ ସଫଳ ହୋଇଛନ୍ତି ସେ ।   ୨୦୦୯ ମସିହାର କଥା ମୁଁ ଯେତେବେଳେ ମୋ କାମରେ ବାହାରିଥାଏ ମୁଁ ଦେଖିବାକୁ ପାଇଲି ଜଣେ ଦୃଷ୍ଟିହୀନ ବ୍ୟକ୍ତି ରାସ୍ତା ପାରିହେବାକୁ ଅନେକ ସଂଘର୍ଷକରୁଛନ୍ତି ଯାହା ମୋତେ ଆନ୍ଦୋଳିତ କରିଥିଲା, ମୁଁ ତାଙ୍କୁ ରାସ୍ତା ପାର ହେବାରେ ସାହାଯ୍ୟ କଲି ସତ କିନ୍ତୁ ଏ ଘଟଣା ପରଠୁ ଦୃଷ୍ଟିହୀନ ଲୋକଙ୍କୁ ମୁଁ କେମିତିସାହାଯ୍ୟ କରିପାରିବି ସେ ପ୍ରଚେଷ୍ଟାରେ ଲାଗିପଡ଼ିଲି । ଆଉ ଫଳସ୍ୱରୁପ ଏକ ସ୍ମାର୍ଟ ସ୍ଟିକ୍ ତିଆରି କରିବାରେ ସଫଳ ହେଲି ଯାହା ଦୃଷ୍ଟହୀନ ଲୋକଙ୍କୁ ବିନାକାହାର ସାହାଯ୍ୟରେ ରାସ୍ତାରେ ଚଳପ୍ରଚଳ କରିବାକୁ ସାହାଯ୍ୟ କରିବ । ଏଇ ସ୍ମାର୍ଟ ଷ୍ଟିକ୍ ତିଆରି କରିସାରିବା ପରେ ମୁଁ ପ୍ରଥମେ ଏହାକୁ ନିଜ ସହରର ଜଣେଦୃଷ୍ଟିହୀନ ବ୍ୟକ୍ତିଙ୍କୁ ବ୍ୟବହାର ପାଇଁ ଦେଲି ଓ ତାଙ୍କ ମତାମତ ଆଧାରରେ ଏଥିରେ ପରିବର୍ତ୍ତନ କରି ଏଥିରେ ରହୁଥିବା ତ୍ରୃଟିକୁ ସଜାଡ଼ିଲି, ଏହା ଏବେ ବ୍ୟବହାରପାଇଁ ପୁରା ପ୍ରସ୍ତୃତ ବୋଲି ଆଶିଷ କୁହନ୍ତି । ଆଶିଷ ମାହାନା ଦୃଷ୍ଟିହୀନ ବ୍ୟକ୍ତିଙ୍କ ଚଳପ୍ରଚଳକୁ ସହଜ କରିବା ପାଇଁ ଉଭୟ ଇନ୍‌ଡ଼ୋର ଓ ଆଉଟ୍ ଡ଼ୋର୍ ଡ଼ିଭାଇସ୍ ପ୍ରସ୍ତୃତ କରିଛନ୍ତି । ଆଉଟ୍‌ଡ଼ୋର୍ ପାଇଁପ୍ରସ୍ତୃତ ହୋଇଥିବା ସ୍ମାର୍ଟ ସ୍ଟିକ୍‌ଟି ଜି.ପି.ଏସ୍ ଦ୍ୱାରା ପରିଚାଳିତ ଯାହା ୫ ଫୁଟ୍ ଦୁରରୁ ଆସୁଥିବା ବାଧା ବିଷୟରେ ସୁଚନା ଦେବ ଭାଇବ୍ରେସନ୍ ମାଧ୍ୟମରେ ।ସେହିଭଳି ଇନ୍‌ଡ଼ୋର୍‌ରେ ମଧ୍ୟ ଏକ ମଲ୍ଟି ସେନ୍ସର ଡ଼ିଭାଇସ୍ ପ୍ରସ୍ତୃତ ହୋଇଛି ଯାହା ଦୃଷ୍ଟିହୀନ ବ୍ୟକ୍ତିଙ୍କ ସୁରକ୍ଷିତ ଚଳପ୍ରଚଳ ପାଇଁ ବିଶେଷ ଭାବରେ ସାହାଯ୍ୟକରିବ  ଏବଂ କବାଟ ଓ ଝରକା ଥିବା ସ୍ଥାନ ସମ୍ପର୍କରେ ସୁଚନା ଦେବ । ମାହାନାଙ୍କର ଏଇ ଉଦ୍ଭାବନ ସମ୍ବଲପୁର ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ସତପଥିଙ୍କ ଦୃଷ୍ଟି ଆକର୍ଷଣ କଲା ସେ ମଧ୍ୟ ଏଇ ପ୍ରଚେଷ୍ଟାକୁ ବେଶ୍ ପ୍ରଶଂସାକରିଛନ୍ତି । ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ କାର୍ଯ୍ୟାଳୟ ଏଇ ପାଇଲଟ୍ ପ୍ରକଳ୍ପକୁ ଅନୁମୋଦନ କରିଛି ଫଳରେ ଏହାକୁ ସ୍ଥାନୀୟ ବିଦ୍ୟାଳୟର୧୦ ଜଣ ଛାତ୍ରଙ୍କୁ ଏଇ ଷ୍ଟିକ୍ ପ୍ରଦାନ କରାଯାଇଛି, ଯାହାର ଫଳାଫଳ ଭଲ ଆସିଲେ ଆଗାମୀ ଦିନମାନଙ୍କରେ ଏହାର ବ୍ୟାପକ ବ୍ୟବହାର ପାଇଁ ଚିନ୍ତାକରାଯାଇପାରିବ । ରାଜ୍ୟର ପ୍ରଥମ ଦୃଷ୍ଟିହୀନ ଓଏସ୍  ଅଫିସର ସଞ୍ଜୟ ବେହେରା ଏହାକୁ ବ୍ୟବହାର କରି ଖୁସୀଥିବା କଥା ତାଙ୍କ ଟ୍ୱିଟରରେ ପ୍ରକାଶ କରିଛନ୍ତି । ପ୍ରତିଦିନ ମୁଁ ଉଦ୍ଭାବନ ଗୁଡ଼ିକର ବିକାଶ ପାଇଁ କାମକରେ, ଆଗକୁ ମୋର ଲକ୍ଷ୍ୟ ରହିଛି ପତିରକ୍ଷା,ଅନୁସନ୍ଦାନ ସଂସ୍ଥା ଡ଼ିଆରଡ଼ିଓ ସହ କାମକରିବି ଫଳରେଦେଶପାଇଁ ମୁଁ କିଛି ଯୋଗଦାନ ଦେଇପାରିବି ବୋଲି ଆଶିଷ କୁହନ୍ତି ।   ୧୯୯୨ ମସିହାରୁ ଆଶିଷ ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଉଦ୍ଭାବନ ଯାହା ଲୋକଙ୍କ ହିତରେ ଲାଗିସାରିଛି ଓ ଏହାପାଇଁ ତାଙ୍କୁ ଅନେକଥର ସମ୍ମାନିତ ମଧ୍ୟ କରାଯାଇଛି। ଏବେ ସେ ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ତାଙ୍କୁ ନିମନ୍ତ୍ରଣ ଆସୁଛି ଫଳରେ ସେ ତାଙ୍କ ଉଦ୍ଭାବନ ସମ୍ପର୍କରେ ପିଲାଙ୍କୁ ସଚେତନ ମଧ୍ୟ କରୁଛନ୍ତି । ସମାଜ ପାଇଁତାଙ୍କର ଏଇ ଉଦ୍ଭାବନ ସବୁଯେ ବେଶ୍ ସହାୟକ ଏଥିରେ ସନ୍ଦେହର ଅବକାଶ ନାହିଁ । ଆଶିଷ ମାହାନାଙ୍କୁ ଆମ ତରଫରୁ ଅନେକ ଅନେକ ସାଧୁବାଦ ।  

kamala-pujari
ଅସାଧାରଣ

ଜୈବିକ କୃଷିରେ ଅବଦାନ ପାଇଁ ସର୍ବଦା ମନେ ରହିବେ କମଳା ପୂଜାରୀ

3 Mins read
July 27, 2024

୨୦ ଜୁଲାଇ ୨୦୨୪ , ୭୬ ବର୍ଷର ଘଟଣା ବହୁଳ ଜୀବନଯାତ୍ରା ସାରି କମଳା ମା’ ଚାଲିଗଲେ ଆରପାରିକୁ, କିନ୍ତୁ ପଛରେ ଛାଡି ଦେଇଯାଇଛନ୍ତି ଜୈବିକ କୃଷିକୁ ନେଇ ଭବିଷ୍ୟତ ପିଢୀ ପାଇଁ ଅଜସ୍ର ପ୍ରେରଣା । ତାଙ୍କ ଗ୍ରାମ ପାତ୍ରପୁଟ ଆଜି ନିରବି ଯାଇଛି । ତାଙ୍କ ବିୟୋଗରେ ଗ୍ରାମବାସୀ କାନ୍ଦି ଉଠିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ବୟସାଧିକ କାରଣରୁ କିଡନୀ ଜନିତ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ । ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ …

"I remember how my father used to take my sister a "I remember how my father used to take my sister and me to the movie hall. So, my passion for film developed from an early age. I just want to suggest that keep your motivation the same and give 100% effort whether it's a 2-minute video or a 2-hour movie."Inspiring Talks, a new series in #inspiringodisha feeling excited to share with you all the person who gave his fullest to make this breakthrough odia movie #DAMaN, a super hit.Meet the dedicated co-director and writer of DAMaN, Vishal Mourya.Tap the link above to know about his inspiring journey.https://www.youtube.com/watch?v=BPqUk4LQzPE#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal
As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!Stay tuned... Tap the link.https://www.youtube.com/watch?v=_gUgr_dedKw#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.Know about his story of lone dedication and perseverance by clicking on the link above.
The popular Naraj Peacock valley is just 15kms awa The popular Naraj Peacock valley is just 15kms away from Nandankanan Zoo in the capital city Bhubaneswar. The panoramic beauty of the valley is a reflection of Pannu Behera's love for peacocks. But for Kanhu (the grandson of Pannu) it's not just the love for peacocks but also a tribute to the last wish of his grandpa.🦚🦚We believe stories can be an effective tool of motivation. DM us to cover yours. We'll get you covered...#narajpeacockvalley #lighthouse .https://inspiringodisha.com/a-tradition-of-love-that.../
It's the story of a scientist who devoted his whol It's the story of a scientist who devoted his whole life to the conservation of the vulnerable or extinct rice genus in the Rayagada district of Odisha. His unique way of rice exchange with the farmers for retaining the rice species has replenished his collection in his rice bank. But his struggle is not over, he has to go the extra mile for reversing the vulnerable rice species.#DrDebalDebandBeyondDevelopmentality #vrihi #basudhahttps://inspiringodisha.com/on-a-trail-to-preserve.../
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies