• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ

ଗରିବ ରୋଗୀମାନଙ୍କ କ୍ଷୁଧା ମେଣ୍ଟାଉଛନ୍ତି ରାମଦାସ

No Comments
January 10, 2023
2 Mins read
384 Views
ramadas

ପ୍ରତି ରବିବାର ତ ସରକାରୀ ଆହାର କେନ୍ଦ୍ର ବନ୍ଦ, ତେଣୁ ସେଦିନ ଅଭାବି ପେଟ ପାଇଁ  ମଧ୍ୟାହ୍ନ ଭୋଜନ ସମୟରେ ଭାତ ଗଣ୍ଡେ ମିଳିବା କାଠିକର ପାଠ !! ହେଲେ ପ୍ରତି ରବିବାର ମଧ୍ୟାହ୍ନ ଭୋଜନ ସମୟରେ ସମ୍ବଲପୁର ଜିଲ୍ଲାରେ ବୁର୍ଲା ସ୍ଥିତ ଭିମସାର  ମେଡିକାଲ କଲେଜ ପରିସରରେ ଦେଖିବା କୁ ମିଳେ କିଛି ଅଲଗା ଦୃଶ୍ୟ । ହଜାର ହଜାର ଗରିବ ରୋଗୀ ଏବଂ ତାଙ୍କ ସାଥିରେ ଆସିଥିବା ପରିବାର ପରିଜନ ମାନଙ୍କୁ ମିଳୁଛି ପ୍ରତି ରବିବାର ମିଳେ ପେଟପୁରା ଭୋଜନ ତା ବି ସଂପୂର୍ଣ୍ଣ ମାଗଣାରେ ।ଏଇ କାର୍ଯ୍ୟକ୍ରମଟିର ନାମ ‘ଭୋଜନ’ ଆଉ ଏହା ସମ୍ଭବ ହେଉଛି ସ୍ଥାନୀୟ ଜଣେ ଅଧିବାସୀ ରାମଦାସ ପଣ୍ଡାଙ୍କ ନିଜସ୍ଵ ଉଦ୍ୟମରେ। 

ସମ୍ବଲପୁରର ଧାନକଉଡା ବ୍ଲକର ବାସିନ୍ଦା ରାମଦାସ ବାବୁ ପେଶାରେ ଜଣେ ପୋଲିସ କନେଷ୍ଟରବଳ । କିନ୍ତୁ ସମାଜ ସେବା ହେଉଛି ତାଙ୍କ ପାଇଁ ସବୁଠୁ ବଡ ଆତ୍ମସନ୍ତୋଷର ମାର୍ଗ । ତେଣୁ ପୁଲିସ ଚାକିରିର ବ୍ୟସ୍ତତା ଭିତରେ ବି  ନିଜର ବଳକା ସମୟକୁ ସାଧ୍ୟମତେ ଲଗାଇଥାନ୍ତି  ଲୋକକଲ୍ୟାଣରେ । ସେ ପ୍ରତି ରବିବାର ତାଙ୍କ ଉଦ୍ୟମରେ ରନ୍ଧା ହୁଏ୨ରୁ ୩ କୁଇଣ୍ଟାଲ ମଧ୍ୟାହ୍ନ ଭୋଜନ ଯେଉଁଥିରେ ଥାଏ ଭାତ, ଡାଲମା ଆଉ ଖଟା ଇତ୍ୟାଦି । ଏଇ ଖାଦ୍ୟ ରାନ୍ଧି ମେଡିକାଲ କଲେଜକୁ ଆସୁଥିବା ୨୦୦୦ଊର୍ଦ୍ଧ୍ଵ ଅଭାବି ଲୋକଙ୍କୁ ପେଟପୁରା ଖୁଆଇବାର ବ୍ୟବସ୍ଥା କରି କରିଥାନ୍ତି ରାମଦାସ। 

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବୁର୍ଲାର ଭିମସାର ମେଡିକାଲ କଲେଜ ପଶ୍ଚିମ ଓଡିଶା ଓ ପାଖା ପାଖି ପଡୋଶୀ ରାଜ୍ୟ ପାଇଁ ଜୀବନରେଖା ସଦୃଶ।ସେଠାରେ ପ୍ରତିଦିନ ହଜାର ହଜାର ରୋଗୀ ଚିକିତ୍ସା ନିମନ୍ତେ ଆସନ୍ତି। ସପ୍ତାହର ଅନ୍ୟ ଦିନଗୁଡିକରେ ଗରିବ ରୋଗୀ ଏବଂ ତାଙ୍କ ସାଥିରେ ଆସିଥିବା ସେବକମାନେ ସରକାରଙ୍କ ଆହାର କେନ୍ଦ୍ର ଦ୍ଵାରା ଖାଦ୍ୟ ପାଇ ଯାଉଥିଲେ, କିନ୍ତୁ ପ୍ରତି ରବିବାର ସେମାନଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା । କୋଭିଡ ସମୟରେ ମଧ୍ୟ ଗରିବ ଲୋକମାନଙ୍କର ଖାଦ୍ୟ ଅଭାବ ରାମଦାସଙ୍କ ମନକୁ ବେଶ ଆନ୍ଦୋଳିତ କରିଥିଲା । ଅନ୍ତତଃ ରାବିବାର ଦିନ ସେମାନଙ୍କ ଖାଦ୍ୟ ଅସୁବିଧାକୁ ଦୂର କରିବାର ନିଷ୍ପତି ନେଇଥିଲେ ରାମଦାସ ବାବୁ। 

“ନିଷ୍ପତ୍ତି ତ ନେଇଗଲି ତେବେ ପ୍ରତି ରବିବାରରେ ଏତେ ସଂଖ୍ୟକ ଲୋକଙ୍କୁ ଖାଇବାକୁ ଦେବା ଏତେ ସହଜ କଥା ନଥିଲା । ଏଥିପାଇଁ ପ୍ରାୟ 30-35,000 /- ଟଙ୍କା ଆବଶ୍ୟକ । ମୋର ପ୍ରାୟ 30,000 ଟଙ୍କା ସଞ୍ଚିତ ରାଶୀ ସାଥିରେ ମୋର ପରିଚିତମାନଙ୍କ ଠାରୁ ମାଗଣା ଭୋଜନ ସେବା ‘ଭଜନ’ ପ୍ରତିଷ୍ଠା ପାଇଁ 15 ମଇ 2022 ରେ ଆର୍ଥିକ ସହାୟତା ପାଇଥିଲି । ଠାକୁରଙ୍କ କୃପାରୁ ମେଡିକାଲ କଲେଜ ପଛରେ ଖଣ୍ଡିଏ ଜାଗାରେ ପିଏଚଡି ପିଲା ମାନଙ୍କ ସହାୟତା ରେ ‘ଭୋଜନ’ କାର୍ଯ୍ୟକ୍ରମ ଆରମ୍ଭ କଲି । କଞ୍ଚାମାଲ ସଂଗ୍ରହ, ଖାଦ୍ୟ ପ୍ରସ୍ତୁତ କରିବା ଏବଂ ଏହାକୁ ପରିବେଷଣ କରିବାରେ ମୋତେ ସାହାଯ୍ୟ କରିବାକୁ ମୁଁ ସ୍ଥାନୀୟ କିଛି କ୍ଲବ ସଦସ୍ୟ ଏବଂ ସଙ୍ଗଠନକୁ ଅନୁରୋଧ କରିଥିଲି | ଏବେ ମୋ ସହିତ ୨୦ ଜଣ ସଦସ୍ୟ ଜଡିତ ଅଛନ୍ତି ଯେଉଁମାନେ ପ୍ରତ୍ୟେକ ଅଭାବୀ ବ୍ୟକ୍ତିଙ୍କୁ ସକାଳେ ୱାର୍ଡରୁ ୱାର୍ଡକୁ ଯାଇ ମଧ୍ୟହନ୍ନ ଭୋଜନ ପାଇଁ ଡାକନ୍ତି ଓ ଖାଦ୍ୟ ବଣ୍ଟନ କାମରେ ସାହାଯ୍ୟ ମଧ୍ୟ କରୁଛନ୍ତି”

‘ଭୋଜନ’ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ମଧ୍ୟ ରାମଦାସବାବୁ ଅନେକ ସମାଜକଲ୍ୟାଣ କାମରେ ଲାଗିଆସିଛନ୍ତି। କେବେ ରକ୍ତଦାନ ଦ୍ଵାରା କାହାର ଜୀବନ ବଞ୍ଚାଇଛନ୍ତିତ ଆଉ କେବେ କୌଣସି ଚିହ୍ନଟ ହୋଇପାରୁନଥିବା ଶବକୁ ଦାହ କରାଇବାରେ ସହାୟକ ହୋଇଛନ୍ତି । ଅନେକ ଗରିବ ପରିବାରକୁ ସେମାନଙ୍କ ପ୍ରିୟଜନଙ୍କ ଶବଦାହ କରିବାରେ ‘ସମ୍ବଳ’ ଟ୍ରଷ୍ଟ ସାଥିରେ ମିଶି କାମ କରୁଛନ୍ତି । 

“ଏବେ ମୁଁ ଗରିବ ରୋଗୀ ଏବଂ ତାଙ୍କ ସେବକଙ୍କୁ କେବଳ ମଧ୍ୟାହନ୍ନ ଭୋଜନ ସୁବିଧା କରାଉଛି । କିନ୍ତୁ ଯଦି ମେଡିକାଲ କଲେଜ କିମ୍ବା ସରକାରଙ୍କ ଦ୍ଵାରା ଗୋଟେ ସ୍ଥାୟୀ ଜାଗା ଯୋଗାଇ ଦିଆ ଯାଏ, ତାହେଲେ ରାତ୍ରିଭୋଜନ ସୁବିଧା ଯୋଗାଇ ଦେବାପାଇଁ ଚାହୁଁଛି। ତା ସହିତ,ବାହାଘର ବା ଜନ୍ମଦିନ ଆଦି ଉତ୍ସବରେ ଯେମିତି ଭୋଜନ ନଷ୍ଟ ହବନି ଏବଂ ସେଇ ବଳକା ଭୋଜନ କୁ କେମତି ଗରିବ ଲୋକମାନଙ୍କୁ ଯୋଗାଇ ହବ, ତା ପାଇଁ ମଧ୍ୟ ମୁଁ ଗୋଟେ ସିଷ୍ଟମ ଆରମ୍ଭ କରିବା ପାଇଁ ଚାହୁଁଛି। ଅନେକ ଲୋକ ଖାଇବାକୁ ଗଣ୍ଡେ ଭଲରେ ପାଉନାହାନ୍ତି ତେଣୁ ସଭିଙ୍କୁ ଅନୁରୋଧ ଖାଦ୍ୟ ନଷ୍ଟ ନକରି ଖାଦ୍ୟ ସଞ୍ଚୟ ଓ ସଦୁପଯୋଗ କରିବାର ବାଟ ଖୋଜନ୍ତୁ।”

ରାମଦାସ ବାବୁଙ୍କ ‘ଭୋଜନ‘ କାର୍ଯ୍ୟକ୍ରମ ଆରମ୍ଭ ହେବାର  ୩୩ତମ ସପ୍ତାହ ସୁଦ୍ଧା, ସେ ପ୍ରାୟ ୫୦ ହଜାର ଲୋକଙ୍କୁ ଖାଇବାକୁ ଦେଇଛନ୍ତି। ଏଇ ଖାଦ୍ୟ ପ୍ରସ୍ତୁତି ପାଇଁ ଧୀରେ ଧୀରେ ତାଙ୍କୁ ସହାୟତା ମିଳିବାରେ ଲାଗିଛି; ଏପରିକି ତାଙ୍କ ନିଜ ପରିବାର ସଦସ୍ୟ ଏବଂ କିଛି ସହକର୍ମୀ ମଧ୍ୟ ତାଙ୍କୁ ତାଙ୍କର ଏଇ ଲୋକକଲ୍ୟାଣ କାମରେ ସହଜୋଗର ହାତ ବଢାଇଛନ୍ତି । 

ରାମଦାସ ବାବୁଙ୍କର ଏଇ ଉଦ୍ୟମ ଆମ ସଭିଙ୍କ ପାଇଁ ପ୍ରେରଣା।ଆମର ହୃଦୟାଭରା ଶୁଭକାମନା ତାଙ୍କ ପାଇଁ !!

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ମାନସିକ ରୋଗୀଙ୍କ ଉଦ୍ଧାର ପାଇଁ କର୍ତ୍ତବ୍ୟନିଷ୍ଠ ବିପିନ ବିହାରୀ

Next Post

ଦିବ୍ୟାଙ୍ଗ ଝିଅ ନୁଆରୀଙ୍କ ଜୀବନ ପାଲଟିଛି ଅନ୍ୟମାନଙ୍କ ପାଇଁ ଉଦାହରଣ

You might also like
ramjit-sanali-digitization
ଅସାଧାରଣ

ସାନ୍ତାଳି ଭାଷାର ଡିଜିଟାଇଜେସନରେ ସମର୍ପିତ ରାମଜିତ

3 Mins read
October 22, 2024

ଭାଷା କେବଳ ଏକ ଯୋଗାଯୋଗର ମାଧ୍ୟମ ନୁହେଁ; ଏହା ସଂସ୍କୃତି, ଆବେଗ, ଏବଂ ସାମୁଦାୟିକ ଇତିହାସର ମଧ୍ୟ ବାହକ। କିନ୍ତୁ କାଳଗର୍ଭରେ ଅନେକ ପୁରାତନ ଜନଜାତିଙ୍କ ଭାଷା ଧୀରେ ଧୀରେ ବିଲୁପ୍ତ ହେବାକୁ ଲାଗିଛି, ସେଥିପାଇଁ ସେଗୁଡ଼ିକୁ ସୁରକ୍ଷିତ ରଖିବାର ଆବଶ୍ୟକତା ବଢିଛି । ଏହାର ଗୁରୁତ୍ୱକୁ ଉପଲବ୍ଧି କରିପାରି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଗୋବିନ୍ଦପୁରର ୨୮ ବର୍ଷୀୟ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ରାମଜିତ ଟୁଡୁ ସାନ୍ତାଳି ଭାଷାକୁ ଡିଜିଟାଲ୍ ଯୁଗରେ ମଧ୍ୟ ବଂଚାଇ ରଖିବା ପାଇଁ …

gadget
ଅସାଧାରଣ

ଉଦ୍ଭାବନ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବାର ସଙ୍କଳ୍ପ ନେଇଛନ୍ତି ଆଶିଷ

1 Min read
October 8, 2024

ଜୀବନଟା କେତେ ଲମ୍ବା ହେବ ତା ଆମ ହାତରେ ନାହିଁ କିନ୍ତୁ ଜୀବନଟା କେମିତି ହେବ ତା ଆମ ହାତରେ ଅଛି । ଇଶ୍ୱରଙ୍କ ସୃଷ୍ଟିରେ ନିଜକୁ ଶ୍ରେଷ୍ଠ ବୋଲାଉଥିବାଆମେ ମଣିଷମାନେ ଆଜିର ଦିନରେ ନିଜ ସ୍ୱାର୍ଥ ସାଧନରେ ଲାଗିପଡ଼ିଛନ୍ତି । କ୍ୱଚିତ୍ ଲୋକ ଅଛନ୍ତି ଯେଉଁମାନେ ନିଜସହ ମଣିଷ ସମାଜର କଥା ଭାବନ୍ତି, ଆଉନିଜର ବଳିଷ୍ଠ ଯୋଗଦାନ ମାଧ୍ୟମରେ ଅନେକଙ୍କର ଜୀବନକୁ କରିଦିଅନ୍ତି ସହଜ । ଏମିତି ଜଣେ ବିକ୍ତିତ୍ୱ ହେଲେ ଆଶିଷ ମାହାନା, ପେଷାରେ ଜଣେ ଇଂଜିନିୟର ଭାବେ କାମ କରୁଥିବା ଆଶିଷଙ୍କ ନିଶା କିନ୍ତୁ ନୂଆ ନୂଆ ଉଦ୍ଭାବନ, ଯାହା ଅନ୍ୟରଜୀବନକୁ ସହଜ କରିବାରେ ସାହାଯ୍ୟ କରିବ । ପେଶାରେ ରହି ନିଜ ଉଦ୍ଭାବନ ପାଇଁ ଉପଯୁକ୍ତ ସମୟ ଦେଇନପାରିବାରୁ ଇଂଜିନିୟରିଂରୁ ସନ୍ୟାସ ନେଲେଆଷିଶ । ତାଙ୍କଦ୍ୱାରା ନିକଟରେ ପ୍ରସ୍ତୁତ ହୋଇଥିବା ସ୍ମାର୍ଟ ଷ୍ଟିକ୍ ଦୃଷ୍ଟିହୀନ ଲୋକଙ୍କ ପାଇଁ ବରଦାନ କହିଲେ ଅତ୍ୟୁ୍‌କ୍ତି ହେବନାହିଁ । ଏହାକୁ ଏମିତି ଭାବେଡ଼ିଜାଇନ୍ କରାଯାଇଛି ଯେ ଜଣେ ଦୃଷ୍ଟିହୀନ ଲୋକ ପାଇଁ ଏହା ଗାଇଡ଼୍ ଭଳି ସହାଯ୍ୟ କରିବ ଫଳରେ ଯିବାଆସିବା ପାଇଁ ଏମାନଙ୍କ ଆଉ ଅନ୍ୟ ଉପରେ ନିର୍ଭରକରିବାକୁ ପଡ଼ିବ ନାହିଁ । ପିଲାବେଳୁ ବିଜ୍ଞାନ ପ୍ରତି ମୋର ଅହେତୁକ ଆଗ୍ରହ ଥିଲା, ତେଣୁ ମୋ ପକେଟ୍‌ରେ ସବୁବେଳେ ଗୋଟେ ଟେଷ୍ଟର ଓ ସ୍କ୍ରୁ ଡ଼୍ରାଇଭର ରଖିବାକୁ ମୁଁ ପସନ୍ଦ କରୁଥିଲି ।ମୋତେ ମିଳୁଥିବା ପକେଟ୍ ମନିରୁ ମୁଁ ମୋଟର, ଫିତା, ତାର ଭଳି ଉପକରଣ ଆଣି ନୂଆ ନୂଆ ଉଦ୍ଭାବନ ପାଇଁ ଚେଷ୍ଟା କରୁଥିଲି । କମ୍ ଖର୍ଚ୍ଚରେ ଏହାକୁ ପ୍ରସ୍ତୃତକରିବାକୁ ବିଭିନ୍ନ ସ୍ଥାନରୁ ସଗୃହିତ ପୁରୁଣା ପାର୍ଟସ୍ ଗୁଡ଼ିକ ବ୍ୟବହାର କରେ, ଅନେକ ସମୟରେ ସଫଳ ମଧ୍ୟ ହୁଏ ବୋଲି ଆଶିଷ କୁହନ୍ତି । ୪୬ ବର୍ଷ ବୟଷ୍କ ଆଶିଷ ମାହାନା  ସମ୍ବଲପୁର ଜିଲ୍ଳା, ସଲଦ୍ ପଞ୍ଚାୟତ ଅର୍ନଗତ ନୂଆ ରାମ୍ପେଲା ଗାଁର ଅଧିବାସୀ । ଅପରେସନାଲ୍ ମେନେଜମେଣ୍ଟରେ ଏମବିଏ୍  କରିବା ସହ ଟେଲି କମ୍ୟୁନିକେସନ୍‌, ଇଲେକଟ୍ରୋନିକ୍ସ, କମ୍ପୁଟର ହାର୍ଡ଼ୱେୟାର ବିଷୟ ଗୁଡ଼ିକରେ ଡ଼ିପ୍ଲୋମା ମଧ୍ୟ କରିଛନ୍ତି । ହିଣ୍ଡାଲକୋ ଇଣ୍ଡଟ୍ରିଜ୍‌ରେ ଆସିଷ୍ଟାଣ୍ଡଇଂଜିନିୟର ଭାବେ ଉତ୍ତମ ବେତନରେ ଚାକିରି କରୁଥିଲେ ହେଁ ଦୃଷ୍ଟିହୀନ ଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ତଆରି କରିବାର ନିଶା ପାଇଁ ୨୦୨୩ ରେ ଚାକିରିରୁସନ୍ୟାସ ନେଇଥିଲେ ଆଶିଷ । ଆଉ ତାପରେ ନିଜ ଉଦ୍ଭାବନା ପାଇଁ ଅବିରତ ଚେଷ୍ଟାରେ ଲାଗିପଡ଼ିଛନ୍ତି ସେ । ଆଉ ପଳସ୍ୱରୁପ ତାଙ୍କର ସ୍ୱପ୍ନର ପ୍ରକଳ୍ପ ଦୃଷ୍ଟିହୀନଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ବନେଇବାରେ ସଫଳ ହୋଇଛନ୍ତି ସେ ।   ୨୦୦୯ ମସିହାର କଥା ମୁଁ ଯେତେବେଳେ ମୋ କାମରେ ବାହାରିଥାଏ ମୁଁ ଦେଖିବାକୁ ପାଇଲି ଜଣେ ଦୃଷ୍ଟିହୀନ ବ୍ୟକ୍ତି ରାସ୍ତା ପାରିହେବାକୁ ଅନେକ ସଂଘର୍ଷକରୁଛନ୍ତି ଯାହା ମୋତେ ଆନ୍ଦୋଳିତ କରିଥିଲା, ମୁଁ ତାଙ୍କୁ ରାସ୍ତା ପାର ହେବାରେ ସାହାଯ୍ୟ କଲି ସତ କିନ୍ତୁ ଏ ଘଟଣା ପରଠୁ ଦୃଷ୍ଟିହୀନ ଲୋକଙ୍କୁ ମୁଁ କେମିତିସାହାଯ୍ୟ କରିପାରିବି ସେ ପ୍ରଚେଷ୍ଟାରେ ଲାଗିପଡ଼ିଲି । ଆଉ ଫଳସ୍ୱରୁପ ଏକ ସ୍ମାର୍ଟ ସ୍ଟିକ୍ ତିଆରି କରିବାରେ ସଫଳ ହେଲି ଯାହା ଦୃଷ୍ଟହୀନ ଲୋକଙ୍କୁ ବିନାକାହାର ସାହାଯ୍ୟରେ ରାସ୍ତାରେ ଚଳପ୍ରଚଳ କରିବାକୁ ସାହାଯ୍ୟ କରିବ । ଏଇ ସ୍ମାର୍ଟ ଷ୍ଟିକ୍ ତିଆରି କରିସାରିବା ପରେ ମୁଁ ପ୍ରଥମେ ଏହାକୁ ନିଜ ସହରର ଜଣେଦୃଷ୍ଟିହୀନ ବ୍ୟକ୍ତିଙ୍କୁ ବ୍ୟବହାର ପାଇଁ ଦେଲି ଓ ତାଙ୍କ ମତାମତ ଆଧାରରେ ଏଥିରେ ପରିବର୍ତ୍ତନ କରି ଏଥିରେ ରହୁଥିବା ତ୍ରୃଟିକୁ ସଜାଡ଼ିଲି, ଏହା ଏବେ ବ୍ୟବହାରପାଇଁ ପୁରା ପ୍ରସ୍ତୃତ ବୋଲି ଆଶିଷ କୁହନ୍ତି । ଆଶିଷ ମାହାନା ଦୃଷ୍ଟିହୀନ ବ୍ୟକ୍ତିଙ୍କ ଚଳପ୍ରଚଳକୁ ସହଜ କରିବା ପାଇଁ ଉଭୟ ଇନ୍‌ଡ଼ୋର ଓ ଆଉଟ୍ ଡ଼ୋର୍ ଡ଼ିଭାଇସ୍ ପ୍ରସ୍ତୃତ କରିଛନ୍ତି । ଆଉଟ୍‌ଡ଼ୋର୍ ପାଇଁପ୍ରସ୍ତୃତ ହୋଇଥିବା ସ୍ମାର୍ଟ ସ୍ଟିକ୍‌ଟି ଜି.ପି.ଏସ୍ ଦ୍ୱାରା ପରିଚାଳିତ ଯାହା ୫ ଫୁଟ୍ ଦୁରରୁ ଆସୁଥିବା ବାଧା ବିଷୟରେ ସୁଚନା ଦେବ ଭାଇବ୍ରେସନ୍ ମାଧ୍ୟମରେ ।ସେହିଭଳି ଇନ୍‌ଡ଼ୋର୍‌ରେ ମଧ୍ୟ ଏକ ମଲ୍ଟି ସେନ୍ସର ଡ଼ିଭାଇସ୍ ପ୍ରସ୍ତୃତ ହୋଇଛି ଯାହା ଦୃଷ୍ଟିହୀନ ବ୍ୟକ୍ତିଙ୍କ ସୁରକ୍ଷିତ ଚଳପ୍ରଚଳ ପାଇଁ ବିଶେଷ ଭାବରେ ସାହାଯ୍ୟକରିବ  ଏବଂ କବାଟ ଓ ଝରକା ଥିବା ସ୍ଥାନ ସମ୍ପର୍କରେ ସୁଚନା ଦେବ । ମାହାନାଙ୍କର ଏଇ ଉଦ୍ଭାବନ ସମ୍ବଲପୁର ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ସତପଥିଙ୍କ ଦୃଷ୍ଟି ଆକର୍ଷଣ କଲା ସେ ମଧ୍ୟ ଏଇ ପ୍ରଚେଷ୍ଟାକୁ ବେଶ୍ ପ୍ରଶଂସାକରିଛନ୍ତି । ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ କାର୍ଯ୍ୟାଳୟ ଏଇ ପାଇଲଟ୍ ପ୍ରକଳ୍ପକୁ ଅନୁମୋଦନ କରିଛି ଫଳରେ ଏହାକୁ ସ୍ଥାନୀୟ ବିଦ୍ୟାଳୟର୧୦ ଜଣ ଛାତ୍ରଙ୍କୁ ଏଇ ଷ୍ଟିକ୍ ପ୍ରଦାନ କରାଯାଇଛି, ଯାହାର ଫଳାଫଳ ଭଲ ଆସିଲେ ଆଗାମୀ ଦିନମାନଙ୍କରେ ଏହାର ବ୍ୟାପକ ବ୍ୟବହାର ପାଇଁ ଚିନ୍ତାକରାଯାଇପାରିବ । ରାଜ୍ୟର ପ୍ରଥମ ଦୃଷ୍ଟିହୀନ ଓଏସ୍  ଅଫିସର ସଞ୍ଜୟ ବେହେରା ଏହାକୁ ବ୍ୟବହାର କରି ଖୁସୀଥିବା କଥା ତାଙ୍କ ଟ୍ୱିଟରରେ ପ୍ରକାଶ କରିଛନ୍ତି । ପ୍ରତିଦିନ ମୁଁ ଉଦ୍ଭାବନ ଗୁଡ଼ିକର ବିକାଶ ପାଇଁ କାମକରେ, ଆଗକୁ ମୋର ଲକ୍ଷ୍ୟ ରହିଛି ପତିରକ୍ଷା,ଅନୁସନ୍ଦାନ ସଂସ୍ଥା ଡ଼ିଆରଡ଼ିଓ ସହ କାମକରିବି ଫଳରେଦେଶପାଇଁ ମୁଁ କିଛି ଯୋଗଦାନ ଦେଇପାରିବି ବୋଲି ଆଶିଷ କୁହନ୍ତି ।   ୧୯୯୨ ମସିହାରୁ ଆଶିଷ ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଉଦ୍ଭାବନ ଯାହା ଲୋକଙ୍କ ହିତରେ ଲାଗିସାରିଛି ଓ ଏହାପାଇଁ ତାଙ୍କୁ ଅନେକଥର ସମ୍ମାନିତ ମଧ୍ୟ କରାଯାଇଛି। ଏବେ ସେ ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ତାଙ୍କୁ ନିମନ୍ତ୍ରଣ ଆସୁଛି ଫଳରେ ସେ ତାଙ୍କ ଉଦ୍ଭାବନ ସମ୍ପର୍କରେ ପିଲାଙ୍କୁ ସଚେତନ ମଧ୍ୟ କରୁଛନ୍ତି । ସମାଜ ପାଇଁତାଙ୍କର ଏଇ ଉଦ୍ଭାବନ ସବୁଯେ ବେଶ୍ ସହାୟକ ଏଥିରେ ସନ୍ଦେହର ଅବକାଶ ନାହିଁ । ଆଶିଷ ମାହାନାଙ୍କୁ ଆମ ତରଫରୁ ଅନେକ ଅନେକ ସାଧୁବାଦ ।  

kamala-pujari
ଅସାଧାରଣ

ଜୈବିକ କୃଷିରେ ଅବଦାନ ପାଇଁ ସର୍ବଦା ମନେ ରହିବେ କମଳା ପୂଜାରୀ

3 Mins read
July 27, 2024

୨୦ ଜୁଲାଇ ୨୦୨୪ , ୭୬ ବର୍ଷର ଘଟଣା ବହୁଳ ଜୀବନଯାତ୍ରା ସାରି କମଳା ମା’ ଚାଲିଗଲେ ଆରପାରିକୁ, କିନ୍ତୁ ପଛରେ ଛାଡି ଦେଇଯାଇଛନ୍ତି ଜୈବିକ କୃଷିକୁ ନେଇ ଭବିଷ୍ୟତ ପିଢୀ ପାଇଁ ଅଜସ୍ର ପ୍ରେରଣା । ତାଙ୍କ ଗ୍ରାମ ପାତ୍ରପୁଟ ଆଜି ନିରବି ଯାଇଛି । ତାଙ୍କ ବିୟୋଗରେ ଗ୍ରାମବାସୀ କାନ୍ଦି ଉଠିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ବୟସାଧିକ କାରଣରୁ କିଡନୀ ଜନିତ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ । ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ …

Change is coming! People are getting aware of the Change is coming! People are getting aware of the negative impact of deforestation and the importance of mangroves in the coastal region.A small group of people from the Kendrapada district of Odisha have donated their registered land willingly to the forest department for the mangrove plantation.Be it Dilip, Satyabrat or any other, the names on the list are going up day by day. So, to acknowledge their unique work to save the Hental range the Bhitarkanika forest officials call such people ‘Mangrove Mitra’. CMO Odisha Bikram Keshari Arukha PMO India#Mankibaatpmmodi #SaveHentalMangroves #Odishaforestdepartment#Bhitarkanikawildlifesanctury #DFOBhitarkanikahttps://inspiringodisha.com/friends-of-mangrove-offer.../
The concept of Hydroponic farming is not new to th The concept of Hydroponic farming is not new to the world but certainly the first endeavour by anyone in Odisha. With planned efforts, Ashish and Pragyan of Jagatsinghpur fostered Hydrovalley a profitable startup. Henceforth, guiding other aspirants to learn the art of farming and becoming the future agropreneurs.#CMOOdisha #PMOIndia #hydrovalley #science #hydroponicfarminghttps://inspiringodisha.com/hydro-farming-valley.../
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.Know about his story of lone dedication and perseverance by clicking on the link above.
A 71-year-old clerk who lives 20 km away from Bhub A 71-year-old clerk who lives 20 km away from Bhubaneswar in Sarkana Village, Balianta block is empowering the lives of more than 5,000 fish farmers every year. His #Aquaculture Field has become the training cum research school for young entrepreneurs in fish breeding, brood production and water management; that too #freeofcost. Starting from a learner to being a tutor, he opines that if done in the right process with technical assistance and patience, fish farming could be a profitable career. His top-notch contribution in the field of Aquaculture has conferred him with ‘Padma Shri’ in 2020. His selfless guidance has inspired many youths in this field, thus, transforming their socio-economic condition.#SarkanaCarpHatchery #AquacultureFieldSchool #ICAR #CIFA#lighthousehttps://inspiringodisha.com/a-clerk-who-becomes-the.../
Tike Khusi is a way to pour happiness in the faces Tike Khusi is a way to pour happiness in the faces of people. Through the small initiative, Ranjan Kumar Patra Patra is creating a series of memory with a mere touch of surprise and happiness. And this work in return gives him immense contentment.A yoga teacher by profession and a cameraholic by passion only aim his work would able to curtail the amount of stress in the lives of people.📸#lighthousehttps://inspiringodisha.com/tike-khusi-the-gift-of-joy/
A tribal girl Kuni Dehury proved her unmatched ski A tribal girl Kuni Dehury proved her unmatched skill as a silk reeler at the national level & revamped the life of 500 women through Silk.A brilliant example of woman empowerment.#MakeInIndia #ministryoftextiles #mankibaat #PMOIndia #naveen #skillIndia #silkdesign #OdishaSilkCopy the link belowhttps://inspiringodisha.com/dreams-of-survival-through-silk/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies