• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ

ଗରିବ ରୋଗୀମାନଙ୍କ କ୍ଷୁଧା ମେଣ୍ଟାଉଛନ୍ତି ରାମଦାସ

No Comments
January 10, 2023
2 Mins read
34 Views
ramadas

ପ୍ରତି ରବିବାର ତ ସରକାରୀ ଆହାର କେନ୍ଦ୍ର ବନ୍ଦ, ତେଣୁ ସେଦିନ ଅଭାବି ପେଟ ପାଇଁ  ମଧ୍ୟାହ୍ନ ଭୋଜନ ସମୟରେ ଭାତ ଗଣ୍ଡେ ମିଳିବା କାଠିକର ପାଠ !! ହେଲେ ପ୍ରତି ରବିବାର ମଧ୍ୟାହ୍ନ ଭୋଜନ ସମୟରେ ସମ୍ବଲପୁର ଜିଲ୍ଲାରେ ବୁର୍ଲା ସ୍ଥିତ ଭିମସାର  ମେଡିକାଲ କଲେଜ ପରିସରରେ ଦେଖିବା କୁ ମିଳେ କିଛି ଅଲଗା ଦୃଶ୍ୟ । ହଜାର ହଜାର ଗରିବ ରୋଗୀ ଏବଂ ତାଙ୍କ ସାଥିରେ ଆସିଥିବା ପରିବାର ପରିଜନ ମାନଙ୍କୁ ମିଳୁଛି ପ୍ରତି ରବିବାର ମିଳେ ପେଟପୁରା ଭୋଜନ ତା ବି ସଂପୂର୍ଣ୍ଣ ମାଗଣାରେ ।ଏଇ କାର୍ଯ୍ୟକ୍ରମଟିର ନାମ ‘ଭୋଜନ’ ଆଉ ଏହା ସମ୍ଭବ ହେଉଛି ସ୍ଥାନୀୟ ଜଣେ ଅଧିବାସୀ ରାମଦାସ ପଣ୍ଡାଙ୍କ ନିଜସ୍ଵ ଉଦ୍ୟମରେ। 

ସମ୍ବଲପୁରର ଧାନକଉଡା ବ୍ଲକର ବାସିନ୍ଦା ରାମଦାସ ବାବୁ ପେଶାରେ ଜଣେ ପୋଲିସ କନେଷ୍ଟରବଳ । କିନ୍ତୁ ସମାଜ ସେବା ହେଉଛି ତାଙ୍କ ପାଇଁ ସବୁଠୁ ବଡ ଆତ୍ମସନ୍ତୋଷର ମାର୍ଗ । ତେଣୁ ପୁଲିସ ଚାକିରିର ବ୍ୟସ୍ତତା ଭିତରେ ବି  ନିଜର ବଳକା ସମୟକୁ ସାଧ୍ୟମତେ ଲଗାଇଥାନ୍ତି  ଲୋକକଲ୍ୟାଣରେ । ସେ ପ୍ରତି ରବିବାର ତାଙ୍କ ଉଦ୍ୟମରେ ରନ୍ଧା ହୁଏ୨ରୁ ୩ କୁଇଣ୍ଟାଲ ମଧ୍ୟାହ୍ନ ଭୋଜନ ଯେଉଁଥିରେ ଥାଏ ଭାତ, ଡାଲମା ଆଉ ଖଟା ଇତ୍ୟାଦି । ଏଇ ଖାଦ୍ୟ ରାନ୍ଧି ମେଡିକାଲ କଲେଜକୁ ଆସୁଥିବା ୨୦୦୦ଊର୍ଦ୍ଧ୍ଵ ଅଭାବି ଲୋକଙ୍କୁ ପେଟପୁରା ଖୁଆଇବାର ବ୍ୟବସ୍ଥା କରି କରିଥାନ୍ତି ରାମଦାସ। 

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବୁର୍ଲାର ଭିମସାର ମେଡିକାଲ କଲେଜ ପଶ୍ଚିମ ଓଡିଶା ଓ ପାଖା ପାଖି ପଡୋଶୀ ରାଜ୍ୟ ପାଇଁ ଜୀବନରେଖା ସଦୃଶ।ସେଠାରେ ପ୍ରତିଦିନ ହଜାର ହଜାର ରୋଗୀ ଚିକିତ୍ସା ନିମନ୍ତେ ଆସନ୍ତି। ସପ୍ତାହର ଅନ୍ୟ ଦିନଗୁଡିକରେ ଗରିବ ରୋଗୀ ଏବଂ ତାଙ୍କ ସାଥିରେ ଆସିଥିବା ସେବକମାନେ ସରକାରଙ୍କ ଆହାର କେନ୍ଦ୍ର ଦ୍ଵାରା ଖାଦ୍ୟ ପାଇ ଯାଉଥିଲେ, କିନ୍ତୁ ପ୍ରତି ରବିବାର ସେମାନଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା । କୋଭିଡ ସମୟରେ ମଧ୍ୟ ଗରିବ ଲୋକମାନଙ୍କର ଖାଦ୍ୟ ଅଭାବ ରାମଦାସଙ୍କ ମନକୁ ବେଶ ଆନ୍ଦୋଳିତ କରିଥିଲା । ଅନ୍ତତଃ ରାବିବାର ଦିନ ସେମାନଙ୍କ ଖାଦ୍ୟ ଅସୁବିଧାକୁ ଦୂର କରିବାର ନିଷ୍ପତି ନେଇଥିଲେ ରାମଦାସ ବାବୁ। 

“ନିଷ୍ପତ୍ତି ତ ନେଇଗଲି ତେବେ ପ୍ରତି ରବିବାରରେ ଏତେ ସଂଖ୍ୟକ ଲୋକଙ୍କୁ ଖାଇବାକୁ ଦେବା ଏତେ ସହଜ କଥା ନଥିଲା । ଏଥିପାଇଁ ପ୍ରାୟ 30-35,000 /- ଟଙ୍କା ଆବଶ୍ୟକ । ମୋର ପ୍ରାୟ 30,000 ଟଙ୍କା ସଞ୍ଚିତ ରାଶୀ ସାଥିରେ ମୋର ପରିଚିତମାନଙ୍କ ଠାରୁ ମାଗଣା ଭୋଜନ ସେବା ‘ଭଜନ’ ପ୍ରତିଷ୍ଠା ପାଇଁ 15 ମଇ 2022 ରେ ଆର୍ଥିକ ସହାୟତା ପାଇଥିଲି । ଠାକୁରଙ୍କ କୃପାରୁ ମେଡିକାଲ କଲେଜ ପଛରେ ଖଣ୍ଡିଏ ଜାଗାରେ ପିଏଚଡି ପିଲା ମାନଙ୍କ ସହାୟତା ରେ ‘ଭୋଜନ’ କାର୍ଯ୍ୟକ୍ରମ ଆରମ୍ଭ କଲି । କଞ୍ଚାମାଲ ସଂଗ୍ରହ, ଖାଦ୍ୟ ପ୍ରସ୍ତୁତ କରିବା ଏବଂ ଏହାକୁ ପରିବେଷଣ କରିବାରେ ମୋତେ ସାହାଯ୍ୟ କରିବାକୁ ମୁଁ ସ୍ଥାନୀୟ କିଛି କ୍ଲବ ସଦସ୍ୟ ଏବଂ ସଙ୍ଗଠନକୁ ଅନୁରୋଧ କରିଥିଲି | ଏବେ ମୋ ସହିତ ୨୦ ଜଣ ସଦସ୍ୟ ଜଡିତ ଅଛନ୍ତି ଯେଉଁମାନେ ପ୍ରତ୍ୟେକ ଅଭାବୀ ବ୍ୟକ୍ତିଙ୍କୁ ସକାଳେ ୱାର୍ଡରୁ ୱାର୍ଡକୁ ଯାଇ ମଧ୍ୟହନ୍ନ ଭୋଜନ ପାଇଁ ଡାକନ୍ତି ଓ ଖାଦ୍ୟ ବଣ୍ଟନ କାମରେ ସାହାଯ୍ୟ ମଧ୍ୟ କରୁଛନ୍ତି”

‘ଭୋଜନ’ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ମଧ୍ୟ ରାମଦାସବାବୁ ଅନେକ ସମାଜକଲ୍ୟାଣ କାମରେ ଲାଗିଆସିଛନ୍ତି। କେବେ ରକ୍ତଦାନ ଦ୍ଵାରା କାହାର ଜୀବନ ବଞ୍ଚାଇଛନ୍ତିତ ଆଉ କେବେ କୌଣସି ଚିହ୍ନଟ ହୋଇପାରୁନଥିବା ଶବକୁ ଦାହ କରାଇବାରେ ସହାୟକ ହୋଇଛନ୍ତି । ଅନେକ ଗରିବ ପରିବାରକୁ ସେମାନଙ୍କ ପ୍ରିୟଜନଙ୍କ ଶବଦାହ କରିବାରେ ‘ସମ୍ବଳ’ ଟ୍ରଷ୍ଟ ସାଥିରେ ମିଶି କାମ କରୁଛନ୍ତି । 

“ଏବେ ମୁଁ ଗରିବ ରୋଗୀ ଏବଂ ତାଙ୍କ ସେବକଙ୍କୁ କେବଳ ମଧ୍ୟାହନ୍ନ ଭୋଜନ ସୁବିଧା କରାଉଛି । କିନ୍ତୁ ଯଦି ମେଡିକାଲ କଲେଜ କିମ୍ବା ସରକାରଙ୍କ ଦ୍ଵାରା ଗୋଟେ ସ୍ଥାୟୀ ଜାଗା ଯୋଗାଇ ଦିଆ ଯାଏ, ତାହେଲେ ରାତ୍ରିଭୋଜନ ସୁବିଧା ଯୋଗାଇ ଦେବାପାଇଁ ଚାହୁଁଛି। ତା ସହିତ,ବାହାଘର ବା ଜନ୍ମଦିନ ଆଦି ଉତ୍ସବରେ ଯେମିତି ଭୋଜନ ନଷ୍ଟ ହବନି ଏବଂ ସେଇ ବଳକା ଭୋଜନ କୁ କେମତି ଗରିବ ଲୋକମାନଙ୍କୁ ଯୋଗାଇ ହବ, ତା ପାଇଁ ମଧ୍ୟ ମୁଁ ଗୋଟେ ସିଷ୍ଟମ ଆରମ୍ଭ କରିବା ପାଇଁ ଚାହୁଁଛି। ଅନେକ ଲୋକ ଖାଇବାକୁ ଗଣ୍ଡେ ଭଲରେ ପାଉନାହାନ୍ତି ତେଣୁ ସଭିଙ୍କୁ ଅନୁରୋଧ ଖାଦ୍ୟ ନଷ୍ଟ ନକରି ଖାଦ୍ୟ ସଞ୍ଚୟ ଓ ସଦୁପଯୋଗ କରିବାର ବାଟ ଖୋଜନ୍ତୁ।”

ରାମଦାସ ବାବୁଙ୍କ ‘ଭୋଜନ‘ କାର୍ଯ୍ୟକ୍ରମ ଆରମ୍ଭ ହେବାର  ୩୩ତମ ସପ୍ତାହ ସୁଦ୍ଧା, ସେ ପ୍ରାୟ ୫୦ ହଜାର ଲୋକଙ୍କୁ ଖାଇବାକୁ ଦେଇଛନ୍ତି। ଏଇ ଖାଦ୍ୟ ପ୍ରସ୍ତୁତି ପାଇଁ ଧୀରେ ଧୀରେ ତାଙ୍କୁ ସହାୟତା ମିଳିବାରେ ଲାଗିଛି; ଏପରିକି ତାଙ୍କ ନିଜ ପରିବାର ସଦସ୍ୟ ଏବଂ କିଛି ସହକର୍ମୀ ମଧ୍ୟ ତାଙ୍କୁ ତାଙ୍କର ଏଇ ଲୋକକଲ୍ୟାଣ କାମରେ ସହଜୋଗର ହାତ ବଢାଇଛନ୍ତି । 

ରାମଦାସ ବାବୁଙ୍କର ଏଇ ଉଦ୍ୟମ ଆମ ସଭିଙ୍କ ପାଇଁ ପ୍ରେରଣା।ଆମର ହୃଦୟାଭରା ଶୁଭକାମନା ତାଙ୍କ ପାଇଁ !!

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ମାନସିକ ରୋଗୀଙ୍କ ଉଦ୍ଧାର ପାଇଁ କର୍ତ୍ତବ୍ୟନିଷ୍ଠ ବିପିନ ବିହାରୀ

Next Post

ଦିବ୍ୟାଙ୍ଗ ଝିଅ ନୁଆରୀଙ୍କ ଜୀବନ ପାଲଟିଛି ଅନ୍ୟମାନଙ୍କ ପାଇଁ ଉଦାହରଣ

You might also like
soundarya-blind-chess-player
ଅସାଧାରଣ

ଦୃଷ୍ଟିଶକ୍ତି ଠୁ ଶକ୍ତିଶାଳୀ ସୌନ୍ଦର୍ଯ୍ଯଙ୍କ ଇଛାଶକ୍ତି

3 Mins read
October 29, 2022
harapriya-wig
ଅସାଧାରଣ

ମିସନ ସ୍ମାଇଲ ଫର କ୍ୟାନ୍ସର ପେସେଣ୍ଟ

2 Mins read
September 12, 2022
pankaj-tarai-saviour
ଅସାଧାରଣ

ଦେବଦୂତ ପାଲଟିଛନ୍ତି ଡ୍ରାଇଭର୍‌ ଭାଇ

2 Mins read
December 28, 2021
A tribal girl Kuni Dehury proved her unmatched ski A tribal girl Kuni Dehury proved her unmatched skill as a silk reeler at the national level & revamped the life of 500 women through Silk.
A brilliant example of woman empowerment.
#MakeInIndia #ministryoftextiles #mankibaat #PMOIndia #naveen #skillIndia #silkdesign #OdishaSilk
Copy the link below
https://inspiringodisha.com/dreams-of-survival-through-silk/
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.

https://inspiringodisha.com/last-comrade-of-unclaimed-souls/
An animal geneticist has been investigating the na An animal geneticist has been investigating the native livestock breeds of Odisha for the last two decades. His research laid 8 native breeds to get registered and secure their Intellectual Property (IP) rights. 
 #people #innovation #newideas #savenativebreeds #OUAT #animalGenetics #CMOOdisha #PMOIndia

https://inspiringodisha.com/an-effort-to-make-native.../
Change is coming! People are getting aware of the Change is coming! People are getting aware of the negative impact of deforestation and the importance of mangroves in the coastal region.
A small group of people from the Kendrapada district of Odisha have donated their registered land willingly to the forest department for the mangrove plantation.
Be it Dilip, Satyabrat or any other, the names on the list are going up day by day. So, to acknowledge their unique work to save the Hental range the Bhitarkanika forest officials call such people ‘Mangrove Mitra’.
 CMO Odisha Bikram Keshari Arukha PMO India
#Mankibaatpmmodi #SaveHentalMangroves #Odishaforestdepartment
#Bhitarkanikawildlifesanctury #DFOBhitarkanika
https://inspiringodisha.com/friends-of-mangrove-offer.../
The popular Naraj Peacock valley is just 15kms awa The popular Naraj Peacock valley is just 15kms away from Nandankanan Zoo in the capital city Bhubaneswar. The panoramic beauty of the valley is a reflection of Pannu Behera's love for peacocks. But for Kanhu (the grandson of Pannu) it's not just the love for peacocks but also a tribute to the last wish of his grandpa.🦚🦚
We believe stories can be an effective tool of motivation. DM us to cover yours. We'll get you covered.
.
.
#narajpeacockvalley #lighthouse 
.
https://inspiringodisha.com/a-tradition-of-love-that.../
Tike Khusi is a way to pour happiness in the faces Tike Khusi is a way to pour happiness in the faces of people. Through the small initiative, Ranjan Kumar Patra Patra is creating a series of memory with a mere touch of surprise and happiness. And this work in return gives him immense contentment.
A yoga teacher by profession and a cameraholic by passion only aim his work would able to curtail the amount of stress in the lives of people.📸
#lighthouse
https://inspiringodisha.com/tike-khusi-the-gift-of-joy/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies