• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ସଶକ୍ତିକରଣ

ଫୋବର୍ସ ନାୟିକା ମାତିଲଦା

No Comments
December 25, 2021
2 Mins read
153 Views
Feature Image of Matilda Kullu Story

ସୁନ୍ଦରଗଡ଼ ଜିଲାର ବରଗାଁ, ଗାଁଲୋକେ ଥଣ୍ଡା, କାଶ, ଜ୍ବର ହେଲେ ଡାକ୍ତର ପାଖକୁ ଯିବା ପୂର୍ବରୁ ଆଗେ ମାତିଲଦା ଦିଦିକୁ ଖୋଜନ୍ତି। ଦିଦିଙ୍କୁ ଦେଖିଦେଲେ, ସମସ୍ତଙ୍କ ମୁହଁରେ ଫୁଟିଉଠେ ଚେନାଏ ହସ। ପିଲାଠୁ ବୁଢ଼ା ତାଙ୍କୁ ଦେଖିଲେ ସମସ୍ତେ ଫୂର୍ତ୍ତି ହୋଇଯାନ୍ତି। ଗାଁଉଲିଆ ଲୋକଙ୍କର ମାତିଲଦାଙ୍କ ଉପରେ ଅଗାଢ଼ ବିଶ୍ବାସ।

ଗଲା ୧୫ ବର୍ଷ ହେଲାଣି, ଆଶା କର୍ମୀ ଭାବେ ନିରନ୍ତର ଏଇ ଗାଁଲୋକଙ୍କ ସେବାରେ ନିଜକୁ ବ୍ରତୀ କରିଛନ୍ତି ମାତିଲଦା। ରାତିରୁ ସକାଳ ପହରକୁ ଅପେକ୍ଷା କରିଥାନ୍ତି। ସୁରୁଜ ଉଇଁଲା ମାତ୍ରେ ତାଙ୍କ ସାଇକଲର ଯାତ୍ରା ଆରମ୍ଭ ହୁଏ। ଅନ୍ଧବିଶ୍ବାସର କଳା ବାଦଲକୁ ସେଇ ଗାଁ ଊପରୁ ହଟାଇବା ପାଇଁ ମାତିଲଦା କିଛି କମ୍ ତ୍ୟାଗ କରିନାହାନ୍ତି। କିଛି ବର୍ଷ ତଳେ ସ୍ଥାନୀୟ ବାସିନ୍ଦା ଝଡ଼ା ଫୁଙ୍କ କରି ରୋଗ ଦୂରେଇବାର ଏହା ଏକମାତ୍ର ଉପଚାର ବୋଲି ଭାବୁଥିଲେ। ମାତିଲଦା ଆଶାକର୍ମୀ ଭାବେ ନିଯୁକ୍ତି ପାଇବା ପରେ ଅଣ୍ଟା ଭିଡ଼ିଲେ, ଯେମିତି ହେଉ…ଅନ୍ଧବିଶ୍ବାସରୁ ଗାଁଲୋକଙ୍କୁ ବାହାର କରିବେ। ଓଲଟା ଗାଁଲୋକେ ତାଙ୍କୁ ଘୃଣା କଲେ। କେହିକେହି ଅସ୍ପୃଶ୍ୟ ବୋଲି ମଧ୍ୟ କହିଲେ। ମାତିଲଦା ଘରପାଖକୁ ଆସିଲେ, ମା..ମାଉସୀମାନେ ତାଙ୍କ ମୁହଁରେ କବାଟ କିଳିଦେଲେ। ଅପମାନବୋଧ ତ’ ତାଙ୍କୁ ହେଲା, କିନ୍ତୁ ସେ ହାର ମାନିଲେନି। ସାଧାରଣ ଗାଁଲୋକଙ୍କୁ ଅନ୍ଧକାରର ଏହି ଜାଲରୁ ମୁକୁଳିଇବାକୁ ମାତିଲଦା ଆହୁରି ଦୃଢ଼ମନା ହେଲେ। ଶେଷରେ ବିଜୟର ଧ୍ବଜା ଉଡ଼ାଇଲେ ଆଶାକର୍ମୀ ମାତିଲଦା କୁଲୁ।

ଗାଁଲୋକଙ୍କ ବିଶ୍ବାସ ଆଜି ସେ ଜିତିପାରିଛନ୍ତି। ଏବେ ଗାଁରେ କାହାକୁ ଥଣ୍ଡା, ଜ୍ବର, ହେଲେ ସେ ମାତିଲଦାଙ୍କ ଘରକୁ ଔଷଧ ପାଇଁ ଦୌଡ଼ି ଆସୁଛି।ନିରୀହ ଗାଁଲୋକଙ୍କ ମନରୁ ସେଇ ଅସ୍ପୃଶ୍ୟତାର ଘୃଣା ଭାବ ଆଉ ନାହିଁ। କରୋନା ସମୟରେ ମାତିଲଦା ବଡ଼ ଗାଁରେ ଦେବୀ ରୂପ ନେଇଥିଲେ କହିଲେ ଚଳେ। ନିଜେ ସତର୍କ ରହି ଗାଁଲୋକଙ୍କୁ ସତର୍କ ଓ ସଚେତନ କରାଇଲେ। ମାସ୍କ ପିନ୍ଧିବା, ହାତ ସାନିଟାଇଜ୍ କରିବା, ଟୀକା ନେବା, କେହି ଯଦି ଘରେ ସଂକ୍ରମିତ ହେଲା, କ’ଣ କରିବ, ଏସବୁ ବାବଦରେ ମାତିଲଦା ସଚେତନ କଲେ।

ଜଣେ ଆଶା କର୍ମୀ ଭାବେ କାମ କରି ସେ ମାତ୍ର ୪, ୫୦୦ ଟଙ୍କା ମାସିକ ପାଊଣା ପାଉଛନ୍ତି। ମୂଲ୍ୟ ଏବେ ଦୁର୍ମୂଲ୍ୟ ହୋଇଯାଇଛି। ଏସମୟରେ ମାତିଲଦା କିଛି ଆଖିଦୃଶିଆ ବେତନ ପାଉନାହାନ୍ତି କିନ୍ତୁ ଏହି କାରଣରୁ ନିଜ କର୍ତ୍ତବ୍ୟପରାୟଣତାରୁ ସେ ଓହରିନାହାନ୍ତି ମଧ୍ୟ। ବୋଧହୁଏ ତାଙ୍କ ପରିଶ୍ରମର ମୂଲ୍ୟ ଭାବେ ମାତିଲଦା ଆଜି ‘ଫୋବର୍ସ ନାୟିକା’ ପାଲଟିଛନ୍ତି। ମାତିଲଦା ଆଜି ପୂରା ବିଶ୍ବରେ ଚର୍ଚ୍ଚିତ ନାମଟେ, ତାଙ୍କ କାମର ସୌନ୍ଦର୍ଯ୍ୟକୁ ପ୍ରତିଭା କରି ସେ ଫୋବର୍ସ ତାଲିକାରେ ଅନ୍ୟ ସଫଳ ମହିଳାଙ୍କ ପରି ନିଜ ନାମକୁ ଅଳଙ୍କୃତ କରିପାରିଛନ୍ତି। କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତ ମାତିଲଦାଙ୍କ କୃତିତ୍ବ ପାଇଁ ଗର୍ବିତ ଅନୁଭବ କରୁଛି।

asha karmi forbes health activist matilda kullu women empowerment
Shares
Next Post

ବିରଜା କ୍ଷେତ୍ରର ଚାଷୀ ଝିଅ ସୁଭଦ୍ରା

You might also like
milkman
ଭିଡିଓ କାହାଣୀ ସଶକ୍ତିକରଣ

କ୍ୟାରିୟର ପାଇଁ ମେଟ୍ରୋରୁ ଗାଁ ଯାତ୍ରା

2 Mins read
December 31, 2021

ଘନଶ୍ୟାମଙ୍କ ନାମଟି ହିଁ ପରିଚିତ କରାଇଦେଉଛି ଯେ ସେ ପଶ୍ଚିମ ଓଡ଼ିଶା ବାସିନ୍ଦା। ଏମବିଏ ପଢ଼ିବା ପରେ ଦିଲ୍ଲୀ ଏକ ଏମ୍‌ଏନ୍‌ସିରେ ବେଶ୍ ଭଲ ଦରମାରେ ନିଯୁକ୍ତି ପାଇଗଲେ। ସବୁକିଛି ହାତ ପାଆନ୍ତାରେ ଥିଲା ତାଙ୍କର, କେବଳ ଯାହା ମନରେ ଆତ୍ମସନ୍ତୋଷ ନଥିଲା। କିଛିଦିନ ଭାବି ନିଜ ଗାଁରେ ଡାଏରୀ ଫାର୍ମ କରିବାକୁ ଯୋଜନା କଲେ

sarojini-vana
ପରିବେଶ ସଶକ୍ତିକରଣ

ସ୍ନେହ ଓ ଶ୍ରମର ସୁଫଳ – ସରୋଜିନୀ ବନ

2 Mins read
April 12, 2022

ଗଛ ଛାଇରେ ବସି ତାର ସାହାଯ୍ୟ ସୁବିଧା ନେବାକୁ ତ ଅନେକ ଲୋକ ଅଛନ୍ତି କିନ୍ତୁ ଗଛ ଲଗାଇ ତାଙ୍କର ଯତ୍ନ ନେଇ ସୁରକ୍ଷା ଦେଇ ଏକ ଟାଙ୍ଗରା ଭୂମିରେ ଜଙ୍ଗଲ ସୃଷ୍ଠି କରିବାର ସ୍ୱପ୍ନ ଦେଖୁଥିବା ଲୋକମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ସରୋଜିନୀ । ନିଜସ୍ୱ ଚେଷ୍ଟାରେ ସରୋଜିନୀ ଲଗାଇଛନ୍ତି ଅନେକ ଗଛ

prachurya0
ସଶକ୍ତିକରଣ

ଦୃଷ୍ଟିହୀନ କିନ୍ତୁ ସକ୍ଷମରୁ ବି ଆହୁରି ସକ୍ଷମ

3 Mins read
November 25, 2022

ଜନ୍ମାନ୍ଧ ପ୍ରାଚୁର୍ଯ୍ୟ ନିଜର ବିଲକ୍ଷଣ ପ୍ରତିଭା ଏବଂ ଇଛାଶକ୍ତି ବଳରେ ପ୍ରଶାସନିକ ସେବା ସଫଳତାର ସହ ଉତିର୍ଣ୍ଣ ହୋଇଛନ୍ତି

'Sarojini Vana' a small green patch in Bonai is na 'Sarojini Vana' a small green patch in Bonai is named after its caretaker. This governmental plantation project constitutes around 3200 floras. However, the success of this project is credited to Sarojini, whose love and care for the plants turned this barren land into a lush green patch. Now, this green patch became the abode for many birds and a relishing ground for the passersby.

Follow the link below to know more....

#sarojinivan #DFOBonai #environmentalist #odishatourism #odishaforestdepartment 
https://inspiringodisha.com/sarojini-vana-an-example-for-denuded-forest-lands/
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.
click here⬇️⬇️
https://inspiringodisha.com/battled-covid-to-be-a-mother/
Blindness is not an inefficacy. This fact is prove Blindness is not an inefficacy. This fact is proven by 23-year-old Soundarya Kumar Pradhan of Boden in the Sambalpur district of Odisha over and over again in his life. This international chess player withstood each obstacle with courage and excelled both in his academics and career with shining colors.
Learn more about this young talent of Odisha. Click the link below: 
Soundarya Pradhan Prachurya Pradhan
PM Narendra Modi Naveen Patnaik 
#vishwanathananad #sportsministryofindia
Link to the whole story: https://inspiringodisha.com/blind-chess-player-soundarya/
A country will be prosperous when its women folk a A country will be prosperous when its women folk also get empowered. An odia homemaker, Durga Priyadarshini of Bargarh district of Odisha rolled out organic paint made out of Cowdung in the market. 
With the sale of over 10,000 litres till now, her Gaumaya Paintspaint is an eco-friendly alternative to plastic paints and is highly praised by the natives in and out of state.
Click the link to know more about her inspiring journey.

#ecofriendlyproducts #GaumayaPaints #housepainting #letsturntoecoproducts #dairyfarm #startupodisha #PMOIndia #CMOOdisha

https://inspiringodisha.com/odisha-homemaker-makes-eco-friendly-paints-from-cowdung-generates-employment/
https://youtu.be/pluVEMNlcP4 Very few people leave https://youtu.be/pluVEMNlcP4
Very few people leave their luxurious life to stand for the cause of people in the backward areas of Koraput withstanding all pain and challenges. As an ANM, Meenarani Behera fights to ensure better health facilities for tribal people and keep them healthy and happy.
click the link to know more about her:
#NHM #ministryofhealth #UNICEF #CMOOdisha #DharmendraPradhan #ANM #NarendraModi #PMOIndia #Koraput
The popular Naraj Peacock valley is just 15kms awa The popular Naraj Peacock valley is just 15kms away from Nandankanan Zoo in the capital city Bhubaneswar. The panoramic beauty of the valley is a reflection of Pannu Behera's love for peacocks. But for Kanhu (the grandson of Pannu) it's not just the love for peacocks but also a tribute to the last wish of his grandpa.🦚🦚
We believe stories can be an effective tool of motivation. DM us to cover yours. We'll get you covered.
.
.
#narajpeacockvalley #lighthouse 
.
https://inspiringodisha.com/a-tradition-of-love-that.../
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies