• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ପରିବେଶ ସଂରକ୍ଷଣ

ଅସ୍ତରଙ୍ଗର ଗଛ ମାଷ୍ଟ୍ରେ

No Comments
August 12, 2022
2 Mins read
398 Views
Sanskrit-Teacher-plants-over-30,000-trees6

ମୌସୁମୀ ଆସିଲେ ତାଙ୍କୁ ଘାରି ଯାଏ ଗଛ ଲଗେଇବା ର ନିଶା । ପ୍ରତିବର୍ଷ ଏଇ ବର୍ଷା ଋତୁରେ ଆସ୍ତରଙ୍ଗର ଆଖପାଖରେ ସେ ଲଗାଇଥାନ୍ତି  ପ୍ରାୟ ଏକ ହଜାର ରୁ ଅଧିକ ଗଛ । ଦୁଇ ହଜାର ମସିହାରୁ ଏଇପରି କରି ଆଜି ପର୍ଯ୍ୟନ୍ତ ସେ ଲଗାଇ ସାରିଲେଣି ୩୦,୦୦୦ ରୁ ଅଧିକ ଗଛ। ପୁରୀ ଜିଲ୍ଲା ଆସ୍ତରଙ୍ଗ ବ୍ଲକ ବେଳାଭୂମି  ହାଇ ସ୍କୁଲର ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟରତ ବିଜୟ କୁମାର ଭଟ୍ଟ ତେଣୁ ଆଖପାଖ ଅଞ୍ଚଳରେ ପାଇଛନ୍ତି ‘ଗଛ ସାର୍’ ର ମାନ୍ୟତା ।

ଖୋର୍ଦ୍ଧା ଜିଲ୍ଲା ଆମ୍ବଡିହ ଗାଁ ନିବାସୀ ବିଜୟ କୁମାର ଭଟ୍ଟ ୧୯୯୯ ମସିହାରେ ଆସ୍ତରଙ୍ଗ ବେଳାଭୂମି ହାଇ ସ୍କୁଲରେ ସଂସ୍କୃତ ଶିକ୍ଷକ ଭାବେ ଯୋଗ ଦେଇଥିଲେ । କିନ୍ତୁ ସେଇ ବର୍ଷ ମହାବାତ୍ୟା ଯୋଗୁ ଓଡିଶା ଉପକୂଳ ଜିଲ୍ଲାରେ ଘଟି ଥିଲା ଭୀଷଣ କ୍ଷୟକ୍ଷତି । ଅସ୍ତରଙ୍ଗ ଥିଲା ଅନ୍ୟତ୍ତମ ସର୍ବାଧିକ କ୍ଷତିଗ୍ରସ୍ତ ଅଞ୍ଚଳ । ମହାବାତ୍ୟା ର ଆଘାତ ରେ ଉପୁଡିଯାଇଥିଲେ ଅସଂଖ୍ୟ ବୃକ୍ଷରାଜି। ବିଶେଷ କରି ଏଇ ଅଞ୍ଚଳର ଶୋଭା ବଢାଉଥିବା ଏବଂ ଉପକୂଳ ଅଞ୍ଚଳକୁ ସୁରକ୍ଷା ପ୍ରଦାନ କରୁଥିବା ତାଳ ଆଉ ନଡିଆ ଗଛର ବଣ ସବୁ ବସ୍ତୁତଃ ଉଜୁଡି ଯାଇଥିଲା ।  ଏଇ କଥାରେ ଖୁବ ଆଘାତ ପାଇ ଥିଲେ ଗଛ ପ୍ରେମୀ ଭଟ୍ଟ ମାଷ୍ଟ୍ରେ । ପ୍ରକୃତି ଓ ପରିବେଶର ସୁରକ୍ଷା କ୍ଷେତ୍ରରେ ନିଜର ଛୋଟ ଅବଦାନ ଦବାକୁ ସେ ନେଲେ ସଂକଳ୍ପ । ସେବେଠାରୁ ପ୍ରତି ବର୍ଷ ଜୁଲାଇ ଠୁ ସେପ୍ଟେମ୍ବର ଭିତରେ ସେ ତାଳ, ନଡିଆ, ନିମ୍ବ, ଖଜୁରୀ, ବର ଆଦି ଗଛର ଚାରା ସଂଗ୍ରହ କରି ଲୁଣାବନ୍ଧ, ଉପକୂଳବର୍ତୀ ଖାଲି ସ୍ଥାନ, ପଡିଆ ଏବଂ କେନାଲବନ୍ଧ ଆଦିରେ ଲାଗାଇ ଥାନ୍ତି। ଏଇ କାମରେ ତାଙ୍କ ବାର୍ଷିକ ଦରମାର କିଛି ଅଂଶଟିଏ ଖର୍ଚ୍ଚ ହୋଇଥାଏ ।

ଭଟ୍ଟମାଷ୍ଟ୍ରେଙ୍କର ବିଗତ ବାଇଶି ବର୍ଷର ଏଇ ଏକାକୀ ଉଦ୍ୟମର ସୁଫଳ ଏବେ ଦୃଷ୍ଟିଗୋଚର ହେବାରେ ଲାଗିଲାଣି । ଆସ୍ତରଙ୍ଗର ସମୁଦ୍ରକୂଳିଆ କିଛି ଇଲାକାରେ ଏବେ ଆପଣ ଦେଖିବାକୁ ପାଇବେ ତାଙ୍କ ହାତଲଗା ତାଳ, ନଡିଆ ଆଦି ଗଛ ମାନଙ୍କର ପ୍ରାକୃତିକ ସୁରକ୍ଷା ପ୍ରାଚୀର । ଯାହା ଏ ଅଞ୍ଚଳର ମୃତ୍ତିକା ସଂରକ୍ଷଣରେ ଖୁବ ସହାୟକ ହୋଇପାରୁଛି । ସ୍କୁଲ ଛୁଟି ହେବା ପରେ ଏବଂ ସପୂର୍ଣ୍ଣ ଛୁଟି ଦିନ ମାନଙ୍କରେ ବର୍ଷାଋତୁ ସାରା ଭଟ୍ଟ ସାର ଲାଗିଥାନ୍ତି ଜାଗା ଜାଗା ବୁଲି ବୃକ୍ଷ ରୋପଣ କାମରେ। ସାରଙ୍କ କାମରେ ଅନୁପ୍ରାଣିତ ହୋଇ ତାଙ୍କ ଛାତ୍ର ଛାତ୍ରୀମାନେ ମଧ୍ୟ ଏବେ ଏଇ ବାର୍ଷିକ ବୃକ୍ଷରୋପଣ କାମରେ ସହାୟତାର ହାତ ବଢେଇଲେଣି । ସଠିକ ପଦ୍ଧତିରେ ବୃକ୍ଷରୋପଣ କରିବା ପାଇଁ ତାଙ୍କୁ ଅନୁପ୍ରାଣିତ କରିଛନ୍ତି ବନବିଭାଗର ବିଶେଷଜ୍ଞମାନେ । ସେମାନଙ୍କ ଉପଦେଶ ଅନୁସାରେ ପ୍ରତି ଗଛ ଭିତରେ ତିନି ଫୁଟ ବ୍ୟବଧାନ ରଖି ଅଙ୍କାବଙ୍କା ଢାଞ୍ଚା ରେ ସେ ଗଛ ଚାରା ପୋତିଥାନ୍ତି ।

ଗଛମାନଙ୍କୁ ମୁଁ ମୋର ଆପଣାର ମଣିଷଙ୍କ ପରି ଭଲ ପାଏ ଆଉ ଗଛ ଲଗାଇବା ମୋର ସବୁଠାରୁ ପ୍ରିୟ କାମ । ଅବସର ସମୟରେ ଗଛ ଲଗେଇ ପରିବେଶ ସୁରକ୍ଷା ରେ ନିଜର ଯୋଗଦାନ ଦେବାକୁ ମୋର ସବୁ ଛାତ୍ର ଛାତ୍ରୀ ମାନଙ୍କୁ ମୁଁ ସବୁବେଳେ ଅନୁପ୍ରାଣିତ କରିଥାଏ । ମୋ ସାଧ୍ୟମତେ ଆମ ଏ’ ଅଞ୍ଚଳରେ ସମସ୍ତଙ୍କୁ ଗଛ କାଟିବାରୁ ବିରତ କରାଇବାର ଚେଷ୍ଟା ରେ ଥାଏ ମୁଁ। ଯଦି ଅତ୍ୟଧିକ ଆବଶ୍ୟକତାରୁ କାହାକୁ ବି ଗଛ କାଟିବାକୁ ପଡୁଛି ତ ତାଙ୍କୁ ମୋର ବିନୀତ ଅନୁରୋଧ – ଗଛଟିଏ ଯଦି କାଟୁଛନ୍ତି ତାହାଲେ ଦୁଇଟି ନୂଆ ଗଛ ଲଗାନ୍ତୁ ଆଉ ତାର ଯତ୍ନ ନିଅନ୍ତୁ । ଦେଖିବେ ଆପଣଙ୍କରଏଇ ଛୋଟିଆ ଉଦ୍ୟମ ଭବିଷ୍ୟତ ପୀଢି ପାଇଁ ପରିବେଶ ସୁରକ୍ଷା ଦିଗରେ କେତେ ବଡ ଅବଦାନ ହୋଇପାରିବ।

‘ବୃକ୍ଷ ରକ୍ଷତି ରକ୍ଷିତଃ’ -‘ଗଛ ବଞ୍ଚିଲେ ବଞ୍ଚିବ ଜଗତ , ବଞ୍ଚିବେ ମଣିଷ’ – ଏକଥାକୁ ହୃଦୟରେ ଧରି ନିରବଚ୍ଛିନ୍ନ ଭାବେ କାମ କରି ଚାଲିଥବା ଆସ୍ତରଙ୍ଗ ବେଳାଭୂମୀ ହାଇସ୍କୁଲର ଭଟ୍ଟ ମାଷ୍ଟ୍ରେ ଙ୍କୁ ଆମର ହୃଦୟଭରା ସାଧୁବାଦ। ସେ ଆମ ସଭିଙ୍କର ପ୍ରେରଣା।

ଗଛ ସାର
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଗୋବର ପେଣ୍ଟରୁ ଆତ୍ମନିର୍ଭର ହୋଇପାରିଛନ୍ତି ଓଡିଆ ଗୃହଣୀ

Next Post

ପିଲାମାନଙ୍କ ଭବିଷ୍ୟତ ଗଢିବା ପାଇଁ ଉଦ୍ୟମ କରିଚାଲିଛନ୍ତି ଶାନ୍ତାକାର

You might also like
manas
ସଂରକ୍ଷଣ

ଦେଶୀ ବିହନର ସଂରକ୍ଷଣ ମାନସଙ୍କ ଅଭିଯାନ

2 Mins read
December 6, 2024

ପରିବର୍ତ୍ତନଶୀଳ ଯୁଗରେ ଯେଉଁଠାରେ ପାରମ୍ପରିକ କୃଷି ପ୍ରଥା ଲୋପ ପାଇଚାଲିଛି, କଳାହାଣ୍ଡି ଜିଲ୍ଲାର ୪୫ ବର୍ଷୀୟ ମାନସ ରଂଜନ ସାହୁ ଦେଶୀ ବିହନର ରକ୍ଷାକର୍ତ୍ତା ଭାବେ ଏକ ଅଭିଯାନ ବଜାୟ ରଖିଛନ୍ତି । ମାନସ ରଂଜନ ସଂଗ୍ରହ କରିଛନ୍ତି ମୋଟ ୧,୭୫୬ ପ୍ରକାରର ଦୁର୍ଲଭ ଦେଶୀ ବିହନ ଏବଂ ଏହି ବିହନଗୁଡିକର ସଂରକ୍ଷଣ କରିବା ସହ ଅନେକ ଚାଷୀଙ୍କୁ ଦେଶୀ ବିହନ ଓ ଜୈବିକ ଚାଷର ଜ୍ଞାନ ଦେବାକୁ ତାଙ୍କର ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ତାଙ୍କର ଏହି …

subhas_preserver of nature
ପରିବେଶ

ପ୍ରକୃତିର ସୁରକ୍ଷା ଆମର ଦାୟିତ୍ୱ

2 Mins read
May 6, 2024

୫୩ ବର୍ଷ ବୟସ୍କ ସୁବାଷ ଆଜକୁ ପ୍ରାୟ ୪୦ ବର୍ଷ ହେଲା ନିରନ୍ତର ଭାବେ ନିଜେ ଗଛ ଲଗାଇବା ସହ ବିଭିନ୍ନ ସ୍ଥାନରୁ ଚାରା ସଂଗ୍ରହ କରି ଲୋକଙ୍କୁ ବାଣ୍ଟିଥାନ୍ତି

Guardian of endangered Blackbucks
ଭିଡିଓ କାହାଣୀ ସଂରକ୍ଷଣ

ବିଲୁପ୍ତପ୍ରାୟ କୃଷ୍ଣସାର ମୃଗଙ୍କ ସୁରକ୍ଷାରେ ଅମୂଲ୍ୟ

2 Mins read
January 11, 2024

Amulya Upadhyay works tirelessly for the protection of Blackbucks in the Balipadar-Bhetnoi and nearby regions of Ganjam District

As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!Stay tuned... Tap the link.https://www.youtube.com/watch?v=_gUgr_dedKw#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
'Sarojini Vana' a small green patch in Bonai is na 'Sarojini Vana' a small green patch in Bonai is named after its caretaker. This governmental plantation project constitutes around 3200 floras. However, the success of this project is credited to Sarojini, whose love and care for the plants turned this barren land into a lush green patch. Now, this green patch became the abode for many birds and a relishing ground for the passersby.Follow the link below to know more....#sarojinivan #DFOBonai #environmentalist #odishatourism #odishaforestdepartment https://inspiringodisha.com/sarojini-vana-an-example-for-denuded-forest-lands/
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.Know about his story of lone dedication and perseverance by clicking on the link above.
Tike Khusi is a way to pour happiness in the faces Tike Khusi is a way to pour happiness in the faces of people. Through the small initiative, Ranjan Kumar Patra Patra is creating a series of memory with a mere touch of surprise and happiness. And this work in return gives him immense contentment.A yoga teacher by profession and a cameraholic by passion only aim his work would able to curtail the amount of stress in the lives of people.📸#lighthousehttps://inspiringodisha.com/tike-khusi-the-gift-of-joy/
Blindness is not an inefficacy. This fact is prove Blindness is not an inefficacy. This fact is proven by 23-year-old Soundarya Kumar Pradhan of Boden in the Sambalpur district of Odisha over and over again in his life. This international chess player withstood each obstacle with courage and excelled both in his academics and career with shining colors.Learn more about this young talent of Odisha. Click the link below: Soundarya Pradhan Prachurya PradhanPM Narendra Modi Naveen Patnaik #vishwanathananad #sportsministryofindiaLink to the whole story: https://inspiringodisha.com/blind-chess-player-soundarya/
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies