• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଭିଡିଓ କାହାଣୀ ସଂରକ୍ଷଣ

ସ୍ନେହ ଓ ଶ୍ରଦ୍ଧାର ପ୍ରତୀକ – ମୟୂର ଉପତ୍ୟକା

No Comments
January 30, 2022
2 Mins read
459 Views
Peacock Valley A tradition of love that becomes legacy

ନରାଜ ଗାଁର କାହ୍ନୁ ବେହେରାଙ୍କୁ ଲୋକେ ଡ଼ାକୁଛନ୍ତି ପିକକ୍ ମ୍ୟାନ୍ ନାଁରେ । କାହ୍ନୁଙ୍କ ସ୍ୱର ଶୁଣିବା ମାତ୍ରେ ବନ ପାହାଡ଼ ଘେରା ନରାଜ ଅଂଚଳରୁ ଉଡ଼ିଆସନ୍ତି ଦଳ ଦଳ ମୟୁର । ୨୩ ବର୍ଷ ବୟସ୍କା କାହ୍ନୁଙ୍କ ପ୍ରତିଦିନର କାମ ହେଲା ମୟୁରଙ୍କୁ ଖାଦ୍ୟ ଦେବା । ନିଜ ଜେଜେବାପା ପାଣୁ ବେହେରାଙ୍କ ମୃତ୍ୟୁ ପରେ ଏ ମୟୁରଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ କାହ୍ନୁ ସମର୍ପିତ କରିଛନ୍ତି ନିଜକୁ ।

ମୋ ଜେଜେବାପା ଜଣେ ହୋମଗାର୍ଡ ଥିଲେ ଏବଂ ନାରାଜ-ସିଦ୍ଧେଶ୍ୱର ଫାୟାରିଂ ରେଞ୍ଜ ନିକଟରେ ଥିବା ଏକ ଘରେ ରହୁଥିଲେ । ୧୯୯୯ ମହାବାତ୍ୟା ସମୟରେ ଏକ ଆହତ ମୟୂରକୁ ସେ ଘରକୁ ଆଣି କିଛି ଖାଦ୍ୟ ଦେଲେ । ତା ପରଦିନ ଆଉ ଦୁଇ ତିନିଟି ମୟୁର ସେଠାକୁ ଆସିଲେ । ସେ ସେମାନଙ୍କୁ ମଧ୍ୟ ଖାଇବାକୁ ଦେଲେ, ସେମାନେ ସମସ୍ତେ ମୋ ଜେଜେ ବାପାଙ୍କ ଖାଇବା ଦେବାକୁ ଅପେକ୍ଷା କରିବାକୁ ଲାଗିଲେ । ସେବେ ଠାରୁ କ୍ରମଶଃ ମୟୂରଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା ।

୨୦୧୩ ରେ ପାଣୁ ବେହେରା କିନ୍ତୁ ଶ୍ୱାସ ରୋଗରେ ଆକ୍ରାନ୍ତ ହେଲେ ଏବଂ ନାତି କାହ୍ନୁଙ୍କୁ ପକ୍ଷୀମାନଙ୍କୁ ଖାଇବାକୁ ଦେବା ପାଇଁ ତାଙ୍କ ସହିତ ଯିବା ଆରମ୍ଭ କରିବାକୁ କହିଥିଲେ । ଦିନେ ସେ ମୋତେ ତାଙ୍କ ସହିତ ମୟୂର ଖାଇବାକୁ ଦେବାକୁ କହିଥିଲେ । “ମୁଁ ମୟୂର ଏବଂ ମୋ ଜେଜେବାପାଙ୍କ ମଧ୍ୟରେ ବନ୍ଧନ ଦେଖିଲି ଯେତେବେଳେ ସେ ଡାକିଲେ ରାଜା ଆ ଆ..ତାଙ୍କ ସାମ୍ନାରେ ପ୍ରାୟ ୧୦ରୁ ୧୫ ମୟୂର ଭିଡ଼ ହେଲା ଓ ଏହା ମୋ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଥିଲା” ବୋଲି କାହ୍ନୁ କହନ୍ତି ।

“ମୋ ଜେଜେବାପାଙ୍କ ଦେହ କଃମଶ ଅଧିକ ଖରାପ ହେବାରୁ କଟକସ୍ଥିତ ଏସସିବି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମୁଁ ଯେତେବେଳେ ତାଙ୍କୁ ଭେଟିବାକୁ ଯାଇଥିଲି, ସେ ମୟୂର ବିଷୟରେ ପଚାରିଥିଲେ ଓ ମୋତେ କହିଥିଲେ ଯେ, ମୟୂର- ସେମାନଙ୍କର ଖାଦ୍ୟ ଶେଷ ନହେବା ପର୍ଯ୍ୟନ୍ତ ମୋତେ ସେଠାରେ ରହିବାକୁ । ଯେତେବେଳେ ସେ ଆରପାରିକୁ ଚାଲିଗଲେ, ଆମେ ତାଙ୍କର ଶେଷ ଇଚ୍ଛା ପୂରଣ କରି ତାଙ୍କ ମୃତ ଶରୀରକୁ ଏଇ ମୟୁର ଉପତ୍ୟକାକୁ ଆଣିଥିଲୁ । ଶୋକରେ ମୟୂରଗୁଡ଼ିକ ମଧ୍ୟ ତାଙ୍କ ମୃତ ଶରୀରର ଉଭୟ ପାଶ୍ୱର୍ରେ ଛିଡ଼ା ହୋଇ ରହିଥିଲେ ଓ ତାଙ୍କ ମୃତ୍ୟୁର ପ୍ରାୟ ଚାଳିଶ ଦିନ ପର୍ଯ୍ୟନ୍ତ ମୟୁରମାନେ ଖାଇବାକୁ ଆସି ନଥିଲେ ।

“ତା’ପରେ ମୁଁ ଦାୟିତ୍ବ‌ ଗ୍ରହଣ କଲି ଏବଂ ମୋ ଜେଜେବାପାଙ୍କ ପରି ରାଜା ଆ ଆ.. ଡାକିବାକୁ ଲାଗିଲି । ସେମାନେ ଧୀରେ ଧୀରେ ଆସିବାକୁ ଲାଗିଲେ ଓ ମୋ ହାତରୁ ଖାଇଲେ । କ୍ରମଶଃ ସେମାନଙ୍କ ସଖ୍ୟା ବି ବଢ଼ିବାକୁ ଲାଗିଲା ।”

ପଲ ପଲ ମୟୁର ଏଠାକୁ ଆସୁଥିବାରୁ କ୍ରମଶଃ ଲୋକେ ଏହି ସ୍ଥାନକୁ “ପିକକ୍ ଭ୍ୟାଲି” ବା ମୟୁର ଉପତ୍ୟକା ନାଁରେ ଜାଣିଲେ । ଯଦିଓ ଏହି ଅଞ୍ଚଳଟି ଏକ ଫାୟାରିଙ୍ଗ୍ ରେଞ୍ଜ ଅଟେ କିନ୍ତୁ ମୟୂରଗୁଡିକ ନିୟମିତ ଆସନ୍ତି ଓ ଗୁଳିର ଶବ୍ଦ ସେମାନଙ୍କୁ ପ୍ରଭାବିତ କରେ ନାହିଁ । ଏବେ ମୟୁର ମାନଙ୍କୁ ସଖ୍ୟା ବଢ଼ି ୧୫୦ ରୁ ଅଧିକ ହେଲାଣି ।ଆଉ ଆମ ଏଇ ଜାତୀୟ ପକ୍ଷୀକୁ ଦେଖିବା ପାଇଁ ଏବେ ଏଠାକୁ ପ୍ରତିଦିନ ଶହ ଶହ ଲୋକଙ୍କ ସୁଅ ଛୁଟୁଛି ।

“ମୁଁ ଖୁସି ଯେ ମୋ ପରିବାର ମୋତେ ସମର୍ଥନ କରୁଛନ୍ତି । ମୋ ବାପା ଓଡିଶା ପୋଲିସର ଜଣେ କନେଷ୍ଟେବଳ । ସେ ମୟୂର ପାଇଁ ଖାଦ୍ୟ କିଣିବା ପାଇଁ ମାତେ ଟଙ୍କା ଦିଅନ୍ତି । ମୟୂର ଦେଖିବା ପାଇଁ ଆସୁଥିବା ଲୋକମାନେ ମଧ୍ୟ ମୟୁରଙ୍କ ଖାଦ୍ୟ ପାଇଁ ଦାନ କରନ୍ତି । ଲୋକଙ୍କ ଆଶୀର୍ବାଦ ମୋ ସହ ଅଛି ଓ ମୁଁ ମଲା ପର୍ଯ୍ୟନ୍ତ ଖୁସିରେ ଏ କାମ କରିବି“ ବୋଲି କାହ୍ନୁ କହନ୍ତି ।

ପିକକ୍ ଭ୍ୟାଲି ମୟୁର
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଶ୍ମଶାନର ଜାଗ୍ରତ ପ୍ରହରୀ ମଧୁସ୍ମିତା

Next Post

“ଗଛମାନେ ମତେ ଆୟୁଷ ଦେଉଛନ୍ତି”

You might also like
manas
ସଂରକ୍ଷଣ

ଦେଶୀ ବିହନର ସଂରକ୍ଷଣ ମାନସଙ୍କ ଅଭିଯାନ

2 Mins read
December 6, 2024

ପରିବର୍ତ୍ତନଶୀଳ ଯୁଗରେ ଯେଉଁଠାରେ ପାରମ୍ପରିକ କୃଷି ପ୍ରଥା ଲୋପ ପାଇଚାଲିଛି, କଳାହାଣ୍ଡି ଜିଲ୍ଲାର ୪୫ ବର୍ଷୀୟ ମାନସ ରଂଜନ ସାହୁ ଦେଶୀ ବିହନର ରକ୍ଷାକର୍ତ୍ତା ଭାବେ ଏକ ଅଭିଯାନ ବଜାୟ ରଖିଛନ୍ତି । ମାନସ ରଂଜନ ସଂଗ୍ରହ କରିଛନ୍ତି ମୋଟ ୧,୭୫୬ ପ୍ରକାରର ଦୁର୍ଲଭ ଦେଶୀ ବିହନ ଏବଂ ଏହି ବିହନଗୁଡିକର ସଂରକ୍ଷଣ କରିବା ସହ ଅନେକ ଚାଷୀଙ୍କୁ ଦେଶୀ ବିହନ ଓ ଜୈବିକ ଚାଷର ଜ୍ଞାନ ଦେବାକୁ ତାଙ୍କର ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ତାଙ୍କର ଏହି …

muni
ଭିଡିଓ କାହାଣୀ ସଶକ୍ତିକରଣ

କୋୟା ଜନଜାତିଙ୍କୁ ଖୁସି ବାଣ୍ଟୁଛନ୍ତି ମୁନି ମାଡକାମୀ 

2 Mins read
June 18, 2024

ମୁନି ମାଡକାମୀ- ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୋୟା ଜନଜାତିର ଝିଅଟିଏ । ଜିଲ୍ଲାର ପଡିଆ ବ୍ଲକର କାଲଦାପଲ୍ଲୀ ଗ୍ରାମ ପଞ୍ଚାୟତର କୁର୍ତ୍ତୀ ଗ୍ରାମରେ ତାଙ୍କର ଘର। ବୟସ ମାତ୍ର ୧୮ ବର୍ଷ । କିନ୍ତୁ ତାଙ୍କ କାମ ଆଉ ସଫଳତା ସମ୍ମୁଖରେ ତାଙ୍କ ବୟସ ଆଜି କେବଳ ଏକ ସଂଖ୍ୟା । କୃଷି କ୍ଷେତ୍ରରେ ମୁନିଙ୍କର ଉପଲବ୍ଧି ଏବଂ ମାର୍ଗଦର୍ଶନ ତାଙ୍କ ଅଞ୍ଚଳର ପ୍ରାୟ ଅନେକ ଚାଷୀଙ୍କୁ କୃଷି ପ୍ରତି ପୁନଃଆକର୍ଷିତ କରିଛି । ଏକଦା ଏଇ ଚାଷୀମାନେ ରୋଜଗାର ଅନ୍ଵେଷଣରେ ଅନ୍ୟ ରାଜ୍ୟକୁ ଯିବାପାଇଁ ବାଧ୍ୟ ହେଉଥିଲେ । ନିଜ …

Narahari-Malla
ଭିଡିଓ କାହାଣୀ

ଜୀବନର ଶିକ୍ଷା ଦେଉଛନ୍ତି ନରହରି ମଉସା

3 Mins read
April 2, 2024

‘’ପିଲା ଦିନ ଧୁଳିଖେଳ ବୟସରୁ ମୁଁ ସ୍ଵପ୍ନ ଦେଖିଥିଲି ଜଣେ ଶିକ୍ଷକ ହେବାର ସ୍ଵପ୍ନ । ଦେଶର ଭବିଷ୍ୟତମାନଙ୍କୁ ଗଢିବାର ସ୍ଵପ୍ନ । କିନ୍ତୁ ମୋ ଭାଗ୍ୟ ମୋ ସମୟ ମୋର ସ୍ଵପ୍ନକୁ ସ୍ଵପ୍ନରେ ହିଁ ରଖିଦେଲା । ପରିବାରର ସମସ୍ୟା ଆର୍ଥିକ ସ୍ଥିତି ଦୁନିଆର ବୋଝ ତଳେ ଚିପି ହୋଇ ପାଠପଢା ଛାଡି ମତେ ଚାଷବାସ, ବିଲବାଡି, ଆମ ପାନ ବରଜ ସମ୍ଭାଳିବାକୁ ପଡିଲା । ଏତେ ଆଶା କରିଥିଲି କିନ୍ତୁ ମାଟ୍ରିକ ପରୀକ୍ଷା ବି …

An animal geneticist has been investigating the na An animal geneticist has been investigating the native livestock breeds of Odisha for the last two decades. His research laid 8 native breeds to get registered and secure their Intellectual Property (IP) rights.  #people #innovation #newideas #savenativebreeds #OUAT #animalGenetics #CMOOdisha #PMOIndiahttps://inspiringodisha.com/an-effort-to-make-native.../
Blindness is not an inefficacy. This fact is prove Blindness is not an inefficacy. This fact is proven by 23-year-old Soundarya Kumar Pradhan of Boden in the Sambalpur district of Odisha over and over again in his life. This international chess player withstood each obstacle with courage and excelled both in his academics and career with shining colors.Learn more about this young talent of Odisha. Click the link below: Soundarya Pradhan Prachurya PradhanPM Narendra Modi Naveen Patnaik #vishwanathananad #sportsministryofindiaLink to the whole story: https://inspiringodisha.com/blind-chess-player-soundarya/
It doesn't demand an extraordinary skill to save a It doesn't demand an extraordinary skill to save a dying person in a road accident rather than standing as a mere spectator. Instead, it requires humane emotion to save the person who is swinging between life and death. A truck driver from Jagatsinghpur of Odisha saved more than 400 lives because being a human being he is aware of his duties. Click the link below to read more about him..⬇⬇https://inspiringodisha.com/a-truck-driver-saved-more.../
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.Know about his story of lone dedication and perseverance by clicking on the link above.
The popular Naraj Peacock valley is just 15kms awa The popular Naraj Peacock valley is just 15kms away from Nandankanan Zoo in the capital city Bhubaneswar. The panoramic beauty of the valley is a reflection of Pannu Behera's love for peacocks. But for Kanhu (the grandson of Pannu) it's not just the love for peacocks but also a tribute to the last wish of his grandpa.🦚🦚We believe stories can be an effective tool of motivation. DM us to cover yours. We'll get you covered...#narajpeacockvalley #lighthouse .https://inspiringodisha.com/a-tradition-of-love-that.../
It's the story of a scientist who devoted his whol It's the story of a scientist who devoted his whole life to the conservation of the vulnerable or extinct rice genus in the Rayagada district of Odisha. His unique way of rice exchange with the farmers for retaining the rice species has replenished his collection in his rice bank. But his struggle is not over, he has to go the extra mile for reversing the vulnerable rice species.#DrDebalDebandBeyondDevelopmentality #vrihi #basudhahttps://inspiringodisha.com/on-a-trail-to-preserve.../
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies