• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ପରିବେଶ

“ଗଛମାନେ ମତେ ଆୟୁଷ ଦେଉଛନ୍ତି”

No Comments
February 7, 2022
2 Mins read
149 Views
trees give life

“ଗଛମାନେ ମତେ ଆୟୁଷ ଦେଉଛନ୍ତି”- କୁହନ୍ତି ମୟୁରଭଞ୍ଜ ବେତନଟୀ ବ୍ଲକ ବର୍ତ୍ତନା ଗାଁର ଛୟାଅଶୀ ବର୍ଷ ବୟସ୍କ ବେଣୁଧର ସ୍ୱାଇଁ । ତାଙ୍କ କହିବା ଅନୁଯାୟୀ ଏକଦା ଘଞ୍ଚ ଜଙ୍ଗଲରେ ଭରପୂର ଥିଲା ତାଙ୍କ ବେତନଟୀ ଅଂଚଳ । ଶାଳ, ପିଆଶାଳ, ଆମ୍ବ, କରଂଜ ଗଛଙ୍କ ସହ ବିଭିନ୍ନ ପଶୁପକ୍ଷୀଙ୍କ ସ୍ୱର ଶୁଭୁଥିଲା ତାଙ୍କ ଗାଁ ଚାରିପାଖେ । “ବର୍ତ୍ତମାନ କିନ୍ତୁ ଆଉ ସେ ଜଙ୍ଗଲ କାହିଁ !” – ପଚାରନ୍ତି ବେଣୁଧର ।

ବେଣୁଧର ଥିଲେ ଜଣେ ଚାଷୀ । ଚାଷବାସ କରି ନିଜ ପରିବାର ପୋଷିବା ସହ ତାଙ୍କର ଆଉ ଏକ କାମ ଥିଲା ଜଙ୍ଗଲ ସୃଷ୍ଠି କରିବା ଓ ତାର ଯତ୍ନ ନେବା । ବର୍ତ୍ତମାନ ଗାଁ ପାଖେ ଯାହା କିଛି ଜଙ୍ଗଲ ବଂଚିଛି, ସେଠାରେ ଦେଖାଯାଉଥିବା ବଡ଼ଗଛ ସବୁ ତାଙ୍କ ପରି ପୂର୍ବ ପିଢୀର ଅବଦାନ । ଏବେକାର ପିଲାମାନେ ଆଉ ଜଙ୍ଗଲର ମୂଲ୍ୟ ବୁଝୁନାହାନ୍ତି ବୋଲି ବେଣୁଧରଙ୍କର ଅଭିମାନ । 

“ପଇସା ପାଇଁ କାଟି ପକଉଛନ୍ତି । ଆଉ ଏ ଜଙ୍ଗଲରେ ହରିଣଟିଏ ମଧ୍ୟ ଦେଖା ଯାଉନାହାନ୍ତି । ମୁଁ ବହୁତ ଦିନ ତଳେ ଡିଏଫଓ ବାବୁଙ୍କୁ କହିଥିଲି ଆମ ଜଙ୍ଗଲରେ ଦୁଇଟି ଭାଲୁ ଆଣି ଛାଡ଼ିଦିଅନ୍ତୁ । ଲୋକ ଡରି ଆଉ ଜଙ୍ଗଲକୁ ଯିବେନି କି ଗଛ କାଟିବେନି ଓ ଜଙ୍ଗଲଟି ବଂଚିଯିବ ।”

ବେଣୁଧରଙ୍କର ଦୁଇ ପୁଅ । ସେଥିରୁ ଜଣେ ପୁଅ ଜଙ୍ଗଲ ବିଭାଗରେ କାମ କରନ୍ତି । ବିଭିନ୍ନ ସମୟରେ ପାଖ ଜଙ୍ଗଲରୁ ହାତୀମାନେ ପଶିଆସନ୍ତି ତାଙ୍କ ଗାଁକୁ । ତାଙ୍କ ଅଗଣାକୁ ଆସି ଧାନ ଖାଆନ୍ତି ଓ ଚାଲିଯାଆନ୍ତି । କାହାର କିଛି ଅନିଷ୍ଟ କରନ୍ତି ନାହିଁ । କି ଘର ଭାଗନ୍ତି ନାହିଁ । ତାଙ୍କ ପୁଅଙ୍କୁ ହାତୀମାନେ ମାନନ୍ତି ବୋଲି କୁହନ୍ତି ବେଣୁଧର । ପୂର୍ବରୁ ଜଙ୍ଗଲ ଉପରେ ନିର୍ଭର କରି ପଶୁପକ୍ଷୀଙ୍କ ସହ ମିଶି ଚଳୁଥିଲେ ଗାଁଲୋକ । କେବେ କିଛି ଅସୁବିଧା ହୁଏନାହିଁ । ଏବେ କିନ୍ତୁ ଜଙ୍ଗଲକୁ କାଟି ପଦା କରି ସାରିଲେଣି । ପଶୁପକ୍ଷୀ କୁଆଡେ ଯିବେ ! ସବୁ ମରିହଜି ଗଲେଣି । କେବଳ ବାର୍‌ହା, ଠେକୁଆ ଅଛନ୍ତି । ସେଥିପାଇଁ ତ ଜଙ୍ଗଲବାବୁଙ୍କୁ କହିଲି ଦୁଇଟି ହେଟାବାଘ ଏଠି ଜଙ୍ଗଲରେ ଛାଡି ଦେବାକୁ କିନ୍ତୁ ସେ କହିଲେ ବାଘ ପାଇଁ ଜଙ୍ଗଲରେ ଆଉ ଖାଦ୍ୟ ନାହିଁ, ସେ ଆସି ଗାଁରେ ପଶିବେ, ଗାଈଛେଳିଙ୍କୁ ଖାଇବେ ।”

ଅଭାବୀ ଦୁନିଆରେ ଟଙ୍କାପଇସା ଦରକାର ହେଲେ ଲୋକେ ଗଛ କାଟି ନେଇ ବିକି ଦେଉଛନ୍ତି ବୋଲି କୁହନ୍ତି ବେଣୁଧର । କିନ୍ତୁ ତାଙ୍କ ହାତ ଯାଏନି ଗଛ କାଟିବାକୁ ।

“ଗଛ ସବୁ ମୋ ଛୁଆ ପରି । ମୋ ନିଜ ପୁଅଙ୍କ ପରି ତାଙ୍କୁ ଏଇ ହାତରେ ବଢେଇକି ଏଡିକିରୁ ଏଡେ କରିଛି । ମୋ ହାତ ଯାଏନି ଆଜ୍ଞା ତାଙ୍କୁ ହାଣିବାକୁ ।”

“ଯାହା ହେଇଯାଉ ଯେତେ ଅଭାବ ଅନଟନ ଆସୁ ମୁଁ ଆଦୌ ଯାଏନି କାଟିବାକୁ । ଥରେ ବହୁତ ଅଭାବ ପଡିଲା, ମୋର ହାତ କିନ୍ତୁ ଗଲାନି । ବାଧ୍ୟ ହୋଇ ଅନ୍ୟ ଲୋକଙ୍କୁ ୨୦ଟଙ୍କା ଦେଇ ପଠେଇଦେଲି କାଟିବାକୁ । କଣ ଆଉ କରିଥାନ୍ତି !” 

ଏବେ ବୁଢା ବୟସରେ ବେଣୁଧର ଆଉ ପୂର୍ବପରି କାମଧାମ କରି ନପାରୁଥିଲେ ମଧ୍ୟ ସୁସ୍ଥ ଅଛନ୍ତି, ଚଲାବୁଲା କରିପାରୁଛନ୍ତି । “ମତେ ୮୬ ହେଲାଣି କିନ୍ତୁ ଆହୁରି ୨୦ବର୍ଷ ମୁଁ ବଂଚିବି । କାରଣ ଏଇ ଗଛମାନେ ମତେ ଆୟୁଷ ଦେଉଛନ୍ତି ।”

ଗଛ ଘଞ୍ଚ ଜଙ୍ଗଲ ପଶୁପକ୍ଷୀ ମୟୁରଭଞ୍ଜ
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ସ୍ନେହ ଓ ଶ୍ରଦ୍ଧାର ପ୍ରତୀକ – ମୟୂର ଉପତ୍ୟକା

Next Post

ଫଟୋ ମାଧ୍ୟମରେ “ଟିକିଏ ଖୁସି” ବାଟୁଂଛନ୍ତି ରଞ୍ଜନ

You might also like
sarojini-vana
ପରିବେଶ ସଶକ୍ତିକରଣ

ସ୍ନେହ ଓ ଶ୍ରମର ସୁଫଳ – ସରୋଜିନୀ ବନ

2 Mins read
April 12, 2022

ଗଛ ଛାଇରେ ବସି ତାର ସାହାଯ୍ୟ ସୁବିଧା ନେବାକୁ ତ ଅନେକ ଲୋକ ଅଛନ୍ତି କିନ୍ତୁ ଗଛ ଲଗାଇ ତାଙ୍କର ଯତ୍ନ ନେଇ ସୁରକ୍ଷା ଦେଇ ଏକ ଟାଙ୍ଗରା ଭୂମିରେ ଜଙ୍ଗଲ ସୃଷ୍ଠି କରିବାର ସ୍ୱପ୍ନ ଦେଖୁଥିବା ଲୋକମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ସରୋଜିନୀ । ନିଜସ୍ୱ ଚେଷ୍ଟାରେ ସରୋଜିନୀ ଲଗାଇଛନ୍ତି ଅନେକ ଗଛ

GachhaSirofPuri
ପରିବେଶ ଭିଡିଓ କାହାଣୀ

ଗଛ ସାର୍‌ଙ୍କ ପାଇଁ ପୁରୀରେ ହସୁଛି ପରିବେଶ

2 Mins read
December 31, 2021

ଗଛ ଫୁଲ ପତ୍ରଙ୍କ ସହ ସମୟ ବିତେଇବାରେ ସେ ପାଆନ୍ତି ଅବ୍ୟକ୍ତ ଆନନ୍ଦ । ଏବଂ ଏହି ଆନନ୍ଦକୁ ସେ ବାଂଟିବାକୁ ଚାହାନ୍ତି ସମସ୍ତଙ୍କ ସହ । ବିଭିନ୍ନ ଅବସରରେ ସାଇକେଲରେ ଗଛ ଧରି ପଂହଚିଯାଆନ୍ତି ପୁରୀର ଆଖପାଖ ଅଂଚଳମାନଙ୍କରେ – ବୃକ୍ଷରୋପଣ ପାଇଁ

Rahul-Maharana
ପରିବେଶ

ପ୍ଲାଷ୍ଟିକ୍ ବିପ୍ଳବୀ ରାହୁଲ୍

2 Mins read
March 24, 2022

ରାହୁଲ୍ ମହାରଣା, ୨୨ ବର୍ଷର ଯୁବକଟେ। ଭୁବନେଶ୍ବରର ଏକ ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀ ଭାବେ କାମ କରୁଥିବା ରାହୁଲ୍ ପ୍ରତି ସପ୍ତାହର ଶନିବାର ରାତିକୁ ଭାରି ଆତୁରରେ ଅପେକ୍ଷା କରିଥାଏ। କାରଣ ତା’ ଆରଦିନ ସକାଳୁ ସେ ନିଜ ଲକ୍ଷ୍ୟପଥକୁ ବାହାରିବ। ପ୍ରତ୍ୟେକ ରବିବାର ଭୋରବେଳା ଉଠି ପଡ଼ି ରାହୁଲ ତା’ ହ୍ୟାଣ୍ଡ ଗ୍ଲୋଭସ୍, ଗାରବେଜ୍ ବ୍ୟାଗ୍ ଧରି ପୁରୀ ଅସ୍ତରଙ୍ଗ ଜିଲାର ଦେବୀ ମୁହାଣକୁ ବାହାରିଯାଏ। ସେଠି ପହଞ୍ଚିବା ପରେ କାମରେ ଲାଗିପଡ଼େ ରାହୁଲ୍, ଦିନ ଥାଉଥାଉ ଯେମିତି ସବୁ କାମ ସରିବ ଏଇ ଲକ୍ଷ୍ୟ ଥାଏ। କାମ ହେଉଛି କୂଳ ପାଖରେ ଗଦା ହେଇଥିବା ଅଳିଆ ଆବର୍ଜନା, କପଡ଼ା, ପ୍ଲାଷ୍ଟିକ୍ ଆଦି ଗୋଟାଇବା। ପ୍ଲାଷ୍ଟିକ୍ ଆମ ପରିବେଶକୁ ବିଷାକ୍ତ କରିଦେଉଛି, ଏ କଥାକୁ ରାହୁଲ୍ ଭଲଭାବେ ବୁଝିସାରିଛି।

As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.
Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.
This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!
Stay tuned... Tap the link.

https://www.youtube.com/watch?v=_gUgr_dedKw

#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
"The Bloodman of Odisha" Dhirendra Thakur of Bhuba "The Bloodman of Odisha"
Dhirendra Thakur of Bhubaneswar is saving people's lives irrespective of time and place. He not only donates blood but avails all kinds of possible help to the needy 24x7. His selfless effort is really an inspiration for all of us.😇

#DOANTEBLOODSAVELIFE 
https://inspiringodisha.com/blood-man-of-odisha/
Our society needs people like Benudhar Swain who a Our society needs people like Benudhar Swain who are conscious of the forest and its relevance. The 86-years-old farmer is planting trees and promoting afforestation in his native place at Betanati block, Mayurbhanj. His life lies in trees and rears them just like his own children.
.
.
If every one of us shares the same feeling as Benudhar, the mother earth can be saved from being BARREN...
#SAVETREESSAVELIFE #GREEENINITIATIVE #GREENEARTH

https://inspiringodisha.com/the-trees-are-giving-me-life/
Change is coming! People are getting aware of the Change is coming! People are getting aware of the negative impact of deforestation and the importance of mangroves in the coastal region.
A small group of people from the Kendrapada district of Odisha have donated their registered land willingly to the forest department for the mangrove plantation.
Be it Dilip, Satyabrat or any other, the names on the list are going up day by day. So, to acknowledge their unique work to save the Hental range the Bhitarkanika forest officials call such people ‘Mangrove Mitra’.
 CMO Odisha Bikram Keshari Arukha PMO India
#Mankibaatpmmodi #SaveHentalMangroves #Odishaforestdepartment
#Bhitarkanikawildlifesanctury #DFOBhitarkanika
https://inspiringodisha.com/friends-of-mangrove-offer.../
A 71-year-old clerk who lives 20 km away from Bhub A 71-year-old clerk who lives 20 km away from Bhubaneswar in Sarkana Village, Balianta block is empowering the lives of more than 5,000 fish farmers every year. 
His #Aquaculture Field has become the training cum research school for young entrepreneurs in fish breeding, brood production and water management; that too #freeofcost. Starting from a learner to being a tutor, he opines that if done in the right process with technical assistance and patience, fish farming could be a profitable career. His top-notch contribution in the field of Aquaculture has conferred him with ‘Padma Shri’ in 2020. His selfless guidance has inspired many youths in this field, thus, transforming their socio-economic condition.
#SarkanaCarpHatchery #AquacultureFieldSchool #ICAR #CIFA
#lighthouse
https://inspiringodisha.com/a-clerk-who-becomes-the.../
Ever heard of Hair donation? Harapriya Nayak, a s Ever heard of Hair donation? 
Harapriya Nayak, a social activist in the Jatni block of Khordha district, donates her hair to poor cancer patients. In the form of wigs, she gifts them to women cancer fighters who lost their hair and confidence as well during treatment. 
She hopes for a day when just like blood donation, people would come forward for hair donation too.
so, what motivated her to stand for cancer patients?
#Missionsmileoncancerpatient #SOPVA #harapriyanayak #PMNarendraModi #fightagainstcancer #ManKiBaat #liveforachange

https://inspiringodisha.com/gift-of-wigs-to-cancer-fighters/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies