• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଭିଡିଓ କାହାଣୀ

ଜୀବନର ଶିକ୍ଷା ଦେଉଛନ୍ତି ନରହରି ମଉସା

No Comments
April 2, 2024
3 Mins read
248 Views

‘’ପିଲା ଦିନ ଧୁଳିଖେଳ ବୟସରୁ ମୁଁ ସ୍ଵପ୍ନ ଦେଖିଥିଲି ଜଣେ ଶିକ୍ଷକ ହେବାର ସ୍ଵପ୍ନ । ଦେଶର ଭବିଷ୍ୟତମାନଙ୍କୁ ଗଢିବାର ସ୍ଵପ୍ନ । କିନ୍ତୁ ମୋ ଭାଗ୍ୟ ମୋ ସମୟ ମୋର ସ୍ଵପ୍ନକୁ ସ୍ଵପ୍ନରେ ହିଁ ରଖିଦେଲା । ପରିବାରର ସମସ୍ୟା ଆର୍ଥିକ ସ୍ଥିତି ଦୁନିଆର ବୋଝ ତଳେ ଚିପି ହୋଇ ପାଠପଢା ଛାଡି ମତେ ଚାଷବାସ, ବିଲବାଡି, ଆମ ପାନ ବରଜ ସମ୍ଭାଳିବାକୁ ପଡିଲା । ଏତେ ଆଶା କରିଥିଲି କିନ୍ତୁ ମାଟ୍ରିକ ପରୀକ୍ଷା ବି ଦେଇପାରିଲିନି ! ଏଇ ଜୀବନରେ ମୋ ସ୍ଵପ୍ନ ସିନା ଅଧୁରା ରହିଲା ହେଲେ ପିଲାଏ ଅଧାରୁ ପାଠ ନ’ଛାଡନ୍ତୁ, ଶିକ୍ଷା ଧନରେ ଧନୀ ହୁଅନ୍ତୁ, ଭଲ ମଣିଷ ହୁଅନ୍ତୁ – ଏଥି ପାଇଁ ମୋର ସୀମିତ ଶକ୍ତି ଆଉ ବୁଦ୍ଧିରେ ଯାହା ସମ୍ଭବ, ସାରା ଜୀବନ ଚେଷ୍ଟା କରିଚାଲିଛି ଆଉ ବଞ୍ଚିଥିବା ଯାଏଁ ମୋର ଉଦ୍ୟମ ଜାରିରହିବ ।”

ପଚାରିଲେ ନିଜ ଜୀବନ ବିଷୟରେ ଏଇ କଥା କେଇପଦ କହୁ କହୁ ଭାବପ୍ରବଣତାରେ ଆଖି ଛଳ ଛଳ ହୋଇଯାଏ ପୁରୀ ଜିଲ୍ଲା କାକଟପୁର ବ୍ଲକ ଜଳେଶ୍ଵରପଡା ବ୍ଲକ ବାଆଁବରଡା ଗାଁର ଛସ୍ତରି ବର୍ଷ ବୟସ୍କ ନରହରି ମଲ୍ଲଙ୍କର । ଏଇ ବୟସରେ ବି ସ୍ଵନିର୍ଦ୍ଧାରିତ ନିଜର ସାମାଜିକ ଦାୟିତ୍ଵବୋଧକୁ ତୁଲାଇବାରେ ତାଙ୍କର କାର୍ଯ୍ୟଧାରା ସତରେ ଦେଖିବାର କଥା । ଆଉ ଆଖପାଖ ଅଞ୍ଚଳରେ ସେ ପରିଚିତ ନାଟୁଆ ନରି ମଉଷା ଭାବରେ ।

ଖୁବ ଛୋଟ ବେଳୁ ଲକ୍ଷ ତାଙ୍କର ଥିଲା ଭଲ ପାଠ ପଢି ଶିକ୍ଷକଟିଏ ହେବେ । କିନ୍ତୁ ନିୟତି ତାଙ୍କର ଥିଲା ଅନ୍ୟ ପ୍ରକାରର । ପାରିବାରିକ ଆର୍ଥିକ ସମସ୍ୟା, ପରିବାର ଚଳେଇବାର ଦାୟିତ୍ଵ ତୁଲେଇବାକୁ ଯାଇ ମାଟ୍ରିକ ପରୀକ୍ଷା ପୂର୍ବରୁ ହିଁ ତାଙ୍କ ପାଠରେ ଡୋରୀ ବନ୍ଧା ହେଲା । ପାରିବାରିକ ଚାଷ ଓ ପାନ ବରଜ କରି କଷ୍ଟେ ମଷ୍ଟେ ଗୁଜୁରାଣ ମେଣ୍ଟାଇବା ଭିତରେ କିନ୍ତୁ ପିଲାଦିନର ସ୍ଵପ୍ନ ତାଙ୍କୁ ଆଣିଦେଇଥିଲା ସାମାଜିକ ଉତ୍ତରଦାୟିତ୍ବର ଲକ୍ଷ୍ୟ । ନିଜେ ସିନା ପଢି ପାରିଲେନି କିନ୍ତୁ ନିଜ ଗାଁ ତଥା ଆଖପାଖ ଅଞ୍ଚଳର ପିଲାଏ କେମିତି ଅଧାରୁ ପାଠ ପଢା ନଛାଡ଼ି ଶିକ୍ଷା ନିଜ ଜୀବନ ବ୍ରତ ଭାବେ କରିନେବେ, ସତ ଚରିତ୍ର ଗଠନ କରିବେ, ଭଲ ମଣିଷ ହେବେ ସେଥିପାଇଁ ଉତ୍ତରପୀଢିକୁ ପ୍ରୋତ୍ସାହିତ କରିବା ପାଇଁ ସେ ଚେଷ୍ଟା କରିବାରେ ଲାଗିଲେ ।

କମ ପାଠ ପଢିଥିଲେ ବି ନର ମଉସାଙ୍କ ଭାଷାଜ୍ଞାନ, ଶବ୍ଦ ସଂଯୋଜନା ବେଶ ଉଚ୍ଚକୋଟିର । ମନ ସାଧ ମେଣ୍ଟାଇବାକୁ କବିତା ନାଟକ ଆଦି ଲେଖାଲେଖି ବି କରନ୍ତି ସମୟ ବାହାରକରି । ପୁଣି ପିଲାଦିନର ଅଭିନୟ ଓ ଲୋକକଳା ପ୍ରତି ରୁଚିକୁ ସେ ନିଜ ନିଶାରେ ପରିଣତ କଲେ । ଆଖପାଖ ଅଞ୍ଚଳର ଲୋକନୃତ୍ୟ ଓ ଲୋକଗୀତ ଦଳମାନଙ୍କୁ ନିସ୍ଵାର୍ଥପର ଭାବରେ ପ୍ରୁଷ୍ଠପୋଷକତା, ଦିଗଦର୍ଶନ ଦେଇଆସୁଛନ୍ତି ନରି ମଉସା । ଶିକ୍ଷା, ଶିକ୍ଷାର ମହତ୍ଵ ଭଲ ମଣିଷ ହେବାର ଆଚାର ଆଦି ବିଭିନ୍ନ ବିଷୟ ବସ୍ତୁକୁ ନେଇ ସେ ଲେଖିଛନ୍ତି ଅନେକ ଛୋଟ ଛୋଟ ଗୀତ ଓ ନାଟକ । ନିଜ ଗାଁ ସାଙ୍ଗକୁ ଗାଁ ଗାଁ ସହର ସହର ବୁଲି ସ୍କୁଲମାନଙ୍କୁ ଯାଇ ଏଇ ନାଟ ଗୀତ ସବୁ ପିଲାଙ୍କୁ ଶିଖାଇ ଅଭିନୟ କରାନ୍ତି ଆଉ ତାହାରି ମାଧ୍ୟମରେ ହିଁ କୋମଳମତି ପିଲାଙ୍କୁ ସେ ଶିଖାଇଥାନ୍ତି କେମିତି ନିଜ ଜୀବନକୁ ସଠିକ ମାର୍ଗରେ ଗଢିହେବ । 

“ନିଜେ ତ ପଢି ପାରିଲିନି ଆଜ୍ଞା କିନ୍ତୁ ମୋ ପେଟପାଟଣାରୁ ସମୟ କାଢି ଗାଁ ଗାଁ ସ୍କୁଲ ସ୍କୁଲ ବୁଲି ନାଟ ଗୀତ ମାଧ୍ୟମରେ ପିଲାଙ୍କୁ ପାଠ ପଢିବାକୁ ଓ ନିଜକୁ ଭଲ ମଣିଷ କରି ଗଢିବାକୁ ଶିଖାଇବାରେ ଚେଷ୍ଟାକରେ । ଏନେଇ କେତେ ନାଟ ଗୀତ ସବୁ ଲେଖିଛି । ପିଲାଙ୍କୁ ଶିଖାଇଦେଲେ ସେମାନେ ବଢିଆ ଅଭିନୟ କରନ୍ତି ଆଉ ଏଇପରି ଭାବରେ ଶିଖେଇବାର ନିଶ୍ଚୟ ଭଲ ପ୍ରଭାବ ରହିଛି । ନିଜ ଗାଁ ଛଡା ସାଇକେଲରେ କେତେ ଗାଁ ବୁଲି ଏଇ କାମ କରିଛି । ଗୋପ, କାକଟପୁର, ନିଆଳି, ଭୁବନେଶ୍ଵର ଏମିତିକି ମାଲକାନଗିରିର ଅନେକ ସ୍କୁଲରେ ବି ଯାଇ ନାଟ କରେଇଛି । ଶିକ୍ଷକ ଓ ଅଭିଭାବକ ମାନେ ବି ଭାରି ଖୁସି ହୁଅନ୍ତି । କେହି କେହି ମତେ ଆର୍ଥିକ ପ୍ରୋତ୍ସାହନ ଦେବାପାଇଁ ଅଡିବସନ୍ତି । ମୋର କିନ୍ତୁ ଅର୍ଥ ଲୋଡା ନାହିଁ ଆଜ୍ଞା ।ଏଇ କାମ ବିନା ସ୍ଵାର୍ଥରେ ନିଜ ଶକ୍ତିରେ ହିଁ କରିଛି ସବୁବେଳେ । ଆଜି ୭୬ ବର୍ଷ ବୟସରେ ମୁଁ ଯେତେବେଳେ ପଛକୁ ଚାହିଁ ମୋ କାମର କଥା ଭାବେ, ଦେଖେ ଯେ – ଅତୀତରେ ଅନେକ ପିଲା ଯାହାକୁ ମୁଁ ନାଟ ଗୀତ ମାଧ୍ୟମରେ କିଛି ଜୀବନର ଶିକ୍ଷା ଦେବାକୁ ଚେଷ୍ଟା କରିଥିଲି ସେମାନଙ୍କ ଭିତରୁ ଅନେକେ ଆଜି ବଡ ମଣିଷ ହୋଇଛନ୍ତି, କେତେ ଉପର ସ୍ତରକୁ ଯାଇଛନ୍ତି । ମୋ ଶିକ୍ଷାକୁ ସେମାନେ ଗ୍ରହଣ କରି ଆଗକୁ ବଢିପାରିଛନ୍ତି – ଏଇ ମୋର ଖୁସି, ଏଇ ମୋର ଗର୍ବ, ଏଇ ମୋ କାମର ସାର୍ଥକତା ।”

ଚାଷ ବାସ ପାନ ବରଜ କାମର ଖଟଣିକୁ ବୟସ ଆଉ ବେଶୀ ଆରଉନି ବୋଲି ନରି ମଉଷା ଆଜିକାଲି ପାନ ଦୋକାନଟିଏ କରି ପେଟପାଟଣା ଦେଖୁଛନ୍ତି ସିନା କିନ୍ତୁ ଆଖ ପାଖ ସ୍କୁଲମାନଙ୍କୁ ଯାଇ ପିଲାଙ୍କୁ ନାଟ ଗୀତ ମାଧ୍ୟମରେ ଜୀବନର ପାଠ ପଢେଇବା କାମ ଏବେବି କରି ଚାଲିଛନ୍ତି । ତାଙ୍କ ପରି ମଣିଷଟିଏ ଆଜିର ବସ୍ତୁବାଦୀ ସମୟରେ ପାଇବା ସତରେ ଏକ ଭାଗ୍ୟର କଥା । ସାମାଜିକ ଉତ୍ତର ଦାୟୀତ୍ବ ତୁଲାଇବାର ଏକ ବିରଳ ଉଦାହରଣ କାକଟପୁର ବାଆଁବରଡାର ନରି ମଉଷା ।

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

କର୍କଟ ରୋଗୀଙ୍କୁ ମାଗଣା ସେବା ଯୋଗାଇ ଆସୁଛନ୍ତି ଅମ୍ରିତ ଧାରା

Next Post

ପ୍ରକୃତିର ସୁରକ୍ଷା ଆମର ଦାୟିତ୍ୱ

You might also like
muni
ଭିଡିଓ କାହାଣୀ ସଶକ୍ତିକରଣ

କୋୟା ଜନଜାତିଙ୍କୁ ଖୁସି ବାଣ୍ଟୁଛନ୍ତି ମୁନି ମାଡକାମୀ 

2 Mins read
June 18, 2024

ମୁନି ମାଡକାମୀ- ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୋୟା ଜନଜାତିର ଝିଅଟିଏ । ଜିଲ୍ଲାର ପଡିଆ ବ୍ଲକର କାଲଦାପଲ୍ଲୀ ଗ୍ରାମ ପଞ୍ଚାୟତର କୁର୍ତ୍ତୀ ଗ୍ରାମରେ ତାଙ୍କର ଘର। ବୟସ ମାତ୍ର ୧୮ ବର୍ଷ । କିନ୍ତୁ ତାଙ୍କ କାମ ଆଉ ସଫଳତା ସମ୍ମୁଖରେ ତାଙ୍କ ବୟସ ଆଜି କେବଳ ଏକ ସଂଖ୍ୟା । କୃଷି କ୍ଷେତ୍ରରେ ମୁନିଙ୍କର ଉପଲବ୍ଧି ଏବଂ ମାର୍ଗଦର୍ଶନ ତାଙ୍କ ଅଞ୍ଚଳର ପ୍ରାୟ ଅନେକ ଚାଷୀଙ୍କୁ କୃଷି ପ୍ରତି ପୁନଃଆକର୍ଷିତ କରିଛି । ଏକଦା ଏଇ ଚାଷୀମାନେ ରୋଜଗାର ଅନ୍ଵେଷଣରେ ଅନ୍ୟ ରାଜ୍ୟକୁ ଯିବାପାଇଁ ବାଧ୍ୟ ହେଉଥିଲେ । ନିଜ …

Guardian of endangered Blackbucks
ଭିଡିଓ କାହାଣୀ ସଂରକ୍ଷଣ

ବିଲୁପ୍ତପ୍ରାୟ କୃଷ୍ଣସାର ମୃଗଙ୍କ ସୁରକ୍ଷାରେ ଅମୂଲ୍ୟ

2 Mins read
January 11, 2024

Amulya Upadhyay works tirelessly for the protection of Blackbucks in the Balipadar-Bhetnoi and nearby regions of Ganjam District

rksahoo
ଭିଡିଓ କାହାଣୀ

ପଶୁ ପକ୍ଷୀଙ୍କ ପ୍ରେମ ରେ ନିଆରା ମଣିଷ ରାଜନ ଦାସ

1 Min read
May 21, 2023

ନିଜ କାମରୁ ଫୁରୁସତ ପାଇବା ମାତ୍ରେ ବାଣୀବିହାର ପରିସର ସମେତ ଭୁବନେଶ୍ୱର ସାରା ବୁଲି ବୁଲି ବେସାହାରା ଷଣ୍ଢ ,ଗାଈ, ବୁଲା କୁକୁର , ପାରା ଆଦି ବିଭିନ୍ନ ପଶୁପକ୍ଷୀମାନଙ୍କୁ ନିଜ ହାତରେ ଖାଦ୍ୟ ରାନ୍ଧି ଖୁଆଇବା ରାଜନ ଦାସଙ୍କର ନୀତିଦିନିଆ କାମ

As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!Stay tuned... Tap the link.https://www.youtube.com/watch?v=_gUgr_dedKw#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
An animal geneticist has been investigating the na An animal geneticist has been investigating the native livestock breeds of Odisha for the last two decades. His research laid 8 native breeds to get registered and secure their Intellectual Property (IP) rights.  #people #innovation #newideas #savenativebreeds #OUAT #animalGenetics #CMOOdisha #PMOIndiahttps://inspiringodisha.com/an-effort-to-make-native.../
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.Know about his story of lone dedication and perseverance by clicking on the link above.
Blindness is not an inefficacy. This fact is prove Blindness is not an inefficacy. This fact is proven by 23-year-old Soundarya Kumar Pradhan of Boden in the Sambalpur district of Odisha over and over again in his life. This international chess player withstood each obstacle with courage and excelled both in his academics and career with shining colors.Learn more about this young talent of Odisha. Click the link below: Soundarya Pradhan Prachurya PradhanPM Narendra Modi Naveen Patnaik #vishwanathananad #sportsministryofindiaLink to the whole story: https://inspiringodisha.com/blind-chess-player-soundarya/
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
It's a proud moment for us that PM Shri Narendra M It's a proud moment for us that PM Shri Narendra Modi cited the name of Odia Boy- @RahulMaharana and appreciated his effort for 'plastic-free Beach' in the #MannkiBaat recently. 30kms away from the capital city of Odisha, this 22-year-old disposed of over 1-ton garbage from the Hental Mangrove forest in Astaranga. He has undertaken beach cleaning activities on more than 60 occasions and is also looking for others to join him.Improper disposal of garbage is the result of our negligence. We should understand the fact that mother earth may suffer its direct burden but its faraway impact will be on us.So, let's join hands for a clean world.#Joinhandsforcleanliness #RahulMaharana #lighthouse #BhitarkanikaWildlifeDivision #OdishaForestDepartment #CMOOdisha� #NaveenPatnaik #PMOIndia #MannkiBaat#MinistryofEnvironmentForestandClimateChangehttps://inspiringodisha.com/a-solo-endeavor-for-a-plastic-free-marine-stretch/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies