• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ ଭିଡିଓ କାହାଣୀ

ସେବା, ସାଧନା ଓ ସମର୍ପଣର ମୂର୍ତ୍ତି – ମୀନାରାଣୀ

No Comments
September 21, 2022
3 Mins read
456 Views

ଡାକ୍ତରଙ୍କୁ ଯଦି ଦେବତା ବୋଲି କୁହାଯାଏ, ତେବେ କୋରାପୁଟର ଆଦିବାସୀ ଜନଜାତିମାନଙ୍କ ପାଇଁ ମୀନାରାଣୀ ହେଉଛନ୍ତି ଦେବଦୂତ । ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ବା ANM ଭାବରେ କୋରାପୁଟର ଦଶମନ୍ତପୁର ପରି ଦୁର୍ଗମ ଓ ଆଦିବାସୀବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟସମ୍ବନ୍ଧୀୟ ସଚେତନତା, ସରକାରୀ ଯୋଜନାମାନଙ୍କର ସୂଚନା, ବିଭିନ୍ନ ରୋଗବୈରାଗର ଚିକିତ୍ସା ବାର୍ତ୍ତା ଓ ଔଷଧ ବିତରଣ କରୁଥିବା ମୀନାରାଣୀ ବେହେରା ଗ୍ରାମବାସୀଙ୍କ ପାଇଁ ପାଲଟିଛନ୍ତି ଆଶା ଭରଷା ଓ ଜିଣିଛନ୍ତି ସ୍ନେହ ଆତ୍ମୟୀତା । ତାଙ୍କର ନିରବିଚ୍ଛିନ୍ନ ଓ ନିଷ୍ଠାପର ଉଦ୍ୟମ ଓ ସଂଘର୍ଷ ଦ୍ୱାରା ଦଶମନ୍ତପୁର ପରି ପଛୁଆ ଅଞ୍ଚଳରେ ସୁଧୁରିପାରିଛି ସ୍ୱାସ୍ଥ୍ୟ ଅବସ୍ଥା ।

ଗାଁର ସ୍ଥାନୀୟ ଅଧିବାସୀମାନେ ମୀନାରାଣୀଙ୍କୁ ‘ମା’ କିମ୍ବା ‘ଦିଦି’ ଭାବେ ସମ୍ବୋଧନ କରନ୍ତି ଓ ତାଙ୍କୁ କୌଣସି ଡ଼ାକ୍ତରଙ୍କ ଠାରୁ କମ୍ ମଣନ୍ତି ନାହିଁ । ଗାଁ ଲୋକଙ୍କ ମନ ଓ ବିଶ୍ୱାସ ଜିଣି ସମସ୍ତଙ୍କ ସହାୟତା ଓ ସହଯୋଗରେ ମୀନାରାଣୀ ଏଠାରେ ମା’ ଓ ଶିଶୁ ମୃତ୍ୟୁହାରରେ ଉନ୍ନତି, ବିଭିନ୍ନ ରୋଗବ୍ୟାଧିର ନିବାରଣ ଜନିତ ସଚେତନତା ବୃଦ୍ଧି, ପରିଷ୍କାର ପରିଛନ୍ନତା ରକ୍ଷା, ଔଷଧପତ୍ରର ଯୋଗାଣ ବ୍ୟବସ୍ଥାରେ କେବଳ ବ୍ୟାପକ ସଫଳତା ଆଣିନାହାନ୍ତି, ବିଭିନ୍ନ ରୋଗଦୁର୍ବଳତାକୁ ନେଇ ସେଠାରେ ପ୍ରଚଳିତ ଥିବା ଆଦିମ ଅନ୍ଧବିଶ୍ୱାସ ସବୁକୁ ମଧ୍ୟ କମେଇବାରେ ସେ ସଫଳ ହୋଇପାରିଛନ୍ତି ।

“କୋଭିଡ଼ ସମୟରେ ଆମେ ଗାଁରେ ଗୋଟିଏ ଟୀକାକରଣ ଶିବିରର ଆୟୋଜନ କରିଥିଲୁ ଏବଂ ଲୋକଙ୍କୁ ଆସି ଟୀକାନେବା ପାଇଁ ଅନୁରୋଧ କରିଥିଲୁ । ମୋର ମନେ ଅଛି ଜଣେ ବୃଦ୍ଧଲୋକ ଯିଏ ଠିକ୍ ସେ ଚାଲିବୁଲି ପାରୁନଥିଲେ, ମୁଁ ଡ଼୍ୟୁଟିରେ ଥିବା କଥା ଶୁଣି ନିଜେ ଚାଲି ଚାଲି ବହୁ ଦୂରରୁ ଶିବିରକୁ ଆସିଥିଲେ । ତାଙ୍କର ମୋ ପ୍ରତି ଥିବା ଭରସା ଓ ଭଲ ପାଇବା ମତେ ବହୁତ ଖୁସି ଯୋଗାଇଥିଲା । ଲୋକଙ୍କର ଏଇ ସ୍ନେହ ଓ ସମ୍ମାନ ମତେ ଆହୁରି କାମ କରିଯିବାକୁ ବଳ ଯୋଗାଏ । ଲୋକଙ୍କୁ ଆହୁରି ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ମୁଁ ଅଣ୍ଟା ଭିଡ଼େ ।”

ମୀନରାଣୀ ପାଇଁ ପରିସ୍ଥିତି ସବୁବେଳେ କିନ୍ତୁ ଏହିପରି ନଥିଲା । ନବେ ଦଶକରେ ଯେତେବେଳେ ମୀନାରଣୀ ଜଗତସିଂହପୁର ପରି ସ୍ୱଚ୍ଛଳ ଅଞ୍ଚଳରୁ ଯାଇ କୋରାପୁଟ ପରି ଏକ ଅନଗ୍ରସର ଜିଳ୍ଲାରେ ନିଯୁକ୍ତି ପାଇଥିଲେ, ସେତେବେଳେ ସେ ସମ୍ମୁଖୀନ ହୋଇଥିଲେ ଅନେକ ବାଧାବିଘ୍ନର । ଖାଲଢିପ ପାହାଡିଆ ରାସ୍ତା, ଜଙ୍ଗଲ ଜନ୍ତୁଙ୍କ ଭୟ, ଅନ୍ଧବିଶ୍ୱାସୀ ଆଦିବାସୀଙ୍କ କଠୋର ମାନସିକତା, ଗମନାଗମନର ଅସୁବିଧା, ବିଜୁଳି ସେବାର ଅବ୍ୟବସ୍ଥା ଆଦି ଥିଲା ମୀନାରାଣୀଙ୍କ ନିତିଦିନିଆ ସଂଘର୍ଷର କାହାଣୀ । ଏ ସମସ୍ୟା ସବୁକୁ ଭୟ ନକରି ଲୋକଙ୍କ ମାନସିକତା ବୁଝିବାକୁ ମୀନାରାଣୀ ପ୍ରଥମେ ଲୋକଙ୍କ ସହ ଗାଁରେ ଏକ ଚାଳଘରେ ରହିବାକୁ ଆରମ୍ଭ କରିଥିଲେ । ଆବଶ୍ୟକୀୟ ସମୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇବାକୁ ଚେଷ୍ଟା କରିଥିଲେ । କ୍ରମେ ସମୟ ଗଡ଼଼ିବା ସହ ପରସ୍ଥିତି ସୁଧୁରିବାକୁ ଆରମ୍ଭ କରିଥିଲା । ସୃଷ୍ଟି ହେଇଥିଲା ଅନେକ ସୁଯୋଗ ଏବଂ ଲୋକଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ପରିଲିକ୍ଷିତ ହୋଇଥିଲା ।

କୋରାପୁଟ ଠାରେ ମୀନାରାଣୀଙ୍କ ସବୁଦିନ କଟେ ପ୍ରାୟ ଏହିପରି । ଭୋର ୪ଟାରୁ ତାଙ୍କର ଦିନ ଆରମ୍ଭ ହୁଏ । ORS ପ୍ୟାକେଟ୍‌, ବିଭିନ୍ନ ପ୍ରକାର ଔଷଧ, ପ୍ରେସକ୍ରିପସନ, ଗଜ୍ଜ୍‌କନା, ଟୀକା ଆଦିକୁ ବ୍ୟାଗରେ ରଖି ସେ ଯାତ୍ରାକରନ୍ତି ପ୍ରାୟ ୪ଟି ୫ଟି ଗାଁକୁ । ପ୍ରତ୍ୟେକ ଦିନ ପ୍ରାୟ ୧୪/୧୫ କିଲୋମିଟର ରାସ୍ତା ଯାତ୍ରା କରି ସେ ଗାଁର ପ୍ରତ୍ୟେକ ଲୋକଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଲେଖି ରଖନ୍ତି । ଏହା ବ୍ୟତୀତ ସ୍ୱଚ୍ଛତା, ସଚେତନତା ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଲୋକଙ୍କୁ ଯୋଗ ଦେବାକୁ ଅନୁପ୍ରାଣୀତ କରନ୍ତି ମୀନାରାଣୀ ।

“ଆମକୁ ଯେତେବେଳେ ଅନ୍ୟର ଦୁଃଖ, କଷ୍ଟ ସବୁକୁ ନିଜର ବେଦନା ପରି ଅନୁଭବ ହୁଏ, ତେବେ ତାକୁ ଦୂର କରିବା ପାଇଁ ଆସୁଥିବା ସବୁ ସଂଘର୍ଷ ସମସ୍ୟାର ସାମ୍ନା କରିବା ସହଜ ହୋଇଯାଏ । ଏଇ ସବୁ ଉଠାଣି ଗଡ଼଼ାଣି ରାସ୍ତା ମୋ ମନୋବଳକୁ ଭାଙ୍ଗିବାକୁ କେବେ ସକ୍ଷମ ହେଇନାହାନ୍ତି କାରଣ ମୋ ସହ ଲୋକଙ୍କ ଭଲପାଇବା ରହିଛି, ଯାହା ମତେ ମୋ ହାତ ଗୋଡ଼ ଚାଲୁଥିବା ଯାଏଁ କାମ କରିବାକୁ ଉତ୍ସାହିତ କରୁଥିବ । ମୁଁ ମୋ ନିଜକୁ ଧନ୍ୟ ମଣୁଛି ଯଦି ଲୋକଙ୍କ ଉନ୍ନତି ଘଟିବାରେ ମୋର କିଛି ଭୂମିକା ରହିଛି ବୋଲି କିଏ ଭାବୁଛନ୍ତି । ଯଦି ମୁଁ କିଛି ଭଲ କାମ କରୁଥାଏ, ତେବେ ଆଶା କରୁଛି ସେ କାମ ପାଇଁ ମୁଁ ଏଇ ଅଞ୍ଚଳର ଲୋକମାନଙ୍କ ମନରେ ସବୁଦିନ ରହିବି ।”

୪୫ବର୍ଷିୟ ମୀନାରାଣୀ କୋରାପୁଟଠାରେ କାର୍ଯ୍ୟ କରିବାର ୨୩ ବର୍ଷ ବିତି ଗଲାଣି । ଲୋକଙ୍କ ସେବାରେ ବ୍ରତୀ ହୋଇ ମୀନାରାଣୀ ନିଜେ ବିବାହ କରିବାକୁ ସମୟ ମଧ୍ୟ ପାଇନାହାନ୍ତି । ନିଃସ୍ୱାର୍ଥ ସେବା, ସାଧନା ଓ ସମର୍ପଣ ପାଇଁ ମୀନାରାଣୀ ବେହେରାଙ୍କୁ ସମ୍ପୂର୍ଣ୍ଣ ରାଜ୍ୟ ତରଫରୁ ସାଧୁବାଦ ।

ଆଦିବାସୀ ମହିଳା ସ୍ୱାସ୍ଥ୍ୟକର୍ମୀ
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ମିସନ ସ୍ମାଇଲ ଫର କ୍ୟାନ୍ସର ପେସେଣ୍ଟ

Next Post

ଦୃଷ୍ଟିଶକ୍ତି ଠୁ ଶକ୍ତିଶାଳୀ ସୌନ୍ଦର୍ଯ୍ଯଙ୍କ ଇଛାଶକ୍ତି

You might also like
ramjit-sanali-digitization
ଅସାଧାରଣ

ସାନ୍ତାଳି ଭାଷାର ଡିଜିଟାଇଜେସନରେ ସମର୍ପିତ ରାମଜିତ

3 Mins read
October 22, 2024

ଭାଷା କେବଳ ଏକ ଯୋଗାଯୋଗର ମାଧ୍ୟମ ନୁହେଁ; ଏହା ସଂସ୍କୃତି, ଆବେଗ, ଏବଂ ସାମୁଦାୟିକ ଇତିହାସର ମଧ୍ୟ ବାହକ। କିନ୍ତୁ କାଳଗର୍ଭରେ ଅନେକ ପୁରାତନ ଜନଜାତିଙ୍କ ଭାଷା ଧୀରେ ଧୀରେ ବିଲୁପ୍ତ ହେବାକୁ ଲାଗିଛି, ସେଥିପାଇଁ ସେଗୁଡ଼ିକୁ ସୁରକ୍ଷିତ ରଖିବାର ଆବଶ୍ୟକତା ବଢିଛି । ଏହାର ଗୁରୁତ୍ୱକୁ ଉପଲବ୍ଧି କରିପାରି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଗୋବିନ୍ଦପୁରର ୨୮ ବର୍ଷୀୟ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ରାମଜିତ ଟୁଡୁ ସାନ୍ତାଳି ଭାଷାକୁ ଡିଜିଟାଲ୍ ଯୁଗରେ ମଧ୍ୟ ବଂଚାଇ ରଖିବା ପାଇଁ …

gadget
ଅସାଧାରଣ

ଉଦ୍ଭାବନ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବାର ସଙ୍କଳ୍ପ ନେଇଛନ୍ତି ଆଶିଷ

1 Min read
October 8, 2024

ଜୀବନଟା କେତେ ଲମ୍ବା ହେବ ତା ଆମ ହାତରେ ନାହିଁ କିନ୍ତୁ ଜୀବନଟା କେମିତି ହେବ ତା ଆମ ହାତରେ ଅଛି । ଇଶ୍ୱରଙ୍କ ସୃଷ୍ଟିରେ ନିଜକୁ ଶ୍ରେଷ୍ଠ ବୋଲାଉଥିବାଆମେ ମଣିଷମାନେ ଆଜିର ଦିନରେ ନିଜ ସ୍ୱାର୍ଥ ସାଧନରେ ଲାଗିପଡ଼ିଛନ୍ତି । କ୍ୱଚିତ୍ ଲୋକ ଅଛନ୍ତି ଯେଉଁମାନେ ନିଜସହ ମଣିଷ ସମାଜର କଥା ଭାବନ୍ତି, ଆଉନିଜର ବଳିଷ୍ଠ ଯୋଗଦାନ ମାଧ୍ୟମରେ ଅନେକଙ୍କର ଜୀବନକୁ କରିଦିଅନ୍ତି ସହଜ । ଏମିତି ଜଣେ ବିକ୍ତିତ୍ୱ ହେଲେ ଆଶିଷ ମାହାନା, ପେଷାରେ ଜଣେ ଇଂଜିନିୟର ଭାବେ କାମ କରୁଥିବା ଆଶିଷଙ୍କ ନିଶା କିନ୍ତୁ ନୂଆ ନୂଆ ଉଦ୍ଭାବନ, ଯାହା ଅନ୍ୟରଜୀବନକୁ ସହଜ କରିବାରେ ସାହାଯ୍ୟ କରିବ । ପେଶାରେ ରହି ନିଜ ଉଦ୍ଭାବନ ପାଇଁ ଉପଯୁକ୍ତ ସମୟ ଦେଇନପାରିବାରୁ ଇଂଜିନିୟରିଂରୁ ସନ୍ୟାସ ନେଲେଆଷିଶ । ତାଙ୍କଦ୍ୱାରା ନିକଟରେ ପ୍ରସ୍ତୁତ ହୋଇଥିବା ସ୍ମାର୍ଟ ଷ୍ଟିକ୍ ଦୃଷ୍ଟିହୀନ ଲୋକଙ୍କ ପାଇଁ ବରଦାନ କହିଲେ ଅତ୍ୟୁ୍‌କ୍ତି ହେବନାହିଁ । ଏହାକୁ ଏମିତି ଭାବେଡ଼ିଜାଇନ୍ କରାଯାଇଛି ଯେ ଜଣେ ଦୃଷ୍ଟିହୀନ ଲୋକ ପାଇଁ ଏହା ଗାଇଡ଼୍ ଭଳି ସହାଯ୍ୟ କରିବ ଫଳରେ ଯିବାଆସିବା ପାଇଁ ଏମାନଙ୍କ ଆଉ ଅନ୍ୟ ଉପରେ ନିର୍ଭରକରିବାକୁ ପଡ଼ିବ ନାହିଁ । ପିଲାବେଳୁ ବିଜ୍ଞାନ ପ୍ରତି ମୋର ଅହେତୁକ ଆଗ୍ରହ ଥିଲା, ତେଣୁ ମୋ ପକେଟ୍‌ରେ ସବୁବେଳେ ଗୋଟେ ଟେଷ୍ଟର ଓ ସ୍କ୍ରୁ ଡ଼୍ରାଇଭର ରଖିବାକୁ ମୁଁ ପସନ୍ଦ କରୁଥିଲି ।ମୋତେ ମିଳୁଥିବା ପକେଟ୍ ମନିରୁ ମୁଁ ମୋଟର, ଫିତା, ତାର ଭଳି ଉପକରଣ ଆଣି ନୂଆ ନୂଆ ଉଦ୍ଭାବନ ପାଇଁ ଚେଷ୍ଟା କରୁଥିଲି । କମ୍ ଖର୍ଚ୍ଚରେ ଏହାକୁ ପ୍ରସ୍ତୃତକରିବାକୁ ବିଭିନ୍ନ ସ୍ଥାନରୁ ସଗୃହିତ ପୁରୁଣା ପାର୍ଟସ୍ ଗୁଡ଼ିକ ବ୍ୟବହାର କରେ, ଅନେକ ସମୟରେ ସଫଳ ମଧ୍ୟ ହୁଏ ବୋଲି ଆଶିଷ କୁହନ୍ତି । ୪୬ ବର୍ଷ ବୟଷ୍କ ଆଶିଷ ମାହାନା  ସମ୍ବଲପୁର ଜିଲ୍ଳା, ସଲଦ୍ ପଞ୍ଚାୟତ ଅର୍ନଗତ ନୂଆ ରାମ୍ପେଲା ଗାଁର ଅଧିବାସୀ । ଅପରେସନାଲ୍ ମେନେଜମେଣ୍ଟରେ ଏମବିଏ୍  କରିବା ସହ ଟେଲି କମ୍ୟୁନିକେସନ୍‌, ଇଲେକଟ୍ରୋନିକ୍ସ, କମ୍ପୁଟର ହାର୍ଡ଼ୱେୟାର ବିଷୟ ଗୁଡ଼ିକରେ ଡ଼ିପ୍ଲୋମା ମଧ୍ୟ କରିଛନ୍ତି । ହିଣ୍ଡାଲକୋ ଇଣ୍ଡଟ୍ରିଜ୍‌ରେ ଆସିଷ୍ଟାଣ୍ଡଇଂଜିନିୟର ଭାବେ ଉତ୍ତମ ବେତନରେ ଚାକିରି କରୁଥିଲେ ହେଁ ଦୃଷ୍ଟିହୀନ ଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ତଆରି କରିବାର ନିଶା ପାଇଁ ୨୦୨୩ ରେ ଚାକିରିରୁସନ୍ୟାସ ନେଇଥିଲେ ଆଶିଷ । ଆଉ ତାପରେ ନିଜ ଉଦ୍ଭାବନା ପାଇଁ ଅବିରତ ଚେଷ୍ଟାରେ ଲାଗିପଡ଼ିଛନ୍ତି ସେ । ଆଉ ପଳସ୍ୱରୁପ ତାଙ୍କର ସ୍ୱପ୍ନର ପ୍ରକଳ୍ପ ଦୃଷ୍ଟିହୀନଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ବନେଇବାରେ ସଫଳ ହୋଇଛନ୍ତି ସେ ।   ୨୦୦୯ ମସିହାର କଥା ମୁଁ ଯେତେବେଳେ ମୋ କାମରେ ବାହାରିଥାଏ ମୁଁ ଦେଖିବାକୁ ପାଇଲି ଜଣେ ଦୃଷ୍ଟିହୀନ ବ୍ୟକ୍ତି ରାସ୍ତା ପାରିହେବାକୁ ଅନେକ ସଂଘର୍ଷକରୁଛନ୍ତି ଯାହା ମୋତେ ଆନ୍ଦୋଳିତ କରିଥିଲା, ମୁଁ ତାଙ୍କୁ ରାସ୍ତା ପାର ହେବାରେ ସାହାଯ୍ୟ କଲି ସତ କିନ୍ତୁ ଏ ଘଟଣା ପରଠୁ ଦୃଷ୍ଟିହୀନ ଲୋକଙ୍କୁ ମୁଁ କେମିତିସାହାଯ୍ୟ କରିପାରିବି ସେ ପ୍ରଚେଷ୍ଟାରେ ଲାଗିପଡ଼ିଲି । ଆଉ ଫଳସ୍ୱରୁପ ଏକ ସ୍ମାର୍ଟ ସ୍ଟିକ୍ ତିଆରି କରିବାରେ ସଫଳ ହେଲି ଯାହା ଦୃଷ୍ଟହୀନ ଲୋକଙ୍କୁ ବିନାକାହାର ସାହାଯ୍ୟରେ ରାସ୍ତାରେ ଚଳପ୍ରଚଳ କରିବାକୁ ସାହାଯ୍ୟ କରିବ । ଏଇ ସ୍ମାର୍ଟ ଷ୍ଟିକ୍ ତିଆରି କରିସାରିବା ପରେ ମୁଁ ପ୍ରଥମେ ଏହାକୁ ନିଜ ସହରର ଜଣେଦୃଷ୍ଟିହୀନ ବ୍ୟକ୍ତିଙ୍କୁ ବ୍ୟବହାର ପାଇଁ ଦେଲି ଓ ତାଙ୍କ ମତାମତ ଆଧାରରେ ଏଥିରେ ପରିବର୍ତ୍ତନ କରି ଏଥିରେ ରହୁଥିବା ତ୍ରୃଟିକୁ ସଜାଡ଼ିଲି, ଏହା ଏବେ ବ୍ୟବହାରପାଇଁ ପୁରା ପ୍ରସ୍ତୃତ ବୋଲି ଆଶିଷ କୁହନ୍ତି । ଆଶିଷ ମାହାନା ଦୃଷ୍ଟିହୀନ ବ୍ୟକ୍ତିଙ୍କ ଚଳପ୍ରଚଳକୁ ସହଜ କରିବା ପାଇଁ ଉଭୟ ଇନ୍‌ଡ଼ୋର ଓ ଆଉଟ୍ ଡ଼ୋର୍ ଡ଼ିଭାଇସ୍ ପ୍ରସ୍ତୃତ କରିଛନ୍ତି । ଆଉଟ୍‌ଡ଼ୋର୍ ପାଇଁପ୍ରସ୍ତୃତ ହୋଇଥିବା ସ୍ମାର୍ଟ ସ୍ଟିକ୍‌ଟି ଜି.ପି.ଏସ୍ ଦ୍ୱାରା ପରିଚାଳିତ ଯାହା ୫ ଫୁଟ୍ ଦୁରରୁ ଆସୁଥିବା ବାଧା ବିଷୟରେ ସୁଚନା ଦେବ ଭାଇବ୍ରେସନ୍ ମାଧ୍ୟମରେ ।ସେହିଭଳି ଇନ୍‌ଡ଼ୋର୍‌ରେ ମଧ୍ୟ ଏକ ମଲ୍ଟି ସେନ୍ସର ଡ଼ିଭାଇସ୍ ପ୍ରସ୍ତୃତ ହୋଇଛି ଯାହା ଦୃଷ୍ଟିହୀନ ବ୍ୟକ୍ତିଙ୍କ ସୁରକ୍ଷିତ ଚଳପ୍ରଚଳ ପାଇଁ ବିଶେଷ ଭାବରେ ସାହାଯ୍ୟକରିବ  ଏବଂ କବାଟ ଓ ଝରକା ଥିବା ସ୍ଥାନ ସମ୍ପର୍କରେ ସୁଚନା ଦେବ । ମାହାନାଙ୍କର ଏଇ ଉଦ୍ଭାବନ ସମ୍ବଲପୁର ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ସତପଥିଙ୍କ ଦୃଷ୍ଟି ଆକର୍ଷଣ କଲା ସେ ମଧ୍ୟ ଏଇ ପ୍ରଚେଷ୍ଟାକୁ ବେଶ୍ ପ୍ରଶଂସାକରିଛନ୍ତି । ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ କାର୍ଯ୍ୟାଳୟ ଏଇ ପାଇଲଟ୍ ପ୍ରକଳ୍ପକୁ ଅନୁମୋଦନ କରିଛି ଫଳରେ ଏହାକୁ ସ୍ଥାନୀୟ ବିଦ୍ୟାଳୟର୧୦ ଜଣ ଛାତ୍ରଙ୍କୁ ଏଇ ଷ୍ଟିକ୍ ପ୍ରଦାନ କରାଯାଇଛି, ଯାହାର ଫଳାଫଳ ଭଲ ଆସିଲେ ଆଗାମୀ ଦିନମାନଙ୍କରେ ଏହାର ବ୍ୟାପକ ବ୍ୟବହାର ପାଇଁ ଚିନ୍ତାକରାଯାଇପାରିବ । ରାଜ୍ୟର ପ୍ରଥମ ଦୃଷ୍ଟିହୀନ ଓଏସ୍  ଅଫିସର ସଞ୍ଜୟ ବେହେରା ଏହାକୁ ବ୍ୟବହାର କରି ଖୁସୀଥିବା କଥା ତାଙ୍କ ଟ୍ୱିଟରରେ ପ୍ରକାଶ କରିଛନ୍ତି । ପ୍ରତିଦିନ ମୁଁ ଉଦ୍ଭାବନ ଗୁଡ଼ିକର ବିକାଶ ପାଇଁ କାମକରେ, ଆଗକୁ ମୋର ଲକ୍ଷ୍ୟ ରହିଛି ପତିରକ୍ଷା,ଅନୁସନ୍ଦାନ ସଂସ୍ଥା ଡ଼ିଆରଡ଼ିଓ ସହ କାମକରିବି ଫଳରେଦେଶପାଇଁ ମୁଁ କିଛି ଯୋଗଦାନ ଦେଇପାରିବି ବୋଲି ଆଶିଷ କୁହନ୍ତି ।   ୧୯୯୨ ମସିହାରୁ ଆଶିଷ ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଉଦ୍ଭାବନ ଯାହା ଲୋକଙ୍କ ହିତରେ ଲାଗିସାରିଛି ଓ ଏହାପାଇଁ ତାଙ୍କୁ ଅନେକଥର ସମ୍ମାନିତ ମଧ୍ୟ କରାଯାଇଛି। ଏବେ ସେ ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ତାଙ୍କୁ ନିମନ୍ତ୍ରଣ ଆସୁଛି ଫଳରେ ସେ ତାଙ୍କ ଉଦ୍ଭାବନ ସମ୍ପର୍କରେ ପିଲାଙ୍କୁ ସଚେତନ ମଧ୍ୟ କରୁଛନ୍ତି । ସମାଜ ପାଇଁତାଙ୍କର ଏଇ ଉଦ୍ଭାବନ ସବୁଯେ ବେଶ୍ ସହାୟକ ଏଥିରେ ସନ୍ଦେହର ଅବକାଶ ନାହିଁ । ଆଶିଷ ମାହାନାଙ୍କୁ ଆମ ତରଫରୁ ଅନେକ ଅନେକ ସାଧୁବାଦ ।  

kamala-pujari
ଅସାଧାରଣ

ଜୈବିକ କୃଷିରେ ଅବଦାନ ପାଇଁ ସର୍ବଦା ମନେ ରହିବେ କମଳା ପୂଜାରୀ

3 Mins read
July 27, 2024

୨୦ ଜୁଲାଇ ୨୦୨୪ , ୭୬ ବର୍ଷର ଘଟଣା ବହୁଳ ଜୀବନଯାତ୍ରା ସାରି କମଳା ମା’ ଚାଲିଗଲେ ଆରପାରିକୁ, କିନ୍ତୁ ପଛରେ ଛାଡି ଦେଇଯାଇଛନ୍ତି ଜୈବିକ କୃଷିକୁ ନେଇ ଭବିଷ୍ୟତ ପିଢୀ ପାଇଁ ଅଜସ୍ର ପ୍ରେରଣା । ତାଙ୍କ ଗ୍ରାମ ପାତ୍ରପୁଟ ଆଜି ନିରବି ଯାଇଛି । ତାଙ୍କ ବିୟୋଗରେ ଗ୍ରାମବାସୀ କାନ୍ଦି ଉଠିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ବୟସାଧିକ କାରଣରୁ କିଡନୀ ଜନିତ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ । ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ …

Change is coming! People are getting aware of the Change is coming! People are getting aware of the negative impact of deforestation and the importance of mangroves in the coastal region.A small group of people from the Kendrapada district of Odisha have donated their registered land willingly to the forest department for the mangrove plantation.Be it Dilip, Satyabrat or any other, the names on the list are going up day by day. So, to acknowledge their unique work to save the Hental range the Bhitarkanika forest officials call such people ‘Mangrove Mitra’. CMO Odisha Bikram Keshari Arukha PMO India#Mankibaatpmmodi #SaveHentalMangroves #Odishaforestdepartment#Bhitarkanikawildlifesanctury #DFOBhitarkanikahttps://inspiringodisha.com/friends-of-mangrove-offer.../
'Sarojini Vana' a small green patch in Bonai is na 'Sarojini Vana' a small green patch in Bonai is named after its caretaker. This governmental plantation project constitutes around 3200 floras. However, the success of this project is credited to Sarojini, whose love and care for the plants turned this barren land into a lush green patch. Now, this green patch became the abode for many birds and a relishing ground for the passersby.Follow the link below to know more....#sarojinivan #DFOBonai #environmentalist #odishatourism #odishaforestdepartment https://inspiringodisha.com/sarojini-vana-an-example-for-denuded-forest-lands/
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
The popular Naraj Peacock valley is just 15kms awa The popular Naraj Peacock valley is just 15kms away from Nandankanan Zoo in the capital city Bhubaneswar. The panoramic beauty of the valley is a reflection of Pannu Behera's love for peacocks. But for Kanhu (the grandson of Pannu) it's not just the love for peacocks but also a tribute to the last wish of his grandpa.🦚🦚We believe stories can be an effective tool of motivation. DM us to cover yours. We'll get you covered...#narajpeacockvalley #lighthouse .https://inspiringodisha.com/a-tradition-of-love-that.../
A country will be prosperous when its women folk a A country will be prosperous when its women folk also get empowered. An odia homemaker, Durga Priyadarshini of Bargarh district of Odisha rolled out organic paint made out of Cowdung in the market. With the sale of over 10,000 litres till now, her Gaumaya Paintspaint is an eco-friendly alternative to plastic paints and is highly praised by the natives in and out of state.Click the link to know more about her inspiring journey.#ecofriendlyproducts #GaumayaPaints #housepainting #letsturntoecoproducts #dairyfarm #startupodisha #PMOIndia #CMOOdishahttps://inspiringodisha.com/odisha-homemaker-makes-eco-friendly-paints-from-cowdung-generates-employment/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies