• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ ଭିଡିଓ କାହାଣୀ

ସେବା, ସାଧନା ଓ ସମର୍ପଣର ମୂର୍ତ୍ତି – ମୀନାରାଣୀ

No Comments
September 21, 2022
3 Mins read
119 Views

ଡାକ୍ତରଙ୍କୁ ଯଦି ଦେବତା ବୋଲି କୁହାଯାଏ, ତେବେ କୋରାପୁଟର ଆଦିବାସୀ ଜନଜାତିମାନଙ୍କ ପାଇଁ ମୀନାରାଣୀ ହେଉଛନ୍ତି ଦେବଦୂତ । ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ବା ANM ଭାବରେ କୋରାପୁଟର ଦଶମନ୍ତପୁର ପରି ଦୁର୍ଗମ ଓ ଆଦିବାସୀବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟସମ୍ବନ୍ଧୀୟ ସଚେତନତା, ସରକାରୀ ଯୋଜନାମାନଙ୍କର ସୂଚନା, ବିଭିନ୍ନ ରୋଗବୈରାଗର ଚିକିତ୍ସା ବାର୍ତ୍ତା ଓ ଔଷଧ ବିତରଣ କରୁଥିବା ମୀନାରାଣୀ ବେହେରା ଗ୍ରାମବାସୀଙ୍କ ପାଇଁ ପାଲଟିଛନ୍ତି ଆଶା ଭରଷା ଓ ଜିଣିଛନ୍ତି ସ୍ନେହ ଆତ୍ମୟୀତା । ତାଙ୍କର ନିରବିଚ୍ଛିନ୍ନ ଓ ନିଷ୍ଠାପର ଉଦ୍ୟମ ଓ ସଂଘର୍ଷ ଦ୍ୱାରା ଦଶମନ୍ତପୁର ପରି ପଛୁଆ ଅଞ୍ଚଳରେ ସୁଧୁରିପାରିଛି ସ୍ୱାସ୍ଥ୍ୟ ଅବସ୍ଥା ।

ଗାଁର ସ୍ଥାନୀୟ ଅଧିବାସୀମାନେ ମୀନାରାଣୀଙ୍କୁ ‘ମା’ କିମ୍ବା ‘ଦିଦି’ ଭାବେ ସମ୍ବୋଧନ କରନ୍ତି ଓ ତାଙ୍କୁ କୌଣସି ଡ଼ାକ୍ତରଙ୍କ ଠାରୁ କମ୍ ମଣନ୍ତି ନାହିଁ । ଗାଁ ଲୋକଙ୍କ ମନ ଓ ବିଶ୍ୱାସ ଜିଣି ସମସ୍ତଙ୍କ ସହାୟତା ଓ ସହଯୋଗରେ ମୀନାରାଣୀ ଏଠାରେ ମା’ ଓ ଶିଶୁ ମୃତ୍ୟୁହାରରେ ଉନ୍ନତି, ବିଭିନ୍ନ ରୋଗବ୍ୟାଧିର ନିବାରଣ ଜନିତ ସଚେତନତା ବୃଦ୍ଧି, ପରିଷ୍କାର ପରିଛନ୍ନତା ରକ୍ଷା, ଔଷଧପତ୍ରର ଯୋଗାଣ ବ୍ୟବସ୍ଥାରେ କେବଳ ବ୍ୟାପକ ସଫଳତା ଆଣିନାହାନ୍ତି, ବିଭିନ୍ନ ରୋଗଦୁର୍ବଳତାକୁ ନେଇ ସେଠାରେ ପ୍ରଚଳିତ ଥିବା ଆଦିମ ଅନ୍ଧବିଶ୍ୱାସ ସବୁକୁ ମଧ୍ୟ କମେଇବାରେ ସେ ସଫଳ ହୋଇପାରିଛନ୍ତି ।

“କୋଭିଡ଼ ସମୟରେ ଆମେ ଗାଁରେ ଗୋଟିଏ ଟୀକାକରଣ ଶିବିରର ଆୟୋଜନ କରିଥିଲୁ ଏବଂ ଲୋକଙ୍କୁ ଆସି ଟୀକାନେବା ପାଇଁ ଅନୁରୋଧ କରିଥିଲୁ । ମୋର ମନେ ଅଛି ଜଣେ ବୃଦ୍ଧଲୋକ ଯିଏ ଠିକ୍ ସେ ଚାଲିବୁଲି ପାରୁନଥିଲେ, ମୁଁ ଡ଼୍ୟୁଟିରେ ଥିବା କଥା ଶୁଣି ନିଜେ ଚାଲି ଚାଲି ବହୁ ଦୂରରୁ ଶିବିରକୁ ଆସିଥିଲେ । ତାଙ୍କର ମୋ ପ୍ରତି ଥିବା ଭରସା ଓ ଭଲ ପାଇବା ମତେ ବହୁତ ଖୁସି ଯୋଗାଇଥିଲା । ଲୋକଙ୍କର ଏଇ ସ୍ନେହ ଓ ସମ୍ମାନ ମତେ ଆହୁରି କାମ କରିଯିବାକୁ ବଳ ଯୋଗାଏ । ଲୋକଙ୍କୁ ଆହୁରି ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ମୁଁ ଅଣ୍ଟା ଭିଡ଼େ ।”

ମୀନରାଣୀ ପାଇଁ ପରିସ୍ଥିତି ସବୁବେଳେ କିନ୍ତୁ ଏହିପରି ନଥିଲା । ନବେ ଦଶକରେ ଯେତେବେଳେ ମୀନାରଣୀ ଜଗତସିଂହପୁର ପରି ସ୍ୱଚ୍ଛଳ ଅଞ୍ଚଳରୁ ଯାଇ କୋରାପୁଟ ପରି ଏକ ଅନଗ୍ରସର ଜିଳ୍ଲାରେ ନିଯୁକ୍ତି ପାଇଥିଲେ, ସେତେବେଳେ ସେ ସମ୍ମୁଖୀନ ହୋଇଥିଲେ ଅନେକ ବାଧାବିଘ୍ନର । ଖାଲଢିପ ପାହାଡିଆ ରାସ୍ତା, ଜଙ୍ଗଲ ଜନ୍ତୁଙ୍କ ଭୟ, ଅନ୍ଧବିଶ୍ୱାସୀ ଆଦିବାସୀଙ୍କ କଠୋର ମାନସିକତା, ଗମନାଗମନର ଅସୁବିଧା, ବିଜୁଳି ସେବାର ଅବ୍ୟବସ୍ଥା ଆଦି ଥିଲା ମୀନାରାଣୀଙ୍କ ନିତିଦିନିଆ ସଂଘର୍ଷର କାହାଣୀ । ଏ ସମସ୍ୟା ସବୁକୁ ଭୟ ନକରି ଲୋକଙ୍କ ମାନସିକତା ବୁଝିବାକୁ ମୀନାରାଣୀ ପ୍ରଥମେ ଲୋକଙ୍କ ସହ ଗାଁରେ ଏକ ଚାଳଘରେ ରହିବାକୁ ଆରମ୍ଭ କରିଥିଲେ । ଆବଶ୍ୟକୀୟ ସମୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇବାକୁ ଚେଷ୍ଟା କରିଥିଲେ । କ୍ରମେ ସମୟ ଗଡ଼଼ିବା ସହ ପରସ୍ଥିତି ସୁଧୁରିବାକୁ ଆରମ୍ଭ କରିଥିଲା । ସୃଷ୍ଟି ହେଇଥିଲା ଅନେକ ସୁଯୋଗ ଏବଂ ଲୋକଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ପରିଲିକ୍ଷିତ ହୋଇଥିଲା ।

କୋରାପୁଟ ଠାରେ ମୀନାରାଣୀଙ୍କ ସବୁଦିନ କଟେ ପ୍ରାୟ ଏହିପରି । ଭୋର ୪ଟାରୁ ତାଙ୍କର ଦିନ ଆରମ୍ଭ ହୁଏ । ORS ପ୍ୟାକେଟ୍‌, ବିଭିନ୍ନ ପ୍ରକାର ଔଷଧ, ପ୍ରେସକ୍ରିପସନ, ଗଜ୍ଜ୍‌କନା, ଟୀକା ଆଦିକୁ ବ୍ୟାଗରେ ରଖି ସେ ଯାତ୍ରାକରନ୍ତି ପ୍ରାୟ ୪ଟି ୫ଟି ଗାଁକୁ । ପ୍ରତ୍ୟେକ ଦିନ ପ୍ରାୟ ୧୪/୧୫ କିଲୋମିଟର ରାସ୍ତା ଯାତ୍ରା କରି ସେ ଗାଁର ପ୍ରତ୍ୟେକ ଲୋକଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଲେଖି ରଖନ୍ତି । ଏହା ବ୍ୟତୀତ ସ୍ୱଚ୍ଛତା, ସଚେତନତା ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଲୋକଙ୍କୁ ଯୋଗ ଦେବାକୁ ଅନୁପ୍ରାଣୀତ କରନ୍ତି ମୀନାରାଣୀ ।

“ଆମକୁ ଯେତେବେଳେ ଅନ୍ୟର ଦୁଃଖ, କଷ୍ଟ ସବୁକୁ ନିଜର ବେଦନା ପରି ଅନୁଭବ ହୁଏ, ତେବେ ତାକୁ ଦୂର କରିବା ପାଇଁ ଆସୁଥିବା ସବୁ ସଂଘର୍ଷ ସମସ୍ୟାର ସାମ୍ନା କରିବା ସହଜ ହୋଇଯାଏ । ଏଇ ସବୁ ଉଠାଣି ଗଡ଼଼ାଣି ରାସ୍ତା ମୋ ମନୋବଳକୁ ଭାଙ୍ଗିବାକୁ କେବେ ସକ୍ଷମ ହେଇନାହାନ୍ତି କାରଣ ମୋ ସହ ଲୋକଙ୍କ ଭଲପାଇବା ରହିଛି, ଯାହା ମତେ ମୋ ହାତ ଗୋଡ଼ ଚାଲୁଥିବା ଯାଏଁ କାମ କରିବାକୁ ଉତ୍ସାହିତ କରୁଥିବ । ମୁଁ ମୋ ନିଜକୁ ଧନ୍ୟ ମଣୁଛି ଯଦି ଲୋକଙ୍କ ଉନ୍ନତି ଘଟିବାରେ ମୋର କିଛି ଭୂମିକା ରହିଛି ବୋଲି କିଏ ଭାବୁଛନ୍ତି । ଯଦି ମୁଁ କିଛି ଭଲ କାମ କରୁଥାଏ, ତେବେ ଆଶା କରୁଛି ସେ କାମ ପାଇଁ ମୁଁ ଏଇ ଅଞ୍ଚଳର ଲୋକମାନଙ୍କ ମନରେ ସବୁଦିନ ରହିବି ।”

୪୫ବର୍ଷିୟ ମୀନାରାଣୀ କୋରାପୁଟଠାରେ କାର୍ଯ୍ୟ କରିବାର ୨୩ ବର୍ଷ ବିତି ଗଲାଣି । ଲୋକଙ୍କ ସେବାରେ ବ୍ରତୀ ହୋଇ ମୀନାରାଣୀ ନିଜେ ବିବାହ କରିବାକୁ ସମୟ ମଧ୍ୟ ପାଇନାହାନ୍ତି । ନିଃସ୍ୱାର୍ଥ ସେବା, ସାଧନା ଓ ସମର୍ପଣ ପାଇଁ ମୀନାରାଣୀ ବେହେରାଙ୍କୁ ସମ୍ପୂର୍ଣ୍ଣ ରାଜ୍ୟ ତରଫରୁ ସାଧୁବାଦ ।

ଆଦିବାସୀ ମହିଳା ସ୍ୱାସ୍ଥ୍ୟକର୍ମୀ
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ମିସନ ସ୍ମାଇଲ ଫର କ୍ୟାନ୍ସର ପେସେଣ୍ଟ

Next Post

ଦୃଷ୍ଟିଶକ୍ତି ଠୁ ଶକ୍ତିଶାଳୀ ସୌନ୍ଦର୍ଯ୍ଯଙ୍କ ଇଛାଶକ୍ତି

You might also like
rksahoo
ଭିଡିଓ କାହାଣୀ

ପଶୁ ପକ୍ଷୀଙ୍କ ପ୍ରେମ ରେ ନିଆରା ମଣିଷ ରାଜନ ଦାସ

1 Min read
May 21, 2023

ନିଜ କାମରୁ ଫୁରୁସତ ପାଇବା ମାତ୍ରେ ବାଣୀବିହାର ପରିସର ସମେତ ଭୁବନେଶ୍ୱର ସାରା ବୁଲି ବୁଲି ବେସାହାରା ଷଣ୍ଢ ,ଗାଈ, ବୁଲା କୁକୁର , ପାରା ଆଦି ବିଭିନ୍ନ ପଶୁପକ୍ଷୀମାନଙ୍କୁ ନିଜ ହାତରେ ଖାଦ୍ୟ ରାନ୍ଧି ଖୁଆଇବା ରାଜନ ଦାସଙ୍କର ନୀତିଦିନିଆ କାମ

soundarya-blind-chess-player
ଅସାଧାରଣ

ଦୃଷ୍ଟିଶକ୍ତି ଠୁ ଶକ୍ତିଶାଳୀ ସୌନ୍ଦର୍ଯ୍ଯଙ୍କ ଇଛାଶକ୍ତି

3 Mins read
October 29, 2022

ଜୀବନର ସବୁ ବାଧା ବିଘ୍ନକୁ ଦୂର କରିବାରେ ଦୃଷ୍ଟିଶକ୍ତି ଠୁ ଶକ୍ତିଶାଳୀ ସୌନ୍ଦର୍ଯ୍ଯଙ୍କ ଇଛାଶକ୍ତି ସାହସିକତା, ଜୀବନ ପ୍ରତି ତାଙ୍କର ଆଶାବାଦୀ ଦୃଷ୍ଟିକୋଣ ଏବଂ ଅବିଶ୍ୱସନୀୟ କାର୍ଯ୍ୟ ତାଙ୍କୁ ଆଜି ଭାରତର ତିନି ଶ୍ରେଷ୍ଠ ଦୃଷ୍ଟିହୀନ ଚେସ ଖେଳାଳିଙ୍କ ମଧ୍ୟରେ ସ୍ଥାନିତ କରିପାରିଛି

milkman
ଭିଡିଓ କାହାଣୀ ସଶକ୍ତିକରଣ

କ୍ୟାରିୟର ପାଇଁ ମେଟ୍ରୋରୁ ଗାଁ ଯାତ୍ରା

2 Mins read
December 31, 2021

ଘନଶ୍ୟାମଙ୍କ ନାମଟି ହିଁ ପରିଚିତ କରାଇଦେଉଛି ଯେ ସେ ପଶ୍ଚିମ ଓଡ଼ିଶା ବାସିନ୍ଦା। ଏମବିଏ ପଢ଼ିବା ପରେ ଦିଲ୍ଲୀ ଏକ ଏମ୍‌ଏନ୍‌ସିରେ ବେଶ୍ ଭଲ ଦରମାରେ ନିଯୁକ୍ତି ପାଇଗଲେ। ସବୁକିଛି ହାତ ପାଆନ୍ତାରେ ଥିଲା ତାଙ୍କର, କେବଳ ଯାହା ମନରେ ଆତ୍ମସନ୍ତୋଷ ନଥିଲା। କିଛିଦିନ ଭାବି ନିଜ ଗାଁରେ ଡାଏରୀ ଫାର୍ମ କରିବାକୁ ଯୋଜନା କଲେ

It's a proud moment for us that PM Shri Narendra M It's a proud moment for us that PM Shri Narendra Modi cited the name of Odia Boy- @RahulMaharana and appreciated his effort for 'plastic-free Beach' in the #MannkiBaat recently. 30kms away from the capital city of Odisha, this 22-year-old disposed of over 1-ton garbage from the Hental Mangrove forest in Astaranga. He has undertaken beach cleaning activities on more than 60 occasions and is also looking for others to join him.

Improper disposal of garbage is the result of our negligence. We should understand the fact that mother earth may suffer its direct burden but its faraway impact will be on us.
So, let's join hands for a clean world.

#Joinhandsforcleanliness #RahulMaharana #lighthouse #BhitarkanikaWildlifeDivision #OdishaForestDepartment #CMOOdisha� #NaveenPatnaik #PMOIndia #MannkiBaat
#MinistryofEnvironmentForestandClimateChange

https://inspiringodisha.com/a-solo-endeavor-for-a-plastic-free-marine-stretch/
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.
click here⬇️⬇️
https://inspiringodisha.com/battled-covid-to-be-a-mother/
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.

https://inspiringodisha.com/last-comrade-of-unclaimed-souls/
Amrita Das left her job at Thomson Reuters Corpora Amrita Das left her job at Thomson Reuters Corporation in Banglore to address the issues of plastic pollution in nearby parameters. While finding the solution to it, she came to Odisha, became a social entrepreneur, and is now the owner of Odissi Earth. She is sharing the portion of Odia tradition, culture, and pristine forest resources of Odisha through her body care products. Her endeavour is aiding at least 25 individuals and many other tribal farmers to become more aware, trained, and self-reliant human beings.

#inspiringOdisha #odissiearth #odiamaati #changemaker #startupbusiness #Ecoodisha #Odishabiodiversity
Copy the link to know more:
https://inspiringodisha.com/empowering-lives-through-sustainable-path/
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../

Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.

Know about his story of lone dedication and perseverance by clicking on the link above.
Blindness is not an inefficacy. This fact is prove Blindness is not an inefficacy. This fact is proven by 23-year-old Soundarya Kumar Pradhan of Boden in the Sambalpur district of Odisha over and over again in his life. This international chess player withstood each obstacle with courage and excelled both in his academics and career with shining colors.
Learn more about this young talent of Odisha. Click the link below: 
Soundarya Pradhan Prachurya Pradhan
PM Narendra Modi Naveen Patnaik 
#vishwanathananad #sportsministryofindia
Link to the whole story: https://inspiringodisha.com/blind-chess-player-soundarya/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies