• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ

ଦୃଷ୍ଟିଶକ୍ତି ଠୁ ଶକ୍ତିଶାଳୀ ସୌନ୍ଦର୍ଯ୍ଯଙ୍କ ଇଛାଶକ୍ତି

1 Comment
October 29, 2022
3 Mins read
269 Views
soundarya-blind-chess-player

ଲୋକମାନେ ଦୃଷ୍ଟିହୀନ ଲୋକଙ୍କୁ ସେମାନଙ୍କର ଅପାରଗତା ପାଇଁ ବାରମ୍ବାର ପରିହାସ କରନ୍ତି ଏବଂ ସମାଲୋଚନା କରନ୍ତି । ଏହି ସବୁ ଜିନିଷ ଆମ ଉପରେ ପ୍ରଭାବ ପକାଇଥାଏ, କିନ୍ତୁ ମୁଁ ଏହାକୁ ମୋ ଜୀବନରେ ଉନ୍ନତି ଆଣିବା ପାଇଁ ବ୍ୟବହାର କରିଥିଲି । ମୁଁ ଲୋକମାନଙ୍କୁ ଉତ୍ସାହିତ କରିବାକୁ ଚାହେଁ ଯେ ଏକ ପୁସ୍ତକକୁ ଏହାର ପ୍ରଚ୍ଛଦ ଦ୍ୱାରା ବିଚାର ନକରିବାକୁ କାରଣ ଯେଉଁଠାରେ କିଛି ଆଶା କରାଯାଇନଥାଏ, ସେଠାରେ ହିଁ ବିରଳ ଘଟଣା ଘଟେ । ମୋର ସଫଳତାର ରହସ୍ୟ ହେଉଛି ମୋର ପିତାମାତାଙ୍କ ବଳିଦାନ ଏବଂ ଧୈର୍ଯ୍ୟ, ଏବଂ ତାହା ସହ ମୋର ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କର ନିଃସ୍ୱାର୍ଥପର ସମର୍ଥନ ।

୨୦୧୩ ରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ବ୍ୟକ୍ତିଗତ ଉତ୍କର୍ଷତା ପାଇଁ ରାଜ୍ୟ ପୁରସ୍କାର ପାଇବା, ଜାକର୍ତ୍ତାରେ ଚାଲିଥିବା ତୃତୀୟ ଏସୀୟ ପାରା ଗେମ୍ସରେ ଈ୨ / ଈ୩ ପୁରୁଷ ରାପିଡ୍ ଟିମ୍ ଚେସରେ ରୋପ୍ୟ ପଦକ ଜିତିବା, ସେଥିପାଈଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୮ରେ ସମ୍ମାନିତ ହେବା ଏବଂ ୨୦୨୨ ମସିହାରେ ମାସିଡୋନିଆରେ ଆୟୋଜିତ ହୋଇଥିବା ବିଶ୍ୱ ଟିମ୍ ଚେସ୍ ଚାମ୍ପିଅନସିପ୍ ରେ ସ୍ୱର୍ଣ୍ଣ ଜିତିବା ଏସବୁ ଜଣେ ଅନ୍ଧ ବ୍ୟକ୍ତିଙ୍କ ପାଇଁ ଏକ ଅବିଶ୍ୱସନୀୟ ସଫଳତା ।

ନୁଆପଡା ଜିଲ୍ଲାର ‘ବୋଡେନ’ (ଛତିଶଗଡ ସୀମାବର୍ତ୍ତୀ ପଶ୍ଚିମ ଓଡିଶାର ଏକ ମାଓବାଦୀ ସଂକ୍ରମିତ ଅଞ୍ଚଳ) ପରି ଦୁର୍ଗମ ଓ ଅନଗ୍ରସର ଅଞ୍ଚଳ ରେ ସୌନ୍ଦର୍ଯ୍ଯ କୁମାର ପ୍ରଧାନଙ୍କ ଜନ୍ମ । ଜନ୍ମରୁ ସେ ଦୃଷ୍ଟିହୀନ । କିନ୍ତୁ ଯେଉଁଠାରେ ଇଚ୍ଛା ଅଛି, ସେଠାରେ ଉପାୟ ଅଛି । ସୌନ୍ଦର୍ଯ୍ଯଙ୍କ ଦୃଢତା ତାଙ୍କ ଅକ୍ଷମତାକୁ କେବେବି ଟପି ଯାଇପାରି ନାହିଁ ।

ସୌନ୍ଦର୍ଯ୍ଯଙ୍କ ମାମୁଁ କେଶା ରଂଜନ ପ୍ରଧାନ ଥିଲେ ଜଣେ ଚେସ ଖେଳାଳି ତେଣୁ ତାଙ୍କ ପରିବାରର ସମସ୍ତେ ଏହି ଖେଳ ସହିତ ପୂର୍ବରୁ ପରିଚିତ ଥିଲେ । ସୌନ୍ଦର୍ଯ୍ଯ କିନ୍ତୁ ଏହି ଖେଳକୁ ପ୍ରଫେଶନାଲ ଭାବରେ ଗ୍ରହଣ କରିଥିଲେ କାରଣ ଏହି ଗୋଟିଏ ଖେଳ ଯାହା ତାଙ୍କ ପାଇଁ ଉପଯୁକ୍ତ ଥିଲା । ସେ ଦଶ ବର୍ଷ ବୟସରେ ଚେସ ଖେଳିବାକୁ ଆରମ୍ଭ କରିଥିଲେ । ଯଦିଓ ଚେସ ଶିଖିବା କଷ୍ଟସାଧ୍ୟ ଥିଲା, ତାଙ୍କ ମାମୁଁ ତାଙ୍କୁ ବାରମ୍ବାର ବୋର୍ଡରେ ସ୍ଥାପିତ ଚେସ ସ୍ଥିତିକୁ ଚିହ୍ନିବାରେ ସାହାଯ୍ୟ କରିଥିଲେ । ପରେ ଶିକ୍ଷାର ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କୁ ଉନ୍ନତ ଗୋଟି ଚାଳନା ଶିଖେଇବାକୁ ଚେଷ୍ଟା କରିଥିଲେ । ପ୍ରଥମେ ପ୍ରଥମେ ଚେସ୍ର ଏତେ ସବୁ ଘର ଓ ଗୋଟି ମନ ରଖିବାକୁ ତାଙ୍କ ପାଇଁ କଷ୍ଟକର ହୋଇଥିଲା, କିନ୍ତୁ ଏହି ପ୍ରକାରର ପ୍ରଶିକ୍ଷଣ ପାଇଁ ଭିଜୁଆଲାଇଜେସନ୍ କରିବା ସମୟ ସହିତ ସହଜ ହୋଇ ଯାଇଥିଲା ।

ହାର୍ଡକପି ଏବଂ ନିର୍ଦ୍ଦେଶାବଳୀ ଭିଡିଓର ବିକଳ୍ପ ସେତେବେଳେ ନଥିଲା । ତେଣୁ ସୌନ୍ଦର୍ଯ୍ଯ ସେହି ସବୁ ଉତ୍ସ ମାନଙ୍କ ଉପରେ ଧ୍ୟାନ ଦେଲେ ଯାହା ତାଙ୍କୁ ତାଙ୍କ ଶିକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିପାରିବ । ସ୍କ୍ରିନ୍ ପଠନ ସଫ୍ଟୱେର୍ ଯାହା ପାଠକୁ କଥିତ ବାକ୍ୟରେ ପରିଣତ କରେ ତାକୁ ସେ ବ୍ୟବହାର କଲେ ଯାହା ତାଙ୍କୁ ଦୃଷ୍ଟିହୀନମାନଙ୍କ ପାଇଁ ସଜ୍ଜିତ ଆଡାପ୍ଟିଭ୍ ଚେସ୍ ବୋର୍ଡରେ ୬୪ ବର୍ଗ ଘର ନୋଟେଶନ କୁ ଚିହ୍ନଟ କରିବାରେ ସାହାଯ୍ୟ କରିପାରିଲା ।

ସୌନ୍ଦର୍ଯ୍ଯଙ୍କ କଠୋର ଅଭ୍ୟାସ ପ୍ରାୟ ୧୨ ବର୍ଷ ମଧ୍ୟରେ ତାଙ୍କୁ ଉଭୟ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଚେସରେ ଭାରତ ପାଇଁ ଅନେକ ପୁରସ୍କାର ଏବଂ ପ୍ରଶଂସା ଜିତିବାରେ ସାହାଯ୍ୟ କଲା । ଏହି ଖେଳ ସୌନ୍ଦର୍ଯ୍ଯଙ୍କୁ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକଙ୍କ ସହ ମିଶିବା ପାଇଁ ସୁଯୋଗ ଦେଇଥିଲା, ଯାହା ତାଙ୍କର ଇଂରାଜୀ ଭାଷାର ଜ୍ଞାନକୁ ଉନ୍ନତ କରିଥିଲା ଏବଂ ବିଦେଶୀ ଛାତ୍ରମାନଙ୍କୁ ପ୍ରଶିକ୍ଷଣ ଦେବାର ଆଶା ସୃଷ୍ଟି କରିଥିଲା । ଅନ୍ଲାଇନ୍ କ୍ଲାସ୍ ମାଧ୍ୟମରେ ଅଦ୍ୟାବଧି ସେ ୩୦ ରୁ ଅଧିକ ଛାତ୍ରଙ୍କୁ ମାଗଣା କୋଚିଂ ଦେଇ ସାରିଛନ୍ତି । ଏଥିସହ, ସେ ପ୍ରାୟ ୨୪ ଦୃଷ୍ଟିହୀନ ଛାତ୍ରଙ୍କୁ ଇଣ୍ଡିକ୍ ଏଆଇ (ଏକ ଅନଲାଇନ୍ ପ୍ଲାଟଫର୍ମ ଯାହା ଦୃଷ୍ଟିହୀନ ଚେସ ଖେଳାଳୀଙ୍କୁ ତାଲିମ ପ୍ରଦାନ କରିଥାଏ) ସହଯୋଗରେ ତାଲିମ ମଧ୍ୟ ଦେଇଛନ୍ତି ।

ଏକାଡେମିକ୍ କ୍ୟାରିଅର୍ରେ ମଧ୍ୟ ସୌନ୍ଦର୍ଯ୍ଯ ସଫଳତା ପାଇଛନ୍ତି । ଏହି ବର୍ଷ ସେ NIT, ଜାମସେଦପୁରରରୁ କମ୍ପ୍ୟୁଟର ବିଜ୍ଞାନରେ ବି.ଟେକ୍ ପାଇଛନ୍ତି । ସେ ବର୍ତ୍ତମାନ HSBC ବ୍ୟାଙ୍କରେ ଫାଇନାନ୍ସ ସିଷ୍ଟମ ଅପରେସନ୍ସରେ ମ୍ୟାନେଜର ଭାବରେ ନିଯୁକ୍ତ ଏବଂ ନିକଟ ଭବିଷ୍ୟତରେ ଏକ ଟେକ୍ନିକାଲ ପ୍ରଫେଶନାଲ ଦଳର ନେତୃତ୍ୱ ନେବାକୁ ଇଚ୍ଛା କରୁଛନ୍ତି ।

ବ୍ୟକ୍ତିଗତ ଅଭିବୃଦ୍ଧି ପାଇଁ ନିଜ କୁ ଗ୍ରହଣ କରିବା ଏବଂ ସକରାତ୍ମକ ଦୃଷ୍ଟିକୋଣ ବହନ କରିବା ଗୁରୁତ୍ୱପୂର୍ଣ ଅଟେ । ଏହି ଦୃଷ୍ଟିକୋଣ ସବୁ ମତେ ସଫଳତା ଦେଇଛି । ମୁଁ ଏବେ ଇଚ୍ଛା କରୁଛି ବିଶ୍ୱ ଚେସ୍ ଗ୍ରାଣ୍ଡମାଷ୍ଟର ହେବା ପାଇଁ । ଏଥିସହ ମୁଁ ଏକ ଆପ୍ ତିଆରି କରୁଛି ଯାହା ଚେସବେସ୍ , ୱିନବୋର୍ଡ, ଫ୍ରିଜ୍ ପରି ସଫ୍ଟୱେୟାରରେ ଚେସ୍ ସ୍ଥିତିକୁ କଥାରେ ପରିଣତ କରି ପାରିବ ଯାହା ଦୃଷ୍ଟିହୀନ ଚେସ ଖେଳାଳିଙ୍କ ପାଇଁ ଅଧିକ ସହଜ ହେବ ।

ସୌନ୍ଦର୍ଯ୍ଯଙ୍କ କାହାଣୀ କେବଳ ଅନ୍ଧ ଲୋକଙ୍କ ପାଇଁ ନୁହେଁ, ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା । ଜୀବନର ସବୁ ବାଧା ବିଘ୍ନକୁ ଦୂର କରିବାରେ ତାଙ୍କର ସାହସିକତା, ଜୀବନ ପ୍ରତି ତାଙ୍କର ଆଶାବାଦୀ ଦୃଷ୍ଟିକୋଣ ଏବଂ ଅବିଶ୍ୱସନୀୟ କାର୍ଯ୍ୟ ତାଙ୍କୁ ଆଜି ଭାରତର ତିନି ଶ୍ରେଷ୍ଠ ଦୃଷ୍ଟିହୀନ ଚେସ ଖେଳାଳିଙ୍କ ମଧ୍ୟରେ ସ୍ଥାନିତ କରିପାରିଛି । ତାଙ୍କୁ ବର୍ତମାନ ମାତ୍ର ୨୩ ବର୍ଷ । ଭବିଷ୍ୟତରେ ସେ ଆହୁରି ଅଧିକ ସଫଳତା ଗୋଟାନ୍ତୁ ଆମେ ଏହା ଆଶା କରୁଛୁ ।

Shares
1 Comment
  1. amiya pani

    October 29, 2022 2:00 pm

    This is amazing. God bless Soundrya

    Reply
Leave a Reply Cancel reply

Your email address will not be published. Required fields are marked *

Previous Post

ସେବା, ସାଧନା ଓ ସମର୍ପଣର ମୂର୍ତ୍ତି – ମୀନାରାଣୀ

Next Post

ନିଜ ଉଦ୍ୟମରେ ଗାଁ ପାଇଁ ରାସ୍ତା ତିଆରି କଲେ ଧନେଶ୍ଵର

You might also like
harapriya-wig
ଅସାଧାରଣ

ମିସନ ସ୍ମାଇଲ ଫର କ୍ୟାନ୍ସର ପେସେଣ୍ଟ

2 Mins read
September 12, 2022

କେଶ ଦାନ କାମ କରି ଖୋର୍ଦ୍ଧା ଜିଲ୍ଲା, ଜଟଣୀ ବ୍ଲକ ଅନ୍ତର୍ଗତ ଛାଣଗଡ ଗାଁର ଜଣେ ସମାଜସେବୀ ହରପ୍ରିୟା ନାୟକ ଓ ତାଙ୍କ ଟିମ ଅବସାଦ ଗ୍ରସ୍ତ କ୍ୟାନ୍ସର ରୋଗୀଙ୍କୁ ବାଣ୍ଟିଛନ୍ତି କିଛି ନିଆରା ଖୁସି ।

saviour-of-the-bahanaga-train-mishap-gobinda
ଅସାଧାରଣ

ବାହାନଗା ରେଳ ଦୁର୍ଘଟଣାପୀଡିତଙ୍କ ପୁନର୍ଜୀବନ ପାଇଁ ପ୍ରୟାସରେ ମଗ୍ନ ଗୋବିନ୍ଦ ବଲ୍ଲଭ

3 Mins read
August 5, 2023

“ସେ ସମୟରେ ସମ୍ପୂର୍ଣ୍ଣ ଅନ୍ଧାର ଥିଲା । ଆମର କିଛି ସ୍ୱେଚ୍ଛାସେବୀଙ୍କ ସହ ଯେତେବେଳେ ମୁଁ ଦୁର୍ଘଟଣା ସ୍ଥଳରେ ପହଞ୍ଚିଲି ସେ ଦୁଃଖଦ ଦୃଶ୍ୟ ସତରେ ଶବ୍ଦରେ ବର୍ଣ୍ଣନା କରି ହେବନି। ପୀଡ଼ିତ ମାନଙ୍କରୟନ୍ତ୍ରଣା ଆଉ କରୁଣ ଚିତ୍କାର;କାହାର ଗୋଟିଏ ହାତ ଏଠାରେ ପଡିଛି ତ, ସେଠାରେ ଆଉ କାହାର ଗୋଡ଼;ଏପରିକି କାହାର କାହାର ଚେହେରା ବିକୃତ ହୋଇଯାଇଥିଲା। ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ର ଭଗ୍ନାବଶେଷରୁ ସ୍ଥାନୀୟ ଲୋକେ କୌଣସି ଉପାୟରେ କିଛି ମୃତଦେହ ଉଦ୍ଧାର କରି ରଖିଥିଲେ। …

pankaj-tarai-saviour
ଅସାଧାରଣ

ଦେବଦୂତ ପାଲଟିଛନ୍ତି ଡ୍ରାଇଭର୍‌ ଭାଇ

2 Mins read
December 28, 2021

ଗତ 16 ବର୍ଷ ମଧ୍ୟରେ ସଡକ ଦୁର୍ଘଟଣାରେ 400 ରୁ ଅଧିକ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି ୩୮ ବର୍ଷୀୟ ପଙ୍କଜ ସ୍ବାର୍ଥ ନ ଥିଲେ ଆଜିର ଦୁନିଆରେ କେହି କାହାକୁ ଖୋଜୁନାହାନ୍ତି। ବର୍ତ୍ତମାନର ପିଢ଼ି ଏ ସମ୍ପର୍କର ମୂଲ୍ୟବୋଧକୁ ଏକରକମ ପାଶୋରି ଗଲାଣି। ଜ୍ଞାତି, ପରିଜନଙ୍କୁ ଅସୁବିଧାରେ ସାହାଯ୍ୟ କରିବା ପୂର୍ବରୁ ଆମକୁ ଭାବିବାକୁ ପଡ଼ୁଛି। ଏପରି ସ୍ଥିତିରେ ଅଜଣା ଲୋକଟେ ପାଇଁ  ଦରଦ ଆସିବ କିପରି । ଏକବିଂଶ ଶତାବ୍ଦୀର ସ୍ମାର୍ଟ ଯୁଗର ବଡ଼ବଡ଼ିଆଙ୍କ ପାଇଁ …

Tike Khusi is a way to pour happiness in the faces Tike Khusi is a way to pour happiness in the faces of people. Through the small initiative, Ranjan Kumar Patra Patra is creating a series of memory with a mere touch of surprise and happiness. And this work in return gives him immense contentment.
A yoga teacher by profession and a cameraholic by passion only aim his work would able to curtail the amount of stress in the lives of people.📸
#lighthouse
https://inspiringodisha.com/tike-khusi-the-gift-of-joy/
An animal geneticist has been investigating the na An animal geneticist has been investigating the native livestock breeds of Odisha for the last two decades. His research laid 8 native breeds to get registered and secure their Intellectual Property (IP) rights. 
 #people #innovation #newideas #savenativebreeds #OUAT #animalGenetics #CMOOdisha #PMOIndia

https://inspiringodisha.com/an-effort-to-make-native.../
A country will be prosperous when its women folk a A country will be prosperous when its women folk also get empowered. An odia homemaker, Durga Priyadarshini of Bargarh district of Odisha rolled out organic paint made out of Cowdung in the market. 
With the sale of over 10,000 litres till now, her Gaumaya Paintspaint is an eco-friendly alternative to plastic paints and is highly praised by the natives in and out of state.
Click the link to know more about her inspiring journey.

#ecofriendlyproducts #GaumayaPaints #housepainting #letsturntoecoproducts #dairyfarm #startupodisha #PMOIndia #CMOOdisha

https://inspiringodisha.com/odisha-homemaker-makes-eco-friendly-paints-from-cowdung-generates-employment/
"The Bloodman of Odisha" Dhirendra Thakur of Bhuba "The Bloodman of Odisha"
Dhirendra Thakur of Bhubaneswar is saving people's lives irrespective of time and place. He not only donates blood but avails all kinds of possible help to the needy 24x7. His selfless effort is really an inspiration for all of us.😇

#DOANTEBLOODSAVELIFE 
https://inspiringodisha.com/blood-man-of-odisha/
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../

Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.

Know about his story of lone dedication and perseverance by clicking on the link above.
A tribal girl Kuni Dehury proved her unmatched ski A tribal girl Kuni Dehury proved her unmatched skill as a silk reeler at the national level & revamped the life of 500 women through Silk.
A brilliant example of woman empowerment.
#MakeInIndia #ministryoftextiles #mankibaat #PMOIndia #naveen #skillIndia #silkdesign #OdishaSilk
Copy the link below
https://inspiringodisha.com/dreams-of-survival-through-silk/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies