ଯେତେ ସବୁ ପ୍ରତିକୂଳ ସ୍ଥିତିରେ ବି ପ୍ରକୃତି ପରିବେଶ ଆଉ ପ୍ରାକୃତିକ ଚିଜ ସବୁ ଭିତରେ ଜୀବନର ରାହା ଖୋଜୁ ଥିବା ମଣିଷଟିଏ- ଅମୃତା ଦାଶ l ସମାଜସେବୀ ଇଂ॰ ଅମର ପ୍ରସାଦ ଦାଶ ଏବଂ କାନନବାଳl ଦାଶ ଙ୍କ ଝିଅ ଅମୃତା ସ୍ନାତକତ୍ତୋର ପାଠ୍ୟକ୍ରମ ଶେଷ କରିବା ପରେ ଏମବିଏ ଡିଗ୍ରୀ ମଧ୍ୟ ହାସଲ କରିଥିଲେ।
୨୦୦୮ ରେ ଆରମ୍ଭ ହୋଇଥିଲା ବାଙ୍ଗାଲୋର ସ୍ଥିତ କିଛି ନାମିଦାମୀ ବହୁରାଷ୍ଟ୍ରୀୟ କମ୍ପାନୀରେ ତାଙ୍କର ଚାକିରୀ ଜୀବନ l କିନ୍ତୁ ପରିବେଶ ସୁରକ୍ଷା ଦିଗରେ ନିଜେ କିଛି କରି ଦେଖେଇବାର ଇଚ୍ଛା ତାଙ୍କୁ ବାଧ୍ୟ କରିଥିଲା ଭଲ ଦରମାର ଚାକିରୀ, ବଡ ସହରର ଆଧୁନିକ ଜୀବନଚର୍ଯ୍ୟାରୁ ଅବ୍ୟାହତି ନେବା ପାଇଁ l ଅମୃତା ଚାଲିଯାଇଥିଲେ ପଣ୍ଡିଚେରୀ l ଶ୍ରୀ ଅରବିନ୍ଦ ଆଶ୍ରମ ଏବଂ ଅରୋଭିଲେରେ ବିଭିନ୍ନ୍ ପରିବେଶ କଲ୍ୟାଣକାରୀ ପ୍ରୋଜେକ୍ଟରେ କାମ କରି ଜୀବନର ଏକ ଭିନ୍ନ୍ ରୁଚିର କର୍ମକ୍ଷେତ୍ରକୁ ଆଦରି ନେବାର ସାମର୍ଥ୍ୟ ଯୋଗାଡ଼ କଲେ ସିଏ l ଅରୋଭିଲେରେ ସଂଗ୍ରହ କରିଥିବା ନିଆରା ଅଭିଜ୍ଞତାକୁ ପୁଞ୍ଜି କରି ଓଡିଶା ଫେରି ଆସିବା ପରେ ଶ୍ରୀମା’ ଓ ଶ୍ରୀ ଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭୁବନେଶ୍ୱର ବାଲିଅନ୍ତାଠାରେ ନିଜ ବାସଭବନରେ ସେ ଖୋଲିଲେ ଛୋଟିଆ ଏକ ରିସର୍ଚ୍ଚ, ଡେଭଲପମେଣ୍ଟ ଆଣ୍ଡ ଟ୍ରେନିଂ ସେଣ୍ଟର୍। ପ୍ଲାଷ୍ଟିକ ପଲିଥିନ୍ ର ବ୍ୟବହାର କୁ କମାଇ ପରିବେଶ ଉପଯୋଗୀ ଜୈବିକ ସାଧାନ ର ବ୍ୟବହାର କୁ ନିତିଦିନିଆ ଜୀବନ ରେ ସାମିଲ କରିବାର ସଚେତନତl କୁ ବାଣ୍ଟି ଚାଲିଲେ ଅମୃତା।
ଓଡିଶା ର ଗାଁଗହଳି, ବଣଜଙ୍ଗଲ, ଉପକୂଳବର୍ତୀ ଜଙ୍ଗଲ, ପ।ର୍ବତ୍ୟ ଉପତ୍ୟକା ରେ ମିଳୁଥିବା ବିବିଧ ଜଙ୍ଗଲ ଜାତ ଗୁଳ୍ମ, ଚେରମୂଳି, ବନସ୍ପତି, ଲାଖ ଆଦି ଦ୍ରବ୍ୟ ସଂଗ୍ରହ କରି ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ସେ ତାଙ୍କ ପରୀକ୍ଷାଗାର ରେ ପ୍ରସ୍ତୁତ କରୁଛନ୍ତି ସମ୍ପୂର୍ଣ୍ଣ ଆୟୁର୍ବେଦିକ ଏବଂ ଜୈବିକ ସାବୁନ, ସମ୍ପୋ, ଫେସ୍ ୱାସ , ବଡ଼ି ୱାଶ, ବଡ଼ି ବଟର, ଜେଲ, ହେୟାର ଆଣ୍ଡ ସ୍କାଲପ ବଟର, ଦନ୍ତ ମଞ୍ଜନ୍ ଏମିତି ଆହୁରି କେତେ କଣ ନୀତି ଦିନିଆ ବ୍ୟବହାର ରେ ଆସୁଥିବା ଜରୁରୀ ପ୍ରସାଧାନ ସମାଗ୍ରୀ । ଅମୃତାଙ୍କ ହାତ ତିଆରି ଏଇ ସମାଗ୍ରୀ ସବୁର ଆଦର ଧୀରେ ଧୀରେ ବଢିବାରେ ଲାଗିଛି l ବିଶେଷ କରି ତାଙ୍କ ହାତ ତିଆରି ବିଭିନ୍ନ ଥିମ ବେସ୍ଡ଼ ଗାଧୁଆ ସାବୁନ ସବୁ ର ଆଦୃତି ଏବେ ଖାଲି ଓଡିଶା ନୁହେଁ ରାଜ୍ୟ ବାହାରେ ମଧ୍ୟ ହେଲାଣି । ଏଇ ଯେମିତି ଦେବସ୍ନାନ ପୁର୍ଣିମା ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନରେ ବ୍ୟବହୃତ ହେଉଥିବା ବିଭିନ୍ନ ଔଷଧୀୟ ଦ୍ରବ୍ୟ ବ୍ୟବହାର କରି ସେ ପ୍ରସ୍ତୁତ କରିଛନ୍ତି ଗାଧୁଆ ସାବୁନ ‘ଦେବସ୍ନାନ’ ।
ଦେବାସ୍ନାନ ପରି ସୂର୍ଯ୍ୟସ୍ନାନ, କିଆ, ମହୁଆ, ସମ୍ବ୍ରଣୀ, ପୁନଙ୍ଗ,ଅଦ୍ରଜ, ଆଦି ପରି ତାଙ୍କର ହେରିଟେଜ ସାବୁନ ସଙ୍କଳନ ରୁ ମିଳିଥାଏ ପୁରୀ, କୋଣାର୍କ, ଗଞ୍ଜାମ, ସାତପଡା କୋରାପୁଟ, କନ୍ଧମାଳ ଏବଂ ମୟୂରଭଞ୍ଜ ଅଞ୍ଚଳର ବନଜାତଦ୍ରବ୍ୟ ସାଙ୍ଗକୁ ପୋଲାଙ୍ଗ, କିଆ, ଝୁଣା, ଲାଖ, ଅଦା, ହଳଦୀ, ମହୁ, ମହୁଲ ର ମହକ । ତାଙ୍କ ଦ୍ଵାରା ପ୍ରସ୍ତୁତ ପ୍ରତିଟି ପ୍ରଡକ୍ଟ ର ପ୍ୟାକିଙ୍ଗ ମଧ୍ୟ ସେ ନିଜେ କରିଥାନ୍ତି ବେଶ ସୃଜନଶୀଳ ଢଙ୍ଗରେ। ପ୍ରତିଟି ପ୍ରଡକ୍ଟ ର ପ୍ୟାକିଙ୍ଗ ଉପରେ ସେ କିଛି ସ୍ଲୋଗାନ ଲେଖିଥାନ୍ତି ଯାହା ଦେଇଥାଏ ପରିବେଶ ସଂରକ୍ଷଣ ଅଭିଜାନ ର ବାର୍ତ୍ତା।
ନିଜର ଉପଲବ୍ଧି କୁ ନିଜ ଭିତରେ ସୀମିତ ରଖିନାହାନ୍ତି ଅମୃତା। ଓଡିଶାର ବିଭିନ୍ନ ଗ୍ରାମାଞ୍ଚଳ ରେ ମିଳୁଥିବା ଜଙ୍ଗଲଜାତ ଦ୍ରବ୍ୟ ଓ ଜୈବିକ ସମାଗ୍ରୀ ଉପଯୋଗ କରି ନିତିଦିନିଆ ଆବଶ୍ୟକ ଓ ପ୍ରସାଧାନ ସମାଗ୍ରୀ ପ୍ରସ୍ତୁତ କରିବାର ଟ୍ରେନିଂ ସେ ଦେଉଛନ୍ତି ଆଦିବାସୀ ଅଞ୍ଚଳର ଗାଁଉଲୀ ଯୁବତୀ ମାନଙ୍କୁ ।ସେମାନେ କିପରି ଏଇ କାମ ମାଧ୍ୟମରେ ନିଜର କୁଟୀର ଉଦ୍ୟୋଗ ପ୍ରତିଷ୍ଠା କରି ଆତ୍ମନିର୍ଭରଶୀଳ ହୋଇପାରିବେ ସେଦିଗରେ ନିରନ୍ତର ଉଦ୍ୟମ କରିଚାଲିଛନ୍ତି ଅମୃତା।
ପରିବେଶ ସଚେତନତା ଓ ତାକୁ ନେଇ ଲୋକ କଲ୍ୟାଣ ର କାମକୁ ଆହୁରି ସାର୍ଥକ ରୂପରେଖ ଦେବାପାଇଁ ଅଧୁନା ବାଙ୍ଗାଲୋର ସ୍ଥିତ ଜାତୀୟ ଆଇନ ବିଶ୍ବବଦ୍ୟାଳୟ ର ପରିବେଶ ଆଇନ ଓ ବିଶ୍ୱଗୁରୁ ମହାବିଦ୍ୟାଳୟ, କଟକ ରେ ଆଇନ ପାଠ୍ୟକ୍ରମ ଅଧୟନରେ ଯୋଗଦେଇଛନ୍ତି ଅମୃତା।
ଅମୃତା ଙ୍କ ଉପଲବ୍ଧି ଓ ଉଦ୍ୟମର ସାରାଂଶକୁ ନେଇ ଜନ୍ମ ନେଇଛି ଏକ ନିଆରା ସାମାଜିକ ଉଦ୍ୟୋଗ- ଓଡିଶୀ ଆର୍ଥ ।
କେବଳ ଜଙ୍ଗଲଜାତ ଦ୍ରବ୍ୟ ତଥା ଜୈବିକ ସମାଗ୍ରୀ ଉପଯୋଗ କରି ପ୍ରସାଧାନ ସମାଗ୍ରୀ ନିତିଦିନିଆ ଆବଶ୍ୟକ ବସ୍ତୁ ର ପ୍ରସ୍ତୁତି ନୁହେଁ ଓଡିଶୀ ଆର୍ଥ ମାଧ୍ୟମରେ ଓଡ଼ିଶା ର କଳାସଂସ୍କୃତି ର ପ୍ରଚାର ପ୍ରସାର, ଜୈବ ବିବିଧତା ସୁରକ୍ଷା, ବନ୍ୟ ପ୍ରାଣୀ ସଂରକ୍ଷଣ, ଜଙ୍ଗଲ ସଂରକ୍ଷଣ, ଉପକୂଳବର୍ତ୍ତୀ ଜଙ୍ଗଲ ଜାତ ସମ୍ବଳ ସଂରକ୍ଷଣ, ଲୋପ ପାଇ ଯାଉଥିବା ବୃକ୍ଷଲତାର ପୁନଃ ବନୀକରଣ, କୌଳିକ ଚାଷ, ଆଦିବାସୀ ଜନଜାତି ଓ ଜୀବିକା ସଂରକ୍ଷଣ, ଶିଶୁ ଶ୍ରମିକ ଓ ବନ୍ଧିତ ଶ୍ରମିକ ଦୂରୀକରଣ, କାର୍ବନ ଏମିସନ ଏଲିମିନସନ, ବେଆଇନ୍ ବନ୍ୟଜନ୍ତୁ ବ୍ୟବସାୟ ଓ ଚାଲାଣ ଦୂରୀକରଣ, ଦଳିତ ନାରୀ ସୁରକ୍ଷା, ଶିକ୍ଷ୍ୟା ଓ ସଶକ୍ତିକରଣ ଆଦି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି।
ଓଡିଶାର ପରିବେଶ ଓ ପ୍ରକୃତିର କିଛି ଅମୃତବିନ୍ଦୁ କୁ ବାଣ୍ଟିବାରେ ଲାଗିଛନ୍ତି ଅମୃତା ତାଙ୍କର ‘ଓଡିଶୀ ଆର୍ଥ’ ମାଧ୍ୟମ ରେ। ଅମୃତ।ଙ୍କର ଏଇ ଉଦ୍ୟମକୁ ଆମର ସାଦର ଶୁଭକାମନା।