• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ସଶକ୍ତିକରଣ

କୃଷି ନବୀକରଣ କରୁଥିବା ଆଗ୍ରୋପ୍ରେନର୍ସ

No Comments
July 4, 2022
3 Mins read
106 Views
HydroValley

ପିଲାଟି ଦିନରୁ ଆମେ ସମସ୍ତେ ଶୁଣି ଆସୁଚେ, ଉର୍ବର ମାଟିରେ ଭାରି ଭଲଚାଷ ହୁଏ । ଆମ ଦେଶର ମାଟି ଉର୍ବର, ତା’ ସାଙ୍ଗକୁ ବର୍ଷା ଠିକ ସମୟରେ ହେଉଥିବାରୁ ଚାଷବାସ କରି ଚାଷୀ ମଧ୍ୟ ଲାଭବାନ ହୋଇଥାନ୍ତି । ଏବେ କିନ୍ତୁ ପରିବର୍ତ୍ତିତ ପରିବେଶ ଏବଂ ଜନସଂଖ୍ୟା ବୃଦ୍ଧି କାରଣରୁ ଚାଷ ଆଗଭଳି ହେଉନାହିଁ । କେତେବେଳେ ବର୍ଷା ହେଉନିତ’ ଅନ୍ୟ କେଉଁ ସମୟରେ ବନ୍ୟା ହୋଇ ଚାଷ ଧୋଇନେଉଛି । ଏହି ପରିସ୍ଥିତିର ସମାଧାନ ହୋଇ ବାହାରିଆସିଲା ‘ହାଇଡ୍ରୋପୋନିକ ଫାର୍ମିଙ୍ଗ’ । ଉନ୍ନତ ଜ୍ଞାନ କୌଶଳରେ ହେଉଥିବା ଏହି ଚାଷଟି ପାରମ୍ପରିକ କୃଷି ପଦ୍ଧତିଠୁ ଭିନ୍ନ । ଏଥିରେ ଚାଷ ପାଇଁ ମାଟିର ଆବଶ୍ୟତା ଆଦୌ ନାହିଁ,  କିମ୍ବା ବେଶ ବଡ ଜାଗା ମଧ୍ୟ ଆବଶ୍ୟକ ନାହିଁ  । ଶୁଣିବାକୁ ବିଚିତ୍ର ଲାଗୁଥିଲେ ବି ପ୍ରକୃତରେ ହାଇଡ୍ରୋପୋନିକ ଚାଷ କରି ଆଜିର ପିଢ଼ି ସଫଳ ହେଉଛନ୍ତି। ଏହାର ସୁନ୍ଦର ଉଦାହରଣ ହେଉଛନ୍ତି ଜଗତସିଂହପୁର ବାସିନ୍ଦା ଆଶିଷ ମହାନ୍ତି ଓ ପ୍ରଜ୍ଞା ସାହୁ ଯାହାଂକର ଚେସ୍ଟାର ଫଲ ହେଉଅଛି ‘ହୈଡ୍ରୋଭେଲି’ ।

ଆଶିଷ, ପ୍ରଜ୍ଞା ରାଜ୍ୟ ବାହାରେ ଏକ ବଡ଼ କମ୍ପାନୀରେ କାମ କରୁଥିଲେ। ଦୁହେଁ ଉଚ୍ଚ ପଦରେ କାମ କରିବା ସହ ସେମାନଙ୍କ ରୋଜଗାର ମଧ୍ୟ ଭଲଥିଲା। ହେଲେ ତାଙ୍କ ମନରେ କୁହୁଳୁଥିଲା ନିଜ ମାତୃଭୂମିରେ କିଛି କରିବାର ଇଛା । ଭାଗ୍ୟ ତାଙ୍କୁ ସୁହାଇଲା, ସେଇ ସମୟରେ ପ୍ରଜ୍ଞା ତାଙ୍କ ନଣନ୍ଦଠୁ ଜାଣିବାକୁ ପାଇଥିଲେ ହାଇଡ୍ରୋପୋନିକ ଫାର୍ମିଙ୍ଗ ବିଷୟରେ । ଯେଉଥିରେ ମାଟିର ଆବଶ୍ୟକତା ନାହି ଏବଂ ଖଣିଜତତ୍ତ୍ଵ ପୂର୍ଣ୍ଣ ପାଣିରେ ଏହି ଚାଷ କରାଯାଏ । ତା’ ସାଙ୍ଗକୁ ୯୦% କମ୍ଜଳ ଖର୍ଚ୍ଚରେ ଫସଲ ଉତ୍ପାଦନ ହେବ । ଏଇ ନୂଆ ପ୍ରଣାଳୀର ଚାଷ ତାଙ୍କୁ ବେଶ ଆକର୍ଷିତ କରିଥିଲା । ଅନୁସନ୍ଧାନ କରିବା ପରେ ଶେଷରେ ସେମାନେ ଏହି ହାଇଡ୍ରୋପୋନିକ ଫାର୍ମିଙ୍ଗ କରିବାକୁ ସ୍ଥିର କଲେ । ଚାଷ ଆରମ୍ଭ କରିବା ପୂର୍ବରୁ ଏହି ଦମ୍ପତି ଗଭୀର ଅନୁସନ୍ଧାନ କରିଥିଲେ, ବିଭିନ୍ନ ପ୍ରକାର ବହି ପଢ଼ିବା ସହ ୟୁ-ଟ୍ୟୁବ୍‌ରୁ ମଧ୍ୟ ଜ୍ଞାନ ଆହରଣ କରିଥିଲେ । ହାଇଡ୍ରୋପୋନିକ ଫାର୍ମିଙ୍ଗ ଚାଷ ର କଳା ଶିଖିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେଇଥିଲେ। କିନ୍ତୁ ଏବେ ଆବଶ୍ୟକ ଥିଲା ଗୋଟେ ସଠିକ ଯୋଜନାର । ପ୍ରଜ୍ଞା ଓଡିଶା ଆସିଲା ପରେ ବଜାରକୁ ଅନୁଧ୍ୟାନ କରିଥିଲେ ଏବଂ ଅନୁଧ୍ୟାନ ଦ୍ଵାରା ଜଣା ପଡିଲା ଯେ ଲେଟ୍ୟୁସ, ତୁଲସୀ, ଚେରୀ, ଟମାଟୋ ଏବଂ ପତ୍ରଯୁକ୍ତ ପନିପରିବାର ଚାହିନ୍ଦା ଅଧିକ କିନ୍ତୁ ଏହାର ଯୋଗାଣ ଥିଲା କମ ।

ଚାକିରିଠୁ କିଛି ଦିନର ଛୁଟି ନେଇ ଘରକୁ ଆସିଲେ ଆଶିଷ। ଯୋଜନା ଅନୁସାରେ ଆଶିଷ ଉତ୍ପାଦନ ଭାଗ ସମ୍ଭାଳିଲେ । ଅନ୍ୟ କୁଆଡ଼େ ନଯାଇ ନିଜ ଘରଛାତ ଉପରେ ୮୦୦ ବର୍ଗ ଫୁଟ୍ ଅଞ୍ଚଳରେ ଚାଷ କଲେ । ପରିଶ୍ରମର ପ୍ରକୃତ ମୂଲ୍ୟ ନିଶ୍ଚୟ ମିଳେ, ଏକଥା ଆମ ବଡ଼ମାନେ କହିଛନ୍ତି । ଆଶିଷ, ପ୍ରଜ୍ଞାଙ୍କୁ ମଧ୍ୟ ଏଇ ପ୍ରାରମ୍ଭିକ ପର୍ଯ୍ୟାୟରେ ସଫଳତା ମିଳିଲା ତଥା ନିଜ ଉଦ୍ୟମ ଦ୍ଵାରା ବେଶ ଲୋକପ୍ରିୟ ହେଲେ । ପରବର୍ତୀ ସମୟରେ ଆଶିଷ ପୁରା ସମୟ ନିଜ ଚାଷକୁ ଦବାପାଇଁ ସ୍ଥିର କଲେ । ୨୦୧୯ ନଭେମ୍ବରରେ ଚାଷ କରି ସଫଳ ହୋଇଥିବା ଏହି ଯନ୍ତ୍ରୀ ନିଜ ଉଦ୍ୟମ ଜାରି ରଖିଲେ । ଠିକ ସେଇ ସମୟରେ ଦଇବର କୁଠାରଘାତରେ ଆଶିଷ, ପ୍ରଜ୍ଞା ଉଦ୍ୟମରେ ବାଧା ସୃଷ୍ଟି ହୋଇଥିଲା । କାରଣ ପୂରା ବିଶ୍ଵରେ ସେତେବେଳେ କରୋନାର କାୟା । କିନ୍ତୁ ଲୋକମାନଙ୍କର ପ୍ରଶଂସା ଏବଂ ଯୋଗଦାନ ତାଙ୍କ ମନୋବଳ ଦୃଢ କରି ରଖିଥିଲା । ଯେମତି ଯେମତି କରୋନାର ପ୍ରକୋପ କମିଲା ତଥା ଧୀରେ ଜନଜୀବନ ସ୍ଵାଭାବିକ ହେଲା, ୨୦୨୧ ଅଗଷ୍ଟରେ ପୁଣି ଥରେ ସେମାନଙ୍କ ହାଇଡ୍ରୋପୋନିକ ଚାଷ ଜୋର ଧରିଲା । ଏଥରକ ଘର ପଛ ପାଖ ବାରିରେ ସେ ‘ଫେନ ଆଣ୍ଡ ପୋଳୀ ହାଉସ’ ରେ ଚାଷ କଲେ । ଯାହା ଫଳ ସ୍ଵରୂପ ବର୍ଷ ସାରା ଯେକୌଣସି ପାଗକୁ ଖାତିର ନକରି ଉପଯୁକ୍ତ ନିୟନ୍ତ୍ରିତ ବାୟୁମଣ୍ଡଳୀୟ ସ୍ଥିତିରେ ଉଦ୍ଭିଦ ଗୁଡିକର ବୃଦ୍ଧି ସମ୍ଭବ ହୋଇପାଇଲା ।

ଓଡ଼ିଶାରେ ଏଭଳି ଉନ୍ନତ ଧରଣର ଚାଷର ମୂଳଦୁଆ ପକାଇବାରେ ସେମାନେ ପ୍ରଥମ । ସଫଳତାକୁ ହାତେଇ ପାରିବେକି ନାହିଁ, ଏଥିପାଇଁ ସେମାନଙ୍କ ମନରେ ଆଶଙ୍କା ଥିଲା । କିନ୍ତୁ ଧୈର୍ଯ୍ୟ, ଆତ୍ମନିଷ୍ଠା, ପରିଶ୍ରମ ଆଶିଷ ପ୍ରଜ୍ଞାଙ୍କୁ ବାଟ କଢ଼ାଇ ଦେଇଛି । ବିଭିନ୍ନ ଖାଦ୍ୟ ପ୍ରଦର୍ଶିନୀ ଓ ସୋସିଆଲ ମିଡିଆ ମାଧ୍ୟମ ପାଇଁ ଲୋକମାନଙ୍କ ନିକଟକୁ ଆସି ପାରିଛନ୍ତି । ଚାହିଦା ଅନୁଯାୟୀ ହିସାବକରୀ ବୃକ୍ଷରୋପଣ କରିବା ଯୋଗୁ ଅମଳର ଅନାବଶ୍ୟକ ନଷ୍ଟ ହୁଏନି । ଯଦିଓ କିଛି ବଳି ଯାଏ, ସେମାନେ ପରିବାର, ପଡ଼ୋଶୀ, ଏବଂ ଫୁଡ ବ୍ଲଗର୍ କିମ୍ବା ସ୍ଥାନୀୟ ରେଷ୍ଟୁରାଣ୍ଟ ମଧ୍ୟରେ ଅତିରିକ୍ତ କିମ୍ବା ଅବଶିଷ୍ଟ ଉତ୍ପାଦଗୁଡିକୁ ବଣ୍ଟନ କରନ୍ତି ।

ନିଜମାଟିରେ ସଫଳତା ପାଇବାର ମଜା ନିଆରା ଲାଗେ ବୋଲି କହିଛନ୍ତି ଆଶିଷ । ଏହି ହାଇଡ୍ରୋପୋନିକ ଫାର୍ମିଙ୍ଗରୁ ସେମାନଙ୍କୁ ବେଶ୍ ଭଲ ରୋଜଗାରର ବାଟ ଏବଂ ଲୋକପ୍ରିୟତା ମିଳିଛି । ଯୁବପିଢ଼ିଙ୍କୁ ଏହି ଦମ୍ପତି ପରାମର୍ଶ ଦେଇଛନ୍ତି, ମହାନଗରୀର ଚାକଚକ୍ୟ ଦେଖିବାକୁ ଭଲଲାଗେ କିନ୍ତୁ ସେଠି ନିଃସଙ୍ଗ ଜୀବନ ବିତାଇବା ଭାରି କଷ୍ଟକର । ଏହି ଉଦ୍ୟମ ସେମାନଙ୍କୁ ନିଜ ବୟସ୍କ ବାପା-ମା’ଙ୍କ ସାଥିରେ ରହିବାର ସୁଯୋଗ ମଧ୍ୟ ଦେଇଛି । ଆଶିଷ-ପ୍ରଜ୍ଞାଙ୍କର ଏହି ସଫଳତା ଦେଖି ଅନ୍ୟ ଯୁବପିଢ଼ି ମଧ୍ୟ ହାଇଡ୍ରୋଫାର୍ମିଙ୍ଗ କରିବାକୁ ଆକର୍ଷିତ ହେଉଛନ୍ତି ଆଉ ନିଜ ଜୀବନକୁ ସଶକ୍ତ ଓ ଆଲୋକିତ କରି ପାରିଛନ୍ତି । ଗ୍ରାହକଙ୍କୁ ସୁସ୍ଥ ପନିପରିବା ଯୋଗାଇ ସେମାନଙ୍କ ସନ୍ତୁଷ୍ଟତା, ପ୍ରଶଂସା ଏବଂ ଆମ ପରିବାରର ସମର୍ଥନ ସବୁବେଳେ ଆମ ପାଇଁ ପ୍ରେରଣାଦାୟୀ ବୋଲି କହୁଛନ୍ତି ଦମ୍ପତି ।

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ବିନା ବିଦ୍ୟୁତ୍ ସଂଯୋଗରେ ଚାଲୁଛି ମାଟି ଫ୍ରିଜ୍

Next Post

ଓଡିଶାର ପରିବେଶ ଓ ପ୍ରକୃତିର କିଛି ଅମୃତବିନ୍ଦୁକୁ ବାଣ୍ଟୁଛନ୍ତି ଅମୃତା

You might also like
milkman
ଭିଡିଓ କାହାଣୀ ସଶକ୍ତିକରଣ

କ୍ୟାରିୟର ପାଇଁ ମେଟ୍ରୋରୁ ଗାଁ ଯାତ୍ରା

2 Mins read
December 31, 2021

ଘନଶ୍ୟାମଙ୍କ ନାମଟି ହିଁ ପରିଚିତ କରାଇଦେଉଛି ଯେ ସେ ପଶ୍ଚିମ ଓଡ଼ିଶା ବାସିନ୍ଦା। ଏମବିଏ ପଢ଼ିବା ପରେ ଦିଲ୍ଲୀ ଏକ ଏମ୍‌ଏନ୍‌ସିରେ ବେଶ୍ ଭଲ ଦରମାରେ ନିଯୁକ୍ତି ପାଇଗଲେ। ସବୁକିଛି ହାତ ପାଆନ୍ତାରେ ଥିଲା ତାଙ୍କର, କେବଳ ଯାହା ମନରେ ଆତ୍ମସନ୍ତୋଷ ନଥିଲା। କିଛିଦିନ ଭାବି ନିଜ ଗାଁରେ ଡାଏରୀ ଫାର୍ମ କରିବାକୁ ଯୋଜନା କଲେ

sarojini-vana
ପରିବେଶ ସଶକ୍ତିକରଣ

ସ୍ନେହ ଓ ଶ୍ରମର ସୁଫଳ – ସରୋଜିନୀ ବନ

2 Mins read
April 12, 2022

ଗଛ ଛାଇରେ ବସି ତାର ସାହାଯ୍ୟ ସୁବିଧା ନେବାକୁ ତ ଅନେକ ଲୋକ ଅଛନ୍ତି କିନ୍ତୁ ଗଛ ଲଗାଇ ତାଙ୍କର ଯତ୍ନ ନେଇ ସୁରକ୍ଷା ଦେଇ ଏକ ଟାଙ୍ଗରା ଭୂମିରେ ଜଙ୍ଗଲ ସୃଷ୍ଠି କରିବାର ସ୍ୱପ୍ନ ଦେଖୁଥିବା ଲୋକମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ସରୋଜିନୀ । ନିଜସ୍ୱ ଚେଷ୍ଟାରେ ସରୋଜିନୀ ଲଗାଇଛନ୍ତି ଅନେକ ଗଛ

prachurya0
ସଶକ୍ତିକରଣ

ଦୃଷ୍ଟିହୀନ କିନ୍ତୁ ସକ୍ଷମରୁ ବି ଆହୁରି ସକ୍ଷମ

3 Mins read
November 25, 2022

ଜନ୍ମାନ୍ଧ ପ୍ରାଚୁର୍ଯ୍ୟ ନିଜର ବିଲକ୍ଷଣ ପ୍ରତିଭା ଏବଂ ଇଛାଶକ୍ତି ବଳରେ ପ୍ରଶାସନିକ ସେବା ସଫଳତାର ସହ ଉତିର୍ଣ୍ଣ ହୋଇଛନ୍ତି

During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.
click here⬇️⬇️
https://inspiringodisha.com/battled-covid-to-be-a-mother/
Change is coming! People are getting aware of the Change is coming! People are getting aware of the negative impact of deforestation and the importance of mangroves in the coastal region.
A small group of people from the Kendrapada district of Odisha have donated their registered land willingly to the forest department for the mangrove plantation.
Be it Dilip, Satyabrat or any other, the names on the list are going up day by day. So, to acknowledge their unique work to save the Hental range the Bhitarkanika forest officials call such people ‘Mangrove Mitra’.
 CMO Odisha Bikram Keshari Arukha PMO India
#Mankibaatpmmodi #SaveHentalMangroves #Odishaforestdepartment
#Bhitarkanikawildlifesanctury #DFOBhitarkanika
https://inspiringodisha.com/friends-of-mangrove-offer.../
A 71-year-old clerk who lives 20 km away from Bhub A 71-year-old clerk who lives 20 km away from Bhubaneswar in Sarkana Village, Balianta block is empowering the lives of more than 5,000 fish farmers every year. 
His #Aquaculture Field has become the training cum research school for young entrepreneurs in fish breeding, brood production and water management; that too #freeofcost. Starting from a learner to being a tutor, he opines that if done in the right process with technical assistance and patience, fish farming could be a profitable career. His top-notch contribution in the field of Aquaculture has conferred him with ‘Padma Shri’ in 2020. His selfless guidance has inspired many youths in this field, thus, transforming their socio-economic condition.
#SarkanaCarpHatchery #AquacultureFieldSchool #ICAR #CIFA
#lighthouse
https://inspiringodisha.com/a-clerk-who-becomes-the.../
Our society needs people like Benudhar Swain who a Our society needs people like Benudhar Swain who are conscious of the forest and its relevance. The 86-years-old farmer is planting trees and promoting afforestation in his native place at Betanati block, Mayurbhanj. His life lies in trees and rears them just like his own children.
.
.
If every one of us shares the same feeling as Benudhar, the mother earth can be saved from being BARREN...
#SAVETREESSAVELIFE #GREEENINITIATIVE #GREENEARTH

https://inspiringodisha.com/the-trees-are-giving-me-life/
A country will be prosperous when its women folk a A country will be prosperous when its women folk also get empowered. An odia homemaker, Durga Priyadarshini of Bargarh district of Odisha rolled out organic paint made out of Cowdung in the market. 
With the sale of over 10,000 litres till now, her Gaumaya Paintspaint is an eco-friendly alternative to plastic paints and is highly praised by the natives in and out of state.
Click the link to know more about her inspiring journey.

#ecofriendlyproducts #GaumayaPaints #housepainting #letsturntoecoproducts #dairyfarm #startupodisha #PMOIndia #CMOOdisha

https://inspiringodisha.com/odisha-homemaker-makes-eco-friendly-paints-from-cowdung-generates-employment/
Tike Khusi is a way to pour happiness in the faces Tike Khusi is a way to pour happiness in the faces of people. Through the small initiative, Ranjan Kumar Patra Patra is creating a series of memory with a mere touch of surprise and happiness. And this work in return gives him immense contentment.
A yoga teacher by profession and a cameraholic by passion only aim his work would able to curtail the amount of stress in the lives of people.📸
#lighthouse
https://inspiringodisha.com/tike-khusi-the-gift-of-joy/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies