• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ସଶକ୍ତିକରଣ

ଦୃଷ୍ଟିହୀନ କିନ୍ତୁ ସକ୍ଷମରୁ ବି ଆହୁରି ସକ୍ଷମ

No Comments
November 25, 2022
3 Mins read
427 Views
prachurya0

ଜନ୍ମରୁ ଅନ୍ଧ ସତ କିନ୍ତୁ କୌଣସି ଦିଗ ରୁ ବି ଅକ୍ଷମ ନୁହଁନ୍ତି ସେ ବରଂ ନିଜ ସ୍ୱପ୍ନକୁ ସତ କରିବାର ସାମର୍ଥ୍ୟ ରଖୁଥିବା ପ୍ରାଚୁର୍ଯ୍ୟ ପ୍ରଧାନ ଅନେକ ସକ୍ଷମଙ୍କଠୁ ବି ଅଧିକ ସକ୍ଷମ । ଜନ୍ମାନ୍ଧ ପ୍ରାଚୁର୍ଯ୍ୟ, ନିଜର ବିଲକ୍ଷଣ ପ୍ରତିଭା ଏବଂ ଇଛାଶକ୍ତି ବଳରେ କେବଳଯେ ଅନ୍ତରାଷ୍ଟ୍ରୀୟ ଚେସ୍ ଗ୍ରାଣ୍ଡମାଷ୍ଟର ହୋଇ ପାରିଛନ୍ତି ତାନୁହେଁ, ସମ୍ମାନଜନକ ଓଡିଶା ପ୍ରଶାସନିକ ସେବା (ଓଏଏସ) 2022 ପରୀକ୍ଷାରେ ପ୍ରଥମ ଚେଷ୍ଟାରେ ହିଁ  ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । କେବଳ 25 ବର୍ସ ବୟସରେ ପ୍ରାଚୁର୍ଯ୍ୟ ଆମ ସମାଜର ଭିନ୍ନକ୍ଷମଙ୍କ ପ୍ରତି ଥିବା ହୀନମନ୍ୟତା ଏବଂ ଚିନ୍ତାଧାରାକୁ ବଦଳାଇ ଦେବାରେ ସଫଳ ହୋଇଛନ୍ତି । 

“ମୁଁ ଜନ୍ମରୁ ଚକ୍ଷୁହୀନ, କିନ୍ତୁ ମୁଁ ନିଜର ଏଇ ଅକ୍ଷମତାକୁ ସର୍ବଦା ଏକ ଆହ୍ଵାନ ବୋଲି ଗ୍ରହଣ କରେ । ଏଇ ଆହ୍ୱାନ ସବୁବେଳେ ମୋ ଜୀବନର ଅସମ୍ପୂର୍ଣତାକୁ ସମ୍ପୂର୍ଣ କରିବା ପାଇଁ ପ୍ରେରଣା ଦେଇଛି । ମୁଁ ସମ୍ମୁଖୀନ ହୋଇଥିବା ପ୍ରତିଟି ପ୍ରତିକୂଳ ସ୍ଥିତି ମୋ ମନକୁ ଆହୁରି ସୁଦୃଢ କରିଛି । ସ୍ୱପ୍ନର ତ ସୀମା ନଥାଏ ଆଉ ସେଇଥିପାଇଁ ମୁଁ କହିବାକୁ ଚାହେଁ, ସମସ୍ତେ ବଡ-ବଡ ସ୍ଵପ୍ନ ଦେଖନ୍ତୁ ଯେମତି ମୁ ଦେଖେ, ଆଉ ଏଇ ସ୍ଵପ୍ନ ସବୁକୁ ସତ କରିବା ପାଇଁ ବାଟ ଖୋଜନ୍ତୁ, ଯେମିତି ମୁଁ ଖୋଜିଛି ।”

ପଶ୍ଚିମ ଓଡିଶାର ନୂଆପଡା ଜିଲ୍ଲା ବୋଡେନ ଗାଁ’ର ପୁଅ ପ୍ରାଚୁର୍ଯ୍ୟଙ୍କୁ ଜଣେ ସୁନାମଧନ୍ୟ ଚେସ୍ ଖେଳାଳି ଭାବରେ ସଭିଏଁ ଜାଣନ୍ତି । ଚେସ୍ ପାଇଁ ଦେଶ-ବିଦେଶରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି ସେ । ମାତ୍ର ୧୦ବର୍ଷ ବୟସରେ ଚେସ୍ ଖେଳ ଆରମ୍ଭ କରିଥିବା ପ୍ରାଚୁର୍ଯ୍ୟ ଓଡିଶାର ପ୍ରଥମ ଚକ୍ଷୁହୀନ ଚେସ୍ ଖେଳାଳି ଯାହାଙ୍କୁ ଅନ୍ତରାଷ୍ଟ୍ରୀୟ FIDE ରେଟିଙ୍ଗ ମିଲିଚି । ଇଣ୍ଡୋନେସିଆର ଜାକର୍ତ୍ତାରେ ୨୦୧୮ରେ ଅନୁଷ୍ଠିତ ତୃତୀୟ ଏସିଆନ ପାରା ଗେମ୍ସ B1 ପୁରୁଷ ରାପିଡ ଟିମ ଚେସରେ ସିଲଭର ମେଡାଲ ଜିତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଉଚ୍ଚପ୍ରଶଂସିତ ହୋଇଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ‘ଷ୍ଟେଟ ଆୱାର୍ଡ ଫର ଇଣ୍ଡିଭିଜୁଆଲ ଏକ୍ସେଲେନ୍ସ’ ୨୦୧୨ରେ ସମ୍ମାନିତ କରିଥିଲେ। 

କିନ୍ତୁ ଏତିକି ନୁହେଁ ପ୍ରାଚୁର୍ଯ୍ୟ ନିଜ ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ଉପଲବ୍ଧି ହାସଲ କରିଛନ୍ତି । ଓଡିଶାରେ ତୃତୀୟ ସର୍ବାଧିକ ନମ୍ବର ରଖି ସେ ଦଶମ ପାସ କରିଥିଲେ ଆଉ B.Com ଓ M.Com ସାରି ଏବେ ରେଭେନ୍ସା ୟୁନିଭର୍ସିଟିରେ P.hd ମଧ୍ୟ କରୁଛନ୍ତି । ପୁଣି NET ଓ JRF ପରୀକ୍ଷା ଉତ୍ତୀର୍ଣ୍ଣ ହେବା ସହ ଚାଟାର୍ଡ ଆକାଉଣ୍ଟେଣ୍ଟ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସବୁଠୁ ବଡ କଥା ହେଲା ମାତ୍ର ୬ ମାସ ପ୍ରସ୍ତୁତିକରି ୨୦୨୨ ଓଏଏସ ପରୀକ୍ଷାରେ ସେ ପ୍ରଥମ ଚେଷ୍ଟାରେ ହିଁ ୨୯୨ ରାଙ୍କରେ ଉତ୍ତୀର୍ଣ୍ଣ ହୋଇ ନିଜର ପ୍ରବଳ ଆତ୍ମବିଶ୍ଵାସକୁ ପ୍ରମାଣିତ କରିଛନ୍ତି ।

ମୋ ପାଇଁ ଗୋଟେ ଭଲ ସ୍କୁଲରେ ପାଠ ପଢିବା ଏବଂ ଚେସ ବିଷୟରେ ଜାଣିବା ଏତେ ସହଜ ନଥିଲା । ମୁଁ ଏମତି ଗୋଟେ ପଛୁଆ ଗାଁ ରୁ ଆସିଛି ଯେଉଁଠି ଚାଲିବା ପାଇଁ ନା ପକ୍କା ରାସ୍ତା ଥିଲା, ନଥିଲା ଚେସ ବିଷୟରେ ଜାଣିବା ପାଇଁ ଭଲ ଇଣ୍ଟରନେଟସୁବିଧା । କିନ୍ତୁ ସେ ସମୟରେ ମୋ ଆତ୍ମବିଶ୍ୱାସ ବଢାଇ ଥିଲେ ମୋ ମା-ବାପା । ଘର ପାଖରେ ଥିବା ସାଧାରଣ ସ୍କୁଲରେ ମତେ ମୋ ଅକ୍ଷମତା ପାଇଁ ଏଡମିଶନ ମିଳୁନଥିଲା । ତେବେ ବାପା ବଡ କଷ୍ଟରେ ଏକ ଦୂର ସ୍କୁଲରେ ଏଡମିଶନ କରାଇଥିଲେ । ସେଇ ବିଦ୍ୟାଳୟରେ ମତେ ପାଠପଢା ସାଙ୍ଗକୁ ଚେସ ଖେଳ ଶିଖିବାର ସୁଯୋଗ ମିଳିଥିଲା । ଚେସ ଖେଳ ଆମ ପରିବାର ପାଇଁ ନୂଆ କଥା ନଥିଲା କାରଣ ମୋର ବଡବାପା ରବିରଞ୍ଜନ ପ୍ରଧାନ ଜଣେ ଭଲ ଚେସ ଖେଳାଳି ଥିଲେ । ସିଏହିଁ ମତେ ପ୍ରଥମେ ଚେସ ଖେଳିବାର କୌଶଳ ଶିଖାଇଥିଲେ । ବିରୋଧୀଙ୍କ ଚେସ ଗୋଟିର ସ୍ଥାନ ଚିହ୍ନିକି କେମତି ବିଜୟ ପାଇଁ ରଣନୀତି ବନେଇହବ ସେ କଳା ବି ତାଙ୍କଠୁ ମୁଁ ଶିଖିଛି । ଖାଲି ସମୟରେ ନିଜ ସାନଭାଇ ସୌନ୍ଦର୍ଯ୍ୟ ସହ ଚେସ ଅଭ୍ୟାସ କରେ । ମୋ ବାପା ମଧ୍ୟ ବିଭିନ୍ନ ଅନ୍ତରାଷ୍ଟ୍ରୀୟ ଚେସ ବହିପଢି ମତେ ଚେସର ରଣକୌଶଳ ବିଷୟରେ ଜ୍ଞାନ ଦଉଥିଲେ ।

ଦ୍ରୁତ ଇଣ୍ଟରନେଟ୍ ସେବା ଆସିବା ପରେ ଦୁଇ ଭାଇ ପ୍ରାଚୁର୍ଯ୍ୟ ଓ ସୌନ୍ଦର୍ଯ୍ୟ ଏକାଠି ଚେସ-ବେସ୍, ଫ୍ରିଚେସ୍.ଓଆରଜି, ଫ୍ରିଜ୍ ଏବଂ ଅନ୍ୟାନ୍ୟ ଅନଲାଇନ୍ ଚେସ୍ ପ୍ଲାଟଫର୍ମ ମାଧ୍ୟମରେ ସାରା ବିଶ୍ୱର ଦୃଷ୍ଟିହୀନ ଚେସ୍ ଖେଳାଳିଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିଲେ | ବିଭିନ୍ନ ରାଜ୍ୟ ତଥା ଇଣ୍ଟର-ଷ୍ଟେଟ ଚେସ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରି ସେମାନେ ଦକ୍ଷତା ହାସଲ କରିଥିଲେ । ସମୟକ୍ରମେ ପ୍ରାଚୁର୍ଯ୍ୟ ବିଭିନ୍ନ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରିୟ ଖେଳରେ ସୁନାମ ହାସଲ କାଲେ । ଚେସ୍ ତାଙ୍କୁ ତାଙ୍କର ଧୀଶକ୍ତି ଓ ସ୍ମରଣଶକ୍ତିକୁ ଆହୁରି ସଶକ୍ତ କଲା । କୋଭିଡ୍ ସମୟରେ ଉଭୟ ଭାଇ ଇଣ୍ଡିକ ଆର (ଚକ୍ଷୁହୀନ ମାନଙ୍କୁ ଚେସ ଶିଖାଇବା ପାଇଁ ଏକ ଅନଲାଇନ୍ ପ୍ଲାଟଫର୍ମ) ରେ ଛାତ୍ରମାନଙ୍କୁ ତାଲିମ ଦେବାର ସୁଯୋଗ ପାଇଥିଲେ | ଦେଶ-ବିଦେଶର ଅନେକ ଆଗ୍ରହୀ ପିଲାଙ୍କୁ ଚେସର 2-3 ମାସର କ୍ରାସ୍ ପାଠ୍ୟକ୍ରମ ପ୍ରଦାନ କରିଥିଲେ। ଏବେ ମଧ୍ୟ ପ୍ରାଚୁର୍ଯ୍ୟ ଅନଲାଇନ୍ କ୍ଲାସ୍ ମାଧ୍ୟମରେ ଅନେକ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ମାଗଣା ଚେସ ପ୍ରଶିକ୍ଷଣ ଦେଉଛନ୍ତି । 

ଚେସ୍ ମୋର ଏବଂ ମୋ ସାନାଭାଇ ସୌନ୍ଦର୍ଯ୍ୟ ପ୍ରଧାନଙ୍କ ଜୀବନର ଏକ ଅଂଶ, କାରଣ ଏହା ଆମ ଜୀବନକୁ ସଂପୂର୍ଣ୍ଣ ବଦଳାଇ ଦେଇଛି। ଚେସ ଆମ ଜୀବନରେ ଆଗକୁ ବଢିବା ପାଇଁ ଆବଶ୍ୟକ ହେଉଥିବା ସବୁକିଛି ଦେଇଛି। ଆମର ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଏବଂ ଗ୍ରାଣ୍ଡମାଷ୍ଟର ବିଶ୍ବନାଥନ ଆନନ୍ଦ  ମୋର ଆଦର୍ଶ । ସେମାନଙ୍କ ଜୀବନ ଦର୍ଶନ ମତେ ଆଶାବାଦୀ କରିଛି ଏବଂ ଜୀବନରେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇଛି ।ଜଣେ ଶାରୀରିକ ଭାବେ ବିକଳାଙ୍ଗ ହୋଇପାରେ କିନ୍ତୁ ତାର ମନ ସୁଦୃଢଥିଲେ ସେ ବ୍ୟକ୍ତି ନିଜର ଭାଗ୍ୟକୁ ନିଜ କର୍ମ ଦ୍ଵାରା ବଦଳାଇ ଦେଇ ପାରିବ ।

ବର୍ତ୍ତମାନ ଭୁବନେଶ୍ୱରର ଓଡିଶା ଖଣି ନିଗମ (ଓଏମସି) ରେ ଆସିଷ୍ଟାଣ୍ଟ ମ୍ୟାନେଜର (ଫାଇନାନ୍ସ) ଭାବରେ କାର୍ଯ୍ୟରତ ପ୍ରାଚୁର୍ଯ୍ୟ ଓ ଖୁବଶୀଘ୍ର ସେ ଓଏଏସ ଅଫିସର ଭାବରେ ନିଜକୁ ଲୋକସେବାରେ କରିବେ ନିୟୋଜିତ। ଜୀବନର ସମସ୍ତ ଆହ୍ଵାନକୁ ସାହସର  ସହିତ ସାମ୍ନାକରି ନିଜ ବିଲକ୍ଷଣ ଯୋଗ୍ୟତାକୁ ଦୁନିଆ ଆଗରେ ପ୍ରମାଣିତ କରିପାରିଥିବା ପ୍ରାଚୁର୍ଯ୍ୟ ଆମ ସମସ୍ତଙ୍କ  ପାଇଁ ପ୍ରେରଣାର ଉତ୍ସ, ପ୍ରାଚୁର୍ଯ୍ୟଙ୍କୁ ଆମର ହୃଦୟାଭରା ଶ୍ରଦ୍ଧା ଓ ସମ୍ମାନ !! 

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଅବିନାଶଙ୍କର ଚାଟଶାଳୀ ଗରିବ ଛୁଆମାନଙ୍କ ପାଇଁ ଶିକ୍ଷାର ଆଲୋକ

Next Post

ଦିବ୍ୟାଙ୍ଗ ପ୍ରମିଳା ସାଜିଛନ୍ତି ପିଡିତଙ୍କ ଆଶାର ବାଡି

You might also like
Diya-2IO-story
ସଶକ୍ତିକରଣ

ରୁଢିବାଦୀ ଚିନ୍ତାଧାରାକୁ ହରାଇ ଗାଁ ଝିଅମାନଙ୍କ ପରିଚୟ ଗଢୁଛନ୍ତି ଦିୟା

2 Mins read
July 18, 2024

ଆଜିବି ଆମ ଦେଶରେ ତଥା ରାଜ୍ୟରେ କ୍ରୀଡା ସାଧାରଣତଃ ପୁରୁଷ ପ୍ରଧାନ । କ୍ରୀଡା ପ୍ରତି ଆମର ରକ୍ଷଣଶୀଳ ସାମାଜିକ ମନୋଭାବ ଲାଗି ଯେତେ ଇଚ୍ଛା ଥିଲେ ବି ଆମ ଝିଅମାନେ ସେମାଙ୍କ ପ୍ରତିଭା ପ୍ରଦର୍ଶନରୁ ବଞ୍ଚିତ ହୁଅନ୍ତି । ବୟସ ଅଠର ବର୍ଷ ନହେଉଣୁ ବିବାହ ହୋଇଯାଏ ଆଉ ତାପରେ ଘର ଭିତରେ ସବୁଦିନ ପାଇଁ ସୀମିତ ହୋଇ ରହିଯାନ୍ତି ସେମାନେ । ବିଶେଷକରି ଆମର ଅଧିକାଂଶ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରରେ ଏହା ଏକ ସାଧାରଣ କଥା । ଏଭଳି ଏକ ରୂଢିବାଦୀ ଚିନ୍ତାଧାରାକୁ …

muni
ଭିଡିଓ କାହାଣୀ ସଶକ୍ତିକରଣ

କୋୟା ଜନଜାତିଙ୍କୁ ଖୁସି ବାଣ୍ଟୁଛନ୍ତି ମୁନି ମାଡକାମୀ 

2 Mins read
June 18, 2024

ମୁନି ମାଡକାମୀ- ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୋୟା ଜନଜାତିର ଝିଅଟିଏ । ଜିଲ୍ଲାର ପଡିଆ ବ୍ଲକର କାଲଦାପଲ୍ଲୀ ଗ୍ରାମ ପଞ୍ଚାୟତର କୁର୍ତ୍ତୀ ଗ୍ରାମରେ ତାଙ୍କର ଘର। ବୟସ ମାତ୍ର ୧୮ ବର୍ଷ । କିନ୍ତୁ ତାଙ୍କ କାମ ଆଉ ସଫଳତା ସମ୍ମୁଖରେ ତାଙ୍କ ବୟସ ଆଜି କେବଳ ଏକ ସଂଖ୍ୟା । କୃଷି କ୍ଷେତ୍ରରେ ମୁନିଙ୍କର ଉପଲବ୍ଧି ଏବଂ ମାର୍ଗଦର୍ଶନ ତାଙ୍କ ଅଞ୍ଚଳର ପ୍ରାୟ ଅନେକ ଚାଷୀଙ୍କୁ କୃଷି ପ୍ରତି ପୁନଃଆକର୍ଷିତ କରିଛି । ଏକଦା ଏଇ ଚାଷୀମାନେ ରୋଜଗାର ଅନ୍ଵେଷଣରେ ଅନ୍ୟ ରାଜ୍ୟକୁ ଯିବାପାଇଁ ବାଧ୍ୟ ହେଉଥିଲେ । ନିଜ …

Seema-Mishra
ସଶକ୍ତିକରଣ

ସମନ୍ଵିତ କୃଷି ମାଧ୍ୟମରେ ଜୀବନ ଜୀବିକାର ପଥ ପ୍ରଦର୍ଶିକା 

4 Mins read
January 18, 2024

ଜଳ, ସ୍ଥଳ ଓ ଆକାଶର ତତ୍ଵକୁ ଖୁବ ଗଭୀର ଭାବରେ ନିଜର କରି ତା ଭିତରେ ଜୀବନ କାଟିବାର ସ୍ଵପ୍ନ ସେ ଦେଖିଥିଲେ ପିଲାଦିନୁ ।  ଆଉ ନିଜର ଏଇ ସ୍ଵପ୍ନ କୁ ସାକାର କରିବା ପାଇଁ ଦିଲ୍ଲୀ ଇଉନିଭର୍ସିଟି ରେ MBA ପାଠ୍ୟକ୍ରମ ପରେ କିଛି ବର୍ଷର କର୍ପୋରେଟ ଚାକିରି, ଉଚ୍ଚ ପଦବୀ ଭଲ ଦରମା ଓ ଦିଲ୍ଲୀ ସହରର ଅତ୍ୟାଧୁନିକ ଜାକ ଜମକ ସବୁକିଛିକୁ ପଛରେ ପକାଇ ଦିନେ ନିଜ ଗାଁକୁ ଫେରିଆସିଥିଲେ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ଶାସନ ରେଣ୍ଡିଓ ଗାଁର ଝିଅ ସୀମା …

Change is coming! People are getting aware of the Change is coming! People are getting aware of the negative impact of deforestation and the importance of mangroves in the coastal region.A small group of people from the Kendrapada district of Odisha have donated their registered land willingly to the forest department for the mangrove plantation.Be it Dilip, Satyabrat or any other, the names on the list are going up day by day. So, to acknowledge their unique work to save the Hental range the Bhitarkanika forest officials call such people ‘Mangrove Mitra’. CMO Odisha Bikram Keshari Arukha PMO India#Mankibaatpmmodi #SaveHentalMangroves #Odishaforestdepartment#Bhitarkanikawildlifesanctury #DFOBhitarkanikahttps://inspiringodisha.com/friends-of-mangrove-offer.../
A 71-year-old clerk who lives 20 km away from Bhub A 71-year-old clerk who lives 20 km away from Bhubaneswar in Sarkana Village, Balianta block is empowering the lives of more than 5,000 fish farmers every year. His #Aquaculture Field has become the training cum research school for young entrepreneurs in fish breeding, brood production and water management; that too #freeofcost. Starting from a learner to being a tutor, he opines that if done in the right process with technical assistance and patience, fish farming could be a profitable career. His top-notch contribution in the field of Aquaculture has conferred him with ‘Padma Shri’ in 2020. His selfless guidance has inspired many youths in this field, thus, transforming their socio-economic condition.#SarkanaCarpHatchery #AquacultureFieldSchool #ICAR #CIFA#lighthousehttps://inspiringodisha.com/a-clerk-who-becomes-the.../
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
The popular Naraj Peacock valley is just 15kms awa The popular Naraj Peacock valley is just 15kms away from Nandankanan Zoo in the capital city Bhubaneswar. The panoramic beauty of the valley is a reflection of Pannu Behera's love for peacocks. But for Kanhu (the grandson of Pannu) it's not just the love for peacocks but also a tribute to the last wish of his grandpa.🦚🦚We believe stories can be an effective tool of motivation. DM us to cover yours. We'll get you covered...#narajpeacockvalley #lighthouse .https://inspiringodisha.com/a-tradition-of-love-that.../
Ever heard of Hair donation? Harapriya Nayak, a s Ever heard of Hair donation? Harapriya Nayak, a social activist in the Jatni block of Khordha district, donates her hair to poor cancer patients. In the form of wigs, she gifts them to women cancer fighters who lost their hair and confidence as well during treatment. She hopes for a day when just like blood donation, people would come forward for hair donation too.so, what motivated her to stand for cancer patients?#Missionsmileoncancerpatient #SOPVA #harapriyanayak #PMNarendraModi #fightagainstcancer #ManKiBaat #liveforachangehttps://inspiringodisha.com/gift-of-wigs-to-cancer-fighters/
A doctor of VIMSAR is consulting and prescribing m A doctor of VIMSAR is consulting and prescribing medicine to poor patients at just Rs 1 in his '1 rupee clinic' in Burla in the Bargarh district of Odisha. Amongst several philanthropic works, Dr Shankar Ramchandani has also adopted 53 families and taken care of their education and health.Read more about this doctor b clicking the link below.,#1RupeeClinic #drshankarramchandani #VIMSAR #FreeMedicalService #PMOIndia #CMOdisha #healthministerofindiahttps://inspiringodisha.com/a-doctor-who-takes-only-1-rupee-fee/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies