• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଭିଡିଓ କାହାଣୀ ସଶକ୍ତିକରଣ

ଓଡିଶାର ପରିବେଶ ଓ ପ୍ରକୃତିର କିଛି ଅମୃତବିନ୍ଦୁକୁ ବାଣ୍ଟୁଛନ୍ତି ଅମୃତା

No Comments
July 15, 2022
3 Mins read
390 Views

ଯେତେ ସବୁ ପ୍ରତିକୂଳ ସ୍ଥିତିରେ ବି ପ୍ରକୃତି ପରିବେଶ ଆଉ ପ୍ରାକୃତିକ ଚିଜ ସବୁ ଭିତରେ ଜୀବନର ରାହା ଖୋଜୁ ଥିବା ମଣିଷଟିଏ- ଅମୃତା ଦାଶ l ସମାଜସେବୀ ଇଂ॰ ଅମର ପ୍ରସାଦ ଦାଶ ଏବଂ କାନନବାଳl ଦାଶ ଙ୍କ ଝିଅ ଅମୃତା ସ୍ନାତକତ୍ତୋର ପାଠ୍ୟକ୍ରମ ଶେଷ କରିବା ପରେ ଏମବିଏ ଡିଗ୍ରୀ ମଧ୍ୟ ହାସଲ କରିଥିଲେ।

୨୦୦୮ ରେ ଆରମ୍ଭ ହୋଇଥିଲା ବାଙ୍ଗାଲୋର ସ୍ଥିତ କିଛି ନାମିଦାମୀ ବହୁରାଷ୍ଟ୍ରୀୟ କମ୍ପାନୀରେ ତାଙ୍କର ଚାକିରୀ ଜୀବନ l କିନ୍ତୁ ପରିବେଶ ସୁରକ୍ଷା ଦିଗରେ ନିଜେ କିଛି କରି ଦେଖେଇବାର ଇଚ୍ଛା ତାଙ୍କୁ ବାଧ୍ୟ କରିଥିଲା ଭଲ ଦରମାର ଚାକିରୀ, ବଡ ସହରର ଆଧୁନିକ ଜୀବନଚର୍ଯ୍ୟାରୁ ଅବ୍ୟାହତି ନେବା ପାଇଁ l ଅମୃତା ଚାଲିଯାଇଥିଲେ ପଣ୍ଡିଚେରୀ l ଶ୍ରୀ ଅରବିନ୍ଦ ଆଶ୍ରମ ଏବଂ ଅରୋଭିଲେରେ ବିଭିନ୍ନ୍ ପରିବେଶ କଲ୍ୟାଣକାରୀ ପ୍ରୋଜେକ୍ଟରେ କାମ କରି ଜୀବନର ଏକ ଭିନ୍ନ୍ ରୁଚିର କର୍ମକ୍ଷେତ୍ରକୁ ଆଦରି ନେବାର ସାମର୍ଥ୍ୟ ଯୋଗାଡ଼ କଲେ ସିଏ l ଅରୋଭିଲେରେ ସଂଗ୍ରହ କରିଥିବା ନିଆରା ଅଭିଜ୍ଞତାକୁ ପୁଞ୍ଜି କରି ଓଡିଶା ଫେରି ଆସିବା ପରେ ଶ୍ରୀମା’ ଓ ଶ୍ରୀ ଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭୁବନେଶ୍ୱର ବାଲିଅନ୍ତାଠାରେ ନିଜ ବାସଭବନରେ ସେ ଖୋଲିଲେ ଛୋଟିଆ ଏକ ରିସର୍ଚ୍ଚ, ଡେଭଲପମେଣ୍ଟ ଆଣ୍ଡ ଟ୍ରେନିଂ ସେଣ୍ଟର୍। ପ୍ଲାଷ୍ଟିକ ପଲିଥିନ୍ ର ବ୍ୟବହାର କୁ କମାଇ ପରିବେଶ  ଉପଯୋଗୀ ଜୈବିକ ସାଧାନ ର ବ୍ୟବହାର କୁ ନିତିଦିନିଆ ଜୀବନ ରେ ସାମିଲ କରିବାର ସଚେତନତl କୁ ବାଣ୍ଟି ଚାଲିଲେ ଅମୃତା।

ଓଡିଶା ର  ଗାଁଗହଳି, ବଣଜଙ୍ଗଲ, ଉପକୂଳବର୍ତୀ ଜଙ୍ଗଲ, ପ।ର୍ବତ୍ୟ ଉପତ୍ୟକା ରେ ମିଳୁଥିବା ବିବିଧ ଜଙ୍ଗଲ ଜାତ ଗୁଳ୍ମ, ଚେରମୂଳି, ବନସ୍ପତି, ଲାଖ ଆଦି ଦ୍ରବ୍ୟ ସଂଗ୍ରହ କରି ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ସେ  ତାଙ୍କ ପରୀକ୍ଷାଗାର ରେ ପ୍ରସ୍ତୁତ କରୁଛନ୍ତି  ସମ୍ପୂର୍ଣ୍ଣ ଆୟୁର୍ବେଦିକ ଏବଂ ଜୈବିକ ସାବୁନ, ସମ୍ପୋ, ଫେସ୍ ୱାସ , ବଡ଼ି ୱାଶ, ବଡ଼ି ବଟର, ଜେଲ, ହେୟାର ଆଣ୍ଡ ସ୍କାଲପ ବଟର, ଦନ୍ତ ମଞ୍ଜନ୍ ଏମିତି ଆହୁରି କେତେ କଣ ନୀତି ଦିନିଆ ବ୍ୟବହାର ରେ ଆସୁଥିବା ଜରୁରୀ ପ୍ରସାଧାନ ସମାଗ୍ରୀ । ଅମୃତାଙ୍କ ହାତ ତିଆରି ଏଇ ସମାଗ୍ରୀ ସବୁର ଆଦର ଧୀରେ ଧୀରେ ବଢିବାରେ ଲାଗିଛି l ବିଶେଷ କରି ତାଙ୍କ ହାତ ତିଆରି  ବିଭିନ୍ନ ଥିମ ବେସ୍ଡ଼ ଗାଧୁଆ ସାବୁନ ସବୁ ର ଆଦୃତି ଏବେ ଖାଲି ଓଡିଶା ନୁହେଁ ରାଜ୍ୟ ବାହାରେ ମଧ୍ୟ ହେଲାଣି । ଏଇ ଯେମିତି  ଦେବସ୍ନାନ ପୁର୍ଣିମା ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନରେ ବ୍ୟବହୃତ ହେଉଥିବା ବିଭିନ୍ନ ଔଷଧୀୟ ଦ୍ରବ୍ୟ ବ୍ୟବହାର କରି  ସେ ପ୍ରସ୍ତୁତ କରିଛନ୍ତି ଗାଧୁଆ ସାବୁନ ‘ଦେବସ୍ନାନ’ ।

ଦେବାସ୍ନାନ ପରି ସୂର୍ଯ୍ୟସ୍ନାନ, କିଆ, ମହୁଆ, ସମ୍ବ୍ରଣୀ, ପୁନଙ୍ଗ,ଅଦ୍ରଜ, ଆଦି ପରି ତାଙ୍କର ହେରିଟେଜ ସାବୁନ ସଙ୍କଳନ ରୁ ମିଳିଥାଏ ପୁରୀ, କୋଣାର୍କ, ଗଞ୍ଜାମ, ସାତପଡା କୋରାପୁଟ, କନ୍ଧମାଳ ଏବଂ ମୟୂରଭଞ୍ଜ ଅଞ୍ଚଳର ବନଜାତଦ୍ରବ୍ୟ ସାଙ୍ଗକୁ ପୋଲାଙ୍ଗ, କିଆ, ଝୁଣା, ଲାଖ, ଅଦା, ହଳଦୀ, ମହୁ, ମହୁଲ ର ମହକ । ତାଙ୍କ ଦ୍ଵାରା ପ୍ରସ୍ତୁତ ପ୍ରତିଟି ପ୍ରଡକ୍ଟ ର ପ୍ୟାକିଙ୍ଗ ମଧ୍ୟ ସେ ନିଜେ କରିଥାନ୍ତି ବେଶ ସୃଜନଶୀଳ ଢଙ୍ଗରେ। ପ୍ରତିଟି ପ୍ରଡକ୍ଟ ର ପ୍ୟାକିଙ୍ଗ ଉପରେ ସେ କିଛି ସ୍ଲୋଗାନ ଲେଖିଥାନ୍ତି ଯାହା ଦେଇଥାଏ ପରିବେଶ ସଂରକ୍ଷଣ ଅଭିଜାନ ର ବାର୍ତ୍ତା।

ନିଜର ଉପଲବ୍ଧି କୁ ନିଜ ଭିତରେ ସୀମିତ ରଖିନାହାନ୍ତି ଅମୃତା। ଓଡିଶାର ବିଭିନ୍ନ ଗ୍ରାମାଞ୍ଚଳ ରେ ମିଳୁଥିବା ଜଙ୍ଗଲଜାତ ଦ୍ରବ୍ୟ ଓ ଜୈବିକ ସମାଗ୍ରୀ ଉପଯୋଗ କରି ନିତିଦିନିଆ ଆବଶ୍ୟକ ଓ ପ୍ରସାଧାନ ସମାଗ୍ରୀ ପ୍ରସ୍ତୁତ କରିବାର ଟ୍ରେନିଂ ସେ ଦେଉଛନ୍ତି ଆଦିବାସୀ ଅଞ୍ଚଳର ଗାଁଉଲୀ ଯୁବତୀ ମାନଙ୍କୁ ।ସେମାନେ କିପରି ଏଇ କାମ ମାଧ୍ୟମରେ ନିଜର କୁଟୀର ଉଦ୍ୟୋଗ ପ୍ରତିଷ୍ଠା କରି ଆତ୍ମନିର୍ଭରଶୀଳ ହୋଇପାରିବେ ସେଦିଗରେ ନିରନ୍ତର ଉଦ୍ୟମ କରିଚାଲିଛନ୍ତି ଅମୃତା।

ପରିବେଶ ସଚେତନତା ଓ ତାକୁ ନେଇ ଲୋକ କଲ୍ୟାଣ ର କାମକୁ ଆହୁରି ସାର୍ଥକ ରୂପରେଖ ଦେବାପାଇଁ ଅଧୁନା ବାଙ୍ଗାଲୋର ସ୍ଥିତ ଜାତୀୟ ଆଇନ ବିଶ୍ବବଦ୍ୟାଳୟ ର  ପରିବେଶ ଆଇନ ଓ ବିଶ୍ୱଗୁରୁ ମହାବିଦ୍ୟାଳୟ, କଟକ ରେ ଆଇନ ପାଠ୍ୟକ୍ରମ ଅଧୟନରେ ଯୋଗଦେଇଛନ୍ତି ଅମୃତା।

ଅମୃତା ଙ୍କ ଉପଲବ୍ଧି ଓ ଉଦ୍ୟମର ସାରାଂଶକୁ ନେଇ ଜନ୍ମ ନେଇଛି ଏକ ନିଆରା ସାମାଜିକ ଉଦ୍ୟୋଗ- ଓଡିଶୀ ଆର୍ଥ ।

କେବଳ ଜଙ୍ଗଲଜାତ ଦ୍ରବ୍ୟ ତଥା ଜୈବିକ ସମାଗ୍ରୀ ଉପଯୋଗ କରି ପ୍ରସାଧାନ ସମାଗ୍ରୀ ନିତିଦିନିଆ ଆବଶ୍ୟକ ବସ୍ତୁ ର ପ୍ରସ୍ତୁତି ନୁହେଁ ଓଡିଶୀ ଆର୍ଥ ମାଧ୍ୟମରେ ଓଡ଼ିଶା ର କଳାସଂସ୍କୃତି ର ପ୍ରଚାର ପ୍ରସାର, ଜୈବ ବିବିଧତା ସୁରକ୍ଷା, ବନ୍ୟ ପ୍ରାଣୀ ସଂରକ୍ଷଣ, ଜଙ୍ଗଲ ସଂରକ୍ଷଣ, ଉପକୂଳବର୍ତ୍ତୀ ଜଙ୍ଗଲ ଜାତ ସମ୍ବଳ ସଂରକ୍ଷଣ, ଲୋପ ପାଇ ଯାଉଥିବା ବୃକ୍ଷଲତାର ପୁନଃ ବନୀକରଣ,  କୌଳିକ ଚାଷ, ଆଦିବାସୀ  ଜନଜାତି ଓ ଜୀବିକା  ସଂରକ୍ଷଣ, ଶିଶୁ ଶ୍ରମିକ ଓ  ବନ୍ଧିତ ଶ୍ରମିକ ଦୂରୀକରଣ, କାର୍ବନ ଏମିସନ ଏଲିମିନସନ, ବେଆଇନ୍ ବନ୍ୟଜନ୍ତୁ ବ୍ୟବସାୟ ଓ ଚାଲାଣ ଦୂରୀକରଣ, ଦଳିତ ନାରୀ ସୁରକ୍ଷା, ଶିକ୍ଷ୍ୟା ଓ ସଶକ୍ତିକରଣ ଆଦି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି।

ଓଡିଶାର ପରିବେଶ ଓ ପ୍ରକୃତିର କିଛି ଅମୃତବିନ୍ଦୁ କୁ ବାଣ୍ଟିବାରେ ଲାଗିଛନ୍ତି ଅମୃତା ତାଙ୍କର ‘ଓଡିଶୀ ଆର୍ଥ’ ମାଧ୍ୟମ ରେ। ଅମୃତ।ଙ୍କର ଏଇ ଉଦ୍ୟମକୁ ଆମର ସାଦର ଶୁଭକାମନା।

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

କୃଷି ନବୀକରଣ କରୁଥିବା ଆଗ୍ରୋପ୍ରେନର୍ସ

Next Post

କୃଷି ମାଧ୍ୟମରେ ଚାଷୀଭାଇମାନଙ୍କୁ ଜୀବନ ଜୀବିକାର ବାଟ ଦେଖାଇଛନ୍ତି ଗୋବିନ୍ଦ

You might also like
Diya-2IO-story
ସଶକ୍ତିକରଣ

ରୁଢିବାଦୀ ଚିନ୍ତାଧାରାକୁ ହରାଇ ଗାଁ ଝିଅମାନଙ୍କ ପରିଚୟ ଗଢୁଛନ୍ତି ଦିୟା

2 Mins read
July 18, 2024

ଆଜିବି ଆମ ଦେଶରେ ତଥା ରାଜ୍ୟରେ କ୍ରୀଡା ସାଧାରଣତଃ ପୁରୁଷ ପ୍ରଧାନ । କ୍ରୀଡା ପ୍ରତି ଆମର ରକ୍ଷଣଶୀଳ ସାମାଜିକ ମନୋଭାବ ଲାଗି ଯେତେ ଇଚ୍ଛା ଥିଲେ ବି ଆମ ଝିଅମାନେ ସେମାଙ୍କ ପ୍ରତିଭା ପ୍ରଦର୍ଶନରୁ ବଞ୍ଚିତ ହୁଅନ୍ତି । ବୟସ ଅଠର ବର୍ଷ ନହେଉଣୁ ବିବାହ ହୋଇଯାଏ ଆଉ ତାପରେ ଘର ଭିତରେ ସବୁଦିନ ପାଇଁ ସୀମିତ ହୋଇ ରହିଯାନ୍ତି ସେମାନେ । ବିଶେଷକରି ଆମର ଅଧିକାଂଶ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରରେ ଏହା ଏକ ସାଧାରଣ କଥା । ଏଭଳି ଏକ ରୂଢିବାଦୀ ଚିନ୍ତାଧାରାକୁ …

muni
ଭିଡିଓ କାହାଣୀ ସଶକ୍ତିକରଣ

କୋୟା ଜନଜାତିଙ୍କୁ ଖୁସି ବାଣ୍ଟୁଛନ୍ତି ମୁନି ମାଡକାମୀ 

2 Mins read
June 18, 2024

ମୁନି ମାଡକାମୀ- ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୋୟା ଜନଜାତିର ଝିଅଟିଏ । ଜିଲ୍ଲାର ପଡିଆ ବ୍ଲକର କାଲଦାପଲ୍ଲୀ ଗ୍ରାମ ପଞ୍ଚାୟତର କୁର୍ତ୍ତୀ ଗ୍ରାମରେ ତାଙ୍କର ଘର। ବୟସ ମାତ୍ର ୧୮ ବର୍ଷ । କିନ୍ତୁ ତାଙ୍କ କାମ ଆଉ ସଫଳତା ସମ୍ମୁଖରେ ତାଙ୍କ ବୟସ ଆଜି କେବଳ ଏକ ସଂଖ୍ୟା । କୃଷି କ୍ଷେତ୍ରରେ ମୁନିଙ୍କର ଉପଲବ୍ଧି ଏବଂ ମାର୍ଗଦର୍ଶନ ତାଙ୍କ ଅଞ୍ଚଳର ପ୍ରାୟ ଅନେକ ଚାଷୀଙ୍କୁ କୃଷି ପ୍ରତି ପୁନଃଆକର୍ଷିତ କରିଛି । ଏକଦା ଏଇ ଚାଷୀମାନେ ରୋଜଗାର ଅନ୍ଵେଷଣରେ ଅନ୍ୟ ରାଜ୍ୟକୁ ଯିବାପାଇଁ ବାଧ୍ୟ ହେଉଥିଲେ । ନିଜ …

Narahari-Malla
ଭିଡିଓ କାହାଣୀ

ଜୀବନର ଶିକ୍ଷା ଦେଉଛନ୍ତି ନରହରି ମଉସା

3 Mins read
April 2, 2024

‘’ପିଲା ଦିନ ଧୁଳିଖେଳ ବୟସରୁ ମୁଁ ସ୍ଵପ୍ନ ଦେଖିଥିଲି ଜଣେ ଶିକ୍ଷକ ହେବାର ସ୍ଵପ୍ନ । ଦେଶର ଭବିଷ୍ୟତମାନଙ୍କୁ ଗଢିବାର ସ୍ଵପ୍ନ । କିନ୍ତୁ ମୋ ଭାଗ୍ୟ ମୋ ସମୟ ମୋର ସ୍ଵପ୍ନକୁ ସ୍ଵପ୍ନରେ ହିଁ ରଖିଦେଲା । ପରିବାରର ସମସ୍ୟା ଆର୍ଥିକ ସ୍ଥିତି ଦୁନିଆର ବୋଝ ତଳେ ଚିପି ହୋଇ ପାଠପଢା ଛାଡି ମତେ ଚାଷବାସ, ବିଲବାଡି, ଆମ ପାନ ବରଜ ସମ୍ଭାଳିବାକୁ ପଡିଲା । ଏତେ ଆଶା କରିଥିଲି କିନ୍ତୁ ମାଟ୍ରିକ ପରୀକ୍ଷା ବି …

It's a proud moment for us that PM Shri Narendra M It's a proud moment for us that PM Shri Narendra Modi cited the name of Odia Boy- @RahulMaharana and appreciated his effort for 'plastic-free Beach' in the #MannkiBaat recently. 30kms away from the capital city of Odisha, this 22-year-old disposed of over 1-ton garbage from the Hental Mangrove forest in Astaranga. He has undertaken beach cleaning activities on more than 60 occasions and is also looking for others to join him.Improper disposal of garbage is the result of our negligence. We should understand the fact that mother earth may suffer its direct burden but its faraway impact will be on us.So, let's join hands for a clean world.#Joinhandsforcleanliness #RahulMaharana #lighthouse #BhitarkanikaWildlifeDivision #OdishaForestDepartment #CMOOdisha� #NaveenPatnaik #PMOIndia #MannkiBaat#MinistryofEnvironmentForestandClimateChangehttps://inspiringodisha.com/a-solo-endeavor-for-a-plastic-free-marine-stretch/
Blindness is not an inefficacy. This fact is prove Blindness is not an inefficacy. This fact is proven by 23-year-old Soundarya Kumar Pradhan of Boden in the Sambalpur district of Odisha over and over again in his life. This international chess player withstood each obstacle with courage and excelled both in his academics and career with shining colors.Learn more about this young talent of Odisha. Click the link below: Soundarya Pradhan Prachurya PradhanPM Narendra Modi Naveen Patnaik #vishwanathananad #sportsministryofindiaLink to the whole story: https://inspiringodisha.com/blind-chess-player-soundarya/
As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!Stay tuned... Tap the link.https://www.youtube.com/watch?v=_gUgr_dedKw#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.Know about his story of lone dedication and perseverance by clicking on the link above.
It's the story of a scientist who devoted his whol It's the story of a scientist who devoted his whole life to the conservation of the vulnerable or extinct rice genus in the Rayagada district of Odisha. His unique way of rice exchange with the farmers for retaining the rice species has replenished his collection in his rice bank. But his struggle is not over, he has to go the extra mile for reversing the vulnerable rice species.#DrDebalDebandBeyondDevelopmentality #vrihi #basudhahttps://inspiringodisha.com/on-a-trail-to-preserve.../
Tike Khusi is a way to pour happiness in the faces Tike Khusi is a way to pour happiness in the faces of people. Through the small initiative, Ranjan Kumar Patra Patra is creating a series of memory with a mere touch of surprise and happiness. And this work in return gives him immense contentment.A yoga teacher by profession and a cameraholic by passion only aim his work would able to curtail the amount of stress in the lives of people.📸#lighthousehttps://inspiringodisha.com/tike-khusi-the-gift-of-joy/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies