• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ସଂରକ୍ଷଣ

ଦେଶୀ ବିହନର ସଂଗ୍ରାମୀ ଦେବଲ୍ ଦେବ

No Comments
December 29, 2021
2 Mins read
456 Views
indigenous-rice-preservation-by-debal-deb-rayagada

ଲୋକଙ୍କ ଲୋଭ, ଲାଳସାକୁ ଦେଖି ଏହି ସଂଗ୍ରାମୀଜଣକ ନିର୍ବାକ୍ ପାଲଟିଯାଇଛନ୍ତି। ଅନ୍ତର୍ଜାତୀୟ, ଜାତୀୟ ବଜାରରେ ହେଉଥିବା ପାଇରେସିକୁ ଅଟକାଇବାକୁ ସେ ସ୍ଥିର କରିଛନ୍ତି। ନିଜର ଏହି ସଂଗ୍ରାମରେ ସେ କେବଳ ଚାଷୀ ଭାଇଙ୍କ ସାହାଯ୍ୟ ଚାହୁଁଛନ୍ତି। ଏହି ବିଦ୍ବାନ୍ ବ୍ୟକ୍ତିତ୍ବଜଣକ ହେଲେ ଦେବଲ୍ ଦେବ। 

ଧାନ ବିହନ ଗବେଷକ ଡକ୍ଟର ଦେବଲ୍ ଦେବ ସମଗ୍ର ବିଶ୍ବରେ ତାଙ୍କ ଗବେଷଣା ପାଇଁ ଚର୍ଚ୍ଚିତ। କେହିକେହି ତାଙ୍କୁ ‘ଫୋକ୍ ରାଇସ୍ ସିଡ୍ ସାର୍’ ବୋଲି ମଧ୍ୟ ସମ୍ବୋଧନ କରନ୍ତି। ନିଜ ଗବେଷଣା ପାଇଁ ସେ ଆଦିବାସୀବହୁଳ ସୁନ୍ଦର ସ୍ଥାନଟିଏ ମନୋନୀତ କରିଛନ୍ତି। ସହରର ଭିଡ଼ଠାରୁ ଯଥେଷ୍ଟ ଦୂରରେ ରାୟଗଡ଼ା ଜିଲାର କେରାଣ୍ଡିଗୁଡ଼ା ଗାଁରେ ଡକ୍ଟର ଦେବଲ୍ ଗବେଷଣା କରୁଛନ୍ତି। ୧୯୯୭ରୁ ତାଙ୍କର ଏହି ଦେଶୀ ଧାନ ବିପ୍ଳବ ଆରମ୍ଭ ହୋଇଛି। ତାଙ୍କ ସେନାବାହିନୀରେ ଆଦିବାସୀମାନେ ମଧ୍ୟ ଅଛନ୍ତି।

ଆଜିର ଭାରତୀୟ ଖାଦ୍ୟ ବଜାରକୁ ଦେଖି ଡକ୍ଟର୍ ଦେବଲ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି। ସବୁଠାରେ ହାଇବ୍ରିଡ୍ ବିହନ ଚାଷ। ଦେଶୀ ବିହନ ଚାଷ କରିବାରେ ଚାଷୀଙ୍କର ଆଗ୍ରହ ନାହିଁ। କାରଣ ଗ୍ରାହକଙ୍କୁ ହାଇବ୍ରିଡ୍ ବିହନ ଚାଷର ଭାତ ହିଁ ପସନ୍ଦ ଆସୁଛି। ୧୨ହଜାର ବର୍ଷ ପୂର୍ବେ ଭାରତରେ ଧାନ ଚାଷ ଆରମ୍ଭ ହୋଇଥିବାର ଇତିହାସର ପୃଷ୍ଠା କହେ। ଦିନେ ଆମ ଦେଶରେ ୧ଲକ୍ଷ ୧୦ହଜାର ପ୍ରକାରର ଦେଶୀ ବିହନ ମହଜୁଦ୍ ଥିଲା। ସେମସୟରେ ଚାଷୀ ନିଜ ଅଞ୍ଚଳର ଭୌଗୋଳିକ ସ୍ଥିତ, ଚାଷ ଜମିକୁ ଦେଖିପରଖି ଚାଷ କରୁଥିଲେ। ୧୯୫୫ ପରେ ସମଗ୍ର ଭାରତରେ ସବୁଜ ବିପ୍ଳବ ଆରମ୍ଭ ହେଲା। ସେବେଠାରୁ ହାଇବ୍ରିଡ୍ ବିହନର ଆଦର ବଢ଼ିଲା। ଅଧିକ ଅମଳ ଆଶାରେ ଚାଷୀ ହାଇବ୍ରିଡ୍ ବିହନରେ ଚାଷ କଲେ। ତା’ ପରଠାରୁ ଚାଷୀ ପୂର୍ବଭଳି ଦେଶୀ ବିହନକୁ ଆଉ ଆଦର କଲେନି। ଅଲୋଡା ପାଲଟିଯାଇଛି ଦେଶୀ ବିହନ। ଏଥରେ ଯେ ପ୍ରଚୁର ପରିମାଣରେ ପୋଷକତତ୍ତ୍ବ ଭରପୂର ଅଛି, ସେ କଥାକୁ ମଧ୍ୟ ଆମେ ଗୁରୁତ୍ବ ଦେଉନାହୁଁ। 

ଆମ ଆଗାମୀ ପିଢ଼ି ଏସବୁ ଦେଶୀ ବିହନ ସମ୍ପର୍କରେ ଜାଣିବା ଜରୁରୀ ବୋଲି ଗବେଷକ ଦେବଲ୍ ଦେବ ଅନୁଭବ କରିଥିଲେ। ଗଲା କିଛି ବର୍ଷର ଅନୁସନ୍ଧାନ ପରେ ସେ ୧,୫୦୦ ପ୍ରକାରର ଦେଶୀ ବିହନ ସଂଗ୍ରହ କରି ଚାଷ ମଧ୍ୟ କରୁଛନ୍ତି। ଆଦିବାସୀ ମୁଲକରେ ୨.୫ ଏକର ଜମିରେ ଚାଲିଛି ତାଙ୍କ ଗବେଷଣା।ଏହି ଜମିର ନାମ ସେ ବସୁଧା ଦେଇଛନ୍ତି। ଡକ୍ଟର ଦେବଲଙ୍କ ପ୍ରଚାରରେ ଅନୁପ୍ରାଣିତ ହୋଇ ତାଙ୍କ ପାଖକୁ ରାଜ୍ୟ ଓ ରାଜ୍ୟ ବାହାରୁ ଚାଷୀମାନେ ପରାମର୍ଶ ନେବାକୁ ଆସୁଛନ୍ତି।

ଗବେଷକ ସମସ୍ତଙ୍କୁ ଦେଶୀ ବିହନ ଚାଷ ପାଇଁ ଉତ୍ସାହିତ କରୁଛନ୍ତି। ସେ ୧କିଲୋ ପ୍ୟାକେଟ୍‌ର ବିହନ ଚାଷୀମାନଙ୍କୁ ଦେବା ସହ ଗୋଟିଏ ସର୍ତ୍ତ ମଧ୍ୟ ରଖନ୍ତି। ଯେପରି ଫେରସ୍ତ ୨କିଲୋ କରିବେ, କାରଣ ଏହା ଦ୍ବାରା ପ୍ରମାଣ ହେବ ଯେ ଚାଷୀଜଣକ ସେଇ ବିହନରେ ଚାଷ କରିଛନ୍ତି। ଗଲା ୩ ବର୍ଷ ମଧ୍ୟରେ ୨ହଜାରରୁ ଅଧିକ ଚାଷୀ ତାଙ୍କଠାରୁ ଦେଶୀ ବିହନ ନେଇ ଅନ୍ୟ ଚାଷୀମାନଙ୍କୁ ମଧ୍ୟ ବାଣ୍ଟିଛନ୍ତି। ଏହା ମଧ୍ୟରେ ୩୫୦ ପ୍ରକାରର ଦେଶୀ ବିହନ ଡକ୍ଟର ଦେବଲ୍ ଚାଷୀଙ୍କ ମଧ୍ୟରେ ବାଣ୍ଟିଛନ୍ତି।

ଦେଶୀ ବିହନର ବିପ୍ଳବରେ ଡକ୍ଟର ଦେବଲ୍ ସଫଳ ହୋଇଛନ୍ତି। ଇତିମଧ୍ୟରେ ୧୧ଟି ଦେଶର ଗବେଷକ, ଛାତ୍ର ଦେବଲଙ୍କ ବସୁଧାର ରୂପ ଦେଖିଗଲେଣି। ପ୍ରାଚୀନ ତତ୍ତ୍ବକୁ ପୁନର୍ଜୀବିତ କରିବାର ତାଙ୍କର ଏହି ଚେଷ୍ଟାକୁ ସମସ୍ତେ ପ୍ରଶଂସା କରିଛନ୍ତି। ବସୁଧାରେ ତାଙ୍କ ସୁନ୍ଦର ଫାର୍ମ ହାଉସ୍‌ଟି ମଧ୍ୟ ସମସ୍ତଙ୍କୁ ଶିକ୍ଷା ଦେଉଛି। ଇଟା, ସିମେଣ୍ଟ କିମ୍ବା ଅନ୍ୟ କୌଣସି ସାମଗ୍ରୀରେ ଘରକୁ ତିଆରି କରାଯାଇନାହିଁ। ପରିବେଶ ଅନୁକୂଳ ଏହି ଘରଟିର ପଥର, ମାଟିରେ ତିଆରି। ଖରାଦିନେ ଥଣ୍ଡା ଓ ଶୀତଦିନେ ଉଷୁମ ସ୍ପର୍ଶ ଦେଇଥାଏ ଫାର୍ମହାଉସ୍‌ର ଏହି ଘରଟି।

ଆଜିର ପିଢ଼ି ପାଇଁ ଗବେଷକ ଡକ୍ଟର ଦେବଲ ଦେବ ଏକ ଆଦର୍ଶ। ପ୍ରାଚୀନତାରେ ହିଁ ସୌନ୍ଦର୍ଯ୍ୟତା ଓ ଆମ ପରିଚୟ ଉଭୟ ଲୁଚି ରହିଛି। ଏସବୁକୁ ପାଶୋରି ଆଧୁନିକତା ପଛରେ ଆମେ ଧାଇଁଚାଲିଛେ। ସେଇ ପ୍ରାଚୀନତାର ମୂଲ୍ୟ ବୁଝାଇବାକୁ ଡକ୍ଟର ଦେବଲଙ୍କ ଚେଷ୍ଟା ସତରେ ପ୍ରଶଂସନୀୟ।

ଆଦିବାସୀ ଗବେଷକ ଦେଶୀ ବିହନ ଧାନ ବିପ୍ଳବ ରାୟଗଡ଼ା ସଂରକ୍ଷଣ
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଦେବଦୂତ ପାଲଟିଛନ୍ତି ଡ୍ରାଇଭର୍‌ ଭାଇ

Next Post

କଳାବତୀର କୃଷକ

You might also like
manas
ସଂରକ୍ଷଣ

ଦେଶୀ ବିହନର ସଂରକ୍ଷଣ ମାନସଙ୍କ ଅଭିଯାନ

2 Mins read
December 6, 2024

ପରିବର୍ତ୍ତନଶୀଳ ଯୁଗରେ ଯେଉଁଠାରେ ପାରମ୍ପରିକ କୃଷି ପ୍ରଥା ଲୋପ ପାଇଚାଲିଛି, କଳାହାଣ୍ଡି ଜିଲ୍ଲାର ୪୫ ବର୍ଷୀୟ ମାନସ ରଂଜନ ସାହୁ ଦେଶୀ ବିହନର ରକ୍ଷାକର୍ତ୍ତା ଭାବେ ଏକ ଅଭିଯାନ ବଜାୟ ରଖିଛନ୍ତି । ମାନସ ରଂଜନ ସଂଗ୍ରହ କରିଛନ୍ତି ମୋଟ ୧,୭୫୬ ପ୍ରକାରର ଦୁର୍ଲଭ ଦେଶୀ ବିହନ ଏବଂ ଏହି ବିହନଗୁଡିକର ସଂରକ୍ଷଣ କରିବା ସହ ଅନେକ ଚାଷୀଙ୍କୁ ଦେଶୀ ବିହନ ଓ ଜୈବିକ ଚାଷର ଜ୍ଞାନ ଦେବାକୁ ତାଙ୍କର ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ତାଙ୍କର ଏହି …

Guardian of endangered Blackbucks
ଭିଡିଓ କାହାଣୀ ସଂରକ୍ଷଣ

ବିଲୁପ୍ତପ୍ରାୟ କୃଷ୍ଣସାର ମୃଗଙ୍କ ସୁରକ୍ଷାରେ ଅମୂଲ୍ୟ

2 Mins read
January 11, 2024

Amulya Upadhyay works tirelessly for the protection of Blackbucks in the Balipadar-Bhetnoi and nearby regions of Ganjam District

farmer
ସଂରକ୍ଷଣ

ମହୁଆ ମିଟୁ – ମହୁଚାଷୀଙ୍କ ଦିଗଦର୍ଶକ

2 Mins read
July 10, 2023

ମହୁମାଛି ପାଳନ ଆଉ ମହୁ ଚାଷ ମହୁଆ ମିଟୁଙ୍କର ପେଶା ନିଶା ଓ ଜୀବନ ଜୀବିକାର ମନ୍ତ୍ର

It doesn't demand an extraordinary skill to save a It doesn't demand an extraordinary skill to save a dying person in a road accident rather than standing as a mere spectator. Instead, it requires humane emotion to save the person who is swinging between life and death. A truck driver from Jagatsinghpur of Odisha saved more than 400 lives because being a human being he is aware of his duties. Click the link below to read more about him..⬇⬇https://inspiringodisha.com/a-truck-driver-saved-more.../
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
It's a proud moment for us that PM Shri Narendra M It's a proud moment for us that PM Shri Narendra Modi cited the name of Odia Boy- @RahulMaharana and appreciated his effort for 'plastic-free Beach' in the #MannkiBaat recently. 30kms away from the capital city of Odisha, this 22-year-old disposed of over 1-ton garbage from the Hental Mangrove forest in Astaranga. He has undertaken beach cleaning activities on more than 60 occasions and is also looking for others to join him.Improper disposal of garbage is the result of our negligence. We should understand the fact that mother earth may suffer its direct burden but its faraway impact will be on us.So, let's join hands for a clean world.#Joinhandsforcleanliness #RahulMaharana #lighthouse #BhitarkanikaWildlifeDivision #OdishaForestDepartment #CMOOdisha� #NaveenPatnaik #PMOIndia #MannkiBaat#MinistryofEnvironmentForestandClimateChangehttps://inspiringodisha.com/a-solo-endeavor-for-a-plastic-free-marine-stretch/
The popular Naraj Peacock valley is just 15kms awa The popular Naraj Peacock valley is just 15kms away from Nandankanan Zoo in the capital city Bhubaneswar. The panoramic beauty of the valley is a reflection of Pannu Behera's love for peacocks. But for Kanhu (the grandson of Pannu) it's not just the love for peacocks but also a tribute to the last wish of his grandpa.🦚🦚We believe stories can be an effective tool of motivation. DM us to cover yours. We'll get you covered...#narajpeacockvalley #lighthouse .https://inspiringodisha.com/a-tradition-of-love-that.../
Ever heard of Hair donation? Harapriya Nayak, a s Ever heard of Hair donation? Harapriya Nayak, a social activist in the Jatni block of Khordha district, donates her hair to poor cancer patients. In the form of wigs, she gifts them to women cancer fighters who lost their hair and confidence as well during treatment. She hopes for a day when just like blood donation, people would come forward for hair donation too.so, what motivated her to stand for cancer patients?#Missionsmileoncancerpatient #SOPVA #harapriyanayak #PMNarendraModi #fightagainstcancer #ManKiBaat #liveforachangehttps://inspiringodisha.com/gift-of-wigs-to-cancer-fighters/
A doctor of VIMSAR is consulting and prescribing m A doctor of VIMSAR is consulting and prescribing medicine to poor patients at just Rs 1 in his '1 rupee clinic' in Burla in the Bargarh district of Odisha. Amongst several philanthropic works, Dr Shankar Ramchandani has also adopted 53 families and taken care of their education and health.Read more about this doctor b clicking the link below.,#1RupeeClinic #drshankarramchandani #VIMSAR #FreeMedicalService #PMOIndia #CMOdisha #healthministerofindiahttps://inspiringodisha.com/a-doctor-who-takes-only-1-rupee-fee/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies