• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ପରିବେଶ ଭିଡିଓ କାହାଣୀ

ଗଛ ସାର୍‌ଙ୍କ ପାଇଁ ପୁରୀରେ ହସୁଛି ପରିବେଶ

No Comments
December 31, 2021
2 Mins read
398 Views
GachhaSirofPuri

ଭଗବାନଙ୍କର ଦେଖିହେଉଥିବା ପାଶ୍ୱର୍ଟି ପ୍ରକୃତି ଏବଂ ପ୍ରକୃତିର ଦେଖାଯାଉନଥିବା ପାଶ୍ୱର୍ଟି ହେଉଛି ଭଗବାନ । କଥାଟିକୁ କହିଥିଲେ ଆଧ୍ୟାତ୍ମିକଗୁରୁ ଓଶୋ । ପ୍ରକୃତି ଭଗବାନ ହେଉ ବା ଆମର ମା’, ତା’ର ପ୍ରଭାବ, ତା’ର ଆବଶ୍ୟକତାକୁ ଅନୁଭବ କରୁଥିବା ଓ ତାକୁ ଆହୁରି ସବଳ ସୁନ୍ଦର କରି ତାକୁ ପାଖେପାଖେ ଜାବୁଡିଧରିବାକୁ ଚାହୁଁଥିବା ମଣିଷଙ୍କ ମଧ୍ୟରେ ଜଣେ ହେଉଛନ୍ତି ପୁରୀ ବୀରହରେକୃଷ୍ଣପୁରର ପ୍ରଫୁଲ କୁମାର ତ୍ରିପାଠୀ । ପୁରୀର ବିଭିନ୍ନ ଗାଁଗହଳି, ରାସ୍ତାଘାଟରେ ଲୋକ କିନ୍ତୁ ତାଙ୍କୁ ଜାଣନ୍ତି ‘ଗଛ ସାର’ ଭାବେ ।

ଏକଦା ଶିକ୍ଷକତା କରୁଥିବା ପ୍ରଫୁଲ ବାବୁ ଅବସର ପରେ ତାଙ୍କର ସମସ୍ତ ସମୟ ନିୟୋଜିତ କରିଦେଇଛନ୍ତି ଗଛମାନଙ୍କ ପାଇଁ । ସୂର୍ଯ୍ୟଉଦୟ ହେବାଠୁ ଅସ୍ତଯାଏଁ ସେ ଲାଗିଥାନ୍ତି ବିଭିନ୍ନ ଗଛ, ଚାରା, ଫୁଲ, ଫଳମାନଙ୍କୁ ବଢେଇବା ରକ୍ଷଣାବେକ୍ଷଣା କରିବା ଆଦି କାର୍ଯ୍ୟରେ । ନିମ, ପଣଷ, ତୁଳସୀ ପରି ଚାରା ସବୁ ପ୍ରସ୍ତୁତ କରି ତାକୁ ପୁରୀର ବିଭିନ୍ନ ରାସ୍ତାଘାଟ ପାଶ୍ୱର୍ରେ ଲଗେଇବା, ବଢେଇବା, ଯତ୍ନ ନେବା ତାଙ୍କର ପ୍ରତିଦିନର କାର୍ଯ୍ୟ ।

ସାଧାରଣ ଆଖିରେ ଏହା ଏକ ଦାୟିତ୍ୱ ପରି ଲାଗୁଥାଇପାରେ କିନ୍ତୁ ପ୍ରଫୁଲ ବାବୁ ଏସବୁ କରନ୍ତି ଖୁସିରେ । ଗଛ ଫୁଲ ପତ୍ରଙ୍କ ସହ ସମୟ ବିତେଇବାରେ ସେ ପାଆନ୍ତି ଅବ୍ୟକ୍ତ ଆନନ୍ଦ । ଏବଂ ଏହି ଆନନ୍ଦକୁ ସେ ବାଂଟିବାକୁ ଚାହାନ୍ତି ସମସ୍ତଙ୍କ ସହ । ବିଭିନ୍ନ ଅବସରରେ ସାଇକେଲରେ ଗଛ ଧରି ପଂହଚିଯାଆନ୍ତି ପୁରୀର ଆଖପାଖ ଅଂଚଳମାନଙ୍କରେ – ବୃକ୍ଷରୋପଣ ପାଇଁ । ତାଙ୍କୁ ଲୋକ ଦେଖି ଖୁସିରେ କହନ୍ତି “ହେଇ ଗଛସାର୍ ଆସିଗଲେ” ।

ଓଶୋଙ୍କ କଥା ଅନୁସାରେ ପ୍ରକୃତି ଓ ଭଗବାନ ଏଇ ଧରାର ଦୁଇପାଶ୍ୱର୍ । ପ୍ରଫୁଲ ବାବୁ ପ୍ରକୃତି ମାଧ୍ୟମରେ ହିଁ ପଂହଚିଯାଆନ୍ତି ଭଗବାନଙ୍କ ପାଖରେ । ପ୍ରତିଦିନ ସଂଧ୍ୟା ପୂର୍ବରୁ ତୁଳସୀ, ଫୁଲମାଳ ସବୁ ଏକାଠି କରି ମନ୍ଦିରରେ ଜଗନ୍ନାଥଙ୍କୁ ନେଇ ଦେବା ତାଙ୍କର ଦିନର ଶେଷ କାମ ।

ଏକ ବଡ କାମ କରି ପୃଥିବୀକୁ ରାତାରାତି ବଦଳେଇଦେବାର ସ୍ୱପ୍ନ ଅନେକ ଦେଖନ୍ତି । କିନ୍ତୁ ପୃଥିବୀକୁ ବଦଳେଇବାର ସ୍ୱପ୍ନ ନଦେଖି ବରଂ ପୃଥିବୀକୁ ପୃଥିବୀପରି ଧରି ରଖିବା ହିଁ ହେଉଛି ଏଥିରେ ବସବାସ କରୁଥିବା ଲୋକଙ୍କ ଦାୟିତ୍ୱ । ଏବଂ ଏଇ ଦାୟିତ୍ୱକୁ ଦାୟିତ୍ୱ ନଭାବି ଏହାକୁ ସ୍ନେହପ୍ରେମ ଭଲପାଇବା ଭାବିବାକୁ ପ୍ରେରଣା ଯୋଗାନ୍ତି ଗଛସାର୍ । ଗଛ ଲଗେଇବା ସହ ବିଭିନ୍ନ ସାମାଜିକ ସେବାରେ ନିଜ ଅବସର ସମୟ କାଟୁଥିବା ପ୍ରଫୁଲବାବୁଙ୍କୁ ତାଙ୍କର ଛୋଟ କିନ୍ତୁ ମହତ କାର୍ଯ୍ୟପାଇଁ ମିଳିଛି ଅନେକ ପୁରସ୍କାର, ସମ୍ମାନ, ସମ୍ବର୍ଦ୍ଧନା । କିନ୍ତୁ ସବୁ ପୁରସ୍କାର ସମ୍ମାନଠୁ ତାଙ୍କୁ ଅଧିକ ଖୁସି ଦିଏ ମଂଜିରୁ ନୂଆ କଅଁଳିଥିବା ଚାରାର ଦୃଶ୍ୟ, ଫୁଲଗଛରେ ଧରିଥିବା ନୂଆ କଢିର ସ୍ପର୍ଶ ।

ଏକ ସମ୍ପତିଲୋଭୀ, କ୍ଷମତାଅନ୍ଧ, ଦୁର୍ନିତିଖୋର ସମାଜରେ ପୁରୀର ପ୍ରଫୁଲ କୁମାର ତ୍ରିପାଠୀ ବା ଗଛସାର୍ ଓଡିଶା ପାଇଁ ପ୍ରେରଣା ଏବଂ ତାଙ୍କ ପାଇଁ ଓଡିଶା ସମଗ୍ର ବିଶ୍ୱ ପାଇଁ ପ୍ରେରଣା । ଗଛଫୁଲପତ୍ରଙ୍କ ସହ ମିଶି ହସୁଥିବା, ଖୁସିରେ ରହୁଥିବା ଓ ପରିବେଶକୁ ଖୁସିରେ ରଖୁଥିବା ଏଇ ଆତ୍ମାଙ୍କୁ ଆମର ପ୍ରଣାମ ।

ଗଛ ସାର ପରିବେଶ ପୁରୀ ପ୍ରକୃତି
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

କଳାବତୀର କୃଷକ

Next Post

ବିହନ ମା ଯମୁନା କିର୍ଷାନୀ

You might also like
muni
ଭିଡିଓ କାହାଣୀ ସଶକ୍ତିକରଣ

କୋୟା ଜନଜାତିଙ୍କୁ ଖୁସି ବାଣ୍ଟୁଛନ୍ତି ମୁନି ମାଡକାମୀ 

2 Mins read
June 18, 2024

ମୁନି ମାଡକାମୀ- ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୋୟା ଜନଜାତିର ଝିଅଟିଏ । ଜିଲ୍ଲାର ପଡିଆ ବ୍ଲକର କାଲଦାପଲ୍ଲୀ ଗ୍ରାମ ପଞ୍ଚାୟତର କୁର୍ତ୍ତୀ ଗ୍ରାମରେ ତାଙ୍କର ଘର। ବୟସ ମାତ୍ର ୧୮ ବର୍ଷ । କିନ୍ତୁ ତାଙ୍କ କାମ ଆଉ ସଫଳତା ସମ୍ମୁଖରେ ତାଙ୍କ ବୟସ ଆଜି କେବଳ ଏକ ସଂଖ୍ୟା । କୃଷି କ୍ଷେତ୍ରରେ ମୁନିଙ୍କର ଉପଲବ୍ଧି ଏବଂ ମାର୍ଗଦର୍ଶନ ତାଙ୍କ ଅଞ୍ଚଳର ପ୍ରାୟ ଅନେକ ଚାଷୀଙ୍କୁ କୃଷି ପ୍ରତି ପୁନଃଆକର୍ଷିତ କରିଛି । ଏକଦା ଏଇ ଚାଷୀମାନେ ରୋଜଗାର ଅନ୍ଵେଷଣରେ ଅନ୍ୟ ରାଜ୍ୟକୁ ଯିବାପାଇଁ ବାଧ୍ୟ ହେଉଥିଲେ । ନିଜ …

subhas_preserver of nature
ପରିବେଶ

ପ୍ରକୃତିର ସୁରକ୍ଷା ଆମର ଦାୟିତ୍ୱ

2 Mins read
May 6, 2024

୫୩ ବର୍ଷ ବୟସ୍କ ସୁବାଷ ଆଜକୁ ପ୍ରାୟ ୪୦ ବର୍ଷ ହେଲା ନିରନ୍ତର ଭାବେ ନିଜେ ଗଛ ଲଗାଇବା ସହ ବିଭିନ୍ନ ସ୍ଥାନରୁ ଚାରା ସଂଗ୍ରହ କରି ଲୋକଙ୍କୁ ବାଣ୍ଟିଥାନ୍ତି

Narahari-Malla
ଭିଡିଓ କାହାଣୀ

ଜୀବନର ଶିକ୍ଷା ଦେଉଛନ୍ତି ନରହରି ମଉସା

3 Mins read
April 2, 2024

‘’ପିଲା ଦିନ ଧୁଳିଖେଳ ବୟସରୁ ମୁଁ ସ୍ଵପ୍ନ ଦେଖିଥିଲି ଜଣେ ଶିକ୍ଷକ ହେବାର ସ୍ଵପ୍ନ । ଦେଶର ଭବିଷ୍ୟତମାନଙ୍କୁ ଗଢିବାର ସ୍ଵପ୍ନ । କିନ୍ତୁ ମୋ ଭାଗ୍ୟ ମୋ ସମୟ ମୋର ସ୍ଵପ୍ନକୁ ସ୍ଵପ୍ନରେ ହିଁ ରଖିଦେଲା । ପରିବାରର ସମସ୍ୟା ଆର୍ଥିକ ସ୍ଥିତି ଦୁନିଆର ବୋଝ ତଳେ ଚିପି ହୋଇ ପାଠପଢା ଛାଡି ମତେ ଚାଷବାସ, ବିଲବାଡି, ଆମ ପାନ ବରଜ ସମ୍ଭାଳିବାକୁ ପଡିଲା । ଏତେ ଆଶା କରିଥିଲି କିନ୍ତୁ ମାଟ୍ରିକ ପରୀକ୍ଷା ବି …

"I remember how my father used to take my sister a "I remember how my father used to take my sister and me to the movie hall. So, my passion for film developed from an early age. I just want to suggest that keep your motivation the same and give 100% effort whether it's a 2-minute video or a 2-hour movie."Inspiring Talks, a new series in #inspiringodisha feeling excited to share with you all the person who gave his fullest to make this breakthrough odia movie #DAMaN, a super hit.Meet the dedicated co-director and writer of DAMaN, Vishal Mourya.Tap the link above to know about his inspiring journey.https://www.youtube.com/watch?v=BPqUk4LQzPE#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal
As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!Stay tuned... Tap the link.https://www.youtube.com/watch?v=_gUgr_dedKw#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
Ever heard of Hair donation? Harapriya Nayak, a s Ever heard of Hair donation? Harapriya Nayak, a social activist in the Jatni block of Khordha district, donates her hair to poor cancer patients. In the form of wigs, she gifts them to women cancer fighters who lost their hair and confidence as well during treatment. She hopes for a day when just like blood donation, people would come forward for hair donation too.so, what motivated her to stand for cancer patients?#Missionsmileoncancerpatient #SOPVA #harapriyanayak #PMNarendraModi #fightagainstcancer #ManKiBaat #liveforachangehttps://inspiringodisha.com/gift-of-wigs-to-cancer-fighters/
"The Bloodman of Odisha" Dhirendra Thakur of Bhuba "The Bloodman of Odisha"Dhirendra Thakur of Bhubaneswar is saving people's lives irrespective of time and place. He not only donates blood but avails all kinds of possible help to the needy 24x7. His selfless effort is really an inspiration for all of us.😇#DOANTEBLOODSAVELIFE https://inspiringodisha.com/blood-man-of-odisha/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies