• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଭିଡିଓ କାହାଣୀ ସଂରକ୍ଷଣ

ବିହନ ମା ଯମୁନା କିର୍ଷାନୀ

No Comments
December 31, 2021
4 Mins read
168 Views
seed mother

ଯମୁନା କିର୍ଷାନୀ ପଦ୍ମଗିରୀ ପଞ୍ଚାୟତ, ମାଲକାନଗିରି ଜିଲ୍ଲା ପଦ୍ମଗିରି ପଞ୍ଚାୟତର ମାଉଲିଗୁଡ଼ା ଗାଁର ଏହି ଆଦିବାସୀ ମାଆଟିର ରହିଛି ଆଉ ଏକ ପରିଚୟ l ଏ ଅଞ୍ଚଳର ଲୋକଙ୍କ ପାଇଁ ସେ ହେଉଛନ୍ତି ଅତି ଆଦରର ବିହନ ମା l ସ୍ଥାନୀୟ ଅଞ୍ଚଳର ଜୈବ ବିବିଧତାର କଥା ହେଉକି, ଏଠୁ ମିଳୁଥିବା ଉନ୍ନତ ଦେଶୀ ଧାନ ବିହନ ଅବା କାଙ୍ଗୁ ଜନା ସୁଆଁ ମାଣ୍ଡିଆ, ଡ଼ାଲି ପନି ପରିବା ଶାଗ ସବୁଜ ଆଦିର ବେଶୀ ବିହନ, ଆଉ ଆଦର୍ଶ ଚାଷ ବାସ ର ପଦ୍ଧତି – ଏ ସବୁ କିଛି ରହିଛି ବିହନ ମାଆ ଯମୁନା କିର୍ଷାନୀ ନଖ ଦର୍ପଣ ରେ l

ସ୍ୱାମୀ ରାମଚନ୍ଦ୍ର କିର୍ଷାନ ଙ୍କ ସହ ମିଶି ନିଜର ଛଅ ଏକର ଜମିରେ ପ୍ରାୟ ଅଣଚାଶ ପ୍ରକାର ଦେଶୀ ଧାନ, ବିରି, ମୁଗ, ମକା, ମାଣ୍ଡିଆ ପନିପରିବା ଆଦି ଚାଷ କରି ପରିବାରର ଗୁଜୁରାଣ ମେଣ୍ଟାଇ ଥାଏ l ତେବେ ଚାଷ ବାସ ସମ୍ବନ୍ଧୀୟ ଯମୁନା ମାଆ ର ଜ୍ଞାନ ଖାଲି ତାର ବା ତା ନିଜ ପରିବାରର ନୂହେଁ, ସ୍ଥାନୀୟ ଅଞ୍ଚଳର ଅଧିକାଂଶ ଚାଷୀ ପରିବାରଙ୍କ ଜୀବନ ଜୀବିକାର କଲ୍ୟାଣରେ ଆସିଥାଏ l ଆଉ ସେଇଥି ପାଇଁ ତ ସଭିଏଁ ମିଶି ତାକୁ ଦେଇଛନ୍ତି ବିହନ ମାଆ ର ମାନ୍ୟତା l ଚାଷ ବାସ ଓ ନିଜ ପରିବାରର ଦେଖା ଶୁଣା କରିବା ବ୍ୟତୀତ ବିହନ ମା ଯମୁନା ସବୁବେଳେ ଲାଗିଥାଏ ନିଜ ଅଞ୍ଚଳର ଚାଷୀ ଓ ଚାଷର କଲ୍ୟାଣ କାମରେ l

ଧାନ କଟା ହେବା ସମୟରେ ତ ଯମୁନା ମାଆର କାମ ଦେଖିବାର କଥା l ସକାଳୁ ସଅଳ ନିଜ ଘର କରଣା କାମ ସାରିଦେଇ ଗାଁର ଅନ୍ୟ ମାଆ ମାନଙ୍କ ସାଥିରେ ସେ ପହଞ୍ଚି ଯାଏ ଧାନ କଟା ହଉଥିବା ଜମି ପାଖରେ l କିଭଲି ଭଲ ବିହନ ଚିହ୍ନଟ କରିବ ଓ ଏହି ବିହନ କୁ କିଭଳି ସଠିକ ଭବରେ ସଂଗ୍ରହ କରିବ, ସେ ବିଷୟରେ ଯମୁନା ମାଆ ସମସ୍ତଙ୍କୁ ବୁଝାଇ ଥାଏ l ପୁଣି ଅନ୍ୟ ମାଆ ମାନଙ୍କୁ ଭଲ ବିହନ ଲାଗି ଧାନ କେଣ୍ଡା ସଂଗ୍ରହ କାମରେ ସାହାଯ୍ୟ ବି କରିଥାଏ l

ସ୍ୱାମୀ ରାମଚନ୍ଦ୍ରଙ୍କ ସହ ମିଶି ବିହନ ମାଆ ଯମୁନା ଗତ ଛଅ ରୁ ସାତ ବର୍ଷର ଅକ୍ଲାନ୍ତଉଦ୍ୟମ ଦ୍ଵାରା ପ୍ରାୟ ବତିଶ ପ୍ରକାର ଦେଶୀ ଧାନ, ସାତ ପ୍ରକାର ଡାଲି, ଏକୋଇଶ ପ୍ରକାର ପନିପରିବା ବିହନ ସାଙ୍ଗକୁ ଚାରି ପ୍ରକାରର ମାଣ୍ଡିଆ ଜାତୀୟ ନାନା ଜଙ୍ଗଲ ଜାତ ଖାଦ୍ୟ ଦ୍ରବ୍ୟର ନମୁନା ନିଜ ଘରେ ସାଇତି ରଖୁଛି l ଯମୁନା ମାଆ ର ଏହି ବିହନ ସଂଗ୍ରହ ଦେଖିଲେ ସତରେ ମନ ପୁରି ଉଠେ l

ଫୁରସତ୍ ସମୟରେ ସେ ଆଖ ପାଖ ଅଞ୍ଚଳର ମାଆ ଓ ଚାଷୀ ଭାଇ ମାନଙ୍କ ସହିତ ଦେଶୀ ବିହନର ଗୁରୁତ୍ୱ ଓ ପାରମ୍ପରିକ ଚାଷ ବିଷୟରେ ଆଲୋଚନ କରିଥାଏ l ଆଖ ପାଖରେ ମିଳୁଥିବା ଭଲ ଉନ୍ନତ ବିହନର ଖବର ସମସ୍ତେ ପାଇଥାନ୍ତି ଯମୁନା ମାଆ ପାଖରୁ l ମାଉଲିଗୁଡ଼ା ଗାଁ ସମେତ ଆଖ ପାଖରେ ପ୍ରାୟ ଚାରି ରୁ ପାଞ୍ଚ ଗାଁର ଚାଷୀମାନେ ଯମୁନା ମାଆ ପାଖକୁ ଆସି ବିହନ ବଦଳ କରି ନେଇଥାନ୍ତି l ଯେଉଁ ବିହନ ଯମୁନା ମାଆ ପାଖରେ ନଥାଏ ତାହା ଆଉ କେଉଁ ଚାଷୀ ପାଖରେ ଅଛି ସେ ଖବର ବି ଦେଇଥାଏ ଯମୁନା ମାଆ l ପୁଣି ଚାଷୀ ମାନଙ୍କ ଭିତରେ ଏହି ବିହନ ଅଦଳ ବଦଳ କରିବା ପକ୍ରିୟାରେ ସାହାଯ୍ୟ କରିଥାଏ l

ଖାଲି ବିହନ ଚିହ୍ନଟ ବା ସଂଗ୍ରହ ନୂହେଁ, ଉତ୍ତମ ମାନର ବିହନ ସବୁକୁ ଭବିଷ୍ୟତରେ ବ୍ୟବହାର କରିବା ଲାଗି କିପରି ସାଇତି ରଖିବାକୁ ହବ ସେକଥା ଯମୁନା ମାଆର କାମ ଦେଖିଲେ ଖୁବ୍ ଭଲାଭାବେ ବୁଝିହୁଏ l 

ବିହନ ସବୁକୁ ସଠିକ ପଦ୍ଧତିରେ ସଂଗ୍ରହ କରିବା ପରେ ସେସବୁକୁ ଶୁଖାଇ ଓ ପରିଷ୍କାର କରି ବିଭିନ୍ନ ପ୍ରକାର ପତ୍ର ଓ ଗୋବର ଦ୍ଵାରା ସଂରକ୍ଷଣ କରି ରଖିଥାଏ ଯମୁନା ମାଆ l ନିଜ ଘରେ ବା ଆଖ ପାଖରେ ଖୁବ୍ ସହଜରେ ମିଳିପାରୁଥିବା ନିମ୍ବ, କରଞ୍ଜ, ଲେମ୍ବୁ ଅବା କମଳା ଆଦିର ପତ୍ର, ଗୋବର, ଶୁଖିଲା ନଡ଼ା, ମାଟି, ପାଉଁଶ, ଆଦି ବ୍ୟବହାର କରି ବିଶେଷ ପଦ୍ଧତିରେ ବିହନ ସବୁକୁ ସାଇତି ରଖିବା କାମ ହୋଇଥାଏ l 

ବିଭିନ୍ନ ପ୍ରକାରର ବିହନକୁ ସାଇତି ରଖିବାର ପଦ୍ଧତି ବି ଅଲଗା ଅଲଗା l ଧାନ, ମାଣ୍ଡିଆ, ଡାଲି ଜାତୀୟ ବିହନ ଓ ପନିପରିବା ବିହନକୁ ଯମୁନା ମାଆ ହାଣ୍ଡି, ବାଉଁଶ ଡଲା ଓ ଅନ୍ୟାନ୍ୟ ପାତ୍ରରେ ସାଇତି ରଖିଥାଏ ଯମୁନା ମାଆ ପୁଣି ବିହନ ପାଇଁ ସଂଗ୍ରହ କରିଥିବା ମକା, ଜନା ଆଦିକୁ ରୋଷେଇ ହଉଥିବା ଚୁଲି ଉପରେ ଝୁଲାଇ ରଖିଥାଏ ସେ l ଏପରି ସାଇତି ରଖିବା ଦ୍ଵାରା ବିହନ ଗୁଡିକ ରୋଗ ପୋକ ଠାରୁ ସୁରକ୍ଷିତ ରହିଥାଏ l ବିହନ ସଂରକ୍ଷଣର ଏହି ପଦ୍ଧତି ସବୁକୁ ଯମୁନା ମାଆ ସମସ୍ତକୁ ବୁଝାଇ ଥାଏ l

ଦେଶୀ ବିହନ ବଞ୍ଚେଇ ରଖିବା ସହିତ ନିଜ ଜମି ଚାଷ କ୍ଷେତ୍ରରେ ଯମୁନା ମାଆ ଆଦରି ନେଇଛି ଚିରନ୍ତନ କୃଷି ଧାରାକୁ l ବର୍ଷ ସାରା ଯମୁନା ମାଆ ନିଜ ପରିବାର ଲୋକଙ୍କ ସହ ମିଶି ନିଜ ଘର ବାଡିରେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରିଥାଏ l ବର୍ଷାଦିନେ ଯମୁନା ମାଆ ବାଡିରେ କୋଡ଼ିଏ ପ୍ରକାରରୁ ବେଶୀ ପନିପରିବା ଚାଷ କରିଥିବା ବେଳେ ଖରାଦିନେ ମାଲକାନଗିରି ପରି ଏକ ଶୁଖା ଅଞ୍ଚଳରେ ତା ଘର ବାଡିରୁ ଦଶ ପ୍ରକାରର ସବୁଜ ପନିପରିବା ମିଳିଥାଏ l ଯମୁନା ମାଆ ଓ ତାରା ପରିବାର ଲୋକେ ଏହି ଛୋଟ ଘର ବାଡ଼ି ଟିରୁ ଅମଳ କରୁଥିବା ପନିପରିବା ଫସଲ ନିଜେ ଖାଇବା ସହ ପାଖ ବଜାରରେ ମଧ୍ୟ ବିକ୍ରୀ କରିଥାନ୍ତି l

ଘର ବାଡିରେ ଥିବା ପୋଖରି ଟିରେ ମାଛ ଚାଷ ମଧ୍ୟ କରିଛି ଯମୁନା ମାଆ l ଗାଇ, ବଳଦ, ଛେଳି, କୁକୁଡା ଆଦି ଗୃହ ପାଳିତ ଜୀବ ଯମୁନା ମାଆ ଓ ତା ପରିବାରର ଜୀବନ ଜୀବିକାର ଅନ୍ୟତମ ଉତ୍ସ l ଫସଲ ବର୍ଜ୍ୟବସ୍ତୁ, ଗୋବର ଓ ଗୋମୂତ୍ର, ଛେଳି ଓ କୁକୁଡାଙ୍କ ମଳ ଆଦିକୁ ବ୍ୟବହାର କରି ଯମୁନା ମାଆ ନିଜ ଘର ପଛପଟେ ପ୍ରସ୍ତୁତ କରିଥାଏ ଜିଆଖତ, ତରଳ ସାର ଓ ହାଣ୍ଡି ଖତ ପରି ଜୈବିକ ଖତସାର ଓ କୀଟନାଶକ l ରାସାୟନିକ ଖତ କିମ୍ବା କୀଟନାଶକ ଜମାରୁ ବ୍ୟବହାର ନକରି ତା ବଦଳରେ ନିଜେ ପ୍ରସ୍ତୁତ କରିଥିବା ଏହିସବୁ ଜୈବିକ ସାର ଓ କୀଟନାଶକ ନିଜ ଫସଲରେ ବ୍ୟବହାର କରିଥାଏ ଯମୁନା ମାଆ l ଅନ୍ୟ ମାଆ ମାନଙ୍କୁ ଏପରି ଜୈବିକ ଖତ ସାର ତିଆରି ଓ ବ୍ୟବହାର ବିଷୟରେ ଶିଖାଇବାକୁ ଭୁଲି ନଥାଏ ଯମୁନା ମାଆ l

ଯମୁନା ମାଆ ଦେଶୀ ବିହନ ଓ ପାରମ୍ପରିକ ଚାଷ ପଦ୍ଧତିକୁ ବଞ୍ଚେଇ ରଖିବା ସହିତ ଅଞ୍ଚଳର ଜଙ୍ଗଲ ଓ ଜଙ୍ଗଲରୁ ମିଳିଥିବା ବିଭିନ୍ନ ପ୍ରକାର ଖାଦ୍ୟ ଓ ଆଦିବାସୀ ମାନଙ୍କର ଦୈନନ୍ଦିନ ଜୀବନରେ ବ୍ୟବହାର ହଉଥିବା ସମାଗ୍ରୀ ଗୁଡ଼ିକ ବଞ୍ଚାଇ ରଖିବା ପ୍ରୟାସ ଜାରି ରଖିଛି l ଜଙ୍ଗଲକୁ ବଞ୍ଚାଇ ରଖିବା ପାଇଁ ଗାଁ ଲୋକଙ୍କ ମନରେ ସଚେତନତା ଆଣିବାକୁ ଯମୁନା ମାଆ ଚାଷ ପରେ ଖାଲି ସମୟରେ ଗାଁ ଲୋକମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରିଥାଏ l ସ୍ଥାନୀୟ ଜୈବ ବିବିଧତା ଆକଳନ ପ୍ରକିୟା ଗୁଡ଼ିକ ନାମରେ ଜଙ୍ଗଲରୁ ଯାହାସବୁ ଖାଦ୍ୟ ମିଲୁଛି ତାହା କିପରି ଭବରେ ଖାଦ୍ୟ ଅଭାବ ସମୟରେ ଆଦିବାସୀଙ୍କୁ ସାହାଯ୍ୟ କରୁଛି, ସେ ବିଷୟରେ ମଧ୍ଯ ବୁଝାଇଥାଏ l ଫସଲ ଅମଳପରେ ଗାଁରେ ବିହନର ସ୍ଥିତି ଜାଣିବା ପାଇଁ ଯମୁନା ମାଆ’ ବିହନ ଆକଳନ ପକ୍ରିୟା କରିଥାଏ l 

ଯଦିଓ କେବଳ ଯମୁନା ମାଆ ନୂହେଁ ଆଦିବାସୀଙ୍କ ଜୀବନ ଧାରାରେ କୃଷି କ୍ଷେତ୍ରରେ ସମସ୍ତ ଆଦିବାସୀ ମାଆ ମାନଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ l ତେବେ ଆଦିବାସୀ ମାଆ ମାନଙ୍କ କୃଷି କ୍ଷେତ୍ରରେ ଅନୁଭୂତି ପୁଣି କୃଷି ଧାରାରେ ବିଭିନ୍ନ ସ୍ତରରେ ସେମାନଙ୍କ କାର୍ଯ୍ୟ ଦକ୍ଷତାକୁ ଆଖିରେ ରଖି ମାଲକାନାଗିରି ଅଞ୍ଚଳର ଚାଷୀ ସଂଗଠନ ସ୍ଥାନୀୟ ଅଞ୍ଚଳର ଉଦ୍ୟମି ଆଦିବାସୀ ମହିଳା ମାନଙ୍କୁ ପ୍ରଦାନ କରିଥାନ୍ତି ବିହନ ମାଆ ର ଉପାଧି l ମାଆ ମାନେ ପରିବାର ପ୍ରତି ପୋଷଣ ସହିତ କୃଷି କ୍ଷେତ୍ରରେ ବି ଯମୁନା ମାଆ ପରି ସବୁ ପ୍ରକାର କାମ କରି ପାରୁଥିବାରୁ ପୁରୁଷ କୈନ୍ଦ୍ରିକ ଆଦିବାସୀ ସମାଜ ମାଆ ମାନଙ୍କ ଦକ୍ଷତାକୁ ସମ୍ମାନ ଜଣାଇ ନେଇଛି ଏପରି ପଦକ୍ଷେପ l ଜାହା ଆଦିବାସୀଙ୍କ ଆଦର୍ଶ ସାଂସ୍କୃତିକ ପରିଚୟର ଏକ ନୂଆ ଦିଗ ଦେଖାଇ ପାରିଛି l

ପାରମ୍ପରିକ ବିହନ ଓ ଚାଷ ପଦ୍ଧତି ବଞ୍ଚାଇବା ଅଭିଯାନରେ ସ୍ଵେଚ୍ଛାସେବୀ ଭାବେ କର୍ତ୍ତବ୍ୟରତ ମାଉଲିଗୁଡ଼ା  ଗାଁର ବିହନ ମାଆ ଯମୁନା କିର୍ଷାନୀଙ୍କ ପରି ସାମିଲ ହୋଇଛନ୍ତି ମାଲାକନଗିରି ଜିଲ୍ଲାର ଅନେକ୍ ଆଦିବାସୀ ବିହନ ମାଆ l ଏହି ଅଞ୍ଚଳରୁ ବୁଡ଼ି ଯାଉଥିବା ଅଠାଅଶୀ ପ୍ରକରର ଦେଶୀ ଧାନ, ଆଠପ୍ରକାରର ମାଣ୍ଡିଆ ଜାତୀୟ ବିହନ, ବାଇଶି ପ୍ରକାରର ଡାଲି, ପନିପରିବା, ତୈଳବୀଜ ବିହନର ସଂରକ୍ଷଣ କରିବା କ୍ଷେତ୍ରରେରେ ତୁଲାଉଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା l ହାଜର ହଜାର ଚାଷୀ ପରିବାରଙ୍କୁ ଚିରନ୍ତନ କୃଷି ପଦ୍ଧତି ଓ ବିହନ ସଂରକ୍ଷଣର ଏକ ଆଶା ଜନକ ନୂତନ ଦିଗ ଦେଖାଇ ଚାଲିଥିବା ଯମୁନା କିର୍ଷାନୀଙ୍କ ପରି ବିହନ ମାଆ ମାନଙ୍କୁ ଆମର ଅନ୍ତରଭରା ପ୍ରଣାମ l

ଆଦର୍ଶ ଚାଷ ବାସ ର ପଦ୍ଧତି ଆଦିବାସୀ ଆଦିବାସୀଙ୍କ ଜୀବନ ଧାରା ଚାଷ ପଦ୍ଧତି ଜୈବ ବିବିଧତା ପାରମ୍ପରିକ ବିହନ ବିହନ ମା
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଗଛ ସାର୍‌ଙ୍କ ପାଇଁ ପୁରୀରେ ହସୁଛି ପରିବେଶ

Next Post

କ୍ୟାରିୟର ପାଇଁ ମେଟ୍ରୋରୁ ଗାଁ ଯାତ୍ରା

You might also like
rksahoo
ଭିଡିଓ କାହାଣୀ

ପଶୁ ପକ୍ଷୀଙ୍କ ପ୍ରେମ ରେ ନିଆରା ମଣିଷ ରାଜନ ଦାସ

1 Min read
May 21, 2023

ନିଜ କାମରୁ ଫୁରୁସତ ପାଇବା ମାତ୍ରେ ବାଣୀବିହାର ପରିସର ସମେତ ଭୁବନେଶ୍ୱର ସାରା ବୁଲି ବୁଲି ବେସାହାରା ଷଣ୍ଢ ,ଗାଈ, ବୁଲା କୁକୁର , ପାରା ଆଦି ବିଭିନ୍ନ ପଶୁପକ୍ଷୀମାନଙ୍କୁ ନିଜ ହାତରେ ଖାଦ୍ୟ ରାନ୍ଧି ଖୁଆଇବା ରାଜନ ଦାସଙ୍କର ନୀତିଦିନିଆ କାମ

milkman
ଭିଡିଓ କାହାଣୀ ସଶକ୍ତିକରଣ

କ୍ୟାରିୟର ପାଇଁ ମେଟ୍ରୋରୁ ଗାଁ ଯାତ୍ରା

2 Mins read
December 31, 2021

ଘନଶ୍ୟାମଙ୍କ ନାମଟି ହିଁ ପରିଚିତ କରାଇଦେଉଛି ଯେ ସେ ପଶ୍ଚିମ ଓଡ଼ିଶା ବାସିନ୍ଦା। ଏମବିଏ ପଢ଼ିବା ପରେ ଦିଲ୍ଲୀ ଏକ ଏମ୍‌ଏନ୍‌ସିରେ ବେଶ୍ ଭଲ ଦରମାରେ ନିଯୁକ୍ତି ପାଇଗଲେ। ସବୁକିଛି ହାତ ପାଆନ୍ତାରେ ଥିଲା ତାଙ୍କର, କେବଳ ଯାହା ମନରେ ଆତ୍ମସନ୍ତୋଷ ନଥିଲା। କିଛିଦିନ ଭାବି ନିଜ ଗାଁରେ ଡାଏରୀ ଫାର୍ମ କରିବାକୁ ଯୋଜନା କଲେ

puja-ambuj-story-covid
ଅସାଧାରଣ ଭିଡିଓ କାହାଣୀ

ଜଣେ ଗର୍ଭବତୀ ମା’ର କୋଭିଡ୍ କାହାଣୀ

2 Mins read
January 10, 2022

ଭୁବନେଶ୍ବରର ଏକ ଘରୋଇ ଟିଭି ଚ୍ୟାନେଲରେ ପୂଜା ଉପସ୍ଥାପିକା ଓ ସ୍ବାମୀ ଅମ୍ବୁଜ ଜଣେ ପ୍ରତିଷ୍ଠିତ ସାମ୍ବାଦିକ। ବିବାହର ୫ ବର୍ଷ ପରେ ସଂସାର ବଢ଼ାଇବାକୁ ଭାବିଲେ। ଈଶ୍ବରଙ୍କ କୃପାରୁ ପୂଜା ଗର୍ଭବତୀ ହେଲେ। ଠିକ୍ ସେଇ ସମୟରେ କରୋନାର କରାଳ ରୂପ ଦେଖି ପୂରା ବିଶ୍ବ ସ୍ତବ୍ଧ। ଗର୍ଭସ୍ଥ ସନ୍ତାନ ପାଇଁ ଦୁହେଁ ଅଧିକ ଚିନ୍ତାରେ ଥିଲେ। ବିଧିର ବିଧାନ ସତରେ ଭାରି ବଚିତ୍ର। ଗର୍ଭାବସ୍ଥାର ୮ ମାସବେଳକୁ ପୂଜା କରୋନା ସଂକ୍ରମିତ ହେଲେ। ନିୟମ ଅନୁସାରେ କୋଭିଡ୍ ଚିକିତ୍ସାଳୟରେ ରହିଲେ। କେମିତି କ୍ବାରେଣ୍ଟାଇନ୍ ସମୟ ସରିଲେ, ଘରକୁ ଫେରିବାର ଦିନ ଗଣୁଥାନ୍ତି ପୂଜା। ଏ ଭିତରେ ଜାଣିବାକୁ ପାଇଲେ ସ୍ବାମୀ ଅମ୍ବୁଜ ମଧ୍ୟ କରୋନା ଆକ୍ରାନ୍ତ।

It's a proud moment for us that PM Shri Narendra M It's a proud moment for us that PM Shri Narendra Modi cited the name of Odia Boy- @RahulMaharana and appreciated his effort for 'plastic-free Beach' in the #MannkiBaat recently. 30kms away from the capital city of Odisha, this 22-year-old disposed of over 1-ton garbage from the Hental Mangrove forest in Astaranga. He has undertaken beach cleaning activities on more than 60 occasions and is also looking for others to join him.

Improper disposal of garbage is the result of our negligence. We should understand the fact that mother earth may suffer its direct burden but its faraway impact will be on us.
So, let's join hands for a clean world.

#Joinhandsforcleanliness #RahulMaharana #lighthouse #BhitarkanikaWildlifeDivision #OdishaForestDepartment #CMOOdisha� #NaveenPatnaik #PMOIndia #MannkiBaat
#MinistryofEnvironmentForestandClimateChange

https://inspiringodisha.com/a-solo-endeavor-for-a-plastic-free-marine-stretch/
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.
click here⬇️⬇️
https://inspiringodisha.com/battled-covid-to-be-a-mother/
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.

https://inspiringodisha.com/last-comrade-of-unclaimed-souls/
Amrita Das left her job at Thomson Reuters Corpora Amrita Das left her job at Thomson Reuters Corporation in Banglore to address the issues of plastic pollution in nearby parameters. While finding the solution to it, she came to Odisha, became a social entrepreneur, and is now the owner of Odissi Earth. She is sharing the portion of Odia tradition, culture, and pristine forest resources of Odisha through her body care products. Her endeavour is aiding at least 25 individuals and many other tribal farmers to become more aware, trained, and self-reliant human beings.

#inspiringOdisha #odissiearth #odiamaati #changemaker #startupbusiness #Ecoodisha #Odishabiodiversity
Copy the link to know more:
https://inspiringodisha.com/empowering-lives-through-sustainable-path/
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../

Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.

Know about his story of lone dedication and perseverance by clicking on the link above.
Blindness is not an inefficacy. This fact is prove Blindness is not an inefficacy. This fact is proven by 23-year-old Soundarya Kumar Pradhan of Boden in the Sambalpur district of Odisha over and over again in his life. This international chess player withstood each obstacle with courage and excelled both in his academics and career with shining colors.
Learn more about this young talent of Odisha. Click the link below: 
Soundarya Pradhan Prachurya Pradhan
PM Narendra Modi Naveen Patnaik 
#vishwanathananad #sportsministryofindia
Link to the whole story: https://inspiringodisha.com/blind-chess-player-soundarya/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies