• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ସଂରକ୍ଷଣ

କଳାବତୀର କୃଷକ

No Comments
December 29, 2021
3 Mins read
437 Views
30-year-old Lecturer Revives The Traditional Crops and Herbs of Odisha

ପ୍ରକୃତିର ଉପାଦାନ ସବୁକୁ ନେଇ ଗଢ଼ା ଆମ ଏ ଶରୀର । ଆଉ ଏଇ ପ୍ରକୃତିରେ ହିଁ ଭରିରହିଛି ଏ ଶରୀରକୁ ସୁସ୍ଥ ରଖିବାର କେଜାଣି କେତେ ଉପାଦାନ, ଏ ଶରୀର ପାଇଁ ରୋଗ ପ୍ରତିରୋଧ କରିବାର କେତେ ଔଷଧ । ମଣିଷ ଯେବେଠାରୁ ଚାଷବାସ କରି ନିଜପାଇଁ ଖାଦ୍ୟ ବ୍ୟବସ୍ଥା କରିବା ଆରମ୍ଭ କଲା ସେବେଠାରୁ ବୁଝିପାରିଥିଲା ବିଭିନ୍ନ କିଷମର ଖାଦ୍ୟ ଶସ୍ୟ ଭିତରେ ଲୁଚିରହିଥିବା ଜୀବନଦାୟୀ  ତତ୍ତ୍ୱର ରହସ୍ୟ । 

ଏଇ ଯେମିତି ଧାନର ଜନ୍ମଭୂମି ଭାବରେ ପରିଚିତ ଆମ ଏଇ ଓଡ଼ିଶା ମାଟିରେ ମିଳୁଥିଲା କେତେ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଉପକାରୀ ଧାନଟିଏ, ନାଁ ତାର – କଳାବତୀ । ଏହି ଧାନରୁ ବାହାରୁ ଥିବା ବସ୍ତୁତଃ କଳାରଙ୍ଗର ପ୍ରକାରନ୍ତରେ ଗାଢ଼ ବାଇଗଣୀ ରଙ୍ଗର ଚାଉଳଟି ବିଶେଷ ସ୍ୱାଦଯୁକ୍ତ ଏହି ଚାଉଳଟିରେ ଭରିରହିଛି ଆମ ଶରୀର ଭିତରେ ଥିବା ବିଭିନ୍ନ କୋଷିକା ଏବଂ ତନ୍ତୁକୁ କ୍ଷତିଗ୍ରସ୍ତ ହେବାରୁ ରକ୍ଷା କରିବାର ଅସାଧାରଣ କ୍ଷମତା । ଏହି ଚାଉଳର ଭାତ ଖାଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବଢ଼ିବାସହ ଶରୀର ବିଭିନ୍ନ ବିଷାକ୍ତ ତତ୍ତ୍ୱ ବା ଟକ୍ସିନ୍ ରୁ ମୁକ୍ତ ହୋଇଥାଏ । ରକ୍ତ ପରିଷ୍କାର ହେବାସାଙ୍ଗକୁ ମଧୁମେହ, କର୍କଟ ପରି ରୋଗର ଆଶଙ୍କାକୁ ଏଡ଼ାଯାଇ ପାରିବ ଏହି ଚାଉଳ ଖାଇଲେ । କଳାବତୀ ଧାନ ପରି ଆମ ଏହି ମାଟିରେ କାଇଁ କେଉଁ କାଳରୁ ଚାଷ ହୋଇଆସୁଥିଲା ଔଷଧ ତତ୍ତ୍ୱରେ ଭରପୁର କଳାହଳଦୀ ବା କାଳୀହଳଦୀ । ମା କାଳୀଙ୍କ ପୂଜାରେ ଲାଗୁଥିବା ଏହି ହଳଦୀରେ କର୍କଟ, ରକ୍ତ କର୍କଟ, ଏପିଲେପ୍ସି, ଏଚ୍ଆଇଭି ଏଡ଼ସ୍, ଅଲସର, ଶ୍ୱାସ ରୋଗ, ଅବସାଦ, ମାଂସପେସୀ ଜନିତ ସମସ୍ୟା, ଗଣ୍ଠିବାତ ଆଦି ଦୁରାରୋଗ୍ୟ ବ୍ୟାଧି ସହ ଲଢ଼ିବାର ବିସ୍ମୟକର କ୍ଷମତା । କେବଳ କଳାବତୀ ଧାନ ଏବଂ କଳାହଳଦୀ ନୁହେଁ ପାରମ୍ପରିକ ଏବଂ ଜୈବିକ ପଦ୍ଧତିରେ ଚାଷ ହେଉଥିବା ଆମର ଅନେକ ଖାଦ୍ୟ ଶସ୍ୟରେ ଭରି ହୋଇରହିଛି ମଣିଷ ଶରୀର ପାଇଁ ଆର୍ଶିବାଦ ଭଳି କାମକରୁଥିବା ତତ୍ତ୍ୱ । ତେବେ ଆଧୁନିକ ସମୟ ଓ କେବଳ ଲାଭଜନକ କୃଷିକର୍ମର ପ୍ରବାହ ଭିତରେ ଏହି ଉପକାରୀ ଶସ୍ୟ ତଥା ଔଷଧୀୟ ଗୁଣଯୁକ୍ତ ଉପାଦାନମାନେ ଧିରେଧିରେ ନିଜର ସତ୍ତା ହରେଇବାକୁ ବସିଲେଣି । ଆମେ ଦୂରେଇ ଚାଲିଛେ ପ୍ରକୃତି ଠାରୁ, ହଜେଇ ଦେଉଛେ ପ୍ରକୃତିରେ ଭରି ରହିଥିବା ଆମ ଶରୀର ପାଇଁ ଆର୍ଶୀବାଦର ଉପାଦାନକୁ । ହଜିଯିବାରେ ଲାଗିଛି ଗୁଣବତ୍ତାରେ ଭରପୁର ଆମର ଦେଶୀ ବିହନ, ଧାନ, ଶସ୍ୟରାଜି । ଅଧିକାଂଶ ଯୁବପିଢ଼ି ଆଜି ଚାଷକାମ ପ୍ରତି ବିମୁଖ ହୋଇପଡ଼ିଥିବା ବେଳେ ଶାନ୍ତ୍ୱନାର କଥା ହେଉଛି ଆମ ଭିତରେ ଅଛନ୍ତି ସୌମ୍ୟକାନ୍ତ ପ୍ରଧାନଙ୍କ ପରି କିଛି ଯୁବକ ଯିଏ ବାଟ ଦେଖାନ୍ତି ଆଉ ପ୍ରୟାସ କରନ୍ତି ପ୍ରକୃତିଦତ୍ତ ଉପାଦାନ ସହ ଜୀବନର ଆର୍ଶୀବାଦକୁ ଆପଣେଇନେବାକୁ  ।

ବାଲେଶ୍ୱର ଜିଲ୍ଲା ନିଳଗୀରି ଅର୍ନ୍ତଗତ ଘାଟଘରସାହି ଗାଁର ଏହି ସୌମ୍ୟକାନ୍ତ ବାବୁ ପେଷାରେ ଜଣେ ଅଧ୍ୟାପକ । ଯେହେତୁ ବାପା ରମାକାନ୍ତ ମା ଅହଲ୍ଲ୍ୟା ନିଜର ଗୋଟିଏ ବୋଲି ପୁଅ ଚାକିରି ବାକିରୀ ପାଇଁ ଦୂରରେ ଯାଇ ରହୁବୋଲି ଚାହୁଁନଥିଲେ । ସୌମ୍ୟକାନ୍ତ ନିଜର ଡିପ୍ଲୋମା ପାଠ ସାରି ସ୍ଥାନୀୟ କଲେଜରେ ଅଧ୍ୟାପକ ଚାକିରୀକୁ ଆପଣାଇ ନେଇଥିଲେ । କିନ୍ତୁ ଚାଷୀ ପରିବାରର ପୁଅ – ତେଣୁ ପାରମ୍ପାରିକ ଚାଷ କାମ ଜୈବିକ କୃଷି ଧିରେ ଧିରେ ଲୋପ ପାଇଯାଉଥିବା ଦେଶୀ ବିହନ ଏବଂ ଆମର ପାରମ୍ପାରିକ ଶସ୍ୟରାଜି ଭିତରେ ଲୁଚିରହିଥିବା ଔଷଧିୟ ଗୁଣବତ୍ତା ଇତ୍ୟାଦି ବିଷୟରେ ତାଙ୍କ ଭିତରେ ଯଥେଷ୍ଟ ଆଗ୍ରହ ଥିଲା । ।ଦାଦା ରଘୁନାଥ ପ୍ରଧାନ ଓ ରାଧାକାନ୍ତ ପ୍ରଧାନଙ୍କ ଉତ୍ସାହ ଓ ପ୍ରରଣା ତାଙ୍କର ଏହି ଆଗ୍ରହକୁ କର୍ମ କ୍ଷେତ୍ରରେ ସାକାର କରିବାର ରାସ୍ତା ଦେଖାଇଲେ । ପୁଣି ସୌମ୍ୟଙ୍କର ଘନିଷ୍ଟ ବନ୍ଧୁ ତଥା ଯୁବ କୃଷି ଗବେଷକ ଚନ୍ଦ୍ରକାନ୍ତ ଦାଶ ତାଙ୍କୁ ଏକ୍ଷେତ୍ରରେ ଦିଗଦର୍ଶନ ଦେଲେ । ଆରମ୍ଭ ହେଲା ପାରମ୍ପାରିକ ଚାଷବାସ ସାଙ୍ଗକୁ ଜୈବିକ କୃଷି, ଦେଶୀ ଧାନ ଓ ଅନ୍ୟାନ୍ୟ ଦେଶୀ ବିହନର ପୁର୍ନଃରୁଦ୍ଧାର ଓ ସଂରକ୍ଷଣ, କଳାବତୀ ଧାନ ଓ କଳାହଳଦୀ ପରି ହିତକାରୀ ଖାଦ୍ୟଶସ୍ୟକୁ ନେଇ ସୌମ୍ୟକାନ୍ତଙ୍କର ପ୍ରୟୋଗାତ୍ମକ ଗବେଷଣା । 

କଳାବତୀ ଧାନ ଭିତରେ ଲୁଚିରହିଥିବା ଔଷଧିୟ ତତ୍ତ୍ୱ ଓ ମଣିଷ ଶରୀର ପାଇଁ ତାର ଉପକାରିତାକୁ ଭଲ ଭାବରେ ବୁଝିପାରିଥିଲେ ସୌମ୍ୟକାନ୍ତ । ତାଙ୍କ ଭିତରେ ଥିବା କୃଷକର ଅନ୍ତରଆତ୍ମା ତାଙ୍କୁ ରାସ୍ତା ଦେଖାଇଥିଲା କଳାବତୀ ଧାନର ପୁର୍ନଃରୁଦ୍ଧାର ଦିଗରେ । ବହୁ କଷ୍ଟରେ କଳାବତୀ ଧାନର ବିହନ ସଂଗ୍ରହ କରି ସଂପୂର୍ଣ୍ଣ ଜୈବିକ ପଦ୍ଧତିରେ ନିଜ ଜମିରେ ଚାଷ କଲେ ଆଉ ବେଶ ସଫଳ ବି ହେଲେ । ଚଳିତବଷ ର୍ତ ନିଜ ଜମିରୁ ପ୍ରାୟ ୨୦ କ୍ୱିଣ୍ଟାଲ କଳାବତୀ ଧାନ ସେ ଅମଳ କରିପାରିଛନ୍ତି । କଳାବତୀ ଧାନର ସଫଳତା ପରବର୍ତ୍ତୀ ସମୟରେ ତାଙ୍କୁ ଅନୁପ୍ରାଣିତ କରିଛି କଳାହଳଦୀ ଚାଷ କରିବା ଦିଗରେ । ଆଉ ଏହି କାମରେ ସେ ଏବେ ସଫଳତାର ସହ ଲାଗିଛନ୍ତି । 

ସମୟ ପରିସ୍ଥିତିର ପ୍ରତିକୂଳ ସ୍ରୋତରେ ଆଗକୁ ବଢ଼ିବାର ସ୍ୱପ୍ନକୁ ସାକାର କରିବାର ଚେଷ୍ଟାରେ ମଗ୍ନ ଘାଟଘର ସାହି ଗାଁର ସୌମ୍ୟକାନ୍ତ ପ୍ରଧାନଙ୍କୁ କଳାବତୀ ଧାନ, କଳାହଳଦୀ ପରି ଜୀବନଦାୟୀ ଶସ୍ୟର ପୁର୍ନଃରୁଦ୍ଧାର, ସୁରକ୍ଷା ଓ ଲୋକକଲ୍ୟାଣରେ ତାର ପ୍ରୟୋଗ କ୍ଷେତ୍ରରେ ଉଦ୍ୟମ ଲାଗି ତାଙ୍କୁ ଆମର ସାଦର ସମ୍ମାନ ଓ ଶୁଭେଚ୍ଛା ।

କଳାବତୀ କଳାହଳଦୀ କୃଷକ ଦେଶୀ ବିହନ ଧାନ
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଦେଶୀ ବିହନର ସଂଗ୍ରାମୀ ଦେବଲ୍ ଦେବ

Next Post

ଗଛ ସାର୍‌ଙ୍କ ପାଇଁ ପୁରୀରେ ହସୁଛି ପରିବେଶ

You might also like
manas
ସଂରକ୍ଷଣ

ଦେଶୀ ବିହନର ସଂରକ୍ଷଣ ମାନସଙ୍କ ଅଭିଯାନ

2 Mins read
December 6, 2024

ପରିବର୍ତ୍ତନଶୀଳ ଯୁଗରେ ଯେଉଁଠାରେ ପାରମ୍ପରିକ କୃଷି ପ୍ରଥା ଲୋପ ପାଇଚାଲିଛି, କଳାହାଣ୍ଡି ଜିଲ୍ଲାର ୪୫ ବର୍ଷୀୟ ମାନସ ରଂଜନ ସାହୁ ଦେଶୀ ବିହନର ରକ୍ଷାକର୍ତ୍ତା ଭାବେ ଏକ ଅଭିଯାନ ବଜାୟ ରଖିଛନ୍ତି । ମାନସ ରଂଜନ ସଂଗ୍ରହ କରିଛନ୍ତି ମୋଟ ୧,୭୫୬ ପ୍ରକାରର ଦୁର୍ଲଭ ଦେଶୀ ବିହନ ଏବଂ ଏହି ବିହନଗୁଡିକର ସଂରକ୍ଷଣ କରିବା ସହ ଅନେକ ଚାଷୀଙ୍କୁ ଦେଶୀ ବିହନ ଓ ଜୈବିକ ଚାଷର ଜ୍ଞାନ ଦେବାକୁ ତାଙ୍କର ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ତାଙ୍କର ଏହି …

Guardian of endangered Blackbucks
ଭିଡିଓ କାହାଣୀ ସଂରକ୍ଷଣ

ବିଲୁପ୍ତପ୍ରାୟ କୃଷ୍ଣସାର ମୃଗଙ୍କ ସୁରକ୍ଷାରେ ଅମୂଲ୍ୟ

2 Mins read
January 11, 2024

Amulya Upadhyay works tirelessly for the protection of Blackbucks in the Balipadar-Bhetnoi and nearby regions of Ganjam District

farmer
ସଂରକ୍ଷଣ

ମହୁଆ ମିଟୁ – ମହୁଚାଷୀଙ୍କ ଦିଗଦର୍ଶକ

2 Mins read
July 10, 2023

ମହୁମାଛି ପାଳନ ଆଉ ମହୁ ଚାଷ ମହୁଆ ମିଟୁଙ୍କର ପେଶା ନିଶା ଓ ଜୀବନ ଜୀବିକାର ମନ୍ତ୍ର

Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!Stay tuned... Tap the link.https://www.youtube.com/watch?v=_gUgr_dedKw#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
It's a proud moment for us that PM Shri Narendra M It's a proud moment for us that PM Shri Narendra Modi cited the name of Odia Boy- @RahulMaharana and appreciated his effort for 'plastic-free Beach' in the #MannkiBaat recently. 30kms away from the capital city of Odisha, this 22-year-old disposed of over 1-ton garbage from the Hental Mangrove forest in Astaranga. He has undertaken beach cleaning activities on more than 60 occasions and is also looking for others to join him.Improper disposal of garbage is the result of our negligence. We should understand the fact that mother earth may suffer its direct burden but its faraway impact will be on us.So, let's join hands for a clean world.#Joinhandsforcleanliness #RahulMaharana #lighthouse #BhitarkanikaWildlifeDivision #OdishaForestDepartment #CMOOdisha� #NaveenPatnaik #PMOIndia #MannkiBaat#MinistryofEnvironmentForestandClimateChangehttps://inspiringodisha.com/a-solo-endeavor-for-a-plastic-free-marine-stretch/
Blindness is not an inefficacy. This fact is prove Blindness is not an inefficacy. This fact is proven by 23-year-old Soundarya Kumar Pradhan of Boden in the Sambalpur district of Odisha over and over again in his life. This international chess player withstood each obstacle with courage and excelled both in his academics and career with shining colors.Learn more about this young talent of Odisha. Click the link below: Soundarya Pradhan Prachurya PradhanPM Narendra Modi Naveen Patnaik #vishwanathananad #sportsministryofindiaLink to the whole story: https://inspiringodisha.com/blind-chess-player-soundarya/
It's the story of a scientist who devoted his whol It's the story of a scientist who devoted his whole life to the conservation of the vulnerable or extinct rice genus in the Rayagada district of Odisha. His unique way of rice exchange with the farmers for retaining the rice species has replenished his collection in his rice bank. But his struggle is not over, he has to go the extra mile for reversing the vulnerable rice species.#DrDebalDebandBeyondDevelopmentality #vrihi #basudhahttps://inspiringodisha.com/on-a-trail-to-preserve.../
The popular Naraj Peacock valley is just 15kms awa The popular Naraj Peacock valley is just 15kms away from Nandankanan Zoo in the capital city Bhubaneswar. The panoramic beauty of the valley is a reflection of Pannu Behera's love for peacocks. But for Kanhu (the grandson of Pannu) it's not just the love for peacocks but also a tribute to the last wish of his grandpa.🦚🦚We believe stories can be an effective tool of motivation. DM us to cover yours. We'll get you covered...#narajpeacockvalley #lighthouse .https://inspiringodisha.com/a-tradition-of-love-that.../
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies