• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ସଶକ୍ତିକରଣ

ଚାଷୀଙ୍କୁ ମତ୍ସ୍ୟଚାଷର ଜ୍ଞାନ ବାଟୁଂଛନ୍ତି ଅବସରପ୍ରାପ୍ତ କିରାଣୀ ବଟକୃଷ୍ଣ

No Comments
February 24, 2022
2 Mins read
368 Views
9D7A1390

ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ସରକଣା ଗାଁର ବଟକୃଷ୍ଣ ସାହୁଙ୍କ ପୋଖରୀକୂଳ ଏବେ ପାଲଟିଛି ଖୋଲା ବିଦ୍ୟାଳୟ । ପିଲା ଆସନ୍ତି, ପାଠ ପଢ଼ନ୍ତି, ଆଉ ଭବିଷ୍ୟତ ଗଢ଼ନ୍ତି ଆଉ ସେ ବି ବିନାମୁଲ୍ୟରେ, ଶିକ୍ଷାପ୍ରଦାନ କରନ୍ତି ୭୧ ବର୍ଷୀୟ ଅବସରପ୍ରାପ୍ତ କିରାଣୀ ବଟକୃଷ୍ଣ ସାହୁ ।

ଯୁବ ମତ୍ସ୍ୟଚାଷୀଙ୍କ ପାଇଁ ସେ ଆଦର୍ଶ ଓ ମାର୍ଗଦର୍ଶକ । ମତ୍ସ୍ୟ ପ୍ରଜନନ, ଉତ୍ପାଦନ ଏବଂ ପରିଚାଳନା ସହ ମତ୍ସ୍ୟ ଚାଷୀଙ୍କୁ ମାଛବିକ୍ରି ବିଷୟରେ ତାଲିମ ପ୍ରଦାନ କରନ୍ତି ବଟକୃଷ୍ଣ । ମତ୍ସ୍ୟଚାଷ ପାଇଁ ଗବେଷଣା ସହ ଆଧୁନିକ ଜ୍ଞାନକୌଷଳର ପ୍ରୟୋଗ ବିଷୟରେ ଚାଷୀ ଓ ଯୁବ ଉଦ୍ୟୋଗୀଙ୍କୁ ସଚେତନ କରନ୍ତି ସେ, ଆଉ ଏହା ତାଙ୍କୁ ଓଡ଼ିଶା ସମେତ ଜାତୀୟ ଫୋରମ୍‌ରେ ମଧ୍ୟ ଆଣିଦେଇଛି ଖ୍ୟାତି ।

ପୁର୍ବରୁ ଆମ ଗାଁକୁ ବଡ଼ମାଛର ଅଳ୍ପ ଆମଦାନୀ ହେଉଥିଲା ଯାହା ମୋତେ ପ୍ରେରଣା ଯୋଗାଇଥିଲା ଆଉ ମୁଁ ଲାଗିପଡ଼ିଲି ଉପାୟ ଖୋଜିବାରେ ଯାହାଫଳରେ ଆଉ ଗାଁର ଲୋକମାନେ ପର୍ଯ୍ୟାପ୍ତ ପରିମାଣର ମାଛ ପାଇପାରିବେ । ୧୯୮୬ରେ ମୁଁ ପ୍ରଥମେ ଆମ ପଞ୍ଚାୟତ ପାଖରୀକୁ ୧୨୦୦୦ ଟଙ୍କାରେ ୩ ବର୍ଷପାଇଁ ଲିଜ୍‌ରେ ନେଇ ପ୍ରଥମେ ମାଛଚାଷ ଆରମ୍ଭ କଲି । ଆଶ୍ଚର୍ଯ୍ୟଜନକ ଭାବେ ପ୍ରଥମ ଅମଳରେ ୧.୪ ଟନ୍ ମାଛ ଉତ୍ପାଦନ ହେଲା ଭଲ ଲାଭ ମଧ୍ୟ ମିଳିଲା ଆଉ ଏହା ମୋତେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇଲା ।

କ୍ରମଶଃ ସେ ଅନୁଭବ କଲେ ଯେ ଗୁଣାତ୍ମକ ଜାଆଁଳର ଅଭାବ ମାଛଚାଷ ପାଇଁ ଏକ ବଡ଼ ପ୍ରତିବନ୍ଧକ ।  ତେଣୁ ସେ କୃଷିବିଜ୍ଞାନ କେନ୍ଦ୍ରର ପରାମର୍ଶ କ୍ରମେ ହାପା ପ୍ରଜନନ ପ୍ରଣାଳୀ ମାଧ୍ୟମରେ ଉତ୍ତମ ଜାଆଁଳର ପ୍ରଜନନ ଆରମ୍ଭ କଲେ । ପ୍ରଥମ ବ୍ୟାଚ୍ ରେ ସେ ୩-୪ ଲକ୍ଷ ଜାଆଁଳ ଉତ୍ପାଦନ କରିଥିଲେ ଏବଂ ମାତ୍ର ୨ ମାସରେ ପୋଖରୀ ପିଛା ୭୦୦୦ ଟଙ୍କା ଆୟକଲେ । ସେବେଠାରୁ ସେ ମାଛଚାଷ ଭଳି  ଜାଆଁଳ ଉତ୍ପାଦନ ପ୍ରକ୍ରିୟାକୁ ମଧ୍ୟ ବ୍ୟାପକ କରିବାକୁ ଲାଗିଲେ ।

ଏହାପରେ ସେ ପରୀକ୍ଷାମୂଳକ ଭାବେ ଚାଇନାର ସର୍କୁଲାର୍ ହ୍ୟାଚେରୀ ପଦ୍ଧତିରେ ୪ ଗୋଟି ପୋଖରୀରେ ଜାଆଁଳ ଉତ୍ପାଦନ ଆରମ୍ଭ କଲେ ଓ କ୍ରମଶଃ ବର୍ଷକୁ ୪ ରୁ ୫ କୋଟି ଜାଆଁଳ ଉତ୍ପାଦନ ସମ୍ଭବ ହୋଇପାରିଲା ଯାହା ଏବେ ବଢ଼ି ୧୦ ରୁ ୧୫ କୋଟିରେ ପହଞ୍ଚିଲାଣି । ଏବେ ସେ କେବଳ ଜାଆଁଳ ଉତ୍ପାଦନରୁ ବର୍ଷକୁ ୧୦ ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଲାଭ ପାଇ ପାରୁଛନ୍ତି ।

ନିଜେ ସଫଳତାର ପାଇଥିବାରୁ ସେ ତାଙ୍କ ଅଞ୍ଚଳ ସମେତ ସାରା ଦେଶର ଉତ୍ସାହୀ ମତ୍ସ୍ୟଚାସୀଙ୍କୁ ମାଗଣାରେ ବାଣ୍ଟୁଛନ୍ତି ମାଛଚାଷ ଓ ଜାଆଁଳ ଉତ୍ପାଦନର ଜ୍ଞାନ । ବର୍ଷକୁ ୫୦୦୦ ରୁ ଅଧିକ ମାଛଚାଷୀଙ୍କୁ ସେ ମାଗଣାରେ ଦେଇଥାନ୍ତି ଟ୍ରେନିଂ । ଆଉ ତାଙ୍କର ଏଇ ନିସ୍ୱାର୍ଥପର କାମକୁ ସମ୍ମାନ ଜଣାଇ ୨୦୨୦ ରେ ଭାରତ ସରକାର ତାଙ୍କୁ “ପଦ୍ମଶ୍ରୀ”ରେ ସମ୍ମାନିତ କରିଛନ୍ତି ।

ମୋ ପାଖକୁ ଆସୁଥିବା ସମସ୍ତ ଚାଷୀଙ୍କୁ ମୁଁ ମାଗଣାରେ ତାଲିମ୍ ଦିଏ କାରଣ ମୁଁ ଚାହେଁ ରୋଜଗାର ପାଇଁ ଆମ ମାଟିର ପୁଅ ବାହାର ରାଜ୍ୟକୁ ନଯାଉ । ଯଦି ମାଛକୁ ସଠିକ୍ ପଦ୍ଧତିରେ ଚାଷ କରାଯିବ ତାହାଲେ ଏହାକୁ କ୍ୟାରିୟର କରି ଭଲ ଦି ପଇସା ରୋଜଗାର ପରିପାରିବେ ଆମ ଚାଷୀଭାଇ ।

ଆଧୁନିକ ଜ୍ଞାନକୌଷଳ ଜାଆଁଳ ଉତ୍ପାଦନ ମତ୍ସ୍ୟଚାଷ ଯୁବ ଉଦ୍ୟୋଗୀ
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ରକ୍ତ ଦାନ ପାଇଁ ଚିହ୍ନା ମୁହଁଟେ: ଧୀରେନ୍ଦ୍ର ଠାକୁର

Next Post

ପ୍ଲାଷ୍ଟିକ୍ ବିପ୍ଳବୀ ରାହୁଲ୍

You might also like
Diya-2IO-story
ସଶକ୍ତିକରଣ

ରୁଢିବାଦୀ ଚିନ୍ତାଧାରାକୁ ହରାଇ ଗାଁ ଝିଅମାନଙ୍କ ପରିଚୟ ଗଢୁଛନ୍ତି ଦିୟା

2 Mins read
July 18, 2024

ଆଜିବି ଆମ ଦେଶରେ ତଥା ରାଜ୍ୟରେ କ୍ରୀଡା ସାଧାରଣତଃ ପୁରୁଷ ପ୍ରଧାନ । କ୍ରୀଡା ପ୍ରତି ଆମର ରକ୍ଷଣଶୀଳ ସାମାଜିକ ମନୋଭାବ ଲାଗି ଯେତେ ଇଚ୍ଛା ଥିଲେ ବି ଆମ ଝିଅମାନେ ସେମାଙ୍କ ପ୍ରତିଭା ପ୍ରଦର୍ଶନରୁ ବଞ୍ଚିତ ହୁଅନ୍ତି । ବୟସ ଅଠର ବର୍ଷ ନହେଉଣୁ ବିବାହ ହୋଇଯାଏ ଆଉ ତାପରେ ଘର ଭିତରେ ସବୁଦିନ ପାଇଁ ସୀମିତ ହୋଇ ରହିଯାନ୍ତି ସେମାନେ । ବିଶେଷକରି ଆମର ଅଧିକାଂଶ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରରେ ଏହା ଏକ ସାଧାରଣ କଥା । ଏଭଳି ଏକ ରୂଢିବାଦୀ ଚିନ୍ତାଧାରାକୁ …

muni
ଭିଡିଓ କାହାଣୀ ସଶକ୍ତିକରଣ

କୋୟା ଜନଜାତିଙ୍କୁ ଖୁସି ବାଣ୍ଟୁଛନ୍ତି ମୁନି ମାଡକାମୀ 

2 Mins read
June 18, 2024

ମୁନି ମାଡକାମୀ- ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୋୟା ଜନଜାତିର ଝିଅଟିଏ । ଜିଲ୍ଲାର ପଡିଆ ବ୍ଲକର କାଲଦାପଲ୍ଲୀ ଗ୍ରାମ ପଞ୍ଚାୟତର କୁର୍ତ୍ତୀ ଗ୍ରାମରେ ତାଙ୍କର ଘର। ବୟସ ମାତ୍ର ୧୮ ବର୍ଷ । କିନ୍ତୁ ତାଙ୍କ କାମ ଆଉ ସଫଳତା ସମ୍ମୁଖରେ ତାଙ୍କ ବୟସ ଆଜି କେବଳ ଏକ ସଂଖ୍ୟା । କୃଷି କ୍ଷେତ୍ରରେ ମୁନିଙ୍କର ଉପଲବ୍ଧି ଏବଂ ମାର୍ଗଦର୍ଶନ ତାଙ୍କ ଅଞ୍ଚଳର ପ୍ରାୟ ଅନେକ ଚାଷୀଙ୍କୁ କୃଷି ପ୍ରତି ପୁନଃଆକର୍ଷିତ କରିଛି । ଏକଦା ଏଇ ଚାଷୀମାନେ ରୋଜଗାର ଅନ୍ଵେଷଣରେ ଅନ୍ୟ ରାଜ୍ୟକୁ ଯିବାପାଇଁ ବାଧ୍ୟ ହେଉଥିଲେ । ନିଜ …

Seema-Mishra
ସଶକ୍ତିକରଣ

ସମନ୍ଵିତ କୃଷି ମାଧ୍ୟମରେ ଜୀବନ ଜୀବିକାର ପଥ ପ୍ରଦର୍ଶିକା 

4 Mins read
January 18, 2024

ଜଳ, ସ୍ଥଳ ଓ ଆକାଶର ତତ୍ଵକୁ ଖୁବ ଗଭୀର ଭାବରେ ନିଜର କରି ତା ଭିତରେ ଜୀବନ କାଟିବାର ସ୍ଵପ୍ନ ସେ ଦେଖିଥିଲେ ପିଲାଦିନୁ ।  ଆଉ ନିଜର ଏଇ ସ୍ଵପ୍ନ କୁ ସାକାର କରିବା ପାଇଁ ଦିଲ୍ଲୀ ଇଉନିଭର୍ସିଟି ରେ MBA ପାଠ୍ୟକ୍ରମ ପରେ କିଛି ବର୍ଷର କର୍ପୋରେଟ ଚାକିରି, ଉଚ୍ଚ ପଦବୀ ଭଲ ଦରମା ଓ ଦିଲ୍ଲୀ ସହରର ଅତ୍ୟାଧୁନିକ ଜାକ ଜମକ ସବୁକିଛିକୁ ପଛରେ ପକାଇ ଦିନେ ନିଜ ଗାଁକୁ ଫେରିଆସିଥିଲେ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ଶାସନ ରେଣ୍ଡିଓ ଗାଁର ଝିଅ ସୀମା …

"I remember how my father used to take my sister a "I remember how my father used to take my sister and me to the movie hall. So, my passion for film developed from an early age. I just want to suggest that keep your motivation the same and give 100% effort whether it's a 2-minute video or a 2-hour movie."Inspiring Talks, a new series in #inspiringodisha feeling excited to share with you all the person who gave his fullest to make this breakthrough odia movie #DAMaN, a super hit.Meet the dedicated co-director and writer of DAMaN, Vishal Mourya.Tap the link above to know about his inspiring journey.https://www.youtube.com/watch?v=BPqUk4LQzPE#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!Stay tuned... Tap the link.https://www.youtube.com/watch?v=_gUgr_dedKw#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
Tike Khusi is a way to pour happiness in the faces Tike Khusi is a way to pour happiness in the faces of people. Through the small initiative, Ranjan Kumar Patra Patra is creating a series of memory with a mere touch of surprise and happiness. And this work in return gives him immense contentment.A yoga teacher by profession and a cameraholic by passion only aim his work would able to curtail the amount of stress in the lives of people.📸#lighthousehttps://inspiringodisha.com/tike-khusi-the-gift-of-joy/
'Sarojini Vana' a small green patch in Bonai is na 'Sarojini Vana' a small green patch in Bonai is named after its caretaker. This governmental plantation project constitutes around 3200 floras. However, the success of this project is credited to Sarojini, whose love and care for the plants turned this barren land into a lush green patch. Now, this green patch became the abode for many birds and a relishing ground for the passersby.Follow the link below to know more....#sarojinivan #DFOBonai #environmentalist #odishatourism #odishaforestdepartment https://inspiringodisha.com/sarojini-vana-an-example-for-denuded-forest-lands/
A 71-year-old clerk who lives 20 km away from Bhub A 71-year-old clerk who lives 20 km away from Bhubaneswar in Sarkana Village, Balianta block is empowering the lives of more than 5,000 fish farmers every year. His #Aquaculture Field has become the training cum research school for young entrepreneurs in fish breeding, brood production and water management; that too #freeofcost. Starting from a learner to being a tutor, he opines that if done in the right process with technical assistance and patience, fish farming could be a profitable career. His top-notch contribution in the field of Aquaculture has conferred him with ‘Padma Shri’ in 2020. His selfless guidance has inspired many youths in this field, thus, transforming their socio-economic condition.#SarkanaCarpHatchery #AquacultureFieldSchool #ICAR #CIFA#lighthousehttps://inspiringodisha.com/a-clerk-who-becomes-the.../
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies