• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ ଭିଡିଓ କାହାଣୀ

ରକ୍ତ ଦାନ ପାଇଁ ଚିହ୍ନା ମୁହଁଟେ: ଧୀରେନ୍ଦ୍ର ଠାକୁର

No Comments
February 24, 2022
3 Mins read
145 Views

କଥାରେ କଥାରେ ପ୍ରାୟ ଲୋକ କହନ୍ତି, ‘ରକ୍ତଦାନ, ସତରେ ମହତ୍‌ଦାନ’। ଏଇ କଥାଟିକୁ କାର୍ଯ୍ୟକାରୀ କରାଇବାକୁ କେତେଜଣ ସାମ୍ନାକୁ ଆସନ୍ତି? ହାତଗଣତି କେତେଜଣ ବଦାନ୍ୟ ବ୍ୟକ୍ତିଙ୍କ ଚେଷ୍ଟାରେ ଏସବୁ ସମାଜ ସେବା ଚାଲିଛି। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଧୀରେନ୍ଦ୍ର ଠାକୁର।

ବଡ଼ ବଡ଼ ଡାକ୍ତରଖାନାର ଡାକ୍ତରମାନେ ମଧ୍ୟ ଧୀରେନ୍ଦ୍ରଙ୍କ ଭରସାରେ ରୋଗୀକୁ ଆଶ୍ବସନା ଦେଇଥାନ୍ତି। ବିରଳ ରକ୍ତ ଗ୍ରୁପ୍‌ର ଲୋକଙ୍କ ପାଇଁ ସେ ନିଜ ପାରୁପର୍ଯ୍ୟନ୍ତ ଚେଷ୍ଟା କରି ରକ୍ତ ଯୋଗାଡ଼ କରନ୍ତି। ନିଃସ୍ବାର୍ଥପର ଭାବେ ଦିନରାତି କାମ କରି ଅନ୍ୟ ସେବାରେ ସେ ଖୁସି ପାଉଥିବାର କହିଛନ୍ତି। ୨୦୦୯ରେ ଧୀରେନ୍ଦ୍ରଙ୍କ ଯାତ୍ରା ଆରମ୍ଭ ହେଲା। ଏହି ବାଟରେ ତାଙ୍କୁ ମାର୍ଗ ଦେଖାଇଥିଲେ ଡାକ୍ତର ଦେବାଶିଷ ମିଶ୍ର। ରେଡ୍ କ୍ରସ୍ ବ୍ଲଡ୍ ବ୍ୟାଙ୍କର ନିର୍ଦେଶକ ଭାବେ କାମ କରୁଥିବା ଡାକ୍ତର ମିଶ୍ର ବୁଝାଇଥିଲେ, ଆମ ଦେଶରେ ଓ ରାଜ୍ୟରେ ରକ୍ତଅଭାବ ଜନିତ ମୃତ୍ୟୁ ସଂଖ୍ୟା କିଭଳି ଭାବେ ବଢ଼ିଚାଲିଛି। ଲୋକେ ସଚେତନ କିନ୍ତୁ ରକ୍ତଦାନ କରିବାକୁ ସହଜରେ ମଣିନଥାନ୍ତି। ଏକବିଂଶ ଶତାବ୍ଦୀର ଶିକ୍ଷିତ ଲୋକ ଅନ୍ୟଠାରୁ ସାହାଯ୍ୟ ଆଶା କରନ୍ତି ସତ କିନ୍ତୁ ନିଜେ ସାହାଯ୍ୟ କରିବାକୁ ଭାରି କୁଣ୍ଠାବୋଧ କରନ୍ତି। ଲୋକଙ୍କ ମାନସିକତା ଜାଣି ପ୍ରଥମେ ନିଜେ ଆଗକୁ ବଢ଼ିଲେ ଧୀରେନ୍ଦ୍ର। ପ୍ରଥମଥର ଭୁବନେଶ୍ବରର କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଆନେମିଆରେ ପୀଡ଼ିତ ରୋଗୀକୁ ସେ ରକ୍ତଦାନ କଲେ। ସେଦିନର ଅନୁଭୂତି ଆଜି ପର୍ଯ୍ୟନ୍ତ ଭୁଲିନାହାନ୍ତି ଧୀରେନ୍ଦ୍ର। ଭାରି ଆତ୍ମସନ୍ତୋଷ ଲାଗିଥିଲା ତାଙ୍କୁ, ପରୋପକାର କରିବାକୁ ଅଧିକ ଉତ୍ସାହିତ ହେଲେ ସେ। ଏଥରକ ନିଜ ସାଙ୍ଗସାଥିଙ୍କୁ ମଧ୍ୟ ଧୀରେନ୍ଦ୍ର ଅନୁରୋଧ କଲେ ରକ୍ତଦାନ କରିବାକୁ।

କିଛି ମାସ ପରେ ଧୀରେନ୍ଦ୍ର ନିୟମିତ ଭାବେ ରକ୍ତଦାନ କରିବାକୁ ଲାଗିଲେ। ଥାଲାସେମିଆ, ଆନେମିଆ, କର୍କଟରୋଗୀ, ଦୁର୍ଘଟଣାରେ ଆହତ ଲୋକ ସମସ୍ତଙ୍କୁ ସାହାଯ୍ୟ କରିବାକୁ ସେ ଆଗେଇଲେ। ଏସବୁ ଭିତରେ ନିଜ ଚିହ୍ନାପରିଚିତଙ୍କ ରକ୍ତଗ୍ରୁପ୍ ବିଷୟରେ ବିବରଣୀ ରଖିଲେ। କୌଣସି ସମୟରେ ଏମାନଙ୍କର ଯେ ଆବଶ୍ୟକତା ନ ପଡ଼ିବ, କିଏ କହିବ। କେତେଜଣ ରକ୍ତଦାତାଙ୍କ ସହ ଯୋଗାଯୋଗ କରି ଧୀରେନ୍ଦ୍ର ‘ଲାଇଫ୍ ଚାରିଟେବଲ୍ ଟ୍ରଷ୍ଟ’ ପ୍ରତିଷ୍ଠା କଲେ। ଏହି କାମରେ ତାଙ୍କୁ ବନ୍ଧୁ ଅଙ୍କିତ ଜୈନ୍, ଅନୁପମା ଦିଗଲ, ରୋଶନ୍ କୁମାର ଶାହ ସାହାଯ୍ୟ କଲେ। କଟକ-ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ କ୍ୟାମ୍ପ୍ କରି ରକ୍ତଦାନ ଅଭିଯାନ ଚଳାଇଲେ। ସାଧାରଣ ଲୋକଙ୍କୁ ରକ୍ତଦାନ କରିବା ପାଇଁ ବୁଝାଇବା ଆଦୌ ସହଜ ନଥିଲା। କିନ୍ତୁ ଧୀରେନ୍ଦ୍ର ଓ ତାଙ୍କ ସହଯୋଗୀମାନେ ଲୋକଙ୍କୁ ରକ୍ତଦାନର ମହତ୍ତ୍ବ ବୁଝାଇ ସଫଳ ହେଉଥିଲେ। ବର୍ତ୍ତମାନ ସମୟରେ ଏହି ଟ୍ରଷ୍ଟରେ ୧୫ଜଣ ସକ୍ରିୟ ରକ୍ତଦାତା ଅଛନ୍ତି ଓ ଦିନରାତି ୨୪ ଘଣ୍ଟା ଏମାନେ କାମ କରୁଛନ୍ତି। ସୋସିଆଲ୍ ସାଇଟ୍, ହ୍ବାଟସ୍‌ ଆପ୍ ଜରିଆରେ ଏମାନେ ଖବର ସଂଗ୍ରହ କରିବା ସହ ବିରଳ ରକ୍ତଗ୍ରୁପ୍‌ଧାରୀଙ୍କ ପାଇଁ ମଧ୍ୟ ସଙ୍ଗେସଙ୍ଗେ ବନ୍ଦୋବସ୍ତ କରନ୍ତି। ଗଲା ୧୩ ବର୍ଷ ମଧ୍ୟରେ ଧୀରେନ୍ଦ୍ର ଓ ତାଙ୍କ ସହଯୋଗୀଙ୍କ ଚେଷ୍ଟାରେ ୧୫ହଜାର ରକ୍ତଦାତା ସେମାନଙ୍କ ଟ୍ରଷ୍ଟ ଜରିଆରେ ଯୋଗାଯୋଗ ହୋଇପାରିଛନ୍ତି। କେତେଜଣ ସରକାରୀ ପଦସ୍ଥ ଅଫିସର୍ ମଧ୍ୟ ଏହି ମହତ୍ କାମରେ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି।

ସମାଜର ଧର୍ମ କାମରେ ବ୍ରତୀ ଏଇ ମଣିଷଟି ନିଜ ଜୀବନକୁ ଉତ୍ସର୍ଗ କରିଦେଇଛି। ବିଭିନ୍ନ ବଡ଼ କମ୍ପାନୀରୁ ଡାକରା ପାଇବା ସତ୍ତ୍ବେ ଧୀରେନ୍ଦ୍ର ବରଂ ସମାଜ ସେବାରେ ଆନନ୍ଦ ପାଉଥିବାର କହିଛନ୍ତି। ସେ ଓ ତାଙ୍କ ଟିମ୍ ସଦସ୍ୟ ପୂର୍ଣ୍ଣାଙ୍ଗ ଭାବେ ଏହି କାମକୁ କରୁଛନ୍ତି। ରୋଗୀର ନାମ, ରୋଗ, ଠିକଣା, ଏସବୁ ସହ ରକ୍ତଦାତାଙ୍କ ପୂରା ତଥ୍ୟକୁ ତାଙ୍କ ଟିମ୍ ରଖେ। ଅଭାବନୀୟ ପରିସ୍ଥିତିରେ ରୋଗୀ ପାଇଁ ନେବା-ଆଣିବା ସହ ଡାକ୍ତରଖାନା ଶଯ୍ୟା ମଧ୍ୟ ବ୍ୟବସ୍ଥା କରାଯାଏ।

ଧୀରେନ୍ଦ୍ର ତାଙ୍କ ଅଙ୍ଗେନିଭାଇଥିବା ଘଟଣାଟି କହିଛନ୍ତି, ‘ଜଣେ ହୃଦ୍‌ରୋଗୀଙ୍କ ହଠାତ୍ ହୃଦଘାତ ପାଇଁ ବି-ନେଗେଟିଭ୍ ରକ୍ତ ସଙ୍ଗେସଙ୍ଗେ ଦରକାର ହେଲା। ସେ ଆଉ ଡେରି ନ କରି ଅଙ୍କିତଙ୍କୁ ଫୋନ୍ କଲେ। ବିଳମ୍ବିତ ରାତି ହୋଇଥିବାରୁ ସଙ୍ଗେସଙ୍ଗେ ଗାଡ଼ି ମିଳୁନଥାଏ। ଶେଷରେ ଜଣେ ସରକାରୀ ଅଫିସର୍‌ଙ୍କ ସହାୟତା ନେଇ ଅଙ୍କିତ ଡାକ୍ତରଖାନାରେ ପହଞ୍ଚି ରକ୍ତଦାନ କଲେ। ତାଙ୍କ ମହତ୍‌ ଉଦେଶ୍ୟର ଫଳସ୍ବରୂପ ହୃଦ୍‌ରୋଗୀଙ୍କ ଜୀବନ ରକ୍ଷା ହେଲା।

କରୋନାର କରାଳ ରୂପ ଯେଉଁ ସମୟରେ ଆରମ୍ଭ ହେଲା, ସେତେବେଳେ ବ୍ଲଡ୍ ବ୍ୟାଙ୍କ୍‌ର ଅବସ୍ଥା ନ କହିବା ଭଲ। ଧୀରେନ୍ଦ୍ର ନିଜ କଥା ନ ଭାବି ସେଇ ସମୟରେ ମଧ୍ୟ ସାହାଯ୍ୟ ପାଇଁ ଆଗେଇଆସିଥିଲେ। ରକ୍ତଦାନର ମହତ୍ ଉଦ୍ଦେଶ୍ୟ ସେ ବୁଝିଛନ୍ତି କିନ୍ତୁ ସାଧାରଣଲୋକଙ୍କୁ ସେ ବୁଝାଉଛନ୍ତି ଯାହା ବାଧ୍ୟ କରିପାରୁନାହାନ୍ତି।

ରକ୍ତଦାନ ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ହୋଇଥିବା ଧୀରେନ୍ଦ୍ର ଓଡ଼ିଶାର ଅଧିକାଂଶ ଡାକ୍ତରଖାନାରେ ଚିହ୍ନା ମୁହଁଟେ। ଈଶ୍ବରଙ୍କ ଇଚ୍ଛାରେ ସେ ଏହି କାମ କରୁଥିବାର କହିଛନ୍ତି। ଉଦାର ମନର ଏଇ ବ୍ୟକ୍ତିତ୍ବଟି ବୁଲା ଗାଈ, କୁକୁରଙ୍କୁ ମଧ୍ୟ ଆଉଁଶି ଦେଇ ଖାଇବାକୁ ଦିଏ। ସ୍ବାର୍ଟ ଯୁଗରେ ଖୁବ୍ ଶୀଘ୍ର ପରିବର୍ତ୍ତନ ହେବ ବୋଲି ସେ ଆଶା କରୁଛନ୍ତି। ଆଉ କିଛି ବର୍ଷରେ ଏଟିଏମ୍ ସେବା ଭଳି ରକ୍ତଦାନ ସେବା ଉପଲବ୍ଧ ହେବ ବୋଲି ଭାବୁଛନ୍ତି ଧୀରେନ୍ଦ୍ର। କୌଣସି ସ୍ବାର୍ଥ କିମ୍ବା ପ୍ରଚାର ଉଦ୍ଦେଶ୍ୟରେ ନୁହେଁ, ବରଂ କାହାର ଜୀବନରକ୍ଷା କରିବାକୁ ଧୀରେନ୍ଦ୍ର ଏହି ରକ୍ତଦାନ କାମରେ ମଙ୍ଗ ଧରିଛନ୍ତି।

ଲାଇଫ୍‌ଲାଇନ୍ ଚାରିଟେବଲ ଟ୍ରଷ୍ଟ ସହ ଯୋଗାଯୋଗ କରିବାକୁ ୯୬୯୨୩୦୦୦୦୦୯ରେ ଡାଏଲ୍ କରନ୍ତୁ।

ଧୀରେନ୍ଦ୍ର ଠାକୁର ରକ୍ତଦାନ ସମାଜ ସେବା
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଫଟୋ ମାଧ୍ୟମରେ “ଟିକିଏ ଖୁସି” ବାଟୁଂଛନ୍ତି ରଞ୍ଜନ

Next Post

ଚାଷୀଙ୍କୁ ମତ୍ସ୍ୟଚାଷର ଜ୍ଞାନ ବାଟୁଂଛନ୍ତି ଅବସରପ୍ରାପ୍ତ କିରାଣୀ ବଟକୃଷ୍ଣ

You might also like
rksahoo
ଭିଡିଓ କାହାଣୀ

ପଶୁ ପକ୍ଷୀଙ୍କ ପ୍ରେମ ରେ ନିଆରା ମଣିଷ ରାଜନ ଦାସ

1 Min read
May 21, 2023

ନିଜ କାମରୁ ଫୁରୁସତ ପାଇବା ମାତ୍ରେ ବାଣୀବିହାର ପରିସର ସମେତ ଭୁବନେଶ୍ୱର ସାରା ବୁଲି ବୁଲି ବେସାହାରା ଷଣ୍ଢ ,ଗାଈ, ବୁଲା କୁକୁର , ପାରା ଆଦି ବିଭିନ୍ନ ପଶୁପକ୍ଷୀମାନଙ୍କୁ ନିଜ ହାତରେ ଖାଦ୍ୟ ରାନ୍ଧି ଖୁଆଇବା ରାଜନ ଦାସଙ୍କର ନୀତିଦିନିଆ କାମ

soundarya-blind-chess-player
ଅସାଧାରଣ

ଦୃଷ୍ଟିଶକ୍ତି ଠୁ ଶକ୍ତିଶାଳୀ ସୌନ୍ଦର୍ଯ୍ଯଙ୍କ ଇଛାଶକ୍ତି

3 Mins read
October 29, 2022

ଜୀବନର ସବୁ ବାଧା ବିଘ୍ନକୁ ଦୂର କରିବାରେ ଦୃଷ୍ଟିଶକ୍ତି ଠୁ ଶକ୍ତିଶାଳୀ ସୌନ୍ଦର୍ଯ୍ଯଙ୍କ ଇଛାଶକ୍ତି ସାହସିକତା, ଜୀବନ ପ୍ରତି ତାଙ୍କର ଆଶାବାଦୀ ଦୃଷ୍ଟିକୋଣ ଏବଂ ଅବିଶ୍ୱସନୀୟ କାର୍ଯ୍ୟ ତାଙ୍କୁ ଆଜି ଭାରତର ତିନି ଶ୍ରେଷ୍ଠ ଦୃଷ୍ଟିହୀନ ଚେସ ଖେଳାଳିଙ୍କ ମଧ୍ୟରେ ସ୍ଥାନିତ କରିପାରିଛି

milkman
ଭିଡିଓ କାହାଣୀ ସଶକ୍ତିକରଣ

କ୍ୟାରିୟର ପାଇଁ ମେଟ୍ରୋରୁ ଗାଁ ଯାତ୍ରା

2 Mins read
December 31, 2021

ଘନଶ୍ୟାମଙ୍କ ନାମଟି ହିଁ ପରିଚିତ କରାଇଦେଉଛି ଯେ ସେ ପଶ୍ଚିମ ଓଡ଼ିଶା ବାସିନ୍ଦା। ଏମବିଏ ପଢ଼ିବା ପରେ ଦିଲ୍ଲୀ ଏକ ଏମ୍‌ଏନ୍‌ସିରେ ବେଶ୍ ଭଲ ଦରମାରେ ନିଯୁକ୍ତି ପାଇଗଲେ। ସବୁକିଛି ହାତ ପାଆନ୍ତାରେ ଥିଲା ତାଙ୍କର, କେବଳ ଯାହା ମନରେ ଆତ୍ମସନ୍ତୋଷ ନଥିଲା। କିଛିଦିନ ଭାବି ନିଜ ଗାଁରେ ଡାଏରୀ ଫାର୍ମ କରିବାକୁ ଯୋଜନା କଲେ

As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.
Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.
This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!
Stay tuned... Tap the link.

https://www.youtube.com/watch?v=_gUgr_dedKw

#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
"The Bloodman of Odisha" Dhirendra Thakur of Bhuba "The Bloodman of Odisha"
Dhirendra Thakur of Bhubaneswar is saving people's lives irrespective of time and place. He not only donates blood but avails all kinds of possible help to the needy 24x7. His selfless effort is really an inspiration for all of us.😇

#DOANTEBLOODSAVELIFE 
https://inspiringodisha.com/blood-man-of-odisha/
Our society needs people like Benudhar Swain who a Our society needs people like Benudhar Swain who are conscious of the forest and its relevance. The 86-years-old farmer is planting trees and promoting afforestation in his native place at Betanati block, Mayurbhanj. His life lies in trees and rears them just like his own children.
.
.
If every one of us shares the same feeling as Benudhar, the mother earth can be saved from being BARREN...
#SAVETREESSAVELIFE #GREEENINITIATIVE #GREENEARTH

https://inspiringodisha.com/the-trees-are-giving-me-life/
Change is coming! People are getting aware of the Change is coming! People are getting aware of the negative impact of deforestation and the importance of mangroves in the coastal region.
A small group of people from the Kendrapada district of Odisha have donated their registered land willingly to the forest department for the mangrove plantation.
Be it Dilip, Satyabrat or any other, the names on the list are going up day by day. So, to acknowledge their unique work to save the Hental range the Bhitarkanika forest officials call such people ‘Mangrove Mitra’.
 CMO Odisha Bikram Keshari Arukha PMO India
#Mankibaatpmmodi #SaveHentalMangroves #Odishaforestdepartment
#Bhitarkanikawildlifesanctury #DFOBhitarkanika
https://inspiringodisha.com/friends-of-mangrove-offer.../
A 71-year-old clerk who lives 20 km away from Bhub A 71-year-old clerk who lives 20 km away from Bhubaneswar in Sarkana Village, Balianta block is empowering the lives of more than 5,000 fish farmers every year. 
His #Aquaculture Field has become the training cum research school for young entrepreneurs in fish breeding, brood production and water management; that too #freeofcost. Starting from a learner to being a tutor, he opines that if done in the right process with technical assistance and patience, fish farming could be a profitable career. His top-notch contribution in the field of Aquaculture has conferred him with ‘Padma Shri’ in 2020. His selfless guidance has inspired many youths in this field, thus, transforming their socio-economic condition.
#SarkanaCarpHatchery #AquacultureFieldSchool #ICAR #CIFA
#lighthouse
https://inspiringodisha.com/a-clerk-who-becomes-the.../
Ever heard of Hair donation? Harapriya Nayak, a s Ever heard of Hair donation? 
Harapriya Nayak, a social activist in the Jatni block of Khordha district, donates her hair to poor cancer patients. In the form of wigs, she gifts them to women cancer fighters who lost their hair and confidence as well during treatment. 
She hopes for a day when just like blood donation, people would come forward for hair donation too.
so, what motivated her to stand for cancer patients?
#Missionsmileoncancerpatient #SOPVA #harapriyanayak #PMNarendraModi #fightagainstcancer #ManKiBaat #liveforachange

https://inspiringodisha.com/gift-of-wigs-to-cancer-fighters/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies