• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ

ଆଜାଦବାଣୀ – କଏଦୀମାନଙ୍କର ସ୍ୱର

No Comments
October 25, 2023
4 Mins read
256 Views
Dance-by-Inmates

ଆମେ ସମସ୍ତେ ଏ କଥା ଜାଣିଛୁ ଯେ ସ୍ୱାସ୍ଥ୍ୟ ହି ସମ୍ପଦ । କିନ୍ତୁ କଣ ଆମେ ଜାଣିଛୁ ସୁସ୍ଥତାର ପରିମାପ କଣ? ବା ପ୍ରକୃତରେ ସୁସ୍ଥତା କାହାକୁ ବୁଝାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ରୋଗରୁ ମୁକ୍ତ ରହିବା କେବଳ ସୁସ୍ଥତା ନୁହେଁ । ସୁସ୍ଥତାର ପ୍ରକୃତ ପରିଭାଷା ହେଲା ଶାରିରୀକ, ମାନସିକ ସହ ସାମାଜିକ ସୁସ୍ଥତା । ଜଣେ ବ୍ୟକ୍ତି ପାଇଁ ମାନସିକ ସୁସ୍ଥତା ବି ସେତିକ ଜରୁରୀ ଯେତିକି ଶାରୀରିକ ସୁସ୍ଥତା । ଆଜିର ଏ ଧାଁ ଦଉଡ଼ ଜୀବନରେ ଆମେ ସେତେବେଳେ ଟିକେ ବରତି ପାଇଁ ମନବଳାଉ ଯେବେ ଆମ ସ୍ୱାସ୍ଥ୍ୟ ପ୍ରଭାବିତ ହୁଏ ଆଉ ତାକୁ ଠିକ୍ କରିବାକୁ ଚେଷ୍ଟା କରୁ କିନ୍ତୁ ଆମେ ଆମର ମାନସିକ ସୁସ୍ଥତାକୁ ସବୁବେଳେ ଅବହେଳା କରିଥାଉ ।

ଅମୁଲ୍ୟ ଜୀବନ ଫାଉଣ୍ଡେସନ୍ ଭୁବନେଶ୍ୱର ଏମିତି ଏକ ଏନ୍‌ଜିଓ ଯେଉଁମାନେ ଲୋକଙ୍କର ଉଭୟ ଶାରିରୀକ ଓ ମାନସିକ ସୁସ୍ଥତା ପାଇଁ କାମ କରନ୍ତି । ଏହି ସଂସ୍ଥାର ଜୀବନ ଆନନ୍ଦ ପ୍ରୋଗ୍ରାମର ଉଦ୍ଦେଶ୍ୟ ଲୋକଙ୍କ ଭାବପ୍ରବଣତା ଓ ମାନସିକ ସୁସ୍ଥତା ଉପରେ କାମ କରିବା ।

ଜୀବନ ଆନନ୍ଦ କାର୍ଯ୍ୟକ୍ରମର ମୁଖ୍ୟଲକ୍ଷ୍ୟ ଥିଲା ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ କାମକରିବା କିନ୍ତୁ କେଉଁଠୁ ଆରମ୍ଭ କରିବୁ ଆମେ ବୁଝିପାରୁନଥିଲୁ । ଏଇ ସମୟରେ ଓଡ଼ିଶାର କଏଦୀ ଓ ସଂଶୋଧନ ସେବା ବିଭାଗର ଡ଼ିଜି ଡ଼ଃ ମନୋଜ କୁମାର ଛାବ୍ରା ୨୦୨୨ ଅଗଷ୍ଟରେ ଆମ ଟିମକୁ ଡ଼ାକିଲେ ଭବନେଶ୍ୱର ଝାରପଡ଼ାର ସ୍ୱତନ୍ତ୍ର କାରାଗରକୁ । ଆମର ଗସ୍ତ ସମୟରେ ଆମେ ଜାଣିବାକୁ ପାଇଲୁ ଯେ ଝାରପଡ଼ା ଜେଲରେ ଥିବା ଅଧିକାଂଶ କଏଦୀ ବିଚାର ଅଧୀନରେ ରହିଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀମାନଙ୍କୁତ ପାରିଶ୍ରମିକ ସହ ଭିନ୍ନ ଭିନ୍ନ କାମରେ ନିୟୋଜିତ କରାଯାଇଛି କିନ୍ତୁ ବିଚାରଧୀନ ଥିବା କଏଦୀ ମାନଙ୍କୁ କୌଣସୀ କାମରେ ନିୟୋଜିତ କରିବାର ବ୍ୟବସ୍ଥା ନାହିଁ । ସମୟ ଅତିବାହିତ କରିବା ସେମାନଙ୍କ ପାଇଁ କଷ୍ଟକର ହେଉଥିଲା । ତେଣୁ ଆମେ ସେମାନଙ୍କୁ ଏକାଠି କଲୁ ଓ ତାଙ୍କ ସମୟକୁ ମଜାଦାର କରିବାପାଇଁ ମନସ୍ଥ କଲୁ । ଫଳରେ ସେମାନେ ତାଙ୍କ ମନରେ ଆସୁଥିବା ବିଭିନ୍ନପ୍ରକାର ନକରାତ୍ମତ ଭାବନାରୁ ବାହାରିପାରିବେ ।

ଶ୍ୱେତା କାନୁନ୍‌ଗୋ -ପ୍ରୋଗ୍ରାମ ହେଡ଼୍, ଅମୁଲ୍ୟ ଜୀବନ ଫାଉଣ୍ଡେସନ୍‌

ଭୁବନେଶ୍ୱର ଝାରପଡ଼ା ଜେଲସହ କିଛି ଆଲୋଚନା ଓ ବିଚାରବିମର୍ଶ ପରେ ଅମୁଲ୍ୟ ଜୀବନ ଫାଉଣ୍ଡେସନ୍ ଏକ ନିଆରା ଚିନ୍ତାଧାରା “ମୁକ୍ତ ବିହଙ୍ଗମ” କାର୍ଯ୍ୟକମର ଆରମ୍ଭ କଲେ । “ମୁକ୍ତ ବିହଙ୍ଗମ” କଏଦୀମାନଙ୍କ ପାଇଁ ଏକ ମନୋରଞ୍ଜନ କେନ୍ଦ୍ରର କାମ କରିବ, ଯେଉଁଠାରେ ଲାଇବ୍ରେରୀ ସହ ଦକ୍ଷତା ବିକାଶ, କମ୍ୟୁନିଟି ରେଡ଼ିଓ ଷ୍ଟେସନ ଏବଂ ମନୋରଞ୍ଜନ କେନ୍ଦ୍ର ରହିଛି । ଏହା ସେପ୍ଟେମ୍ବର ୨୦୨୨ରେ ଏକ ପ୍ରାରମ୍ଭିକ ପ୍ରକଳ୍ପ ରୁପେ ଆରମ୍ଭ କରିଥିଲେ ।

କଏଦୀ ମାନଙ୍କର ମନୋରଞ୍ଜନ ସାଙ୍ଗକୁ ତାଙ୍କ ବ୍ୟବହାରରେ ସୁଧାର ଆଣିବା “ମୁକ୍ତ ବିହଙ୍ଗମ”କାର୍ଯ୍ୟକ୍ରମର ମୁଖ୍ୟଲକ୍ଷ୍ୟ । ଏଥିରେ କଏଦୀମାନଙ୍କୁ ତାଙ୍କ ଭାବନାକୁ ବ୍ୟକ୍ତ କରିବାର ଏକ ସୁଯୋଗ ମିଳିବା ସହ ସେମାନେ ସେମାନଙ୍କ ପ୍ରତିଭାକୁ ବିକଶିତ କରିପାରିବେ । ଏହା ତାଙ୍କ ମାନସିକ ସ୍ଥିତିରେ ସୁଧାର ଆଣିବା ସହ ସେମାନଙ୍କୁ ଭଲ ମଣିଷ ହୋଇ ସମାଜର ମୁଖ୍ୟ ସ୍ରୋତରେ ମିଶିବା ପାଇଁ ସୁଯୋଗ ଆଣିଦେବ।

କହିଛନ୍ତି ଓଡ଼ିଶା କଏଦୀ ଓ ସଂଶୋଧନ ସେବା ବିଭାଗର ଡ଼ିଜି – ଡ଼ଃ ମନୋଜ କୁମାର ଛାବ୍ରା

“ମୁକ୍ତ ବିହଙ୍ଗମ”କାର୍ଯ୍ୟକମରେ କମ୍ୟୁନିଟି ରେଡ଼ିଓ ଷ୍ଟେସନର ଆରମ୍ଭ କରାଯାଇଛି ଯାହାର ନାମ ହେଉଛି – “ଆଜାଦ ବାଣୀ”ା ଏହାର ସ୍ଥାପନାର ମୁଖ୍ୟଲକ୍ଷ୍ୟ ହେଲା କଏଦୀମାନଙ୍କ ମଧ୍ୟରେ ସକାରାତ୍ମକ ମନୋଭାବକୁ ପ୍ରୋତ୍ସାହିତ କରିବା, ସୃଜନଶୀଳତା ବିକାଶ, ମାନସିକ ସ୍ଥିତିରେ ସୁଧାର ଆଣିବା ସହ ଦକ୍ଷତା ବିକାଶ କରିବା । ଏମାନଙ୍କୁ ରେଡ଼ିଓ ବିଷୟରେ ପ୍ରଶିକ୍ଷଣ ଦେଉଛନ୍ତି ରେଡ଼ିଓ ଚକୋଲେଟ୍ ୧୦୪ ଏଫ୍‌.ଏମ.ର ପ୍ରଷିଦ୍ଧ ଆର୍‌ଜେ କୋମଲ ଜ୍ୟୋତି । ଏଥିରେ ପ୍ରଥମ ୨୦ ଜଣ ବିଶିଷ୍ଟ ବ୍ୟାଚ୍‌କୁ ପ୍ରତି ସୋମବାରରୁ ଶନିବାର ଯାଏଁ ୧ ଘଣ୍ଟାର ପ୍ରଶିକ୍ଷଣ ୨୦୨୨ ନଭେମ୍ବର ମାସରୁ ଅଗଷ୍ଟ ୨୦୨୩ ଯାଏଁ ଦିଆଯାଇଛି । ଆମେ ଏଇ କମ୍ୟୁନିଟି ରେଡ଼ିଓର ଆରମ୍ଭ କିଛି ଅତ୍ୟାବଶ୍ୟକୀୟ ଉପକରଣ ଓ ୬୦୦୦ ଗୀତରୁ ଆରମ୍ଭ କରିଥିଲୁ, କିନ୍ତୁ ଆମ ପାଖରେ ବଡ଼ ଚ୍ୟାଲେଞ୍ଜ ଥିଲା ସେମାନଙ୍କୁ ଏକଜୁଟ୍ କରି ଏଥିରେ ସାମିଲ କରାଇବା । କିନ୍ତୁ ଆମକୁ ଜେଲ ଅନ୍ତେବାସୀ ମାନଙ୍କଠାରୁ ଭଲ ସହଯୋଗ ମିଳିଲା ଏବଂ ଆମେ ପ୍ରଥମ ୨୦ ଜଣ ବିଶିଷ୍ଟ ବ୍ୟାଚ୍‌ର ପ୍ରଶୀକ୍ଷଣ ଆରମ୍ଭ କରିଥିଲୁ, ଫଳରେ ସେମାନଙ୍କ ମାନସିକ ସ୍ଥିତିରେ ସୁଧାର ଆସିବା ସହ ତାଙ୍କର ଅନ୍ର୍ତ୍ରନିହିତ ପ୍ରତିଭାର ପରିସ୍ଫୁଟନ ହୋଇଥିଲା । ସେମାନେ ତାଙ୍କ ଆଡ଼ୁ ନୂଆ ଓ କ୍ରିଏଟିଭ୍ ଚିନ୍ତାଧାରା ଆମ ସହ ଆଲୋଚନା କରିବା ସହ ନିଜେ ନିଜେ ରେଡ଼ିଓ କାର୍ଯକ୍ରମକୁ ପରିଚାଳନା କରିବାକୁ ଲାଗିଲେ । ଆଜି ଏଇ ୨୦ ଜଣ ଆର୍‌ଜେ ପ୍ରଶିକ୍ଷିତ ହୋଇ ଏହାକୁ କ୍ୟାରିୟର ଭାବେ ଆଗକୁ ନେବାପାଇଁ ଦୃଢ଼ ପରିକର । ସେମିତି ଏବେ ନୂଆ ୧୫ ଜଣ ମଧ୍ୟ ଆରଜେ ପ୍ରଶିକ୍ଷଣ ନେବାପାଇଁ ପ୍ରସ୍ତୁତ । ଆମେ ଆଶାବାଦୀ ଯେ ଏମାନେ ଜେଲରୁ ମୁକୁଳିଲା ପରେ ରେଡ଼ିଓରେ ଆରଜେ ଭାବେ ନିଜ କ୍ୟାରିୟର ଗଢ଼ିବା ସହ ଆତ୍ମନିର୍ଭର ହୋଇପାରିବେ, କହିଛନ୍ତି ଶ୍ୱେତା କାନୁନ୍‌ଗୋ ।

“ଆଜାଦ ବାଣୀ” ମାଧ୍ୟମରେ ସେମାନଙ୍କୁ ରେଡ଼ିଓର ଭିନ୍ନ ଭିନ୍ନ ବିଭାଗ ଯେମିତି ପ୍ରସାରଣ, ଉଚ୍ଚାରଣ, ଜିଙ୍ଗଲ ବନେଇବା, ବିଭିନ୍ନ କାର୍ଯ୍ୟକ୍ରମ ବନେଇବା, ରେଡ଼ିଓର ଉପକରଣ ଚଲେଇବା ଆଦି ବିଷୟରେ ଦିଆଯାଉଛି ପ୍ରଶିକ୍ଷଣ । ଫଳରେ ଏବେ ଏମାନେ ହିଁ ରେଡ଼ିଓ ଷ୍ଟେସନର ସବୁ କାମ ସମ୍ଭାଳିବା ସହ ରେଡ଼ିଓ ମାଧ୍ୟମରେ ଜେଲର କଏଦୀଙ୍କର କରୁଛନ୍ତି ମନୋରଞ୍ଜନ । “ଆଜାଦ ବାଣୀ”ପ୍ରତିଦିନ ସକାଳ ୭ ରୁ ଆରମ୍ଭ ହୋଇ ସଂଧ୍ୟା ୭ ଯାଏ ଚାଲେ ଏଥିରେ ବିଭିନ୍ନ ସୂଚନାଠୁ ନେଇ, ଖବର ପ୍ରସାରଣ, ସାକ୍ଷାତକାର, କବିତା ଓ ସଂଗୀତ ଆଦି ପରିବେଷଣ କରାଯାଏ ।

ଜେଲର ନାଁ ଶୁଣିଲେ ଭୟ ଲାଗେ, ମୁଁ ଯେତେବେଳେ ପ୍ରଥମେ ଜେଲର ଗେଟ୍ ବାହାରେ ପହଁଞ୍ଚିଥିଲି ମୋ ମନରେ ଆତଙ୍କ ଖେଳିଯାଇଥିଲା । ୟା ଭିତରର ମାହୋଲ କେମିତି ଥିବ ୟା ବିଷୟରେ ମୋର କୌଣସି ବି ଧାରଣା ନଥିଲା କିନ୍ତୁ ଏବେ ଜେଲରେ ଏବେ ମୁଁ ଏତେ କଥା ଶିଖିଲିଣି ଯାହା ମୋତେ ବେଶ୍ ଆତ୍ମବିଶ୍ୱାସ ଦେଇଛି । ବିଶେଷକରି ଅମୁଲ୍ୟ ଜୀବନ ଫାଉଣ୍ଡେସନ୍ ମୋ ଭଳି କଏଦୀମାନଙ୍କ ପାଇଁ ଆଶାର କିରଣ ଭଳି, ଯାହା ଫଳରେ ଆମ ଭିତରେ ପ୍ରତିଭା ବିକଶିତ ହେବାରେ ଲାଗିଛି । ଏବେ ମୋତେ ଜେଲରୁ ଯିବାକୁ ଇଚ୍ଛାବି ହେଉନାହିଁ, ଜେଲର ସମସ୍ତ କର୍ତ୍ତୁପକ୍ଷ, ଅମୁଲ୍ୟ ଜୀବନ ଫାଉଣ୍ଡେସନ ଓ ଆରଜେ କୋମଲଙ୍କୁ ବିଶେଷ ଧନ୍ୟବାଦ ଆମକୁ ଏତେସବୁ ଶିଖେଇଥିବାରୁ ।

କହିଛନ୍ତି କଏଦୀରୁ ଆରଜେ ହେଇଥିବା – ଛୋଟା ପ୍ୟାକେଟ୍ ବଡ଼ା ଧମାକା

ଅମୂଲ୍ୟ ଜୀବନ ଫାଉଣ୍ଡେସନ୍ ଏବେ ମହିଳା କଏଦୀମାନଙ୍କୁ ମଧ୍ୟ ଆରଜେ ଟ୍ରେନିଂ ଦେବାର ଯୋଜନା କରୁଛନ୍ତି । ଜୀବନ ଆନନ୍ଦ କାର୍ଯ୍ୟକ୍ରମର ସଫଳତାକୁ ଦେଖି ଓଡ଼ିଶା କଏଦୀ ଓ ସଂଶୋଧନ ସେବା ବିଭାଗ ଏହି କାର୍ଯ୍ୟକମକୁ ଓଡ଼ିଶାର ଅନ୍ୟ ୮ ଗୋଟି ଜିଲ୍ଲାର ଜେଲରେ ଏହାକୁ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

“ଆଜାଦ ବାଣୀ” ଏକ କ୍ରିଏଟିଭ ଓ ସକରାତ୍ମକ କାର୍ଯ୍ୟକ୍ରମ ଯେଉଁଠି କଏଦୀମାନେ ନିଜର ଅନ୍ର୍ତ୍ରନିହିତ ପ୍ରତିଭାକୁ ବିକଶିତ କରିବା ପାଇଁ ସୁଯୋଗ ପାଉଛନ୍ତି । ଏଠି ଯେ କେବଳ ୨୦ଜଣ କଏଦୀଙ୍କୁ ମନୋରଞ୍ଜନ ଦେଉଛି ତା ନୁହେଁ ବରଂ ଜେଲରେ କାର୍ଯ୍ୟକ୍ରମକୁ ଶୁଣୁଥିବା ୧୦୦୦ରୁ ଅଧିକ କଏଦୀଙ୍କୁ ପ୍ରତିଦିନ ମନୋରଞ୍ଜନର ଖୋରାକ ସହ କରୁଛି ସଚେତନ । ଏଇଭଳି କାର୍ଯ୍ୟକ୍ରମ କଏଦୀମାନଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବା ସହ ସେମାନଙ୍କୁ ଭବିଷ୍ୟତରେ କରାଇପାରିବ ଆତ୍ମନିର୍ଭର । ଜେଲର ପରିବେଶ ଏହାଦ୍ୱାରା ସକାରାତ୍ମକ ରହିବ । ଆମେ ଏମିତି କାର୍ଯ୍ୟକ୍ରମ ଓଡ଼ିଶାର ସମସ୍ତ ଜେଲରେ କରିବାକୁ ପରାମର୍ଶ ଦେଉଛୁ ।

କହିଛନ୍ତି ଅମୂଲ୍ୟ ଜୀବନ ଫାଉଣ୍ଡେସନର ପ୍ରତିଷ୍ଠାତା – ଅଭିନାସ ଖେମକା ।

ଏଇ ସମାଜରେ କିଏବା କାହିଁକି କଏଦୀମାନଙ୍କ କଥା ଭାବିବ କହିଲେ, କିନ୍ତୁ ଅମୂଲ୍ୟ ଜୀବନ ଫାଉଣ୍ଡେସନ ଆଗେଇ ଆସିଛନ୍ତି, କଏଦୀଙ୍କ ଜେଲ ସମୟକୁ ମଜାଦାର କରିବା ସହ ଲାଗିପଡ଼ିଛନ୍ତି ସେମାନଙ୍କ ପ୍ରତିଭା ବିକାଶରେ । ଏହା ସମାଜରେ ଏକ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟିକରୁଛି । ଆମ ଟିମ୍ ତରଫରୁ ଅମୂଲ୍ୟ ଜୀବନ ଫାଉଣ୍ଡେସନ ଓ ଏହାର ନିଆରା କାର୍ଯ୍ୟକ୍ରମ “ଆଜାଦ ବାଣୀ” ପାଇଁ ଅନ୍ତରରୁ ସାଧୁବାଦ ।

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

କର୍କଟ ଆକ୍ରାନ୍ତଙ୍କୁ ସାହାସ ବାଣ୍ଟୁଛନ୍ତି “ଦି ଫାଇଟର୍ସ ଗ୍ରୁପ୍ ଟ୍ରଷ୍ଟ”

Next Post

ପ୍ୟାଡ଼୍‌ଗାର୍ଲ ପାୟଲ

You might also like
ramjit-sanali-digitization
ଅସାଧାରଣ

ସାନ୍ତାଳି ଭାଷାର ଡିଜିଟାଇଜେସନରେ ସମର୍ପିତ ରାମଜିତ

3 Mins read
October 22, 2024

ଭାଷା କେବଳ ଏକ ଯୋଗାଯୋଗର ମାଧ୍ୟମ ନୁହେଁ; ଏହା ସଂସ୍କୃତି, ଆବେଗ, ଏବଂ ସାମୁଦାୟିକ ଇତିହାସର ମଧ୍ୟ ବାହକ। କିନ୍ତୁ କାଳଗର୍ଭରେ ଅନେକ ପୁରାତନ ଜନଜାତିଙ୍କ ଭାଷା ଧୀରେ ଧୀରେ ବିଲୁପ୍ତ ହେବାକୁ ଲାଗିଛି, ସେଥିପାଇଁ ସେଗୁଡ଼ିକୁ ସୁରକ୍ଷିତ ରଖିବାର ଆବଶ୍ୟକତା ବଢିଛି । ଏହାର ଗୁରୁତ୍ୱକୁ ଉପଲବ୍ଧି କରିପାରି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଗୋବିନ୍ଦପୁରର ୨୮ ବର୍ଷୀୟ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ରାମଜିତ ଟୁଡୁ ସାନ୍ତାଳି ଭାଷାକୁ ଡିଜିଟାଲ୍ ଯୁଗରେ ମଧ୍ୟ ବଂଚାଇ ରଖିବା ପାଇଁ …

gadget
ଅସାଧାରଣ

ଉଦ୍ଭାବନ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବାର ସଙ୍କଳ୍ପ ନେଇଛନ୍ତି ଆଶିଷ

1 Min read
October 8, 2024

ଜୀବନଟା କେତେ ଲମ୍ବା ହେବ ତା ଆମ ହାତରେ ନାହିଁ କିନ୍ତୁ ଜୀବନଟା କେମିତି ହେବ ତା ଆମ ହାତରେ ଅଛି । ଇଶ୍ୱରଙ୍କ ସୃଷ୍ଟିରେ ନିଜକୁ ଶ୍ରେଷ୍ଠ ବୋଲାଉଥିବାଆମେ ମଣିଷମାନେ ଆଜିର ଦିନରେ ନିଜ ସ୍ୱାର୍ଥ ସାଧନରେ ଲାଗିପଡ଼ିଛନ୍ତି । କ୍ୱଚିତ୍ ଲୋକ ଅଛନ୍ତି ଯେଉଁମାନେ ନିଜସହ ମଣିଷ ସମାଜର କଥା ଭାବନ୍ତି, ଆଉନିଜର ବଳିଷ୍ଠ ଯୋଗଦାନ ମାଧ୍ୟମରେ ଅନେକଙ୍କର ଜୀବନକୁ କରିଦିଅନ୍ତି ସହଜ । ଏମିତି ଜଣେ ବିକ୍ତିତ୍ୱ ହେଲେ ଆଶିଷ ମାହାନା, ପେଷାରେ ଜଣେ ଇଂଜିନିୟର ଭାବେ କାମ କରୁଥିବା ଆଶିଷଙ୍କ ନିଶା କିନ୍ତୁ ନୂଆ ନୂଆ ଉଦ୍ଭାବନ, ଯାହା ଅନ୍ୟରଜୀବନକୁ ସହଜ କରିବାରେ ସାହାଯ୍ୟ କରିବ । ପେଶାରେ ରହି ନିଜ ଉଦ୍ଭାବନ ପାଇଁ ଉପଯୁକ୍ତ ସମୟ ଦେଇନପାରିବାରୁ ଇଂଜିନିୟରିଂରୁ ସନ୍ୟାସ ନେଲେଆଷିଶ । ତାଙ୍କଦ୍ୱାରା ନିକଟରେ ପ୍ରସ୍ତୁତ ହୋଇଥିବା ସ୍ମାର୍ଟ ଷ୍ଟିକ୍ ଦୃଷ୍ଟିହୀନ ଲୋକଙ୍କ ପାଇଁ ବରଦାନ କହିଲେ ଅତ୍ୟୁ୍‌କ୍ତି ହେବନାହିଁ । ଏହାକୁ ଏମିତି ଭାବେଡ଼ିଜାଇନ୍ କରାଯାଇଛି ଯେ ଜଣେ ଦୃଷ୍ଟିହୀନ ଲୋକ ପାଇଁ ଏହା ଗାଇଡ଼୍ ଭଳି ସହାଯ୍ୟ କରିବ ଫଳରେ ଯିବାଆସିବା ପାଇଁ ଏମାନଙ୍କ ଆଉ ଅନ୍ୟ ଉପରେ ନିର୍ଭରକରିବାକୁ ପଡ଼ିବ ନାହିଁ । ପିଲାବେଳୁ ବିଜ୍ଞାନ ପ୍ରତି ମୋର ଅହେତୁକ ଆଗ୍ରହ ଥିଲା, ତେଣୁ ମୋ ପକେଟ୍‌ରେ ସବୁବେଳେ ଗୋଟେ ଟେଷ୍ଟର ଓ ସ୍କ୍ରୁ ଡ଼୍ରାଇଭର ରଖିବାକୁ ମୁଁ ପସନ୍ଦ କରୁଥିଲି ।ମୋତେ ମିଳୁଥିବା ପକେଟ୍ ମନିରୁ ମୁଁ ମୋଟର, ଫିତା, ତାର ଭଳି ଉପକରଣ ଆଣି ନୂଆ ନୂଆ ଉଦ୍ଭାବନ ପାଇଁ ଚେଷ୍ଟା କରୁଥିଲି । କମ୍ ଖର୍ଚ୍ଚରେ ଏହାକୁ ପ୍ରସ୍ତୃତକରିବାକୁ ବିଭିନ୍ନ ସ୍ଥାନରୁ ସଗୃହିତ ପୁରୁଣା ପାର୍ଟସ୍ ଗୁଡ଼ିକ ବ୍ୟବହାର କରେ, ଅନେକ ସମୟରେ ସଫଳ ମଧ୍ୟ ହୁଏ ବୋଲି ଆଶିଷ କୁହନ୍ତି । ୪୬ ବର୍ଷ ବୟଷ୍କ ଆଶିଷ ମାହାନା  ସମ୍ବଲପୁର ଜିଲ୍ଳା, ସଲଦ୍ ପଞ୍ଚାୟତ ଅର୍ନଗତ ନୂଆ ରାମ୍ପେଲା ଗାଁର ଅଧିବାସୀ । ଅପରେସନାଲ୍ ମେନେଜମେଣ୍ଟରେ ଏମବିଏ୍  କରିବା ସହ ଟେଲି କମ୍ୟୁନିକେସନ୍‌, ଇଲେକଟ୍ରୋନିକ୍ସ, କମ୍ପୁଟର ହାର୍ଡ଼ୱେୟାର ବିଷୟ ଗୁଡ଼ିକରେ ଡ଼ିପ୍ଲୋମା ମଧ୍ୟ କରିଛନ୍ତି । ହିଣ୍ଡାଲକୋ ଇଣ୍ଡଟ୍ରିଜ୍‌ରେ ଆସିଷ୍ଟାଣ୍ଡଇଂଜିନିୟର ଭାବେ ଉତ୍ତମ ବେତନରେ ଚାକିରି କରୁଥିଲେ ହେଁ ଦୃଷ୍ଟିହୀନ ଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ତଆରି କରିବାର ନିଶା ପାଇଁ ୨୦୨୩ ରେ ଚାକିରିରୁସନ୍ୟାସ ନେଇଥିଲେ ଆଶିଷ । ଆଉ ତାପରେ ନିଜ ଉଦ୍ଭାବନା ପାଇଁ ଅବିରତ ଚେଷ୍ଟାରେ ଲାଗିପଡ଼ିଛନ୍ତି ସେ । ଆଉ ପଳସ୍ୱରୁପ ତାଙ୍କର ସ୍ୱପ୍ନର ପ୍ରକଳ୍ପ ଦୃଷ୍ଟିହୀନଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ବନେଇବାରେ ସଫଳ ହୋଇଛନ୍ତି ସେ ।   ୨୦୦୯ ମସିହାର କଥା ମୁଁ ଯେତେବେଳେ ମୋ କାମରେ ବାହାରିଥାଏ ମୁଁ ଦେଖିବାକୁ ପାଇଲି ଜଣେ ଦୃଷ୍ଟିହୀନ ବ୍ୟକ୍ତି ରାସ୍ତା ପାରିହେବାକୁ ଅନେକ ସଂଘର୍ଷକରୁଛନ୍ତି ଯାହା ମୋତେ ଆନ୍ଦୋଳିତ କରିଥିଲା, ମୁଁ ତାଙ୍କୁ ରାସ୍ତା ପାର ହେବାରେ ସାହାଯ୍ୟ କଲି ସତ କିନ୍ତୁ ଏ ଘଟଣା ପରଠୁ ଦୃଷ୍ଟିହୀନ ଲୋକଙ୍କୁ ମୁଁ କେମିତିସାହାଯ୍ୟ କରିପାରିବି ସେ ପ୍ରଚେଷ୍ଟାରେ ଲାଗିପଡ଼ିଲି । ଆଉ ଫଳସ୍ୱରୁପ ଏକ ସ୍ମାର୍ଟ ସ୍ଟିକ୍ ତିଆରି କରିବାରେ ସଫଳ ହେଲି ଯାହା ଦୃଷ୍ଟହୀନ ଲୋକଙ୍କୁ ବିନାକାହାର ସାହାଯ୍ୟରେ ରାସ୍ତାରେ ଚଳପ୍ରଚଳ କରିବାକୁ ସାହାଯ୍ୟ କରିବ । ଏଇ ସ୍ମାର୍ଟ ଷ୍ଟିକ୍ ତିଆରି କରିସାରିବା ପରେ ମୁଁ ପ୍ରଥମେ ଏହାକୁ ନିଜ ସହରର ଜଣେଦୃଷ୍ଟିହୀନ ବ୍ୟକ୍ତିଙ୍କୁ ବ୍ୟବହାର ପାଇଁ ଦେଲି ଓ ତାଙ୍କ ମତାମତ ଆଧାରରେ ଏଥିରେ ପରିବର୍ତ୍ତନ କରି ଏଥିରେ ରହୁଥିବା ତ୍ରୃଟିକୁ ସଜାଡ଼ିଲି, ଏହା ଏବେ ବ୍ୟବହାରପାଇଁ ପୁରା ପ୍ରସ୍ତୃତ ବୋଲି ଆଶିଷ କୁହନ୍ତି । ଆଶିଷ ମାହାନା ଦୃଷ୍ଟିହୀନ ବ୍ୟକ୍ତିଙ୍କ ଚଳପ୍ରଚଳକୁ ସହଜ କରିବା ପାଇଁ ଉଭୟ ଇନ୍‌ଡ଼ୋର ଓ ଆଉଟ୍ ଡ଼ୋର୍ ଡ଼ିଭାଇସ୍ ପ୍ରସ୍ତୃତ କରିଛନ୍ତି । ଆଉଟ୍‌ଡ଼ୋର୍ ପାଇଁପ୍ରସ୍ତୃତ ହୋଇଥିବା ସ୍ମାର୍ଟ ସ୍ଟିକ୍‌ଟି ଜି.ପି.ଏସ୍ ଦ୍ୱାରା ପରିଚାଳିତ ଯାହା ୫ ଫୁଟ୍ ଦୁରରୁ ଆସୁଥିବା ବାଧା ବିଷୟରେ ସୁଚନା ଦେବ ଭାଇବ୍ରେସନ୍ ମାଧ୍ୟମରେ ।ସେହିଭଳି ଇନ୍‌ଡ଼ୋର୍‌ରେ ମଧ୍ୟ ଏକ ମଲ୍ଟି ସେନ୍ସର ଡ଼ିଭାଇସ୍ ପ୍ରସ୍ତୃତ ହୋଇଛି ଯାହା ଦୃଷ୍ଟିହୀନ ବ୍ୟକ୍ତିଙ୍କ ସୁରକ୍ଷିତ ଚଳପ୍ରଚଳ ପାଇଁ ବିଶେଷ ଭାବରେ ସାହାଯ୍ୟକରିବ  ଏବଂ କବାଟ ଓ ଝରକା ଥିବା ସ୍ଥାନ ସମ୍ପର୍କରେ ସୁଚନା ଦେବ । ମାହାନାଙ୍କର ଏଇ ଉଦ୍ଭାବନ ସମ୍ବଲପୁର ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ସତପଥିଙ୍କ ଦୃଷ୍ଟି ଆକର୍ଷଣ କଲା ସେ ମଧ୍ୟ ଏଇ ପ୍ରଚେଷ୍ଟାକୁ ବେଶ୍ ପ୍ରଶଂସାକରିଛନ୍ତି । ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ କାର୍ଯ୍ୟାଳୟ ଏଇ ପାଇଲଟ୍ ପ୍ରକଳ୍ପକୁ ଅନୁମୋଦନ କରିଛି ଫଳରେ ଏହାକୁ ସ୍ଥାନୀୟ ବିଦ୍ୟାଳୟର୧୦ ଜଣ ଛାତ୍ରଙ୍କୁ ଏଇ ଷ୍ଟିକ୍ ପ୍ରଦାନ କରାଯାଇଛି, ଯାହାର ଫଳାଫଳ ଭଲ ଆସିଲେ ଆଗାମୀ ଦିନମାନଙ୍କରେ ଏହାର ବ୍ୟାପକ ବ୍ୟବହାର ପାଇଁ ଚିନ୍ତାକରାଯାଇପାରିବ । ରାଜ୍ୟର ପ୍ରଥମ ଦୃଷ୍ଟିହୀନ ଓଏସ୍  ଅଫିସର ସଞ୍ଜୟ ବେହେରା ଏହାକୁ ବ୍ୟବହାର କରି ଖୁସୀଥିବା କଥା ତାଙ୍କ ଟ୍ୱିଟରରେ ପ୍ରକାଶ କରିଛନ୍ତି । ପ୍ରତିଦିନ ମୁଁ ଉଦ୍ଭାବନ ଗୁଡ଼ିକର ବିକାଶ ପାଇଁ କାମକରେ, ଆଗକୁ ମୋର ଲକ୍ଷ୍ୟ ରହିଛି ପତିରକ୍ଷା,ଅନୁସନ୍ଦାନ ସଂସ୍ଥା ଡ଼ିଆରଡ଼ିଓ ସହ କାମକରିବି ଫଳରେଦେଶପାଇଁ ମୁଁ କିଛି ଯୋଗଦାନ ଦେଇପାରିବି ବୋଲି ଆଶିଷ କୁହନ୍ତି ।   ୧୯୯୨ ମସିହାରୁ ଆଶିଷ ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଉଦ୍ଭାବନ ଯାହା ଲୋକଙ୍କ ହିତରେ ଲାଗିସାରିଛି ଓ ଏହାପାଇଁ ତାଙ୍କୁ ଅନେକଥର ସମ୍ମାନିତ ମଧ୍ୟ କରାଯାଇଛି। ଏବେ ସେ ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ତାଙ୍କୁ ନିମନ୍ତ୍ରଣ ଆସୁଛି ଫଳରେ ସେ ତାଙ୍କ ଉଦ୍ଭାବନ ସମ୍ପର୍କରେ ପିଲାଙ୍କୁ ସଚେତନ ମଧ୍ୟ କରୁଛନ୍ତି । ସମାଜ ପାଇଁତାଙ୍କର ଏଇ ଉଦ୍ଭାବନ ସବୁଯେ ବେଶ୍ ସହାୟକ ଏଥିରେ ସନ୍ଦେହର ଅବକାଶ ନାହିଁ । ଆଶିଷ ମାହାନାଙ୍କୁ ଆମ ତରଫରୁ ଅନେକ ଅନେକ ସାଧୁବାଦ ।  

kamala-pujari
ଅସାଧାରଣ

ଜୈବିକ କୃଷିରେ ଅବଦାନ ପାଇଁ ସର୍ବଦା ମନେ ରହିବେ କମଳା ପୂଜାରୀ

3 Mins read
July 27, 2024

୨୦ ଜୁଲାଇ ୨୦୨୪ , ୭୬ ବର୍ଷର ଘଟଣା ବହୁଳ ଜୀବନଯାତ୍ରା ସାରି କମଳା ମା’ ଚାଲିଗଲେ ଆରପାରିକୁ, କିନ୍ତୁ ପଛରେ ଛାଡି ଦେଇଯାଇଛନ୍ତି ଜୈବିକ କୃଷିକୁ ନେଇ ଭବିଷ୍ୟତ ପିଢୀ ପାଇଁ ଅଜସ୍ର ପ୍ରେରଣା । ତାଙ୍କ ଗ୍ରାମ ପାତ୍ରପୁଟ ଆଜି ନିରବି ଯାଇଛି । ତାଙ୍କ ବିୟୋଗରେ ଗ୍ରାମବାସୀ କାନ୍ଦି ଉଠିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ବୟସାଧିକ କାରଣରୁ କିଡନୀ ଜନିତ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ । ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ …

"I remember how my father used to take my sister a "I remember how my father used to take my sister and me to the movie hall. So, my passion for film developed from an early age. I just want to suggest that keep your motivation the same and give 100% effort whether it's a 2-minute video or a 2-hour movie."Inspiring Talks, a new series in #inspiringodisha feeling excited to share with you all the person who gave his fullest to make this breakthrough odia movie #DAMaN, a super hit.Meet the dedicated co-director and writer of DAMaN, Vishal Mourya.Tap the link above to know about his inspiring journey.https://www.youtube.com/watch?v=BPqUk4LQzPE#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal
As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!Stay tuned... Tap the link.https://www.youtube.com/watch?v=_gUgr_dedKw#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
Ever heard of Hair donation? Harapriya Nayak, a s Ever heard of Hair donation? Harapriya Nayak, a social activist in the Jatni block of Khordha district, donates her hair to poor cancer patients. In the form of wigs, she gifts them to women cancer fighters who lost their hair and confidence as well during treatment. She hopes for a day when just like blood donation, people would come forward for hair donation too.so, what motivated her to stand for cancer patients?#Missionsmileoncancerpatient #SOPVA #harapriyanayak #PMNarendraModi #fightagainstcancer #ManKiBaat #liveforachangehttps://inspiringodisha.com/gift-of-wigs-to-cancer-fighters/
"The Bloodman of Odisha" Dhirendra Thakur of Bhuba "The Bloodman of Odisha"Dhirendra Thakur of Bhubaneswar is saving people's lives irrespective of time and place. He not only donates blood but avails all kinds of possible help to the needy 24x7. His selfless effort is really an inspiration for all of us.😇#DOANTEBLOODSAVELIFE https://inspiringodisha.com/blood-man-of-odisha/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies