• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଭିଡିଓ କାହାଣୀ ସଶକ୍ତିକରଣ

କୋୟା ଜନଜାତିଙ୍କୁ ଖୁସି ବାଣ୍ଟୁଛନ୍ତି ମୁନି ମାଡକାମୀ 

1 Comment
June 18, 2024
2 Mins read
205 Views

ମୁନି ମାଡକାମୀ- ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୋୟା ଜନଜାତିର ଝିଅଟିଏ । ଜିଲ୍ଲାର ପଡିଆ ବ୍ଲକର କାଲଦାପଲ୍ଲୀ ଗ୍ରାମ ପଞ୍ଚାୟତର କୁର୍ତ୍ତୀ ଗ୍ରାମରେ ତାଙ୍କର ଘର। ବୟସ ମାତ୍ର ୧୮ ବର୍ଷ । କିନ୍ତୁ ତାଙ୍କ କାମ ଆଉ ସଫଳତା ସମ୍ମୁଖରେ ତାଙ୍କ ବୟସ ଆଜି କେବଳ ଏକ ସଂଖ୍ୟା । କୃଷି କ୍ଷେତ୍ରରେ ମୁନିଙ୍କର ଉପଲବ୍ଧି ଏବଂ ମାର୍ଗଦର୍ଶନ ତାଙ୍କ ଅଞ୍ଚଳର ପ୍ରାୟ ଅନେକ ଚାଷୀଙ୍କୁ କୃଷି ପ୍ରତି ପୁନଃଆକର୍ଷିତ କରିଛି । ଏକଦା ଏଇ ଚାଷୀମାନେ ରୋଜଗାର ଅନ୍ଵେଷଣରେ ଅନ୍ୟ ରାଜ୍ୟକୁ ଯିବାପାଇଁ ବାଧ୍ୟ ହେଉଥିଲେ । ନିଜ ଆଖପାଖର ଦଶଟି ଗାଁର ଅନେକ ଚାଷୀଙ୍କୁ ସଫଳ କୃଷି ମାଧ୍ୟମରେ ଆତ୍ମନିର୍ଭରଶୀଳ କରାଇବା ପାଇଁ ମୁନିଙ୍କର ଅକ୍ଲାନ୍ତ ଉଦ୍ୟମ ତାଙ୍କ ପାଇଁ ଆଣିଦେଇଛି ‘’କୃଷିମିତ୍ର’’ ପଦବୀ ।

ସ୍ୱଳ୍ପ ବୃଷ୍ଟି ସାଙ୍ଗକୁ ଉପଯୁକ୍ତ ଜଳସେଚନ ଅଭାବ ଯୋଗୁ ମାଲକାନଗିରିର କୋୟା ଜନଜାତିର କୃଷକମାନେ ସାଧାରଣତଃ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି ।ଧାନ ଚାଷ କାମ ସାରିଲା ପରେ ଅଭାବି ସଂସାର ଲାଗି ଦିପାଇଷା ରୋଜଗାର କରିବାପାଇଁ ଜିଲ୍ଲା ବାହାରକୁ, ଏପରିକି ଆନ୍ଧ୍ରପ୍ରଦେଶ ପରି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି । ଏ କଥା ମୁନିଙ୍କୁ ସବୁବେଳେ ବ୍ୟଥିତ କରୁଥିଲା । ପରିସ୍ଥିତିକୁ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ସେ, କିନ୍ତୁ  କିପରି?

ମୁନି ଜାଣିବାକୁ ପାଇଲେ ଯେ ଏମ.ଏସ.ସ୍ଵାମୀନାଥନ ରିସର୍ଚ ଫାଉଣ୍ଡେସନ ସହଭାଗିତାରେ ଚାଷୀଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ରାଜ୍ୟ ସରକାର ୨୦୨୨-୨୩ ମସିହାରେ ମାଲକାନଗିରି ଅଞ୍ଚଳରେ ଏକ ଯୋଜନା ହାତକୁ ନେଇଛନ୍ତି ଯାହା ଦ୍ଵାରା ତାଙ୍କ ଅଞ୍ଚଳର କୃଷି ଉତ୍ପାଦନ ବୃଦ୍ଧି କରିବା ନିମନ୍ତେ ମାଗଣା ରବି ବିହନ ଏବଂ ଅନ୍ୟାନ୍ୟ ଉପକରଣ ପ୍ରଦାନ କରାଯିବ । ଏଥିପାଇଁ ସଚତନତା ଓ ଦକ୍ଷତାବୃଦ୍ଧି କାର୍ଯାକ୍ରମମାନ ଅନୁଷ୍ଠିତ ହେଲା । ସରକାରୀ ଯୋଜନା ଏବଂ କୋୟା ଜନଜାତି ର ଚାଷୀଙ୍କ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବରେକାମ କରିବାରେ ଲାଗିପଡିଲେ ମୁନି । ଜୈବିକ କୃଷି ମାଧ୍ୟମରେ କିପରି ଅଧିକ ଅମଳକ୍ଷମ ଚାଷ କରିହେବ ସେ ନେଇ ମୁନି ଶୀଘ୍ର ଅନେକ ଆଧୁନିକ ଉପାୟ ଶିଖିଲେ । ଏବେତ କୃଷି କ୍ଷେତ୍ରରେ ଡାଲି ଜାତୀୟ ଗଛ (ରବି ବିହନ) ର ମହତ୍ତ୍ୱ, ଏବଂ ଏହାର ମାଟିର ଉର୍ବରତାକୁ ବୃଦ୍ଧି କରିବାର ଗୁଣ, କୃଷି କୀଟ-ପୋକଙ୍କୁ ଦୂର କରିବାର ଉପାୟ, ପଶୁମାନଙ୍କ ଅନୁପ୍ରବେଶକୁ ଏଡ଼ାଇବା ପାଇଁ କିପରି ଚାଷ ଜମିକୁ ସୁରକ୍ଷିତ ଭାବେ ବାଡ କରିବା ଏବଂ ଜୈବିକ ଭର୍ମିନ୍-କମ୍ପୋଷ୍ଟ ତିଆରି କରିବା ଆଦି ଅନେକ ମହତ୍ବପୂର୍ଣ କୃଷି ଜ୍ଞାନକୁ ସେ ଚାଷୀଙ୍କ ଭିତରେ ବାଣ୍ଟୁଛନ୍ତି ବେଶ ପ୍ରଭାବଶାଳୀ ଢଙ୍ଗରେ ।

“କୋୟା ଚାଷୀଙ୍କ ସହ ଯୋଗାଯୋଗ ଓ ସଚେତନତା କାମରେ ଆମର ସବୁଠାରୁ ବଡ ପ୍ରତିବନ୍ଧକ ଥିଲା କମ୍ଯୁନିକେଶନ ବା ଭାଷା । ଏଭଳି ପରିସ୍ଥିତିରେ ମୁନିଙ୍କ ସହ ଯୋଗାଯୋଗ ଆମ କାମକୁ ସୁଗମ କରିଦେଲା ଅଷ୍ଟମ ଶ୍ରେଣୀ ପାଠ ପଢିଥିବା ମୁନି ଓଡିଆ ଭାଷା ସହିତ ପରିଚିତ ଥିଲେ ପୁଣି ନିଜ ଲୋକଙ୍କ ପାଇଁ କିଛି କରିବାକୁ ତାଙ୍କ ଭିତରେ ପ୍ରବଳ ଇଚ୍ଛାଶକ୍ତି ରହିଛି । ଆମ ସହ ଗାଁ ଗାଁ ବୁଲି ଆମର ପ୍ରକଳ୍ପ ଏବଂ ଆନୁଷଙ୍ଗିକ କାର୍ଯ୍ୟକ୍ରମଗୁଡିକର ଲାଭକୁ ପ୍ରଭାବଶାଳୀ ଭାବରେ ଆଦିବାସୀ ଚାଷୀଙ୍କୁ ବୁଝାଉଛନ୍ତି । ମୁନି କୋୟା ଜନଜାତି ଏବଂ ଆମ ପ୍ରତିଷ୍ଠାନ ଭିତରେ ଏକ ସଂଯୋଗର ସେତୁ । ପୁଣି କୋୟା ସମ୍ପ୍ରଦାୟର କୃଷି-ଦାବିକୁ ପ୍ରତିନିଧିତ୍ୱ କରୁଛନ୍ତି ।‘’

କାର୍ତ୍ତିକ ଲେଙ୍କା, ବୈଜ୍ଞାନିକ, ସ୍ଵାମୀନାଥନ ଗବେଷଣା ପ୍ରତିଷ୍ଠାନ

ଅତିରିକ୍ତ ରୋଜଗାରର ଉତ୍ସ ଯୋଗାଇବା ପାଇଁ ମୁନି ଗାଁ ଚାଷୀଙ୍କୁ ଧାନ ଚାଷପରେ ରବି ଫସଲ ପୁଣି ଲାଭଜନକ ମକା, ବାଦାମ ଏବଂ ଅନ୍ୟାନ୍ୟ ପନିପରିବା ଚାଷ କରିବାକୁ ଉତ୍ସାହିତ ମଧ୍ୟ କରୁଛନ୍ତି । କୃଷକମାନଙ୍କୁ ନିଜ ବ୍ୟକ୍ତିଗତ ବ୍ୟବହାର ପାଇଁ ପ୍ରଥମେ ନିଜ ଚାଷଜମିରୁ ପର୍ଯ୍ୟାପ୍ତ ପରିମାଣର ଉତ୍ପାଦ ନିଜପାଇଁ  ରଖିବାକୁ ଏବଂ ପରେ ଲାଭକୁ ବଜାରରେ ବିକ୍ରୟ କରିବାକୁ ବୁଝାଉଛନ୍ତି। ମୁନି ପଡିଆ ବ୍ଲକର ସବୁ ଗାଁ ବୁଲି କୃଷକଙ୍କ ଆବଶ୍ୟକତାକୁ ଆକଳନ କରିଛନ୍ତି ଏବଂ କୃଷକଙ୍କ ଚାଷ ସମ୍ବନ୍ଧିତ ସମସ୍ୟାଗୁଡିକୁ ସରକାରୀ ଅଧିକାରୀ ଏବଂ ବୈଜ୍ଞାନିକମାନଙ୍କୁ ଜଣାଉଛନ୍ତି । ସେ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ କୃଷକ ସହାୟତା ପ୍ରକଳ୍ପ ବିଷୟରେ ଆଦିବାସୀ ଚାଷୀଙ୍କୁ ସଚେତନ କରାଇଥାନ୍ତି । 

 ଗତ ବର୍ଷ ଓଡ଼ିଶା ଜୀବିକା ମିଶନ (ଓଏଲଏମ) ତାଙ୍କୁ କୃଷି କ୍ଷେତ୍ରରେ ସଚ୍ଚୋଟ ଉଦ୍ୟମ ତଥା ମାଲକାନଗିରିର ଆଦିବାସୀ ପରିବାରବର୍ଗଙ୍କ ପାଇଁ ନିରନ୍ତର ମାର୍ଗଦର୍ଶନ ପାଇଁ ତାଙ୍କୁ ‘କୃଷି ମିତ୍ର‘ ଭାବରେ ମାନ୍ୟତା ଦେଇଥିଲା । 

“ଯେତେବେଳେ ବି ମୁଁ ଯେକୌଣସି ଗାଁକୁ ଯାଏ, ସେଠାର ବାସିନ୍ଦାମାନେ ମୋର କାର୍ଯ୍ୟକୁ ପ୍ରଶଂସା କରନ୍ତି ଏବଂ ଉତ୍ସାହିତ କରନ୍ତି। ସେମାନେ ମୋତେ ସମ୍ମାନ କରନ୍ତି । ଭବିଷ୍ୟତରେ ମୁଁ ମୋର ଉଚ୍ଚଶିକ୍ଷା ପାଇଁ ଯିବାକୁ ଇଚ୍ଛା କରେ ଯାହା ଦ୍ଵାରା ମୁଁ ଅଧିକ ଶିକ୍ଷା ଗ୍ରହଣ କରିପାରିବି ଏବଂ ମୋ ଗାଁ ଲୋକମାନଙ୍କ ପାଇଁ ଅଧିକ ଯୋଗଦାନ ଦେଇପାରିବି । ମୁଁ ଆଶା କରେ ଆମେ ସମସ୍ତେ ଏକାଠି ରହିପାରିବା ଏବଂ ଗାଁର ସମସ୍ତେ ଚାଷୀ ନିଜ ନିଜ ଜମିରେ ଚାଷ କରି ରୋଜଗାର କରିପାରିବେ । ଏହିପରି ଭାବରେ ସମସ୍ତେ ନିଜ ପରିବାରର ଆବଶ୍ୟକତାର ଯତ୍ନ ନେଇପାରନ୍ତି, ଅତୀତ ପରି ପର୍ବପର୍ବାଣୀ ସମୟରେ ମିଳିମିଶି ଉତ୍ସବ ପାଳନ କରିପାରିବେ । ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ମୋ ଲୋକଙ୍କ ପାଇଁ କାମ କରିବି ।”

ମୁନି ମାଡକାମୀ
women empowerment
Shares
1 Comment
  1. Dr Kartik Lenka

    June 19, 2024 4:47 pm

    It’s a very good initiative for grassroot workers inspired and bring them to a larger community.
    I congratulated to Muni Madkami for her work in the same time also congratulate the team they prepared 🌹🌹🙏🏻

    Reply
Leave a Reply Cancel reply

Your email address will not be published. Required fields are marked *

Previous Post

ପ୍ରକୃତିର ସୁରକ୍ଷା ଆମର ଦାୟିତ୍ୱ

Next Post

ରୁଢିବାଦୀ ଚିନ୍ତାଧାରାକୁ ହରାଇ ଗାଁ ଝିଅମାନଙ୍କ ପରିଚୟ ଗଢୁଛନ୍ତି ଦିୟା

You might also like
Diya-2IO-story
ସଶକ୍ତିକରଣ

ରୁଢିବାଦୀ ଚିନ୍ତାଧାରାକୁ ହରାଇ ଗାଁ ଝିଅମାନଙ୍କ ପରିଚୟ ଗଢୁଛନ୍ତି ଦିୟା

2 Mins read
July 18, 2024

ଆଜିବି ଆମ ଦେଶରେ ତଥା ରାଜ୍ୟରେ କ୍ରୀଡା ସାଧାରଣତଃ ପୁରୁଷ ପ୍ରଧାନ । କ୍ରୀଡା ପ୍ରତି ଆମର ରକ୍ଷଣଶୀଳ ସାମାଜିକ ମନୋଭାବ ଲାଗି ଯେତେ ଇଚ୍ଛା ଥିଲେ ବି ଆମ ଝିଅମାନେ ସେମାଙ୍କ ପ୍ରତିଭା ପ୍ରଦର୍ଶନରୁ ବଞ୍ଚିତ ହୁଅନ୍ତି । ବୟସ ଅଠର ବର୍ଷ ନହେଉଣୁ ବିବାହ ହୋଇଯାଏ ଆଉ ତାପରେ ଘର ଭିତରେ ସବୁଦିନ ପାଇଁ ସୀମିତ ହୋଇ ରହିଯାନ୍ତି ସେମାନେ । ବିଶେଷକରି ଆମର ଅଧିକାଂଶ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରରେ ଏହା ଏକ ସାଧାରଣ କଥା । ଏଭଳି ଏକ ରୂଢିବାଦୀ ଚିନ୍ତାଧାରାକୁ …

Narahari-Malla
ଭିଡିଓ କାହାଣୀ

ଜୀବନର ଶିକ୍ଷା ଦେଉଛନ୍ତି ନରହରି ମଉସା

3 Mins read
April 2, 2024

‘’ପିଲା ଦିନ ଧୁଳିଖେଳ ବୟସରୁ ମୁଁ ସ୍ଵପ୍ନ ଦେଖିଥିଲି ଜଣେ ଶିକ୍ଷକ ହେବାର ସ୍ଵପ୍ନ । ଦେଶର ଭବିଷ୍ୟତମାନଙ୍କୁ ଗଢିବାର ସ୍ଵପ୍ନ । କିନ୍ତୁ ମୋ ଭାଗ୍ୟ ମୋ ସମୟ ମୋର ସ୍ଵପ୍ନକୁ ସ୍ଵପ୍ନରେ ହିଁ ରଖିଦେଲା । ପରିବାରର ସମସ୍ୟା ଆର୍ଥିକ ସ୍ଥିତି ଦୁନିଆର ବୋଝ ତଳେ ଚିପି ହୋଇ ପାଠପଢା ଛାଡି ମତେ ଚାଷବାସ, ବିଲବାଡି, ଆମ ପାନ ବରଜ ସମ୍ଭାଳିବାକୁ ପଡିଲା । ଏତେ ଆଶା କରିଥିଲି କିନ୍ତୁ ମାଟ୍ରିକ ପରୀକ୍ଷା ବି …

Seema-Mishra
ସଶକ୍ତିକରଣ

ସମନ୍ଵିତ କୃଷି ମାଧ୍ୟମରେ ଜୀବନ ଜୀବିକାର ପଥ ପ୍ରଦର୍ଶିକା 

4 Mins read
January 18, 2024

ଜଳ, ସ୍ଥଳ ଓ ଆକାଶର ତତ୍ଵକୁ ଖୁବ ଗଭୀର ଭାବରେ ନିଜର କରି ତା ଭିତରେ ଜୀବନ କାଟିବାର ସ୍ଵପ୍ନ ସେ ଦେଖିଥିଲେ ପିଲାଦିନୁ ।  ଆଉ ନିଜର ଏଇ ସ୍ଵପ୍ନ କୁ ସାକାର କରିବା ପାଇଁ ଦିଲ୍ଲୀ ଇଉନିଭର୍ସିଟି ରେ MBA ପାଠ୍ୟକ୍ରମ ପରେ କିଛି ବର୍ଷର କର୍ପୋରେଟ ଚାକିରି, ଉଚ୍ଚ ପଦବୀ ଭଲ ଦରମା ଓ ଦିଲ୍ଲୀ ସହରର ଅତ୍ୟାଧୁନିକ ଜାକ ଜମକ ସବୁକିଛିକୁ ପଛରେ ପକାଇ ଦିନେ ନିଜ ଗାଁକୁ ଫେରିଆସିଥିଲେ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ଶାସନ ରେଣ୍ଡିଓ ଗାଁର ଝିଅ ସୀମା …

It doesn't demand an extraordinary skill to save a It doesn't demand an extraordinary skill to save a dying person in a road accident rather than standing as a mere spectator. Instead, it requires humane emotion to save the person who is swinging between life and death. A truck driver from Jagatsinghpur of Odisha saved more than 400 lives because being a human being he is aware of his duties. Click the link below to read more about him..⬇⬇https://inspiringodisha.com/a-truck-driver-saved-more.../
A 71-year-old clerk who lives 20 km away from Bhub A 71-year-old clerk who lives 20 km away from Bhubaneswar in Sarkana Village, Balianta block is empowering the lives of more than 5,000 fish farmers every year. His #Aquaculture Field has become the training cum research school for young entrepreneurs in fish breeding, brood production and water management; that too #freeofcost. Starting from a learner to being a tutor, he opines that if done in the right process with technical assistance and patience, fish farming could be a profitable career. His top-notch contribution in the field of Aquaculture has conferred him with ‘Padma Shri’ in 2020. His selfless guidance has inspired many youths in this field, thus, transforming their socio-economic condition.#SarkanaCarpHatchery #AquacultureFieldSchool #ICAR #CIFA#lighthousehttps://inspiringodisha.com/a-clerk-who-becomes-the.../
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.Know about his story of lone dedication and perseverance by clicking on the link above.
Blindness is not an inefficacy. This fact is prove Blindness is not an inefficacy. This fact is proven by 23-year-old Soundarya Kumar Pradhan of Boden in the Sambalpur district of Odisha over and over again in his life. This international chess player withstood each obstacle with courage and excelled both in his academics and career with shining colors.Learn more about this young talent of Odisha. Click the link below: Soundarya Pradhan Prachurya PradhanPM Narendra Modi Naveen Patnaik #vishwanathananad #sportsministryofindiaLink to the whole story: https://inspiringodisha.com/blind-chess-player-soundarya/
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies