• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ପରିବେଶ

ପ୍ରକୃତିର ସୁରକ୍ଷା ଆମର ଦାୟିତ୍ୱ

No Comments
May 6, 2024
2 Mins read
256 Views
subhas_preserver of nature

କଥାରେ ଅଛି “ଗଛ ଲଗାଇବା କାହାପାଇଁ” ଏହାର ଉତ୍ତର ପାଇଁ ଆପଣଙ୍କ ପିଲାଦିନକୁ ଟିକେ ମନେପକାନ୍ତୁ । ସାଙ୍ଗମାନଙ୍କ ସହ ଗଛରୁ ଆମ୍ବ ପିଜୁଳି ତୋଳି ଖାଇବା ହେଉ କି ମାମୁଁ ଘରକୁ ଯିବା ବାଟରେ ଖରା ଦାଉରୁ ଟିକେ ରକ୍ଷା ପାଇବା ପାଇଁ ବରଗଛ ମୁଳେ ଆଶ୍ରା ନେବା କଥାହେଉ, ଏ ସବୁକଥା ଆପଣଙ୍କୁ ଉତ୍ତର ଖୋଜିବାରେ ସାହାଯ୍ୟ କରିବ । ଭଗବାନଙ୍କର ଏ ସୁନ୍ଦର ସୃଷ୍ଟିରେ ମଣିଷ ନିଜକୁ ଶ୍ରେଷ୍ଠ ବୋଲି ବିବେଚନା କରେ  କିନ୍ତୁ ଖାଲି ଶ୍ରେଷ୍ଠ ହେଲେ ତ ଚଳିବନି, ଜୀବଜଗତ ତଥା ଆମ ପରିବେଶର ସୁରକ୍ଷା ସହ ସମାଜର ପ୍ରଗତିରେ ନିଜ ଯୋଗଦାନ ଦେବାକୁ ପଡ଼ିବ । 

ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ସହ ଆପଣଙ୍କୁ ପରିଚିତ କରିବାକୁ ଯାଉଛୁ ଯିଏକି ଆମ ସମସ୍ତଙ୍କ ଭଳି ସାଧାରଣ ମଣିଷଟିଏ କିନ୍ତୁ ତାଙ୍କର ପ୍ରେରଣାଦାୟୀ କାମ ପାଇଁ ସେ ଆମ ସମସ୍ତଙ୍କଠୁ ନିଆରା । ନାଁ ସୁବାଷ ଚନ୍ଦ୍ର ନାୟକ, ଘର ନୟାଗଡ଼ ଜିଲ୍ଲାର ଆଙ୍ଗିସିଙ୍ଗି ଗାଁରେ । ୫୩ ବର୍ଷ ବୟସ୍କ ସୁବାଷ ଆଜକୁ ପ୍ରାୟ ୪୦ ବର୍ଷ ହେଲା ନିରନ୍ତର ଭାବେ ନିଜେ ଗଛ ଲଗାଇବା ସହ ବିଭିନ୍ନ ସ୍ଥାନରୁ ଚାରା ସଂଗ୍ରହ କରି ଲୋକଙ୍କୁ ବାଣ୍ଟିଥାନ୍ତି । ତାଙ୍କର ବିଶେଷତ୍ୱ ହେଲା ସେ କେବଳ ବର ଓ ଅଶ୍ୱସ୍ଥ ଗଛ ଲଗାଇବାରେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଏହାର କାରଣ ସମ୍ପର୍କରେ ପଚାରିଲେ ସେ କୁହନ୍ତି-

“ବର ଓ ଅଶ୍ୱସ୍ଥ ଗଛ ପରିବେଶରେ ଅମ୍ଳଜାନର ମାତ୍ରା ବୃଦ୍ଧି କରିବାରେ ଅଧିକ ସହାୟକ ହୁଏ । ଜଳବାୟୁ ପରିବର୍ତ୍ତନ ଫଳରେ ତାପପାତ୍ରା ବୃଦ୍ଧି ଓ ସ୍ୱଳ୍ପ ବର୍ଷାଭଳି ପରିସ୍ଥିତି ସୃଷ୍ଟି ହେଉଛି ଯାହାର ପ୍ରମୁଖ କାରଣ ଜଙ୍ଗଲ କ୍ଷୟ ତେଣୁ ପରିବେଶର  ସୁରକ୍ଷାରେ ମୋର ଏ ଛୋଟିଆ ଯୋଗଦନ ମୁଁ ଜାରୀରଖିଛି । ବର ଓ ଓ ଅଶ୍ୱସ୍ଥ ଭଳି ଗଛ ବଢ଼ିବାକୁ ସ୍ୱଳ୍ପ ପାଣି ଓ ଯତ୍ନର ଆବଶ୍ୟକ ଥାଏ ଏବଂ ଏହାର କାଠ ପ୍ରାୟ ମଣିଷର କୌଣଷୀ କାମରେ ଲାଗିନଥାଏ ତେଣୁ ଏହାକୁ କଟାଯାଏ ନାହିଁ ଫଳରେ ଏ ଗଛ ଗୁଡ଼ିକ ଶହ ଶହ ବର୍ଷଧରି ପରିବେଶକୁ ଅମ୍ଳଜାନ ଯୋଗାଇ ଥାଏ ।”

ପେଶାରେ ସୁବାଷ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର କଣ୍ଟ୍ରାକ୍ଟର ଭାବେ କାମ କରନ୍ତି କିନ୍ତୁ ଛୋଟବେଳୁ ପରିବେଶର ସୁରକ୍ଷା ଚିନ୍ତା ତାଙ୍କୁ ଗଛ ଲଗାଇବା ପାଇଁ ପ୍ରେରଣା ଯୋଗାଇଥିଲା, ଫଳସ୍ୱରୁପ ଏଯାଏଁ ନିଜେ ପ୍ରାୟ ୨୦ ହଜାରରୁ ଅଧିକ ଗଛ ଲଗାଇ ସାରିଲେଣି ସେ  । ବିଭିନ୍ନ ସ୍ଥାନରୁ ଚାରା ସଂଗ୍ରହ ଓ ଚାରା ଉତ୍ପାଦନ କରି ନିଜେ ଲଗାଇବା ସହ ଲୋକଙ୍କୁ ବାଣ୍ଟିବା ତାଙ୍କର ନିତିଦିନିଆ କାମ, ଆଉ ଏହା ସେ ଜୀବନ ଥିବା ଥାଏ କରିଚାଲିଥିବେ ବୋଲି କୁହନ୍ତି ସୁବାଷ । ଏହା ବାଦ ତାଙ୍କ ବାପା ଜଣେ ସଙ୍ଗୀତଜ୍ଞ ହୋଇଥିବାରୁ ପିଲାଟି ଦିନରୁ ପିତାଙ୍କଠାରୁ ସଂଙ୍ଗୀତ ସାଧାନା କରିଥିବା ସୁବାଷ ସଂଙ୍ଗୀତ ଯେତ୍ରରେ ମଧ୍ୟ ନିଜର ଛାପ ଛାଡ଼ିଛନ୍ତି କିନ୍ତୁ ବ୍ୟବସାୟିକ ଭିତ୍ତିରେ ନୁହେଁ ବରଂ ଆମର ପୁରୁଣା ଲୋକଗୀତକୁ ସୁରକ୍ଷିତ ରଖିବା ସହ ଏହାର ପ୍ରଚାର ପ୍ରସାର ପାଇଁ ନୂଆନୂଆ ଗୀତ ମଧ୍ୟ ସୃ୍ଷି କରିଛନ୍ତି ସେ । କଳା, ସସ୍କୃତି ପରିବେଶ, ସାମାଜିକ ବ୍ୟବସ୍ଥା, ଗଛ, ଜଙ୍ଗଲ, ସ୍ୱାସ୍ଥ୍ୟ, ଶିକ୍ଷା ଆଦି ବିଷୟରେ ସଙ୍ଗୀତ ତିଆରି କରିବା ସହ ସେ କ୍ଷୁଦ୍ର ଗଳ୍ପମଧ୍ୟ ପ୍ରସ୍ତୁତ କରିଥାନ୍ତି । ୧୯୯୦ ମସିହାରୁ ସେ ଆକାଶବାଣୀ ସହ ଯୋଡ଼ି ହୋଇଛନ୍ତି ଯାହା ଫଳରେ ସେ ପୁରାତନ ଲୋକଗୀତ ଯେମିତି ଢ଼ଣକୋଇଲା, ପାଲା, ଡ଼ାସକାଠିଆ, ମୁଣ୍ଡପୋତା କେଳା, ଏକ୍ତାରା, ଡ଼ୁମ୍ପା ଆଦିକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହଜ ହେଉଛି । 

ଲୋକଙ୍କୁ ସଚେତନ କରିବାର ସହଜ ମାଧ୍ୟମ ହେଲା ଲୋକଗୀତ କାରଣ ଏହାକୁ ସମସ୍ତେ ଅତି ସହଜରେ ବୁଝିପାରନ୍ତି । ଏହାଦ୍ୱାରା ୨ଟା ଲାଭ ହେଉଛି ଲୋକମାନେ ସଚେତନ ମଧ୍ୟ ହେଉଛନ୍ତି ଓ ଆମ ଲୋକଗୀତ ମଧ୍ୟ ବଞ୍ଚି ରହୁଛି ।

– ବୋଲି କୁହନ୍ତି ସୁବାଷ

ଏବର୍ଷ ସେ ବର,ଆଶ୍ୱସ୍ଥ ଗଛସହ ତାଳ ଗଛ ମଧ୍ୟ ଲଗାଇବାର ଯୋଜନା କରୁଛନ୍ତି କାରଣ ପରିବେଶ ଓ କୃଷକମାଙ୍କ ପାଇଁ ତାଳ ଗଛର ଯୋଗଦାନ ବେଶ୍ ଅଧିକ । ପରିବେଶ ପାଇଁ  ସୁବାଷଙ୍କର ଯୋଗଦାନ ପାଇଁ ୨୦୨୦ ମହିହାରେ ତାଙ୍କୁ ଓଡ଼ିଶା ସରକାରଙ୍କ “ପ୍ରକୃତି ବନ୍ଧୁ ସମ୍ମାନ”ରେ ସମ୍ମାନିତ କରାଯାଇଛି । ଏହାସହ ତାଙ୍କର ଏ ନିସ୍ୱାର୍ଥପର କାମ ପାଇଁ ତାଙ୍କୁ ରାଜ୍ୟପାଳଙ୍କ ଠୁ ଆରମ୍ଭକରି ବିଭିନ୍ନ ମହଲରୁ ପ୍ରଶଂସା ସହ ମିଳିଛି ଅନେକ ପୁରଷ୍କାର । 

ଦୃତଭାବେ ଜଙ୍ଗଲ କ୍ଷୟ ହେଉଥିବା ଏ ସମୟରେ ସୁବାଷ ଚନ୍ଦ୍ର ନାୟକଙ୍କ ପ୍ରଚେଷ୍ଟା ଯେ ନିଶ୍ଚୟ ପରିବର୍ତ୍ତନ ଆଣିବ ଏଥିରେ ତିଳେମାତ୍ର ସଂନେ୍ଦହ ନାହିଁ । କାରଣ ପରିବେଶ ଠିକ୍ ରହିଲେ ଆମେମାନେ ଠିକ୍ ରହିବା,ପୁଣି ଆମ ପରମ୍ପରା ଲୋକଗୀତ, ସାହିତ୍ୟ, କଳା ସଂସ୍କୃତି ସବୁର ସୁରକ୍ଷାର ଦାଇତ୍ୱ ଆମ ସମସ୍ତଙ୍କର । ଆମର ଦାଇତ୍ୱବୋଧକୁ ମନେ ପକାଇଦେଇଥିବା ସୁବାଷ ଆମପାଇଁ ଆମ ସମସ୍ତଙ୍କ ପାଇଁ ଆଦର୍ଶ, ତାଙ୍କୁ ଆମ ଟିମ୍ ତରଫରୁ ଅନେକ୍ ଅନେକ୍ ସାଧୁବାଦ ।

ଗଛ ସାର
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଜୀବନର ଶିକ୍ଷା ଦେଉଛନ୍ତି ନରହରି ମଉସା

Next Post

କୋୟା ଜନଜାତିଙ୍କୁ ଖୁସି ବାଣ୍ଟୁଛନ୍ତି ମୁନି ମାଡକାମୀ 

You might also like
Sanskrit-Teacher-plants-over-30,000-trees6
ପରିବେଶ ସଂରକ୍ଷଣ

ଅସ୍ତରଙ୍ଗର ଗଛ ମାଷ୍ଟ୍ରେ

2 Mins read
August 12, 2022

ପ୍ରତିବର୍ଷ ଏଇ ବର୍ଷା ଋତୁରେ ଆସ୍ତରଙ୍ଗର ଆଖପାଖରେ ସେ ଲଗାଇଥାନ୍ତି ପ୍ରାୟ ଏକ ହଜାର ରୁ ଅଧିକ ଗଛ । ଦୁଇ ହଜାର ମସିହାରୁ ଏଇପରି କରି ଆଜି ପର୍ଯ୍ୟନ୍ତ ସେ ଲଗାଇ ସାରିଲେଣି ୩୦,୦୦୦ ରୁ ଅଧିକ ଗଛ

sarojini-vana
ପରିବେଶ ସଶକ୍ତିକରଣ

ସ୍ନେହ ଓ ଶ୍ରମର ସୁଫଳ – ସରୋଜିନୀ ବନ

2 Mins read
April 12, 2022

ଗଛ ଛାଇରେ ବସି ତାର ସାହାଯ୍ୟ ସୁବିଧା ନେବାକୁ ତ ଅନେକ ଲୋକ ଅଛନ୍ତି କିନ୍ତୁ ଗଛ ଲଗାଇ ତାଙ୍କର ଯତ୍ନ ନେଇ ସୁରକ୍ଷା ଦେଇ ଏକ ଟାଙ୍ଗରା ଭୂମିରେ ଜଙ୍ଗଲ ସୃଷ୍ଠି କରିବାର ସ୍ୱପ୍ନ ଦେଖୁଥିବା ଲୋକମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ସରୋଜିନୀ । ନିଜସ୍ୱ ଚେଷ୍ଟାରେ ସରୋଜିନୀ ଲଗାଇଛନ୍ତି ଅନେକ ଗଛ

Rahul-Maharana
ପରିବେଶ

ପ୍ଲାଷ୍ଟିକ୍ ବିପ୍ଳବୀ ରାହୁଲ୍

2 Mins read
March 24, 2022

ରାହୁଲ୍ ମହାରଣା, ୨୨ ବର୍ଷର ଯୁବକଟେ। ଭୁବନେଶ୍ବରର ଏକ ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀ ଭାବେ କାମ କରୁଥିବା ରାହୁଲ୍ ପ୍ରତି ସପ୍ତାହର ଶନିବାର ରାତିକୁ ଭାରି ଆତୁରରେ ଅପେକ୍ଷା କରିଥାଏ। କାରଣ ତା’ ଆରଦିନ ସକାଳୁ ସେ ନିଜ ଲକ୍ଷ୍ୟପଥକୁ ବାହାରିବ। ପ୍ରତ୍ୟେକ ରବିବାର ଭୋରବେଳା ଉଠି ପଡ଼ି ରାହୁଲ ତା’ ହ୍ୟାଣ୍ଡ ଗ୍ଲୋଭସ୍, ଗାରବେଜ୍ ବ୍ୟାଗ୍ ଧରି ପୁରୀ ଅସ୍ତରଙ୍ଗ ଜିଲାର ଦେବୀ ମୁହାଣକୁ ବାହାରିଯାଏ। ସେଠି ପହଞ୍ଚିବା ପରେ କାମରେ ଲାଗିପଡ଼େ ରାହୁଲ୍, ଦିନ ଥାଉଥାଉ ଯେମିତି ସବୁ କାମ ସରିବ ଏଇ ଲକ୍ଷ୍ୟ ଥାଏ। କାମ ହେଉଛି କୂଳ ପାଖରେ ଗଦା ହେଇଥିବା ଅଳିଆ ଆବର୍ଜନା, କପଡ଼ା, ପ୍ଲାଷ୍ଟିକ୍ ଆଦି ଗୋଟାଇବା। ପ୍ଲାଷ୍ଟିକ୍ ଆମ ପରିବେଶକୁ ବିଷାକ୍ତ କରିଦେଉଛି, ଏ କଥାକୁ ରାହୁଲ୍ ଭଲଭାବେ ବୁଝିସାରିଛି।

A doctor of VIMSAR is consulting and prescribing m A doctor of VIMSAR is consulting and prescribing medicine to poor patients at just Rs 1 in his '1 rupee clinic' in Burla in the Bargarh district of Odisha. Amongst several philanthropic works, Dr Shankar Ramchandani has also adopted 53 families and taken care of their education and health.Read more about this doctor b clicking the link below.,#1RupeeClinic #drshankarramchandani #VIMSAR #FreeMedicalService #PMOIndia #CMOdisha #healthministerofindiahttps://inspiringodisha.com/a-doctor-who-takes-only-1-rupee-fee/
It's a proud moment for us that PM Shri Narendra M It's a proud moment for us that PM Shri Narendra Modi cited the name of Odia Boy- @RahulMaharana and appreciated his effort for 'plastic-free Beach' in the #MannkiBaat recently. 30kms away from the capital city of Odisha, this 22-year-old disposed of over 1-ton garbage from the Hental Mangrove forest in Astaranga. He has undertaken beach cleaning activities on more than 60 occasions and is also looking for others to join him.Improper disposal of garbage is the result of our negligence. We should understand the fact that mother earth may suffer its direct burden but its faraway impact will be on us.So, let's join hands for a clean world.#Joinhandsforcleanliness #RahulMaharana #lighthouse #BhitarkanikaWildlifeDivision #OdishaForestDepartment #CMOOdisha� #NaveenPatnaik #PMOIndia #MannkiBaat#MinistryofEnvironmentForestandClimateChangehttps://inspiringodisha.com/a-solo-endeavor-for-a-plastic-free-marine-stretch/
It doesn't demand an extraordinary skill to save a It doesn't demand an extraordinary skill to save a dying person in a road accident rather than standing as a mere spectator. Instead, it requires humane emotion to save the person who is swinging between life and death. A truck driver from Jagatsinghpur of Odisha saved more than 400 lives because being a human being he is aware of his duties. Click the link below to read more about him..⬇⬇https://inspiringodisha.com/a-truck-driver-saved-more.../
It's the story of a scientist who devoted his whol It's the story of a scientist who devoted his whole life to the conservation of the vulnerable or extinct rice genus in the Rayagada district of Odisha. His unique way of rice exchange with the farmers for retaining the rice species has replenished his collection in his rice bank. But his struggle is not over, he has to go the extra mile for reversing the vulnerable rice species.#DrDebalDebandBeyondDevelopmentality #vrihi #basudhahttps://inspiringodisha.com/on-a-trail-to-preserve.../
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
Farming jobs are shrinking everywhere. But, Gobind Farming jobs are shrinking everywhere. But, Gobinda Raju Subudhi, a free-lance journalist of Koraput is not only making a profit from farming but generating multiple livelihood prospects for the youth. Currently, he has reinforced the economic condition of 10 families.#SharedProsperity #Farming #employment #Koraput #CMOdisha#PMOIndia #science #DripIrrigation Click the link below:https://inspiringodisha.com/farming-employment.../
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies