• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ

କର୍କଟ ରୋଗୀଙ୍କୁ ମାଗଣା ସେବା ଯୋଗାଇ ଆସୁଛନ୍ତି ଅମ୍ରିତ ଧାରା

No Comments
February 13, 2024
3 Mins read
269 Views
cover

ବର୍ତ୍ତମାନ ସମୟରେ ପାଣି ପବନ ମୂର୍ତ୍ତିକା ସବୁଠି ପ୍ରଦୁଷଣର ମାତ୍ରା ବଢ଼ିବା ସହ ମଣିଷର ଜୀବନଶୈଳୀ ତାକୁ କ୍ରମଶଃ ରୋଗ ମୁହଁକୁ ଠେଲି ଦେଉଛି । ବିନା ଓøଷଧ ଓ ଚିକିତ୍ସା ବ୍ୟବସ୍ଥାରେ ନିରୋଗ ରହିବା ଆଜିର ଦିନରେ ଅସମ୍ଭବ ହୋଇପଡ଼ିଛି । ତେଣୁ ଉତ୍ତମ ସ୍ୱାସ୍ଥ୍ୟସେବାର ଗୁରୁତ୍ୱ ବର୍ତ୍ତମାନ ସମୟରେ ଅନେକ ବଢ଼ିଯାଇଛି ।

ତେଣୁ ସମୟର ଆବଶ୍ୟକତାକୁ ଉପଲବ୍ଧି କରି “ଆପଣ ଗୁରୁତ୍ୱପୂର୍ଣ୍ଣ” (You Matter)ର ଥିମ୍ ନେଇ ୨୦୨୦ ମସିହାରୁ କାମ କରିଆସୁଛି ଅମ୍ରିତ ଧାରା ପାଲିଏଟିଭ୍ କେୟାର ଟ୍ରଷ୍ଟ । ପାଲିଏଟିଭ୍ କେୟାର ହେଉଛି ଏକ ପ୍ରକାର ଚିକିତ୍ସା ବ୍ୟବସ୍ଥା ଯାହା ଦ୍ୱାରା ପୁରୁଣା କଷ୍ଟସାଧ୍ୟ ରୋଗରେ ପିଡ଼ିତ ବ୍ୟକ୍ତିର ଶାରିରୀକ ଓ ମାନସିକ କଷ୍ଟର ଉପଚାର କରାଯାଏ । ପାଲିଏଟିଭ୍ କେୟାର ଟିମ୍ ରୋଗୀ ଓ ତାଙ୍କ ପରିବାର ସହ ମିଶି କାମକରନ୍ତି ।

ଅମ୍ରିତ ଧାରା ପାଲିଏଟିଭ୍ କେୟାର ଟ୍ରଷ୍ଟ ହେଉଛି ଏକ ପଞ୍ଜୀକୃତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବା ଏନ୍‌.ଜି. ଓ ଯାହା ପାଲିଏଟିଭ୍ କେୟାରର ଗ୍ଲୋବାଲ ଡ଼ିରେକ୍ଟୋରୀ ତାଲିକାଭୁକ୍ତ ଓ ଏହା ଭୁବନେଶ୍ୱର ପଟିଆର ଲକ୍ଷ୍ମୀନଗରରେ ଅବସ୍ଥିତ । କରୋନା ମହାମାରୀ ପୂର୍ବରୁ ଆରମ୍ଭ ହୋଇଥିବା ଏଇ ଅନୁଷ୍ଠାନର ମତରେ- ବହୁ ପୁରୁଣା କଷ୍ଟସାଧ୍ୟ ରୋଗ ସହ କ୍ୟାନସର ଭଳି କଷ୍ଟସାଧ୍ୟ ରୋଗରେ ପୀଡ଼ିତମାନେ ଯେ ଜୀବନଯାକ କଷ୍ଟ ଓ ଯନ୍ତ୍ରଣାରେ ରହିବେ ତାହା ଭୁଲ । ପାଲିଏଟିଭ୍ କେୟାର ଟିମ୍ ଚିକିତ୍ସା ମାଧ୍ୟମରେ ରୋଗୀର କଷ୍ଟକୁ ଦୁର କରିବା ସହ ମାନସିକ ସୁସ୍ଥତା ଉପରେ ମଧ୍ୟ କାମ କରନ୍ତି । ଉତ୍ତମ ଚିକିତ୍ସା ସହ ସେମାନଙ୍କ ମାନସିକ ଓ ସାମାଜିକ ସ୍ତରରେ ଉନ୍ନତି ଆସେ । ଫଳରେ ଜୀବନ କ୍ରମଶଃ ହୋଇଯାଏ ସହଜ ।

“ମୃତ୍ୟୁକୁ ଏଡ଼ାଇ ହେବ ନାହିଁ ସତ କିନ୍ତୁ ଯନ୍ତ୍ରଣାକୁ ଏଡ଼ାଇବା ସମ୍ଭବ । ଏଭଳି ଚିନ୍ତାଧାରା ନେଇ ନମ୍ରତା ରଥ ଓ ଡ଼ଃ ମାମି ପରିଜାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅମ୍ରିତ ଧାରା କେୟାର ଟ୍ରଷ୍ଟ କ୍ୟାନସର ସହ ପୁରୁଣା କଷ୍ଟସାଧ୍ୟ ରୋଗରେ ପୀଡ଼ିତ ରୋଗୀଙ୍କୁ ଯୋଗାଇ ଦେଉଛି ମାଗଣା ଚିକିତ୍ସା । ଏଠାରେ ପୀଡ଼ିତ ବ୍ୟକ୍ତିର ଶାରିରୀକ ଓ ମାନସିକ କଷ୍ଟର ଉପଚାର କରାଯାଏ ।”

କୁହନ୍ତି ସଂସ୍ଥାର ଉପାଦେଷ୍ଠା– ଡ଼ଃ ବିଧୁ.କେ. ମହାନ୍ତି

ବାର୍ଦ୍ଧକ୍ୟ, ଅସୁସ୍ଥତା, ଶାରୀରୀକ ଓ ମାନସିକ କଷ୍ଟରେ ପୀଡ଼ିତ ବ୍ୟକ୍ତିମାନଙ୍କର ଉପଚାର ପାଇଁ ଅମ୍ରିତ ଧାରା ପାଲିଏଟିଭ୍ କେୟାର ଟ୍ରଷ୍ଟ ପକ୍ଷରୁ ଉତ୍ତମ ଚିକିତ୍ସା ସହ ଯୋଗାଇ ଦିଆଯାଏ ସମସ୍ତ ଆବଶ୍ୟକୀୟ ସୁବିଧା ସୁଯୋଗ । ଅମ୍ରିତଧାରାର କୁଶଳୀ ଡ଼ାକ୍ତର, ନର୍ସ, ପରାମର୍ଶଦାତା ଓ ପ୍ରତିବଦ୍ଧ ସ୍ୱେଚ୍ଛାସେବୀ ମାନେ ଗତ ଚାରିବର୍ଷ ମଧ୍ୟରେ ଚିକିତ୍ସା ମାଧ୍ୟମରେ ୫୦୦ ରୁ ଅଧିକ ରୋଗୀଙ୍କ ଯନ୍ତ୍ରଣା ପରିଚାଳନା କରିବା ସହ ଯୋଗାଇ ଆସୁଛନ୍ତି ନିରନ୍ତର ସେବା । ଚିକିତ୍ସିତ ହେଉଥିବା ରୋଗୀ ଓ ସେମାନଙ୍କ ପରିବାରର ଆବଶ୍ୟକତାକୁ ପ୍ରଥମେ ଭଲ ଭାବରେ ବୁଝାଯାଏ ଫଳରେ ସର୍ବର୍ତ୍ତୋମ ସେବା ଯେଗୋଇଦେବା ହୁଏ ସମ୍ଭବ ।

ଅମ୍ରିତ ଧାରା ପାଲିଏଟିଭ୍ କେୟାର ଟ୍ରଷ୍ଟର ଏକ ସିକୃତିପ୍ରାପ୍ତ ଫାର୍ମାସୀ ଯାହାର ଲାଇସେନ୍ସ ସହ ଆର.ଏମ୍‌.ଆଇ ଲାଇସେନ୍ସ ମଧ୍ୟ ରହିଛି । ଫଳରେ ଯନ୍ତ୍ରଣା ନିୟନ୍ତ୍ରଣ ପାଇଁ ବ୍ୟବହାର ହେଉଥିବା ମୋର୍ଫିନ ଔଷଧ ରୋଗୀମାନଙ୍କୁ ସହଜରେ ଓ ମାଗଣାରେ ମିଳିପାରୁଛି । ଏଇ ଚାରିବର୍ଷ ମଧ୍ୟରେ ଅମ୍ରିତ ଧାରା ୨୪୦ ଅଧିକ ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷିତ କରିବା ସହ ୫୦ ଜଣ ସ୍ୱାସ୍ଥ୍ୟସେବା ବିଷେଶଜ୍ଞଙ୍କୁ ପ୍ରଦାନ କରିଛି ପ୍ରଶିକ୍ଷଣ । ଟ୍ରେନିଂ, ସେମିନାର, ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପାଲିଏଟିଭ୍ ସେବା ବିଷୟରେ ଲୋକଙ୍କୁ କରାଯାଉଛି ସଚେତନ ।

ଏଠାରେ ଯୋଗାଇ ଦିଆଯାଉଥିବା ସେବାମାନଙ୍କ ମଧ୍ୟରେ ବାର୍ଦ୍ଧକ୍ୟ ସମୟରେ ଉପଯୁକ୍ତ ଯତ୍ନ, କ୍ୟାନସର ସେବା, ଯନ୍ତଣାର ଉପଚାର, ଓøଷଧ ସେବା, ପରିସ୍କାର ପରିଛନ୍ନତା, ଚିକିତ୍ସା ପରାମର୍ଶ, ସାମାଜିକ ଓ ଆଧ୍ୟାତ୍ମିକ ସହାୟତା, ପ୍ରଶିକ୍ଷଣ କର୍ମଶାଳା, ସାମୁହିକ ସଚେତନତା ଆଦି ଅର୍ନ୍ତଭୁକ୍ତ । ଅମ୍ରିତ ଧାରାର ଏ କାମରେ ସହଯୋଗ କରୁଥିବା ସ୍ୱେଚ୍ଛାସେବୀ ମାନଙ୍କର ନିଃସ୍ୱାର୍ଥପର ସହଯୋଗ ପାଇଁ ଲୋକଙ୍କୁୁ ସହାୟତା ପ୍ରଦାନ କରିବା ହୋଇପାରୁଛି ସମ୍ଭବ । ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାଠୁ ଆରମ୍ଭକରି ରୋଗୀ ଓ ପରିବାରକୁ ବୁଝାଇବା ଏବଂ ସେମାନଙ୍କୁ ଚିକିତ୍ସା ବ୍ୟବସ୍ଥାରେ ସାମିଲ୍ କରିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସ୍ୱେଚ୍ଛାସେବୀମାନଙ୍କ ରହିଛି ଭରପୁର ସହଯୋଗ ।

ଅମ୍ରିତ ଧାରା ପାଲିଏଟିଭ୍ କେୟାର ଟ୍ରଷ୍ଟ ସବୁବେଳେ ନିଜର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ଦିଗରେ କାମ କରେ । ଏଥିପାଇଁ ଉନ୍ନତ ତାଲିମ୍ ଅନୁସନ୍ଧାନ ସହ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନୂଆନୂଆ ଦିଗକୁ ଗ୍ରହଣ କରିବା ପାଇଁ ସଦା ପ୍ରୟାସରତ । ସ୍କୁଲ, କଲେଜ, କମ୍ୟୁନିଟି ସ୍ତରରେ ବିଭିନ୍ନ କର୍ମଶାଳା, ପ୍ରଶିକ୍ଷଣ, ସେମିନାର ଓ ସଚେତନତା ଶିବିର ମାଧ୍ୟମରେ ଅମ୍ରିତ ଧାରା ଯେ କେବଳ ସ୍ୱେଚ୍ଛାସେବୀଙ୍କ ସହଯୋଗକୁୁ ମଜବୁତ୍ କରୁଛି ତାହା ନୁହେଁ ବରଂ ପାଲିଏଟିଭ୍ ମେଡ଼ିକାଲ୍ କେୟାରର ଗୁରୁତ୍ୱକୁ ମଧ୍ୟ ଓଡ଼ିଶାର ଜନସାଧାରଣଙ୍କ ପାଖରେ ପହଞ୍ଚାଇ ପାରୁଛି ।

ଅମ୍ରିତ ଧାରାର ଲକ୍ଷ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ଯତ୍ନ ଓ ସେବା ଯୋଗାଇ ଦେବା ଯାହା ଆପଣଙ୍କ ରୋଗର ଯନ୍ତ୍ରଣାକୁ ଦୂର କରି ଜୀବନକୁ କରିଦେବ ସହଜ । ଅମ୍ରତି ଧାରାର ଏଇ ନିଃସ୍ୱାର୍ଥପର କାମକୁ ଆମ ଟିମ୍ ପକ୍ଷରୁ ଅନେକ ଅନେକ ସାଧୁବାଦ ।

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ସମନ୍ଵିତ କୃଷି ମାଧ୍ୟମରେ ଜୀବନ ଜୀବିକାର ପଥ ପ୍ରଦର୍ଶିକା 

Next Post

ଜୀବନର ଶିକ୍ଷା ଦେଉଛନ୍ତି ନରହରି ମଉସା

You might also like
ramjit-sanali-digitization
ଅସାଧାରଣ

ସାନ୍ତାଳି ଭାଷାର ଡିଜିଟାଇଜେସନରେ ସମର୍ପିତ ରାମଜିତ

3 Mins read
October 22, 2024

ଭାଷା କେବଳ ଏକ ଯୋଗାଯୋଗର ମାଧ୍ୟମ ନୁହେଁ; ଏହା ସଂସ୍କୃତି, ଆବେଗ, ଏବଂ ସାମୁଦାୟିକ ଇତିହାସର ମଧ୍ୟ ବାହକ। କିନ୍ତୁ କାଳଗର୍ଭରେ ଅନେକ ପୁରାତନ ଜନଜାତିଙ୍କ ଭାଷା ଧୀରେ ଧୀରେ ବିଲୁପ୍ତ ହେବାକୁ ଲାଗିଛି, ସେଥିପାଇଁ ସେଗୁଡ଼ିକୁ ସୁରକ୍ଷିତ ରଖିବାର ଆବଶ୍ୟକତା ବଢିଛି । ଏହାର ଗୁରୁତ୍ୱକୁ ଉପଲବ୍ଧି କରିପାରି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଗୋବିନ୍ଦପୁରର ୨୮ ବର୍ଷୀୟ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ରାମଜିତ ଟୁଡୁ ସାନ୍ତାଳି ଭାଷାକୁ ଡିଜିଟାଲ୍ ଯୁଗରେ ମଧ୍ୟ ବଂଚାଇ ରଖିବା ପାଇଁ …

gadget
ଅସାଧାରଣ

ଉଦ୍ଭାବନ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବାର ସଙ୍କଳ୍ପ ନେଇଛନ୍ତି ଆଶିଷ

1 Min read
October 8, 2024

ଜୀବନଟା କେତେ ଲମ୍ବା ହେବ ତା ଆମ ହାତରେ ନାହିଁ କିନ୍ତୁ ଜୀବନଟା କେମିତି ହେବ ତା ଆମ ହାତରେ ଅଛି । ଇଶ୍ୱରଙ୍କ ସୃଷ୍ଟିରେ ନିଜକୁ ଶ୍ରେଷ୍ଠ ବୋଲାଉଥିବାଆମେ ମଣିଷମାନେ ଆଜିର ଦିନରେ ନିଜ ସ୍ୱାର୍ଥ ସାଧନରେ ଲାଗିପଡ଼ିଛନ୍ତି । କ୍ୱଚିତ୍ ଲୋକ ଅଛନ୍ତି ଯେଉଁମାନେ ନିଜସହ ମଣିଷ ସମାଜର କଥା ଭାବନ୍ତି, ଆଉନିଜର ବଳିଷ୍ଠ ଯୋଗଦାନ ମାଧ୍ୟମରେ ଅନେକଙ୍କର ଜୀବନକୁ କରିଦିଅନ୍ତି ସହଜ । ଏମିତି ଜଣେ ବିକ୍ତିତ୍ୱ ହେଲେ ଆଶିଷ ମାହାନା, ପେଷାରେ ଜଣେ ଇଂଜିନିୟର ଭାବେ କାମ କରୁଥିବା ଆଶିଷଙ୍କ ନିଶା କିନ୍ତୁ ନୂଆ ନୂଆ ଉଦ୍ଭାବନ, ଯାହା ଅନ୍ୟରଜୀବନକୁ ସହଜ କରିବାରେ ସାହାଯ୍ୟ କରିବ । ପେଶାରେ ରହି ନିଜ ଉଦ୍ଭାବନ ପାଇଁ ଉପଯୁକ୍ତ ସମୟ ଦେଇନପାରିବାରୁ ଇଂଜିନିୟରିଂରୁ ସନ୍ୟାସ ନେଲେଆଷିଶ । ତାଙ୍କଦ୍ୱାରା ନିକଟରେ ପ୍ରସ୍ତୁତ ହୋଇଥିବା ସ୍ମାର୍ଟ ଷ୍ଟିକ୍ ଦୃଷ୍ଟିହୀନ ଲୋକଙ୍କ ପାଇଁ ବରଦାନ କହିଲେ ଅତ୍ୟୁ୍‌କ୍ତି ହେବନାହିଁ । ଏହାକୁ ଏମିତି ଭାବେଡ଼ିଜାଇନ୍ କରାଯାଇଛି ଯେ ଜଣେ ଦୃଷ୍ଟିହୀନ ଲୋକ ପାଇଁ ଏହା ଗାଇଡ଼୍ ଭଳି ସହାଯ୍ୟ କରିବ ଫଳରେ ଯିବାଆସିବା ପାଇଁ ଏମାନଙ୍କ ଆଉ ଅନ୍ୟ ଉପରେ ନିର୍ଭରକରିବାକୁ ପଡ଼ିବ ନାହିଁ । ପିଲାବେଳୁ ବିଜ୍ଞାନ ପ୍ରତି ମୋର ଅହେତୁକ ଆଗ୍ରହ ଥିଲା, ତେଣୁ ମୋ ପକେଟ୍‌ରେ ସବୁବେଳେ ଗୋଟେ ଟେଷ୍ଟର ଓ ସ୍କ୍ରୁ ଡ଼୍ରାଇଭର ରଖିବାକୁ ମୁଁ ପସନ୍ଦ କରୁଥିଲି ।ମୋତେ ମିଳୁଥିବା ପକେଟ୍ ମନିରୁ ମୁଁ ମୋଟର, ଫିତା, ତାର ଭଳି ଉପକରଣ ଆଣି ନୂଆ ନୂଆ ଉଦ୍ଭାବନ ପାଇଁ ଚେଷ୍ଟା କରୁଥିଲି । କମ୍ ଖର୍ଚ୍ଚରେ ଏହାକୁ ପ୍ରସ୍ତୃତକରିବାକୁ ବିଭିନ୍ନ ସ୍ଥାନରୁ ସଗୃହିତ ପୁରୁଣା ପାର୍ଟସ୍ ଗୁଡ଼ିକ ବ୍ୟବହାର କରେ, ଅନେକ ସମୟରେ ସଫଳ ମଧ୍ୟ ହୁଏ ବୋଲି ଆଶିଷ କୁହନ୍ତି । ୪୬ ବର୍ଷ ବୟଷ୍କ ଆଶିଷ ମାହାନା  ସମ୍ବଲପୁର ଜିଲ୍ଳା, ସଲଦ୍ ପଞ୍ଚାୟତ ଅର୍ନଗତ ନୂଆ ରାମ୍ପେଲା ଗାଁର ଅଧିବାସୀ । ଅପରେସନାଲ୍ ମେନେଜମେଣ୍ଟରେ ଏମବିଏ୍  କରିବା ସହ ଟେଲି କମ୍ୟୁନିକେସନ୍‌, ଇଲେକଟ୍ରୋନିକ୍ସ, କମ୍ପୁଟର ହାର୍ଡ଼ୱେୟାର ବିଷୟ ଗୁଡ଼ିକରେ ଡ଼ିପ୍ଲୋମା ମଧ୍ୟ କରିଛନ୍ତି । ହିଣ୍ଡାଲକୋ ଇଣ୍ଡଟ୍ରିଜ୍‌ରେ ଆସିଷ୍ଟାଣ୍ଡଇଂଜିନିୟର ଭାବେ ଉତ୍ତମ ବେତନରେ ଚାକିରି କରୁଥିଲେ ହେଁ ଦୃଷ୍ଟିହୀନ ଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ତଆରି କରିବାର ନିଶା ପାଇଁ ୨୦୨୩ ରେ ଚାକିରିରୁସନ୍ୟାସ ନେଇଥିଲେ ଆଶିଷ । ଆଉ ତାପରେ ନିଜ ଉଦ୍ଭାବନା ପାଇଁ ଅବିରତ ଚେଷ୍ଟାରେ ଲାଗିପଡ଼ିଛନ୍ତି ସେ । ଆଉ ପଳସ୍ୱରୁପ ତାଙ୍କର ସ୍ୱପ୍ନର ପ୍ରକଳ୍ପ ଦୃଷ୍ଟିହୀନଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ବନେଇବାରେ ସଫଳ ହୋଇଛନ୍ତି ସେ ।   ୨୦୦୯ ମସିହାର କଥା ମୁଁ ଯେତେବେଳେ ମୋ କାମରେ ବାହାରିଥାଏ ମୁଁ ଦେଖିବାକୁ ପାଇଲି ଜଣେ ଦୃଷ୍ଟିହୀନ ବ୍ୟକ୍ତି ରାସ୍ତା ପାରିହେବାକୁ ଅନେକ ସଂଘର୍ଷକରୁଛନ୍ତି ଯାହା ମୋତେ ଆନ୍ଦୋଳିତ କରିଥିଲା, ମୁଁ ତାଙ୍କୁ ରାସ୍ତା ପାର ହେବାରେ ସାହାଯ୍ୟ କଲି ସତ କିନ୍ତୁ ଏ ଘଟଣା ପରଠୁ ଦୃଷ୍ଟିହୀନ ଲୋକଙ୍କୁ ମୁଁ କେମିତିସାହାଯ୍ୟ କରିପାରିବି ସେ ପ୍ରଚେଷ୍ଟାରେ ଲାଗିପଡ଼ିଲି । ଆଉ ଫଳସ୍ୱରୁପ ଏକ ସ୍ମାର୍ଟ ସ୍ଟିକ୍ ତିଆରି କରିବାରେ ସଫଳ ହେଲି ଯାହା ଦୃଷ୍ଟହୀନ ଲୋକଙ୍କୁ ବିନାକାହାର ସାହାଯ୍ୟରେ ରାସ୍ତାରେ ଚଳପ୍ରଚଳ କରିବାକୁ ସାହାଯ୍ୟ କରିବ । ଏଇ ସ୍ମାର୍ଟ ଷ୍ଟିକ୍ ତିଆରି କରିସାରିବା ପରେ ମୁଁ ପ୍ରଥମେ ଏହାକୁ ନିଜ ସହରର ଜଣେଦୃଷ୍ଟିହୀନ ବ୍ୟକ୍ତିଙ୍କୁ ବ୍ୟବହାର ପାଇଁ ଦେଲି ଓ ତାଙ୍କ ମତାମତ ଆଧାରରେ ଏଥିରେ ପରିବର୍ତ୍ତନ କରି ଏଥିରେ ରହୁଥିବା ତ୍ରୃଟିକୁ ସଜାଡ଼ିଲି, ଏହା ଏବେ ବ୍ୟବହାରପାଇଁ ପୁରା ପ୍ରସ୍ତୃତ ବୋଲି ଆଶିଷ କୁହନ୍ତି । ଆଶିଷ ମାହାନା ଦୃଷ୍ଟିହୀନ ବ୍ୟକ୍ତିଙ୍କ ଚଳପ୍ରଚଳକୁ ସହଜ କରିବା ପାଇଁ ଉଭୟ ଇନ୍‌ଡ଼ୋର ଓ ଆଉଟ୍ ଡ଼ୋର୍ ଡ଼ିଭାଇସ୍ ପ୍ରସ୍ତୃତ କରିଛନ୍ତି । ଆଉଟ୍‌ଡ଼ୋର୍ ପାଇଁପ୍ରସ୍ତୃତ ହୋଇଥିବା ସ୍ମାର୍ଟ ସ୍ଟିକ୍‌ଟି ଜି.ପି.ଏସ୍ ଦ୍ୱାରା ପରିଚାଳିତ ଯାହା ୫ ଫୁଟ୍ ଦୁରରୁ ଆସୁଥିବା ବାଧା ବିଷୟରେ ସୁଚନା ଦେବ ଭାଇବ୍ରେସନ୍ ମାଧ୍ୟମରେ ।ସେହିଭଳି ଇନ୍‌ଡ଼ୋର୍‌ରେ ମଧ୍ୟ ଏକ ମଲ୍ଟି ସେନ୍ସର ଡ଼ିଭାଇସ୍ ପ୍ରସ୍ତୃତ ହୋଇଛି ଯାହା ଦୃଷ୍ଟିହୀନ ବ୍ୟକ୍ତିଙ୍କ ସୁରକ୍ଷିତ ଚଳପ୍ରଚଳ ପାଇଁ ବିଶେଷ ଭାବରେ ସାହାଯ୍ୟକରିବ  ଏବଂ କବାଟ ଓ ଝରକା ଥିବା ସ୍ଥାନ ସମ୍ପର୍କରେ ସୁଚନା ଦେବ । ମାହାନାଙ୍କର ଏଇ ଉଦ୍ଭାବନ ସମ୍ବଲପୁର ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ସତପଥିଙ୍କ ଦୃଷ୍ଟି ଆକର୍ଷଣ କଲା ସେ ମଧ୍ୟ ଏଇ ପ୍ରଚେଷ୍ଟାକୁ ବେଶ୍ ପ୍ରଶଂସାକରିଛନ୍ତି । ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ କାର୍ଯ୍ୟାଳୟ ଏଇ ପାଇଲଟ୍ ପ୍ରକଳ୍ପକୁ ଅନୁମୋଦନ କରିଛି ଫଳରେ ଏହାକୁ ସ୍ଥାନୀୟ ବିଦ୍ୟାଳୟର୧୦ ଜଣ ଛାତ୍ରଙ୍କୁ ଏଇ ଷ୍ଟିକ୍ ପ୍ରଦାନ କରାଯାଇଛି, ଯାହାର ଫଳାଫଳ ଭଲ ଆସିଲେ ଆଗାମୀ ଦିନମାନଙ୍କରେ ଏହାର ବ୍ୟାପକ ବ୍ୟବହାର ପାଇଁ ଚିନ୍ତାକରାଯାଇପାରିବ । ରାଜ୍ୟର ପ୍ରଥମ ଦୃଷ୍ଟିହୀନ ଓଏସ୍  ଅଫିସର ସଞ୍ଜୟ ବେହେରା ଏହାକୁ ବ୍ୟବହାର କରି ଖୁସୀଥିବା କଥା ତାଙ୍କ ଟ୍ୱିଟରରେ ପ୍ରକାଶ କରିଛନ୍ତି । ପ୍ରତିଦିନ ମୁଁ ଉଦ୍ଭାବନ ଗୁଡ଼ିକର ବିକାଶ ପାଇଁ କାମକରେ, ଆଗକୁ ମୋର ଲକ୍ଷ୍ୟ ରହିଛି ପତିରକ୍ଷା,ଅନୁସନ୍ଦାନ ସଂସ୍ଥା ଡ଼ିଆରଡ଼ିଓ ସହ କାମକରିବି ଫଳରେଦେଶପାଇଁ ମୁଁ କିଛି ଯୋଗଦାନ ଦେଇପାରିବି ବୋଲି ଆଶିଷ କୁହନ୍ତି ।   ୧୯୯୨ ମସିହାରୁ ଆଶିଷ ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଉଦ୍ଭାବନ ଯାହା ଲୋକଙ୍କ ହିତରେ ଲାଗିସାରିଛି ଓ ଏହାପାଇଁ ତାଙ୍କୁ ଅନେକଥର ସମ୍ମାନିତ ମଧ୍ୟ କରାଯାଇଛି। ଏବେ ସେ ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ତାଙ୍କୁ ନିମନ୍ତ୍ରଣ ଆସୁଛି ଫଳରେ ସେ ତାଙ୍କ ଉଦ୍ଭାବନ ସମ୍ପର୍କରେ ପିଲାଙ୍କୁ ସଚେତନ ମଧ୍ୟ କରୁଛନ୍ତି । ସମାଜ ପାଇଁତାଙ୍କର ଏଇ ଉଦ୍ଭାବନ ସବୁଯେ ବେଶ୍ ସହାୟକ ଏଥିରେ ସନ୍ଦେହର ଅବକାଶ ନାହିଁ । ଆଶିଷ ମାହାନାଙ୍କୁ ଆମ ତରଫରୁ ଅନେକ ଅନେକ ସାଧୁବାଦ ।  

kamala-pujari
ଅସାଧାରଣ

ଜୈବିକ କୃଷିରେ ଅବଦାନ ପାଇଁ ସର୍ବଦା ମନେ ରହିବେ କମଳା ପୂଜାରୀ

3 Mins read
July 27, 2024

୨୦ ଜୁଲାଇ ୨୦୨୪ , ୭୬ ବର୍ଷର ଘଟଣା ବହୁଳ ଜୀବନଯାତ୍ରା ସାରି କମଳା ମା’ ଚାଲିଗଲେ ଆରପାରିକୁ, କିନ୍ତୁ ପଛରେ ଛାଡି ଦେଇଯାଇଛନ୍ତି ଜୈବିକ କୃଷିକୁ ନେଇ ଭବିଷ୍ୟତ ପିଢୀ ପାଇଁ ଅଜସ୍ର ପ୍ରେରଣା । ତାଙ୍କ ଗ୍ରାମ ପାତ୍ରପୁଟ ଆଜି ନିରବି ଯାଇଛି । ତାଙ୍କ ବିୟୋଗରେ ଗ୍ରାମବାସୀ କାନ୍ଦି ଉଠିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ବୟସାଧିକ କାରଣରୁ କିଡନୀ ଜନିତ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ । ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ …

https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.Know about his story of lone dedication and perseverance by clicking on the link above.
Our society needs people like Benudhar Swain who a Our society needs people like Benudhar Swain who are conscious of the forest and its relevance. The 86-years-old farmer is planting trees and promoting afforestation in his native place at Betanati block, Mayurbhanj. His life lies in trees and rears them just like his own children...If every one of us shares the same feeling as Benudhar, the mother earth can be saved from being BARREN...#SAVETREESSAVELIFE #GREEENINITIATIVE #GREENEARTHhttps://inspiringodisha.com/the-trees-are-giving-me-life/
A tribal girl Kuni Dehury proved her unmatched ski A tribal girl Kuni Dehury proved her unmatched skill as a silk reeler at the national level & revamped the life of 500 women through Silk.A brilliant example of woman empowerment.#MakeInIndia #ministryoftextiles #mankibaat #PMOIndia #naveen #skillIndia #silkdesign #OdishaSilkCopy the link belowhttps://inspiringodisha.com/dreams-of-survival-through-silk/
Change is coming! People are getting aware of the Change is coming! People are getting aware of the negative impact of deforestation and the importance of mangroves in the coastal region.A small group of people from the Kendrapada district of Odisha have donated their registered land willingly to the forest department for the mangrove plantation.Be it Dilip, Satyabrat or any other, the names on the list are going up day by day. So, to acknowledge their unique work to save the Hental range the Bhitarkanika forest officials call such people ‘Mangrove Mitra’. CMO Odisha Bikram Keshari Arukha PMO India#Mankibaatpmmodi #SaveHentalMangroves #Odishaforestdepartment#Bhitarkanikawildlifesanctury #DFOBhitarkanikahttps://inspiringodisha.com/friends-of-mangrove-offer.../
"The Bloodman of Odisha" Dhirendra Thakur of Bhuba "The Bloodman of Odisha"Dhirendra Thakur of Bhubaneswar is saving people's lives irrespective of time and place. He not only donates blood but avails all kinds of possible help to the needy 24x7. His selfless effort is really an inspiration for all of us.😇#DOANTEBLOODSAVELIFE https://inspiringodisha.com/blood-man-of-odisha/
A 71-year-old clerk who lives 20 km away from Bhub A 71-year-old clerk who lives 20 km away from Bhubaneswar in Sarkana Village, Balianta block is empowering the lives of more than 5,000 fish farmers every year. His #Aquaculture Field has become the training cum research school for young entrepreneurs in fish breeding, brood production and water management; that too #freeofcost. Starting from a learner to being a tutor, he opines that if done in the right process with technical assistance and patience, fish farming could be a profitable career. His top-notch contribution in the field of Aquaculture has conferred him with ‘Padma Shri’ in 2020. His selfless guidance has inspired many youths in this field, thus, transforming their socio-economic condition.#SarkanaCarpHatchery #AquacultureFieldSchool #ICAR #CIFA#lighthousehttps://inspiringodisha.com/a-clerk-who-becomes-the.../
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies