• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଭିଡିଓ କାହାଣୀ ସଂରକ୍ଷଣ

ବିଲୁପ୍ତପ୍ରାୟ କୃଷ୍ଣସାର ମୃଗଙ୍କ ସୁରକ୍ଷାରେ ଅମୂଲ୍ୟ

No Comments
January 11, 2024
2 Mins read
277 Views

“କୃଷ୍ଣସାର ମୃଗ ଦେଖିବାର ଅଛି ତ ବନ୍ଧୁକ ନୂହେଁ ହାତରେ କ୍ୟାମେରା ଧରିକି ଆସ, ସ୍ୱାଗତ କରିବୁ” – ଏମିତି ଶିର୍ଷକର ଏକ ଚିଠି ବଲିଉଡ଼୍ ଅଭିନେତା ସଲମାନ୍ ଖାଁକୁ ଲେଖି ଚର୍ଚ୍ଚାକୁ ଆସିଥିଲେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଭେଟନଈ ଗାଁର ଅମୁଲ୍ୟ ଉପାଧ୍ୟାୟ । ରାଜସ୍ଥାନର ବିଷ୍ଣୋୟୀ ସଂପ୍ରଦାୟ ଭଳି ଆମେ ଭେଟନଈବାସୀ ମାନେ ମଧ୍ୟ ଆମ ଅଞ୍ଚଳର କୃଷ୍ଣସାର ହରିଣମାନଙ୍କୁ ବେଶ୍ ଭଲପାଉ, ଆଉ ତାଙ୍କ ସୁରକ୍ଷା ପାଇଁ ସମସ୍ତେ ମିଳିମିଶି କାମକରୁ । ଆସ ମୃଗ ଗଣନାରେ ସାମିଲ ହେବ କିନ୍ତୁ ହାତରେ ବନ୍ଦୁକ ବଦଳରେ କ୍ୟାମେରା ଧରି ଆସ ।

ଆମ ଭିତରୁ ଅନେକଲୋକ ଜାଣିନଥିବେ ସାରା ଦେଶରେ ବିଲୁପ୍ତପ୍ରାୟ ବର୍ଗରେ ଥିବା କୃଷ୍ଣସାର ମୃଗ ଆମ ରାଜ୍ୟରେ କେବଳ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳନ୍ତି । ଲୋକମାନଙ୍କ ସୁରକ୍ଷା ମନୋଭାବ ଓ ବଂଶବୃଦ୍ଧିର ଉପକୂଳ ବାତାବରଣ ପାଇଁ ଏବେ ଜିଲ୍ଳ୍ଲାରେ କୃଷ୍ଣସାର ହରିଣମାନଙ୍କ ସଂଖ୍ୟା ୭୭୪୩ରେ ପହଞ୍ଚିଲାଣି । ଆଉ ଏଥିପାଇଁ ଅଗ୍ରଣୀ ଭୁମିକା ଗ୍ରହଣ କରିଆସୁଛନ୍ତି ଭେଟନଈ ଗାଁର ଅମୂଲ୍ୟ ଉପାଧ୍ୟାୟ । କେବଳ ତାଙ୍କ ଗାଁରେ ଏବେ କୃଷ୍ଣସାର ମୃଗଙ୍କ ସଂଖ୍ୟା ୮୦୦ ଟପିଲାଣି । ମୃଗମାନଙ୍କ ସୁରକ୍ଷାରେ ନିଜ ଜୀବନକୁ ଉସ୍ୱର୍ଗ କରିଥିବା ଅମୂଲ୍ୟ କୁହନ୍ତି –

ଅନେକ ବର୍ଷ ପୂର୍ବରୁ ଯେତେବେଳେ ଆମ ଭେଟନଈ ଅଞ୍ଚଳରେ ମରୁଡ଼ି ଓ ଦୁଃର୍ଭିକ୍ଷ ପଡ଼ିଥିଲା ସେ ସମୟରେ ଅଳ୍ପ କିଛି କୃଷ୍ଣସାର ମୃଗ ତାଙ୍କ ଅଞ୍ଚଳକୁ ଆସିଥିଲେ । ତା’ପରେ ପରେ ବର୍ଷା ହେଲା ଫଳରେ ଚାଷବାସ ହେଲା ଓ ପରିସ୍ଥିତିରେ ସୁଧାର ଆସିଲା, ସେବେଠାରୁ ଅଞ୍ଚଳର ଲୋକମାନେ ଏ ମୃଗମାନଙ୍କୁ ଭଗବାନଙ୍କ ଅବତାର ବୋଲି ମାନନ୍ତି ଓ ତାଙ୍କ ସୁରକ୍ଷା କରନ୍ତି ।

ସମୟସହ ମୃଗ ସଂଖ୍ୟା ବଢ଼ିବାକୁ ଲାଗିଲା । ମୃଗମାନେ ସ୍ଥାନୀୟ ଅଞ୍ଚଳରେ ଅବାଧରେ ବିଚରଣ କଲେ କିନ୍ତୁ ଏହାର ସୁଯୋଗ ନେଇ କିଛି ବାହାର ଅଞ୍ଚଳର ଶିକାରୀ ମୃଗମାନଙ୍କ ଶୀକାର କରିବା ଅରମ୍ଭ କଲେ । ଯାହା ବେଶ୍ ବ୍ୟଥିତ କଲା ଭେଟନଈର ଅମୁଲ୍ୟ ଉପାଧ୍ୟାୟଙ୍କୁ । ଫଳରେ ଗାଁ ଓ ଆଖପାଖର ସ୍ଥାନୀୟ ଲୋକଙ୍କୁ ନେଇ ୧୯୯୭ ମସିହାରେ ଗଠନ କଲେ କୃଷ୍ଣସାର ମୃଗ ସୁରକ୍ଷା ସମିତି (Blackbuck Conservation Society) । ସ୍ଥାନୀୟ ଅଂଚଳର ପ୍ରତ୍ୟେକ ଗାଁର ଜଣେ ଲେଖାଏଁ ମେମ୍ବର ରହିଲେ ଏଥିରେ । ଶୀକାରକୁ ରୋକିବା ସହ ଲୋକମାନଙ୍କ ମଧ୍ୟରେ ମୃଗ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟନେଇ ଅମୁଲ୍ୟଙ୍କ ଅଧ୍ୟକ୍ଷତାରେ କାମ କରିଚାଲୁଛି କମିଟି । ଫଳରେ ଦିନେ ହଜାରେ ରୁ କମ୍‌ଥିବା କୃଷ୍ଣସାର ମୃଗଙ୍କ ସଂଖ୍ୟା ଏବେ ୮ ହଜାର ଛୁଇଁବାକୁ ବସିଲାଣି ।

“ଲୋକମାନଙ୍କ ଉତ୍ସାହ ବୃଦ୍ଧି ପାଇଁ ଆମେ ୨୦୦ ଟଙ୍କାର ପୁରଷ୍କାର ରାଶି ରଖିଲୁ । ଯିଏ କୃ୍‌ଷ୍ଣସାର ମୃଗ ଛୁଆ ଜନ୍ମ ହେବାର ଖବର ପ୍ରଥମେ ଦେବ ତାକୁ ୨୦୦ ଟଙ୍କାର ଆର୍ଥିକ ସହାୟତା ପୁରଷ୍କାର ଭାବେ ଦିଆଯିବ ଓ କେହି ଦୁର୍ବୁତ୍ତ ଶିକାର କରୁଥିବାର ଖବର ଦେଲେ ଖବର ଦେଇଥିବା ଲୋକଙ୍କୁ ୧୦୦୦ ଟଙ୍କା ପୁରଷ୍କାର ରାଶି ଦିଆଯିବା ସହ ତାଙ୍କ ନାମକୁ ଗୋପନ ରଖାଯିବାର ବ୍ୟବସ୍ଥା କରିଛୁ” ବୋଲି ଅମୂଲ୍ୟ କୁହନ୍ତି । ଏଇ ସୂଚନାକୁ ଡ଼େଣ୍ଡୁରା ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ ପ୍ରଚାର ମଧ୍ୟ କରାଯିବା ଫଳରେ ଲୋକ ସଚେତନତା ବୃଦ୍ଧି ପାଉଛି ।

ବାହାର ଯାଗାରେ ଭଲ ଦରମାରେ ଚାକିରିର ପ୍ରସ୍ଥାବକୁ ମଧ୍ୟ ଏଇ କୃଷ୍ଣସାର ମୃଗଙ୍କ ସୁରକ୍ଷା ପାଇଁ ଅଣଦେଖା କରିଦେଇଛନ୍ତି ଅମୁଲ୍ୟ । ତାଙ୍କର ଏ କାମରେ ବନବିଭାଗ ମଧ୍ୟ କିଛିମାତ୍ରାରେ ସହଯୋଗ କରୁଛି ସତ କିନ୍ତୁ ମୃଗମାନଙ୍କ ସୁରକ୍ଷା ସହ ପର୍ଯ୍ୟଟନ କ୍ଷେତ୍ରରେ ଏହାର ପ୍ରଚାର ପ୍ରସାର ଓ ଏହାର ସୁରକ୍ଷା ପାଇଁ ନିୟୋଜିତ ଲୋକଙ୍କ ପାଇଁ ସରକାର ବା ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ । ଯଦି ସରକାର ଏହାକୁ ଅଗ୍ରାଧିକାର ଦିଅନ୍ତେ ତାହାଲେ ଏ ଅଞ୍ଚଳ ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରନ୍ତା ଏଥିରେ ତିଳେମାତ୍ର ସଂନ୍ଦେହ ନାହିଁ ।

ଅମୁଲ୍ୟଙ୍କର ଏଇ ନିସ୍ୱାର୍ଥପର ଉଦ୍ୟମ ପାଇଁ ବିଲୁପ୍ରାୟ କୃଷ୍ଣସାର ମୃଗ ଆମ ରାଜ୍ୟର ଏକମାତ୍ର ଜିଲ୍ଲା ଗଞ୍ଜାମରେ ଦେଖିବାକୁ ମିଲୁଛନ୍ତି, ଯାହା ଆମ ପରିବେଶ ଓ ଜୀବଜଗତ ପାଇଁ ଏକ ଶୁଭ ସୂଚନା । ତାଙ୍କର ଏ ଉଦ୍ୟମକୁ ଆମ ଟିମ୍ ତରଫରୁ ଅନେକ ଅନେକ ସାଧୁବାଦ ।

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ପ୍ୟାଡ଼୍‌ଗାର୍ଲ ପାୟଲ

Next Post

ସମନ୍ଵିତ କୃଷି ମାଧ୍ୟମରେ ଜୀବନ ଜୀବିକାର ପଥ ପ୍ରଦର୍ଶିକା 

You might also like
manas
ସଂରକ୍ଷଣ

ଦେଶୀ ବିହନର ସଂରକ୍ଷଣ ମାନସଙ୍କ ଅଭିଯାନ

2 Mins read
December 6, 2024

ପରିବର୍ତ୍ତନଶୀଳ ଯୁଗରେ ଯେଉଁଠାରେ ପାରମ୍ପରିକ କୃଷି ପ୍ରଥା ଲୋପ ପାଇଚାଲିଛି, କଳାହାଣ୍ଡି ଜିଲ୍ଲାର ୪୫ ବର୍ଷୀୟ ମାନସ ରଂଜନ ସାହୁ ଦେଶୀ ବିହନର ରକ୍ଷାକର୍ତ୍ତା ଭାବେ ଏକ ଅଭିଯାନ ବଜାୟ ରଖିଛନ୍ତି । ମାନସ ରଂଜନ ସଂଗ୍ରହ କରିଛନ୍ତି ମୋଟ ୧,୭୫୬ ପ୍ରକାରର ଦୁର୍ଲଭ ଦେଶୀ ବିହନ ଏବଂ ଏହି ବିହନଗୁଡିକର ସଂରକ୍ଷଣ କରିବା ସହ ଅନେକ ଚାଷୀଙ୍କୁ ଦେଶୀ ବିହନ ଓ ଜୈବିକ ଚାଷର ଜ୍ଞାନ ଦେବାକୁ ତାଙ୍କର ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ତାଙ୍କର ଏହି …

muni
ଭିଡିଓ କାହାଣୀ ସଶକ୍ତିକରଣ

କୋୟା ଜନଜାତିଙ୍କୁ ଖୁସି ବାଣ୍ଟୁଛନ୍ତି ମୁନି ମାଡକାମୀ 

2 Mins read
June 18, 2024

ମୁନି ମାଡକାମୀ- ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୋୟା ଜନଜାତିର ଝିଅଟିଏ । ଜିଲ୍ଲାର ପଡିଆ ବ୍ଲକର କାଲଦାପଲ୍ଲୀ ଗ୍ରାମ ପଞ୍ଚାୟତର କୁର୍ତ୍ତୀ ଗ୍ରାମରେ ତାଙ୍କର ଘର। ବୟସ ମାତ୍ର ୧୮ ବର୍ଷ । କିନ୍ତୁ ତାଙ୍କ କାମ ଆଉ ସଫଳତା ସମ୍ମୁଖରେ ତାଙ୍କ ବୟସ ଆଜି କେବଳ ଏକ ସଂଖ୍ୟା । କୃଷି କ୍ଷେତ୍ରରେ ମୁନିଙ୍କର ଉପଲବ୍ଧି ଏବଂ ମାର୍ଗଦର୍ଶନ ତାଙ୍କ ଅଞ୍ଚଳର ପ୍ରାୟ ଅନେକ ଚାଷୀଙ୍କୁ କୃଷି ପ୍ରତି ପୁନଃଆକର୍ଷିତ କରିଛି । ଏକଦା ଏଇ ଚାଷୀମାନେ ରୋଜଗାର ଅନ୍ଵେଷଣରେ ଅନ୍ୟ ରାଜ୍ୟକୁ ଯିବାପାଇଁ ବାଧ୍ୟ ହେଉଥିଲେ । ନିଜ …

Narahari-Malla
ଭିଡିଓ କାହାଣୀ

ଜୀବନର ଶିକ୍ଷା ଦେଉଛନ୍ତି ନରହରି ମଉସା

3 Mins read
April 2, 2024

‘’ପିଲା ଦିନ ଧୁଳିଖେଳ ବୟସରୁ ମୁଁ ସ୍ଵପ୍ନ ଦେଖିଥିଲି ଜଣେ ଶିକ୍ଷକ ହେବାର ସ୍ଵପ୍ନ । ଦେଶର ଭବିଷ୍ୟତମାନଙ୍କୁ ଗଢିବାର ସ୍ଵପ୍ନ । କିନ୍ତୁ ମୋ ଭାଗ୍ୟ ମୋ ସମୟ ମୋର ସ୍ଵପ୍ନକୁ ସ୍ଵପ୍ନରେ ହିଁ ରଖିଦେଲା । ପରିବାରର ସମସ୍ୟା ଆର୍ଥିକ ସ୍ଥିତି ଦୁନିଆର ବୋଝ ତଳେ ଚିପି ହୋଇ ପାଠପଢା ଛାଡି ମତେ ଚାଷବାସ, ବିଲବାଡି, ଆମ ପାନ ବରଜ ସମ୍ଭାଳିବାକୁ ପଡିଲା । ଏତେ ଆଶା କରିଥିଲି କିନ୍ତୁ ମାଟ୍ରିକ ପରୀକ୍ଷା ବି …

It doesn't demand an extraordinary skill to save a It doesn't demand an extraordinary skill to save a dying person in a road accident rather than standing as a mere spectator. Instead, it requires humane emotion to save the person who is swinging between life and death. A truck driver from Jagatsinghpur of Odisha saved more than 400 lives because being a human being he is aware of his duties. Click the link below to read more about him..⬇⬇https://inspiringodisha.com/a-truck-driver-saved-more.../
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.Know about his story of lone dedication and perseverance by clicking on the link above.
An animal geneticist has been investigating the na An animal geneticist has been investigating the native livestock breeds of Odisha for the last two decades. His research laid 8 native breeds to get registered and secure their Intellectual Property (IP) rights.  #people #innovation #newideas #savenativebreeds #OUAT #animalGenetics #CMOOdisha #PMOIndiahttps://inspiringodisha.com/an-effort-to-make-native.../
It's the story of a scientist who devoted his whol It's the story of a scientist who devoted his whole life to the conservation of the vulnerable or extinct rice genus in the Rayagada district of Odisha. His unique way of rice exchange with the farmers for retaining the rice species has replenished his collection in his rice bank. But his struggle is not over, he has to go the extra mile for reversing the vulnerable rice species.#DrDebalDebandBeyondDevelopmentality #vrihi #basudhahttps://inspiringodisha.com/on-a-trail-to-preserve.../
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies