• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ

କର୍କଟ ଆକ୍ରାନ୍ତଙ୍କୁ ସାହାସ ବାଣ୍ଟୁଛନ୍ତି “ଦି ଫାଇଟର୍ସ ଗ୍ରୁପ୍ ଟ୍ରଷ୍ଟ”

No Comments
October 6, 2023
1 Min read
248 Views
cancer

ଜୀବନରେ ଦୁଃଖକଷ୍ଟ ଦେଖିଥିବା ଲୋକ ହିଁ ଉପଲବ୍ଧି କରିପାରେ ଅନ୍ୟର ଜନ୍ତ୍ରଣାକୁ,ଏଇ ଲୋକମାନେ ସାହାଯ୍ୟର ହାତ ବଢ଼ାନ୍ତି ଅସୁବିଧାରେ ପଡ଼ିଥିବା ହଜାର ହଜାର ଲୋକଙ୍କୁ ଆଉ ତାଙ୍କ ଜୀବନକୁ କରିଦିଅନ୍ତି ସହଜ । ଆଜି ଆମେଏମିତି ଏନୁଷ୍ଠାନ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଜୀବନର ଯୁଦ୍ଧରେ ଶିଖିନାହାନ୍ତି ହାରିବା ଆଉ ଅନ୍ୟମାନଙ୍କୁ ବାଣ୍ଟୁଛନ୍ତି ସାହାସ, ନାଁ ତାଙ୍କର “ଦିଫାଇଟର୍ସ ଗ୍ରୁପ୍ ଟ୍ରଷ୍ଟ” ।

୨୦୧୭ ମସିହାରେ ଆରମ୍ଭ ହୋଇଥିବା “ଦି ଫାଇଟର୍ସ ଗ୍ରୁପ୍ ଟ୍ରଷ୍ଟ” ବରଗଡ଼ ଜିଲ୍ଲାର କର୍କଟ ରୋଗ ବିଜୟୀ ଲୋକଙ୍କ ଦ୍ୱାରା ଗଠନ କରାଯାଇଛି, ଯାହାର ମୁଖ୍ୟ ଲକ୍ଷ୍ୟ ଲୋକଙ୍କୁ ସଚେତନ କରିବା । ରିପୋର୍ଟ ଅନୁସାରେ ବରଗଡ଼ ଜିଲ୍ଲାରେ କ୍ୟାସନର୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ସାରା ରାଜ୍ୟରେ ଅଧିକ ।ବରଗଡ଼ରେ ବଢ଼ୁଥିବା କ୍ୟାନ୍ସର ଆକ୍ରାନ୍ତଙ୍କ ସଂଖ୍ୟାକୁ ଆଖି ଆଗରେ ରଖି କିଛି କ୍ୟାନସର ବିଜୟୀ ବ୍ୟକ୍ତି ୨୦୧୭ ମେଁ ୮ ରେ ଗଠନ କଲେ “ଦି ଫାଇଟର୍ସ ଗ୍ରୁପ୍ଟ୍ରଷ୍ଟ” ।

ଆମେ ଚାହୁଁନୁ କ୍ୟାନସରରେ ଆକ୍ରନ୍ତ ବ୍ୟକ୍ତିମାନେ ଏମିତି ହଇରାଣ ହରକତ ହୁଅନ୍ତୁ ଯାହା ଆମେ ହେଇଛୁ- କହିଛନ୍ତି ଟ୍ରଷ୍ଟର ଯୁଗ୍ମ ସଚିବ ଅର୍ଜୁନ ସେଠ୍ ।

ଫାଇଟର୍ସ ଗ୍ରୁପ୍‌ର ସଦସ୍ୟଙ୍କ ଦ୍ୱାରା ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଉଛି ସଚେତନତା ଶିବିର,ଫଳରେ କ୍ୟାନସର ଆକ୍ରାନ୍ତଙ୍କ ସହ ସଚେତନ ହେଉଛନ୍ତି ସାଧାରଣ ଜନତା । ଏହାଛଡ଼ା ପ୍ରତି ବର୍ଷ ଜାତୀୟ କ୍ୟାନସର ସଚେତନତା ଦିବସରେ ଜିଲ୍ଲାର ଭିନ୍ନ ଭିନ୍ନ ବ୍ଲକ୍‌ରେ ଆୟୋଜନ କରାଯାଉଛି କ୍ୟାନସର ସ୍କିନିଂ ଟେଷ୍ଟର । ସ୍ତନ କର୍କଟ ଆକ୍ରାନ୍ତଙ୍କ ବଢ଼ୁଥିବା ସଂଖ୍ୟକୁ ଆଖି ଆଗରେ ରଖି ପ୍ରତିବର୍ଷ ଅକ୍ଟୋବର ୧ ରେ ଡ଼ିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ମହିଳାମାନଙ୍କୁ କରାଯାଉଛି ସଚେତନ । ଆଉ ଏବେ ସାରା ରାଜ୍ୟ ତଥା ଭାରତବର୍ଷର ଶହ ଶହ ମହିଳାଙ୍କ ଯୋଗଦାନ ଦେଖିବାକୁ ମିଳୁଛି । କ୍ୟାନସର ବିଜୟୀଙ୍କ ଉତ୍ସାହ ବୃଦ୍ଧିକରିବା ପାଇଁ ପ୍ରତିବର୍ଷ ନେସନାଲ୍ କ୍ୟାନ୍ସର ସରଭାଇଭର ଡ଼େ ମଧ୍ୟ ଆୟୋଜିତ ହେଉଛି ବେଶ୍ ଧୁମ୍‌ଧାମରେ ।

ଦାରିଦ୍ୟ୍ର ଓ ଅର୍ଥ ଅଭାବ ଓ ଲୋକଲଜ୍ୟାକୁ ଡ଼ରି ଅନେ୍ କର୍କଟ ଆକ୍ରାନ୍ତ ରୋଗକୁ ଲୁଚାଇ ରଖି ନିଜର ଜୀବନ ହାରନ୍ତି ତେଣୁ ଫାଇଟର୍ସ ଗ୍ରୁପ୍ ଦ୍ୱାରା କର୍କଟ ସମ୍ବନ୍ଧୀୟ ସୁଚନା ଓ ସଚେତନତା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୁଚନା, ଗବେଷଣାରରିପୋର୍ଟ , ସୁସ୍ଥ ଜୀବନ ଜାପନର ମନ୍ତ୍ର, ରୋଗୀର ଅଧିକାର, ସଚେତନତାଶିବିର, ଭିନ୍ନ ଭିନ୍ନ କର୍କଟ ରୋଗ ସମ୍ପର୍କରେ ସୂବନା , ସହଭାଗୀତା ଓ ସହଯୋଗ ଆଦି ବିଷୟରେ କର୍କଟ ଆକ୍ରାନ୍ତ ମାନଙ୍କୁ କରାଯାଉଛି ସଚେତନ ।

ଅମେ କର୍କଟ ରୋଗ ବିଜୟୀ ହୋଇଥିବାରୁ ଆମେ ଏଥିରେ ଆକ୍ରାନ୍ତ ତାଙ୍କ ପରିବାରର କଷ୍ଟକୁ ଭଲଭାବରେ ବୁଝୁ, କେମିତି ଜଣେ ଆକ୍ରାନ୍ତ ଶାରୀରିକ ମାନସିକ ଓ ଆର୍ଥିକ ଭାବେ ଭାଙ୍ଗିପଡ଼େ ତେଣୁ ଆମେ ସ୍ୱେଚ୍ଛାକୃତ ଭାବେ କର୍କଟ ଆକ୍ରାନ୍ତଙ୍କ ଯଥାସମ୍ଭବ ସାହାର୍ଯ୍ୟ କରିବାକୁ ଆଗେଇ ଆସୁ । ଆମେ ଲୋକଙ୍କୁ ବୁଝାଉ ଯେ କ୍ୟାନସର୍ ରୋଗ ଏବେ ଆଉ ଅସାଧ୍ୟ ରୋଗ ହେଇ ରହିନାହିଁ , ଠିକ୍ସମୟରେ ଚିକିତ୍ସା କଲେ ଏଥିରୁ ଆରୋଗ୍ୟ ଲାଭ କରିହେବ – କହିଛନ୍ତି ଟ୍ରଷ୍ଟରସାଧାରଣ ସମ୍ପାଦକ ବିଶ୍ୱଜିତ ବାରିକ ।

ଆମେ କର୍କଟରେ ଆକ୍ରାନ୍ତଙ୍କୁ ଆର୍ଥିକ ସହାୟତା ସହ ତାଙ୍କ ଚିକିତ୍ସା ସହଜ ରେକରାଇବା ପାଇଁ ମୁମ୍ବାଇର ଟାଟା ମେମୋରିୟଲ୍ ହସ୍ପିଟାଲ୍, କଟକରେ ଅଚାର୍ଯ୍ୟ ହରିହର କ୍ୟାନସର ହସପିଟାଲ ,ଭୁବନେଶ୍ୱରର ଏମସ୍ ହସ୍ପିଟାଲ ସହ ଯୋଗାଯୋଗ କରି ତାଙ୍କ ଚିକିତ୍ସାରେ ଯଥା ସମ୍ଭବ ସାହାର୍ଯ୍ୟ କରିଥାଉ, ଆଉ ଏଥି ପାଇଁ ସ୍ୱାଚ୍ଛାକୃତ ଭାବେ କିିଛି ଲୋକ ଆମକୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଅନ୍ତି – କହିଛନ୍ତି ଟ୍ରଷ୍ଟର ସଭାପତି ପ୍ରଶନ୍ନ ମିଶ୍ର ।

ବରଗଡ଼ ଜିଲ୍ଲାରେ କ୍ୟାନସର୍ ଆକ୍ରାନ୍ତଙ୍କ ବଢ଼ୁଥିବା ସଂଖ୍ୟାକୁ ଆଖି ଆଗରେ ରଖି“ଦି ଫାଇଟର୍ସ ଗ୍ରୁପ୍ ଟ୍ରଷ୍ଟ” ଏଠାରେ ଏକ କ୍ୟାନସର ହସ୍ପିଟାଲ ଖୋଲିବାକୁ ସରକାରଙ୍କ ଆଗରେ ପ୍ରସ୍ତାବ ରଖିଥିଲେ । ଫଳରେ ଲୋଙ୍କଙ୍କୁ ଆଉ ଚିକିତ୍ସା କରିବାକୁ ଦୁରକୁ ଯାଇ ହଇରାଣ ହରକତ ହେବାକୁ ପଡ଼ିବନି । ପରବର୍ତ୍ତୀ ସମୟରେ ଏହାକୁ ସମର୍ଥନ ଦେଇ ସବୁ ରାଜନୌତିକ ଦଳ ଓ ସ୍ୱାଚ୍ଛାସେବୀ ଅନୁଷ୍ଠାନ ଏଇ ଆନ୍ଦୋଳନକୁ ତିବ୍ରତର କରିଥିଲେ । ଫଳସ୍ୱରୁପ ୨୦୨୧ ସରକାର ବରଗଡ଼ରେ କ୍ୟାନସର୍ ହସ୍ପିଟାଲର ପ୍ରସ୍ତାବ ଗ୍ରହଣ କରିବା ସହ ଖୁବ୍‌ ଶିଘ୍ର ଏହାର ସ୍ଥାପନା ପାଇଁ ଦେଇଥିଲେ ପ୍ରତିଶୃତି ।

ଏବେ ଏଇ କ୍ୟାନସର ହସ୍ପିଟାଲ ନିର୍ମାଣଧୀନ ଅବସ୍ଥାରେ ଥିବା ବେଳେ ଖୁବଶିଘ୍ର ଏହା ପୁରଣ ହେଇ ଲାଗିବ ଲୋକଙ୍କ ହୀତରେ, ଯ।।ହା ଆମ ଅଞ୍ଚଳ ପାଇଁ ବେଶଖୁସୀର ଖବର, ଲାଗୁଛି ଯେମି୍‌ତି ଆମ ସ୍ୱପ୍ନ ନେବାକୁ ଯାଉଛି ବାସ୍ତବତାର ରୂପ – କହିଛନ୍ତି ଟ୍ରଷ୍ଟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦରଜୀ ।

ଆମେ ଆମ କାମ ଏମିତି ଆଗକୁ ମଧ୍ୟ ଜାରୀ ରଖିବୁ , ଆଶା ଏହା କିଛି ଲୋକଙ୍କ ଜୀବନରେ ନିଶ୍ଚିତ ଭାବେ ପରିବର୍ତ୍ତନ ଆଣିବ – କହିଛନ୍ତି ଟ୍ରଷ୍ଟର ଉପସଭାପତି ମୀନତି ପତି ।

ସେବା ଓ ସମର୍ପଣ ଭାବ ନେଇ କାମ କରୁଛନ୍ତି “ଦି ଫାଇଟର୍ସ ଗ୍ରୁପ୍ ଟ୍ରଷ୍ଟ”, କର୍କଟ ରୋଗଯେ ଏବେ ଆଉ ଅସାଧ୍ୟ ହୋଇ ରହିନାହିଁ ସେ ବିଷୟରେ ଲୋକଙ୍କୁ କରୁଛନ୍ତି ସଚେତନ । ବିଶେଷକରି କର୍କଟରେ ଆକ୍ରାନ୍ତଙ୍କ ପାଇଁ ଏମାନେ ସାଜିଛନ୍ତି ଦେବଦୁତ । ଏମାନଙ୍କର ଏଇ ପ୍ରୟାସ ଯେ ସମାଜର ଏକ ବଡ଼ପରିବର୍ତ୍ତନ ଆଣିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଆମ ଟିମ୍ ତରଫରୁ “ଦିଫାଇଟର୍ସ ଗ୍ରୁପ୍ ଟ୍ରଷ୍ଟ”ର ଅବିନବ ପ୍ରୟାସକୁ ସାଧୁବାଦ ଜରାଉଛୁ ଓ ଆପଣମାନଙ୍କୁ ମଧ୍ୟ ଅନୁରୋଧ କରୁଛୁ ସେମାନଙ୍କ ଯଥାସମ୍ଭବ ଆପଣଙ୍କ ସହାୟତାର ହାତ ବଢ଼ାନ୍ତୁ ।

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ବାହାନଗା ରେଳ ଦୁର୍ଘଟଣାପୀଡିତଙ୍କ ପୁନର୍ଜୀବନ ପାଇଁ ପ୍ରୟାସରେ ମଗ୍ନ ଗୋବିନ୍ଦ ବଲ୍ଲଭ

Next Post

ଆଜାଦବାଣୀ – କଏଦୀମାନଙ୍କର ସ୍ୱର

You might also like
ramjit-sanali-digitization
ଅସାଧାରଣ

ସାନ୍ତାଳି ଭାଷାର ଡିଜିଟାଇଜେସନରେ ସମର୍ପିତ ରାମଜିତ

3 Mins read
October 22, 2024

ଭାଷା କେବଳ ଏକ ଯୋଗାଯୋଗର ମାଧ୍ୟମ ନୁହେଁ; ଏହା ସଂସ୍କୃତି, ଆବେଗ, ଏବଂ ସାମୁଦାୟିକ ଇତିହାସର ମଧ୍ୟ ବାହକ। କିନ୍ତୁ କାଳଗର୍ଭରେ ଅନେକ ପୁରାତନ ଜନଜାତିଙ୍କ ଭାଷା ଧୀରେ ଧୀରେ ବିଲୁପ୍ତ ହେବାକୁ ଲାଗିଛି, ସେଥିପାଇଁ ସେଗୁଡ଼ିକୁ ସୁରକ୍ଷିତ ରଖିବାର ଆବଶ୍ୟକତା ବଢିଛି । ଏହାର ଗୁରୁତ୍ୱକୁ ଉପଲବ୍ଧି କରିପାରି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଗୋବିନ୍ଦପୁରର ୨୮ ବର୍ଷୀୟ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ରାମଜିତ ଟୁଡୁ ସାନ୍ତାଳି ଭାଷାକୁ ଡିଜିଟାଲ୍ ଯୁଗରେ ମଧ୍ୟ ବଂଚାଇ ରଖିବା ପାଇଁ …

gadget
ଅସାଧାରଣ

ଉଦ୍ଭାବନ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବାର ସଙ୍କଳ୍ପ ନେଇଛନ୍ତି ଆଶିଷ

1 Min read
October 8, 2024

ଜୀବନଟା କେତେ ଲମ୍ବା ହେବ ତା ଆମ ହାତରେ ନାହିଁ କିନ୍ତୁ ଜୀବନଟା କେମିତି ହେବ ତା ଆମ ହାତରେ ଅଛି । ଇଶ୍ୱରଙ୍କ ସୃଷ୍ଟିରେ ନିଜକୁ ଶ୍ରେଷ୍ଠ ବୋଲାଉଥିବାଆମେ ମଣିଷମାନେ ଆଜିର ଦିନରେ ନିଜ ସ୍ୱାର୍ଥ ସାଧନରେ ଲାଗିପଡ଼ିଛନ୍ତି । କ୍ୱଚିତ୍ ଲୋକ ଅଛନ୍ତି ଯେଉଁମାନେ ନିଜସହ ମଣିଷ ସମାଜର କଥା ଭାବନ୍ତି, ଆଉନିଜର ବଳିଷ୍ଠ ଯୋଗଦାନ ମାଧ୍ୟମରେ ଅନେକଙ୍କର ଜୀବନକୁ କରିଦିଅନ୍ତି ସହଜ । ଏମିତି ଜଣେ ବିକ୍ତିତ୍ୱ ହେଲେ ଆଶିଷ ମାହାନା, ପେଷାରେ ଜଣେ ଇଂଜିନିୟର ଭାବେ କାମ କରୁଥିବା ଆଶିଷଙ୍କ ନିଶା କିନ୍ତୁ ନୂଆ ନୂଆ ଉଦ୍ଭାବନ, ଯାହା ଅନ୍ୟରଜୀବନକୁ ସହଜ କରିବାରେ ସାହାଯ୍ୟ କରିବ । ପେଶାରେ ରହି ନିଜ ଉଦ୍ଭାବନ ପାଇଁ ଉପଯୁକ୍ତ ସମୟ ଦେଇନପାରିବାରୁ ଇଂଜିନିୟରିଂରୁ ସନ୍ୟାସ ନେଲେଆଷିଶ । ତାଙ୍କଦ୍ୱାରା ନିକଟରେ ପ୍ରସ୍ତୁତ ହୋଇଥିବା ସ୍ମାର୍ଟ ଷ୍ଟିକ୍ ଦୃଷ୍ଟିହୀନ ଲୋକଙ୍କ ପାଇଁ ବରଦାନ କହିଲେ ଅତ୍ୟୁ୍‌କ୍ତି ହେବନାହିଁ । ଏହାକୁ ଏମିତି ଭାବେଡ଼ିଜାଇନ୍ କରାଯାଇଛି ଯେ ଜଣେ ଦୃଷ୍ଟିହୀନ ଲୋକ ପାଇଁ ଏହା ଗାଇଡ଼୍ ଭଳି ସହାଯ୍ୟ କରିବ ଫଳରେ ଯିବାଆସିବା ପାଇଁ ଏମାନଙ୍କ ଆଉ ଅନ୍ୟ ଉପରେ ନିର୍ଭରକରିବାକୁ ପଡ଼ିବ ନାହିଁ । ପିଲାବେଳୁ ବିଜ୍ଞାନ ପ୍ରତି ମୋର ଅହେତୁକ ଆଗ୍ରହ ଥିଲା, ତେଣୁ ମୋ ପକେଟ୍‌ରେ ସବୁବେଳେ ଗୋଟେ ଟେଷ୍ଟର ଓ ସ୍କ୍ରୁ ଡ଼୍ରାଇଭର ରଖିବାକୁ ମୁଁ ପସନ୍ଦ କରୁଥିଲି ।ମୋତେ ମିଳୁଥିବା ପକେଟ୍ ମନିରୁ ମୁଁ ମୋଟର, ଫିତା, ତାର ଭଳି ଉପକରଣ ଆଣି ନୂଆ ନୂଆ ଉଦ୍ଭାବନ ପାଇଁ ଚେଷ୍ଟା କରୁଥିଲି । କମ୍ ଖର୍ଚ୍ଚରେ ଏହାକୁ ପ୍ରସ୍ତୃତକରିବାକୁ ବିଭିନ୍ନ ସ୍ଥାନରୁ ସଗୃହିତ ପୁରୁଣା ପାର୍ଟସ୍ ଗୁଡ଼ିକ ବ୍ୟବହାର କରେ, ଅନେକ ସମୟରେ ସଫଳ ମଧ୍ୟ ହୁଏ ବୋଲି ଆଶିଷ କୁହନ୍ତି । ୪୬ ବର୍ଷ ବୟଷ୍କ ଆଶିଷ ମାହାନା  ସମ୍ବଲପୁର ଜିଲ୍ଳା, ସଲଦ୍ ପଞ୍ଚାୟତ ଅର୍ନଗତ ନୂଆ ରାମ୍ପେଲା ଗାଁର ଅଧିବାସୀ । ଅପରେସନାଲ୍ ମେନେଜମେଣ୍ଟରେ ଏମବିଏ୍  କରିବା ସହ ଟେଲି କମ୍ୟୁନିକେସନ୍‌, ଇଲେକଟ୍ରୋନିକ୍ସ, କମ୍ପୁଟର ହାର୍ଡ଼ୱେୟାର ବିଷୟ ଗୁଡ଼ିକରେ ଡ଼ିପ୍ଲୋମା ମଧ୍ୟ କରିଛନ୍ତି । ହିଣ୍ଡାଲକୋ ଇଣ୍ଡଟ୍ରିଜ୍‌ରେ ଆସିଷ୍ଟାଣ୍ଡଇଂଜିନିୟର ଭାବେ ଉତ୍ତମ ବେତନରେ ଚାକିରି କରୁଥିଲେ ହେଁ ଦୃଷ୍ଟିହୀନ ଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ତଆରି କରିବାର ନିଶା ପାଇଁ ୨୦୨୩ ରେ ଚାକିରିରୁସନ୍ୟାସ ନେଇଥିଲେ ଆଶିଷ । ଆଉ ତାପରେ ନିଜ ଉଦ୍ଭାବନା ପାଇଁ ଅବିରତ ଚେଷ୍ଟାରେ ଲାଗିପଡ଼ିଛନ୍ତି ସେ । ଆଉ ପଳସ୍ୱରୁପ ତାଙ୍କର ସ୍ୱପ୍ନର ପ୍ରକଳ୍ପ ଦୃଷ୍ଟିହୀନଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ବନେଇବାରେ ସଫଳ ହୋଇଛନ୍ତି ସେ ।   ୨୦୦୯ ମସିହାର କଥା ମୁଁ ଯେତେବେଳେ ମୋ କାମରେ ବାହାରିଥାଏ ମୁଁ ଦେଖିବାକୁ ପାଇଲି ଜଣେ ଦୃଷ୍ଟିହୀନ ବ୍ୟକ୍ତି ରାସ୍ତା ପାରିହେବାକୁ ଅନେକ ସଂଘର୍ଷକରୁଛନ୍ତି ଯାହା ମୋତେ ଆନ୍ଦୋଳିତ କରିଥିଲା, ମୁଁ ତାଙ୍କୁ ରାସ୍ତା ପାର ହେବାରେ ସାହାଯ୍ୟ କଲି ସତ କିନ୍ତୁ ଏ ଘଟଣା ପରଠୁ ଦୃଷ୍ଟିହୀନ ଲୋକଙ୍କୁ ମୁଁ କେମିତିସାହାଯ୍ୟ କରିପାରିବି ସେ ପ୍ରଚେଷ୍ଟାରେ ଲାଗିପଡ଼ିଲି । ଆଉ ଫଳସ୍ୱରୁପ ଏକ ସ୍ମାର୍ଟ ସ୍ଟିକ୍ ତିଆରି କରିବାରେ ସଫଳ ହେଲି ଯାହା ଦୃଷ୍ଟହୀନ ଲୋକଙ୍କୁ ବିନାକାହାର ସାହାଯ୍ୟରେ ରାସ୍ତାରେ ଚଳପ୍ରଚଳ କରିବାକୁ ସାହାଯ୍ୟ କରିବ । ଏଇ ସ୍ମାର୍ଟ ଷ୍ଟିକ୍ ତିଆରି କରିସାରିବା ପରେ ମୁଁ ପ୍ରଥମେ ଏହାକୁ ନିଜ ସହରର ଜଣେଦୃଷ୍ଟିହୀନ ବ୍ୟକ୍ତିଙ୍କୁ ବ୍ୟବହାର ପାଇଁ ଦେଲି ଓ ତାଙ୍କ ମତାମତ ଆଧାରରେ ଏଥିରେ ପରିବର୍ତ୍ତନ କରି ଏଥିରେ ରହୁଥିବା ତ୍ରୃଟିକୁ ସଜାଡ଼ିଲି, ଏହା ଏବେ ବ୍ୟବହାରପାଇଁ ପୁରା ପ୍ରସ୍ତୃତ ବୋଲି ଆଶିଷ କୁହନ୍ତି । ଆଶିଷ ମାହାନା ଦୃଷ୍ଟିହୀନ ବ୍ୟକ୍ତିଙ୍କ ଚଳପ୍ରଚଳକୁ ସହଜ କରିବା ପାଇଁ ଉଭୟ ଇନ୍‌ଡ଼ୋର ଓ ଆଉଟ୍ ଡ଼ୋର୍ ଡ଼ିଭାଇସ୍ ପ୍ରସ୍ତୃତ କରିଛନ୍ତି । ଆଉଟ୍‌ଡ଼ୋର୍ ପାଇଁପ୍ରସ୍ତୃତ ହୋଇଥିବା ସ୍ମାର୍ଟ ସ୍ଟିକ୍‌ଟି ଜି.ପି.ଏସ୍ ଦ୍ୱାରା ପରିଚାଳିତ ଯାହା ୫ ଫୁଟ୍ ଦୁରରୁ ଆସୁଥିବା ବାଧା ବିଷୟରେ ସୁଚନା ଦେବ ଭାଇବ୍ରେସନ୍ ମାଧ୍ୟମରେ ।ସେହିଭଳି ଇନ୍‌ଡ଼ୋର୍‌ରେ ମଧ୍ୟ ଏକ ମଲ୍ଟି ସେନ୍ସର ଡ଼ିଭାଇସ୍ ପ୍ରସ୍ତୃତ ହୋଇଛି ଯାହା ଦୃଷ୍ଟିହୀନ ବ୍ୟକ୍ତିଙ୍କ ସୁରକ୍ଷିତ ଚଳପ୍ରଚଳ ପାଇଁ ବିଶେଷ ଭାବରେ ସାହାଯ୍ୟକରିବ  ଏବଂ କବାଟ ଓ ଝରକା ଥିବା ସ୍ଥାନ ସମ୍ପର୍କରେ ସୁଚନା ଦେବ । ମାହାନାଙ୍କର ଏଇ ଉଦ୍ଭାବନ ସମ୍ବଲପୁର ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ସତପଥିଙ୍କ ଦୃଷ୍ଟି ଆକର୍ଷଣ କଲା ସେ ମଧ୍ୟ ଏଇ ପ୍ରଚେଷ୍ଟାକୁ ବେଶ୍ ପ୍ରଶଂସାକରିଛନ୍ତି । ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ କାର୍ଯ୍ୟାଳୟ ଏଇ ପାଇଲଟ୍ ପ୍ରକଳ୍ପକୁ ଅନୁମୋଦନ କରିଛି ଫଳରେ ଏହାକୁ ସ୍ଥାନୀୟ ବିଦ୍ୟାଳୟର୧୦ ଜଣ ଛାତ୍ରଙ୍କୁ ଏଇ ଷ୍ଟିକ୍ ପ୍ରଦାନ କରାଯାଇଛି, ଯାହାର ଫଳାଫଳ ଭଲ ଆସିଲେ ଆଗାମୀ ଦିନମାନଙ୍କରେ ଏହାର ବ୍ୟାପକ ବ୍ୟବହାର ପାଇଁ ଚିନ୍ତାକରାଯାଇପାରିବ । ରାଜ୍ୟର ପ୍ରଥମ ଦୃଷ୍ଟିହୀନ ଓଏସ୍  ଅଫିସର ସଞ୍ଜୟ ବେହେରା ଏହାକୁ ବ୍ୟବହାର କରି ଖୁସୀଥିବା କଥା ତାଙ୍କ ଟ୍ୱିଟରରେ ପ୍ରକାଶ କରିଛନ୍ତି । ପ୍ରତିଦିନ ମୁଁ ଉଦ୍ଭାବନ ଗୁଡ଼ିକର ବିକାଶ ପାଇଁ କାମକରେ, ଆଗକୁ ମୋର ଲକ୍ଷ୍ୟ ରହିଛି ପତିରକ୍ଷା,ଅନୁସନ୍ଦାନ ସଂସ୍ଥା ଡ଼ିଆରଡ଼ିଓ ସହ କାମକରିବି ଫଳରେଦେଶପାଇଁ ମୁଁ କିଛି ଯୋଗଦାନ ଦେଇପାରିବି ବୋଲି ଆଶିଷ କୁହନ୍ତି ।   ୧୯୯୨ ମସିହାରୁ ଆଶିଷ ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଉଦ୍ଭାବନ ଯାହା ଲୋକଙ୍କ ହିତରେ ଲାଗିସାରିଛି ଓ ଏହାପାଇଁ ତାଙ୍କୁ ଅନେକଥର ସମ୍ମାନିତ ମଧ୍ୟ କରାଯାଇଛି। ଏବେ ସେ ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ତାଙ୍କୁ ନିମନ୍ତ୍ରଣ ଆସୁଛି ଫଳରେ ସେ ତାଙ୍କ ଉଦ୍ଭାବନ ସମ୍ପର୍କରେ ପିଲାଙ୍କୁ ସଚେତନ ମଧ୍ୟ କରୁଛନ୍ତି । ସମାଜ ପାଇଁତାଙ୍କର ଏଇ ଉଦ୍ଭାବନ ସବୁଯେ ବେଶ୍ ସହାୟକ ଏଥିରେ ସନ୍ଦେହର ଅବକାଶ ନାହିଁ । ଆଶିଷ ମାହାନାଙ୍କୁ ଆମ ତରଫରୁ ଅନେକ ଅନେକ ସାଧୁବାଦ ।  

kamala-pujari
ଅସାଧାରଣ

ଜୈବିକ କୃଷିରେ ଅବଦାନ ପାଇଁ ସର୍ବଦା ମନେ ରହିବେ କମଳା ପୂଜାରୀ

3 Mins read
July 27, 2024

୨୦ ଜୁଲାଇ ୨୦୨୪ , ୭୬ ବର୍ଷର ଘଟଣା ବହୁଳ ଜୀବନଯାତ୍ରା ସାରି କମଳା ମା’ ଚାଲିଗଲେ ଆରପାରିକୁ, କିନ୍ତୁ ପଛରେ ଛାଡି ଦେଇଯାଇଛନ୍ତି ଜୈବିକ କୃଷିକୁ ନେଇ ଭବିଷ୍ୟତ ପିଢୀ ପାଇଁ ଅଜସ୍ର ପ୍ରେରଣା । ତାଙ୍କ ଗ୍ରାମ ପାତ୍ରପୁଟ ଆଜି ନିରବି ଯାଇଛି । ତାଙ୍କ ବିୟୋଗରେ ଗ୍ରାମବାସୀ କାନ୍ଦି ଉଠିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ବୟସାଧିକ କାରଣରୁ କିଡନୀ ଜନିତ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ । ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ …

It doesn't demand an extraordinary skill to save a It doesn't demand an extraordinary skill to save a dying person in a road accident rather than standing as a mere spectator. Instead, it requires humane emotion to save the person who is swinging between life and death. A truck driver from Jagatsinghpur of Odisha saved more than 400 lives because being a human being he is aware of his duties. Click the link below to read more about him..⬇⬇https://inspiringodisha.com/a-truck-driver-saved-more.../
"The Bloodman of Odisha" Dhirendra Thakur of Bhuba "The Bloodman of Odisha"Dhirendra Thakur of Bhubaneswar is saving people's lives irrespective of time and place. He not only donates blood but avails all kinds of possible help to the needy 24x7. His selfless effort is really an inspiration for all of us.😇#DOANTEBLOODSAVELIFE https://inspiringodisha.com/blood-man-of-odisha/
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.Know about his story of lone dedication and perseverance by clicking on the link above.
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
Blindness is not an inefficacy. This fact is prove Blindness is not an inefficacy. This fact is proven by 23-year-old Soundarya Kumar Pradhan of Boden in the Sambalpur district of Odisha over and over again in his life. This international chess player withstood each obstacle with courage and excelled both in his academics and career with shining colors.Learn more about this young talent of Odisha. Click the link below: Soundarya Pradhan Prachurya PradhanPM Narendra Modi Naveen Patnaik #vishwanathananad #sportsministryofindiaLink to the whole story: https://inspiringodisha.com/blind-chess-player-soundarya/
Ever heard of Hair donation? Harapriya Nayak, a s Ever heard of Hair donation? Harapriya Nayak, a social activist in the Jatni block of Khordha district, donates her hair to poor cancer patients. In the form of wigs, she gifts them to women cancer fighters who lost their hair and confidence as well during treatment. She hopes for a day when just like blood donation, people would come forward for hair donation too.so, what motivated her to stand for cancer patients?#Missionsmileoncancerpatient #SOPVA #harapriyanayak #PMNarendraModi #fightagainstcancer #ManKiBaat #liveforachangehttps://inspiringodisha.com/gift-of-wigs-to-cancer-fighters/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies