କିଛି ବର୍ଷ ହେଲା ମାନବ ସମାଜର ଆବଶ୍ୟକତା ଇଣ୍ଟରନେଟ ଉପରେ ନିର୍ଭରଶୀଳତାକୁ ବଢାଇଛି ଫଳରେ ହ୍ଯାକିଂର ଡର ମଧ୍ୟ ବଢିବାରେ ଲାଗିଛି । ଏହାର ଏକମାତ୍ର କାରଣ ହେଉଛି ହ୍ଯାକିଂ ଉପରେ କମ ଧାରଣା। କିନ୍ତୁ ଏହାର ସମାଧାନର ବାଟ ଖୋଜି ପାଇବାରେ ସଫଳ ହୋଇଛନ୍ତି ସୌମ୍ୟରଞ୍ଜନ ସାହୁ । ଆଉ ପ୍ରତିଷ୍ଠା କରିଛନ୍ତି ‘ସାଇବର ନଲେଜ’ ର । ଉଦେଶ୍ୟ ଲୋକଙ୍କୁ ଏଥିକାଲ ହ୍ଯାକିଂ ଉପରେ ସବିଶେଷ ଧାରଣ ଦେବା । ଏବେ ସେ ଏଥିକଲ ହ୍ଯାକିଂ ଓ ସାଇବର ସିକୁରିଟି ବିଷୟରେ ରାଜ୍ୟ ସହ ଦେଶର ବିଭିନ୍ନ ପ୍ରାନ୍ତରେ ଶିକ୍ଷ୍ୟ। ପ୍ରଦାନ କରୁଛନ୍ତି ।
ସୌମ୍ୟଙ୍କ ‘’ସାଇବର ନଲେଜ‘’ ର ଯାତ୍ରା ଏତେ ସହଜ ନଥିଲା । କନ୍ଧମାଳ ଜିଲ୍ଲା ଧୋବାତଟା ଆଦର୍ଶ ବିଦ୍ୟାଳୟର ଦ୍ଵାଦଶ ଶ୍ରେଣୀର ଛାତ୍ର ହେଉଛନ୍ତି ସୌମ୍ୟରଞ୍ଜନ । ପିଲାଟି ବେଳୁ ଏଥିକାଲ ହ୍ଯାକିଂ ପ୍ରତି ତାଙ୍କର ଥିଲା ଆହେତୁକ ଦୁର୍ବଳତା । କିନ୍ତୁ ଘରର ଆର୍ଥିକ ପରିସ୍ଥିତିଏଥିକାଲ କୋର୍ସ ପାଇଁ ବାଧକ ସାଜୁଥିଲା । ବାପା ମାଙ୍କ ବାରଣ ସତ୍ବେ ମନ ବୁଝୁନଥିଲା ତାଙ୍କର । ଶେଷରେ ଜମା କରିଥିବା ପକେଟ ମନି ସହାୟତାରେ ସେ ୨୦୧୨ ମସିହାରୁ ଏଥିକାଲ ହ୍ଯାକିଂର ଯାତ୍ରା ଆରମ୍ଭ କଲେ ଓ ଅନଲାଇନରେ ସାର୍ଟିଫିକେଟ ଏଥିକାଲ ହ୍ଯାକିଂର (CHE) କୋର୍ସ କଲେ । ଧୀରେ ଧୀରେ ଏଥିକାଲ ହ୍ଯାକିଂ ବିଷୟରେ ଅଧିକ ଜାଣିବାକୁ ଯାଇ CHE, VAPT, CISE, CHFT ଆଦି ଅନେକ କୋର୍ସ ସେ ପରବର୍ତୀ ସମୟରେ କରିଛନ୍ତି ।
କୋର୍ସ କରିବା ସମୟରେ ସେ ବିଭିନ୍ନ ସଂସ୍ଥା ମାନଙ୍କର (ଲୋକେସନ ଟ୍ରାକିଂ ,ଅଣ୍ଡ୍ରୋଇଡ ହ୍ଯାକିଂ) ଛୋଟ-ଛୋଟ ପ୍ରୋଜେକ୍ଟରେ କାମ କରୁଥିଲେ । ସେହି ସମୟରେ ଜଣେ ହ୍ଯାକର ଲିବେରିଆନ ଫାଇନାନ୍ସ ମିନିଷ୍ଟ୍ରୀର ୱେବସାଇଟକୁ ହ୍ଯାକ କରିଥିଲେ ଏବଂ ସୌମ୍ୟ ତାଙ୍କୁ ଧରିବାରେ ସଫଳ ହୋଇଥିଲେ । ଏହା ତାଙ୍କୁ ଆଣିଦେଇ ଥିଲା ଜାତୀୟ ଓ ଅନ୍ତର୍ଜାତୀୟ ଖ୍ଯାତି। ଏହାପରେ ସୌମ୍ୟଙ୍କୁ ଲିବେରିଆନ ସରକାରଙ୍କ ତରଫରୁ US $30,000 ଏବଂ ଗୋଟେ ଭଲ ଚାକିରି ର ପ୍ରସ୍ତାବ ବି ମିଳିଥିଲା । କିନ୍ତୁ ସୌମ୍ୟ ନିଜ ଦେଶ ପାଇଁ କିଛି କରିବା ଉଦେଶ୍ୟରେ ଚାକିରିକୁ ପତ୍ୟାଖାନ କଲେ ।
ପୁଅର ସଫଳତା ଦେଖି ବାପା ହେମନ୍ତ ସାହୁ ଏବଂ ମାଁ ସଞ୍ଜୁକ୍ତା ସାହୁ ବେଶ ଖୁସି ହେଲେ। କିନ୍ତୁ ସୌମ୍ୟଙ୍କ ମନରେ ନିଜ ଦେଶ ପାଇଁ ଗୋଇନ୍ଦା (ଆଇ.ବି) ଅଫିସର ହୋଇକାମ କରିବାର ଇଛାଥିଲା ସେଥିପାଇଁ “ଫୋରେଂସିକ ଟେଷ୍ଟିଙ୍ଗ ଓ ଇନଭେସ୍ଟିଗେଶନ”କୋର୍ସ କରିବା ପାଇଁ ମନସ୍ତ କଲେ । ହେଲେ ସେ ଭାବୁଥିଲେ ଯେପର୍ଯ୍ୟନ୍ତ ଲୋକଙ୍କ ମଧ୍ୟରେ ସାଇବର ସଚେତନତା ଜାଗ୍ରତ ହେବନି ସେ ପର୍ଯ୍ୟନ୍ତ ସାଇବର କ୍ରାଇମର ହାର କମିବ ନାହିଁ । ସେଥିପାଇଁ ସେ ୨୦୧୭ ରେ ଗୋଟେ ପୋର୍ଟାଲ ତିଆରି କଲେ ଯାହାର ନାମ ଥିଲା ‘ସାଇବର ନଲେଜ’ । ଏହି ପୋର୍ଟାଲ ର ମୁଖ୍ୟ ଉଦେଶ୍ୟ ହ୍ଯାକିଂ ଓ ସାଇବର ସିକୁରୁଟି ଉପରେ ଲୋକମାନଙ୍କୁ ଶିକ୍ଷା ପ୍ରଦାନ କରିବା । ୨୦ ଜଣିଆ ଟିମ ବିଶିଷ୍ଟ ଏହି ପୋର୍ଟାଲ ଆଜି ପର୍ଯ୍ୟନ୍ତ ୧୫ ,୦୦୦ ଲୋକଙ୍କୁ ସାଇବର ଜ୍ଞାନ ମାଧ୍ୟମରେ ଶସକ୍ତ କରିଛି ।
ଏହି ପୋର୍ଟାଲ ପିଲା ମାନଙ୍କୁ ସାଇବର ବିଷୟରେ ସକ୍ଷମ କରିବା ସହ ମାଗଣାରେ କ୍ଯାରିୟର କାଉସିଲିଙ୍ଗ କରି ଭଲ କମ୍ପାନୀରେ ଚାକିରି ପାଇଁ ଟ୍ରେନିଂ ଦେଉଛି । ସୌମ୍ୟ ପିଲା ମାନଙ୍କୁ ନିଜ ପୋର୍ଟାଲରେ ମଧ୍ୟ ଚାକିରି ଦେଉଛନ୍ତି । ତା’ସହ ପୋର୍ଟାଲ ମାଧ୍ୟମରେ ଲୋକମାନେ ନିଜର ଫୋନ, ଲ୍ଯାପଟପ ଓ କମ୍ପୁଟର ଆଦିର ସାଇବର ସିକ୍ଯୁରିଟୀ ହ୍ଯାକିଂ ହେଉଛି କି ନାହିଁ ତାହା ଜାଣିପାରିବେ ଏବଂ ସୋସିଆଲ ମିଡିଆ ପ୍ଲ୍ଯାଟଫର୍ମକୁ ନିରାପଦ ରଖିପାରିବେ ।
ସୋମ୍ୟଙ୍କୁ ସାଇବର କ୍ରାଇମ ଇନଭେଷ୍ଟିକ ଫିଲ୍ଡ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅନେକ ମଞ୍ଚରେ ପୁରସ୍କୃତ କରାଯାଇଛି । ଜଣେ ପ୍ରତିଭାଶାଳି ଉଦ୍ଯୋଗୀ ଭାବେ ସୌମ୍ୟ ନିଜେ ପ୍ରତିଷ୍ଠା ଅର୍ଜନ କରିବା ସହ ତାଙ୍କ କମ୍ପାନୀ ମଧ୍ୟ ୬୦ ପ୍ରତିଶତ ଅଭିବୃଦ୍ଧି ସହ ଚାଖିଛି ସଫଳତାର ସ୍ଵାଦ ।
ନିଜର ଦୃଢ ଇଚ୍ଛାଶକ୍ତି ବଳରେ ସୋମ୍ୟ ନିଜେ ସଫଳ ହେବା ସହ ବିତରଣ କରୁଛନ୍ତି ସଫଳତାର ମନ୍ତ୍ର ।