• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ

ଅବିନାଶଙ୍କର ଚାଟଶାଳୀ ଗରିବ ଛୁଆମାନଙ୍କ ପାଇଁ ଶିକ୍ଷାର ଆଲୋକ

No Comments
November 16, 2022
3 Mins read
376 Views
Abhinash-Mishra-Chatsali

ଜୀବନ ପାଇଁ ଜରୁରୀ ଶିକ୍ଷା । କିନ୍ତୁ ସବୁରି ଭାଗ୍ୟରେ ଉଚିତ ଶିକ୍ଷା ଲାଭ କରିବାର ସୁଯୋଗ ଜୁଟେନା । ଆମ ରାଜ୍ୟରେ ଏମତିବି ଅନେକ ଗରିବ ଲୋକ ଅଛନ୍ତି ଯେଉଁମାନେ ଦୁଇ ପଇସା ଅଧିକ ରୋଜଗାର ପାଇଁ ନିଜ ପିଲାମାନଙ୍କୁ ଅତି କମ ବୟସରେ କାମରେ ଲଗାଇ ଦିଅନ୍ତି।  ସେମାନେ ବୁଝି ପାରନ୍ତିନି ଶିକ୍ଷାର ମହତ୍ଵ । ଯେଉଁ ପିଲା କାମକରି କିଛି ରୋଜଗାର ଯୋଗଉଅଛି ତାକୁ କିଏ ବା କାହିଁକି ସ୍କୁଲ ଛାଡିବ! ସମ୍ବଲପୁର ଜିଲ୍ଲାର ଗ୍ରାମଚଞ୍ଚଳରେ ଏଇ ଭଳି ସ୍ଥିତିର ମୁକାବିଲାକରି ଶିକ୍ଷାର ସୁରଭି ବିତରଣ କରିବାର ନିଷ୍ଠାପର ଉଦ୍ୟମ କରିଚାଲିଛନ୍ତି ଧାନକୁଡା ବ୍ଲକ ରାଜପଡା ଗାଁ’ର ଯୁବକ- ଅବିନାଶ ମିଶ୍ର ।

ସମ୍ବଲପୁର AIMS କଲେଜରେ ଜଣେ କିରାଣୀ ଭାବେ କାମ କରୁଥିବା ଅବିନାଶ ନିଜର ନିରନ୍ତର ଉଦ୍ୟମ ବଳରେ ଗ୍ରାମାଞ୍ଚଳର ଗରିବ ଆଦିବାସୀ ପିଲାଙ୍କ ଲାଗି କରିଛନ୍ତି ସୁଗମ ଶିକ୍ଷାର ବ୍ୟବସ୍ଥା । ଏଇ ବ୍ୟବସ୍ଥାର ନାମ ରଖିଛନ୍ତି ‘ଶିକ୍ଷାର ଚାଟଶାଳୀ’ । ନିଜସ୍ଵ ଉଦ୍ୟମରେ ଆରମ୍ଭ କରିଥିବା ‘ଶିକ୍ଷାର ଚାଟଶାଳୀ’ କାମରେ ଏବେ ସହଯୋଗର ହାତ ବଢାଇଛନ୍ତି କିଛି ସ୍ଥାନୀୟ ସ୍ୱେଚ୍ଛାସେବୀ । ମାତ୍ର ଦୁଇଟି ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ଅବିନାଶଙ୍କ ‘ଶିକ୍ଷାର ଚାଟଶାଳୀ’ ରେ ଏବେ   ଆଖପାଖ ୧୨ଟି ଗାଁର ପ୍ରାୟ ୨୫୦ ଗରିବ ପିଲା ଶିକ୍ଷାର ସୁଯୋଗ ପାଉଛନ୍ତି । ଆଉ ଏଇ ସଂଖ୍ୟା ଏବେ ଧୀରେ ଧୀରେ ବଢିବାରେ ଲାଗିଛି।

ପିଲାବେଳୁ ନିଜ ବାପାଙ୍କୁ ହରେଇଥିବା ଅବିନାଶଙ୍କ ପାଇଁ ଶିକ୍ଷା ଅର୍ଜନ କରିବା ବେଶ କଷ୍ଟକର ଥିଲା । ଖୁବ ଅଭାବ ଅନାଟନ ଭିତରେ ସେ ନିଜର ପ୍ରାଥମିକ ଶିକ୍ଷା ଅର୍ଜନ କରିଥିଲେ । ଅନେକ କଷ୍ଟକରି, କେତେବେଳେ ସ୍କଲାରଶିପ ତ କେବେ ପାର୍ଟ-ଟାଇମ ଚାକିରି ମାଧ୍ୟମରେ ନିଜର ଉଚ୍ଚଶିକ୍ଷ। ସଂପୂର୍ଣ୍ଣ କରିବାରେ ସଫଳ ହୋଇଥିଲେ ଅବିନାଶ ।

ବି.ଟେକ ଡିଗ୍ରୀ ଲାଭ କରିଥିବା ଅବିନାଶ କଲେଜ ପଢୁଥିବା ସମୟରେ ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିନରେ ଜଣେ ପାର୍ଟ-ଟାଇମ୍ ସଂଯୋଜକ ଭାବେ କାମ କରୁଥିଲେ । ସମ୍ବଲପୁର ଧାମା ବନାଞ୍ଚଳ ଅନ୍ତର୍ଗତ କିଛି ଦୁର୍ଗମ ଗ୍ରାମାଞ୍ଚଳର ରେକର୍ଡ ଦେଖିବାକୁ ପଡୁଥିଲା ତାଙ୍କୁ । ସେଇ ସମୟରେ ସେ ଦେଖିଥିଲେ କେମିତି ଗରିବ ଆଦିବାସୀ ପିଲାମାନେ ପାଠ ପଢା ଛାଡି ନିଜ ବାପା-ମାଙ୍କ ସହିତ ମିଶି ଅର୍ଥ ରୋଜଗାର ଲାଗି କାରଖାନା ଆଦିରେ କାମ କରୁଛନ୍ତି ଓ ପରିବାରର ପେଟ ଭରିବା ପାଇଁ ମଜୁରି ଖଟୁଛନ୍ତି । ଏଇ ଅଞ୍ଚଳ ସବୁରେ ଅନେକ ସ୍କୁଲ ପିଲାଶୂନ୍ୟ ହେଇ ବନ୍ଦ ହେଇ ଯାଉଛି, ଏ କଥା ଅବିନାଶଙ୍କୁ ବେଶ ପ୍ରଭାବିତ କରିଥିଲା । ଆର୍ଥିକ ପ୍ରତିବନ୍ଧକ ହେତୁ ଉପଯୁକ୍ତ ଶିକ୍ଷା ପାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଥିଲା ତାଙ୍କୁ, ଆଉ ସେଥିପାଇଁ ଜୀବନରେ ଶିକ୍ଷାର ମହତ୍ଵ କୁ ସେ ହୃଦୟଙ୍ଗମ କରିଥିଲେ ଖୁବ ଗଭୀରଭାବେରେ । ନିଜର ଅନୁଭବ ତାଙ୍କୁ ଗରିବ ଆଦିବାସୀ ପିଲାମାନଙ୍କ ପାଇଁ କିଛି କରିବାକୁ ସବୁବେଳେ ପ୍ରେରଣା ଦେଉଥିଲା ।  ଅନେକ କଷ୍ଟରେ ସ୍ଥାନୀୟ ସହାଜକୁଲିଆ ଗାଁରେ ଅବିନାଶ ଆରମ୍ଭ କଲେ ଏଇ ପିଲାଙ୍କ ପାଇଁ ‘ଶିକ୍ଷା ର ଚାଟଶାଳୀ’ । ତାଙ୍କର ଏଇ କାମରେ ପ୍ରଥମେ ସହଯୋଗର ହାତ ବଢାଇଥିଲେ ସେଇ ସାହାଜକୁଳିଆ ଗାଁର ଛୋଟ ଝିଅଟିଏ- ମନୋନୀତ ସୁରେନ ।

“ପ୍ରଥମେ-ପ୍ରଥମେ ପିଲାଙ୍କର ବାପା ମାଙ୍କୁ ଶିକ୍ଷାର ମହତ୍ଵ ଆଉ ଆବଶ୍ୟକତା ବିଷୟରେ ବୁଝାଇବା କଷ୍ଟସାଧ୍ୟ ହେଉଥିଲା । ତେବେ ଯେତେବେଳେ ଆମେ ସେମାନଙ୍କୁ ଆଶ୍ୱାସନା ଦେଲୁ ଯେ ଆମେ ସମସ୍ତ ଅଧ୍ୟୟନ ସାମଗ୍ରୀ ଏବଂ ଶିକ୍ଷା ବ୍ୟବସ୍ଥାର ଖର୍ଚ୍ଚ ବହନ କରିବୁ, ସେମାନେ ନିଶ୍ଚିତ ହୋଇଥିଲେ ଏବଂ ସେମାନଙ୍କ ପିଲାମାନଙ୍କୁ ଚାଟଶାଳୀ କୁ ପଠାଇଥିଲେ। ମାତ୍ର ଦୁଇ ଜଣ ପିଲାଙ୍କୁ ନେଇ ଆମେ ଚାଟଶାଳୀ ଆରମ୍ଭ କରିଥିଲୁଦେଖୁ ଦେଖୁ ପିଲା ମାନଙ୍କର ସଂଖ୍ୟା 2 ରୁ ହେଲା 25 । ନିଷ୍ଠାପର ଉଦ୍ୟମରୁ ଉଭୟ ପିଲା ମାନଙ୍କର ଏବଂ ମାତା ପିତାଙ୍କ ଭିତରେ ଶିକ୍ଷା ପାଇଁ ଆଗ୍ରହ ସୃଷ୍ଟି ସମ୍ଭବ ହେଲା”

ସାହାଜକୁଲିଆ ଗାଁ ପରେ ଗୋଇନପୁରା, ବାଇଡିଙ୍ଗା, ଶିତଲପାଲି, ଅମକୁନି, ହୋତାପାଲ, ସୁବାନପୁର, ଜାମଟିକ୍ରା, ବାଦମଲ, ଭୀମଖୋଜ, ମହାପାଲି, ଏବଂ ଗୁମ୍ଲୋଇ ପରି 12 ଟି ଗାଁରେ ଖୋଲିଛି ‘ଶିକ୍ଷାର ଚାଟଶାଳୀ’ । ଦଶମାସ ମଧ୍ୟରେ, ଚାଟଶାଳୀରେ ଏବେ ପ୍ରାୟ ୨୫୦ ଗରିବ ପିଲା ମାଗଣା ଶିକ୍ଷା ନେବା ସମ୍ଭବ ହୋଇଛି । ପ୍ରଥମ ଶ୍ରେଣୀରୁ  ଆରମ୍ଭ କରି ଦ୍ଵାଦଶ ଶ୍ରେଣୀ ଯାଏଁ ପିଲାମାନେ ପାଠ ପଢୁଛନ୍ତି । ଅବିନାଶଙ୍କ ସହିତ ଦଶଜଣ ଶିକ୍ଷକ ଦିନକୁ ଦୁଇଥର ସମୟ ବାହାର କରି ନିୟମିତ ପିଲାଙ୍କୁ ଶିକ୍ଷାଦାନ କାମରେ ଲାଗିଛନ୍ତି । ଅବିନାଶ ପ୍ରତ୍ୟେକ ଦିନ ନୋଟକ୍ୟାମ୍ ଆପ୍ ବ୍ୟବହାର କରି ପ୍ରତି ଗାଁ’ରେ ଥିବା ଶିକ୍ଷା ର ଚାଟଶାଳୀକୁ ତଦାରଖ କରନ୍ତି ।

“ଶିକ୍ଷାର ମହତ୍ଵ ଏବଂ ତା ମାଧ୍ୟମରେ  ଏକ ଭଲ ଜୀବନର ସମ୍ଭାବନା ଦିଗରେ ମୁଁ ପିଲାମାନଙ୍କୁ ପ୍ରେରଣା ଦେବାର ଚେଷ୍ଟାକରେ । ପିଲାଙ୍କ ଭିତରେ ଜ୍ଞାନ-କୌଶଳର ବିକାଶ କରିବା ମୋର ଲକ୍ଷ୍ୟ। ଛୋଟ ଛୋଟ ଉପଲବ୍ଧିରୁ ସବୁବେଳେ ପିଲାମାନେ କିପରି ପ୍ରୋତ୍ସାହନ ପାଇବେ ତା ଦେଖିବା ଆମ କାମର ମୂଳମନ୍ତ୍ର । ଏହା  ପିଲାଙ୍କ ଆତ୍ମବିଶ୍ୱାସ ଏବଂ ମନୋବଳକୁ ସୁଦୃଢ କରେ ଓ ପ୍ରତିଯୋଗୀ ମନୋଭାବକୁ ବଢାଏ । ଭିନ୍ନକ୍ଷମ ଏବଂ କମବୁଧିଆଙ୍କ ପ୍ରତି ଆମ ପିଲାଙ୍କ ଭିତରେ ଏକ ଆନ୍ତରିକ ମନୋଭାବ ବଜାୟ ରଖିବାକୁ ଆମେ ପ୍ରେରଣା ବି ଦେଉ। ଉପଯୁକ୍ତ ମାର୍ଗଦର୍ଶନ ଓ ନିଷ୍ଠାପର ଅଧ୍ୟୟନ ମାଧ୍ୟମରେ ଆମେ ପିଲାଙ୍କ ପାଇଁ  ଉତ୍ତମ କ୍ୟାରିୟରର ସମ୍ଭାବନା ଜାଗ୍ରତ କରିବାର ଚେଷ୍ଟାରେ ଲାଗିଛୁ । ସମ୍ବଲପୁର ଜିଲ୍ଲାର ଆଉ 24 ଟି ଗାଁ ଆମେ ଚିହ୍ନଟ କରିଛୁ  ଯେଉଁଠାରେ ଆମେ ଅଧିକ ଅଭାବୀ ପିଲାମାନଙ୍କୁ ଶିକ୍ଷାର ଚାଟଶାଳୀ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବୁ । ଆମ କାମରେ ଉତ୍ସାହିତ ହୋଇଏବେ କେହି କେହି ଦାତା ଶିକ୍ଷା ର ଚାଟଶାଳୀ ମାଧ୍ୟମରେ ଗରିବ ପରିବାରର ପିଲାଙ୍କ ପାଇଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି”

ଅବିନାଶଙ୍କ ‘ଶିକ୍ଷାର ଚାଟଶାଳୀ’ ଗରିବ ପିଲାମାନଙ୍କ ପାଇଁ ଏକ ଆଶୀର୍ବାଦ ଅଟେ । ଅବିନାଶ ଏବଂ ତାଙ୍କ ନିଷ୍ଠାପର ଉଦ୍ୟମ ଆମ ସମସ୍ତଙ୍କ ପାଇଁ ପ୍ରେରଣା । ଅବିନାଶଙ୍କୁ ହୃଦୟଭାର ଅଭିନନ୍ଦନ ।

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ନିଜ ଉଦ୍ୟମରେ ଗାଁ ପାଇଁ ରାସ୍ତା ତିଆରି କଲେ ଧନେଶ୍ଵର

Next Post

ଦୃଷ୍ଟିହୀନ କିନ୍ତୁ ସକ୍ଷମରୁ ବି ଆହୁରି ସକ୍ଷମ

You might also like
ramjit-sanali-digitization
ଅସାଧାରଣ

ସାନ୍ତାଳି ଭାଷାର ଡିଜିଟାଇଜେସନରେ ସମର୍ପିତ ରାମଜିତ

3 Mins read
October 22, 2024

ଭାଷା କେବଳ ଏକ ଯୋଗାଯୋଗର ମାଧ୍ୟମ ନୁହେଁ; ଏହା ସଂସ୍କୃତି, ଆବେଗ, ଏବଂ ସାମୁଦାୟିକ ଇତିହାସର ମଧ୍ୟ ବାହକ। କିନ୍ତୁ କାଳଗର୍ଭରେ ଅନେକ ପୁରାତନ ଜନଜାତିଙ୍କ ଭାଷା ଧୀରେ ଧୀରେ ବିଲୁପ୍ତ ହେବାକୁ ଲାଗିଛି, ସେଥିପାଇଁ ସେଗୁଡ଼ିକୁ ସୁରକ୍ଷିତ ରଖିବାର ଆବଶ୍ୟକତା ବଢିଛି । ଏହାର ଗୁରୁତ୍ୱକୁ ଉପଲବ୍ଧି କରିପାରି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଗୋବିନ୍ଦପୁରର ୨୮ ବର୍ଷୀୟ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ରାମଜିତ ଟୁଡୁ ସାନ୍ତାଳି ଭାଷାକୁ ଡିଜିଟାଲ୍ ଯୁଗରେ ମଧ୍ୟ ବଂଚାଇ ରଖିବା ପାଇଁ …

gadget
ଅସାଧାରଣ

ଉଦ୍ଭାବନ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବାର ସଙ୍କଳ୍ପ ନେଇଛନ୍ତି ଆଶିଷ

1 Min read
October 8, 2024

ଜୀବନଟା କେତେ ଲମ୍ବା ହେବ ତା ଆମ ହାତରେ ନାହିଁ କିନ୍ତୁ ଜୀବନଟା କେମିତି ହେବ ତା ଆମ ହାତରେ ଅଛି । ଇଶ୍ୱରଙ୍କ ସୃଷ୍ଟିରେ ନିଜକୁ ଶ୍ରେଷ୍ଠ ବୋଲାଉଥିବାଆମେ ମଣିଷମାନେ ଆଜିର ଦିନରେ ନିଜ ସ୍ୱାର୍ଥ ସାଧନରେ ଲାଗିପଡ଼ିଛନ୍ତି । କ୍ୱଚିତ୍ ଲୋକ ଅଛନ୍ତି ଯେଉଁମାନେ ନିଜସହ ମଣିଷ ସମାଜର କଥା ଭାବନ୍ତି, ଆଉନିଜର ବଳିଷ୍ଠ ଯୋଗଦାନ ମାଧ୍ୟମରେ ଅନେକଙ୍କର ଜୀବନକୁ କରିଦିଅନ୍ତି ସହଜ । ଏମିତି ଜଣେ ବିକ୍ତିତ୍ୱ ହେଲେ ଆଶିଷ ମାହାନା, ପେଷାରେ ଜଣେ ଇଂଜିନିୟର ଭାବେ କାମ କରୁଥିବା ଆଶିଷଙ୍କ ନିଶା କିନ୍ତୁ ନୂଆ ନୂଆ ଉଦ୍ଭାବନ, ଯାହା ଅନ୍ୟରଜୀବନକୁ ସହଜ କରିବାରେ ସାହାଯ୍ୟ କରିବ । ପେଶାରେ ରହି ନିଜ ଉଦ୍ଭାବନ ପାଇଁ ଉପଯୁକ୍ତ ସମୟ ଦେଇନପାରିବାରୁ ଇଂଜିନିୟରିଂରୁ ସନ୍ୟାସ ନେଲେଆଷିଶ । ତାଙ୍କଦ୍ୱାରା ନିକଟରେ ପ୍ରସ୍ତୁତ ହୋଇଥିବା ସ୍ମାର୍ଟ ଷ୍ଟିକ୍ ଦୃଷ୍ଟିହୀନ ଲୋକଙ୍କ ପାଇଁ ବରଦାନ କହିଲେ ଅତ୍ୟୁ୍‌କ୍ତି ହେବନାହିଁ । ଏହାକୁ ଏମିତି ଭାବେଡ଼ିଜାଇନ୍ କରାଯାଇଛି ଯେ ଜଣେ ଦୃଷ୍ଟିହୀନ ଲୋକ ପାଇଁ ଏହା ଗାଇଡ଼୍ ଭଳି ସହାଯ୍ୟ କରିବ ଫଳରେ ଯିବାଆସିବା ପାଇଁ ଏମାନଙ୍କ ଆଉ ଅନ୍ୟ ଉପରେ ନିର୍ଭରକରିବାକୁ ପଡ଼ିବ ନାହିଁ । ପିଲାବେଳୁ ବିଜ୍ଞାନ ପ୍ରତି ମୋର ଅହେତୁକ ଆଗ୍ରହ ଥିଲା, ତେଣୁ ମୋ ପକେଟ୍‌ରେ ସବୁବେଳେ ଗୋଟେ ଟେଷ୍ଟର ଓ ସ୍କ୍ରୁ ଡ଼୍ରାଇଭର ରଖିବାକୁ ମୁଁ ପସନ୍ଦ କରୁଥିଲି ।ମୋତେ ମିଳୁଥିବା ପକେଟ୍ ମନିରୁ ମୁଁ ମୋଟର, ଫିତା, ତାର ଭଳି ଉପକରଣ ଆଣି ନୂଆ ନୂଆ ଉଦ୍ଭାବନ ପାଇଁ ଚେଷ୍ଟା କରୁଥିଲି । କମ୍ ଖର୍ଚ୍ଚରେ ଏହାକୁ ପ୍ରସ୍ତୃତକରିବାକୁ ବିଭିନ୍ନ ସ୍ଥାନରୁ ସଗୃହିତ ପୁରୁଣା ପାର୍ଟସ୍ ଗୁଡ଼ିକ ବ୍ୟବହାର କରେ, ଅନେକ ସମୟରେ ସଫଳ ମଧ୍ୟ ହୁଏ ବୋଲି ଆଶିଷ କୁହନ୍ତି । ୪୬ ବର୍ଷ ବୟଷ୍କ ଆଶିଷ ମାହାନା  ସମ୍ବଲପୁର ଜିଲ୍ଳା, ସଲଦ୍ ପଞ୍ଚାୟତ ଅର୍ନଗତ ନୂଆ ରାମ୍ପେଲା ଗାଁର ଅଧିବାସୀ । ଅପରେସନାଲ୍ ମେନେଜମେଣ୍ଟରେ ଏମବିଏ୍  କରିବା ସହ ଟେଲି କମ୍ୟୁନିକେସନ୍‌, ଇଲେକଟ୍ରୋନିକ୍ସ, କମ୍ପୁଟର ହାର୍ଡ଼ୱେୟାର ବିଷୟ ଗୁଡ଼ିକରେ ଡ଼ିପ୍ଲୋମା ମଧ୍ୟ କରିଛନ୍ତି । ହିଣ୍ଡାଲକୋ ଇଣ୍ଡଟ୍ରିଜ୍‌ରେ ଆସିଷ୍ଟାଣ୍ଡଇଂଜିନିୟର ଭାବେ ଉତ୍ତମ ବେତନରେ ଚାକିରି କରୁଥିଲେ ହେଁ ଦୃଷ୍ଟିହୀନ ଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ତଆରି କରିବାର ନିଶା ପାଇଁ ୨୦୨୩ ରେ ଚାକିରିରୁସନ୍ୟାସ ନେଇଥିଲେ ଆଶିଷ । ଆଉ ତାପରେ ନିଜ ଉଦ୍ଭାବନା ପାଇଁ ଅବିରତ ଚେଷ୍ଟାରେ ଲାଗିପଡ଼ିଛନ୍ତି ସେ । ଆଉ ପଳସ୍ୱରୁପ ତାଙ୍କର ସ୍ୱପ୍ନର ପ୍ରକଳ୍ପ ଦୃଷ୍ଟିହୀନଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ବନେଇବାରେ ସଫଳ ହୋଇଛନ୍ତି ସେ ।   ୨୦୦୯ ମସିହାର କଥା ମୁଁ ଯେତେବେଳେ ମୋ କାମରେ ବାହାରିଥାଏ ମୁଁ ଦେଖିବାକୁ ପାଇଲି ଜଣେ ଦୃଷ୍ଟିହୀନ ବ୍ୟକ୍ତି ରାସ୍ତା ପାରିହେବାକୁ ଅନେକ ସଂଘର୍ଷକରୁଛନ୍ତି ଯାହା ମୋତେ ଆନ୍ଦୋଳିତ କରିଥିଲା, ମୁଁ ତାଙ୍କୁ ରାସ୍ତା ପାର ହେବାରେ ସାହାଯ୍ୟ କଲି ସତ କିନ୍ତୁ ଏ ଘଟଣା ପରଠୁ ଦୃଷ୍ଟିହୀନ ଲୋକଙ୍କୁ ମୁଁ କେମିତିସାହାଯ୍ୟ କରିପାରିବି ସେ ପ୍ରଚେଷ୍ଟାରେ ଲାଗିପଡ଼ିଲି । ଆଉ ଫଳସ୍ୱରୁପ ଏକ ସ୍ମାର୍ଟ ସ୍ଟିକ୍ ତିଆରି କରିବାରେ ସଫଳ ହେଲି ଯାହା ଦୃଷ୍ଟହୀନ ଲୋକଙ୍କୁ ବିନାକାହାର ସାହାଯ୍ୟରେ ରାସ୍ତାରେ ଚଳପ୍ରଚଳ କରିବାକୁ ସାହାଯ୍ୟ କରିବ । ଏଇ ସ୍ମାର୍ଟ ଷ୍ଟିକ୍ ତିଆରି କରିସାରିବା ପରେ ମୁଁ ପ୍ରଥମେ ଏହାକୁ ନିଜ ସହରର ଜଣେଦୃଷ୍ଟିହୀନ ବ୍ୟକ୍ତିଙ୍କୁ ବ୍ୟବହାର ପାଇଁ ଦେଲି ଓ ତାଙ୍କ ମତାମତ ଆଧାରରେ ଏଥିରେ ପରିବର୍ତ୍ତନ କରି ଏଥିରେ ରହୁଥିବା ତ୍ରୃଟିକୁ ସଜାଡ଼ିଲି, ଏହା ଏବେ ବ୍ୟବହାରପାଇଁ ପୁରା ପ୍ରସ୍ତୃତ ବୋଲି ଆଶିଷ କୁହନ୍ତି । ଆଶିଷ ମାହାନା ଦୃଷ୍ଟିହୀନ ବ୍ୟକ୍ତିଙ୍କ ଚଳପ୍ରଚଳକୁ ସହଜ କରିବା ପାଇଁ ଉଭୟ ଇନ୍‌ଡ଼ୋର ଓ ଆଉଟ୍ ଡ଼ୋର୍ ଡ଼ିଭାଇସ୍ ପ୍ରସ୍ତୃତ କରିଛନ୍ତି । ଆଉଟ୍‌ଡ଼ୋର୍ ପାଇଁପ୍ରସ୍ତୃତ ହୋଇଥିବା ସ୍ମାର୍ଟ ସ୍ଟିକ୍‌ଟି ଜି.ପି.ଏସ୍ ଦ୍ୱାରା ପରିଚାଳିତ ଯାହା ୫ ଫୁଟ୍ ଦୁରରୁ ଆସୁଥିବା ବାଧା ବିଷୟରେ ସୁଚନା ଦେବ ଭାଇବ୍ରେସନ୍ ମାଧ୍ୟମରେ ।ସେହିଭଳି ଇନ୍‌ଡ଼ୋର୍‌ରେ ମଧ୍ୟ ଏକ ମଲ୍ଟି ସେନ୍ସର ଡ଼ିଭାଇସ୍ ପ୍ରସ୍ତୃତ ହୋଇଛି ଯାହା ଦୃଷ୍ଟିହୀନ ବ୍ୟକ୍ତିଙ୍କ ସୁରକ୍ଷିତ ଚଳପ୍ରଚଳ ପାଇଁ ବିଶେଷ ଭାବରେ ସାହାଯ୍ୟକରିବ  ଏବଂ କବାଟ ଓ ଝରକା ଥିବା ସ୍ଥାନ ସମ୍ପର୍କରେ ସୁଚନା ଦେବ । ମାହାନାଙ୍କର ଏଇ ଉଦ୍ଭାବନ ସମ୍ବଲପୁର ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ସତପଥିଙ୍କ ଦୃଷ୍ଟି ଆକର୍ଷଣ କଲା ସେ ମଧ୍ୟ ଏଇ ପ୍ରଚେଷ୍ଟାକୁ ବେଶ୍ ପ୍ରଶଂସାକରିଛନ୍ତି । ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ କାର୍ଯ୍ୟାଳୟ ଏଇ ପାଇଲଟ୍ ପ୍ରକଳ୍ପକୁ ଅନୁମୋଦନ କରିଛି ଫଳରେ ଏହାକୁ ସ୍ଥାନୀୟ ବିଦ୍ୟାଳୟର୧୦ ଜଣ ଛାତ୍ରଙ୍କୁ ଏଇ ଷ୍ଟିକ୍ ପ୍ରଦାନ କରାଯାଇଛି, ଯାହାର ଫଳାଫଳ ଭଲ ଆସିଲେ ଆଗାମୀ ଦିନମାନଙ୍କରେ ଏହାର ବ୍ୟାପକ ବ୍ୟବହାର ପାଇଁ ଚିନ୍ତାକରାଯାଇପାରିବ । ରାଜ୍ୟର ପ୍ରଥମ ଦୃଷ୍ଟିହୀନ ଓଏସ୍  ଅଫିସର ସଞ୍ଜୟ ବେହେରା ଏହାକୁ ବ୍ୟବହାର କରି ଖୁସୀଥିବା କଥା ତାଙ୍କ ଟ୍ୱିଟରରେ ପ୍ରକାଶ କରିଛନ୍ତି । ପ୍ରତିଦିନ ମୁଁ ଉଦ୍ଭାବନ ଗୁଡ଼ିକର ବିକାଶ ପାଇଁ କାମକରେ, ଆଗକୁ ମୋର ଲକ୍ଷ୍ୟ ରହିଛି ପତିରକ୍ଷା,ଅନୁସନ୍ଦାନ ସଂସ୍ଥା ଡ଼ିଆରଡ଼ିଓ ସହ କାମକରିବି ଫଳରେଦେଶପାଇଁ ମୁଁ କିଛି ଯୋଗଦାନ ଦେଇପାରିବି ବୋଲି ଆଶିଷ କୁହନ୍ତି ।   ୧୯୯୨ ମସିହାରୁ ଆଶିଷ ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଉଦ୍ଭାବନ ଯାହା ଲୋକଙ୍କ ହିତରେ ଲାଗିସାରିଛି ଓ ଏହାପାଇଁ ତାଙ୍କୁ ଅନେକଥର ସମ୍ମାନିତ ମଧ୍ୟ କରାଯାଇଛି। ଏବେ ସେ ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ତାଙ୍କୁ ନିମନ୍ତ୍ରଣ ଆସୁଛି ଫଳରେ ସେ ତାଙ୍କ ଉଦ୍ଭାବନ ସମ୍ପର୍କରେ ପିଲାଙ୍କୁ ସଚେତନ ମଧ୍ୟ କରୁଛନ୍ତି । ସମାଜ ପାଇଁତାଙ୍କର ଏଇ ଉଦ୍ଭାବନ ସବୁଯେ ବେଶ୍ ସହାୟକ ଏଥିରେ ସନ୍ଦେହର ଅବକାଶ ନାହିଁ । ଆଶିଷ ମାହାନାଙ୍କୁ ଆମ ତରଫରୁ ଅନେକ ଅନେକ ସାଧୁବାଦ ।  

kamala-pujari
ଅସାଧାରଣ

ଜୈବିକ କୃଷିରେ ଅବଦାନ ପାଇଁ ସର୍ବଦା ମନେ ରହିବେ କମଳା ପୂଜାରୀ

3 Mins read
July 27, 2024

୨୦ ଜୁଲାଇ ୨୦୨୪ , ୭୬ ବର୍ଷର ଘଟଣା ବହୁଳ ଜୀବନଯାତ୍ରା ସାରି କମଳା ମା’ ଚାଲିଗଲେ ଆରପାରିକୁ, କିନ୍ତୁ ପଛରେ ଛାଡି ଦେଇଯାଇଛନ୍ତି ଜୈବିକ କୃଷିକୁ ନେଇ ଭବିଷ୍ୟତ ପିଢୀ ପାଇଁ ଅଜସ୍ର ପ୍ରେରଣା । ତାଙ୍କ ଗ୍ରାମ ପାତ୍ରପୁଟ ଆଜି ନିରବି ଯାଇଛି । ତାଙ୍କ ବିୟୋଗରେ ଗ୍ରାମବାସୀ କାନ୍ଦି ଉଠିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ବୟସାଧିକ କାରଣରୁ କିଡନୀ ଜନିତ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ । ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ …

An animal geneticist has been investigating the na An animal geneticist has been investigating the native livestock breeds of Odisha for the last two decades. His research laid 8 native breeds to get registered and secure their Intellectual Property (IP) rights.  #people #innovation #newideas #savenativebreeds #OUAT #animalGenetics #CMOOdisha #PMOIndiahttps://inspiringodisha.com/an-effort-to-make-native.../
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.Know about his story of lone dedication and perseverance by clicking on the link above.
It's the story of a scientist who devoted his whol It's the story of a scientist who devoted his whole life to the conservation of the vulnerable or extinct rice genus in the Rayagada district of Odisha. His unique way of rice exchange with the farmers for retaining the rice species has replenished his collection in his rice bank. But his struggle is not over, he has to go the extra mile for reversing the vulnerable rice species.#DrDebalDebandBeyondDevelopmentality #vrihi #basudhahttps://inspiringodisha.com/on-a-trail-to-preserve.../
A 71-year-old clerk who lives 20 km away from Bhub A 71-year-old clerk who lives 20 km away from Bhubaneswar in Sarkana Village, Balianta block is empowering the lives of more than 5,000 fish farmers every year. His #Aquaculture Field has become the training cum research school for young entrepreneurs in fish breeding, brood production and water management; that too #freeofcost. Starting from a learner to being a tutor, he opines that if done in the right process with technical assistance and patience, fish farming could be a profitable career. His top-notch contribution in the field of Aquaculture has conferred him with ‘Padma Shri’ in 2020. His selfless guidance has inspired many youths in this field, thus, transforming their socio-economic condition.#SarkanaCarpHatchery #AquacultureFieldSchool #ICAR #CIFA#lighthousehttps://inspiringodisha.com/a-clerk-who-becomes-the.../
Change is coming! People are getting aware of the Change is coming! People are getting aware of the negative impact of deforestation and the importance of mangroves in the coastal region.A small group of people from the Kendrapada district of Odisha have donated their registered land willingly to the forest department for the mangrove plantation.Be it Dilip, Satyabrat or any other, the names on the list are going up day by day. So, to acknowledge their unique work to save the Hental range the Bhitarkanika forest officials call such people ‘Mangrove Mitra’. CMO Odisha Bikram Keshari Arukha PMO India#Mankibaatpmmodi #SaveHentalMangroves #Odishaforestdepartment#Bhitarkanikawildlifesanctury #DFOBhitarkanikahttps://inspiringodisha.com/friends-of-mangrove-offer.../
Our society needs people like Benudhar Swain who a Our society needs people like Benudhar Swain who are conscious of the forest and its relevance. The 86-years-old farmer is planting trees and promoting afforestation in his native place at Betanati block, Mayurbhanj. His life lies in trees and rears them just like his own children...If every one of us shares the same feeling as Benudhar, the mother earth can be saved from being BARREN...#SAVETREESSAVELIFE #GREEENINITIATIVE #GREENEARTHhttps://inspiringodisha.com/the-trees-are-giving-me-life/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies