• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ

ପିଲାମାନଙ୍କ ଭବିଷ୍ୟତ ଗଢିବା ପାଇଁ ଉଦ୍ୟମ କରିଚାଲିଛନ୍ତି ଶାନ୍ତାକାର

No Comments
August 24, 2022
3 Mins read
386 Views
a person sitting on a road side pillar with hills and sky in the background

ଚେଲ୍ଲାପିଲ୍ଲା ଶାନ୍ତାକାର । କୋରାପୁଟ ସହରର ପୂଜାରିପୁଟରେ ଘର ତାଙ୍କର । ଜଣେ ସୁଦକ୍ଷ ସାମ୍ବାଦିକ ଭାବରେ ବେଶ ନା’ଡାକ ରହିଛି ତାଙ୍କର ସ୍ଥାନୀୟ ଅଞ୍ଚଳରେ। ତେବେ ଶ୍ରୀ ମା’ ଶ୍ରୀ ଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ଶାନ୍ତକାରଙ୍କର ପ୍ରଥମ ପ୍ରେମ ହେଉଛି ପ୍ରକୃତି, ପରିବେଶ ଆଉ କୋରାପୁଟ । ଆଉ ସମାଜ ସେବା ବିଶେଷକରି ଆମର ଆସନ୍ତାକାଲିର ଭବିଷ୍ୟତ କୁନି କୁନି ପିଲାଙ୍କର ବୌଦ୍ଧିକ ବିକାଶ, ସାମଗ୍ରିକ ଚେତନାର ଉନ୍ମେଷକୁ ନିଜର ଏକମାତ୍ର ଧର୍ମ ଭାବରେ ବରିନେଇଛନ୍ତି ସେ । କୋରାପୁଟ ଅଞ୍ଚଳରେ କୋମଳମତି ପିଲାମାନଙ୍କ ଭବିଷ୍ୟତ ଗଢିବା ପାଇଁ  ନିରବଛିନ୍ନ ଭାବେ ସେ ନିଷ୍ଠାପର ଉଦ୍ୟମ କରିଚାଲିଛନ୍ତି । ବିଗତ ପ୍ରାୟ ତିରିଶ ବର୍ଷ ଧରି ସେ କରି ଚାଲିଥିବା ଏଇ ପ୍ରୟାସ  କେବଳ କୋରାପୁଟ ଜିଲ୍ଲା ନୁହେଁ ସାରା ରାଜ୍ୟ ଓ ରାଜ୍ୟ ବାହାରେ ଅନେକ କୋମଳମତି ଶିଶୁଙ୍କ ଭିତରେ ସୃଷ୍ଟି କରିପାରିଛି ଦୃଢ ଆତ୍ମବିଶ୍ଵାସ, ସହଭାଗୀତା ଏବଂ ସାରା ଜଗତ ସାଥିରେ ନିଜ ଚେତନାର ସମ୍ପୃକ୍ତି । ଅନ୍ତର୍ନିହିତ ଭାବନାକୁ ସକାରାତ୍ମକ ଭାବେ ଉଜାଗର ନିମନ୍ତେ ସେ ପିଲା ମାନଙ୍କୁ ପ୍ରେରିତ କରିବାରେ ଅନେକଟା ସଫଳ ହେଇ ପାରିଛନ୍ତି ।

କିନ୍ତୁ ସଫଳତା ପାଇବା ପୂର୍ବରୁ  ଆନେକ ଝଡଝଞ୍ଜାର ମୁକାବିଲା କରିବାକୁ ପଡିଛି ଶାନ୍ତକାରଙ୍କୁ ।  ସମ୍ବାଦିକତା ର ପେଶା ତାଙ୍କୁ  ସଚେତନ କରାଇଥିଲା ନିଜ ଅଞ୍ଚଳରେ ଅନେକ ସାମାଜିକ ସମସ୍ୟା ସମ୍ବନ୍ଧରେ । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଅଞ୍ଚଳରେ ବିଶେଷକରି ଆଦିବାସୀ ବାଳକ-ବାଳିକା ମାନଙ୍କର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କ୍ଷେତ୍ରରେ ଥିବା ଦୋଷ ତ୍ରୁଟି ତାଙ୍କୁ ମର୍ମାହତ କରିଥିଲା । ଗ୍ରାମାଞ୍ଚଳରେ ତ ଅନେକ ପିଲା ଅଳ୍ପ କେଇଦିନ ସ୍କୁଲ ଯାଇ ପାଠ ପଢା ହିଁ ଛାଡି ଦେଉଥିଲେ । ନିଜ ଅଞ୍ଚଳର ପିଲାଙ୍କଲାଗି ଆନନ୍ଦଦାୟକ ଆଦର୍ଶ ପ୍ରାଥମିକ ଶିକ୍ଷାବ୍ୟବସ୍ଥା କ୍ଷେତ୍ରରେ ନିଜର ଛୋଟ ଯୋଗଦାନ ଦେବାକୁ ୧୯୯୩ ମସିହାରେ ନିଜସ୍ଵ ଉଦ୍ୟମରେ ସେ ଆରମ୍ଭ କରିଥିଲେ ସ୍କୁଲଟିଏ । ପିଲାଏ ପ୍ରଥମଥର ସ୍କୁଲ ଆସିବା ପରେ ଚିରାଚରିତ ଶୈଳୀରେ ପାଠପଢା ପ୍ରତି ଅନେକ ପିଲାଙ୍କର ଅନାଗ୍ରହଭାବ, ଶ୍ରେଣୀକକ୍ଷରେ ଶିକ୍ଷକ-ପିଲାମାନଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନରେ ଥିବା ସମସ୍ୟା, ନିଜ ମନକଥା ବ୍ୟକ୍ତ କରିବାରେ ଅକ୍ଷମତା, ଶ୍ରେଣୀକକ୍ଷରେ ପାଠପଢା ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପିଲାଙ୍କର ଉଚିତ ଭାଗୀଦାରୀ ଲାଗି ଅନାଗ୍ରହ ଇତ୍ୟାଦି ଅନେକ ବୌଦ୍ଧିକ ତଥା ମାନସିକ ସମସ୍ୟା ତାଙ୍କ ନଜରକୁ ଆସିଲା । ଆଉ ଏଇ ସମସ୍ୟା ସବୁର ସମାଧାନ ପାଇଁ ଶିକ୍ଷାଦାନ ପଦ୍ଧତିର କିଛି ନୂଆ ବିକଳ୍ପ ଖୋଜିବାରେ ଲାଗିଲେ ସେ ।

ସାମ୍ବାଦିକତା ପେଶାର ଅନୁଭବ ତାଙ୍କୁ ଏ କାମରେ ଏକ ନୂଆ ଦିଗଦର୍ଶନ ଦେଲା। “ଜାଣିବା ଏବଂ ଜଣେଇବା – ଏ ହେଉଛି ସାମ୍ବାଦିକତା ର ମୂଳ ମନ୍ତ୍ର  ଆଉ ଏ ମନ୍ତ୍ର କୁ ସେ ପିଲାଙ୍କର ଭବିଷ୍ୟତ ସଜାଡିବା କାମରେ ବି ପ୍ରୟୋଗ କଲେ । ଶିଶୁ ମନର ଚିନ୍ତାଧାରା,ଭାବନା,ଅନୁଭୂତି, ସୃଜନଶୀଳତା ସବୁ କିଛିକୁ ଲେଖା ମାଧ୍ୟମରେ ପ୍ରକାଶ କରିବାକୁ ସ୍କୁଲ ସ୍କୁଲ ବୁଲି ପିଲାଙ୍କୁ ଉତ୍ସାହିତ କଲେ । ଶାନ୍ତାକାରଙ୍କ ପ୍ରଚେଷ୍ଟାରେ ପ୍ରକାଶ ପାଇଲା  ଶିଶୁ ସାମ୍ବାଦିକଙ୍କର ହସ୍ତଲିଖିତ ପତ୍ରିକା ‘ଅଙ୍କୁରୋଦଗମ’। କୋରାପୁଟର କୁନି କୁନି ସ୍କୁଲ ପିଲାଙ୍କ ଅନ୍ତର୍ନିହିତ ସୃଜନଶୀଳତା କୁ ନୂଆ ରାହା ଦେଲା ଏଇ ପତ୍ରିକା।

୨୦୦୫ ମସିହା ରେ ‘ ନିଜ ସ୍କୁଲ ଦାଇତ୍ଵରୁ ଅବ୍ୟାହିତି ନେଇ ‘ଶିଶୁ ସମ୍ବାଦିକତା’ କାର୍ଯକ୍ରମକୁ ସୁଦୂରପ୍ରସାରି କରିବାରେ ଲାଗିଲେ ଶାନ୍ତାକାର । ଏଥିରେ ତାଙ୍କୁ UNICEF ଏବଂ କୋରାପୁଟ କୃଷକ ସଂଗଠନ ର ସହଯୋଗ ମଧ୍ୟ ମିଳିଲା । ପିଲାଙ୍କପାଇଁ କାମ କରିବାକୁ ଶାନ୍ତାକାରଙ୍କ ଉଦ୍ୟମରେ କୋରାପୁଟର ସ୍କୁଲ ଶିକ୍ଷକ ଓ ଅଭିଭାବକମାନଙ୍କୁ ନେଇ ଗଠିତ ହୋଇଛି ‘PGCD’ ବା ‘Peoples Group For Children’s Development’ ।

ଶିକ୍ଷକ ଓ ମାତା-ପିତା ଙ୍କୁ କିପରି ଶିଶୁ ଅନୁକୂଳ ପରିବେଶ ଯୋଗାଇହେବ, ଶିକ୍ଷାଦାନ ପଦ୍ଧତିକୁ କିପରି ରୋଚକ ଓ ଆନନ୍ଦଦାୟକ କରାଯାଇପାରିବ, ପିଲାମାନଙ୍କୁ ନିଜ ପରିସର ପରିବେଶ ସହ ବର୍ତ୍ତମାନର ଦୁନିଆ ସହିତ ପରିଚିତ କରାଇବା ସହ ସେମାନଙ୍କ ସୃଜନଶୀଳତା ଓ ସାମଗ୍ରିକ ବୌଦ୍ଧିକ ବିକାଶ କିପରି ହୋଇପାରିବ, ଯାହାକି ସେମାନଙ୍କର ଭବିଷ୍ୟତକୁ ସଠିକ ଭାବରେ ଗଢି ପାରିବ ସେ ଦିଗରେ ଆମେ PGCD’ ମାଧ୍ୟମରେ ନିରନ୍ତର ଉଦ୍ୟମ କରିଚାଲିଛୁ।

ବର୍ଷବର୍ଷ ଧରି ଶାନ୍ତାକାରଙ୍କ ନିଷ୍ଠାପର ପ୍ରୟାସର ସୁଫଳ ଏବେ କୋରାପୁଟର ସୀମା ସରହଦ ଡେଇଁ ସାରା ରାଜ୍ୟରେ ତଥା ରାଜ୍ୟ ବାହାରେ ମଧ୍ୟ ଅନୁଭୂତ ହେଲାଣି। ତାଙ୍କର ‘ଶିଶୁ ସମ୍ବାଦିକତା କାର୍ଯ୍ୟକ୍ରମ’ କୁ ରାଜ୍ୟ ସକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଦ୍ଵାରା ଅନୁମୋଦିତ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ଦେଇଛନ୍ତି। କେବଳ ଓଡିଶା ନୁହେଁ ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଏବଂ ଦିଲ୍ଲୀର ଅନେକ ସ୍କୁଲରେ ଶାନ୍ତାକରଙ୍କ ଶିଶୁ ସମ୍ବାଦିକତା କାର୍ଯ୍ୟକ୍ରମ’ ଆଦୃତ  ହେବା ସାଙ୍ଗକୁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଛି।
ଶାନ୍ତକାରଙ୍କ ଅଭିଭାବକତାରେ କୋରାପୁଟ ର ମଫସଲ ଅଞ୍ଚଳର ଆଦିବାସୀ ପିଲାଏ ବେଜିଂଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଶିଶୁ ସମ୍ମିଳନୀରେ ସକ୍ରିୟ ଅଂଶଗ୍ରହଣ କରି ନିଜର ଅନୁଭୂତି ଏବଂ ଚିନ୍ତାଧାରା ବ୍ୟକ୍ତ କରିବା ଏକ ବଡ ଉପଲବ୍ଧି ନିଶ୍ଚୟ।

No child of Mine can Be Zero’ –   କୌଣସି ବି ପିଲା କେବେ ବିଚାରଶୂନ୍ୟ ନ ଥାଏ’ – ଶ୍ରୀ ମା’ ଶ୍ରୀ ଅରବିନ୍ଦଙ୍କ ଏଇ କଥା ମତେ ସବୁବେଳେ ପ୍ରଭାବିତ କରିଆସିଛି। ସେମମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବୁଝି ସ୍ବୀକୃତି ଦେବାର ଆବଶ୍ୟକତା ରହିଛି। ଶିଶୁମାନଙ୍କୁ  ସେମମାନଙ୍କ ୫ ଇନ୍ଦ୍ରିୟକୁ ବ୍ୟବହାର କରି ପଢିବା, ଲେଖିବା, ଏବଂ ଅଧିକଠୁ  ଅଧିକ ପ୍ରଶ୍ନ ପଚାରିବା ପାଇଁ ପ୍ରେରଣ। ଦେବା ଜରୁରୀ । ଜିଜ୍ଞାଷା  ଶିଶୁଙ୍କୁ ଆହୁରି ଗଭୀର ଜ୍ଞାନ ଦିଏ ଏବଂ ନିଜ ଆଖ-ପାଖରେ ଘଟୁଥିବା ଘଟଣା ବିଷୟରେ ବୁଝିକି ସମସ୍ତଙ୍କ ସାମନାରେ ନିଜ ପ୍ରତିକ୍ରିୟା ବ୍ୟକ୍ତକଲେ ସେମାନଙ୍କର ଆତ୍ମବିଶ୍ଵାସ ଦୃଢ ହୋଇଥାଏ। ଆଜି ପଞ୍ଚାବନ ବର୍ଷ ବୟସରେ ମଧ୍ୟ ମୁଁ ପିଲାଙ୍କ ମଝିରେ ପିଲାଟିଏ ହେଇ କାମ କରୁଛି ।

ମୁଁ ଚାହେଁ ‘ଶିଶୁ ସମ୍ବାଦିକତା’ କାର୍ଯକ୍ରମର ଲାଭ ଗାଁ ମଫସଲର ପ୍ରତ୍ୟେକଟି  ପିଲାକୁ ମିଳୁ । ମୁଁ ଏମତି ଏକ ଦୁନିଆର ସ୍ଵପ୍ନ ଦେଖୁଛି ଯେଉଁଠି ପିଲାମାନଙ୍କର ସବୁ କଥାକୁ ବଡମାନେ ଧର୍ଯ୍ୟ ଓ ସମ୍ବେଦନଶୀଳତା ସହ ଶୁଣିବେ ଏବଂ ପିଲାଙ୍କର ସାମଗ୍ରିକ ମାନସିକ ବୌଦ୍ଧିକ ବିକାଶ ପାଇଁ ଚେଷ୍ଟା କରିବେ ।

ଶାନ୍ତକାରଙ୍କ ସ୍ଵପ୍ନ ସାର୍ଥକ ହେଉ । ସେ ଆମ ସବୁରି ପ୍ରେରଣା ତାଙ୍କୁ ଆମର ହୃଦୟଭରା ସାଧୁବାଦ !!
 
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଅସ୍ତରଙ୍ଗର ଗଛ ମାଷ୍ଟ୍ରେ

Next Post

ହେନ୍ତାଳ ମାନବ ହେମନ୍ତ

You might also like
ramjit-sanali-digitization
ଅସାଧାରଣ

ସାନ୍ତାଳି ଭାଷାର ଡିଜିଟାଇଜେସନରେ ସମର୍ପିତ ରାମଜିତ

3 Mins read
October 22, 2024

ଭାଷା କେବଳ ଏକ ଯୋଗାଯୋଗର ମାଧ୍ୟମ ନୁହେଁ; ଏହା ସଂସ୍କୃତି, ଆବେଗ, ଏବଂ ସାମୁଦାୟିକ ଇତିହାସର ମଧ୍ୟ ବାହକ। କିନ୍ତୁ କାଳଗର୍ଭରେ ଅନେକ ପୁରାତନ ଜନଜାତିଙ୍କ ଭାଷା ଧୀରେ ଧୀରେ ବିଲୁପ୍ତ ହେବାକୁ ଲାଗିଛି, ସେଥିପାଇଁ ସେଗୁଡ଼ିକୁ ସୁରକ୍ଷିତ ରଖିବାର ଆବଶ୍ୟକତା ବଢିଛି । ଏହାର ଗୁରୁତ୍ୱକୁ ଉପଲବ୍ଧି କରିପାରି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଗୋବିନ୍ଦପୁରର ୨୮ ବର୍ଷୀୟ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ରାମଜିତ ଟୁଡୁ ସାନ୍ତାଳି ଭାଷାକୁ ଡିଜିଟାଲ୍ ଯୁଗରେ ମଧ୍ୟ ବଂଚାଇ ରଖିବା ପାଇଁ …

gadget
ଅସାଧାରଣ

ଉଦ୍ଭାବନ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବାର ସଙ୍କଳ୍ପ ନେଇଛନ୍ତି ଆଶିଷ

1 Min read
October 8, 2024

ଜୀବନଟା କେତେ ଲମ୍ବା ହେବ ତା ଆମ ହାତରେ ନାହିଁ କିନ୍ତୁ ଜୀବନଟା କେମିତି ହେବ ତା ଆମ ହାତରେ ଅଛି । ଇଶ୍ୱରଙ୍କ ସୃଷ୍ଟିରେ ନିଜକୁ ଶ୍ରେଷ୍ଠ ବୋଲାଉଥିବାଆମେ ମଣିଷମାନେ ଆଜିର ଦିନରେ ନିଜ ସ୍ୱାର୍ଥ ସାଧନରେ ଲାଗିପଡ଼ିଛନ୍ତି । କ୍ୱଚିତ୍ ଲୋକ ଅଛନ୍ତି ଯେଉଁମାନେ ନିଜସହ ମଣିଷ ସମାଜର କଥା ଭାବନ୍ତି, ଆଉନିଜର ବଳିଷ୍ଠ ଯୋଗଦାନ ମାଧ୍ୟମରେ ଅନେକଙ୍କର ଜୀବନକୁ କରିଦିଅନ୍ତି ସହଜ । ଏମିତି ଜଣେ ବିକ୍ତିତ୍ୱ ହେଲେ ଆଶିଷ ମାହାନା, ପେଷାରେ ଜଣେ ଇଂଜିନିୟର ଭାବେ କାମ କରୁଥିବା ଆଶିଷଙ୍କ ନିଶା କିନ୍ତୁ ନୂଆ ନୂଆ ଉଦ୍ଭାବନ, ଯାହା ଅନ୍ୟରଜୀବନକୁ ସହଜ କରିବାରେ ସାହାଯ୍ୟ କରିବ । ପେଶାରେ ରହି ନିଜ ଉଦ୍ଭାବନ ପାଇଁ ଉପଯୁକ୍ତ ସମୟ ଦେଇନପାରିବାରୁ ଇଂଜିନିୟରିଂରୁ ସନ୍ୟାସ ନେଲେଆଷିଶ । ତାଙ୍କଦ୍ୱାରା ନିକଟରେ ପ୍ରସ୍ତୁତ ହୋଇଥିବା ସ୍ମାର୍ଟ ଷ୍ଟିକ୍ ଦୃଷ୍ଟିହୀନ ଲୋକଙ୍କ ପାଇଁ ବରଦାନ କହିଲେ ଅତ୍ୟୁ୍‌କ୍ତି ହେବନାହିଁ । ଏହାକୁ ଏମିତି ଭାବେଡ଼ିଜାଇନ୍ କରାଯାଇଛି ଯେ ଜଣେ ଦୃଷ୍ଟିହୀନ ଲୋକ ପାଇଁ ଏହା ଗାଇଡ଼୍ ଭଳି ସହାଯ୍ୟ କରିବ ଫଳରେ ଯିବାଆସିବା ପାଇଁ ଏମାନଙ୍କ ଆଉ ଅନ୍ୟ ଉପରେ ନିର୍ଭରକରିବାକୁ ପଡ଼ିବ ନାହିଁ । ପିଲାବେଳୁ ବିଜ୍ଞାନ ପ୍ରତି ମୋର ଅହେତୁକ ଆଗ୍ରହ ଥିଲା, ତେଣୁ ମୋ ପକେଟ୍‌ରେ ସବୁବେଳେ ଗୋଟେ ଟେଷ୍ଟର ଓ ସ୍କ୍ରୁ ଡ଼୍ରାଇଭର ରଖିବାକୁ ମୁଁ ପସନ୍ଦ କରୁଥିଲି ।ମୋତେ ମିଳୁଥିବା ପକେଟ୍ ମନିରୁ ମୁଁ ମୋଟର, ଫିତା, ତାର ଭଳି ଉପକରଣ ଆଣି ନୂଆ ନୂଆ ଉଦ୍ଭାବନ ପାଇଁ ଚେଷ୍ଟା କରୁଥିଲି । କମ୍ ଖର୍ଚ୍ଚରେ ଏହାକୁ ପ୍ରସ୍ତୃତକରିବାକୁ ବିଭିନ୍ନ ସ୍ଥାନରୁ ସଗୃହିତ ପୁରୁଣା ପାର୍ଟସ୍ ଗୁଡ଼ିକ ବ୍ୟବହାର କରେ, ଅନେକ ସମୟରେ ସଫଳ ମଧ୍ୟ ହୁଏ ବୋଲି ଆଶିଷ କୁହନ୍ତି । ୪୬ ବର୍ଷ ବୟଷ୍କ ଆଶିଷ ମାହାନା  ସମ୍ବଲପୁର ଜିଲ୍ଳା, ସଲଦ୍ ପଞ୍ଚାୟତ ଅର୍ନଗତ ନୂଆ ରାମ୍ପେଲା ଗାଁର ଅଧିବାସୀ । ଅପରେସନାଲ୍ ମେନେଜମେଣ୍ଟରେ ଏମବିଏ୍  କରିବା ସହ ଟେଲି କମ୍ୟୁନିକେସନ୍‌, ଇଲେକଟ୍ରୋନିକ୍ସ, କମ୍ପୁଟର ହାର୍ଡ଼ୱେୟାର ବିଷୟ ଗୁଡ଼ିକରେ ଡ଼ିପ୍ଲୋମା ମଧ୍ୟ କରିଛନ୍ତି । ହିଣ୍ଡାଲକୋ ଇଣ୍ଡଟ୍ରିଜ୍‌ରେ ଆସିଷ୍ଟାଣ୍ଡଇଂଜିନିୟର ଭାବେ ଉତ୍ତମ ବେତନରେ ଚାକିରି କରୁଥିଲେ ହେଁ ଦୃଷ୍ଟିହୀନ ଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ତଆରି କରିବାର ନିଶା ପାଇଁ ୨୦୨୩ ରେ ଚାକିରିରୁସନ୍ୟାସ ନେଇଥିଲେ ଆଶିଷ । ଆଉ ତାପରେ ନିଜ ଉଦ୍ଭାବନା ପାଇଁ ଅବିରତ ଚେଷ୍ଟାରେ ଲାଗିପଡ଼ିଛନ୍ତି ସେ । ଆଉ ପଳସ୍ୱରୁପ ତାଙ୍କର ସ୍ୱପ୍ନର ପ୍ରକଳ୍ପ ଦୃଷ୍ଟିହୀନଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ବନେଇବାରେ ସଫଳ ହୋଇଛନ୍ତି ସେ ।   ୨୦୦୯ ମସିହାର କଥା ମୁଁ ଯେତେବେଳେ ମୋ କାମରେ ବାହାରିଥାଏ ମୁଁ ଦେଖିବାକୁ ପାଇଲି ଜଣେ ଦୃଷ୍ଟିହୀନ ବ୍ୟକ୍ତି ରାସ୍ତା ପାରିହେବାକୁ ଅନେକ ସଂଘର୍ଷକରୁଛନ୍ତି ଯାହା ମୋତେ ଆନ୍ଦୋଳିତ କରିଥିଲା, ମୁଁ ତାଙ୍କୁ ରାସ୍ତା ପାର ହେବାରେ ସାହାଯ୍ୟ କଲି ସତ କିନ୍ତୁ ଏ ଘଟଣା ପରଠୁ ଦୃଷ୍ଟିହୀନ ଲୋକଙ୍କୁ ମୁଁ କେମିତିସାହାଯ୍ୟ କରିପାରିବି ସେ ପ୍ରଚେଷ୍ଟାରେ ଲାଗିପଡ଼ିଲି । ଆଉ ଫଳସ୍ୱରୁପ ଏକ ସ୍ମାର୍ଟ ସ୍ଟିକ୍ ତିଆରି କରିବାରେ ସଫଳ ହେଲି ଯାହା ଦୃଷ୍ଟହୀନ ଲୋକଙ୍କୁ ବିନାକାହାର ସାହାଯ୍ୟରେ ରାସ୍ତାରେ ଚଳପ୍ରଚଳ କରିବାକୁ ସାହାଯ୍ୟ କରିବ । ଏଇ ସ୍ମାର୍ଟ ଷ୍ଟିକ୍ ତିଆରି କରିସାରିବା ପରେ ମୁଁ ପ୍ରଥମେ ଏହାକୁ ନିଜ ସହରର ଜଣେଦୃଷ୍ଟିହୀନ ବ୍ୟକ୍ତିଙ୍କୁ ବ୍ୟବହାର ପାଇଁ ଦେଲି ଓ ତାଙ୍କ ମତାମତ ଆଧାରରେ ଏଥିରେ ପରିବର୍ତ୍ତନ କରି ଏଥିରେ ରହୁଥିବା ତ୍ରୃଟିକୁ ସଜାଡ଼ିଲି, ଏହା ଏବେ ବ୍ୟବହାରପାଇଁ ପୁରା ପ୍ରସ୍ତୃତ ବୋଲି ଆଶିଷ କୁହନ୍ତି । ଆଶିଷ ମାହାନା ଦୃଷ୍ଟିହୀନ ବ୍ୟକ୍ତିଙ୍କ ଚଳପ୍ରଚଳକୁ ସହଜ କରିବା ପାଇଁ ଉଭୟ ଇନ୍‌ଡ଼ୋର ଓ ଆଉଟ୍ ଡ଼ୋର୍ ଡ଼ିଭାଇସ୍ ପ୍ରସ୍ତୃତ କରିଛନ୍ତି । ଆଉଟ୍‌ଡ଼ୋର୍ ପାଇଁପ୍ରସ୍ତୃତ ହୋଇଥିବା ସ୍ମାର୍ଟ ସ୍ଟିକ୍‌ଟି ଜି.ପି.ଏସ୍ ଦ୍ୱାରା ପରିଚାଳିତ ଯାହା ୫ ଫୁଟ୍ ଦୁରରୁ ଆସୁଥିବା ବାଧା ବିଷୟରେ ସୁଚନା ଦେବ ଭାଇବ୍ରେସନ୍ ମାଧ୍ୟମରେ ।ସେହିଭଳି ଇନ୍‌ଡ଼ୋର୍‌ରେ ମଧ୍ୟ ଏକ ମଲ୍ଟି ସେନ୍ସର ଡ଼ିଭାଇସ୍ ପ୍ରସ୍ତୃତ ହୋଇଛି ଯାହା ଦୃଷ୍ଟିହୀନ ବ୍ୟକ୍ତିଙ୍କ ସୁରକ୍ଷିତ ଚଳପ୍ରଚଳ ପାଇଁ ବିଶେଷ ଭାବରେ ସାହାଯ୍ୟକରିବ  ଏବଂ କବାଟ ଓ ଝରକା ଥିବା ସ୍ଥାନ ସମ୍ପର୍କରେ ସୁଚନା ଦେବ । ମାହାନାଙ୍କର ଏଇ ଉଦ୍ଭାବନ ସମ୍ବଲପୁର ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ସତପଥିଙ୍କ ଦୃଷ୍ଟି ଆକର୍ଷଣ କଲା ସେ ମଧ୍ୟ ଏଇ ପ୍ରଚେଷ୍ଟାକୁ ବେଶ୍ ପ୍ରଶଂସାକରିଛନ୍ତି । ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ କାର୍ଯ୍ୟାଳୟ ଏଇ ପାଇଲଟ୍ ପ୍ରକଳ୍ପକୁ ଅନୁମୋଦନ କରିଛି ଫଳରେ ଏହାକୁ ସ୍ଥାନୀୟ ବିଦ୍ୟାଳୟର୧୦ ଜଣ ଛାତ୍ରଙ୍କୁ ଏଇ ଷ୍ଟିକ୍ ପ୍ରଦାନ କରାଯାଇଛି, ଯାହାର ଫଳାଫଳ ଭଲ ଆସିଲେ ଆଗାମୀ ଦିନମାନଙ୍କରେ ଏହାର ବ୍ୟାପକ ବ୍ୟବହାର ପାଇଁ ଚିନ୍ତାକରାଯାଇପାରିବ । ରାଜ୍ୟର ପ୍ରଥମ ଦୃଷ୍ଟିହୀନ ଓଏସ୍  ଅଫିସର ସଞ୍ଜୟ ବେହେରା ଏହାକୁ ବ୍ୟବହାର କରି ଖୁସୀଥିବା କଥା ତାଙ୍କ ଟ୍ୱିଟରରେ ପ୍ରକାଶ କରିଛନ୍ତି । ପ୍ରତିଦିନ ମୁଁ ଉଦ୍ଭାବନ ଗୁଡ଼ିକର ବିକାଶ ପାଇଁ କାମକରେ, ଆଗକୁ ମୋର ଲକ୍ଷ୍ୟ ରହିଛି ପତିରକ୍ଷା,ଅନୁସନ୍ଦାନ ସଂସ୍ଥା ଡ଼ିଆରଡ଼ିଓ ସହ କାମକରିବି ଫଳରେଦେଶପାଇଁ ମୁଁ କିଛି ଯୋଗଦାନ ଦେଇପାରିବି ବୋଲି ଆଶିଷ କୁହନ୍ତି ।   ୧୯୯୨ ମସିହାରୁ ଆଶିଷ ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଉଦ୍ଭାବନ ଯାହା ଲୋକଙ୍କ ହିତରେ ଲାଗିସାରିଛି ଓ ଏହାପାଇଁ ତାଙ୍କୁ ଅନେକଥର ସମ୍ମାନିତ ମଧ୍ୟ କରାଯାଇଛି। ଏବେ ସେ ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ତାଙ୍କୁ ନିମନ୍ତ୍ରଣ ଆସୁଛି ଫଳରେ ସେ ତାଙ୍କ ଉଦ୍ଭାବନ ସମ୍ପର୍କରେ ପିଲାଙ୍କୁ ସଚେତନ ମଧ୍ୟ କରୁଛନ୍ତି । ସମାଜ ପାଇଁତାଙ୍କର ଏଇ ଉଦ୍ଭାବନ ସବୁଯେ ବେଶ୍ ସହାୟକ ଏଥିରେ ସନ୍ଦେହର ଅବକାଶ ନାହିଁ । ଆଶିଷ ମାହାନାଙ୍କୁ ଆମ ତରଫରୁ ଅନେକ ଅନେକ ସାଧୁବାଦ ।  

kamala-pujari
ଅସାଧାରଣ

ଜୈବିକ କୃଷିରେ ଅବଦାନ ପାଇଁ ସର୍ବଦା ମନେ ରହିବେ କମଳା ପୂଜାରୀ

3 Mins read
July 27, 2024

୨୦ ଜୁଲାଇ ୨୦୨୪ , ୭୬ ବର୍ଷର ଘଟଣା ବହୁଳ ଜୀବନଯାତ୍ରା ସାରି କମଳା ମା’ ଚାଲିଗଲେ ଆରପାରିକୁ, କିନ୍ତୁ ପଛରେ ଛାଡି ଦେଇଯାଇଛନ୍ତି ଜୈବିକ କୃଷିକୁ ନେଇ ଭବିଷ୍ୟତ ପିଢୀ ପାଇଁ ଅଜସ୍ର ପ୍ରେରଣା । ତାଙ୍କ ଗ୍ରାମ ପାତ୍ରପୁଟ ଆଜି ନିରବି ଯାଇଛି । ତାଙ୍କ ବିୟୋଗରେ ଗ୍ରାମବାସୀ କାନ୍ଦି ଉଠିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ବୟସାଧିକ କାରଣରୁ କିଡନୀ ଜନିତ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ । ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ …

Change is coming! People are getting aware of the Change is coming! People are getting aware of the negative impact of deforestation and the importance of mangroves in the coastal region.A small group of people from the Kendrapada district of Odisha have donated their registered land willingly to the forest department for the mangrove plantation.Be it Dilip, Satyabrat or any other, the names on the list are going up day by day. So, to acknowledge their unique work to save the Hental range the Bhitarkanika forest officials call such people ‘Mangrove Mitra’. CMO Odisha Bikram Keshari Arukha PMO India#Mankibaatpmmodi #SaveHentalMangroves #Odishaforestdepartment#Bhitarkanikawildlifesanctury #DFOBhitarkanikahttps://inspiringodisha.com/friends-of-mangrove-offer.../
'Sarojini Vana' a small green patch in Bonai is na 'Sarojini Vana' a small green patch in Bonai is named after its caretaker. This governmental plantation project constitutes around 3200 floras. However, the success of this project is credited to Sarojini, whose love and care for the plants turned this barren land into a lush green patch. Now, this green patch became the abode for many birds and a relishing ground for the passersby.Follow the link below to know more....#sarojinivan #DFOBonai #environmentalist #odishatourism #odishaforestdepartment https://inspiringodisha.com/sarojini-vana-an-example-for-denuded-forest-lands/
It's the story of a scientist who devoted his whol It's the story of a scientist who devoted his whole life to the conservation of the vulnerable or extinct rice genus in the Rayagada district of Odisha. His unique way of rice exchange with the farmers for retaining the rice species has replenished his collection in his rice bank. But his struggle is not over, he has to go the extra mile for reversing the vulnerable rice species.#DrDebalDebandBeyondDevelopmentality #vrihi #basudhahttps://inspiringodisha.com/on-a-trail-to-preserve.../
Our society needs people like Benudhar Swain who a Our society needs people like Benudhar Swain who are conscious of the forest and its relevance. The 86-years-old farmer is planting trees and promoting afforestation in his native place at Betanati block, Mayurbhanj. His life lies in trees and rears them just like his own children...If every one of us shares the same feeling as Benudhar, the mother earth can be saved from being BARREN...#SAVETREESSAVELIFE #GREEENINITIATIVE #GREENEARTHhttps://inspiringodisha.com/the-trees-are-giving-me-life/
"The Bloodman of Odisha" Dhirendra Thakur of Bhuba "The Bloodman of Odisha"Dhirendra Thakur of Bhubaneswar is saving people's lives irrespective of time and place. He not only donates blood but avails all kinds of possible help to the needy 24x7. His selfless effort is really an inspiration for all of us.😇#DOANTEBLOODSAVELIFE https://inspiringodisha.com/blood-man-of-odisha/
Tike Khusi is a way to pour happiness in the faces Tike Khusi is a way to pour happiness in the faces of people. Through the small initiative, Ranjan Kumar Patra Patra is creating a series of memory with a mere touch of surprise and happiness. And this work in return gives him immense contentment.A yoga teacher by profession and a cameraholic by passion only aim his work would able to curtail the amount of stress in the lives of people.📸#lighthousehttps://inspiringodisha.com/tike-khusi-the-gift-of-joy/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies