• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ସଶକ୍ତିକରଣ

କୃଷି ନବୀକରଣ କରୁଥିବା ଆଗ୍ରୋପ୍ରେନର୍ସ

No Comments
July 4, 2022
3 Mins read
335 Views
HydroValley

ପିଲାଟି ଦିନରୁ ଆମେ ସମସ୍ତେ ଶୁଣି ଆସୁଚେ, ଉର୍ବର ମାଟିରେ ଭାରି ଭଲଚାଷ ହୁଏ । ଆମ ଦେଶର ମାଟି ଉର୍ବର, ତା’ ସାଙ୍ଗକୁ ବର୍ଷା ଠିକ ସମୟରେ ହେଉଥିବାରୁ ଚାଷବାସ କରି ଚାଷୀ ମଧ୍ୟ ଲାଭବାନ ହୋଇଥାନ୍ତି । ଏବେ କିନ୍ତୁ ପରିବର୍ତ୍ତିତ ପରିବେଶ ଏବଂ ଜନସଂଖ୍ୟା ବୃଦ୍ଧି କାରଣରୁ ଚାଷ ଆଗଭଳି ହେଉନାହିଁ । କେତେବେଳେ ବର୍ଷା ହେଉନିତ’ ଅନ୍ୟ କେଉଁ ସମୟରେ ବନ୍ୟା ହୋଇ ଚାଷ ଧୋଇନେଉଛି । ଏହି ପରିସ୍ଥିତିର ସମାଧାନ ହୋଇ ବାହାରିଆସିଲା ‘ହାଇଡ୍ରୋପୋନିକ ଫାର୍ମିଙ୍ଗ’ । ଉନ୍ନତ ଜ୍ଞାନ କୌଶଳରେ ହେଉଥିବା ଏହି ଚାଷଟି ପାରମ୍ପରିକ କୃଷି ପଦ୍ଧତିଠୁ ଭିନ୍ନ । ଏଥିରେ ଚାଷ ପାଇଁ ମାଟିର ଆବଶ୍ୟତା ଆଦୌ ନାହିଁ,  କିମ୍ବା ବେଶ ବଡ ଜାଗା ମଧ୍ୟ ଆବଶ୍ୟକ ନାହିଁ  । ଶୁଣିବାକୁ ବିଚିତ୍ର ଲାଗୁଥିଲେ ବି ପ୍ରକୃତରେ ହାଇଡ୍ରୋପୋନିକ ଚାଷ କରି ଆଜିର ପିଢ଼ି ସଫଳ ହେଉଛନ୍ତି। ଏହାର ସୁନ୍ଦର ଉଦାହରଣ ହେଉଛନ୍ତି ଜଗତସିଂହପୁର ବାସିନ୍ଦା ଆଶିଷ ମହାନ୍ତି ଓ ପ୍ରଜ୍ଞା ସାହୁ ଯାହାଂକର ଚେସ୍ଟାର ଫଲ ହେଉଅଛି ‘ହୈଡ୍ରୋଭେଲି’ ।

ଆଶିଷ, ପ୍ରଜ୍ଞା ରାଜ୍ୟ ବାହାରେ ଏକ ବଡ଼ କମ୍ପାନୀରେ କାମ କରୁଥିଲେ। ଦୁହେଁ ଉଚ୍ଚ ପଦରେ କାମ କରିବା ସହ ସେମାନଙ୍କ ରୋଜଗାର ମଧ୍ୟ ଭଲଥିଲା। ହେଲେ ତାଙ୍କ ମନରେ କୁହୁଳୁଥିଲା ନିଜ ମାତୃଭୂମିରେ କିଛି କରିବାର ଇଛା । ଭାଗ୍ୟ ତାଙ୍କୁ ସୁହାଇଲା, ସେଇ ସମୟରେ ପ୍ରଜ୍ଞା ତାଙ୍କ ନଣନ୍ଦଠୁ ଜାଣିବାକୁ ପାଇଥିଲେ ହାଇଡ୍ରୋପୋନିକ ଫାର୍ମିଙ୍ଗ ବିଷୟରେ । ଯେଉଥିରେ ମାଟିର ଆବଶ୍ୟକତା ନାହି ଏବଂ ଖଣିଜତତ୍ତ୍ଵ ପୂର୍ଣ୍ଣ ପାଣିରେ ଏହି ଚାଷ କରାଯାଏ । ତା’ ସାଙ୍ଗକୁ ୯୦% କମ୍ଜଳ ଖର୍ଚ୍ଚରେ ଫସଲ ଉତ୍ପାଦନ ହେବ । ଏଇ ନୂଆ ପ୍ରଣାଳୀର ଚାଷ ତାଙ୍କୁ ବେଶ ଆକର୍ଷିତ କରିଥିଲା । ଅନୁସନ୍ଧାନ କରିବା ପରେ ଶେଷରେ ସେମାନେ ଏହି ହାଇଡ୍ରୋପୋନିକ ଫାର୍ମିଙ୍ଗ କରିବାକୁ ସ୍ଥିର କଲେ । ଚାଷ ଆରମ୍ଭ କରିବା ପୂର୍ବରୁ ଏହି ଦମ୍ପତି ଗଭୀର ଅନୁସନ୍ଧାନ କରିଥିଲେ, ବିଭିନ୍ନ ପ୍ରକାର ବହି ପଢ଼ିବା ସହ ୟୁ-ଟ୍ୟୁବ୍‌ରୁ ମଧ୍ୟ ଜ୍ଞାନ ଆହରଣ କରିଥିଲେ । ହାଇଡ୍ରୋପୋନିକ ଫାର୍ମିଙ୍ଗ ଚାଷ ର କଳା ଶିଖିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେଇଥିଲେ। କିନ୍ତୁ ଏବେ ଆବଶ୍ୟକ ଥିଲା ଗୋଟେ ସଠିକ ଯୋଜନାର । ପ୍ରଜ୍ଞା ଓଡିଶା ଆସିଲା ପରେ ବଜାରକୁ ଅନୁଧ୍ୟାନ କରିଥିଲେ ଏବଂ ଅନୁଧ୍ୟାନ ଦ୍ଵାରା ଜଣା ପଡିଲା ଯେ ଲେଟ୍ୟୁସ, ତୁଲସୀ, ଚେରୀ, ଟମାଟୋ ଏବଂ ପତ୍ରଯୁକ୍ତ ପନିପରିବାର ଚାହିନ୍ଦା ଅଧିକ କିନ୍ତୁ ଏହାର ଯୋଗାଣ ଥିଲା କମ ।

ଚାକିରିଠୁ କିଛି ଦିନର ଛୁଟି ନେଇ ଘରକୁ ଆସିଲେ ଆଶିଷ। ଯୋଜନା ଅନୁସାରେ ଆଶିଷ ଉତ୍ପାଦନ ଭାଗ ସମ୍ଭାଳିଲେ । ଅନ୍ୟ କୁଆଡ଼େ ନଯାଇ ନିଜ ଘରଛାତ ଉପରେ ୮୦୦ ବର୍ଗ ଫୁଟ୍ ଅଞ୍ଚଳରେ ଚାଷ କଲେ । ପରିଶ୍ରମର ପ୍ରକୃତ ମୂଲ୍ୟ ନିଶ୍ଚୟ ମିଳେ, ଏକଥା ଆମ ବଡ଼ମାନେ କହିଛନ୍ତି । ଆଶିଷ, ପ୍ରଜ୍ଞାଙ୍କୁ ମଧ୍ୟ ଏଇ ପ୍ରାରମ୍ଭିକ ପର୍ଯ୍ୟାୟରେ ସଫଳତା ମିଳିଲା ତଥା ନିଜ ଉଦ୍ୟମ ଦ୍ଵାରା ବେଶ ଲୋକପ୍ରିୟ ହେଲେ । ପରବର୍ତୀ ସମୟରେ ଆଶିଷ ପୁରା ସମୟ ନିଜ ଚାଷକୁ ଦବାପାଇଁ ସ୍ଥିର କଲେ । ୨୦୧୯ ନଭେମ୍ବରରେ ଚାଷ କରି ସଫଳ ହୋଇଥିବା ଏହି ଯନ୍ତ୍ରୀ ନିଜ ଉଦ୍ୟମ ଜାରି ରଖିଲେ । ଠିକ ସେଇ ସମୟରେ ଦଇବର କୁଠାରଘାତରେ ଆଶିଷ, ପ୍ରଜ୍ଞା ଉଦ୍ୟମରେ ବାଧା ସୃଷ୍ଟି ହୋଇଥିଲା । କାରଣ ପୂରା ବିଶ୍ଵରେ ସେତେବେଳେ କରୋନାର କାୟା । କିନ୍ତୁ ଲୋକମାନଙ୍କର ପ୍ରଶଂସା ଏବଂ ଯୋଗଦାନ ତାଙ୍କ ମନୋବଳ ଦୃଢ କରି ରଖିଥିଲା । ଯେମତି ଯେମତି କରୋନାର ପ୍ରକୋପ କମିଲା ତଥା ଧୀରେ ଜନଜୀବନ ସ୍ଵାଭାବିକ ହେଲା, ୨୦୨୧ ଅଗଷ୍ଟରେ ପୁଣି ଥରେ ସେମାନଙ୍କ ହାଇଡ୍ରୋପୋନିକ ଚାଷ ଜୋର ଧରିଲା । ଏଥରକ ଘର ପଛ ପାଖ ବାରିରେ ସେ ‘ଫେନ ଆଣ୍ଡ ପୋଳୀ ହାଉସ’ ରେ ଚାଷ କଲେ । ଯାହା ଫଳ ସ୍ଵରୂପ ବର୍ଷ ସାରା ଯେକୌଣସି ପାଗକୁ ଖାତିର ନକରି ଉପଯୁକ୍ତ ନିୟନ୍ତ୍ରିତ ବାୟୁମଣ୍ଡଳୀୟ ସ୍ଥିତିରେ ଉଦ୍ଭିଦ ଗୁଡିକର ବୃଦ୍ଧି ସମ୍ଭବ ହୋଇପାଇଲା ।

ଓଡ଼ିଶାରେ ଏଭଳି ଉନ୍ନତ ଧରଣର ଚାଷର ମୂଳଦୁଆ ପକାଇବାରେ ସେମାନେ ପ୍ରଥମ । ସଫଳତାକୁ ହାତେଇ ପାରିବେକି ନାହିଁ, ଏଥିପାଇଁ ସେମାନଙ୍କ ମନରେ ଆଶଙ୍କା ଥିଲା । କିନ୍ତୁ ଧୈର୍ଯ୍ୟ, ଆତ୍ମନିଷ୍ଠା, ପରିଶ୍ରମ ଆଶିଷ ପ୍ରଜ୍ଞାଙ୍କୁ ବାଟ କଢ଼ାଇ ଦେଇଛି । ବିଭିନ୍ନ ଖାଦ୍ୟ ପ୍ରଦର୍ଶିନୀ ଓ ସୋସିଆଲ ମିଡିଆ ମାଧ୍ୟମ ପାଇଁ ଲୋକମାନଙ୍କ ନିକଟକୁ ଆସି ପାରିଛନ୍ତି । ଚାହିଦା ଅନୁଯାୟୀ ହିସାବକରୀ ବୃକ୍ଷରୋପଣ କରିବା ଯୋଗୁ ଅମଳର ଅନାବଶ୍ୟକ ନଷ୍ଟ ହୁଏନି । ଯଦିଓ କିଛି ବଳି ଯାଏ, ସେମାନେ ପରିବାର, ପଡ଼ୋଶୀ, ଏବଂ ଫୁଡ ବ୍ଲଗର୍ କିମ୍ବା ସ୍ଥାନୀୟ ରେଷ୍ଟୁରାଣ୍ଟ ମଧ୍ୟରେ ଅତିରିକ୍ତ କିମ୍ବା ଅବଶିଷ୍ଟ ଉତ୍ପାଦଗୁଡିକୁ ବଣ୍ଟନ କରନ୍ତି ।

ନିଜମାଟିରେ ସଫଳତା ପାଇବାର ମଜା ନିଆରା ଲାଗେ ବୋଲି କହିଛନ୍ତି ଆଶିଷ । ଏହି ହାଇଡ୍ରୋପୋନିକ ଫାର୍ମିଙ୍ଗରୁ ସେମାନଙ୍କୁ ବେଶ୍ ଭଲ ରୋଜଗାରର ବାଟ ଏବଂ ଲୋକପ୍ରିୟତା ମିଳିଛି । ଯୁବପିଢ଼ିଙ୍କୁ ଏହି ଦମ୍ପତି ପରାମର୍ଶ ଦେଇଛନ୍ତି, ମହାନଗରୀର ଚାକଚକ୍ୟ ଦେଖିବାକୁ ଭଲଲାଗେ କିନ୍ତୁ ସେଠି ନିଃସଙ୍ଗ ଜୀବନ ବିତାଇବା ଭାରି କଷ୍ଟକର । ଏହି ଉଦ୍ୟମ ସେମାନଙ୍କୁ ନିଜ ବୟସ୍କ ବାପା-ମା’ଙ୍କ ସାଥିରେ ରହିବାର ସୁଯୋଗ ମଧ୍ୟ ଦେଇଛି । ଆଶିଷ-ପ୍ରଜ୍ଞାଙ୍କର ଏହି ସଫଳତା ଦେଖି ଅନ୍ୟ ଯୁବପିଢ଼ି ମଧ୍ୟ ହାଇଡ୍ରୋଫାର୍ମିଙ୍ଗ କରିବାକୁ ଆକର୍ଷିତ ହେଉଛନ୍ତି ଆଉ ନିଜ ଜୀବନକୁ ସଶକ୍ତ ଓ ଆଲୋକିତ କରି ପାରିଛନ୍ତି । ଗ୍ରାହକଙ୍କୁ ସୁସ୍ଥ ପନିପରିବା ଯୋଗାଇ ସେମାନଙ୍କ ସନ୍ତୁଷ୍ଟତା, ପ୍ରଶଂସା ଏବଂ ଆମ ପରିବାରର ସମର୍ଥନ ସବୁବେଳେ ଆମ ପାଇଁ ପ୍ରେରଣାଦାୟୀ ବୋଲି କହୁଛନ୍ତି ଦମ୍ପତି ।

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ବିନା ବିଦ୍ୟୁତ୍ ସଂଯୋଗରେ ଚାଲୁଛି ମାଟି ଫ୍ରିଜ୍

Next Post

ଓଡିଶାର ପରିବେଶ ଓ ପ୍ରକୃତିର କିଛି ଅମୃତବିନ୍ଦୁକୁ ବାଣ୍ଟୁଛନ୍ତି ଅମୃତା

You might also like
Diya-2IO-story
ସଶକ୍ତିକରଣ

ରୁଢିବାଦୀ ଚିନ୍ତାଧାରାକୁ ହରାଇ ଗାଁ ଝିଅମାନଙ୍କ ପରିଚୟ ଗଢୁଛନ୍ତି ଦିୟା

2 Mins read
July 18, 2024

ଆଜିବି ଆମ ଦେଶରେ ତଥା ରାଜ୍ୟରେ କ୍ରୀଡା ସାଧାରଣତଃ ପୁରୁଷ ପ୍ରଧାନ । କ୍ରୀଡା ପ୍ରତି ଆମର ରକ୍ଷଣଶୀଳ ସାମାଜିକ ମନୋଭାବ ଲାଗି ଯେତେ ଇଚ୍ଛା ଥିଲେ ବି ଆମ ଝିଅମାନେ ସେମାଙ୍କ ପ୍ରତିଭା ପ୍ରଦର୍ଶନରୁ ବଞ୍ଚିତ ହୁଅନ୍ତି । ବୟସ ଅଠର ବର୍ଷ ନହେଉଣୁ ବିବାହ ହୋଇଯାଏ ଆଉ ତାପରେ ଘର ଭିତରେ ସବୁଦିନ ପାଇଁ ସୀମିତ ହୋଇ ରହିଯାନ୍ତି ସେମାନେ । ବିଶେଷକରି ଆମର ଅଧିକାଂଶ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରରେ ଏହା ଏକ ସାଧାରଣ କଥା । ଏଭଳି ଏକ ରୂଢିବାଦୀ ଚିନ୍ତାଧାରାକୁ …

muni
ଭିଡିଓ କାହାଣୀ ସଶକ୍ତିକରଣ

କୋୟା ଜନଜାତିଙ୍କୁ ଖୁସି ବାଣ୍ଟୁଛନ୍ତି ମୁନି ମାଡକାମୀ 

2 Mins read
June 18, 2024

ମୁନି ମାଡକାମୀ- ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୋୟା ଜନଜାତିର ଝିଅଟିଏ । ଜିଲ୍ଲାର ପଡିଆ ବ୍ଲକର କାଲଦାପଲ୍ଲୀ ଗ୍ରାମ ପଞ୍ଚାୟତର କୁର୍ତ୍ତୀ ଗ୍ରାମରେ ତାଙ୍କର ଘର। ବୟସ ମାତ୍ର ୧୮ ବର୍ଷ । କିନ୍ତୁ ତାଙ୍କ କାମ ଆଉ ସଫଳତା ସମ୍ମୁଖରେ ତାଙ୍କ ବୟସ ଆଜି କେବଳ ଏକ ସଂଖ୍ୟା । କୃଷି କ୍ଷେତ୍ରରେ ମୁନିଙ୍କର ଉପଲବ୍ଧି ଏବଂ ମାର୍ଗଦର୍ଶନ ତାଙ୍କ ଅଞ୍ଚଳର ପ୍ରାୟ ଅନେକ ଚାଷୀଙ୍କୁ କୃଷି ପ୍ରତି ପୁନଃଆକର୍ଷିତ କରିଛି । ଏକଦା ଏଇ ଚାଷୀମାନେ ରୋଜଗାର ଅନ୍ଵେଷଣରେ ଅନ୍ୟ ରାଜ୍ୟକୁ ଯିବାପାଇଁ ବାଧ୍ୟ ହେଉଥିଲେ । ନିଜ …

Seema-Mishra
ସଶକ୍ତିକରଣ

ସମନ୍ଵିତ କୃଷି ମାଧ୍ୟମରେ ଜୀବନ ଜୀବିକାର ପଥ ପ୍ରଦର୍ଶିକା 

4 Mins read
January 18, 2024

ଜଳ, ସ୍ଥଳ ଓ ଆକାଶର ତତ୍ଵକୁ ଖୁବ ଗଭୀର ଭାବରେ ନିଜର କରି ତା ଭିତରେ ଜୀବନ କାଟିବାର ସ୍ଵପ୍ନ ସେ ଦେଖିଥିଲେ ପିଲାଦିନୁ ।  ଆଉ ନିଜର ଏଇ ସ୍ଵପ୍ନ କୁ ସାକାର କରିବା ପାଇଁ ଦିଲ୍ଲୀ ଇଉନିଭର୍ସିଟି ରେ MBA ପାଠ୍ୟକ୍ରମ ପରେ କିଛି ବର୍ଷର କର୍ପୋରେଟ ଚାକିରି, ଉଚ୍ଚ ପଦବୀ ଭଲ ଦରମା ଓ ଦିଲ୍ଲୀ ସହରର ଅତ୍ୟାଧୁନିକ ଜାକ ଜମକ ସବୁକିଛିକୁ ପଛରେ ପକାଇ ଦିନେ ନିଜ ଗାଁକୁ ଫେରିଆସିଥିଲେ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ଶାସନ ରେଣ୍ଡିଓ ଗାଁର ଝିଅ ସୀମା …

As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!Stay tuned... Tap the link.https://www.youtube.com/watch?v=_gUgr_dedKw#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
"The Bloodman of Odisha" Dhirendra Thakur of Bhuba "The Bloodman of Odisha"Dhirendra Thakur of Bhubaneswar is saving people's lives irrespective of time and place. He not only donates blood but avails all kinds of possible help to the needy 24x7. His selfless effort is really an inspiration for all of us.😇#DOANTEBLOODSAVELIFE https://inspiringodisha.com/blood-man-of-odisha/
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
Blindness is not an inefficacy. This fact is prove Blindness is not an inefficacy. This fact is proven by 23-year-old Soundarya Kumar Pradhan of Boden in the Sambalpur district of Odisha over and over again in his life. This international chess player withstood each obstacle with courage and excelled both in his academics and career with shining colors.Learn more about this young talent of Odisha. Click the link below: Soundarya Pradhan Prachurya PradhanPM Narendra Modi Naveen Patnaik #vishwanathananad #sportsministryofindiaLink to the whole story: https://inspiringodisha.com/blind-chess-player-soundarya/
Ever heard of Hair donation? Harapriya Nayak, a s Ever heard of Hair donation? Harapriya Nayak, a social activist in the Jatni block of Khordha district, donates her hair to poor cancer patients. In the form of wigs, she gifts them to women cancer fighters who lost their hair and confidence as well during treatment. She hopes for a day when just like blood donation, people would come forward for hair donation too.so, what motivated her to stand for cancer patients?#Missionsmileoncancerpatient #SOPVA #harapriyanayak #PMNarendraModi #fightagainstcancer #ManKiBaat #liveforachangehttps://inspiringodisha.com/gift-of-wigs-to-cancer-fighters/
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies