• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ସଂରକ୍ଷଣ

ହେନ୍ତାଳ ବଣର ବନ୍ଧୁ – ଦିଲ୍ଲୀପ ମଣ୍ଡଳ

No Comments
April 12, 2022
2 Mins read
485 Views
mangrove-mitra10

“ଏଇ ଯେଉଁ ବାତ୍ୟା ୟଶ ହୋଇଥିଲା, ସେଥିରେ ଚାରିଆଡେ ବହୁତ ଘର ଭାଙ୍ଗିଲା, ଗଛ ଉପୁଡିଲା, ଜୁଆର ଆସି ଡଙ୍ଗା ସବୁ ଭାସିଗଲେ । କିନ୍ତୁ ଆମେ ଲକ୍ଷ୍ୟ କଲୁ ଯେଉଁଠି ସବୁ ଲୁଣା ଜଙ୍ଗଲ ବା ହେନ୍ତାଳ ବଣ ଥିଲା, ସେସବୁ ଅଂଚଳ ବାତ୍ୟା ଦାଉରୁ ରକ୍ଷା ପାଇଯାଇଛି । ସେମିତି ବିଶେଷ କିଛି କ୍ଷତି ହୋଇନି । ଏଥିରୁ ଆମେ ଜାଣିଲୁ ସେଇ ଜଙ୍ଗଲ ବାବୁମାନେ ଯାହା କହୁଥିଲେ ତାହ ସତ । ଏଇ ହେନ୍ତାଳ ବଣ ଆମର ଲାଇଫ ଜ୍ୟାକେଟ୍ ପରି । ସେଥିପାଇଁ ଆମେ ସ୍ଥିର କଲୁ ଓ ଏଇ ଜଙ୍ଗଲକୁ ଆହୁରି ବଢେଇବାକୁ ଆମର ଜମି ଦାନ କଲୁ ।” – କୁହନ୍ତି ଦିଲ୍ଲୀପ କୁମାର ମଣ୍ଡଳ ।

ଭିତରକନିକା ଡଙ୍ଗମାଳ ଖମାରସାହି ପଞ୍ଚାୟତର ବାସିନ୍ଦା ଦିଲ୍ଲୀପ କୁମାର ମଣ୍ଡଳ । ଲୁଣା ଜଙ୍ଗଲର ସୁରକ୍ଷା ଓ ପ୍ରସାର ପାଇଁ ସେ ତାଙ୍କର ଦୁଇ ଏଳର ଜମି ରାଜନଗର ବନଖଣ୍ଡକୁ ଦାନ କରି ନିକଟରେ ପରିଚିତ ହୋଇଛନ୍ତି ‘ମ୍ୟାନଗ୍ରୁଭ୍ ମିତ୍ର’ ଭାବେ । କେବଳ ଦିଲ୍ଲୀପ କୁମାର ମଣ୍ଡଳ ନୁହେଁ, ନୂତନ ଲୁଣା ଜଙ୍ଗଲ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବନୀକରଣ ପାଇଁ ଆହୁରି ଆଠଜଣ ବ୍ୟକ୍ତି ନିଜ ନିଜ ଜମିକୁ ଦାନ କରିଛନ୍ତି ରାଜନଗର ବନଖଣ୍ଡର ‘ମ୍ୟାନଗ୍ରୁଭ୍ ମିତ୍ର’ କାର୍ଯ୍ୟକ୍ରମରେ ।

ବିଷୁବ ମଣ୍ଡଳୀୟ ଉଷ୍ମ ଓ ଜୁଆରିଆ ଉପକୂଳର ନଦୀ ମୁହାଣ ଓ ଉପକୂଳ କର୍ଦ୍ଦମାକ୍ତ ଭୂମିରେ ବିସ୍ତୃତଭାବେ ଦେଖାଯାଏ ଦ୍ରୁମ, ଗୁଳ୍ମ, ବୁଦା ଓ ବଣୁଆଘାସ ଯାହାକୁ ଲୁଣା ଜଙ୍ଗଲ କୁହାଯାଏ । ଉପକୂଳବର୍ତ୍ତି ଅଚଂଳରେ ସୁରକ୍ଷା କବଚର କାର୍ଯ୍ୟ କରିଥାଏ ଲୁଣା ଜଗଂଲ । ଝଡ ବାତ୍ୟା ଓ ଉତ୍ତାଳ ଜୁଆରର ପ୍ରଭାବକୁ ହ୍ରାସ କରି ଏହା ମୃତିକା କ୍ଷୟକୁ ରୋକିଥାଏ । ଗୃହ ନିର୍ମାଣ ପାଇଁ ଖମ୍ୱ, କାଠ ଗଡ ସହିତ ଜାଳେଣୀ ଓ ଗୋଖାଦ୍ୟ ମିଳେ ଏଇ ଜଙ୍ଗଲରୁ । ଏହା ସହ ଏହି ଜଙ୍ଗଲରୁ ମିଳିଥାଏ ନାନଜାତିର ପୁଷ୍ଟିକର ଫଳ, କୋଳି ଓ କନ୍ଦା ଏବଂ ଅନେକ ରୋଗ ବ୍ୟାଧିର ଚିକିତ୍ସା ପାଇଁ ପାରମ୍ପରିକ ଭେଷଜ ଔଷଧ ।

ନଦୀ ସ୍ରୋତରେ ବହି ଆସୁଥିବା ଶିଳ୍ପ କାରଖାନାରୁ ନିର୍ଗତ ବିଷାକ୍ତ ଉପାଦାନ ଓ ସହରୀ ବର୍ଜ୍ୟକୁ ବିଶୋଧିତ କରିବାର ଶକ୍ତି ରଖେ ଏଇ ଲୁଣା ଜଙ୍ଗଲ । ବାୟୁମଣ୍ଡଳର ଅଙ୍ଗାରକାମ୍ଳକୁ ମଧ୍ୟ ମାଟିରେ ଗଚ୍ଚ୍ଥିତ ରଖି ପାରିଥାଏ ଲୁଣା ଜଙ୍ଗଲ । ଏହି ଅଞ୍ଚଳର ନଦୀ ଓ ସମୁଦ୍ର ମୁହାଣ ପ୍ରଚୁର ମସ୍ôୟର ଉତ୍ସ ହୋଇଥିବାରୁ ସ୍ଥାନୀୟ ମସ୍ôୟଜୀବୀଙ୍କ ପାଇଁ ଏହା ଆୟର ଏକ ପ୍ରମୁଖ ମାଧ୍ୟମ ଅଟେ । କେତେ ପ୍ରଜାତିର ସାମୁଦ୍ରିକ ଜୀବ ଓ ପକ୍ଷୀଙ୍କର ପ୍ରଜନନ କ୍ଷେତ୍ର ଭାବେ ମଧ୍ୟ ଲୁଣା ଜଗଂଲର ରହିଛି ଅନେକ ମହତ୍ତ୍ୱ ।

ଜାତି ଜାତି ଉଦ୍ଭିଦ ଏବଂ ପ୍ରାଣୀ ସମ୍ପଦକୁ ନେଇ ଜୀବନର ପ୍ରାବାହମାନ ଧାରାରେ ସଦା ସମୃଦ୍ଧ ଲୁଣଜଙ୍ଗଲର ପରିସର । ଓଡିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ରାଜନଗର ବନଖଣ୍ଡ ଜୈବ ବିବିଧତାରେ ପରିପୂର୍ଣ୍ଣ ଏକ ଅଞ୍ଚଳ । ପରିବେଶ ସନ୍ତୁଳନ ଦୃଷ୍ଟିରୁ ଅନେକ ଗୁରୁତ୍ଵ ବହନ କରେ ଏହି କ୍ଷେତ୍ର  l  ବର୍ତ୍ତମାନ ସମୟରେ ଏଇ ଲୁଣାଜଙ୍ଗଲର ପରିସର ଦୃତଗତିରେ କମିଚାଲିଛି । ଚାଷବାସ ବିଶେଷ କରି ମାଛଚାଷ ଓ ଚିଙ୍ଗୁଡି ଘେରି ପାଇଁ ହେନ୍ତାଳ ବଣ ଓ ଲୁଣା ଜଙ୍ଗଲର ଅସ୍ତିତ୍ୱ ପ୍ରତି କ୍ରମାଗତ ଭାବେ ବିପଦ ସୃଷ୍ଟି ହେଉଅଛି । ଏଇ ପରିସ୍ଥିତିରେ ଏହାର ସୁରକ୍ଷା ପାଇଁ ଅଣ୍ଟା ଭିଡିଥିବା ରାଜନଗର ବନଖଣ୍ଡର ଉଦ୍ୟମକୁ ସମର୍ଥନ କରି ଦିଲ୍ଲୀପ କୁମାର ମଣ୍ଡଳ ସୃଷ୍ଟି କରିଛନ୍ତି ଏକ ଉଦାହରଣ ।

କେବଳ ବାତ୍ୟା ୟଶ ନୁହେଁ, ୧୯୯୯ ମହାବାତ୍ୟାରେ ମଧ୍ୟ ବିଶେଷ କିଛି କ୍ଷତି ହୋଇନଥିଲା ରାଜନଗର ଅଞ୍ଚଳର । ଚିଙ୍ଗୁଡ଼ିଘେରି ପାଇଁ ହେନ୍ତାଳ ବନଶୂନ୍ୟ ଅନେକ ଗାଁ ଛାରଖାର ହୋଇଯାଇଥିଲା ବେଳେ ଯେଉଁଠି ଥିଲା ଲୁଣାଜଙ୍ଗଲ ତାହା ଦମ୍ଭର ସହ ଜାବୁଡ଼ି ଧରିଥିଲା ମାଟିକୁ , ସୁରକ୍ଷା ଯୋଗାଇଥିଲା ନିଜ ଗାଁକୁ, ଲୋକଙ୍କୁ ଓ ପଶୁ ପକ୍ଷୀଙ୍କୁ । ହେନ୍ତାଳ ବଣ ବା ଲୁଣା ଜଙ୍ଗଲର ସୁରକ୍ଷା ଓ ବୃଦ୍ଧି ପାଇଁ ବନୀକରଣ ପାଇଁ ନିଜ ପୈତୃକ ଜମି ସଂପଦ ଦାନ କରିଥିବା ଏଇ ୮ ଜଣ ମ୍ୟାନଗ୍ରୁଭ୍ ମିତ୍ର ମାନେ ସାରା ରାଜ୍ୟ ପାଇଁ ଏକ ଉଦାହରଣ ।

ମ୍ୟାନଗ୍ରୁଭ୍ ମିତ୍ର ଲୁଣା ଜଙ୍ଗଲ ହେନ୍ତାଳ ବଣ
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ସ୍ନେହ ଓ ଶ୍ରମର ସୁଫଳ – ସରୋଜିନୀ ବନ

Next Post

ପ୍ରତିଶ୍ରୁତିବଦ୍ଧ ପ୍ରଫେସର୍ ସୁଶାନ୍ତ

You might also like
manas
ସଂରକ୍ଷଣ

ଦେଶୀ ବିହନର ସଂରକ୍ଷଣ ମାନସଙ୍କ ଅଭିଯାନ

2 Mins read
December 6, 2024

ପରିବର୍ତ୍ତନଶୀଳ ଯୁଗରେ ଯେଉଁଠାରେ ପାରମ୍ପରିକ କୃଷି ପ୍ରଥା ଲୋପ ପାଇଚାଲିଛି, କଳାହାଣ୍ଡି ଜିଲ୍ଲାର ୪୫ ବର୍ଷୀୟ ମାନସ ରଂଜନ ସାହୁ ଦେଶୀ ବିହନର ରକ୍ଷାକର୍ତ୍ତା ଭାବେ ଏକ ଅଭିଯାନ ବଜାୟ ରଖିଛନ୍ତି । ମାନସ ରଂଜନ ସଂଗ୍ରହ କରିଛନ୍ତି ମୋଟ ୧,୭୫୬ ପ୍ରକାରର ଦୁର୍ଲଭ ଦେଶୀ ବିହନ ଏବଂ ଏହି ବିହନଗୁଡିକର ସଂରକ୍ଷଣ କରିବା ସହ ଅନେକ ଚାଷୀଙ୍କୁ ଦେଶୀ ବିହନ ଓ ଜୈବିକ ଚାଷର ଜ୍ଞାନ ଦେବାକୁ ତାଙ୍କର ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ତାଙ୍କର ଏହି …

Guardian of endangered Blackbucks
ଭିଡିଓ କାହାଣୀ ସଂରକ୍ଷଣ

ବିଲୁପ୍ତପ୍ରାୟ କୃଷ୍ଣସାର ମୃଗଙ୍କ ସୁରକ୍ଷାରେ ଅମୂଲ୍ୟ

2 Mins read
January 11, 2024

Amulya Upadhyay works tirelessly for the protection of Blackbucks in the Balipadar-Bhetnoi and nearby regions of Ganjam District

farmer
ସଂରକ୍ଷଣ

ମହୁଆ ମିଟୁ – ମହୁଚାଷୀଙ୍କ ଦିଗଦର୍ଶକ

2 Mins read
July 10, 2023

ମହୁମାଛି ପାଳନ ଆଉ ମହୁ ଚାଷ ମହୁଆ ମିଟୁଙ୍କର ପେଶା ନିଶା ଓ ଜୀବନ ଜୀବିକାର ମନ୍ତ୍ର

As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!Stay tuned... Tap the link.https://www.youtube.com/watch?v=_gUgr_dedKw#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
A 71-year-old clerk who lives 20 km away from Bhub A 71-year-old clerk who lives 20 km away from Bhubaneswar in Sarkana Village, Balianta block is empowering the lives of more than 5,000 fish farmers every year. His #Aquaculture Field has become the training cum research school for young entrepreneurs in fish breeding, brood production and water management; that too #freeofcost. Starting from a learner to being a tutor, he opines that if done in the right process with technical assistance and patience, fish farming could be a profitable career. His top-notch contribution in the field of Aquaculture has conferred him with ‘Padma Shri’ in 2020. His selfless guidance has inspired many youths in this field, thus, transforming their socio-economic condition.#SarkanaCarpHatchery #AquacultureFieldSchool #ICAR #CIFA#lighthousehttps://inspiringodisha.com/a-clerk-who-becomes-the.../
A tribal girl Kuni Dehury proved her unmatched ski A tribal girl Kuni Dehury proved her unmatched skill as a silk reeler at the national level & revamped the life of 500 women through Silk.A brilliant example of woman empowerment.#MakeInIndia #ministryoftextiles #mankibaat #PMOIndia #naveen #skillIndia #silkdesign #OdishaSilkCopy the link belowhttps://inspiringodisha.com/dreams-of-survival-through-silk/
"The Bloodman of Odisha" Dhirendra Thakur of Bhuba "The Bloodman of Odisha"Dhirendra Thakur of Bhubaneswar is saving people's lives irrespective of time and place. He not only donates blood but avails all kinds of possible help to the needy 24x7. His selfless effort is really an inspiration for all of us.😇#DOANTEBLOODSAVELIFE https://inspiringodisha.com/blood-man-of-odisha/
Ever heard of Hair donation? Harapriya Nayak, a s Ever heard of Hair donation? Harapriya Nayak, a social activist in the Jatni block of Khordha district, donates her hair to poor cancer patients. In the form of wigs, she gifts them to women cancer fighters who lost their hair and confidence as well during treatment. She hopes for a day when just like blood donation, people would come forward for hair donation too.so, what motivated her to stand for cancer patients?#Missionsmileoncancerpatient #SOPVA #harapriyanayak #PMNarendraModi #fightagainstcancer #ManKiBaat #liveforachangehttps://inspiringodisha.com/gift-of-wigs-to-cancer-fighters/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies