• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ପରିବେଶ

ପ୍ଲାଷ୍ଟିକ୍ ବିପ୍ଳବୀ ରାହୁଲ୍

No Comments
March 24, 2022
2 Mins read
362 Views
Rahul-Maharana

ରାହୁଲ୍, ନାମ ତୋ ସୁନା ହି ହୋଗା, ଏଇ ସଂଳାପଟି ସହ ଆମ ଭିତରୁ ପ୍ରାୟ ଅଧିକାଂଶ ପରିଚିତ। କିଙ୍ଗ୍ ଖାନ୍ ଶାହରୁଖ୍‌ଙ୍କ ସ୍କ୍ରିନ୍ ନାମ ରାହୁଲ୍, ତାଙ୍କ ଅଭିନୀତ ଯେଉଁ ଚଳଚ୍ଚିତ୍ରରେ ନାମ ରାହୁଲ୍ ରହିଛି, ସେଗୁଡ଼ିକ ହିଟ୍ ତାଲିକାଭୁକ୍ତ। ଆଜିର ‘ଇନସ୍ପାଇରିଙ୍ଗ୍ ଓଡ଼ିଶା’ର ଏହି ପୃଷ୍ଠାର ରାହୁଲ୍‌ ମଧ୍ୟ ଜଣେ ରିୟଲ୍ ଲାଇଫ୍ ହିରୋଠାରୁ କୌଣସି ଗୁଣରେ କମ୍ ନୁହନ୍ତି। ଜଣେ ରାହୁଲ୍ ପ୍ରଶଂସକଙ୍କ ପ୍ରଶଂସା ସାଉଁଟୁଛି ତ’ ଅନ୍ୟ ଜଣେ ରାହୁଲ୍ ପ୍ରକୃତି ମା’କୁ ରକ୍ଷା କରିବାକୁ ଲଢ଼ୁଛି।

ରାହୁଲ୍ ମହାରଣା, ୨୨ ବର୍ଷର ଯୁବକଟେ। ଭୁବନେଶ୍ବରର ଏକ ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀ ଭାବେ କାମ କରୁଥିବା ରାହୁଲ୍ ପ୍ରତି ସପ୍ତାହର ଶନିବାର ରାତିକୁ ଭାରି ଆତୁରରେ ଅପେକ୍ଷା କରିଥାଏ। କାରଣ ତା’ ଆରଦିନ ସକାଳୁ ସେ ନିଜ ଲକ୍ଷ୍ୟପଥକୁ ବାହାରିବ। ପ୍ରତ୍ୟେକ ରବିବାର ଭୋରବେଳା ଉଠି ପଡ଼ି ରାହୁଲ ତା’ ହ୍ୟାଣ୍ଡ ଗ୍ଲୋଭସ୍, ଗାରବେଜ୍ ବ୍ୟାଗ୍ ଧରି ପୁରୀ ଅସ୍ତରଙ୍ଗ ଜିଲାର ଦେବୀ ମୁହାଣକୁ ବାହାରିଯାଏ। ସେଠି ପହଞ୍ଚିବା ପରେ କାମରେ ଲାଗିପଡ଼େ ରାହୁଲ୍, ଦିନ ଥାଉଥାଉ ଯେମିତି ସବୁ କାମ ସରିବ ଏଇ ଲକ୍ଷ୍ୟ ଥାଏ। କାମ ହେଉଛି କୂଳ ପାଖରେ ଗଦା ହେଇଥିବା ଅଳିଆ ଆବର୍ଜନା, କପଡ଼ା, ପ୍ଲାଷ୍ଟିକ୍ ଆଦି ଗୋଟାଇବା। ପ୍ଲାଷ୍ଟିକ୍ ଆମ ପରିବେଶକୁ ବିଷାକ୍ତ କରିଦେଉଛି, ଏ କଥାକୁ ରାହୁଲ୍ ଭଲଭାବେ ବୁଝିସାରିଛି। ପ୍ଲାଷ୍ଟିକ୍ କବଳରୁ ପୃଥିବୀକୁ ରକ୍ଷା କରିବାକୁ ସେ ତା’ ଅଭିଯାନ ଆରମ୍ଭ କରିଛି। ଏହି ବର୍ଷ ଜାନୁୟାରୀ ୮ରୁ ରାହୁଲ୍‌ଙ୍କ ପ୍ଲାଷ୍ଟିକ୍ ବିପ୍ଳବ ସଂଗ୍ରାମର ମୂଳଦୁଆ ପଡ଼ିଛି।

ବାଲିପାଟଣା ବ୍ଲକର ଅମ୍ବାଡିଆ ଗାଁ ବାସିନ୍ଦା ରାହୁଲ୍, ପିଲାଟିବେଳୁ ସମାଜର ଉନ୍ନତିମୂଳକ କାମ କରିବାକୁ ତାଙ୍କର ଆଗ୍ରହ। ବାପା କିଶୋର ମହାରଣା ତାଙ୍କୁ ଭାରି ଉତ୍ସାହିତ କରୁଥିଲେ। ୨୦୧୮ରେ ନିମାପଡ଼ା କଲେଜରେ ପାଠପଢ଼ୁଥିବା ସମୟରେ ସମୁଦ୍ର କୂଳ ସଫେଇ ଅଭିଯାନରେ ସେ ଭାଗ ନେଲେ। ଏହି କାମରେ ସେ ନୂଆ ଦିଗ ପାଇଲେ। ପ୍ଲାଷ୍ଟିକ୍‌ର କୁପ୍ରଭାବ, ପରିବେଶ ପାଇଁ ସମୁଦ୍ର କୂଳ, ମୁହାଣ ଆବର୍ଜନାମୁକ୍ତ ରହିବା ଜରୁରୀ ଏସବୁ ବିଷୟରେ ରାହୁଲ୍ ଜାଣିଲେ। ସବୁଜ ବିପ୍ଳବର ଯୋଦ୍ଧା ହେବା ପାଇଁ ଆଗ୍ରହ ତ’ ସେଇ ସମୟରେ ଜନ୍ମ ହେଲା, କିନ୍ତୁ ଛାତ୍ର ସମୟରେ ପାଠପଢ଼ାରୁ ଲକ୍ଷ୍ୟ ବିଚ୍ୟୁତ ମଧ୍ୟ ହୋଇପାରିଲେନି।

ପ୍ରଥମେ ଗାଁରେ ତାଙ୍କ ଅଭିଯାନ ଆରମ୍ଭ ହେଲା। ସାଙ୍ଗସାଥିଙ୍କୁ ନେଇ ଗାଁରୁ ପ୍ଲାଷ୍ଟିକ୍ ଗୋଟାଇଲେ, ପାଖଆଖର ଦୋକାନୀ ଭାଇଙ୍କୁ ଅନୁରୋଧ କଲେ, ପ୍ଲାଷ୍ଟିକ୍ ପଲିଥିନ୍ ବ୍ୟବହାର ନ କରିବାକୁ।ଆରମ୍ଭରେ ସାଙ୍ଗସାଥିମାନେ ଆଗ୍ରହରେ ଏସବୁ କଲେ, କିନ୍ତୁ ସେମାନଙ୍କ ପରିବାର ଲୋକ ସହଯୋଗ ନ କରିବାକୁ ଧୀରେଧୀରେ ସମସ୍ତେ ରାହୁଲ୍‌ଙ୍କ ପାଖରୁ ଦୂରେଇଲେ। ରାହୁଲ୍ କିନ୍ତୁ ଥିଲେ ଆମ ରିୟଲ୍ କିଙ୍ଗ୍, ନିଜେ ଏକାଏକା ଅଭିଯାନ ଚଳାଇଲେ। ଏହା ପରେ ସମୁଦ୍ର ମୁହାଣ ପରିଷ୍କାରରେ ସେ ସାମିଲ ହେଲେ। ଏ ଭିତରେ ୬୦ରୁ ଅଧିକ ସମୁଦ୍ର ମୁହାଣ ପରିଷ୍କାର ଯୋଜନାରେ ରାହୁଲ୍ ଭାଗ ନେଇଛନ୍ତି।

ଶୀତଦିନିଆ ପିକ୍‌ନିକ୍‌ରେ ସାଙ୍ଗମାନଙ୍କ ସହ ଏଇ ଅସ୍ତରଙ୍ଗ ଅଞ୍ଚଳକୁ ସେ ବୁଲାବୁଲି କରିବାକୁ ଆସିଥିଲେ। ବୁଦା ଗହଳରେ ବୁଲିବାବେଳେ ପ୍ଲାଷ୍ଟିକ୍ ଆବର୍ଜନା ଦେଖିଲେ। ଲୋକମାନେ ମଧ୍ୟ ଏ ବାବଦରେ ଆଦୌ ସତର୍କ ନଥିବାର ରାହୁଲ୍ ଅନୁଭବ କଲେ। ଆଉ କେହି ପ୍ରକୃତି ବିଷୟରେ ଭାବୁ ନ ଭାବୁ, ସେ ନିଜେ ପ୍ଲାଷ୍ଟିକ୍‌ର ବିଷ ପ୍ରଭାବକୁ ରୋକିବାକୁ ସ୍ଥିର କରିଲେ। ମୁହାଣରୁ ପ୍ଲାଷ୍ଟିକ୍ ଗୋଟାଇ ଗାରବେଜ୍ ରଖିବା ପରେ କୋଣାର୍କ ପାଖରେ ଥିବା ପ୍ରୋସେସିଙ୍ଗ ୟୁନିଟ୍‌କୁ ପଠାଇବାକୁ ଯୋଜନା କରିଛନ୍ତି।

ସବୁଜ ବିପ୍ଳବୀ ଯୋଦ୍ଧା ରାହୁଲ୍‌ଙ୍କ କାମ ଦୃଷ୍ଟିକୁ ଆସିଲା, ଯେତେବେଳେ ସେ ଏଇ ସଫେଇ ଅଭିଯାନ ପାଇଁ ଚାକିରିରୁ ୨ ମାସ ଛୁଟି ନେଲେ। ବନ୍ୟଜନ୍ତୁ ଏବଂ କଇଁଛ ସୁରକ୍ଷା ପାଇଁ କାମ କରୁଥିବା ସୌମ୍ୟରଞ୍ଜନ ବିଶ୍ବାଳଙ୍କ ସଂସ୍ପର୍ଶରେ ରାହୁଲ୍ ଆସିଲେ। ତାଙ୍କ ପାଖରୁ ରାହୁଲ୍ ଜାଣିବାକୁ ପାଇଲେ, ଏଇ ପ୍ଲାଷ୍ଟିକ୍ ଆବର୍ଜନା ସାମୁଦ୍ରିକ ପ୍ରାଣୀଙ୍କ ପାଇଁ କେତେ କ୍ଷତିକାରକ। ମୁହାଣ ପରିଷ୍କାର କରିବା ସମୟରେ କଇଁଛମାନେ ଏହି ବିଷାକ୍ତ ପ୍ଲାଷ୍ଟିକ୍ କାରଣରୁ ପ୍ରାଣ ହରାଉଥିବାର ରାହୁଲ୍ ଦେଖିଲେ। କଇଁଛଙ୍କ ଯତ୍ନ ନେବାକୁ ରାହୁଲ୍ ୨ ମାସ ମୁହାଣ ପାଖେ ଜଗି ରହିଲେ। ୨୦୨୧ରେ ନିଜର ଏହି ନିରନ୍ତର ଚେଷ୍ଟାରେ ସଫଳ ହୋଇ ସେ ହ୍ୟାଚେରୀକୁ କଇଁଛ ଅଣ୍ଡା ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବାରେ ମଧ୍ୟ ସଫଳ ହୋଇଥିଲେ।

୨୦୨୨ ଜାନୁୟାରୀରେ ଆରମ୍ଭ ହୋଇଥିବା ଦେବୀ ମୁହାଣ ସଫେଇ ଅଭିଯାନକୁ ମାତ୍ର ୯ ସପ୍ତାହ ହୋଇଛି। ୱାନ୍ ମ୍ୟାନ୍ ଆର୍ମି ଭାବେ କାମ କରି ଏ ଭିତରେ ସେ ମୁହାଣ ପାଖରୁ ୧୧୦୦ କିଲୋ ବର୍ଜ୍ୟବସ୍ତୁ ସଫା କରିଛନ୍ତି। ରାହୁଲ୍ ବୟସର ପିଲାଟେ, ଉଚ୍ଚାକାଂକ୍ଷା କରି ଅଧିକ ରୋଜଗାର କରିବାର ଯୋଜନାରେ ଲାଗୁଛନ୍ତି। ହେଲେ, ଆମ ଓଡ଼ିଶାର ରିୟଲ୍ ଲାଇଫ୍‌ର କିଙ୍ଗ୍ ରାହୁଲ୍ ଅନ୍ୟମାନଙ୍କୁ ସୁସ୍ଥ ପରିବେଶ ଭେଟିଦେବା ପାଇଁ ପ୍ଲାଷ୍ଟିକ୍ ସଫା କରିବାରେ ଲାଗିଛି।    

ବର୍ଜ୍ୟବସ୍ତୁ ସଫେଇ ଅଭିଯାନ
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଚାଷୀଙ୍କୁ ମତ୍ସ୍ୟଚାଷର ଜ୍ଞାନ ବାଟୁଂଛନ୍ତି ଅବସରପ୍ରାପ୍ତ କିରାଣୀ ବଟକୃଷ୍ଣ

Next Post

ସ୍ନେହ ଓ ଶ୍ରମର ସୁଫଳ – ସରୋଜିନୀ ବନ

You might also like
subhas_preserver of nature
ପରିବେଶ

ପ୍ରକୃତିର ସୁରକ୍ଷା ଆମର ଦାୟିତ୍ୱ

2 Mins read
May 6, 2024

୫୩ ବର୍ଷ ବୟସ୍କ ସୁବାଷ ଆଜକୁ ପ୍ରାୟ ୪୦ ବର୍ଷ ହେଲା ନିରନ୍ତର ଭାବେ ନିଜେ ଗଛ ଲଗାଇବା ସହ ବିଭିନ୍ନ ସ୍ଥାନରୁ ଚାରା ସଂଗ୍ରହ କରି ଲୋକଙ୍କୁ ବାଣ୍ଟିଥାନ୍ତି

Sanskrit-Teacher-plants-over-30,000-trees6
ପରିବେଶ ସଂରକ୍ଷଣ

ଅସ୍ତରଙ୍ଗର ଗଛ ମାଷ୍ଟ୍ରେ

2 Mins read
August 12, 2022

ପ୍ରତିବର୍ଷ ଏଇ ବର୍ଷା ଋତୁରେ ଆସ୍ତରଙ୍ଗର ଆଖପାଖରେ ସେ ଲଗାଇଥାନ୍ତି ପ୍ରାୟ ଏକ ହଜାର ରୁ ଅଧିକ ଗଛ । ଦୁଇ ହଜାର ମସିହାରୁ ଏଇପରି କରି ଆଜି ପର୍ଯ୍ୟନ୍ତ ସେ ଲଗାଇ ସାରିଲେଣି ୩୦,୦୦୦ ରୁ ଅଧିକ ଗଛ

sarojini-vana
ପରିବେଶ ସଶକ୍ତିକରଣ

ସ୍ନେହ ଓ ଶ୍ରମର ସୁଫଳ – ସରୋଜିନୀ ବନ

2 Mins read
April 12, 2022

ଗଛ ଛାଇରେ ବସି ତାର ସାହାଯ୍ୟ ସୁବିଧା ନେବାକୁ ତ ଅନେକ ଲୋକ ଅଛନ୍ତି କିନ୍ତୁ ଗଛ ଲଗାଇ ତାଙ୍କର ଯତ୍ନ ନେଇ ସୁରକ୍ଷା ଦେଇ ଏକ ଟାଙ୍ଗରା ଭୂମିରେ ଜଙ୍ଗଲ ସୃଷ୍ଠି କରିବାର ସ୍ୱପ୍ନ ଦେଖୁଥିବା ଲୋକମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ସରୋଜିନୀ । ନିଜସ୍ୱ ଚେଷ୍ଟାରେ ସରୋଜିନୀ ଲଗାଇଛନ୍ତି ଅନେକ ଗଛ

https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.Know about his story of lone dedication and perseverance by clicking on the link above.
As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!Stay tuned... Tap the link.https://www.youtube.com/watch?v=_gUgr_dedKw#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
Tike Khusi is a way to pour happiness in the faces Tike Khusi is a way to pour happiness in the faces of people. Through the small initiative, Ranjan Kumar Patra Patra is creating a series of memory with a mere touch of surprise and happiness. And this work in return gives him immense contentment.A yoga teacher by profession and a cameraholic by passion only aim his work would able to curtail the amount of stress in the lives of people.📸#lighthousehttps://inspiringodisha.com/tike-khusi-the-gift-of-joy/
Blindness is not an inefficacy. This fact is prove Blindness is not an inefficacy. This fact is proven by 23-year-old Soundarya Kumar Pradhan of Boden in the Sambalpur district of Odisha over and over again in his life. This international chess player withstood each obstacle with courage and excelled both in his academics and career with shining colors.Learn more about this young talent of Odisha. Click the link below: Soundarya Pradhan Prachurya PradhanPM Narendra Modi Naveen Patnaik #vishwanathananad #sportsministryofindiaLink to the whole story: https://inspiringodisha.com/blind-chess-player-soundarya/
The popular Naraj Peacock valley is just 15kms awa The popular Naraj Peacock valley is just 15kms away from Nandankanan Zoo in the capital city Bhubaneswar. The panoramic beauty of the valley is a reflection of Pannu Behera's love for peacocks. But for Kanhu (the grandson of Pannu) it's not just the love for peacocks but also a tribute to the last wish of his grandpa.🦚🦚We believe stories can be an effective tool of motivation. DM us to cover yours. We'll get you covered...#narajpeacockvalley #lighthouse .https://inspiringodisha.com/a-tradition-of-love-that.../
A country will be prosperous when its women folk a A country will be prosperous when its women folk also get empowered. An odia homemaker, Durga Priyadarshini of Bargarh district of Odisha rolled out organic paint made out of Cowdung in the market. With the sale of over 10,000 litres till now, her Gaumaya Paintspaint is an eco-friendly alternative to plastic paints and is highly praised by the natives in and out of state.Click the link to know more about her inspiring journey.#ecofriendlyproducts #GaumayaPaints #housepainting #letsturntoecoproducts #dairyfarm #startupodisha #PMOIndia #CMOOdishahttps://inspiringodisha.com/odisha-homemaker-makes-eco-friendly-paints-from-cowdung-generates-employment/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies