• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ପରିବେଶ

“ଗଛମାନେ ମତେ ଆୟୁଷ ଦେଉଛନ୍ତି”

No Comments
February 7, 2022
2 Mins read
442 Views
trees give life

“ଗଛମାନେ ମତେ ଆୟୁଷ ଦେଉଛନ୍ତି”- କୁହନ୍ତି ମୟୁରଭଞ୍ଜ ବେତନଟୀ ବ୍ଲକ ବର୍ତ୍ତନା ଗାଁର ଛୟାଅଶୀ ବର୍ଷ ବୟସ୍କ ବେଣୁଧର ସ୍ୱାଇଁ । ତାଙ୍କ କହିବା ଅନୁଯାୟୀ ଏକଦା ଘଞ୍ଚ ଜଙ୍ଗଲରେ ଭରପୂର ଥିଲା ତାଙ୍କ ବେତନଟୀ ଅଂଚଳ । ଶାଳ, ପିଆଶାଳ, ଆମ୍ବ, କରଂଜ ଗଛଙ୍କ ସହ ବିଭିନ୍ନ ପଶୁପକ୍ଷୀଙ୍କ ସ୍ୱର ଶୁଭୁଥିଲା ତାଙ୍କ ଗାଁ ଚାରିପାଖେ । “ବର୍ତ୍ତମାନ କିନ୍ତୁ ଆଉ ସେ ଜଙ୍ଗଲ କାହିଁ !” – ପଚାରନ୍ତି ବେଣୁଧର ।

ବେଣୁଧର ଥିଲେ ଜଣେ ଚାଷୀ । ଚାଷବାସ କରି ନିଜ ପରିବାର ପୋଷିବା ସହ ତାଙ୍କର ଆଉ ଏକ କାମ ଥିଲା ଜଙ୍ଗଲ ସୃଷ୍ଠି କରିବା ଓ ତାର ଯତ୍ନ ନେବା । ବର୍ତ୍ତମାନ ଗାଁ ପାଖେ ଯାହା କିଛି ଜଙ୍ଗଲ ବଂଚିଛି, ସେଠାରେ ଦେଖାଯାଉଥିବା ବଡ଼ଗଛ ସବୁ ତାଙ୍କ ପରି ପୂର୍ବ ପିଢୀର ଅବଦାନ । ଏବେକାର ପିଲାମାନେ ଆଉ ଜଙ୍ଗଲର ମୂଲ୍ୟ ବୁଝୁନାହାନ୍ତି ବୋଲି ବେଣୁଧରଙ୍କର ଅଭିମାନ । 

“ପଇସା ପାଇଁ କାଟି ପକଉଛନ୍ତି । ଆଉ ଏ ଜଙ୍ଗଲରେ ହରିଣଟିଏ ମଧ୍ୟ ଦେଖା ଯାଉନାହାନ୍ତି । ମୁଁ ବହୁତ ଦିନ ତଳେ ଡିଏଫଓ ବାବୁଙ୍କୁ କହିଥିଲି ଆମ ଜଙ୍ଗଲରେ ଦୁଇଟି ଭାଲୁ ଆଣି ଛାଡ଼ିଦିଅନ୍ତୁ । ଲୋକ ଡରି ଆଉ ଜଙ୍ଗଲକୁ ଯିବେନି କି ଗଛ କାଟିବେନି ଓ ଜଙ୍ଗଲଟି ବଂଚିଯିବ ।”

ବେଣୁଧରଙ୍କର ଦୁଇ ପୁଅ । ସେଥିରୁ ଜଣେ ପୁଅ ଜଙ୍ଗଲ ବିଭାଗରେ କାମ କରନ୍ତି । ବିଭିନ୍ନ ସମୟରେ ପାଖ ଜଙ୍ଗଲରୁ ହାତୀମାନେ ପଶିଆସନ୍ତି ତାଙ୍କ ଗାଁକୁ । ତାଙ୍କ ଅଗଣାକୁ ଆସି ଧାନ ଖାଆନ୍ତି ଓ ଚାଲିଯାଆନ୍ତି । କାହାର କିଛି ଅନିଷ୍ଟ କରନ୍ତି ନାହିଁ । କି ଘର ଭାଗନ୍ତି ନାହିଁ । ତାଙ୍କ ପୁଅଙ୍କୁ ହାତୀମାନେ ମାନନ୍ତି ବୋଲି କୁହନ୍ତି ବେଣୁଧର । ପୂର୍ବରୁ ଜଙ୍ଗଲ ଉପରେ ନିର୍ଭର କରି ପଶୁପକ୍ଷୀଙ୍କ ସହ ମିଶି ଚଳୁଥିଲେ ଗାଁଲୋକ । କେବେ କିଛି ଅସୁବିଧା ହୁଏନାହିଁ । ଏବେ କିନ୍ତୁ ଜଙ୍ଗଲକୁ କାଟି ପଦା କରି ସାରିଲେଣି । ପଶୁପକ୍ଷୀ କୁଆଡେ ଯିବେ ! ସବୁ ମରିହଜି ଗଲେଣି । କେବଳ ବାର୍‌ହା, ଠେକୁଆ ଅଛନ୍ତି । ସେଥିପାଇଁ ତ ଜଙ୍ଗଲବାବୁଙ୍କୁ କହିଲି ଦୁଇଟି ହେଟାବାଘ ଏଠି ଜଙ୍ଗଲରେ ଛାଡି ଦେବାକୁ କିନ୍ତୁ ସେ କହିଲେ ବାଘ ପାଇଁ ଜଙ୍ଗଲରେ ଆଉ ଖାଦ୍ୟ ନାହିଁ, ସେ ଆସି ଗାଁରେ ପଶିବେ, ଗାଈଛେଳିଙ୍କୁ ଖାଇବେ ।”

ଅଭାବୀ ଦୁନିଆରେ ଟଙ୍କାପଇସା ଦରକାର ହେଲେ ଲୋକେ ଗଛ କାଟି ନେଇ ବିକି ଦେଉଛନ୍ତି ବୋଲି କୁହନ୍ତି ବେଣୁଧର । କିନ୍ତୁ ତାଙ୍କ ହାତ ଯାଏନି ଗଛ କାଟିବାକୁ ।

“ଗଛ ସବୁ ମୋ ଛୁଆ ପରି । ମୋ ନିଜ ପୁଅଙ୍କ ପରି ତାଙ୍କୁ ଏଇ ହାତରେ ବଢେଇକି ଏଡିକିରୁ ଏଡେ କରିଛି । ମୋ ହାତ ଯାଏନି ଆଜ୍ଞା ତାଙ୍କୁ ହାଣିବାକୁ ।”

“ଯାହା ହେଇଯାଉ ଯେତେ ଅଭାବ ଅନଟନ ଆସୁ ମୁଁ ଆଦୌ ଯାଏନି କାଟିବାକୁ । ଥରେ ବହୁତ ଅଭାବ ପଡିଲା, ମୋର ହାତ କିନ୍ତୁ ଗଲାନି । ବାଧ୍ୟ ହୋଇ ଅନ୍ୟ ଲୋକଙ୍କୁ ୨୦ଟଙ୍କା ଦେଇ ପଠେଇଦେଲି କାଟିବାକୁ । କଣ ଆଉ କରିଥାନ୍ତି !” 

ଏବେ ବୁଢା ବୟସରେ ବେଣୁଧର ଆଉ ପୂର୍ବପରି କାମଧାମ କରି ନପାରୁଥିଲେ ମଧ୍ୟ ସୁସ୍ଥ ଅଛନ୍ତି, ଚଲାବୁଲା କରିପାରୁଛନ୍ତି । “ମତେ ୮୬ ହେଲାଣି କିନ୍ତୁ ଆହୁରି ୨୦ବର୍ଷ ମୁଁ ବଂଚିବି । କାରଣ ଏଇ ଗଛମାନେ ମତେ ଆୟୁଷ ଦେଉଛନ୍ତି ।”

ଗଛ ଘଞ୍ଚ ଜଙ୍ଗଲ ପଶୁପକ୍ଷୀ ମୟୁରଭଞ୍ଜ
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ସ୍ନେହ ଓ ଶ୍ରଦ୍ଧାର ପ୍ରତୀକ – ମୟୂର ଉପତ୍ୟକା

Next Post

ଫଟୋ ମାଧ୍ୟମରେ “ଟିକିଏ ଖୁସି” ବାଟୁଂଛନ୍ତି ରଞ୍ଜନ

You might also like
subhas_preserver of nature
ପରିବେଶ

ପ୍ରକୃତିର ସୁରକ୍ଷା ଆମର ଦାୟିତ୍ୱ

2 Mins read
May 6, 2024

୫୩ ବର୍ଷ ବୟସ୍କ ସୁବାଷ ଆଜକୁ ପ୍ରାୟ ୪୦ ବର୍ଷ ହେଲା ନିରନ୍ତର ଭାବେ ନିଜେ ଗଛ ଲଗାଇବା ସହ ବିଭିନ୍ନ ସ୍ଥାନରୁ ଚାରା ସଂଗ୍ରହ କରି ଲୋକଙ୍କୁ ବାଣ୍ଟିଥାନ୍ତି

Sanskrit-Teacher-plants-over-30,000-trees6
ପରିବେଶ ସଂରକ୍ଷଣ

ଅସ୍ତରଙ୍ଗର ଗଛ ମାଷ୍ଟ୍ରେ

2 Mins read
August 12, 2022

ପ୍ରତିବର୍ଷ ଏଇ ବର୍ଷା ଋତୁରେ ଆସ୍ତରଙ୍ଗର ଆଖପାଖରେ ସେ ଲଗାଇଥାନ୍ତି ପ୍ରାୟ ଏକ ହଜାର ରୁ ଅଧିକ ଗଛ । ଦୁଇ ହଜାର ମସିହାରୁ ଏଇପରି କରି ଆଜି ପର୍ଯ୍ୟନ୍ତ ସେ ଲଗାଇ ସାରିଲେଣି ୩୦,୦୦୦ ରୁ ଅଧିକ ଗଛ

sarojini-vana
ପରିବେଶ ସଶକ୍ତିକରଣ

ସ୍ନେହ ଓ ଶ୍ରମର ସୁଫଳ – ସରୋଜିନୀ ବନ

2 Mins read
April 12, 2022

ଗଛ ଛାଇରେ ବସି ତାର ସାହାଯ୍ୟ ସୁବିଧା ନେବାକୁ ତ ଅନେକ ଲୋକ ଅଛନ୍ତି କିନ୍ତୁ ଗଛ ଲଗାଇ ତାଙ୍କର ଯତ୍ନ ନେଇ ସୁରକ୍ଷା ଦେଇ ଏକ ଟାଙ୍ଗରା ଭୂମିରେ ଜଙ୍ଗଲ ସୃଷ୍ଠି କରିବାର ସ୍ୱପ୍ନ ଦେଖୁଥିବା ଲୋକମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ସରୋଜିନୀ । ନିଜସ୍ୱ ଚେଷ୍ଟାରେ ସରୋଜିନୀ ଲଗାଇଛନ୍ତି ଅନେକ ଗଛ

"I remember how my father used to take my sister a "I remember how my father used to take my sister and me to the movie hall. So, my passion for film developed from an early age. I just want to suggest that keep your motivation the same and give 100% effort whether it's a 2-minute video or a 2-hour movie."Inspiring Talks, a new series in #inspiringodisha feeling excited to share with you all the person who gave his fullest to make this breakthrough odia movie #DAMaN, a super hit.Meet the dedicated co-director and writer of DAMaN, Vishal Mourya.Tap the link above to know about his inspiring journey.https://www.youtube.com/watch?v=BPqUk4LQzPE#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!Stay tuned... Tap the link.https://www.youtube.com/watch?v=_gUgr_dedKw#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
Blindness is not an inefficacy. This fact is prove Blindness is not an inefficacy. This fact is proven by 23-year-old Soundarya Kumar Pradhan of Boden in the Sambalpur district of Odisha over and over again in his life. This international chess player withstood each obstacle with courage and excelled both in his academics and career with shining colors.Learn more about this young talent of Odisha. Click the link below: Soundarya Pradhan Prachurya PradhanPM Narendra Modi Naveen Patnaik #vishwanathananad #sportsministryofindiaLink to the whole story: https://inspiringodisha.com/blind-chess-player-soundarya/
Tike Khusi is a way to pour happiness in the faces Tike Khusi is a way to pour happiness in the faces of people. Through the small initiative, Ranjan Kumar Patra Patra is creating a series of memory with a mere touch of surprise and happiness. And this work in return gives him immense contentment.A yoga teacher by profession and a cameraholic by passion only aim his work would able to curtail the amount of stress in the lives of people.📸#lighthousehttps://inspiringodisha.com/tike-khusi-the-gift-of-joy/
It's the story of a scientist who devoted his whol It's the story of a scientist who devoted his whole life to the conservation of the vulnerable or extinct rice genus in the Rayagada district of Odisha. His unique way of rice exchange with the farmers for retaining the rice species has replenished his collection in his rice bank. But his struggle is not over, he has to go the extra mile for reversing the vulnerable rice species.#DrDebalDebandBeyondDevelopmentality #vrihi #basudhahttps://inspiringodisha.com/on-a-trail-to-preserve.../
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies