• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଭିଡିଓ କାହାଣୀ ସଂରକ୍ଷଣ

ବିହନ ମା ଯମୁନା କିର୍ଷାନୀ

No Comments
December 31, 2021
4 Mins read
480 Views
seed mother

ଯମୁନା କିର୍ଷାନୀ ପଦ୍ମଗିରୀ ପଞ୍ଚାୟତ, ମାଲକାନଗିରି ଜିଲ୍ଲା ପଦ୍ମଗିରି ପଞ୍ଚାୟତର ମାଉଲିଗୁଡ଼ା ଗାଁର ଏହି ଆଦିବାସୀ ମାଆଟିର ରହିଛି ଆଉ ଏକ ପରିଚୟ l ଏ ଅଞ୍ଚଳର ଲୋକଙ୍କ ପାଇଁ ସେ ହେଉଛନ୍ତି ଅତି ଆଦରର ବିହନ ମା l ସ୍ଥାନୀୟ ଅଞ୍ଚଳର ଜୈବ ବିବିଧତାର କଥା ହେଉକି, ଏଠୁ ମିଳୁଥିବା ଉନ୍ନତ ଦେଶୀ ଧାନ ବିହନ ଅବା କାଙ୍ଗୁ ଜନା ସୁଆଁ ମାଣ୍ଡିଆ, ଡ଼ାଲି ପନି ପରିବା ଶାଗ ସବୁଜ ଆଦିର ବେଶୀ ବିହନ, ଆଉ ଆଦର୍ଶ ଚାଷ ବାସ ର ପଦ୍ଧତି – ଏ ସବୁ କିଛି ରହିଛି ବିହନ ମାଆ ଯମୁନା କିର୍ଷାନୀ ନଖ ଦର୍ପଣ ରେ l

ସ୍ୱାମୀ ରାମଚନ୍ଦ୍ର କିର୍ଷାନ ଙ୍କ ସହ ମିଶି ନିଜର ଛଅ ଏକର ଜମିରେ ପ୍ରାୟ ଅଣଚାଶ ପ୍ରକାର ଦେଶୀ ଧାନ, ବିରି, ମୁଗ, ମକା, ମାଣ୍ଡିଆ ପନିପରିବା ଆଦି ଚାଷ କରି ପରିବାରର ଗୁଜୁରାଣ ମେଣ୍ଟାଇ ଥାଏ l ତେବେ ଚାଷ ବାସ ସମ୍ବନ୍ଧୀୟ ଯମୁନା ମାଆ ର ଜ୍ଞାନ ଖାଲି ତାର ବା ତା ନିଜ ପରିବାରର ନୂହେଁ, ସ୍ଥାନୀୟ ଅଞ୍ଚଳର ଅଧିକାଂଶ ଚାଷୀ ପରିବାରଙ୍କ ଜୀବନ ଜୀବିକାର କଲ୍ୟାଣରେ ଆସିଥାଏ l ଆଉ ସେଇଥି ପାଇଁ ତ ସଭିଏଁ ମିଶି ତାକୁ ଦେଇଛନ୍ତି ବିହନ ମାଆ ର ମାନ୍ୟତା l ଚାଷ ବାସ ଓ ନିଜ ପରିବାରର ଦେଖା ଶୁଣା କରିବା ବ୍ୟତୀତ ବିହନ ମା ଯମୁନା ସବୁବେଳେ ଲାଗିଥାଏ ନିଜ ଅଞ୍ଚଳର ଚାଷୀ ଓ ଚାଷର କଲ୍ୟାଣ କାମରେ l

ଧାନ କଟା ହେବା ସମୟରେ ତ ଯମୁନା ମାଆର କାମ ଦେଖିବାର କଥା l ସକାଳୁ ସଅଳ ନିଜ ଘର କରଣା କାମ ସାରିଦେଇ ଗାଁର ଅନ୍ୟ ମାଆ ମାନଙ୍କ ସାଥିରେ ସେ ପହଞ୍ଚି ଯାଏ ଧାନ କଟା ହଉଥିବା ଜମି ପାଖରେ l କିଭଲି ଭଲ ବିହନ ଚିହ୍ନଟ କରିବ ଓ ଏହି ବିହନ କୁ କିଭଳି ସଠିକ ଭବରେ ସଂଗ୍ରହ କରିବ, ସେ ବିଷୟରେ ଯମୁନା ମାଆ ସମସ୍ତଙ୍କୁ ବୁଝାଇ ଥାଏ l ପୁଣି ଅନ୍ୟ ମାଆ ମାନଙ୍କୁ ଭଲ ବିହନ ଲାଗି ଧାନ କେଣ୍ଡା ସଂଗ୍ରହ କାମରେ ସାହାଯ୍ୟ ବି କରିଥାଏ l

ସ୍ୱାମୀ ରାମଚନ୍ଦ୍ରଙ୍କ ସହ ମିଶି ବିହନ ମାଆ ଯମୁନା ଗତ ଛଅ ରୁ ସାତ ବର୍ଷର ଅକ୍ଲାନ୍ତଉଦ୍ୟମ ଦ୍ଵାରା ପ୍ରାୟ ବତିଶ ପ୍ରକାର ଦେଶୀ ଧାନ, ସାତ ପ୍ରକାର ଡାଲି, ଏକୋଇଶ ପ୍ରକାର ପନିପରିବା ବିହନ ସାଙ୍ଗକୁ ଚାରି ପ୍ରକାରର ମାଣ୍ଡିଆ ଜାତୀୟ ନାନା ଜଙ୍ଗଲ ଜାତ ଖାଦ୍ୟ ଦ୍ରବ୍ୟର ନମୁନା ନିଜ ଘରେ ସାଇତି ରଖୁଛି l ଯମୁନା ମାଆ ର ଏହି ବିହନ ସଂଗ୍ରହ ଦେଖିଲେ ସତରେ ମନ ପୁରି ଉଠେ l

ଫୁରସତ୍ ସମୟରେ ସେ ଆଖ ପାଖ ଅଞ୍ଚଳର ମାଆ ଓ ଚାଷୀ ଭାଇ ମାନଙ୍କ ସହିତ ଦେଶୀ ବିହନର ଗୁରୁତ୍ୱ ଓ ପାରମ୍ପରିକ ଚାଷ ବିଷୟରେ ଆଲୋଚନ କରିଥାଏ l ଆଖ ପାଖରେ ମିଳୁଥିବା ଭଲ ଉନ୍ନତ ବିହନର ଖବର ସମସ୍ତେ ପାଇଥାନ୍ତି ଯମୁନା ମାଆ ପାଖରୁ l ମାଉଲିଗୁଡ଼ା ଗାଁ ସମେତ ଆଖ ପାଖରେ ପ୍ରାୟ ଚାରି ରୁ ପାଞ୍ଚ ଗାଁର ଚାଷୀମାନେ ଯମୁନା ମାଆ ପାଖକୁ ଆସି ବିହନ ବଦଳ କରି ନେଇଥାନ୍ତି l ଯେଉଁ ବିହନ ଯମୁନା ମାଆ ପାଖରେ ନଥାଏ ତାହା ଆଉ କେଉଁ ଚାଷୀ ପାଖରେ ଅଛି ସେ ଖବର ବି ଦେଇଥାଏ ଯମୁନା ମାଆ l ପୁଣି ଚାଷୀ ମାନଙ୍କ ଭିତରେ ଏହି ବିହନ ଅଦଳ ବଦଳ କରିବା ପକ୍ରିୟାରେ ସାହାଯ୍ୟ କରିଥାଏ l

ଖାଲି ବିହନ ଚିହ୍ନଟ ବା ସଂଗ୍ରହ ନୂହେଁ, ଉତ୍ତମ ମାନର ବିହନ ସବୁକୁ ଭବିଷ୍ୟତରେ ବ୍ୟବହାର କରିବା ଲାଗି କିପରି ସାଇତି ରଖିବାକୁ ହବ ସେକଥା ଯମୁନା ମାଆର କାମ ଦେଖିଲେ ଖୁବ୍ ଭଲାଭାବେ ବୁଝିହୁଏ l 

ବିହନ ସବୁକୁ ସଠିକ ପଦ୍ଧତିରେ ସଂଗ୍ରହ କରିବା ପରେ ସେସବୁକୁ ଶୁଖାଇ ଓ ପରିଷ୍କାର କରି ବିଭିନ୍ନ ପ୍ରକାର ପତ୍ର ଓ ଗୋବର ଦ୍ଵାରା ସଂରକ୍ଷଣ କରି ରଖିଥାଏ ଯମୁନା ମାଆ l ନିଜ ଘରେ ବା ଆଖ ପାଖରେ ଖୁବ୍ ସହଜରେ ମିଳିପାରୁଥିବା ନିମ୍ବ, କରଞ୍ଜ, ଲେମ୍ବୁ ଅବା କମଳା ଆଦିର ପତ୍ର, ଗୋବର, ଶୁଖିଲା ନଡ଼ା, ମାଟି, ପାଉଁଶ, ଆଦି ବ୍ୟବହାର କରି ବିଶେଷ ପଦ୍ଧତିରେ ବିହନ ସବୁକୁ ସାଇତି ରଖିବା କାମ ହୋଇଥାଏ l 

ବିଭିନ୍ନ ପ୍ରକାରର ବିହନକୁ ସାଇତି ରଖିବାର ପଦ୍ଧତି ବି ଅଲଗା ଅଲଗା l ଧାନ, ମାଣ୍ଡିଆ, ଡାଲି ଜାତୀୟ ବିହନ ଓ ପନିପରିବା ବିହନକୁ ଯମୁନା ମାଆ ହାଣ୍ଡି, ବାଉଁଶ ଡଲା ଓ ଅନ୍ୟାନ୍ୟ ପାତ୍ରରେ ସାଇତି ରଖିଥାଏ ଯମୁନା ମାଆ ପୁଣି ବିହନ ପାଇଁ ସଂଗ୍ରହ କରିଥିବା ମକା, ଜନା ଆଦିକୁ ରୋଷେଇ ହଉଥିବା ଚୁଲି ଉପରେ ଝୁଲାଇ ରଖିଥାଏ ସେ l ଏପରି ସାଇତି ରଖିବା ଦ୍ଵାରା ବିହନ ଗୁଡିକ ରୋଗ ପୋକ ଠାରୁ ସୁରକ୍ଷିତ ରହିଥାଏ l ବିହନ ସଂରକ୍ଷଣର ଏହି ପଦ୍ଧତି ସବୁକୁ ଯମୁନା ମାଆ ସମସ୍ତକୁ ବୁଝାଇ ଥାଏ l

ଦେଶୀ ବିହନ ବଞ୍ଚେଇ ରଖିବା ସହିତ ନିଜ ଜମି ଚାଷ କ୍ଷେତ୍ରରେ ଯମୁନା ମାଆ ଆଦରି ନେଇଛି ଚିରନ୍ତନ କୃଷି ଧାରାକୁ l ବର୍ଷ ସାରା ଯମୁନା ମାଆ ନିଜ ପରିବାର ଲୋକଙ୍କ ସହ ମିଶି ନିଜ ଘର ବାଡିରେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରିଥାଏ l ବର୍ଷାଦିନେ ଯମୁନା ମାଆ ବାଡିରେ କୋଡ଼ିଏ ପ୍ରକାରରୁ ବେଶୀ ପନିପରିବା ଚାଷ କରିଥିବା ବେଳେ ଖରାଦିନେ ମାଲକାନଗିରି ପରି ଏକ ଶୁଖା ଅଞ୍ଚଳରେ ତା ଘର ବାଡିରୁ ଦଶ ପ୍ରକାରର ସବୁଜ ପନିପରିବା ମିଳିଥାଏ l ଯମୁନା ମାଆ ଓ ତାରା ପରିବାର ଲୋକେ ଏହି ଛୋଟ ଘର ବାଡ଼ି ଟିରୁ ଅମଳ କରୁଥିବା ପନିପରିବା ଫସଲ ନିଜେ ଖାଇବା ସହ ପାଖ ବଜାରରେ ମଧ୍ୟ ବିକ୍ରୀ କରିଥାନ୍ତି l

ଘର ବାଡିରେ ଥିବା ପୋଖରି ଟିରେ ମାଛ ଚାଷ ମଧ୍ୟ କରିଛି ଯମୁନା ମାଆ l ଗାଇ, ବଳଦ, ଛେଳି, କୁକୁଡା ଆଦି ଗୃହ ପାଳିତ ଜୀବ ଯମୁନା ମାଆ ଓ ତା ପରିବାରର ଜୀବନ ଜୀବିକାର ଅନ୍ୟତମ ଉତ୍ସ l ଫସଲ ବର୍ଜ୍ୟବସ୍ତୁ, ଗୋବର ଓ ଗୋମୂତ୍ର, ଛେଳି ଓ କୁକୁଡାଙ୍କ ମଳ ଆଦିକୁ ବ୍ୟବହାର କରି ଯମୁନା ମାଆ ନିଜ ଘର ପଛପଟେ ପ୍ରସ୍ତୁତ କରିଥାଏ ଜିଆଖତ, ତରଳ ସାର ଓ ହାଣ୍ଡି ଖତ ପରି ଜୈବିକ ଖତସାର ଓ କୀଟନାଶକ l ରାସାୟନିକ ଖତ କିମ୍ବା କୀଟନାଶକ ଜମାରୁ ବ୍ୟବହାର ନକରି ତା ବଦଳରେ ନିଜେ ପ୍ରସ୍ତୁତ କରିଥିବା ଏହିସବୁ ଜୈବିକ ସାର ଓ କୀଟନାଶକ ନିଜ ଫସଲରେ ବ୍ୟବହାର କରିଥାଏ ଯମୁନା ମାଆ l ଅନ୍ୟ ମାଆ ମାନଙ୍କୁ ଏପରି ଜୈବିକ ଖତ ସାର ତିଆରି ଓ ବ୍ୟବହାର ବିଷୟରେ ଶିଖାଇବାକୁ ଭୁଲି ନଥାଏ ଯମୁନା ମାଆ l

ଯମୁନା ମାଆ ଦେଶୀ ବିହନ ଓ ପାରମ୍ପରିକ ଚାଷ ପଦ୍ଧତିକୁ ବଞ୍ଚେଇ ରଖିବା ସହିତ ଅଞ୍ଚଳର ଜଙ୍ଗଲ ଓ ଜଙ୍ଗଲରୁ ମିଳିଥିବା ବିଭିନ୍ନ ପ୍ରକାର ଖାଦ୍ୟ ଓ ଆଦିବାସୀ ମାନଙ୍କର ଦୈନନ୍ଦିନ ଜୀବନରେ ବ୍ୟବହାର ହଉଥିବା ସମାଗ୍ରୀ ଗୁଡ଼ିକ ବଞ୍ଚାଇ ରଖିବା ପ୍ରୟାସ ଜାରି ରଖିଛି l ଜଙ୍ଗଲକୁ ବଞ୍ଚାଇ ରଖିବା ପାଇଁ ଗାଁ ଲୋକଙ୍କ ମନରେ ସଚେତନତା ଆଣିବାକୁ ଯମୁନା ମାଆ ଚାଷ ପରେ ଖାଲି ସମୟରେ ଗାଁ ଲୋକମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରିଥାଏ l ସ୍ଥାନୀୟ ଜୈବ ବିବିଧତା ଆକଳନ ପ୍ରକିୟା ଗୁଡ଼ିକ ନାମରେ ଜଙ୍ଗଲରୁ ଯାହାସବୁ ଖାଦ୍ୟ ମିଲୁଛି ତାହା କିପରି ଭବରେ ଖାଦ୍ୟ ଅଭାବ ସମୟରେ ଆଦିବାସୀଙ୍କୁ ସାହାଯ୍ୟ କରୁଛି, ସେ ବିଷୟରେ ମଧ୍ଯ ବୁଝାଇଥାଏ l ଫସଲ ଅମଳପରେ ଗାଁରେ ବିହନର ସ୍ଥିତି ଜାଣିବା ପାଇଁ ଯମୁନା ମାଆ’ ବିହନ ଆକଳନ ପକ୍ରିୟା କରିଥାଏ l 

ଯଦିଓ କେବଳ ଯମୁନା ମାଆ ନୂହେଁ ଆଦିବାସୀଙ୍କ ଜୀବନ ଧାରାରେ କୃଷି କ୍ଷେତ୍ରରେ ସମସ୍ତ ଆଦିବାସୀ ମାଆ ମାନଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ l ତେବେ ଆଦିବାସୀ ମାଆ ମାନଙ୍କ କୃଷି କ୍ଷେତ୍ରରେ ଅନୁଭୂତି ପୁଣି କୃଷି ଧାରାରେ ବିଭିନ୍ନ ସ୍ତରରେ ସେମାନଙ୍କ କାର୍ଯ୍ୟ ଦକ୍ଷତାକୁ ଆଖିରେ ରଖି ମାଲକାନାଗିରି ଅଞ୍ଚଳର ଚାଷୀ ସଂଗଠନ ସ୍ଥାନୀୟ ଅଞ୍ଚଳର ଉଦ୍ୟମି ଆଦିବାସୀ ମହିଳା ମାନଙ୍କୁ ପ୍ରଦାନ କରିଥାନ୍ତି ବିହନ ମାଆ ର ଉପାଧି l ମାଆ ମାନେ ପରିବାର ପ୍ରତି ପୋଷଣ ସହିତ କୃଷି କ୍ଷେତ୍ରରେ ବି ଯମୁନା ମାଆ ପରି ସବୁ ପ୍ରକାର କାମ କରି ପାରୁଥିବାରୁ ପୁରୁଷ କୈନ୍ଦ୍ରିକ ଆଦିବାସୀ ସମାଜ ମାଆ ମାନଙ୍କ ଦକ୍ଷତାକୁ ସମ୍ମାନ ଜଣାଇ ନେଇଛି ଏପରି ପଦକ୍ଷେପ l ଜାହା ଆଦିବାସୀଙ୍କ ଆଦର୍ଶ ସାଂସ୍କୃତିକ ପରିଚୟର ଏକ ନୂଆ ଦିଗ ଦେଖାଇ ପାରିଛି l

ପାରମ୍ପରିକ ବିହନ ଓ ଚାଷ ପଦ୍ଧତି ବଞ୍ଚାଇବା ଅଭିଯାନରେ ସ୍ଵେଚ୍ଛାସେବୀ ଭାବେ କର୍ତ୍ତବ୍ୟରତ ମାଉଲିଗୁଡ଼ା  ଗାଁର ବିହନ ମାଆ ଯମୁନା କିର୍ଷାନୀଙ୍କ ପରି ସାମିଲ ହୋଇଛନ୍ତି ମାଲାକନଗିରି ଜିଲ୍ଲାର ଅନେକ୍ ଆଦିବାସୀ ବିହନ ମାଆ l ଏହି ଅଞ୍ଚଳରୁ ବୁଡ଼ି ଯାଉଥିବା ଅଠାଅଶୀ ପ୍ରକରର ଦେଶୀ ଧାନ, ଆଠପ୍ରକାରର ମାଣ୍ଡିଆ ଜାତୀୟ ବିହନ, ବାଇଶି ପ୍ରକାରର ଡାଲି, ପନିପରିବା, ତୈଳବୀଜ ବିହନର ସଂରକ୍ଷଣ କରିବା କ୍ଷେତ୍ରରେରେ ତୁଲାଉଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା l ହାଜର ହଜାର ଚାଷୀ ପରିବାରଙ୍କୁ ଚିରନ୍ତନ କୃଷି ପଦ୍ଧତି ଓ ବିହନ ସଂରକ୍ଷଣର ଏକ ଆଶା ଜନକ ନୂତନ ଦିଗ ଦେଖାଇ ଚାଲିଥିବା ଯମୁନା କିର୍ଷାନୀଙ୍କ ପରି ବିହନ ମାଆ ମାନଙ୍କୁ ଆମର ଅନ୍ତରଭରା ପ୍ରଣାମ l

ଆଦର୍ଶ ଚାଷ ବାସ ର ପଦ୍ଧତି ଆଦିବାସୀ ଆଦିବାସୀଙ୍କ ଜୀବନ ଧାରା ଚାଷ ପଦ୍ଧତି ଜୈବ ବିବିଧତା ପାରମ୍ପରିକ ବିହନ ବିହନ ମା
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଗଛ ସାର୍‌ଙ୍କ ପାଇଁ ପୁରୀରେ ହସୁଛି ପରିବେଶ

Next Post

କ୍ୟାରିୟର ପାଇଁ ମେଟ୍ରୋରୁ ଗାଁ ଯାତ୍ରା

You might also like
manas
ସଂରକ୍ଷଣ

ଦେଶୀ ବିହନର ସଂରକ୍ଷଣ ମାନସଙ୍କ ଅଭିଯାନ

2 Mins read
December 6, 2024

ପରିବର୍ତ୍ତନଶୀଳ ଯୁଗରେ ଯେଉଁଠାରେ ପାରମ୍ପରିକ କୃଷି ପ୍ରଥା ଲୋପ ପାଇଚାଲିଛି, କଳାହାଣ୍ଡି ଜିଲ୍ଲାର ୪୫ ବର୍ଷୀୟ ମାନସ ରଂଜନ ସାହୁ ଦେଶୀ ବିହନର ରକ୍ଷାକର୍ତ୍ତା ଭାବେ ଏକ ଅଭିଯାନ ବଜାୟ ରଖିଛନ୍ତି । ମାନସ ରଂଜନ ସଂଗ୍ରହ କରିଛନ୍ତି ମୋଟ ୧,୭୫୬ ପ୍ରକାରର ଦୁର୍ଲଭ ଦେଶୀ ବିହନ ଏବଂ ଏହି ବିହନଗୁଡିକର ସଂରକ୍ଷଣ କରିବା ସହ ଅନେକ ଚାଷୀଙ୍କୁ ଦେଶୀ ବିହନ ଓ ଜୈବିକ ଚାଷର ଜ୍ଞାନ ଦେବାକୁ ତାଙ୍କର ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ତାଙ୍କର ଏହି …

muni
ଭିଡିଓ କାହାଣୀ ସଶକ୍ତିକରଣ

କୋୟା ଜନଜାତିଙ୍କୁ ଖୁସି ବାଣ୍ଟୁଛନ୍ତି ମୁନି ମାଡକାମୀ 

2 Mins read
June 18, 2024

ମୁନି ମାଡକାମୀ- ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୋୟା ଜନଜାତିର ଝିଅଟିଏ । ଜିଲ୍ଲାର ପଡିଆ ବ୍ଲକର କାଲଦାପଲ୍ଲୀ ଗ୍ରାମ ପଞ୍ଚାୟତର କୁର୍ତ୍ତୀ ଗ୍ରାମରେ ତାଙ୍କର ଘର। ବୟସ ମାତ୍ର ୧୮ ବର୍ଷ । କିନ୍ତୁ ତାଙ୍କ କାମ ଆଉ ସଫଳତା ସମ୍ମୁଖରେ ତାଙ୍କ ବୟସ ଆଜି କେବଳ ଏକ ସଂଖ୍ୟା । କୃଷି କ୍ଷେତ୍ରରେ ମୁନିଙ୍କର ଉପଲବ୍ଧି ଏବଂ ମାର୍ଗଦର୍ଶନ ତାଙ୍କ ଅଞ୍ଚଳର ପ୍ରାୟ ଅନେକ ଚାଷୀଙ୍କୁ କୃଷି ପ୍ରତି ପୁନଃଆକର୍ଷିତ କରିଛି । ଏକଦା ଏଇ ଚାଷୀମାନେ ରୋଜଗାର ଅନ୍ଵେଷଣରେ ଅନ୍ୟ ରାଜ୍ୟକୁ ଯିବାପାଇଁ ବାଧ୍ୟ ହେଉଥିଲେ । ନିଜ …

Narahari-Malla
ଭିଡିଓ କାହାଣୀ

ଜୀବନର ଶିକ୍ଷା ଦେଉଛନ୍ତି ନରହରି ମଉସା

3 Mins read
April 2, 2024

‘’ପିଲା ଦିନ ଧୁଳିଖେଳ ବୟସରୁ ମୁଁ ସ୍ଵପ୍ନ ଦେଖିଥିଲି ଜଣେ ଶିକ୍ଷକ ହେବାର ସ୍ଵପ୍ନ । ଦେଶର ଭବିଷ୍ୟତମାନଙ୍କୁ ଗଢିବାର ସ୍ଵପ୍ନ । କିନ୍ତୁ ମୋ ଭାଗ୍ୟ ମୋ ସମୟ ମୋର ସ୍ଵପ୍ନକୁ ସ୍ଵପ୍ନରେ ହିଁ ରଖିଦେଲା । ପରିବାରର ସମସ୍ୟା ଆର୍ଥିକ ସ୍ଥିତି ଦୁନିଆର ବୋଝ ତଳେ ଚିପି ହୋଇ ପାଠପଢା ଛାଡି ମତେ ଚାଷବାସ, ବିଲବାଡି, ଆମ ପାନ ବରଜ ସମ୍ଭାଳିବାକୁ ପଡିଲା । ଏତେ ଆଶା କରିଥିଲି କିନ୍ତୁ ମାଟ୍ରିକ ପରୀକ୍ଷା ବି …

'Sarojini Vana' a small green patch in Bonai is na 'Sarojini Vana' a small green patch in Bonai is named after its caretaker. This governmental plantation project constitutes around 3200 floras. However, the success of this project is credited to Sarojini, whose love and care for the plants turned this barren land into a lush green patch. Now, this green patch became the abode for many birds and a relishing ground for the passersby.Follow the link below to know more....#sarojinivan #DFOBonai #environmentalist #odishatourism #odishaforestdepartment https://inspiringodisha.com/sarojini-vana-an-example-for-denuded-forest-lands/
Change is coming! People are getting aware of the Change is coming! People are getting aware of the negative impact of deforestation and the importance of mangroves in the coastal region.A small group of people from the Kendrapada district of Odisha have donated their registered land willingly to the forest department for the mangrove plantation.Be it Dilip, Satyabrat or any other, the names on the list are going up day by day. So, to acknowledge their unique work to save the Hental range the Bhitarkanika forest officials call such people ‘Mangrove Mitra’. CMO Odisha Bikram Keshari Arukha PMO India#Mankibaatpmmodi #SaveHentalMangroves #Odishaforestdepartment#Bhitarkanikawildlifesanctury #DFOBhitarkanikahttps://inspiringodisha.com/friends-of-mangrove-offer.../
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
Ever heard of Hair donation? Harapriya Nayak, a s Ever heard of Hair donation? Harapriya Nayak, a social activist in the Jatni block of Khordha district, donates her hair to poor cancer patients. In the form of wigs, she gifts them to women cancer fighters who lost their hair and confidence as well during treatment. She hopes for a day when just like blood donation, people would come forward for hair donation too.so, what motivated her to stand for cancer patients?#Missionsmileoncancerpatient #SOPVA #harapriyanayak #PMNarendraModi #fightagainstcancer #ManKiBaat #liveforachangehttps://inspiringodisha.com/gift-of-wigs-to-cancer-fighters/
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.Know about his story of lone dedication and perseverance by clicking on the link above.
It's the story of a scientist who devoted his whol It's the story of a scientist who devoted his whole life to the conservation of the vulnerable or extinct rice genus in the Rayagada district of Odisha. His unique way of rice exchange with the farmers for retaining the rice species has replenished his collection in his rice bank. But his struggle is not over, he has to go the extra mile for reversing the vulnerable rice species.#DrDebalDebandBeyondDevelopmentality #vrihi #basudhahttps://inspiringodisha.com/on-a-trail-to-preserve.../
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies