• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ ଭିଡିଓ କାହାଣୀ

ପ୍ରତିଶ୍ରୁତିବଦ୍ଧ ପ୍ରଫେସର୍ ସୁଶାନ୍ତ

No Comments
May 3, 2022
2 Mins read
376 Views

ଆମ ପାଠପଢ଼ା ବହିରେ ବିଦେଶୀ ପ୍ରଜାତିର ପଶୁପକ୍ଷୀଙ୍କ ସବିଶେଷ ବିବରଣୀ ଲେଖାହୋଇଛି।ଦେଶର, କିମ୍ବା ରାଜ୍ୟର ଜୀବଜନ୍ତୁଙ୍କ ପ୍ରଜାତି ବିଷୟରେ ପଚାରିଲେ, ପିଲାଏ ଦ୍ବନ୍ଦ୍ବରେ ପଡ଼ିଯାଉଛନ୍ତି। ମନରେ ଧାରଣା ଆସୁଛି ଯେ ସତରେ କ’ଣ ଆମ ରାଜ୍ୟ ଓଡ଼ିଶାର ମଧ୍ୟ ଗାଈ, ମଇଁଷି, କୁକୁଡ଼ାର ପ୍ରଜାତି ଅଛି! ସବୁସାଧାରଣ ଲୋକଙ୍କ ଧାରଣା ହୋଲଷ୍ଟନ୍, ହରିୟାନା, ରେଡ୍ ସିନ୍ଧି, ଓଙ୍ଗୋଲେ ଆଦି ପ୍ରଜାତି ଅଛନ୍ତି, ଏ ଭିତରେ ଓଡ଼ିଶାର ସ୍ଥାନ ନାହିଁ। ତେଣୁ, କିଏ କାହିଁ ଜାଣିବ ଯେ ସତରେ ଓଡ଼ିଶାର ବାସିନ୍ଦା ଭଳି ଏଠିକାର ଜୀବଜନ୍ତୁମାନେ ମଧ୍ୟ କାହିଁ କେଉଁ କାଳରୁ ବାସିନ୍ଦା ଭାବେ ରହିଆସୁଛନ୍ତି। ଆଉ ଏମାନଙ୍କର ପରିଚୟ ଖୋଜିବାରେ ଲାଗିଛନ୍ତି ପ୍ରଫେସର ସୁଶାନ୍ତ କୁମାର ଦାଶ।  

ନିଃସ୍ବାର୍ଥପର ମନୋଭାବରେ ପ୍ରଫେସର ଦାଶ ଗଲା କେତେ ବର୍ଷ ହେଲା କାମ କରିଆସୁଛନ୍ତି।ଓୟୁଏଟିରେ କାର୍ଯ୍ୟରତ ଏହି ପ୍ରାଧ୍ୟାପକ ଜଣକ ଯେମିତି ପଣ କରିଛନ୍ତି, ଯେମିତି ହେଉ ଜାତୀୟସ୍ତରର ତାଲିକାରେ ଓଡ଼ିଶାର ଜୀବଜନ୍ତୁଙ୍କ ପ୍ରଜାତି ସ୍ଥାନ ପାଇବ। ତାଙ୍କର ଏହି ଲକ୍ଷ୍ୟରେ ସେ ସଫଳ ମଧ୍ୟ ହୋଇଛନ୍ତି। ସହଯୋଗୀଙ୍କ ସାହାଯ୍ୟରେ ଏ ଭିତରେ ପ୍ରଫେସର ଦାଶ ଗୋରୁଗାଈଙ୍କ ୪ଟି ଦେଶୀ ପ୍ରଜାତି, ମଇଁଷିରେ ୩ଟି ଏବଂ ମେଣ୍ଢାରେ ଗୋଟିଏ ପ୍ରଜାତି ଚିହ୍ନଟ କରିଛନ୍ତି। ୨୦୦୪-୦୫ ସମୟରେ ଯେତେବେଳେ ସେ ଗବେଷଣା ଆରମ୍ଭ କଲେ, ଭାରତର ବିଭିନ୍ନ ପ୍ରଜାତି ବିଷୟରେ ତନ୍ନତନ୍ନ କରି ପଢ଼ିଲେ। ମୋଟ୍ ୩୦ଟି ଭାରତୀୟ ପ୍ରଜାତି ତାଲିକାର ଓଡ଼ିଶାର କୌଣସି ପ୍ରାଣୀଙ୍କ ନାମର ଚିହ୍ନବର୍ଣ୍ଣ ସୁଦ୍ଧା ନଥିଲା। ଏଇ କଥାଟି ତାଙ୍କୁ ଭାରି ବିଚଳିତ କଲା। ପ୍ରତିଟି ରାଜ୍ୟର ସ୍ବତନ୍ତ୍ର ପ୍ରାଣୀ ଏଠି ତାଲିକାଭୁକ୍ତ ହୋଇଛନ୍ତି, କିନ୍ତୁ ଓଡ଼ିଶାର ନାଁ ନଥିବା ଦେଖି ସେ ଆଉ ଥୟ ଧରି ବସିପାରିଲେନି।

ପ୍ରଫେସରଙ୍କ ଗବେଷଣା ଆରମ୍ଭ ହେଲା।  ନିଜର ଏହି ଉଦ୍ୟମରେ ଶେଷର ସେ ସଫଳ ହେଲେ। ମୋଟୁ, ଘୁମୁସରୀ, ବିଞ୍ଜାରପୁରୀ ଓ ଖରିଆର ପ୍ରଜାତିର ଗାଈଗୋରୁଙ୍କୁ ପ୍ରଥମଥର ପାଇଁ ଓଡ଼ିଶାର ନିଜ ପ୍ରଜାତି ଭାବରେ ତାଲିକାଭୁକ୍ତ କରାଇଲେ।

୨୦୧୦ରେ

  • ଯାଜପୁର ଅଞ୍ଚଳରେ ବିଞ୍ଜାରପୁରୀ ପ୍ରଜାତି
  • ମାଲାକାନାଗିରି, କୋରାପୁଟରେ ମୋଟୁ ପ୍ରଜାତି
  • ନୂଆପଡ଼ାରେ ଖରିଆର ପ୍ରଜାତି
  • ଗଞ୍ଜାମ, ଫୁଲବାଣୀ ଓ ବୌଦ ପରିସୀମାରେ ଘୁମୁସରୀ 

ପ୍ରଜାତି ଚିହ୍ନଟ ହେଲେ ।

ସର୍ବଭାରତୀୟସ୍ତରରେ ଓଡ଼ିଶା ଜୀବଜନ୍ତୁଙ୍କ କ୍ଷେତ୍ରରେ ପରିଚୟ ପାଇବା ନିଶ୍ଚିତ ଭାବେ ଗର୍ବର ବିଷୟ ଥିଲା।  ଆମ ରାଜ୍ୟର ଲୋକେ ଅନ୍ୟ ରାଜ୍ୟରୁ ଦୁଧିଆଳୀ ଗାଈ ବ୍ୟବସାୟ ପାଇଁ ଆଣୁଛନ୍ତି ସତ, କିନ୍ତୁ ଦେଶୀ ପ୍ରଜାତିର ଗୋରୁଗାଈଙ୍କର ରୋଗପ୍ରତିଷେଧକ ଶକ୍ତି ଭଲ। ।

ଏ ଭିତରେ ଚିଲିକା ଲାଗୁନ୍ ପାଖେ ଚିଲିକା ମଇଁଷି ୧୨ତମ ପ୍ରଜାତି ଭାବେ ସ୍ଥାନ ପାଇଛି। ୨୦୨୦ ଏବଂ ୨୦୨୧ରେ କଳାହାଣ୍ଡି ମଇଁଷି, ମଣ୍ଡା ମଇଁଷି ଯଥାକ୍ରମେ ୧୩ତମ, ୧୯ତମ ପ୍ରଜାତି ଭାବେ ଚିହ୍ନଟ ହୋଇଛନ୍ତି। ଏହି ତାଲିକାରେ ମୟୂରଭଞ୍ଜର ହେନସଲେ କୁକୁଡ଼ା ମଧ୍ୟ ରେଜିଷ୍ଟରଭୁକ୍ତ ହୋଇଛି।

ପ୍ରଦୂଷଣର ସ୍ତର ଯେଭଳି ବଢ଼ୁଛି, ଆମ ଦେଶୀ ପ୍ରଜାତିମାନେ ଯେ ଲୋପ ନ ପାଇବେ, ତାହା ବି କିଏ କହିବ! ଅନ୍ତତଃ ସେମାନଙ୍କ ଗୁଣ, ବୈଶିଷ୍ଟ୍ୟ ଆମେ ଜାଣିବା ଜରୁରୀ। ଚିଲିକା ମଇଁଷି ଉପରେ ଗବେଷଣା ଚାଲୁଥିବା ସମୟରେ ଜଣାପଡ଼ିଥିଲା ଯେ ଏହି ମଇଁଷିର କ୍ଷୀରରେ ପର୍ଯ୍ୟାପ୍ତ ପରିମାଣର ଓମେଗା ଥ୍ରୀ ଫ୍ୟାଟି ଏସିଡ୍ ଅଛି। ଏହି ମଇଁଷିର କ୍ଷୀର ମଧ୍ୟ ଖୁବ୍ ମୋଟା, ଆମ ଦେଶୀ ଗାଈ କ୍ଷୀରରେ ଏତେ ସବୁ ପୋଷକତତ୍ତ୍ବ ଅଛି କିନ୍ତୁ ଆମେ ସେସବୁ ବିଷୟରେ ଅନଭିଜ୍ଞ। କେଉଁ ଜାତିର ବଳଦ ଭଲ ଚାଷ କରିପାରିବ, କେଉଁ ପ୍ରଜାତିର କୁକୁଡ଼ାର ଅଣ୍ଡାରେ ପୋଷଣ ଅଧିକ, ଏସବୁର ଗବେଷଣା କରାଯାଏ।

ପ୍ରଫେସର ତାଙ୍କ ଯାତ୍ରା ପଥରେ ବହୁତ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଗୋଟିଏ ପ୍ରଜାତିର ଜୀବଜନ୍ତୁଙ୍କୁ ଅତି କମ୍‌ରେ ୩୦୦ ଦିନ ଧରି ଅନୁଧ୍ୟାନ କରାଯାଏ। ସେମାନଙ୍କ ଶାରୀରିକ ସଂରଚନା, ଗତିବିଧି ସବୁ ବିଷୟରେ ଟିକିନିଖି ଗବେଷଣା କରାଯାଏ। ସ୍ଥାନୀୟ ଚାଷୀ ଓ ସେଠିକାର ପଶୁ ଚିକିତ୍ସାଳୟରୁ ବିଭିନ୍ନ ତଥ୍ୟ ଜୀବଜନ୍ତୁଙ୍କ ବିଷୟରେ ନିଆଯାଏ।

କେବଳ ରାଜ୍ୟର ପଶୁପକ୍ଷୀଙ୍କୁ ଜାତୀୟସ୍ତରରେ ତାଲିକାଭୁକ୍ତ କରାଇବା ପାଇଁ ପ୍ରଫେସର ଦାଶଙ୍କ ଏହି ଉଦ୍ୟମ ବେଶ୍ ପ୍ରଶଂସନୀୟ। ଭବିଷ୍ୟତରେ ପାଠ୍ୟପୁସ୍ତକରେ ଆମ ଆଗାମୀ ପିଢ଼ି ଓଡ଼ିଶାର ଗୋରୁଗାଈ ପ୍ରଜାତି ବିଷୟର ଜାଣିବାର ସୁଯୋଗ ପାଇବେ। ସତର, ଏହା ଆମ ପାଇଁ ଗର୍ବର କଥା।

ଦେଶୀ ପ୍ରଜାତିର ଗୋରୁଗାଈ
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ହେନ୍ତାଳ ବଣର ବନ୍ଧୁ – ଦିଲ୍ଲୀପ ମଣ୍ଡଳ

Next Post

ଓଡ଼ିଶା ଟସର ଶିଳ୍ପ ବିକାଶର ସଙ୍କଳ୍ପ ନେଇଛନ୍ତି କୁନୀ ଦେହୁରୀ

You might also like
ramjit-sanali-digitization
ଅସାଧାରଣ

ସାନ୍ତାଳି ଭାଷାର ଡିଜିଟାଇଜେସନରେ ସମର୍ପିତ ରାମଜିତ

3 Mins read
October 22, 2024

ଭାଷା କେବଳ ଏକ ଯୋଗାଯୋଗର ମାଧ୍ୟମ ନୁହେଁ; ଏହା ସଂସ୍କୃତି, ଆବେଗ, ଏବଂ ସାମୁଦାୟିକ ଇତିହାସର ମଧ୍ୟ ବାହକ। କିନ୍ତୁ କାଳଗର୍ଭରେ ଅନେକ ପୁରାତନ ଜନଜାତିଙ୍କ ଭାଷା ଧୀରେ ଧୀରେ ବିଲୁପ୍ତ ହେବାକୁ ଲାଗିଛି, ସେଥିପାଇଁ ସେଗୁଡ଼ିକୁ ସୁରକ୍ଷିତ ରଖିବାର ଆବଶ୍ୟକତା ବଢିଛି । ଏହାର ଗୁରୁତ୍ୱକୁ ଉପଲବ୍ଧି କରିପାରି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଗୋବିନ୍ଦପୁରର ୨୮ ବର୍ଷୀୟ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ରାମଜିତ ଟୁଡୁ ସାନ୍ତାଳି ଭାଷାକୁ ଡିଜିଟାଲ୍ ଯୁଗରେ ମଧ୍ୟ ବଂଚାଇ ରଖିବା ପାଇଁ …

gadget
ଅସାଧାରଣ

ଉଦ୍ଭାବନ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବାର ସଙ୍କଳ୍ପ ନେଇଛନ୍ତି ଆଶିଷ

1 Min read
October 8, 2024

ଜୀବନଟା କେତେ ଲମ୍ବା ହେବ ତା ଆମ ହାତରେ ନାହିଁ କିନ୍ତୁ ଜୀବନଟା କେମିତି ହେବ ତା ଆମ ହାତରେ ଅଛି । ଇଶ୍ୱରଙ୍କ ସୃଷ୍ଟିରେ ନିଜକୁ ଶ୍ରେଷ୍ଠ ବୋଲାଉଥିବାଆମେ ମଣିଷମାନେ ଆଜିର ଦିନରେ ନିଜ ସ୍ୱାର୍ଥ ସାଧନରେ ଲାଗିପଡ଼ିଛନ୍ତି । କ୍ୱଚିତ୍ ଲୋକ ଅଛନ୍ତି ଯେଉଁମାନେ ନିଜସହ ମଣିଷ ସମାଜର କଥା ଭାବନ୍ତି, ଆଉନିଜର ବଳିଷ୍ଠ ଯୋଗଦାନ ମାଧ୍ୟମରେ ଅନେକଙ୍କର ଜୀବନକୁ କରିଦିଅନ୍ତି ସହଜ । ଏମିତି ଜଣେ ବିକ୍ତିତ୍ୱ ହେଲେ ଆଶିଷ ମାହାନା, ପେଷାରେ ଜଣେ ଇଂଜିନିୟର ଭାବେ କାମ କରୁଥିବା ଆଶିଷଙ୍କ ନିଶା କିନ୍ତୁ ନୂଆ ନୂଆ ଉଦ୍ଭାବନ, ଯାହା ଅନ୍ୟରଜୀବନକୁ ସହଜ କରିବାରେ ସାହାଯ୍ୟ କରିବ । ପେଶାରେ ରହି ନିଜ ଉଦ୍ଭାବନ ପାଇଁ ଉପଯୁକ୍ତ ସମୟ ଦେଇନପାରିବାରୁ ଇଂଜିନିୟରିଂରୁ ସନ୍ୟାସ ନେଲେଆଷିଶ । ତାଙ୍କଦ୍ୱାରା ନିକଟରେ ପ୍ରସ୍ତୁତ ହୋଇଥିବା ସ୍ମାର୍ଟ ଷ୍ଟିକ୍ ଦୃଷ୍ଟିହୀନ ଲୋକଙ୍କ ପାଇଁ ବରଦାନ କହିଲେ ଅତ୍ୟୁ୍‌କ୍ତି ହେବନାହିଁ । ଏହାକୁ ଏମିତି ଭାବେଡ଼ିଜାଇନ୍ କରାଯାଇଛି ଯେ ଜଣେ ଦୃଷ୍ଟିହୀନ ଲୋକ ପାଇଁ ଏହା ଗାଇଡ଼୍ ଭଳି ସହାଯ୍ୟ କରିବ ଫଳରେ ଯିବାଆସିବା ପାଇଁ ଏମାନଙ୍କ ଆଉ ଅନ୍ୟ ଉପରେ ନିର୍ଭରକରିବାକୁ ପଡ଼ିବ ନାହିଁ । ପିଲାବେଳୁ ବିଜ୍ଞାନ ପ୍ରତି ମୋର ଅହେତୁକ ଆଗ୍ରହ ଥିଲା, ତେଣୁ ମୋ ପକେଟ୍‌ରେ ସବୁବେଳେ ଗୋଟେ ଟେଷ୍ଟର ଓ ସ୍କ୍ରୁ ଡ଼୍ରାଇଭର ରଖିବାକୁ ମୁଁ ପସନ୍ଦ କରୁଥିଲି ।ମୋତେ ମିଳୁଥିବା ପକେଟ୍ ମନିରୁ ମୁଁ ମୋଟର, ଫିତା, ତାର ଭଳି ଉପକରଣ ଆଣି ନୂଆ ନୂଆ ଉଦ୍ଭାବନ ପାଇଁ ଚେଷ୍ଟା କରୁଥିଲି । କମ୍ ଖର୍ଚ୍ଚରେ ଏହାକୁ ପ୍ରସ୍ତୃତକରିବାକୁ ବିଭିନ୍ନ ସ୍ଥାନରୁ ସଗୃହିତ ପୁରୁଣା ପାର୍ଟସ୍ ଗୁଡ଼ିକ ବ୍ୟବହାର କରେ, ଅନେକ ସମୟରେ ସଫଳ ମଧ୍ୟ ହୁଏ ବୋଲି ଆଶିଷ କୁହନ୍ତି । ୪୬ ବର୍ଷ ବୟଷ୍କ ଆଶିଷ ମାହାନା  ସମ୍ବଲପୁର ଜିଲ୍ଳା, ସଲଦ୍ ପଞ୍ଚାୟତ ଅର୍ନଗତ ନୂଆ ରାମ୍ପେଲା ଗାଁର ଅଧିବାସୀ । ଅପରେସନାଲ୍ ମେନେଜମେଣ୍ଟରେ ଏମବିଏ୍  କରିବା ସହ ଟେଲି କମ୍ୟୁନିକେସନ୍‌, ଇଲେକଟ୍ରୋନିକ୍ସ, କମ୍ପୁଟର ହାର୍ଡ଼ୱେୟାର ବିଷୟ ଗୁଡ଼ିକରେ ଡ଼ିପ୍ଲୋମା ମଧ୍ୟ କରିଛନ୍ତି । ହିଣ୍ଡାଲକୋ ଇଣ୍ଡଟ୍ରିଜ୍‌ରେ ଆସିଷ୍ଟାଣ୍ଡଇଂଜିନିୟର ଭାବେ ଉତ୍ତମ ବେତନରେ ଚାକିରି କରୁଥିଲେ ହେଁ ଦୃଷ୍ଟିହୀନ ଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ତଆରି କରିବାର ନିଶା ପାଇଁ ୨୦୨୩ ରେ ଚାକିରିରୁସନ୍ୟାସ ନେଇଥିଲେ ଆଶିଷ । ଆଉ ତାପରେ ନିଜ ଉଦ୍ଭାବନା ପାଇଁ ଅବିରତ ଚେଷ୍ଟାରେ ଲାଗିପଡ଼ିଛନ୍ତି ସେ । ଆଉ ପଳସ୍ୱରୁପ ତାଙ୍କର ସ୍ୱପ୍ନର ପ୍ରକଳ୍ପ ଦୃଷ୍ଟିହୀନଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ବନେଇବାରେ ସଫଳ ହୋଇଛନ୍ତି ସେ ।   ୨୦୦୯ ମସିହାର କଥା ମୁଁ ଯେତେବେଳେ ମୋ କାମରେ ବାହାରିଥାଏ ମୁଁ ଦେଖିବାକୁ ପାଇଲି ଜଣେ ଦୃଷ୍ଟିହୀନ ବ୍ୟକ୍ତି ରାସ୍ତା ପାରିହେବାକୁ ଅନେକ ସଂଘର୍ଷକରୁଛନ୍ତି ଯାହା ମୋତେ ଆନ୍ଦୋଳିତ କରିଥିଲା, ମୁଁ ତାଙ୍କୁ ରାସ୍ତା ପାର ହେବାରେ ସାହାଯ୍ୟ କଲି ସତ କିନ୍ତୁ ଏ ଘଟଣା ପରଠୁ ଦୃଷ୍ଟିହୀନ ଲୋକଙ୍କୁ ମୁଁ କେମିତିସାହାଯ୍ୟ କରିପାରିବି ସେ ପ୍ରଚେଷ୍ଟାରେ ଲାଗିପଡ଼ିଲି । ଆଉ ଫଳସ୍ୱରୁପ ଏକ ସ୍ମାର୍ଟ ସ୍ଟିକ୍ ତିଆରି କରିବାରେ ସଫଳ ହେଲି ଯାହା ଦୃଷ୍ଟହୀନ ଲୋକଙ୍କୁ ବିନାକାହାର ସାହାଯ୍ୟରେ ରାସ୍ତାରେ ଚଳପ୍ରଚଳ କରିବାକୁ ସାହାଯ୍ୟ କରିବ । ଏଇ ସ୍ମାର୍ଟ ଷ୍ଟିକ୍ ତିଆରି କରିସାରିବା ପରେ ମୁଁ ପ୍ରଥମେ ଏହାକୁ ନିଜ ସହରର ଜଣେଦୃଷ୍ଟିହୀନ ବ୍ୟକ୍ତିଙ୍କୁ ବ୍ୟବହାର ପାଇଁ ଦେଲି ଓ ତାଙ୍କ ମତାମତ ଆଧାରରେ ଏଥିରେ ପରିବର୍ତ୍ତନ କରି ଏଥିରେ ରହୁଥିବା ତ୍ରୃଟିକୁ ସଜାଡ଼ିଲି, ଏହା ଏବେ ବ୍ୟବହାରପାଇଁ ପୁରା ପ୍ରସ୍ତୃତ ବୋଲି ଆଶିଷ କୁହନ୍ତି । ଆଶିଷ ମାହାନା ଦୃଷ୍ଟିହୀନ ବ୍ୟକ୍ତିଙ୍କ ଚଳପ୍ରଚଳକୁ ସହଜ କରିବା ପାଇଁ ଉଭୟ ଇନ୍‌ଡ଼ୋର ଓ ଆଉଟ୍ ଡ଼ୋର୍ ଡ଼ିଭାଇସ୍ ପ୍ରସ୍ତୃତ କରିଛନ୍ତି । ଆଉଟ୍‌ଡ଼ୋର୍ ପାଇଁପ୍ରସ୍ତୃତ ହୋଇଥିବା ସ୍ମାର୍ଟ ସ୍ଟିକ୍‌ଟି ଜି.ପି.ଏସ୍ ଦ୍ୱାରା ପରିଚାଳିତ ଯାହା ୫ ଫୁଟ୍ ଦୁରରୁ ଆସୁଥିବା ବାଧା ବିଷୟରେ ସୁଚନା ଦେବ ଭାଇବ୍ରେସନ୍ ମାଧ୍ୟମରେ ।ସେହିଭଳି ଇନ୍‌ଡ଼ୋର୍‌ରେ ମଧ୍ୟ ଏକ ମଲ୍ଟି ସେନ୍ସର ଡ଼ିଭାଇସ୍ ପ୍ରସ୍ତୃତ ହୋଇଛି ଯାହା ଦୃଷ୍ଟିହୀନ ବ୍ୟକ୍ତିଙ୍କ ସୁରକ୍ଷିତ ଚଳପ୍ରଚଳ ପାଇଁ ବିଶେଷ ଭାବରେ ସାହାଯ୍ୟକରିବ  ଏବଂ କବାଟ ଓ ଝରକା ଥିବା ସ୍ଥାନ ସମ୍ପର୍କରେ ସୁଚନା ଦେବ । ମାହାନାଙ୍କର ଏଇ ଉଦ୍ଭାବନ ସମ୍ବଲପୁର ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ସତପଥିଙ୍କ ଦୃଷ୍ଟି ଆକର୍ଷଣ କଲା ସେ ମଧ୍ୟ ଏଇ ପ୍ରଚେଷ୍ଟାକୁ ବେଶ୍ ପ୍ରଶଂସାକରିଛନ୍ତି । ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ କାର୍ଯ୍ୟାଳୟ ଏଇ ପାଇଲଟ୍ ପ୍ରକଳ୍ପକୁ ଅନୁମୋଦନ କରିଛି ଫଳରେ ଏହାକୁ ସ୍ଥାନୀୟ ବିଦ୍ୟାଳୟର୧୦ ଜଣ ଛାତ୍ରଙ୍କୁ ଏଇ ଷ୍ଟିକ୍ ପ୍ରଦାନ କରାଯାଇଛି, ଯାହାର ଫଳାଫଳ ଭଲ ଆସିଲେ ଆଗାମୀ ଦିନମାନଙ୍କରେ ଏହାର ବ୍ୟାପକ ବ୍ୟବହାର ପାଇଁ ଚିନ୍ତାକରାଯାଇପାରିବ । ରାଜ୍ୟର ପ୍ରଥମ ଦୃଷ୍ଟିହୀନ ଓଏସ୍  ଅଫିସର ସଞ୍ଜୟ ବେହେରା ଏହାକୁ ବ୍ୟବହାର କରି ଖୁସୀଥିବା କଥା ତାଙ୍କ ଟ୍ୱିଟରରେ ପ୍ରକାଶ କରିଛନ୍ତି । ପ୍ରତିଦିନ ମୁଁ ଉଦ୍ଭାବନ ଗୁଡ଼ିକର ବିକାଶ ପାଇଁ କାମକରେ, ଆଗକୁ ମୋର ଲକ୍ଷ୍ୟ ରହିଛି ପତିରକ୍ଷା,ଅନୁସନ୍ଦାନ ସଂସ୍ଥା ଡ଼ିଆରଡ଼ିଓ ସହ କାମକରିବି ଫଳରେଦେଶପାଇଁ ମୁଁ କିଛି ଯୋଗଦାନ ଦେଇପାରିବି ବୋଲି ଆଶିଷ କୁହନ୍ତି ।   ୧୯୯୨ ମସିହାରୁ ଆଶିଷ ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଉଦ୍ଭାବନ ଯାହା ଲୋକଙ୍କ ହିତରେ ଲାଗିସାରିଛି ଓ ଏହାପାଇଁ ତାଙ୍କୁ ଅନେକଥର ସମ୍ମାନିତ ମଧ୍ୟ କରାଯାଇଛି। ଏବେ ସେ ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ତାଙ୍କୁ ନିମନ୍ତ୍ରଣ ଆସୁଛି ଫଳରେ ସେ ତାଙ୍କ ଉଦ୍ଭାବନ ସମ୍ପର୍କରେ ପିଲାଙ୍କୁ ସଚେତନ ମଧ୍ୟ କରୁଛନ୍ତି । ସମାଜ ପାଇଁତାଙ୍କର ଏଇ ଉଦ୍ଭାବନ ସବୁଯେ ବେଶ୍ ସହାୟକ ଏଥିରେ ସନ୍ଦେହର ଅବକାଶ ନାହିଁ । ଆଶିଷ ମାହାନାଙ୍କୁ ଆମ ତରଫରୁ ଅନେକ ଅନେକ ସାଧୁବାଦ ।  

kamala-pujari
ଅସାଧାରଣ

ଜୈବିକ କୃଷିରେ ଅବଦାନ ପାଇଁ ସର୍ବଦା ମନେ ରହିବେ କମଳା ପୂଜାରୀ

3 Mins read
July 27, 2024

୨୦ ଜୁଲାଇ ୨୦୨୪ , ୭୬ ବର୍ଷର ଘଟଣା ବହୁଳ ଜୀବନଯାତ୍ରା ସାରି କମଳା ମା’ ଚାଲିଗଲେ ଆରପାରିକୁ, କିନ୍ତୁ ପଛରେ ଛାଡି ଦେଇଯାଇଛନ୍ତି ଜୈବିକ କୃଷିକୁ ନେଇ ଭବିଷ୍ୟତ ପିଢୀ ପାଇଁ ଅଜସ୍ର ପ୍ରେରଣା । ତାଙ୍କ ଗ୍ରାମ ପାତ୍ରପୁଟ ଆଜି ନିରବି ଯାଇଛି । ତାଙ୍କ ବିୟୋଗରେ ଗ୍ରାମବାସୀ କାନ୍ଦି ଉଠିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ବୟସାଧିକ କାରଣରୁ କିଡନୀ ଜନିତ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ । ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ …

As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!Stay tuned... Tap the link.https://www.youtube.com/watch?v=_gUgr_dedKw#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
'Sarojini Vana' a small green patch in Bonai is na 'Sarojini Vana' a small green patch in Bonai is named after its caretaker. This governmental plantation project constitutes around 3200 floras. However, the success of this project is credited to Sarojini, whose love and care for the plants turned this barren land into a lush green patch. Now, this green patch became the abode for many birds and a relishing ground for the passersby.Follow the link below to know more....#sarojinivan #DFOBonai #environmentalist #odishatourism #odishaforestdepartment https://inspiringodisha.com/sarojini-vana-an-example-for-denuded-forest-lands/
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.Know about his story of lone dedication and perseverance by clicking on the link above.
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
It's the story of a scientist who devoted his whol It's the story of a scientist who devoted his whole life to the conservation of the vulnerable or extinct rice genus in the Rayagada district of Odisha. His unique way of rice exchange with the farmers for retaining the rice species has replenished his collection in his rice bank. But his struggle is not over, he has to go the extra mile for reversing the vulnerable rice species.#DrDebalDebandBeyondDevelopmentality #vrihi #basudhahttps://inspiringodisha.com/on-a-trail-to-preserve.../
Blindness is not an inefficacy. This fact is prove Blindness is not an inefficacy. This fact is proven by 23-year-old Soundarya Kumar Pradhan of Boden in the Sambalpur district of Odisha over and over again in his life. This international chess player withstood each obstacle with courage and excelled both in his academics and career with shining colors.Learn more about this young talent of Odisha. Click the link below: Soundarya Pradhan Prachurya PradhanPM Narendra Modi Naveen Patnaik #vishwanathananad #sportsministryofindiaLink to the whole story: https://inspiringodisha.com/blind-chess-player-soundarya/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies