• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ପରିବେଶ ସଶକ୍ତିକରଣ

ସ୍ନେହ ଓ ଶ୍ରମର ସୁଫଳ – ସରୋଜିନୀ ବନ

1 Comment
April 12, 2022
2 Mins read
437 Views
sarojini-vana

“Tree gives peace to the souls of men”

– Nora Waln

ସୁପ୍ରସିଦ୍ଧ ଲେଖିକା ନୋରା ୱାଲନ୍‌ଙ୍କ ଦ୍ୱାରା ଲିଖିତ ଏଇ ଉକ୍ତିଟିର ଅର୍ଥ ବୃକ୍ଷ ମଣିଷର ଆତ୍ମାକୁ ଶାନ୍ତିପ୍ରଦାନ କରେ । କେବଳ ଶାନ୍ତି ନୁହେଁ, ଗଛ ବିନା ଏଇ ଜୀବଜଗତର ଅସ୍ତିତ୍ୱ ମଧ୍ୟ ଅସମ୍ଭବ । ଗଛ ଛାଇରେ ବସି ତାର ସାହାଯ୍ୟ ସୁବିଧା ନେବାକୁ ତ ଅନେକ ଲୋକ ଅଛନ୍ତି କିନ୍ତୁ ଗଛ ଲଗାଇ ତାଙ୍କର ଯତ୍ନ ନେଇ ସୁରକ୍ଷା ଦେଇ ଏକ ଟାଙ୍ଗରା ଭୂମିରେ ଜଙ୍ଗଲ ସୃଷ୍ଠି କରିବାର ସ୍ୱପ୍ନ ଦେଖୁଥିବା ଲୋକମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ସରୋଜିନୀ । ନିଜସ୍ୱ ଚେଷ୍ଟାରେ ସରୋଜିନୀ ଲଗାଇଛନ୍ତି ଅନେକ ଗଛ । ଅନେକର ଅର୍ଥ ଏଠି ୫୦, ୧୦୦, ୨୦୦, କି ୫୦୦ ନୁହେଁ ବରଂ ଦଶ ହଜାରରୁ ଅଧିକ । ଆଉ ଏ ସବୁ ପାଇଁ ତାଙ୍କୁ ଲାଗିଛି ମାତ୍ର ଦେଢ଼ବର୍ଷ । ପୂର୍ଣ୍ଣ ନାମ ତାଙ୍କର ସରୋଜିନୀ ମାହାନ୍ତ । ସୁନ୍ଦରଗଡ଼ ଜିଲ୍ଲା, ଲହୁଣିପଡ଼ା ବ୍ଲକର ଉଲସୁରେଇ ଗାଁର ବାସିନ୍ଦା ସେ । ତାଙ୍କର ଏଇ ପ୍ରଚେଷ୍ଟା କୁ ସମ୍ମାନ ଜଣେଇ ବଣାଇ ବନବିଭାଗର କର୍ମଚାରୀ ମାନେ ଏହି ସରକାରୀ ବନୀକରଣ ଅଂଚଳଟିକୁ “ସରୋଜିନୀ ବନ” ନାମରେ ନାମିତ କରିଛନ୍ତି ।

ସାଧାରଣତ ଲୋକଟେ ଦେହତ୍ୟାଗ କଲା ପରେ ବୋର୍ଡ଼ରେ ତାଙ୍କ ନା ଲେଖାହୁଏ କିନ୍ତୁ ମୁଁ ବଞ୍ଚିଥାଉ ଥାଉ ମୋ ନାଁ ବୋର୍ଡ଼ରେ ଦେଖି ମୋତେ ଭାରି ଖୁସି ଲାଗୁଛି ।

ଗଛଗୁଡ଼ିକୁ ସରୋଜିନୀ ନିଜର ପିଲାଛୁଆଙ୍କ ଭଳି ଲାଳନ ପାଳନ କରନ୍ତି, ଆଉ ଫଳସ୍ୱରୁପ ଏଇ ମାତ୍ର କେଇଦିନରେ ଏଇ ଗଛମାନେ ବଡ଼ହୋଇ ସ୍ଥାନଟିକୁ ପରିଣତ କରିଛନ୍ତି ଏକ ବନଖଣ୍ଡରେ । ସରୋଜିନୀ ବନରେ ଏବେ ଅଁଳା, ଶିଶୁ, ଆମ୍ବ, ପଣସ, ଜାମୁକୋଳି, ପିଜୁଳି, ତୁତ୍ କୋଳି ଭଳି ଅନେକ ପ୍ରଜାତିର ଗଛ ଲାଗିଛି । ବନ ସୁରକ୍ଷା ସମିତିର ସଦସ୍ୟ ଥିବା ସରୋଜିନୀ କୁହନ୍ତି “ଯେଉଁ ଗଛସବୁ ଜଙ୍ଗଲରେ ବି ଲୋପ ପାଇବାକୁ ବସିଲାଣି ମୁଁ ତାକୁ ଏଠି ଲଗେଇଛି ।”

ବନ କର୍ମଚାରୀମାନେ ସରୋଜିନୀଙ୍କୁ ଏଇ କାମରେ ଉତ୍ସାହିତ କରିବା ସହ ଚାରା, ଖତ ଓ ଅନ୍ୟାନ୍ୟ ଅବଶ୍ୟକୀୟ ଉପକରଣ ବି ଯୋଗାଇ ଦିଅନ୍ତି । ତାଙ୍କର ଏ କାମ ପାଇଁ ବନବିଭାଗ ତରଫରୁ ମିଳୁଥିବା ପାରିଶ୍ରମିକରେ ତାଙ୍କ ଘରଚଳେ ।

ସରୋଜିନୀ କୁହନ୍ତି “ଗଛ ବଞ୍ଚିଲେ ଯାଇ ଆମେ ସସସ୍ତେ ବଞ୍ଚିବା ” । ନିଜେ ଗଛ ଲଗାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଗଛର ଉପକାରିତା ଓ ମହତ୍ୱ ବିଷୟରେ ବୁଝାନ୍ତି ସେ । ସରୋଜିନୀଙ୍କ ଏଇ ପ୍ରଚେଷ୍ଟା ଯେ ଦିନେ ଏକ ବିପ୍ଳବର ରୂପନେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

ଗଛ ଜଙ୍ଗଲ ସୁନ୍ଦରଗଡ଼
Shares
1 Comment
  1. Amiya

    April 15, 2022 10:39 pm

    Amazing

    Reply
Leave a Reply Cancel reply

Your email address will not be published. Required fields are marked *

Previous Post

ପ୍ଲାଷ୍ଟିକ୍ ବିପ୍ଳବୀ ରାହୁଲ୍

Next Post

ହେନ୍ତାଳ ବଣର ବନ୍ଧୁ – ଦିଲ୍ଲୀପ ମଣ୍ଡଳ

You might also like
Diya-2IO-story
ସଶକ୍ତିକରଣ

ରୁଢିବାଦୀ ଚିନ୍ତାଧାରାକୁ ହରାଇ ଗାଁ ଝିଅମାନଙ୍କ ପରିଚୟ ଗଢୁଛନ୍ତି ଦିୟା

2 Mins read
July 18, 2024

ଆଜିବି ଆମ ଦେଶରେ ତଥା ରାଜ୍ୟରେ କ୍ରୀଡା ସାଧାରଣତଃ ପୁରୁଷ ପ୍ରଧାନ । କ୍ରୀଡା ପ୍ରତି ଆମର ରକ୍ଷଣଶୀଳ ସାମାଜିକ ମନୋଭାବ ଲାଗି ଯେତେ ଇଚ୍ଛା ଥିଲେ ବି ଆମ ଝିଅମାନେ ସେମାଙ୍କ ପ୍ରତିଭା ପ୍ରଦର୍ଶନରୁ ବଞ୍ଚିତ ହୁଅନ୍ତି । ବୟସ ଅଠର ବର୍ଷ ନହେଉଣୁ ବିବାହ ହୋଇଯାଏ ଆଉ ତାପରେ ଘର ଭିତରେ ସବୁଦିନ ପାଇଁ ସୀମିତ ହୋଇ ରହିଯାନ୍ତି ସେମାନେ । ବିଶେଷକରି ଆମର ଅଧିକାଂଶ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରରେ ଏହା ଏକ ସାଧାରଣ କଥା । ଏଭଳି ଏକ ରୂଢିବାଦୀ ଚିନ୍ତାଧାରାକୁ …

muni
ଭିଡିଓ କାହାଣୀ ସଶକ୍ତିକରଣ

କୋୟା ଜନଜାତିଙ୍କୁ ଖୁସି ବାଣ୍ଟୁଛନ୍ତି ମୁନି ମାଡକାମୀ 

2 Mins read
June 18, 2024

ମୁନି ମାଡକାମୀ- ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୋୟା ଜନଜାତିର ଝିଅଟିଏ । ଜିଲ୍ଲାର ପଡିଆ ବ୍ଲକର କାଲଦାପଲ୍ଲୀ ଗ୍ରାମ ପଞ୍ଚାୟତର କୁର୍ତ୍ତୀ ଗ୍ରାମରେ ତାଙ୍କର ଘର। ବୟସ ମାତ୍ର ୧୮ ବର୍ଷ । କିନ୍ତୁ ତାଙ୍କ କାମ ଆଉ ସଫଳତା ସମ୍ମୁଖରେ ତାଙ୍କ ବୟସ ଆଜି କେବଳ ଏକ ସଂଖ୍ୟା । କୃଷି କ୍ଷେତ୍ରରେ ମୁନିଙ୍କର ଉପଲବ୍ଧି ଏବଂ ମାର୍ଗଦର୍ଶନ ତାଙ୍କ ଅଞ୍ଚଳର ପ୍ରାୟ ଅନେକ ଚାଷୀଙ୍କୁ କୃଷି ପ୍ରତି ପୁନଃଆକର୍ଷିତ କରିଛି । ଏକଦା ଏଇ ଚାଷୀମାନେ ରୋଜଗାର ଅନ୍ଵେଷଣରେ ଅନ୍ୟ ରାଜ୍ୟକୁ ଯିବାପାଇଁ ବାଧ୍ୟ ହେଉଥିଲେ । ନିଜ …

subhas_preserver of nature
ପରିବେଶ

ପ୍ରକୃତିର ସୁରକ୍ଷା ଆମର ଦାୟିତ୍ୱ

2 Mins read
May 6, 2024

୫୩ ବର୍ଷ ବୟସ୍କ ସୁବାଷ ଆଜକୁ ପ୍ରାୟ ୪୦ ବର୍ଷ ହେଲା ନିରନ୍ତର ଭାବେ ନିଜେ ଗଛ ଲଗାଇବା ସହ ବିଭିନ୍ନ ସ୍ଥାନରୁ ଚାରା ସଂଗ୍ରହ କରି ଲୋକଙ୍କୁ ବାଣ୍ଟିଥାନ୍ତି

As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!Stay tuned... Tap the link.https://www.youtube.com/watch?v=_gUgr_dedKw#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
An animal geneticist has been investigating the na An animal geneticist has been investigating the native livestock breeds of Odisha for the last two decades. His research laid 8 native breeds to get registered and secure their Intellectual Property (IP) rights.  #people #innovation #newideas #savenativebreeds #OUAT #animalGenetics #CMOOdisha #PMOIndiahttps://inspiringodisha.com/an-effort-to-make-native.../
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
It's a proud moment for us that PM Shri Narendra M It's a proud moment for us that PM Shri Narendra Modi cited the name of Odia Boy- @RahulMaharana and appreciated his effort for 'plastic-free Beach' in the #MannkiBaat recently. 30kms away from the capital city of Odisha, this 22-year-old disposed of over 1-ton garbage from the Hental Mangrove forest in Astaranga. He has undertaken beach cleaning activities on more than 60 occasions and is also looking for others to join him.Improper disposal of garbage is the result of our negligence. We should understand the fact that mother earth may suffer its direct burden but its faraway impact will be on us.So, let's join hands for a clean world.#Joinhandsforcleanliness #RahulMaharana #lighthouse #BhitarkanikaWildlifeDivision #OdishaForestDepartment #CMOOdisha� #NaveenPatnaik #PMOIndia #MannkiBaat#MinistryofEnvironmentForestandClimateChangehttps://inspiringodisha.com/a-solo-endeavor-for-a-plastic-free-marine-stretch/
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
It's the story of a scientist who devoted his whol It's the story of a scientist who devoted his whole life to the conservation of the vulnerable or extinct rice genus in the Rayagada district of Odisha. His unique way of rice exchange with the farmers for retaining the rice species has replenished his collection in his rice bank. But his struggle is not over, he has to go the extra mile for reversing the vulnerable rice species.#DrDebalDebandBeyondDevelopmentality #vrihi #basudhahttps://inspiringodisha.com/on-a-trail-to-preserve.../
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies