• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ସଶକ୍ତିକରଣ

ରୁଢିବାଦୀ ଚିନ୍ତାଧାରାକୁ ହରାଇ ଗାଁ ଝିଅମାନଙ୍କ ପରିଚୟ ଗଢୁଛନ୍ତି ଦିୟା

No Comments
July 18, 2024
2 Mins read
249 Views
Diya-2IO-story

ଆଜିବି ଆମ ଦେଶରେ ତଥା ରାଜ୍ୟରେ କ୍ରୀଡା ସାଧାରଣତଃ ପୁରୁଷ ପ୍ରଧାନ । କ୍ରୀଡା ପ୍ରତି ଆମର ରକ୍ଷଣଶୀଳ ସାମାଜିକ ମନୋଭାବ ଲାଗି ଯେତେ ଇଚ୍ଛା ଥିଲେ ବି ଆମ ଝିଅମାନେ ସେମାଙ୍କ ପ୍ରତିଭା ପ୍ରଦର୍ଶନରୁ ବଞ୍ଚିତ ହୁଅନ୍ତି । ବୟସ ଅଠର ବର୍ଷ ନହେଉଣୁ ବିବାହ ହୋଇଯାଏ ଆଉ ତାପରେ ଘର ଭିତରେ ସବୁଦିନ ପାଇଁ ସୀମିତ ହୋଇ ରହିଯାନ୍ତି ସେମାନେ । ବିଶେଷକରି ଆମର ଅଧିକାଂଶ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରରେ ଏହା ଏକ ସାଧାରଣ କଥା । ଏଭଳି ଏକ ରୂଢିବାଦୀ ଚିନ୍ତାଧାରାକୁ ଭାଙ୍ଗିବା ଲକ୍ଷ୍ୟରେ ଅବିଶ୍ରାନ୍ତ ସାଧ୍ୟମତେ ଚେଷ୍ଟା ଜାରିରଖିଛନ୍ତି ମହିଳା ଭଲିବଲ ଖେଳାଳି ଏବଂ ପ୍ରଶିକ୍ଷକ ଦିୟା ମଜୁମଦାର ।  

ଭଲିବଲ ଖେଳର ପ୍ରଶିକ୍ଷଣ ସାଙ୍ଗକୁ ବାଳିକାମାନଙ୍କୁ ପ୍ରକୃତ କ୍ରୀଡ଼ାବିତରେ ପରିଣତ କରିବାପାଇଁ, ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ବଢାଇବା, ଦଳଗତ ମନୋଭାବ ଏବଂ ଆଚରଣଗତ ଜ୍ଞାନ ସହିତ ସେମାନଙ୍କର ବ୍ୟକ୍ତିତ୍ୱର ଅଭିବୃଦ୍ଧି କ୍ଷେତ୍ରରେ ତାଙ୍କର ଏଇ ଚେଷ୍ଟା ଆଜି ଧୀରେ ଧୀରେ ସଫଳ ହେଉଛି । ଅନେକ ପ୍ରତିକୂଳ ପରିସ୍ଥିତି ଭିତରେବି ନିଜ ଉଦ୍ୟମରେ ମାଗଣା ପ୍ରଶିକ୍ଷଣ ଓ ସହାୟତା ଦେଇ ଢେଙ୍କାନାଳ ଜିଲ୍ଲାର ୧୩୦ ଜଣ ଝିଅଙ୍କୁ ଦକ୍ଷ ଭଲିବଲ ଖେଳାଳି ଭାବେ ଗଢି ତୋଳିଛନ୍ତି । ଏପରି କରି ଅନେକ ଆତ୍ମ ସନ୍ତୋଷ ପାଉଥିବା ଦିୟାଙ୍କୁ ତାଙ୍କ ଲକ୍ଷ୍ୟ ହାସଲ କରିବାରେ ଅଦମ୍ୟ ସମର୍ଥନ ଦେଇଚାଲିଛନ୍ତି  ତାଙ୍କର ସ୍ୱାମୀ ।  

ପଶ୍ଚିମବଙ୍ଗର ଝିଅ ଦିୟା ମଜୁମଦାରଙ୍କୁ ପିଲାଦିନୁ ଘାରିଥିଲା ଭଲିବଲର ନିଶା । ପରିବାରର ସମର୍ଥନ ଓ ନିଜ ଚେଷ୍ଟାରେ ଜଣେ ଭଲ ଖେଳାଳି ଭାବେ ନାଁ କରିଥିଲେ ସେ । ସମୟକ୍ରମେ ‘ଭଲିବଲ୍ ଫେଡେରେସନ୍ ଅଫ୍ ଇଣ୍ଡିଆ’ଦ୍ୱାରା ମହିଳା ପ୍ରଶିକ୍ଷକ ଭାବେ ସ୍ଵୀକୃତି ପାଇଲେ ଡିୟା । ଗତ ଚାରିବର୍ଷ ପୂର୍ବେ, ୨୦୨୦ ରେ, ଜଗତ୍ସିଂହପୁରର ଆଶୁତୋଷ ପାତ୍ରଙ୍କୁ ବିବାହ କରି ଓଡିଶାର ବୋହୁ ହୋଇ ଆସିଲେ ଦିୟା । ନିଜ ଚାକିରି ପାଇଁ ଆଶୁତୋଷ ପତ୍ନୀ ଦିୟାଙ୍କ ସହ ଓଡିଶାର ଢେଙ୍କାନାଳରେ ହିଁ ଅବସ୍ଥାନ କରୁଥିଲେ । ଘର ପରିବାରର ଦାଇତ୍ଵ ପରେବି ନିଜର ଖାଲି ସମୟ ଉପଯୋଗ କରିବାକୁ ଭଲିବଲ୍ ଖେଳିବା ଅଭ୍ୟାସ ଜାରି କରିବା ପାଇଁ ଭାବିଲେ  ଦିୟା ।

ଢେଙ୍କାନାଳ ଆସିବାପରେ ସାମାଜିକ ପ୍ରତିବନ୍ଧକ ଲାଗି କ୍ରୀଡା ପ୍ରତିଭା ସମ୍ପନ୍ନ ଝିଅ ମାନଙ୍କ ସ୍ଵପ୍ନ ଭଙ୍ଗ ତାଙ୍କୁ ବ୍ୟଥିତ କରିଥିଲା ମାନସିକତାରେ ପରିବର୍ତନ ଆଣିବା ପାଇଁ କ୍ଷେତ୍ର ପ୍ରସ୍ତୁତି ଜରୁରୀ ତ ଥିଲା ପୁଣି ଭଲ କ୍ରୀଡାବିତଟିଏ ହେବା ପାଇଁ ଆବଶ୍ୟକୀୟ ମାର୍ଗଦର୍ଶନର ଆବଶ୍ୟକତା ଥିଲା । କ୍ରୀଡାରେ ଆଗ୍ରହୀ ସ୍ଥାନୀୟ ଝିଅ ମାନଙ୍କୁ ଭଲିବଲ ପ୍ରଶିକ୍ଷଣ ଦେବାକୁ ନିଷ୍ପତି ନେଲେ ଦିୟା କିନ୍ତୁ ଏତେ ସହଜ ନଥିଲା କିଛି ବି । ଓଡିଆ ତାଙ୍କର ମାତୃଭଷା ନୁହେଁ  ତେଣୁ ଯୋଗାଯୋଗ ବଡ ସମସ୍ୟା ଥିଲା । କିନ୍ତୁ ସ୍ଥିର ନିଶ୍ଚିତ ଥିଲେ ସେ ନିଜ  ଲକ୍ଷ୍ୟ ପ୍ରତି, ଭଲିବଲ ନେଇ ଘର-ଘର ଗାଁ-ଗାଁ ସ୍କୁଲ-ସ୍କୁଲ ବୁଲି ଝିଅ ମାନଙ୍କୁ ତଥା ଅଭିଭାବକ ମାନଙ୍କୁ ବୁଝେଇବାକୁ ଲାଗିପଡିଲେ । ଜଣେ ସ୍ଥାନୀୟ ଶିକ୍ଷୟତ୍ରୀ ତାଙ୍କୁ ବହୁତ ସାହାଯ୍ୟ କଲେ ।ଶେଷରେ କିଛି ଝିଅ ଆସି ଭଲିବଲ କୋର୍ଟରେ ପହଞ୍ଚିଲେ ଖେଳ ଶିଖିବା ପାଇଁ । 

ଭଲିବଲ ଖେଳିବାର ପୋଷାକ ତ ହେଉଛି ହାଫ-ପ୍ୟାଣ୍ଟ ଟିସାର୍ଟ, କିନ୍ତୁ ଗାଁ ଝିଅମାନେ ଶାଲୱାର କୁର୍ତା ପିନ୍ଧି ଖେଳିବେ ବୋଲି କହିଲେ । ସେମାନଙ୍କର ସଙ୍କୋଚକୁ ଦୂର କରିବା  ପାଇଁ ଦିୟା ନିଜେ ହାଫ-ପ୍ୟାଣ୍ଟ ଟିସାର୍ଟ ପିନ୍ଧି ଝିଅ ମାନଙ୍କୁ ଉତ୍ସ।ହିତ କଲେ । ପ୍ରଥମେ ପ୍ରଥମେ ଲୋକେ ହସୁଥିଲେ, ଏବେ କିନ୍ତୁ  ସେମାନେ ଝିଅଙ୍କ ସଶକ୍ତିକରଣ ପାଇଁ କ୍ରୀଡାର ମହତ୍ଵକୁ ବୁଝିଲେଣି । ସମୟ ବଦଳିଛି, ତିନି ବର୍ଷ କାଳ ତାଙ୍କର ମାର୍ଗଦର୍ଶନ ପାଇ ଘର କୋଣରେ ରହିବାକୁ ଶ୍ରେୟ ମାନୁଥିବା ୧୩୦ ଜଣ ଝିଅଙ୍କୁ ନିଜର ସ୍ଵତନ୍ତ୍ର ପରିଚୟ ମିଳିଛି ଭଲିବଲ ଖେଳାଳି ଭାବରେ । 

ଦିୟାଙ୍କ ଉଦ୍ୟମ ଯୋଗୁଁ ମହିଳା ଭଲିବଲ୍ ବର୍ତ୍ତମାନ ନୁଆଗାଁ, ନୁଆହାଟ, ପାଇକ ପୁରୁଣ।କୋଟ ପରି ଢେଙ୍କାନାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ବିପୁଳ ଲୋକପ୍ରିୟତା ହାସଲ କରିଛି । ତାଙ୍କ ଦ୍ଵାରା ପ୍ରଶିକ୍ଷିତ ୪୫ଜଣ ବାଳିକା ରାଜ୍ୟସ୍ତରୀୟ ଟୁର୍ନାମେଣ୍ଟରେ ଭାଗ ନେଇ ଭଲ ପ୍ରଦର୍ଶନ କରିଛନ୍ତି । ତାଙ୍କ ପ୍ରଶିକ୍ଷଣ ଗ୍ରହଣ କରିଥିବା ୭ ଜଣ ଖେଳାଳି ଜାତୀୟସ୍ତରର ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ରାଜ୍ୟର 14-ବର୍ଷରୁ-କମ୍ ବାଳିକା ଭଲିବଲ ଟିମରେ ଏବେ ଢେଙ୍କାନାଳ ଜିଲ୍ଲା ପ୍ରାଧାନ୍ୟ ବିସ୍ତାର କରିଛି ।

ଦିୟା ମଜୁମଦାରଙ୍କ ସ୍ଵପ୍ନ ହେଉଛି ଏକ ବିଶ୍ୱସ୍ତରୀୟ କ୍ରୀଡା ଏକାଡେମୀ ପ୍ରତିଷ୍ଠା କରିବା ଯେଉଁଠାରେ କି ପିଲାମାନେ କ୍ରୀଡ଼ାରେ ସଫଳ ହେବାପାଇଁ ଆବଶ୍ୟକ କରୁଥିବା ସମସ୍ତ ଦକ୍ଷତା ଶିଖିପାରିବେ । ଦିୟାଙ୍କର ଏ ସ୍ଵପ୍ନ ସଫଳ ହେଉ,ତାଙ୍କର ସମସ୍ତ ସାଧୁ ଉଦ୍ୟମକୁ ଆମର ହୃଦୟଭରା ସମ୍ମାନ !

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

କୋୟା ଜନଜାତିଙ୍କୁ ଖୁସି ବାଣ୍ଟୁଛନ୍ତି ମୁନି ମାଡକାମୀ 

Next Post

ଜୈବିକ କୃଷିରେ ଅବଦାନ ପାଇଁ ସର୍ବଦା ମନେ ରହିବେ କମଳା ପୂଜାରୀ

You might also like
muni
ଭିଡିଓ କାହାଣୀ ସଶକ୍ତିକରଣ

କୋୟା ଜନଜାତିଙ୍କୁ ଖୁସି ବାଣ୍ଟୁଛନ୍ତି ମୁନି ମାଡକାମୀ 

2 Mins read
June 18, 2024

ମୁନି ମାଡକାମୀ- ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୋୟା ଜନଜାତିର ଝିଅଟିଏ । ଜିଲ୍ଲାର ପଡିଆ ବ୍ଲକର କାଲଦାପଲ୍ଲୀ ଗ୍ରାମ ପଞ୍ଚାୟତର କୁର୍ତ୍ତୀ ଗ୍ରାମରେ ତାଙ୍କର ଘର। ବୟସ ମାତ୍ର ୧୮ ବର୍ଷ । କିନ୍ତୁ ତାଙ୍କ କାମ ଆଉ ସଫଳତା ସମ୍ମୁଖରେ ତାଙ୍କ ବୟସ ଆଜି କେବଳ ଏକ ସଂଖ୍ୟା । କୃଷି କ୍ଷେତ୍ରରେ ମୁନିଙ୍କର ଉପଲବ୍ଧି ଏବଂ ମାର୍ଗଦର୍ଶନ ତାଙ୍କ ଅଞ୍ଚଳର ପ୍ରାୟ ଅନେକ ଚାଷୀଙ୍କୁ କୃଷି ପ୍ରତି ପୁନଃଆକର୍ଷିତ କରିଛି । ଏକଦା ଏଇ ଚାଷୀମାନେ ରୋଜଗାର ଅନ୍ଵେଷଣରେ ଅନ୍ୟ ରାଜ୍ୟକୁ ଯିବାପାଇଁ ବାଧ୍ୟ ହେଉଥିଲେ । ନିଜ …

Seema-Mishra
ସଶକ୍ତିକରଣ

ସମନ୍ଵିତ କୃଷି ମାଧ୍ୟମରେ ଜୀବନ ଜୀବିକାର ପଥ ପ୍ରଦର୍ଶିକା 

4 Mins read
January 18, 2024

ଜଳ, ସ୍ଥଳ ଓ ଆକାଶର ତତ୍ଵକୁ ଖୁବ ଗଭୀର ଭାବରେ ନିଜର କରି ତା ଭିତରେ ଜୀବନ କାଟିବାର ସ୍ଵପ୍ନ ସେ ଦେଖିଥିଲେ ପିଲାଦିନୁ ।  ଆଉ ନିଜର ଏଇ ସ୍ଵପ୍ନ କୁ ସାକାର କରିବା ପାଇଁ ଦିଲ୍ଲୀ ଇଉନିଭର୍ସିଟି ରେ MBA ପାଠ୍ୟକ୍ରମ ପରେ କିଛି ବର୍ଷର କର୍ପୋରେଟ ଚାକିରି, ଉଚ୍ଚ ପଦବୀ ଭଲ ଦରମା ଓ ଦିଲ୍ଲୀ ସହରର ଅତ୍ୟାଧୁନିକ ଜାକ ଜମକ ସବୁକିଛିକୁ ପଛରେ ପକାଇ ଦିନେ ନିଜ ଗାଁକୁ ଫେରିଆସିଥିଲେ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ଶାସନ ରେଣ୍ଡିଓ ଗାଁର ଝିଅ ସୀମା …

prachurya0
ସଶକ୍ତିକରଣ

ଦୃଷ୍ଟିହୀନ କିନ୍ତୁ ସକ୍ଷମରୁ ବି ଆହୁରି ସକ୍ଷମ

3 Mins read
November 25, 2022

ଜନ୍ମାନ୍ଧ ପ୍ରାଚୁର୍ଯ୍ୟ ନିଜର ବିଲକ୍ଷଣ ପ୍ରତିଭା ଏବଂ ଇଛାଶକ୍ତି ବଳରେ ପ୍ରଶାସନିକ ସେବା ସଫଳତାର ସହ ଉତିର୍ଣ୍ଣ ହୋଇଛନ୍ତି

It doesn't demand an extraordinary skill to save a It doesn't demand an extraordinary skill to save a dying person in a road accident rather than standing as a mere spectator. Instead, it requires humane emotion to save the person who is swinging between life and death. A truck driver from Jagatsinghpur of Odisha saved more than 400 lives because being a human being he is aware of his duties. Click the link below to read more about him..⬇⬇https://inspiringodisha.com/a-truck-driver-saved-more.../
It's a proud moment for us that PM Shri Narendra M It's a proud moment for us that PM Shri Narendra Modi cited the name of Odia Boy- @RahulMaharana and appreciated his effort for 'plastic-free Beach' in the #MannkiBaat recently. 30kms away from the capital city of Odisha, this 22-year-old disposed of over 1-ton garbage from the Hental Mangrove forest in Astaranga. He has undertaken beach cleaning activities on more than 60 occasions and is also looking for others to join him.Improper disposal of garbage is the result of our negligence. We should understand the fact that mother earth may suffer its direct burden but its faraway impact will be on us.So, let's join hands for a clean world.#Joinhandsforcleanliness #RahulMaharana #lighthouse #BhitarkanikaWildlifeDivision #OdishaForestDepartment #CMOOdisha� #NaveenPatnaik #PMOIndia #MannkiBaat#MinistryofEnvironmentForestandClimateChangehttps://inspiringodisha.com/a-solo-endeavor-for-a-plastic-free-marine-stretch/
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
The popular Naraj Peacock valley is just 15kms awa The popular Naraj Peacock valley is just 15kms away from Nandankanan Zoo in the capital city Bhubaneswar. The panoramic beauty of the valley is a reflection of Pannu Behera's love for peacocks. But for Kanhu (the grandson of Pannu) it's not just the love for peacocks but also a tribute to the last wish of his grandpa.🦚🦚We believe stories can be an effective tool of motivation. DM us to cover yours. We'll get you covered...#narajpeacockvalley #lighthouse .https://inspiringodisha.com/a-tradition-of-love-that.../
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
It's the story of a scientist who devoted his whol It's the story of a scientist who devoted his whole life to the conservation of the vulnerable or extinct rice genus in the Rayagada district of Odisha. His unique way of rice exchange with the farmers for retaining the rice species has replenished his collection in his rice bank. But his struggle is not over, he has to go the extra mile for reversing the vulnerable rice species.#DrDebalDebandBeyondDevelopmentality #vrihi #basudhahttps://inspiringodisha.com/on-a-trail-to-preserve.../
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies