• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ସଶକ୍ତିକରଣ

ଗୋବର ପେଣ୍ଟରୁ ଆତ୍ମନିର୍ଭର ହୋଇପାରିଛନ୍ତି ଓଡିଆ ଗୃହଣୀ

No Comments
August 6, 2022
2 Mins read
379 Views
woman feeding grass to cow

ଏବେ ବି ଗାଁଗହଳି ରେ ଗୁରୁବାରରେ ଘରଣୀମାନେ ଗୋବରରେ ଘର ଦୁଆର ମୁହଁକୁ ଲିପାପୋଛା କରୁଥିବାର ଦୃଶ୍ୟ ଦେଖିବାକୁ ମିଳେ। ଗାଁର ସେଇ ବୋହୂଟି ଏଇ ଗୋବରର ଗୁଣ ଭଲରେ ଜାଣେ। ଆମେ ସହରବାସିନ୍ଦା କିନ୍ତୁ ଚାକଚକ୍ୟରେ ଘର ଭିତରେ ଓ ବାହାରେ ପେଣ୍ଟ କରୁଛୁ। ଏଥିପାଇଁ ଯେ ପରିବେଶ ପ୍ରଦୂଷଣ ହେଉଛି, ସେକଥାକୁ ଆମେ ଧ୍ୟାନ ଦେଇନଥାଉ। ଏବେ କିନ୍ତୁ ସେହି ଗାଁର ଜଣେ ବୋହୂ ଗୋବରରୁ ଅର୍ଗାନିକ୍ ରଙ୍ଗ ତିଆର କରି ଯୋଗାଇଛନ୍ତି ପ୍ଲାଷ୍ଟିକ୍ ପେଣ୍ଟର ବିକଳ୍ପ ।

ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲା ଆମ୍ବପଲ୍ଲୀ ଗାଁର ବାସିନ୍ଦା ହେଲେ ୩୦ ବର୍ଷୀୟ ଦୁର୍ଗା ପ୍ରିୟଦର୍ଶିନୀ । ବିବାହ ପରେ ସ୍ବାମୀ ଯୋଗେଶ୍ବର ସାହୁଙ୍କ ସହ ଗୁରୁଗ୍ରାମ ଯାଇ ସାଂସାରିକ ଜୀବନ ଆରମ୍ଭ କଲେ। ମେଟ୍ରୋପଲିଟାନ ଶହରରେ ଚାକିରିଆ ଲୋକୋମାନଙ୍କ ମଝିରେ ରହି ତାଙ୍କୁ ମଧ୍ୟ ନିଜର ପରିଚୟ ଶ୍ରୁଷ୍ଟି ଏବଂ ନିଜ ଗାଁ ପାଇଁ କିଛି କରିବାର ଇଛା ହେଲା। ନିଜ ପରିଚୟ ଖୋଜିବାର ଜିଦ୍‌ରେ ସେ କିଛି ନା କିଛି କରିବାକୁ ଅଣ୍ଟା ଭିଡ଼ିଲେ। ବରଗଡ଼ ଆସିବା ପୂର୍ବରୁ ସେ ପ୍ରଥମେ ଭାବିଲେ, ଆସି କରିବେ କ’ଣ? ଗାଁରେ କ୍ଷୀର ବ୍ୟବସାୟ କରିବାକୁ ସେ ଭାବିଲେ। ସେଥିପାଇଁ ହରିୟାଣାରେ ଥିବା ଜିଏଫଓ ଡାଏରି ଫାର୍ମରେ ସେ ଆଠ ମାସିଆ ତାଲିମ ନେଲେ। ସେଇଠି ପ୍ରତିଦିନ ଯିବା ଆସିବା ସମୟରେ ଗାଈ ଗୋବର ବ୍ୟବହାର ଦୁର୍ଗାଙ୍କ ଧ୍ୟାନ ଆକର୍ଷଣ କଲା। ପ୍ରତିଦିନ ଏତେ ପରିମାଣର ଗୋବର କ’ଣ ହେଉଛି, ଏକଥା ସେ ବରାବର ଭାବୁଥିଲେ। ପଚରାଉଚୁରା କରିବା ପରେ ସେ ଜାଣିବାକୁ ପାଇଲେ ଯେ ପାଖରେ ଥିବା ଖଦୀ ଏବଂ ଗ୍ରାମୋଦ୍ୟୋଗ କମିଶନ (KVIC)ଏହି ଗୋବର ବ୍ୟବହାର କରି ରଙ୍ଗ ତିଆରି କରୁଛି। ଗୋବରରୁ ଅର୍ଗାନିକ ପେଣ୍ଟ ତିଆରିର ଏହି ଚିନ୍ତାଧାରା ଦୁର୍ଗାଙ୍କୁ ପ୍ରଭାବିତ କଲା।  ଆଉ ଡେରି ନ କରି ରାଜସ୍ଥାନ ଜୟପୁରରେ ସେ ଖଦୀ ଏବଂ ଗ୍ରାମ୍ୟ ଶିଳ୍ପ ଦ୍ବାରା ଆୟୋଜିତ ୫ ଦିନିଆ କର୍ମଶାଳାରେ ଯୋଗ ଦେଲେ ।

ଗୋବରରୁ ରଙ୍ଗ ବନେଇବା ପ୍ରକ୍ରିୟା ଭଲ ଭାବେ ଶିଖିଲା ପରେ ୨୦୨୧ରେ ଦୁର୍ଗା ରାଜସ୍ଥାନର ଜଣେ ଚାଷୀ ଜେ.ପି.ଯାଦବଙ୍କ ସହ ମିଶି ପ୍ରଥମ ୟୁନିଟ୍ ସ୍ଥାପନା କଲେ। ଏହି ଗୋବର ରୁ ପ୍ରସ୍ତୁତ ରଙ୍ଗର ର ଉପଯୋଗିତା ବିଷୟରେ ଲୋକମାନଙ୍କୁ ସଚେତନ କଲେ ସେ। ଗୋବର ରୁ ପ୍ରସ୍ତୁତ ଅର୍ଗାନିକ ପେଣ୍ଟର ପ୍ରଚାର ପ୍ରସାର ପାଇଁ ସେମାନଙ୍କ ପୂରା ଟିମ୍ ଦିଲ୍ଲୀ ଏନସିଆର୍ ଓ ଜୟପୁରରେ ବିଲଡିଂ ମାଲିକଙ୍କୁ ବୁଝେଇବା ସାଙ୍ଗକୁ ବିଜ୍ଞାପନ ପ୍ରଦର୍ଶିତ କଲେ। ଅର୍ଗାନିକ ପେଣ୍ଟ ପାଇ  ଜନସାଧାରଣଙ୍କ ଆଗ୍ରହ ଦେଖି ଦୁର୍ଗାଙ୍କ ଖୁସିର ସୀମା ରହିଲା ନାହିଁ। ଦୁର୍ଗା ଏଥରକ ନିଜ ଗାଁ ପାଖ ପେପଲଖୁଣ୍ଟା ଠାରେ ଗୋବରରୁ ଅର୍ଗାନିକ ପେଣ୍ଟ ପ୍ରସ୍ତୁତି ଉଦ୍ୟୋଗ ଟିଏ ପ୍ରତିଷ୍ଠା କରିବାକୁ ଯୋଜନା କଲେ ।

ବିଶେଷ କରି ପାଖଆଖର ମହିଳାମାନଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟରେ ୨୦୨୨ ଜାନୁଆରୀରେ ଜନ୍ମ ନେଲା ଦୁର୍ଗାଙ୍କ ନିଜସ୍ୱ ଷ୍ଟାର୍ଟଅପ୍‌ ଉଦ୍ୟଗ- ‘ଗୌମୟ ଆଗ୍ରୋ ପ୍ରାଇଭେଟ ଲିମିଟେଡ’। ମୋଟ୍ ୧୨ଜଣିଆ ଲୋକଙ୍କ ଟିମ୍‌ କୁ ନେଇ ‘ଗୌମୟ’ର ଉପଲବ୍ଧି ଏବେ ସବୁରି ଦୃଷ୍ଟି ଆକର୍ଷଣ କଲାଣି । ଆରମ୍ଭ ହେବାର ମାତ୍ର ୬ ମାସ ମଧ୍ୟରେ ‘ଗୌମୟ’ ୧୦ହଜାର ଲିଟର ଗୋବର ରଙ୍ଗ ବିକ୍ରି କରିସାରିଲାଣି। ‘ଗୌମୟ’ ଏକମାତ୍ର ଷ୍ଟାର୍ଟଅପ୍‌ ଉଦ୍ୟଗ ଯାହାକି ଏବେ ୧ହଜାରରୁ ଅଧିକ ପ୍ରକାର ପ୍ରକୃତିକ ରଙ୍ଗ ଗୋବରରୁ ପ୍ରସ୍ତୁତ କରୁଛି ।

“ଭାରତୀୟ ମାନକ ପ୍ରତିଷ୍ଠାନ (ISI) ଦ୍ଵାରା ସ୍ବୀକୃତି ପ୍ରାପ୍ତ ଏଇ ପ୍ରକୃତିକ ରଙ୍ଗ ପରିବେଶ ଅନୁକୂଳ, ଦୁର୍ଗନ୍ଧବିହୀନ, କେମିକାଲ ମୁକ୍ତ, ଆଉ ଉତ୍ତାପ ନିରୋଧୀ। ପୁଣି ଏଇ ପେଣ୍ଟ ଆଦୌ ବ୍ୟୟସାପେକ୍ଷ ନୁହେଁ। କିଲୋ ପିଛା ୫ଟଙ୍କା ଦରରେ ଆଖପାଖ ଅଞ୍ଚଳରୁ ତଥା ସ୍ଥାନୀୟ ଡାଏରି ଫାର୍ମର ମାନଙ୍କଠାରୁ ଆମେ ଗୋବର ସଙ୍ଗ୍ରହ କରିଥାଉ। ପ୍ରକାରାନ୍ତରେ ଏଇ ବ୍ୟବସ୍ଥା ଚାଷୀମାନଙ୍କୁ ଅତିରିକ୍ତ ଆୟ ଯୋଗାଇବାରେ ସହାୟକ ହେଉଛି। ପୁଣି ବନ୍ଧ୍ୟା ଏବଂ ବୃଦ୍ଧ ଗାଈଗୋରୁ ମାନଙ୍କର ସୁରକ୍ଷା ମଧ୍ୟ ଏଥି ପାଇଁ ସମ୍ଭବ ହୋଇପାରୁଛି।“

“ମୋର ସବୁ ସଫଳତାର ଶ୍ରେୟ ମୋ ସ୍ୱାମୀଙ୍କର, ସିଏ ମତେ ସବୁବେଳେ ପ୍ରେରଣା ଦେଇଥାନ୍ତି।“

ପ୍ଲାଷ୍ଟିକ୍ ପେଣ୍ଟ ବା ରାସାଯନିକ ପେଣ୍ଟ ପରିବର୍ତ୍ତେ ଆମ ଦେଶୀ ଗୋବର ପ୍ରସ୍ତୁତ ରଙ୍ଗକୁ ଘର କାନ୍ଥରେ ଲଗାଇବା ସତରେ ଯଥାର୍ଥ। କେତେକ ବର୍ଗର ଲୋକ ଏଭଳି ଷ୍ଟାର୍ଟଅପ୍‌ର ମହତ୍ତ୍ବକୁ ଭଲଭାବେ ବୁଝିପାରୁଛନ୍ତି । ବିଭିନ୍ନ କାରଣରୁ ପରିବେଶ ପ୍ରଦୂଷଣ ଏବଂ ଗ୍ଲୋବାଲ ୱାର୍ମିଂ ଏବେ ସାରା ବିଶ୍ଵକୁ ଚିନ୍ତାରେ ପକେଇଥିବାବେଳେ ଭବିଷ୍ୟତ ପିଢ଼ିକୁ ସୁରକ୍ଷିତ ପରିବେଶ ଦେବା ପାଇଁ  ଗୋବରରୁ ଅର୍ଗାନିକ୍ ପେଣ୍ଟ ପ୍ରସ୍ତୁତି ଏକ ଛୋଟ କିନ୍ତୁ  ମହତ ପଦକ୍ଷପ।

ଦୁର୍ଗାଙ୍କର ଏହି ଉଦ୍ୟମକୁ ଆମର ଅଜସ୍ର ଧନ୍ୟବାଦ । ଗୌମୟ ର ଜୟ ଯାତ୍ରା ସୁଦୂରପ୍ରସାରୀ ହେଉ ।

women empowerment
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଏକ ଟଙ୍କାରେ ମିଳୁଛି ଉତ୍ତମ ସ୍ୱାସ୍ଥ୍ୟସେବା

Next Post

ଅସ୍ତରଙ୍ଗର ଗଛ ମାଷ୍ଟ୍ରେ

You might also like
Diya-2IO-story
ସଶକ୍ତିକରଣ

ରୁଢିବାଦୀ ଚିନ୍ତାଧାରାକୁ ହରାଇ ଗାଁ ଝିଅମାନଙ୍କ ପରିଚୟ ଗଢୁଛନ୍ତି ଦିୟା

2 Mins read
July 18, 2024

ଆଜିବି ଆମ ଦେଶରେ ତଥା ରାଜ୍ୟରେ କ୍ରୀଡା ସାଧାରଣତଃ ପୁରୁଷ ପ୍ରଧାନ । କ୍ରୀଡା ପ୍ରତି ଆମର ରକ୍ଷଣଶୀଳ ସାମାଜିକ ମନୋଭାବ ଲାଗି ଯେତେ ଇଚ୍ଛା ଥିଲେ ବି ଆମ ଝିଅମାନେ ସେମାଙ୍କ ପ୍ରତିଭା ପ୍ରଦର୍ଶନରୁ ବଞ୍ଚିତ ହୁଅନ୍ତି । ବୟସ ଅଠର ବର୍ଷ ନହେଉଣୁ ବିବାହ ହୋଇଯାଏ ଆଉ ତାପରେ ଘର ଭିତରେ ସବୁଦିନ ପାଇଁ ସୀମିତ ହୋଇ ରହିଯାନ୍ତି ସେମାନେ । ବିଶେଷକରି ଆମର ଅଧିକାଂଶ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରରେ ଏହା ଏକ ସାଧାରଣ କଥା । ଏଭଳି ଏକ ରୂଢିବାଦୀ ଚିନ୍ତାଧାରାକୁ …

muni
ଭିଡିଓ କାହାଣୀ ସଶକ୍ତିକରଣ

କୋୟା ଜନଜାତିଙ୍କୁ ଖୁସି ବାଣ୍ଟୁଛନ୍ତି ମୁନି ମାଡକାମୀ 

2 Mins read
June 18, 2024

ମୁନି ମାଡକାମୀ- ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୋୟା ଜନଜାତିର ଝିଅଟିଏ । ଜିଲ୍ଲାର ପଡିଆ ବ୍ଲକର କାଲଦାପଲ୍ଲୀ ଗ୍ରାମ ପଞ୍ଚାୟତର କୁର୍ତ୍ତୀ ଗ୍ରାମରେ ତାଙ୍କର ଘର। ବୟସ ମାତ୍ର ୧୮ ବର୍ଷ । କିନ୍ତୁ ତାଙ୍କ କାମ ଆଉ ସଫଳତା ସମ୍ମୁଖରେ ତାଙ୍କ ବୟସ ଆଜି କେବଳ ଏକ ସଂଖ୍ୟା । କୃଷି କ୍ଷେତ୍ରରେ ମୁନିଙ୍କର ଉପଲବ୍ଧି ଏବଂ ମାର୍ଗଦର୍ଶନ ତାଙ୍କ ଅଞ୍ଚଳର ପ୍ରାୟ ଅନେକ ଚାଷୀଙ୍କୁ କୃଷି ପ୍ରତି ପୁନଃଆକର୍ଷିତ କରିଛି । ଏକଦା ଏଇ ଚାଷୀମାନେ ରୋଜଗାର ଅନ୍ଵେଷଣରେ ଅନ୍ୟ ରାଜ୍ୟକୁ ଯିବାପାଇଁ ବାଧ୍ୟ ହେଉଥିଲେ । ନିଜ …

Seema-Mishra
ସଶକ୍ତିକରଣ

ସମନ୍ଵିତ କୃଷି ମାଧ୍ୟମରେ ଜୀବନ ଜୀବିକାର ପଥ ପ୍ରଦର୍ଶିକା 

4 Mins read
January 18, 2024

ଜଳ, ସ୍ଥଳ ଓ ଆକାଶର ତତ୍ଵକୁ ଖୁବ ଗଭୀର ଭାବରେ ନିଜର କରି ତା ଭିତରେ ଜୀବନ କାଟିବାର ସ୍ଵପ୍ନ ସେ ଦେଖିଥିଲେ ପିଲାଦିନୁ ।  ଆଉ ନିଜର ଏଇ ସ୍ଵପ୍ନ କୁ ସାକାର କରିବା ପାଇଁ ଦିଲ୍ଲୀ ଇଉନିଭର୍ସିଟି ରେ MBA ପାଠ୍ୟକ୍ରମ ପରେ କିଛି ବର୍ଷର କର୍ପୋରେଟ ଚାକିରି, ଉଚ୍ଚ ପଦବୀ ଭଲ ଦରମା ଓ ଦିଲ୍ଲୀ ସହରର ଅତ୍ୟାଧୁନିକ ଜାକ ଜମକ ସବୁକିଛିକୁ ପଛରେ ପକାଇ ଦିନେ ନିଜ ଗାଁକୁ ଫେରିଆସିଥିଲେ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ଶାସନ ରେଣ୍ଡିଓ ଗାଁର ଝିଅ ସୀମା …

As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!Stay tuned... Tap the link.https://www.youtube.com/watch?v=_gUgr_dedKw#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.Know about his story of lone dedication and perseverance by clicking on the link above.
'Sarojini Vana' a small green patch in Bonai is na 'Sarojini Vana' a small green patch in Bonai is named after its caretaker. This governmental plantation project constitutes around 3200 floras. However, the success of this project is credited to Sarojini, whose love and care for the plants turned this barren land into a lush green patch. Now, this green patch became the abode for many birds and a relishing ground for the passersby.Follow the link below to know more....#sarojinivan #DFOBonai #environmentalist #odishatourism #odishaforestdepartment https://inspiringodisha.com/sarojini-vana-an-example-for-denuded-forest-lands/
The popular Naraj Peacock valley is just 15kms awa The popular Naraj Peacock valley is just 15kms away from Nandankanan Zoo in the capital city Bhubaneswar. The panoramic beauty of the valley is a reflection of Pannu Behera's love for peacocks. But for Kanhu (the grandson of Pannu) it's not just the love for peacocks but also a tribute to the last wish of his grandpa.🦚🦚We believe stories can be an effective tool of motivation. DM us to cover yours. We'll get you covered...#narajpeacockvalley #lighthouse .https://inspiringodisha.com/a-tradition-of-love-that.../
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
Farming jobs are shrinking everywhere. But, Gobind Farming jobs are shrinking everywhere. But, Gobinda Raju Subudhi, a free-lance journalist of Koraput is not only making a profit from farming but generating multiple livelihood prospects for the youth. Currently, he has reinforced the economic condition of 10 families.#SharedProsperity #Farming #employment #Koraput #CMOdisha#PMOIndia #science #DripIrrigation Click the link below:https://inspiringodisha.com/farming-employment.../
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies