• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ ଭିଡିଓ କାହାଣୀ

ରକ୍ତ ଦାନ ପାଇଁ ଚିହ୍ନା ମୁହଁଟେ: ଧୀରେନ୍ଦ୍ର ଠାକୁର

No Comments
February 24, 2022
3 Mins read
448 Views

କଥାରେ କଥାରେ ପ୍ରାୟ ଲୋକ କହନ୍ତି, ‘ରକ୍ତଦାନ, ସତରେ ମହତ୍‌ଦାନ’। ଏଇ କଥାଟିକୁ କାର୍ଯ୍ୟକାରୀ କରାଇବାକୁ କେତେଜଣ ସାମ୍ନାକୁ ଆସନ୍ତି? ହାତଗଣତି କେତେଜଣ ବଦାନ୍ୟ ବ୍ୟକ୍ତିଙ୍କ ଚେଷ୍ଟାରେ ଏସବୁ ସମାଜ ସେବା ଚାଲିଛି। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଧୀରେନ୍ଦ୍ର ଠାକୁର।

ବଡ଼ ବଡ଼ ଡାକ୍ତରଖାନାର ଡାକ୍ତରମାନେ ମଧ୍ୟ ଧୀରେନ୍ଦ୍ରଙ୍କ ଭରସାରେ ରୋଗୀକୁ ଆଶ୍ବସନା ଦେଇଥାନ୍ତି। ବିରଳ ରକ୍ତ ଗ୍ରୁପ୍‌ର ଲୋକଙ୍କ ପାଇଁ ସେ ନିଜ ପାରୁପର୍ଯ୍ୟନ୍ତ ଚେଷ୍ଟା କରି ରକ୍ତ ଯୋଗାଡ଼ କରନ୍ତି। ନିଃସ୍ବାର୍ଥପର ଭାବେ ଦିନରାତି କାମ କରି ଅନ୍ୟ ସେବାରେ ସେ ଖୁସି ପାଉଥିବାର କହିଛନ୍ତି। ୨୦୦୯ରେ ଧୀରେନ୍ଦ୍ରଙ୍କ ଯାତ୍ରା ଆରମ୍ଭ ହେଲା। ଏହି ବାଟରେ ତାଙ୍କୁ ମାର୍ଗ ଦେଖାଇଥିଲେ ଡାକ୍ତର ଦେବାଶିଷ ମିଶ୍ର। ରେଡ୍ କ୍ରସ୍ ବ୍ଲଡ୍ ବ୍ୟାଙ୍କର ନିର୍ଦେଶକ ଭାବେ କାମ କରୁଥିବା ଡାକ୍ତର ମିଶ୍ର ବୁଝାଇଥିଲେ, ଆମ ଦେଶରେ ଓ ରାଜ୍ୟରେ ରକ୍ତଅଭାବ ଜନିତ ମୃତ୍ୟୁ ସଂଖ୍ୟା କିଭଳି ଭାବେ ବଢ଼ିଚାଲିଛି। ଲୋକେ ସଚେତନ କିନ୍ତୁ ରକ୍ତଦାନ କରିବାକୁ ସହଜରେ ମଣିନଥାନ୍ତି। ଏକବିଂଶ ଶତାବ୍ଦୀର ଶିକ୍ଷିତ ଲୋକ ଅନ୍ୟଠାରୁ ସାହାଯ୍ୟ ଆଶା କରନ୍ତି ସତ କିନ୍ତୁ ନିଜେ ସାହାଯ୍ୟ କରିବାକୁ ଭାରି କୁଣ୍ଠାବୋଧ କରନ୍ତି। ଲୋକଙ୍କ ମାନସିକତା ଜାଣି ପ୍ରଥମେ ନିଜେ ଆଗକୁ ବଢ଼ିଲେ ଧୀରେନ୍ଦ୍ର। ପ୍ରଥମଥର ଭୁବନେଶ୍ବରର କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଆନେମିଆରେ ପୀଡ଼ିତ ରୋଗୀକୁ ସେ ରକ୍ତଦାନ କଲେ। ସେଦିନର ଅନୁଭୂତି ଆଜି ପର୍ଯ୍ୟନ୍ତ ଭୁଲିନାହାନ୍ତି ଧୀରେନ୍ଦ୍ର। ଭାରି ଆତ୍ମସନ୍ତୋଷ ଲାଗିଥିଲା ତାଙ୍କୁ, ପରୋପକାର କରିବାକୁ ଅଧିକ ଉତ୍ସାହିତ ହେଲେ ସେ। ଏଥରକ ନିଜ ସାଙ୍ଗସାଥିଙ୍କୁ ମଧ୍ୟ ଧୀରେନ୍ଦ୍ର ଅନୁରୋଧ କଲେ ରକ୍ତଦାନ କରିବାକୁ।

କିଛି ମାସ ପରେ ଧୀରେନ୍ଦ୍ର ନିୟମିତ ଭାବେ ରକ୍ତଦାନ କରିବାକୁ ଲାଗିଲେ। ଥାଲାସେମିଆ, ଆନେମିଆ, କର୍କଟରୋଗୀ, ଦୁର୍ଘଟଣାରେ ଆହତ ଲୋକ ସମସ୍ତଙ୍କୁ ସାହାଯ୍ୟ କରିବାକୁ ସେ ଆଗେଇଲେ। ଏସବୁ ଭିତରେ ନିଜ ଚିହ୍ନାପରିଚିତଙ୍କ ରକ୍ତଗ୍ରୁପ୍ ବିଷୟରେ ବିବରଣୀ ରଖିଲେ। କୌଣସି ସମୟରେ ଏମାନଙ୍କର ଯେ ଆବଶ୍ୟକତା ନ ପଡ଼ିବ, କିଏ କହିବ। କେତେଜଣ ରକ୍ତଦାତାଙ୍କ ସହ ଯୋଗାଯୋଗ କରି ଧୀରେନ୍ଦ୍ର ‘ଲାଇଫ୍ ଚାରିଟେବଲ୍ ଟ୍ରଷ୍ଟ’ ପ୍ରତିଷ୍ଠା କଲେ। ଏହି କାମରେ ତାଙ୍କୁ ବନ୍ଧୁ ଅଙ୍କିତ ଜୈନ୍, ଅନୁପମା ଦିଗଲ, ରୋଶନ୍ କୁମାର ଶାହ ସାହାଯ୍ୟ କଲେ। କଟକ-ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ କ୍ୟାମ୍ପ୍ କରି ରକ୍ତଦାନ ଅଭିଯାନ ଚଳାଇଲେ। ସାଧାରଣ ଲୋକଙ୍କୁ ରକ୍ତଦାନ କରିବା ପାଇଁ ବୁଝାଇବା ଆଦୌ ସହଜ ନଥିଲା। କିନ୍ତୁ ଧୀରେନ୍ଦ୍ର ଓ ତାଙ୍କ ସହଯୋଗୀମାନେ ଲୋକଙ୍କୁ ରକ୍ତଦାନର ମହତ୍ତ୍ବ ବୁଝାଇ ସଫଳ ହେଉଥିଲେ। ବର୍ତ୍ତମାନ ସମୟରେ ଏହି ଟ୍ରଷ୍ଟରେ ୧୫ଜଣ ସକ୍ରିୟ ରକ୍ତଦାତା ଅଛନ୍ତି ଓ ଦିନରାତି ୨୪ ଘଣ୍ଟା ଏମାନେ କାମ କରୁଛନ୍ତି। ସୋସିଆଲ୍ ସାଇଟ୍, ହ୍ବାଟସ୍‌ ଆପ୍ ଜରିଆରେ ଏମାନେ ଖବର ସଂଗ୍ରହ କରିବା ସହ ବିରଳ ରକ୍ତଗ୍ରୁପ୍‌ଧାରୀଙ୍କ ପାଇଁ ମଧ୍ୟ ସଙ୍ଗେସଙ୍ଗେ ବନ୍ଦୋବସ୍ତ କରନ୍ତି। ଗଲା ୧୩ ବର୍ଷ ମଧ୍ୟରେ ଧୀରେନ୍ଦ୍ର ଓ ତାଙ୍କ ସହଯୋଗୀଙ୍କ ଚେଷ୍ଟାରେ ୧୫ହଜାର ରକ୍ତଦାତା ସେମାନଙ୍କ ଟ୍ରଷ୍ଟ ଜରିଆରେ ଯୋଗାଯୋଗ ହୋଇପାରିଛନ୍ତି। କେତେଜଣ ସରକାରୀ ପଦସ୍ଥ ଅଫିସର୍ ମଧ୍ୟ ଏହି ମହତ୍ କାମରେ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି।

ସମାଜର ଧର୍ମ କାମରେ ବ୍ରତୀ ଏଇ ମଣିଷଟି ନିଜ ଜୀବନକୁ ଉତ୍ସର୍ଗ କରିଦେଇଛି। ବିଭିନ୍ନ ବଡ଼ କମ୍ପାନୀରୁ ଡାକରା ପାଇବା ସତ୍ତ୍ବେ ଧୀରେନ୍ଦ୍ର ବରଂ ସମାଜ ସେବାରେ ଆନନ୍ଦ ପାଉଥିବାର କହିଛନ୍ତି। ସେ ଓ ତାଙ୍କ ଟିମ୍ ସଦସ୍ୟ ପୂର୍ଣ୍ଣାଙ୍ଗ ଭାବେ ଏହି କାମକୁ କରୁଛନ୍ତି। ରୋଗୀର ନାମ, ରୋଗ, ଠିକଣା, ଏସବୁ ସହ ରକ୍ତଦାତାଙ୍କ ପୂରା ତଥ୍ୟକୁ ତାଙ୍କ ଟିମ୍ ରଖେ। ଅଭାବନୀୟ ପରିସ୍ଥିତିରେ ରୋଗୀ ପାଇଁ ନେବା-ଆଣିବା ସହ ଡାକ୍ତରଖାନା ଶଯ୍ୟା ମଧ୍ୟ ବ୍ୟବସ୍ଥା କରାଯାଏ।

ଧୀରେନ୍ଦ୍ର ତାଙ୍କ ଅଙ୍ଗେନିଭାଇଥିବା ଘଟଣାଟି କହିଛନ୍ତି, ‘ଜଣେ ହୃଦ୍‌ରୋଗୀଙ୍କ ହଠାତ୍ ହୃଦଘାତ ପାଇଁ ବି-ନେଗେଟିଭ୍ ରକ୍ତ ସଙ୍ଗେସଙ୍ଗେ ଦରକାର ହେଲା। ସେ ଆଉ ଡେରି ନ କରି ଅଙ୍କିତଙ୍କୁ ଫୋନ୍ କଲେ। ବିଳମ୍ବିତ ରାତି ହୋଇଥିବାରୁ ସଙ୍ଗେସଙ୍ଗେ ଗାଡ଼ି ମିଳୁନଥାଏ। ଶେଷରେ ଜଣେ ସରକାରୀ ଅଫିସର୍‌ଙ୍କ ସହାୟତା ନେଇ ଅଙ୍କିତ ଡାକ୍ତରଖାନାରେ ପହଞ୍ଚି ରକ୍ତଦାନ କଲେ। ତାଙ୍କ ମହତ୍‌ ଉଦେଶ୍ୟର ଫଳସ୍ବରୂପ ହୃଦ୍‌ରୋଗୀଙ୍କ ଜୀବନ ରକ୍ଷା ହେଲା।

କରୋନାର କରାଳ ରୂପ ଯେଉଁ ସମୟରେ ଆରମ୍ଭ ହେଲା, ସେତେବେଳେ ବ୍ଲଡ୍ ବ୍ୟାଙ୍କ୍‌ର ଅବସ୍ଥା ନ କହିବା ଭଲ। ଧୀରେନ୍ଦ୍ର ନିଜ କଥା ନ ଭାବି ସେଇ ସମୟରେ ମଧ୍ୟ ସାହାଯ୍ୟ ପାଇଁ ଆଗେଇଆସିଥିଲେ। ରକ୍ତଦାନର ମହତ୍ ଉଦ୍ଦେଶ୍ୟ ସେ ବୁଝିଛନ୍ତି କିନ୍ତୁ ସାଧାରଣଲୋକଙ୍କୁ ସେ ବୁଝାଉଛନ୍ତି ଯାହା ବାଧ୍ୟ କରିପାରୁନାହାନ୍ତି।

ରକ୍ତଦାନ ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ହୋଇଥିବା ଧୀରେନ୍ଦ୍ର ଓଡ଼ିଶାର ଅଧିକାଂଶ ଡାକ୍ତରଖାନାରେ ଚିହ୍ନା ମୁହଁଟେ। ଈଶ୍ବରଙ୍କ ଇଚ୍ଛାରେ ସେ ଏହି କାମ କରୁଥିବାର କହିଛନ୍ତି। ଉଦାର ମନର ଏଇ ବ୍ୟକ୍ତିତ୍ବଟି ବୁଲା ଗାଈ, କୁକୁରଙ୍କୁ ମଧ୍ୟ ଆଉଁଶି ଦେଇ ଖାଇବାକୁ ଦିଏ। ସ୍ବାର୍ଟ ଯୁଗରେ ଖୁବ୍ ଶୀଘ୍ର ପରିବର୍ତ୍ତନ ହେବ ବୋଲି ସେ ଆଶା କରୁଛନ୍ତି। ଆଉ କିଛି ବର୍ଷରେ ଏଟିଏମ୍ ସେବା ଭଳି ରକ୍ତଦାନ ସେବା ଉପଲବ୍ଧ ହେବ ବୋଲି ଭାବୁଛନ୍ତି ଧୀରେନ୍ଦ୍ର। କୌଣସି ସ୍ବାର୍ଥ କିମ୍ବା ପ୍ରଚାର ଉଦ୍ଦେଶ୍ୟରେ ନୁହେଁ, ବରଂ କାହାର ଜୀବନରକ୍ଷା କରିବାକୁ ଧୀରେନ୍ଦ୍ର ଏହି ରକ୍ତଦାନ କାମରେ ମଙ୍ଗ ଧରିଛନ୍ତି।

ଲାଇଫ୍‌ଲାଇନ୍ ଚାରିଟେବଲ ଟ୍ରଷ୍ଟ ସହ ଯୋଗାଯୋଗ କରିବାକୁ ୯୬୯୨୩୦୦୦୦୦୯ରେ ଡାଏଲ୍ କରନ୍ତୁ।

ଧୀରେନ୍ଦ୍ର ଠାକୁର ରକ୍ତଦାନ ସମାଜ ସେବା
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଫଟୋ ମାଧ୍ୟମରେ “ଟିକିଏ ଖୁସି” ବାଟୁଂଛନ୍ତି ରଞ୍ଜନ

Next Post

ଚାଷୀଙ୍କୁ ମତ୍ସ୍ୟଚାଷର ଜ୍ଞାନ ବାଟୁଂଛନ୍ତି ଅବସରପ୍ରାପ୍ତ କିରାଣୀ ବଟକୃଷ୍ଣ

You might also like
ramjit-sanali-digitization
ଅସାଧାରଣ

ସାନ୍ତାଳି ଭାଷାର ଡିଜିଟାଇଜେସନରେ ସମର୍ପିତ ରାମଜିତ

3 Mins read
October 22, 2024

ଭାଷା କେବଳ ଏକ ଯୋଗାଯୋଗର ମାଧ୍ୟମ ନୁହେଁ; ଏହା ସଂସ୍କୃତି, ଆବେଗ, ଏବଂ ସାମୁଦାୟିକ ଇତିହାସର ମଧ୍ୟ ବାହକ। କିନ୍ତୁ କାଳଗର୍ଭରେ ଅନେକ ପୁରାତନ ଜନଜାତିଙ୍କ ଭାଷା ଧୀରେ ଧୀରେ ବିଲୁପ୍ତ ହେବାକୁ ଲାଗିଛି, ସେଥିପାଇଁ ସେଗୁଡ଼ିକୁ ସୁରକ୍ଷିତ ରଖିବାର ଆବଶ୍ୟକତା ବଢିଛି । ଏହାର ଗୁରୁତ୍ୱକୁ ଉପଲବ୍ଧି କରିପାରି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଗୋବିନ୍ଦପୁରର ୨୮ ବର୍ଷୀୟ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ରାମଜିତ ଟୁଡୁ ସାନ୍ତାଳି ଭାଷାକୁ ଡିଜିଟାଲ୍ ଯୁଗରେ ମଧ୍ୟ ବଂଚାଇ ରଖିବା ପାଇଁ …

gadget
ଅସାଧାରଣ

ଉଦ୍ଭାବନ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବାର ସଙ୍କଳ୍ପ ନେଇଛନ୍ତି ଆଶିଷ

1 Min read
October 8, 2024

ଜୀବନଟା କେତେ ଲମ୍ବା ହେବ ତା ଆମ ହାତରେ ନାହିଁ କିନ୍ତୁ ଜୀବନଟା କେମିତି ହେବ ତା ଆମ ହାତରେ ଅଛି । ଇଶ୍ୱରଙ୍କ ସୃଷ୍ଟିରେ ନିଜକୁ ଶ୍ରେଷ୍ଠ ବୋଲାଉଥିବାଆମେ ମଣିଷମାନେ ଆଜିର ଦିନରେ ନିଜ ସ୍ୱାର୍ଥ ସାଧନରେ ଲାଗିପଡ଼ିଛନ୍ତି । କ୍ୱଚିତ୍ ଲୋକ ଅଛନ୍ତି ଯେଉଁମାନେ ନିଜସହ ମଣିଷ ସମାଜର କଥା ଭାବନ୍ତି, ଆଉନିଜର ବଳିଷ୍ଠ ଯୋଗଦାନ ମାଧ୍ୟମରେ ଅନେକଙ୍କର ଜୀବନକୁ କରିଦିଅନ୍ତି ସହଜ । ଏମିତି ଜଣେ ବିକ୍ତିତ୍ୱ ହେଲେ ଆଶିଷ ମାହାନା, ପେଷାରେ ଜଣେ ଇଂଜିନିୟର ଭାବେ କାମ କରୁଥିବା ଆଶିଷଙ୍କ ନିଶା କିନ୍ତୁ ନୂଆ ନୂଆ ଉଦ୍ଭାବନ, ଯାହା ଅନ୍ୟରଜୀବନକୁ ସହଜ କରିବାରେ ସାହାଯ୍ୟ କରିବ । ପେଶାରେ ରହି ନିଜ ଉଦ୍ଭାବନ ପାଇଁ ଉପଯୁକ୍ତ ସମୟ ଦେଇନପାରିବାରୁ ଇଂଜିନିୟରିଂରୁ ସନ୍ୟାସ ନେଲେଆଷିଶ । ତାଙ୍କଦ୍ୱାରା ନିକଟରେ ପ୍ରସ୍ତୁତ ହୋଇଥିବା ସ୍ମାର୍ଟ ଷ୍ଟିକ୍ ଦୃଷ୍ଟିହୀନ ଲୋକଙ୍କ ପାଇଁ ବରଦାନ କହିଲେ ଅତ୍ୟୁ୍‌କ୍ତି ହେବନାହିଁ । ଏହାକୁ ଏମିତି ଭାବେଡ଼ିଜାଇନ୍ କରାଯାଇଛି ଯେ ଜଣେ ଦୃଷ୍ଟିହୀନ ଲୋକ ପାଇଁ ଏହା ଗାଇଡ଼୍ ଭଳି ସହାଯ୍ୟ କରିବ ଫଳରେ ଯିବାଆସିବା ପାଇଁ ଏମାନଙ୍କ ଆଉ ଅନ୍ୟ ଉପରେ ନିର୍ଭରକରିବାକୁ ପଡ଼ିବ ନାହିଁ । ପିଲାବେଳୁ ବିଜ୍ଞାନ ପ୍ରତି ମୋର ଅହେତୁକ ଆଗ୍ରହ ଥିଲା, ତେଣୁ ମୋ ପକେଟ୍‌ରେ ସବୁବେଳେ ଗୋଟେ ଟେଷ୍ଟର ଓ ସ୍କ୍ରୁ ଡ଼୍ରାଇଭର ରଖିବାକୁ ମୁଁ ପସନ୍ଦ କରୁଥିଲି ।ମୋତେ ମିଳୁଥିବା ପକେଟ୍ ମନିରୁ ମୁଁ ମୋଟର, ଫିତା, ତାର ଭଳି ଉପକରଣ ଆଣି ନୂଆ ନୂଆ ଉଦ୍ଭାବନ ପାଇଁ ଚେଷ୍ଟା କରୁଥିଲି । କମ୍ ଖର୍ଚ୍ଚରେ ଏହାକୁ ପ୍ରସ୍ତୃତକରିବାକୁ ବିଭିନ୍ନ ସ୍ଥାନରୁ ସଗୃହିତ ପୁରୁଣା ପାର୍ଟସ୍ ଗୁଡ଼ିକ ବ୍ୟବହାର କରେ, ଅନେକ ସମୟରେ ସଫଳ ମଧ୍ୟ ହୁଏ ବୋଲି ଆଶିଷ କୁହନ୍ତି । ୪୬ ବର୍ଷ ବୟଷ୍କ ଆଶିଷ ମାହାନା  ସମ୍ବଲପୁର ଜିଲ୍ଳା, ସଲଦ୍ ପଞ୍ଚାୟତ ଅର୍ନଗତ ନୂଆ ରାମ୍ପେଲା ଗାଁର ଅଧିବାସୀ । ଅପରେସନାଲ୍ ମେନେଜମେଣ୍ଟରେ ଏମବିଏ୍  କରିବା ସହ ଟେଲି କମ୍ୟୁନିକେସନ୍‌, ଇଲେକଟ୍ରୋନିକ୍ସ, କମ୍ପୁଟର ହାର୍ଡ଼ୱେୟାର ବିଷୟ ଗୁଡ଼ିକରେ ଡ଼ିପ୍ଲୋମା ମଧ୍ୟ କରିଛନ୍ତି । ହିଣ୍ଡାଲକୋ ଇଣ୍ଡଟ୍ରିଜ୍‌ରେ ଆସିଷ୍ଟାଣ୍ଡଇଂଜିନିୟର ଭାବେ ଉତ୍ତମ ବେତନରେ ଚାକିରି କରୁଥିଲେ ହେଁ ଦୃଷ୍ଟିହୀନ ଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ତଆରି କରିବାର ନିଶା ପାଇଁ ୨୦୨୩ ରେ ଚାକିରିରୁସନ୍ୟାସ ନେଇଥିଲେ ଆଶିଷ । ଆଉ ତାପରେ ନିଜ ଉଦ୍ଭାବନା ପାଇଁ ଅବିରତ ଚେଷ୍ଟାରେ ଲାଗିପଡ଼ିଛନ୍ତି ସେ । ଆଉ ପଳସ୍ୱରୁପ ତାଙ୍କର ସ୍ୱପ୍ନର ପ୍ରକଳ୍ପ ଦୃଷ୍ଟିହୀନଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ବନେଇବାରେ ସଫଳ ହୋଇଛନ୍ତି ସେ ।   ୨୦୦୯ ମସିହାର କଥା ମୁଁ ଯେତେବେଳେ ମୋ କାମରେ ବାହାରିଥାଏ ମୁଁ ଦେଖିବାକୁ ପାଇଲି ଜଣେ ଦୃଷ୍ଟିହୀନ ବ୍ୟକ୍ତି ରାସ୍ତା ପାରିହେବାକୁ ଅନେକ ସଂଘର୍ଷକରୁଛନ୍ତି ଯାହା ମୋତେ ଆନ୍ଦୋଳିତ କରିଥିଲା, ମୁଁ ତାଙ୍କୁ ରାସ୍ତା ପାର ହେବାରେ ସାହାଯ୍ୟ କଲି ସତ କିନ୍ତୁ ଏ ଘଟଣା ପରଠୁ ଦୃଷ୍ଟିହୀନ ଲୋକଙ୍କୁ ମୁଁ କେମିତିସାହାଯ୍ୟ କରିପାରିବି ସେ ପ୍ରଚେଷ୍ଟାରେ ଲାଗିପଡ଼ିଲି । ଆଉ ଫଳସ୍ୱରୁପ ଏକ ସ୍ମାର୍ଟ ସ୍ଟିକ୍ ତିଆରି କରିବାରେ ସଫଳ ହେଲି ଯାହା ଦୃଷ୍ଟହୀନ ଲୋକଙ୍କୁ ବିନାକାହାର ସାହାଯ୍ୟରେ ରାସ୍ତାରେ ଚଳପ୍ରଚଳ କରିବାକୁ ସାହାଯ୍ୟ କରିବ । ଏଇ ସ୍ମାର୍ଟ ଷ୍ଟିକ୍ ତିଆରି କରିସାରିବା ପରେ ମୁଁ ପ୍ରଥମେ ଏହାକୁ ନିଜ ସହରର ଜଣେଦୃଷ୍ଟିହୀନ ବ୍ୟକ୍ତିଙ୍କୁ ବ୍ୟବହାର ପାଇଁ ଦେଲି ଓ ତାଙ୍କ ମତାମତ ଆଧାରରେ ଏଥିରେ ପରିବର୍ତ୍ତନ କରି ଏଥିରେ ରହୁଥିବା ତ୍ରୃଟିକୁ ସଜାଡ଼ିଲି, ଏହା ଏବେ ବ୍ୟବହାରପାଇଁ ପୁରା ପ୍ରସ୍ତୃତ ବୋଲି ଆଶିଷ କୁହନ୍ତି । ଆଶିଷ ମାହାନା ଦୃଷ୍ଟିହୀନ ବ୍ୟକ୍ତିଙ୍କ ଚଳପ୍ରଚଳକୁ ସହଜ କରିବା ପାଇଁ ଉଭୟ ଇନ୍‌ଡ଼ୋର ଓ ଆଉଟ୍ ଡ଼ୋର୍ ଡ଼ିଭାଇସ୍ ପ୍ରସ୍ତୃତ କରିଛନ୍ତି । ଆଉଟ୍‌ଡ଼ୋର୍ ପାଇଁପ୍ରସ୍ତୃତ ହୋଇଥିବା ସ୍ମାର୍ଟ ସ୍ଟିକ୍‌ଟି ଜି.ପି.ଏସ୍ ଦ୍ୱାରା ପରିଚାଳିତ ଯାହା ୫ ଫୁଟ୍ ଦୁରରୁ ଆସୁଥିବା ବାଧା ବିଷୟରେ ସୁଚନା ଦେବ ଭାଇବ୍ରେସନ୍ ମାଧ୍ୟମରେ ।ସେହିଭଳି ଇନ୍‌ଡ଼ୋର୍‌ରେ ମଧ୍ୟ ଏକ ମଲ୍ଟି ସେନ୍ସର ଡ଼ିଭାଇସ୍ ପ୍ରସ୍ତୃତ ହୋଇଛି ଯାହା ଦୃଷ୍ଟିହୀନ ବ୍ୟକ୍ତିଙ୍କ ସୁରକ୍ଷିତ ଚଳପ୍ରଚଳ ପାଇଁ ବିଶେଷ ଭାବରେ ସାହାଯ୍ୟକରିବ  ଏବଂ କବାଟ ଓ ଝରକା ଥିବା ସ୍ଥାନ ସମ୍ପର୍କରେ ସୁଚନା ଦେବ । ମାହାନାଙ୍କର ଏଇ ଉଦ୍ଭାବନ ସମ୍ବଲପୁର ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ସତପଥିଙ୍କ ଦୃଷ୍ଟି ଆକର୍ଷଣ କଲା ସେ ମଧ୍ୟ ଏଇ ପ୍ରଚେଷ୍ଟାକୁ ବେଶ୍ ପ୍ରଶଂସାକରିଛନ୍ତି । ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ କାର୍ଯ୍ୟାଳୟ ଏଇ ପାଇଲଟ୍ ପ୍ରକଳ୍ପକୁ ଅନୁମୋଦନ କରିଛି ଫଳରେ ଏହାକୁ ସ୍ଥାନୀୟ ବିଦ୍ୟାଳୟର୧୦ ଜଣ ଛାତ୍ରଙ୍କୁ ଏଇ ଷ୍ଟିକ୍ ପ୍ରଦାନ କରାଯାଇଛି, ଯାହାର ଫଳାଫଳ ଭଲ ଆସିଲେ ଆଗାମୀ ଦିନମାନଙ୍କରେ ଏହାର ବ୍ୟାପକ ବ୍ୟବହାର ପାଇଁ ଚିନ୍ତାକରାଯାଇପାରିବ । ରାଜ୍ୟର ପ୍ରଥମ ଦୃଷ୍ଟିହୀନ ଓଏସ୍  ଅଫିସର ସଞ୍ଜୟ ବେହେରା ଏହାକୁ ବ୍ୟବହାର କରି ଖୁସୀଥିବା କଥା ତାଙ୍କ ଟ୍ୱିଟରରେ ପ୍ରକାଶ କରିଛନ୍ତି । ପ୍ରତିଦିନ ମୁଁ ଉଦ୍ଭାବନ ଗୁଡ଼ିକର ବିକାଶ ପାଇଁ କାମକରେ, ଆଗକୁ ମୋର ଲକ୍ଷ୍ୟ ରହିଛି ପତିରକ୍ଷା,ଅନୁସନ୍ଦାନ ସଂସ୍ଥା ଡ଼ିଆରଡ଼ିଓ ସହ କାମକରିବି ଫଳରେଦେଶପାଇଁ ମୁଁ କିଛି ଯୋଗଦାନ ଦେଇପାରିବି ବୋଲି ଆଶିଷ କୁହନ୍ତି ।   ୧୯୯୨ ମସିହାରୁ ଆଶିଷ ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଉଦ୍ଭାବନ ଯାହା ଲୋକଙ୍କ ହିତରେ ଲାଗିସାରିଛି ଓ ଏହାପାଇଁ ତାଙ୍କୁ ଅନେକଥର ସମ୍ମାନିତ ମଧ୍ୟ କରାଯାଇଛି। ଏବେ ସେ ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ତାଙ୍କୁ ନିମନ୍ତ୍ରଣ ଆସୁଛି ଫଳରେ ସେ ତାଙ୍କ ଉଦ୍ଭାବନ ସମ୍ପର୍କରେ ପିଲାଙ୍କୁ ସଚେତନ ମଧ୍ୟ କରୁଛନ୍ତି । ସମାଜ ପାଇଁତାଙ୍କର ଏଇ ଉଦ୍ଭାବନ ସବୁଯେ ବେଶ୍ ସହାୟକ ଏଥିରେ ସନ୍ଦେହର ଅବକାଶ ନାହିଁ । ଆଶିଷ ମାହାନାଙ୍କୁ ଆମ ତରଫରୁ ଅନେକ ଅନେକ ସାଧୁବାଦ ।  

kamala-pujari
ଅସାଧାରଣ

ଜୈବିକ କୃଷିରେ ଅବଦାନ ପାଇଁ ସର୍ବଦା ମନେ ରହିବେ କମଳା ପୂଜାରୀ

3 Mins read
July 27, 2024

୨୦ ଜୁଲାଇ ୨୦୨୪ , ୭୬ ବର୍ଷର ଘଟଣା ବହୁଳ ଜୀବନଯାତ୍ରା ସାରି କମଳା ମା’ ଚାଲିଗଲେ ଆରପାରିକୁ, କିନ୍ତୁ ପଛରେ ଛାଡି ଦେଇଯାଇଛନ୍ତି ଜୈବିକ କୃଷିକୁ ନେଇ ଭବିଷ୍ୟତ ପିଢୀ ପାଇଁ ଅଜସ୍ର ପ୍ରେରଣା । ତାଙ୍କ ଗ୍ରାମ ପାତ୍ରପୁଟ ଆଜି ନିରବି ଯାଇଛି । ତାଙ୍କ ବିୟୋଗରେ ଗ୍ରାମବାସୀ କାନ୍ଦି ଉଠିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ବୟସାଧିକ କାରଣରୁ କିଡନୀ ଜନିତ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ । ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ …

It doesn't demand an extraordinary skill to save a It doesn't demand an extraordinary skill to save a dying person in a road accident rather than standing as a mere spectator. Instead, it requires humane emotion to save the person who is swinging between life and death. A truck driver from Jagatsinghpur of Odisha saved more than 400 lives because being a human being he is aware of his duties. Click the link below to read more about him..⬇⬇https://inspiringodisha.com/a-truck-driver-saved-more.../
'Sarojini Vana' a small green patch in Bonai is na 'Sarojini Vana' a small green patch in Bonai is named after its caretaker. This governmental plantation project constitutes around 3200 floras. However, the success of this project is credited to Sarojini, whose love and care for the plants turned this barren land into a lush green patch. Now, this green patch became the abode for many birds and a relishing ground for the passersby.Follow the link below to know more....#sarojinivan #DFOBonai #environmentalist #odishatourism #odishaforestdepartment https://inspiringodisha.com/sarojini-vana-an-example-for-denuded-forest-lands/
A doctor of VIMSAR is consulting and prescribing m A doctor of VIMSAR is consulting and prescribing medicine to poor patients at just Rs 1 in his '1 rupee clinic' in Burla in the Bargarh district of Odisha. Amongst several philanthropic works, Dr Shankar Ramchandani has also adopted 53 families and taken care of their education and health.Read more about this doctor b clicking the link below.,#1RupeeClinic #drshankarramchandani #VIMSAR #FreeMedicalService #PMOIndia #CMOdisha #healthministerofindiahttps://inspiringodisha.com/a-doctor-who-takes-only-1-rupee-fee/
Ever heard of Hair donation? Harapriya Nayak, a s Ever heard of Hair donation? Harapriya Nayak, a social activist in the Jatni block of Khordha district, donates her hair to poor cancer patients. In the form of wigs, she gifts them to women cancer fighters who lost their hair and confidence as well during treatment. She hopes for a day when just like blood donation, people would come forward for hair donation too.so, what motivated her to stand for cancer patients?#Missionsmileoncancerpatient #SOPVA #harapriyanayak #PMNarendraModi #fightagainstcancer #ManKiBaat #liveforachangehttps://inspiringodisha.com/gift-of-wigs-to-cancer-fighters/
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.Know about his story of lone dedication and perseverance by clicking on the link above.
It's the story of a scientist who devoted his whol It's the story of a scientist who devoted his whole life to the conservation of the vulnerable or extinct rice genus in the Rayagada district of Odisha. His unique way of rice exchange with the farmers for retaining the rice species has replenished his collection in his rice bank. But his struggle is not over, he has to go the extra mile for reversing the vulnerable rice species.#DrDebalDebandBeyondDevelopmentality #vrihi #basudhahttps://inspiringodisha.com/on-a-trail-to-preserve.../
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies