• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ ଭିଡିଓ କାହାଣୀ

ଜଣେ ଗର୍ଭବତୀ ମା’ର କୋଭିଡ୍ କାହାଣୀ

No Comments
January 10, 2022
2 Mins read
406 Views

ଭୁବନେଶ୍ବରର ଏକ ଘରୋଇ ଟିଭି ଚ୍ୟାନେଲରେ ପୂଜା ଉପସ୍ଥାପିକା ଓ ସ୍ବାମୀ ଅମ୍ବୁଜ ଜଣେ ପ୍ରତିଷ୍ଠିତ ସାମ୍ବାଦିକ। ବିବାହ ପୂର୍ବରୁ ଦିହେଁ ଦିହିଁଙ୍କୁ ଜାଣିଥିଲେ। ବିବାହର ୫ ବର୍ଷ ପରେ ସଂସାର ବଢ଼ାଇବାକୁ ଭାବିଲେ। ଈଶ୍ବରଙ୍କ କୃପାରୁ ପୂଜା ଗର୍ଭବତୀ ହେଲେ। ଅମ୍ବୁଜ-ପୂଜାଙ୍କ ଖୁସିର ସୀମା ନଥିଲା। ଠିକ୍ ସେଇ ସମୟରେ କରୋନାର କରାଳ ରୂପ ଦେଖି ପୂରା ବିଶ୍ବ ସ୍ତବ୍ଧ। ଗର୍ଭସ୍ଥ ସନ୍ତାନ ପାଇଁ ଦୁହେଁ ଅଧିକ ଚିନ୍ତାରେ ଥିଲେ। ବିଧିର ବିଧାନ ସତରେ ଭାରି ଅଜବ। ଗର୍ଭାବସ୍ଥାର ୮ ମାସବେଳକୁ ପୂଜା କରୋନା ସଂକ୍ରମିତ ହେଲେ। ନିୟମ ଅନୁସାରେ କୋଭିଡ୍ ଚିକିତ୍ସାଳୟରେ ରହିଲେ। ସ୍ବାମୀ ଓ ପରିବାର ଲୋକଙ୍କ ସହ ଯୋଗାଯୋଗର ଏକମାତ୍ର ମାଧ୍ୟମ ଥିଲା ଫୋନ୍। କୋଭିଡ୍ ଚିକିତ୍ସାଳୟରେ ଜଣେ ଗର୍ଭିଣୀ ମା’ଟେ ରହିବା ସତରେ ଗୋଟେ ବଡ଼ ଚ୍ୟାଲେଞ୍ଜ୍। ରାତିବେଳା ଶୌଚାଳୟ ଗଲାବେଳେ କୋଭିଡ୍ ଆକ୍ରାନ୍ତଙ୍କ ଶବ ଦେଖି ଅନେକ ଥର ଶିହରି ଉଠିଛନ୍ତି ପୂଜା କିନ୍ତୁ ନିଜେ ନିଜକୁ ସାହସ ଦେଲେ। କେମିତି କ୍ବାରେଣ୍ଟାଇନ୍ ସମୟ ସରିଲେ, ଘରକୁ ଫେରିବାର ଦିନ ଗଣୁଥାନ୍ତି ପୂଜା। ଏ ଭିତରେ ଜାଣିବାକୁ ପାଇଲେ ସ୍ବାମୀ ଅମ୍ବୁଜ ମଧ୍ୟ କରୋନା ଆକ୍ରାନ୍ତ। ଫୋନ୍‌ରେ ଏଇ ଖବର ଶୁଣି କିଛି ସମୟ ପାଇଁ ସ୍ଥାଣୁ ପାଲଟିଗଲେ ପୂଜା। ଏପାଖେ ସେ, ଆରପାଖେ ଅମ୍ବୁଜ। ଗର୍ଭରେ ସେମାନଙ୍କ ପିଲା, ଈଶ୍ବର କ’ଣ ଚାହୁଁଛନ୍ତି ସତରେ….। ସବୁ ସେଇ କାଳିଆ ଭରସାରେ ଟେକି ଦେଲେ ପୂଜା।

ଯେଉଁଦିନ କ୍ବାରେଣ୍ଟାଇନ୍ ସମୟ ସରିଲା, ଠିକ୍ ସେହିଦିନ ପୂଜା ଗର୍ଭ ଯନ୍ତ୍ରଣା ପାଇଲେ। ଆଉ ବିଳମ୍ବ ନ କରି ସଙ୍ଗେସଙ୍ଗେ ଡାକ୍ତରଙ୍କୁ ଯୋଗାଯୋଗ କଲେ। ଡାକ୍ତର ହାତଟେକିଦେଲେ, କୋଭିଡ୍ ଆକ୍ରାନ୍ତ ପୂଜାଙ୍କୁ ସେ ଏଇ ସମୟରେ ସାହାଯ୍ୟ କରିପାରିନଥିବାରୁ ଦୁଃଖିତ ବୋଲି କହି ଫୋନ୍ କାଟିଦେଲେ। ଚତୁର୍ଦିଗ ଅନ୍ଧକାର ଦେଖାଗଲା। ସ୍ବାମୀ-ସ୍ତ୍ରୀ ଦୁହେଁ ବିଭିନ୍ନ ଆଡ଼ୁ ଫୋନ୍ ନମ୍ବର ଆଣି ଡାକ୍ତରଖାନା, ଡାକ୍ତରଙ୍କୁ ଯୋଗାଯୋଗ ଚଳାଇଲେ। କିଏ କହିଲା ପିପିଇ କିଟ୍ ପାଇଁ ନଗଦ୍ ୨୫ହଜାର ଟଙ୍କା ଦିଅ..ଆଉ କିଏ କହିଲା ପ୍ରବେଶ ଫିସ୍ ଏତେ ଟଙ୍କା ଦିଅ। ଶେଷରେ ଦେବଦୂତ ସାଜି ଜଣେ ଡାକ୍ତର ପୂଜାଙ୍କ ଅପରେଶନ୍ କରିବାକୁ ହଁ ଭରିଲେ। ଡାକ୍ତରଖାନା ଯିବାକୁ ସଙ୍ଗେସଙ୍ଗେ ଟ୍ୟାକ୍ସିଟେ ଅମ୍ବୁଜ ଯୋଗାଡ଼ କଲେ। ଗର୍ଭବତୀ ପୂଜାଙ୍କ ଅବସ୍ଥା ଦେଖି ଡ୍ରାଇଭରଟିର ମଧ୍ୟ ମନ ତରଳିଗଲା। ରାସ୍ତାରେ ୨-୩ଥର ବାନ୍ତି କଲେ ପୂଜା। ଡ୍ରାଇଭରବାବୁ କହିଲେ, ଦିଦି ଗାଡ଼ି ଭିତରେ ବାନ୍ତି କରିଦିଅ। କିଛି ଅସୁବିଧା ନାଇଁ….ଆଖିରେ ଆଖିଏ ଲୁହ ନେଇ ପୂଜା ଚାହିଁଲେ। ପ୍ରତିଷ୍ଠିତ ଡାକ୍ତରମାନେ ଆଜି ତାଙ୍କୁ ସାହାଯ୍ୟ କଲେନି, ଅଥଚ ଜଣେ ଡ୍ରାଇଭରଟେ ତାଙ୍କ ବେଦନା, ଯନ୍ତ୍ରଣାକୁ ବୁଝିପାରୁଛି।

ଯେନତେନ ପ୍ରକାରେ ଡାକ୍ତରଖାନାରେ ସେମାନେ ପହଞ୍ଚିଲେ। ଡାକ୍ତର ଓ ତାଙ୍କ ଟିମ୍‌ ଚେଷ୍ଟାରେ ରାତି ୪ଟାରେ ପୂଜା-ଅମ୍ବୁଜଙ୍କ କନ୍ୟା ସନ୍ତାନ ‘ଆଦୃତି’ ଭୂମିଷ୍ଠ ହେଲା। ଯେହେତୁ ବାପା-ମା’ ଦୁହେଁ କୋଭିଡ୍ ଆକ୍ରାନ୍ତ ଥିଲେ, ଆଦୃତିଙ୍କୁ ମଧ୍ୟ ଡାକ୍ତରଖାନା କର୍ମଚାରୀ କିଛିଟା ଅବହେଳା କଲେ। ୧୨ ଘଣ୍ଟା ପର୍ଯ୍ୟନ୍ତ ନବଜାତ ପାଖକୁ କର୍ମଚାରୀ ଯିବାକୁ ସାହସ କରୁନଥାନ୍ତି। ସମସ୍ତଙ୍କ ମନରେ ଭୟ ପିଲାଟି ଆଉ କୋଭିଡ୍ ଆକ୍ରାନ୍ତ ନୁହେଁ ତ….। ପାଖାପାଖି ୨୪ ଘଣ୍ଟା ପରେ କର୍ମଚାରୀମାନେ ସ୍ବାଭାବିକ ହେଲେ। ପୂଜା-ଅମ୍ବୁଜ ଚାହିଁଲେ, ଯେତେ ଶୀଘ୍ର ଝିଅକୁ ନେଇ ଘରକୁ ଚାଲିଆସିବାକୁ। କାରଣ ସେମାନଙ୍କ କୋଭିଡ୍ ଆକ୍ରାନ୍ତ ରିପୋର୍ଟ କାରଣରୁ ଡାକ୍ତରଖାନା ତରଫରୁ ଅବହେଳା ଆରମ୍ଭ ହେଲା।

ଭୟ, ଆଶଙ୍କା ସହ ଖୁସି ଓ ଉନ୍ମାଦନାକୁ ମନରେ ଲୁଚାଇ ଆଦୃତିକୁ ନେଇ ପୁଣି ଥରେ ଗୃହ ପ୍ରବେଶ କଲେ ପୂଜା-ଅମ୍ବୁଜ। ସବୁବେଳେ ଭୟ ରହିଲା, କରୋନା ପାଇଁ ଝିଅର ଶାରୀରିକ ଉନ୍ନତିରେ ଅସୁବିଧା ହେଉଛି କି? ଝିଅକୁ ଯଦି କରୋନା ହେବ, ସେମାନେ କ’ଣ କରିବେ….ଏମିତି ବହୁ କଥା ମନକୁ ଆସିଲା। ପୂଜା କିନ୍ତୁ ସେସବୁକୁ ମନରୁ ଏବେ ପୋଛି ଦେଇଛନ୍ତି। ଈଶ୍ବର ଏତେ କଷ୍ଟରେ ତାଙ୍କ ଆଦୃତିକୁ ଦୁନିଆକୁ ଆଣିଛନ୍ତି, ଆଉ ଅସୁବିଧା ହେବନି ବୋଲି ତାଙ୍କ ଦୃଢ଼ ବିଶ୍ବାସ। କରୋନା ସମୟରେ ଏହି ଦମ୍ପତି ସତସତିକା କରୋନା ଯୋଦ୍ଧା ପାଲଟିଯାଇଥିଲେ କହିଲେ ପ୍ରକୃତରେ ଭୁଲ ହେବନାହିଁ।

ରାଜଧାନୀ ଭୁବନେଶ୍ବରର ଏହି ଘଟଣାଟି। ପୂଜା-ଅମ୍ବୁଜ ଦୁହେଁ ଗଣମାଧ୍ୟମ ପ୍ରତିନିଧି ହେବା ସତ୍ତ୍ବେ ଅବହେଳିତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ସାଧାରଣଲୋକଟେ ସରକାରୀ ସ୍ତରରୁ କେଉଁଭଳି ସୁବିଧା ପାଉଥିବ, ସେ ବାବଦରେ ଆଉ ଅଧିକ ବୁଝିବାର ଆବଶ୍ୟକତା ନାହିଁ। ଆଜିର ଏଇ କାହାଣୀ ଆମ ସମସ୍ତଙ୍କୁ ଗୋଟିଏ ଶିକ୍ଷା ଦେଇଛି –

‘କରୋନାକୁ ଡରିବା ଦରକାର ନାହିଁ, କରୋନା ସହ ଲଢ଼ିବା ଦରକାର’

କରୋନା ଗର୍ଭାବସ୍ଥା
Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

କ୍ୟାରିୟର ପାଇଁ ମେଟ୍ରୋରୁ ଗାଁ ଯାତ୍ରା

Next Post

ଶ୍ମଶାନର ଜାଗ୍ରତ ପ୍ରହରୀ ମଧୁସ୍ମିତା

You might also like
ramjit-sanali-digitization
ଅସାଧାରଣ

ସାନ୍ତାଳି ଭାଷାର ଡିଜିଟାଇଜେସନରେ ସମର୍ପିତ ରାମଜିତ

3 Mins read
October 22, 2024

ଭାଷା କେବଳ ଏକ ଯୋଗାଯୋଗର ମାଧ୍ୟମ ନୁହେଁ; ଏହା ସଂସ୍କୃତି, ଆବେଗ, ଏବଂ ସାମୁଦାୟିକ ଇତିହାସର ମଧ୍ୟ ବାହକ। କିନ୍ତୁ କାଳଗର୍ଭରେ ଅନେକ ପୁରାତନ ଜନଜାତିଙ୍କ ଭାଷା ଧୀରେ ଧୀରେ ବିଲୁପ୍ତ ହେବାକୁ ଲାଗିଛି, ସେଥିପାଇଁ ସେଗୁଡ଼ିକୁ ସୁରକ୍ଷିତ ରଖିବାର ଆବଶ୍ୟକତା ବଢିଛି । ଏହାର ଗୁରୁତ୍ୱକୁ ଉପଲବ୍ଧି କରିପାରି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଗୋବିନ୍ଦପୁରର ୨୮ ବର୍ଷୀୟ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ରାମଜିତ ଟୁଡୁ ସାନ୍ତାଳି ଭାଷାକୁ ଡିଜିଟାଲ୍ ଯୁଗରେ ମଧ୍ୟ ବଂଚାଇ ରଖିବା ପାଇଁ …

gadget
ଅସାଧାରଣ

ଉଦ୍ଭାବନ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବାର ସଙ୍କଳ୍ପ ନେଇଛନ୍ତି ଆଶିଷ

1 Min read
October 8, 2024

ଜୀବନଟା କେତେ ଲମ୍ବା ହେବ ତା ଆମ ହାତରେ ନାହିଁ କିନ୍ତୁ ଜୀବନଟା କେମିତି ହେବ ତା ଆମ ହାତରେ ଅଛି । ଇଶ୍ୱରଙ୍କ ସୃଷ୍ଟିରେ ନିଜକୁ ଶ୍ରେଷ୍ଠ ବୋଲାଉଥିବାଆମେ ମଣିଷମାନେ ଆଜିର ଦିନରେ ନିଜ ସ୍ୱାର୍ଥ ସାଧନରେ ଲାଗିପଡ଼ିଛନ୍ତି । କ୍ୱଚିତ୍ ଲୋକ ଅଛନ୍ତି ଯେଉଁମାନେ ନିଜସହ ମଣିଷ ସମାଜର କଥା ଭାବନ୍ତି, ଆଉନିଜର ବଳିଷ୍ଠ ଯୋଗଦାନ ମାଧ୍ୟମରେ ଅନେକଙ୍କର ଜୀବନକୁ କରିଦିଅନ୍ତି ସହଜ । ଏମିତି ଜଣେ ବିକ୍ତିତ୍ୱ ହେଲେ ଆଶିଷ ମାହାନା, ପେଷାରେ ଜଣେ ଇଂଜିନିୟର ଭାବେ କାମ କରୁଥିବା ଆଶିଷଙ୍କ ନିଶା କିନ୍ତୁ ନୂଆ ନୂଆ ଉଦ୍ଭାବନ, ଯାହା ଅନ୍ୟରଜୀବନକୁ ସହଜ କରିବାରେ ସାହାଯ୍ୟ କରିବ । ପେଶାରେ ରହି ନିଜ ଉଦ୍ଭାବନ ପାଇଁ ଉପଯୁକ୍ତ ସମୟ ଦେଇନପାରିବାରୁ ଇଂଜିନିୟରିଂରୁ ସନ୍ୟାସ ନେଲେଆଷିଶ । ତାଙ୍କଦ୍ୱାରା ନିକଟରେ ପ୍ରସ୍ତୁତ ହୋଇଥିବା ସ୍ମାର୍ଟ ଷ୍ଟିକ୍ ଦୃଷ୍ଟିହୀନ ଲୋକଙ୍କ ପାଇଁ ବରଦାନ କହିଲେ ଅତ୍ୟୁ୍‌କ୍ତି ହେବନାହିଁ । ଏହାକୁ ଏମିତି ଭାବେଡ଼ିଜାଇନ୍ କରାଯାଇଛି ଯେ ଜଣେ ଦୃଷ୍ଟିହୀନ ଲୋକ ପାଇଁ ଏହା ଗାଇଡ଼୍ ଭଳି ସହାଯ୍ୟ କରିବ ଫଳରେ ଯିବାଆସିବା ପାଇଁ ଏମାନଙ୍କ ଆଉ ଅନ୍ୟ ଉପରେ ନିର୍ଭରକରିବାକୁ ପଡ଼ିବ ନାହିଁ । ପିଲାବେଳୁ ବିଜ୍ଞାନ ପ୍ରତି ମୋର ଅହେତୁକ ଆଗ୍ରହ ଥିଲା, ତେଣୁ ମୋ ପକେଟ୍‌ରେ ସବୁବେଳେ ଗୋଟେ ଟେଷ୍ଟର ଓ ସ୍କ୍ରୁ ଡ଼୍ରାଇଭର ରଖିବାକୁ ମୁଁ ପସନ୍ଦ କରୁଥିଲି ।ମୋତେ ମିଳୁଥିବା ପକେଟ୍ ମନିରୁ ମୁଁ ମୋଟର, ଫିତା, ତାର ଭଳି ଉପକରଣ ଆଣି ନୂଆ ନୂଆ ଉଦ୍ଭାବନ ପାଇଁ ଚେଷ୍ଟା କରୁଥିଲି । କମ୍ ଖର୍ଚ୍ଚରେ ଏହାକୁ ପ୍ରସ୍ତୃତକରିବାକୁ ବିଭିନ୍ନ ସ୍ଥାନରୁ ସଗୃହିତ ପୁରୁଣା ପାର୍ଟସ୍ ଗୁଡ଼ିକ ବ୍ୟବହାର କରେ, ଅନେକ ସମୟରେ ସଫଳ ମଧ୍ୟ ହୁଏ ବୋଲି ଆଶିଷ କୁହନ୍ତି । ୪୬ ବର୍ଷ ବୟଷ୍କ ଆଶିଷ ମାହାନା  ସମ୍ବଲପୁର ଜିଲ୍ଳା, ସଲଦ୍ ପଞ୍ଚାୟତ ଅର୍ନଗତ ନୂଆ ରାମ୍ପେଲା ଗାଁର ଅଧିବାସୀ । ଅପରେସନାଲ୍ ମେନେଜମେଣ୍ଟରେ ଏମବିଏ୍  କରିବା ସହ ଟେଲି କମ୍ୟୁନିକେସନ୍‌, ଇଲେକଟ୍ରୋନିକ୍ସ, କମ୍ପୁଟର ହାର୍ଡ଼ୱେୟାର ବିଷୟ ଗୁଡ଼ିକରେ ଡ଼ିପ୍ଲୋମା ମଧ୍ୟ କରିଛନ୍ତି । ହିଣ୍ଡାଲକୋ ଇଣ୍ଡଟ୍ରିଜ୍‌ରେ ଆସିଷ୍ଟାଣ୍ଡଇଂଜିନିୟର ଭାବେ ଉତ୍ତମ ବେତନରେ ଚାକିରି କରୁଥିଲେ ହେଁ ଦୃଷ୍ଟିହୀନ ଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ତଆରି କରିବାର ନିଶା ପାଇଁ ୨୦୨୩ ରେ ଚାକିରିରୁସନ୍ୟାସ ନେଇଥିଲେ ଆଶିଷ । ଆଉ ତାପରେ ନିଜ ଉଦ୍ଭାବନା ପାଇଁ ଅବିରତ ଚେଷ୍ଟାରେ ଲାଗିପଡ଼ିଛନ୍ତି ସେ । ଆଉ ପଳସ୍ୱରୁପ ତାଙ୍କର ସ୍ୱପ୍ନର ପ୍ରକଳ୍ପ ଦୃଷ୍ଟିହୀନଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ବନେଇବାରେ ସଫଳ ହୋଇଛନ୍ତି ସେ ।   ୨୦୦୯ ମସିହାର କଥା ମୁଁ ଯେତେବେଳେ ମୋ କାମରେ ବାହାରିଥାଏ ମୁଁ ଦେଖିବାକୁ ପାଇଲି ଜଣେ ଦୃଷ୍ଟିହୀନ ବ୍ୟକ୍ତି ରାସ୍ତା ପାରିହେବାକୁ ଅନେକ ସଂଘର୍ଷକରୁଛନ୍ତି ଯାହା ମୋତେ ଆନ୍ଦୋଳିତ କରିଥିଲା, ମୁଁ ତାଙ୍କୁ ରାସ୍ତା ପାର ହେବାରେ ସାହାଯ୍ୟ କଲି ସତ କିନ୍ତୁ ଏ ଘଟଣା ପରଠୁ ଦୃଷ୍ଟିହୀନ ଲୋକଙ୍କୁ ମୁଁ କେମିତିସାହାଯ୍ୟ କରିପାରିବି ସେ ପ୍ରଚେଷ୍ଟାରେ ଲାଗିପଡ଼ିଲି । ଆଉ ଫଳସ୍ୱରୁପ ଏକ ସ୍ମାର୍ଟ ସ୍ଟିକ୍ ତିଆରି କରିବାରେ ସଫଳ ହେଲି ଯାହା ଦୃଷ୍ଟହୀନ ଲୋକଙ୍କୁ ବିନାକାହାର ସାହାଯ୍ୟରେ ରାସ୍ତାରେ ଚଳପ୍ରଚଳ କରିବାକୁ ସାହାଯ୍ୟ କରିବ । ଏଇ ସ୍ମାର୍ଟ ଷ୍ଟିକ୍ ତିଆରି କରିସାରିବା ପରେ ମୁଁ ପ୍ରଥମେ ଏହାକୁ ନିଜ ସହରର ଜଣେଦୃଷ୍ଟିହୀନ ବ୍ୟକ୍ତିଙ୍କୁ ବ୍ୟବହାର ପାଇଁ ଦେଲି ଓ ତାଙ୍କ ମତାମତ ଆଧାରରେ ଏଥିରେ ପରିବର୍ତ୍ତନ କରି ଏଥିରେ ରହୁଥିବା ତ୍ରୃଟିକୁ ସଜାଡ଼ିଲି, ଏହା ଏବେ ବ୍ୟବହାରପାଇଁ ପୁରା ପ୍ରସ୍ତୃତ ବୋଲି ଆଶିଷ କୁହନ୍ତି । ଆଶିଷ ମାହାନା ଦୃଷ୍ଟିହୀନ ବ୍ୟକ୍ତିଙ୍କ ଚଳପ୍ରଚଳକୁ ସହଜ କରିବା ପାଇଁ ଉଭୟ ଇନ୍‌ଡ଼ୋର ଓ ଆଉଟ୍ ଡ଼ୋର୍ ଡ଼ିଭାଇସ୍ ପ୍ରସ୍ତୃତ କରିଛନ୍ତି । ଆଉଟ୍‌ଡ଼ୋର୍ ପାଇଁପ୍ରସ୍ତୃତ ହୋଇଥିବା ସ୍ମାର୍ଟ ସ୍ଟିକ୍‌ଟି ଜି.ପି.ଏସ୍ ଦ୍ୱାରା ପରିଚାଳିତ ଯାହା ୫ ଫୁଟ୍ ଦୁରରୁ ଆସୁଥିବା ବାଧା ବିଷୟରେ ସୁଚନା ଦେବ ଭାଇବ୍ରେସନ୍ ମାଧ୍ୟମରେ ।ସେହିଭଳି ଇନ୍‌ଡ଼ୋର୍‌ରେ ମଧ୍ୟ ଏକ ମଲ୍ଟି ସେନ୍ସର ଡ଼ିଭାଇସ୍ ପ୍ରସ୍ତୃତ ହୋଇଛି ଯାହା ଦୃଷ୍ଟିହୀନ ବ୍ୟକ୍ତିଙ୍କ ସୁରକ୍ଷିତ ଚଳପ୍ରଚଳ ପାଇଁ ବିଶେଷ ଭାବରେ ସାହାଯ୍ୟକରିବ  ଏବଂ କବାଟ ଓ ଝରକା ଥିବା ସ୍ଥାନ ସମ୍ପର୍କରେ ସୁଚନା ଦେବ । ମାହାନାଙ୍କର ଏଇ ଉଦ୍ଭାବନ ସମ୍ବଲପୁର ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ସତପଥିଙ୍କ ଦୃଷ୍ଟି ଆକର୍ଷଣ କଲା ସେ ମଧ୍ୟ ଏଇ ପ୍ରଚେଷ୍ଟାକୁ ବେଶ୍ ପ୍ରଶଂସାକରିଛନ୍ତି । ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ କାର୍ଯ୍ୟାଳୟ ଏଇ ପାଇଲଟ୍ ପ୍ରକଳ୍ପକୁ ଅନୁମୋଦନ କରିଛି ଫଳରେ ଏହାକୁ ସ୍ଥାନୀୟ ବିଦ୍ୟାଳୟର୧୦ ଜଣ ଛାତ୍ରଙ୍କୁ ଏଇ ଷ୍ଟିକ୍ ପ୍ରଦାନ କରାଯାଇଛି, ଯାହାର ଫଳାଫଳ ଭଲ ଆସିଲେ ଆଗାମୀ ଦିନମାନଙ୍କରେ ଏହାର ବ୍ୟାପକ ବ୍ୟବହାର ପାଇଁ ଚିନ୍ତାକରାଯାଇପାରିବ । ରାଜ୍ୟର ପ୍ରଥମ ଦୃଷ୍ଟିହୀନ ଓଏସ୍  ଅଫିସର ସଞ୍ଜୟ ବେହେରା ଏହାକୁ ବ୍ୟବହାର କରି ଖୁସୀଥିବା କଥା ତାଙ୍କ ଟ୍ୱିଟରରେ ପ୍ରକାଶ କରିଛନ୍ତି । ପ୍ରତିଦିନ ମୁଁ ଉଦ୍ଭାବନ ଗୁଡ଼ିକର ବିକାଶ ପାଇଁ କାମକରେ, ଆଗକୁ ମୋର ଲକ୍ଷ୍ୟ ରହିଛି ପତିରକ୍ଷା,ଅନୁସନ୍ଦାନ ସଂସ୍ଥା ଡ଼ିଆରଡ଼ିଓ ସହ କାମକରିବି ଫଳରେଦେଶପାଇଁ ମୁଁ କିଛି ଯୋଗଦାନ ଦେଇପାରିବି ବୋଲି ଆଶିଷ କୁହନ୍ତି ।   ୧୯୯୨ ମସିହାରୁ ଆଶିଷ ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଉଦ୍ଭାବନ ଯାହା ଲୋକଙ୍କ ହିତରେ ଲାଗିସାରିଛି ଓ ଏହାପାଇଁ ତାଙ୍କୁ ଅନେକଥର ସମ୍ମାନିତ ମଧ୍ୟ କରାଯାଇଛି। ଏବେ ସେ ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ତାଙ୍କୁ ନିମନ୍ତ୍ରଣ ଆସୁଛି ଫଳରେ ସେ ତାଙ୍କ ଉଦ୍ଭାବନ ସମ୍ପର୍କରେ ପିଲାଙ୍କୁ ସଚେତନ ମଧ୍ୟ କରୁଛନ୍ତି । ସମାଜ ପାଇଁତାଙ୍କର ଏଇ ଉଦ୍ଭାବନ ସବୁଯେ ବେଶ୍ ସହାୟକ ଏଥିରେ ସନ୍ଦେହର ଅବକାଶ ନାହିଁ । ଆଶିଷ ମାହାନାଙ୍କୁ ଆମ ତରଫରୁ ଅନେକ ଅନେକ ସାଧୁବାଦ ।  

kamala-pujari
ଅସାଧାରଣ

ଜୈବିକ କୃଷିରେ ଅବଦାନ ପାଇଁ ସର୍ବଦା ମନେ ରହିବେ କମଳା ପୂଜାରୀ

3 Mins read
July 27, 2024

୨୦ ଜୁଲାଇ ୨୦୨୪ , ୭୬ ବର୍ଷର ଘଟଣା ବହୁଳ ଜୀବନଯାତ୍ରା ସାରି କମଳା ମା’ ଚାଲିଗଲେ ଆରପାରିକୁ, କିନ୍ତୁ ପଛରେ ଛାଡି ଦେଇଯାଇଛନ୍ତି ଜୈବିକ କୃଷିକୁ ନେଇ ଭବିଷ୍ୟତ ପିଢୀ ପାଇଁ ଅଜସ୍ର ପ୍ରେରଣା । ତାଙ୍କ ଗ୍ରାମ ପାତ୍ରପୁଟ ଆଜି ନିରବି ଯାଇଛି । ତାଙ୍କ ବିୟୋଗରେ ଗ୍ରାମବାସୀ କାନ୍ଦି ଉଠିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ବୟସାଧିକ କାରଣରୁ କିଡନୀ ଜନିତ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ । ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ …

'Sarojini Vana' a small green patch in Bonai is na 'Sarojini Vana' a small green patch in Bonai is named after its caretaker. This governmental plantation project constitutes around 3200 floras. However, the success of this project is credited to Sarojini, whose love and care for the plants turned this barren land into a lush green patch. Now, this green patch became the abode for many birds and a relishing ground for the passersby.Follow the link below to know more....#sarojinivan #DFOBonai #environmentalist #odishatourism #odishaforestdepartment https://inspiringodisha.com/sarojini-vana-an-example-for-denuded-forest-lands/
Our society needs people like Benudhar Swain who a Our society needs people like Benudhar Swain who are conscious of the forest and its relevance. The 86-years-old farmer is planting trees and promoting afforestation in his native place at Betanati block, Mayurbhanj. His life lies in trees and rears them just like his own children...If every one of us shares the same feeling as Benudhar, the mother earth can be saved from being BARREN...#SAVETREESSAVELIFE #GREEENINITIATIVE #GREENEARTHhttps://inspiringodisha.com/the-trees-are-giving-me-life/
Tike Khusi is a way to pour happiness in the faces Tike Khusi is a way to pour happiness in the faces of people. Through the small initiative, Ranjan Kumar Patra Patra is creating a series of memory with a mere touch of surprise and happiness. And this work in return gives him immense contentment.A yoga teacher by profession and a cameraholic by passion only aim his work would able to curtail the amount of stress in the lives of people.📸#lighthousehttps://inspiringodisha.com/tike-khusi-the-gift-of-joy/
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
Amrita Das left her job at Thomson Reuters Corpora Amrita Das left her job at Thomson Reuters Corporation in Banglore to address the issues of plastic pollution in nearby parameters. While finding the solution to it, she came to Odisha, became a social entrepreneur, and is now the owner of Odissi Earth. She is sharing the portion of Odia tradition, culture, and pristine forest resources of Odisha through her body care products. Her endeavour is aiding at least 25 individuals and many other tribal farmers to become more aware, trained, and self-reliant human beings.#inspiringOdisha #odissiearth #odiamaati #changemaker #startupbusiness #Ecoodisha #OdishabiodiversityCopy the link to know more:https://inspiringodisha.com/empowering-lives-through-sustainable-path/
It doesn't demand an extraordinary skill to save a It doesn't demand an extraordinary skill to save a dying person in a road accident rather than standing as a mere spectator. Instead, it requires humane emotion to save the person who is swinging between life and death. A truck driver from Jagatsinghpur of Odisha saved more than 400 lives because being a human being he is aware of his duties. Click the link below to read more about him..⬇⬇https://inspiringodisha.com/a-truck-driver-saved-more.../
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies